ଜିଲ୍ଲା ବିପର୍ଯ୍ୟୟ ପରିଚାଳନା ଯୋଜନା ପରାମର୍ଶ ଓ ଜିଲ୍ଲାସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟି ବୈଠକ ; ଜିଲ୍ଲାରେ ବନ୍ୟା ଆଶ୍ରୟସ୍ଥଳୀ ନିର୍ମାଣ ଶେଷ କରିବାକୁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ

କୋରାପୁଟ ; ତା୨୬-୦୫-୧୮(ଓଡିଆ ପୁଅ/ରଂଜନ କୁମାର ଦାସ)ସ୍ଥାନୀୟ ସଦଭାବନା ସଭାଗୃହଠାରେ ଜିଲ୍ଲାପାଳ କେ .ସୁଦର୍ଶନ ଚକ୍ରବର୍ତିଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ବିପର୍ଯ୍ୟୟ ପରିଚାଳନା ଯୋଜନା ପରାମର୍ଶ ଓ ଜିଲ୍ଲାସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟି ବୈଠକ ଅନୁଷ୍ଟିତ ହୋଇଯାଇଛି।କୋଟପାଡର ଧାମଣାହାଣ୍ଡିରେ ବନ୍ୟାଆଶ୍ରୟସ୍ଥଳ ନିର୍ମାାଣ କାର୍ଯ୍ୟ ସଂପୂର୍ଣ୍ଣ ହୋଇଯାଇଥିବା ବେଳେ ସଡରଙ୍ଗାରେ ନିର୍ମାଣକାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଂଚିଥିବା ବେଳେ ଗୁମୁଡାରେ କେବଳ ଛାତ ପଡି ଅନ୍ୟାନ୍ୟ କାର୍ଯ୍ୟ ବାକି ରହିଥିବା ବିଡିଓ ସୂଚନା ଦେଇଥିଲେ।ଅର୍ଥର ଅଭାବ ରହିଥିବା ସେ ସୂଚନା ଦେଇଥିଲେ ଓ କେତେ ଅର୍ଥ ଖର୍ଚ୍ଚ ହେବ ତାହା ତୁରନ୍ତ ଜିଲ୍ଲା ଅଫିସକୁ ଜଣେଇବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ।କୋରାପୁଟ ଜିଲ୍ଲାରେ କେତେ ଦାଦାନଶ୍ରମିକ ରହିଛନ୍ତି ତାହାର ବିବରଣୀ ଜଣେଇବାକୁ…

"ଜିଲ୍ଲା ବିପର୍ଯ୍ୟୟ ପରିଚାଳନା ଯୋଜନା ପରାମର୍ଶ ଓ ଜିଲ୍ଲାସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟି ବୈଠକ ; ଜିଲ୍ଲାରେ ବନ୍ୟା ଆଶ୍ରୟସ୍ଥଳୀ ନିର୍ମାଣ ଶେଷ କରିବାକୁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ"

କୋରାପୁଟ ଜିଲ୍ଲା କଂଗ୍ରେସ ବିଶ୍ୱାସଘାତକ ଦିବସ ;କେନ୍ଦ୍ର ଓ ରାଜ୍ୟ ସରକାର ଉପରେ ବର୍ଷଲେ କଂଗ୍ରେସ ବିଧାୟକ

କୋରାପୁଟ ; ତା୨୬-୦୫-୧୮(ଓଡିଆ ପୁଅ/ରଂଜନ କୁମାର ଦାସ)କେନ୍ଦ୍ର ସରକାର ୪ ବର୍ଷର ହିସାବ ଦେଇଥିବା ବେଳେ ଏଆଇସିସିର ଡାକରାରେ କୋରାପୁଟ ଜିଲ୍ଲା କଂଗ୍ରେସ କମିଟି ବିଶ୍ୱାସଘାତକ ଦିବସ ପାଳନ କରିଛି।କୋରାପୁଟ ଜିଲ୍ଲା କଂଗ୍ରେସ କମିଟିର ସଭାନେତ୍ରୀ ମିନାକ୍ଷି ବାହିନିପତିଙ୍କ ନେତୃତ୍ୟରେ କଂଗ୍ରେସ ନେତା ଓ କର୍ମିମାନେ ଏକତ୍ରୀତ ହୋଇ ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇ କେନ୍ଦ୍ର ଓ ରାଜ୍ୟ ସରକାର ଉପରେ ବର୍ଷିଥିଲେ।କେନ୍ଦ୍ରରେ ମୋଦି ସରକାର ଆସିଲା ପରେ ତୈଳଦର ବୃଦ୍ଧି ପାଇବାରେ ଲାଗିଛି ଯଦ୍ୱାରା ଲୋକମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖିନ ହେଉଥିବା ଜୟପୁର ବିଧାୟକ ତାରା ପ୍ରସାଦ ବାହିନିପତି ପ୍ରସାଦ ପ୍ରକାଶ କରିଥିଲେ। ୟୁପିଏ ସରକାର ଅମଳରେ କରାଯାଉଥିବା କେବିକେ ଯୋଜନାକୁ…

"କୋରାପୁଟ ଜିଲ୍ଲା କଂଗ୍ରେସ ବିଶ୍ୱାସଘାତକ ଦିବସ ;କେନ୍ଦ୍ର ଓ ରାଜ୍ୟ ସରକାର ଉପରେ ବର୍ଷଲେ କଂଗ୍ରେସ ବିଧାୟକ"

ପିଲା ଚୋର ଗୁଜବରୁ ଦୂରେଇ ରହିବାକୁ ପୋଲିସର ପରାମର୍ଶ

କୋରାପୁଟ ; ତା୨୫-୦୫-୧୮(ଓଡିଆ ପୁଅ/ରଂଜନ କୁମାର ଦାସ) ସମଗ୍ର କୋରାପୁଟ ଜିଲାର ବିଭିନ୍ନ ସ୍ଥାନରେ ପିଲାଚୋର ଭଲି ଏକ ମିଥ୍ୟା ପ୍ରଚାରକୁ ନେଇ ଚହଳ ପଡିଥିବାବେଳେ ଅନେକ ସ୍ଥାନରେ ସ୍ଥାନୀୟ ଲୋକେ କେତେକ ବାହାର ଲୋକଙ୍କୁ ପିଲା ଚୋର ଭାବି ମାଡି ମାରିବା ଘଟଣା ପଦାକୁ ଆସିଛି। ତେଣୁ ପୋଲିସ ପକ୍ଷରୁ ଏହାକୁ ଏକ ଗୁଜବ ବୋଲି ଜନସାଧାରଣଙ୍କୁ ଅବଗତ କରାଇବା ସହ କୌଣସି ସନ୍ଦେହ ଜନକ ଲୋକକୁ ଦେଖିଲେ ତାକୁ ଆକ୍ରମଣ ନକରି ନିକଟସ୍ଥ ପୋଲିସ ଥାନାକୁ ଜଣାଇବା କିମ୍ବା ସମ୍ପୃକ୍ତ ସନ୍ଦିଗ୍ଧ ବ୍ୟକ୍ତିକୁ ପୋଲିସକୁ ହସ୍ତାନ୍ତର କରିବାକୁ ପରାମର୍ଶ ଦିଆଯାଇଛି। ସୂଚନା ଥାଉକି, ଗତ କିଛି ଦିନ ହେଲା ଜିଲାର ବିଭିନ୍ନ ଅଂଚଳରେ…

"ପିଲା ଚୋର ଗୁଜବରୁ ଦୂରେଇ ରହିବାକୁ ପୋଲିସର ପରାମର୍ଶ"

ଗ୍ରାମୀଣ ଡାକ କର୍ମଚାରୀଙ୍କ ଶୋଭାଯାତ୍ରା ଓ ଦାବିପତ୍ର ପ୍ରଦାନ

କୋରାପୁଟ ; ତା ୨୫-୦୫-୧୮(ଓଡିଆ ପୁଅ /ରଂଜନ କୁମାର ଦାସ) ବିଭିନ୍ନ ଦାବି ନେଇ ୨୨ତାରିଖରୁ କାର୍ଯବନ୍ଦ ଆନ୍ଦୋଳନ ଚଲାଇ ଆସୁଥିବା କୋରାପୁଟ ଜିଲା ଗ୍ରାମୀଣ ଡାକସେବା କର୍ମଚାରୀ ସଂଘର କର୍ମକର୍ତାମାନେ ଆଜି ଏକ ଶୋଭାଯାତ୍ରା କରିବା ସହ ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଲିଖିତ ଦାବିପତ୍ର ଜିଲାପାଳଙ୍କୁ ପ୍ରଦାନ କରିଛନ୍ତି। ଜିଲା ସଂଘ ସଭାପତି ଭାଗୀରଥି ପାଟନିଆ, ନିର୍ମଳ ଚୌଧରୀଙ୍କ ନେତୃତ୍ୱରେ ଏକ ବିରାଟ ଶୋଭାଯାତ୍ରା କୋରାପୁଟ ମୁଖ୍ୟ ଡାକଘରୁ ବାହାରି ସହର ପରିକ୍ରମା କରିବା ପରେ ଜିଲାପାଳ ଅଫିସରେ ପହଂଚିଥିଲା। ସପ୍ତାହେ ବ୍ୟାପି ସେମାନେ କାର୍ଯବନ୍ଦ ଆନ୍ଦୋଳନ କରିଥିଲେ ମଧ୍ୟ କେନ୍ଦ୍ର ସରକାର ସେମାନଙ୍କ ଦାବି ପ୍ରତି ଗୁରୂତ୍ୱ ନଦେବା ଦୁର୍ଭାଗ୍ୟ ଜନକ ବୋଲି ମତବ୍ୟକ୍ତ…

"ଗ୍ରାମୀଣ ଡାକ କର୍ମଚାରୀଙ୍କ ଶୋଭାଯାତ୍ରା ଓ ଦାବିପତ୍ର ପ୍ରଦାନ"

କୋରାପୁଟ ସଦର ଡାକ୍ତରଖାନାର ନୂତନ ମ୍ୟାନେଜରଙ୍କ କାର୍ଯ୍ୟରେ ଯୋଗଦାନ; କଲେଜର ନୂତନ ମ୍ୟାନେଜରଙ୍କ କାର୍ଯ୍ୟରେ ଯୋଗଦାନ

କୋରାପୁଟ ; ତା୨୫-୦୫-୧୮(ଓଡିଆ ପୁଅ/ରଂଜନ କୁମାର ଦାସ)କୋରାପୁଟ ସଦର ଡାକ୍ତରଖାନାର ନୂତନ ମ୍ୟାନେଜର ଭାବେ ଅଭିରାମ ସାହୁ କାର୍ଯ୍ୟରେ ଯୋଗଦାନ କରିଥିବା ଜଣାପଡିଛି।ଏଠାରେ ଥିବା ଲଲିତ ସାହୁଙ୍କୁ କ୍ୟାପିଟାଲ ହସପିଟାଲ ଭୁବନେଶ୍ୱରକୁ ବଦଳି କରାଯାଇଥିବା ଜନାପଡିଛି।କୋରାପୁଟ ହସପିଟାଲରେ ୪ ବର୍ଷ କାର୍ଯ୍ୟକରି ସମସ୍ତଙ୍କର ଆସ୍ଥାଭାଜନ ହୋଇପାରିଥିଲେ।ତାଙ୍କର ପରିଚାଳନତା ଦକ୍ଷତା ଥିବାରୁ ହସପିଟାଲର ସମସ୍ତ କାର୍ଯ୍ୟ ଅତି ସହଜରେ ସଂପାଦନା ହୋଇପାରୁଥିଲା ବୋଲି ସଦର ଡାକ୍ତରଖାନାର ଅଧିକ୍ଷକ ଡାକ୍ତର କାଳି ପ୍ରସାଦ ବେହେରା ପ୍ରକାଶ କରିଥିଲେ।ସେହିପରି ସହୀଦ ଲକ୍ଷ୍ଣଣ ନାୟକ ମେଡିକାଲ କଲେଜ ଓ ହସପିଟାଲରେ ଦେବବ୍ରତ ସାହୁ ମ୍ୟାନେଜର ଭାବେ କାର୍ଯ୍ୟରେ ଯୋଗଦେଇଥିବା ଜଣାପଡିଛି।କୋରାପୁଟ ହସପିଟାଲରେ ୨ ଜଣ ମ୍ୟାନେଜର ଯୋଗଦେଇଥିବାରୁ ଏହି ଦୈତଶାସନରେ କାର୍ଯ୍ୟ…

"କୋରାପୁଟ ସଦର ଡାକ୍ତରଖାନାର ନୂତନ ମ୍ୟାନେଜରଙ୍କ କାର୍ଯ୍ୟରେ ଯୋଗଦାନ; କଲେଜର ନୂତନ ମ୍ୟାନେଜରଙ୍କ କାର୍ଯ୍ୟରେ ଯୋଗଦାନ"

ସ୍ୱାମୀର ଆକ୍ରମଣରେ ସ୍ତ୍ରୀ ଗୁରୁତର, କୋରାପୁଟ ଡାକ୍ତରଖାନାରେ ଭର୍ତି

କୋରାପୁଟ ; ତା୨୫-୦୫-୧୮(ଓଡିଆପୁଅ /ରଂଜନ କୁମାର ଦାସ)ସ୍ୱାମୀର ଆକ୍ରମଣରେ ସ୍ତ୍ରୀ ଗୁରୁତର ଅବସ୍ଥାରେ କୋରାପୁଟ ଡାକ୍ତରକାନାରେ ଭର୍ତି ହୋଇଥିବା ଜଣାପଡିଛି।ଦଶମନ୍ତପୁର ବ୍ଲକ ଅନ୍ତର୍ଗତ ଗିର୍ଲିଗୁମାର ରାମ ମୁଦୁଲି ତାର ସ୍ତ୍ରୀ କୁନ୍ଦ ମୁଦୁଲି ସହ ସବୁବେଳେ ମଦ ପିଇ ଝଗଡା କରୁଥିଲା ଗତକାଲି ରାମ ଏକ ଟାଙ୍ଗିଆରେ ଆକ୍ରମଣ କରିଥିଲା ବୋଲି କୁନ୍ଦର ଭଉଣୀ ସବିତା ମୁଦୁଲି ସୂଚନା ଦେଇଥିଲେ।ପ୍ରଥମେ କୁନ୍ଦଙ୍କୁ ଦଶମନ୍ତପୁର ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତି କରାଯାଇଥିଲା ଅବସ୍ଥା ଗୁରୁତର ହେବାରୁ କୋରାପୁଟ ସ୍ଥାନାନ୍ତରିତ କରାଯାଇଛି।କୋରାପୁଟ ଡାକ୍ତରଖାନାରେ ପ୍ରାଥମିକ ଚିକିତ୍ସା ପରେ ଅନ୍ତଃଓାର୍ଡରେ ଭର୍ତି କରାଯାଇଥିବା ଜଣାପଡିଛି।କୁନ୍ଦ ଗରୀବ ହୋଇଥିବାରୁ ତାର ଚିକିତ୍ସା ପାଇଁ ସମସ୍ତ ଖର୍ଚ୍ଚ ସରକାର ବହନ କରିବାକୁ ସାଧାରଣରେ ଦାବି ହେଉଛି।

"ସ୍ୱାମୀର ଆକ୍ରମଣରେ ସ୍ତ୍ରୀ ଗୁରୁତର, କୋରାପୁଟ ଡାକ୍ତରଖାନାରେ ଭର୍ତି"

୭ଦଫା ଦାବି ନେଇ ନନ୍ଦପୁର ବନ୍ଦ

କୋରାପୁଟ ; ତା୨୪-୦୫-୧୮(ଓଡିଆ ପୁଅ /ରଂଜନ କୁମାର ଦାସ) ଜନ ସାଧାରଣଙ୍କ ମୌଲିକ ଆବଶ୍ୟକତା ପୂରଣ ଓ ସର୍ବନିମ୍ନ ସୁବିଧା ଯୋଗାଇ ଦେବାକୁ ବାରମ୍ବାର ବ୍ଲକ ଓ ଜିଲା ପ୍ରଶାସନକୁ ଗୁହାରୀ କରିବା ପରେ ମଧୟ କୌଣସି ସୁଫଳ ନମିଳିବାରୁ ଆଜି କୋରାପୁଟ ଜିଲା ନନ୍ଦପୁର ବ୍ଲକ ବାସିନ୍ଦା ୭ଦଫା ଦାବି ପୂରଣ ପାଇଁ ନନ୍ଦପୁର ବନ୍ଦ ଡାକରା ଦେଇଥିଲେ। ବନ୍ଦ ଡାକରାକୁ ସ୍ଥାନୀୟ ପଂଚାୟତ ପ୍ରତିନିଧି, ବ୍ୟବସାୟୀ ସମର୍ଥନ କରି ଦୋକାନ ବଜାର ବନ୍ଦ ରଖିଥିବାବେଳେ ସମସ୍ତ ଗାଡି ଚଲାଚଳ ମଧ୍ୟ ବନ୍ଦ ରହିଛି। ଫଳରେ ନନ୍ଦପୁର ଦେଇ ବିଶାଖାପାଟଣା ଏବଂ ଲମତାପୁଟ ଯିବା ରାଜ୍ୟ ରାଜପଥରେ କୌଣସି ଗାଡି ଚଲାଚଳ କରି ପାରି…

"୭ଦଫା ଦାବି ନେଇ ନନ୍ଦପୁର ବନ୍ଦ"

ରାଜ୍ୟପାଳଙ୍କ କୋରାପୁଟ ଗସ୍ତ ଶେଷ ଜିଲ୍ଲା ପ୍ରଶାସନର କାର୍ଯ୍ୟକୁ ପ୍ରଶଂସା କରିବା ସହ ରାଜ୍ୟ ସରକାରଙ୍କ ମମତା ଯୋଜନାକୁ ମଧ୍ୟ ଭୁୟସୀ ପ୍ରଶଂସା କରିଥିଲେ

କୋରାପୁଟ ; ତା୨୪-୦୫-୧୮(ଓଡିଆ ପୁଅ/ରଂଜନ କୁମାର ଦାସ) ରାଜ୍ୟପାଳ ସତ୍ୟପାଳ ମଲିକ ଦିନିକିଆ କୋରାପୁଟ ଗସ୍ତ ସେଷ କରି ଭୁବନେଶ୍ୱର ଫେରିଯାଇଛନ୍ତି। କୋରାପୁଟ ପହଂଚିବା ପରେ ସଦଭାବନା ସଭାଗୃହଠାରେ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ବିଭାଗର ସମୀକ୍ଷା କରିଥିଲେ।ଏହାପରେ ପଦ୍ମପୁର ଅଙ୍ଗନବାଡି କେନ୍ଦ୍ର ପରିଦର୍ଶନ କରିବା ସହ ରାଜିବଗାନ୍ଧି ସେବାକେନ୍ଦ୍ରଠାରେ ପଂଚାୟତରାଜ ପ୍ରତିନିଧିମାନଙ୍କ ସହ ଆଲୋଚନା କରିଥିଲେ।ଜିଲ୍ଲା ପ୍ରଶାସନ ଦ୍ୱାରା ଆୟୋଜିତ ପ୍ରଦର୍ଶନୀକୁ ବୁଲି ଦେଖିଥିଲେ।ରାଜ୍ୟପାଳଙ୍କ ପ୍ରମୁଖ ସଚିବ ଜି .ବେଣୁଗୋପାଳ, ଅନୁସୁଚିତ ଜନଜାତି ଓଜାତିର ନିର୍ଦ୍ଦେଶକ ଆର.ରଘୁପ୍ରସାଦ, ଜିଲ୍ଲାପାଳ କେ .ସୁଦର୍ଶନ ଚକ୍ରବର୍ତି, ଏସପି ଡାକ୍ତର କେ .ବି.ସିଂ ପ୍ରମୁଖ ଉପସ୍ଥିତ ଥିଲେ।କୋରାପୁଟ ଅତିରିକ୍ତ ଜିଲ୍ଲାପାଳ ସୁଜାତା ମିଶ୍ର, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ…

"ରାଜ୍ୟପାଳଙ୍କ କୋରାପୁଟ ଗସ୍ତ ଶେଷ ଜିଲ୍ଲା ପ୍ରଶାସନର କାର୍ଯ୍ୟକୁ ପ୍ରଶଂସା କରିବା ସହ ରାଜ୍ୟ ସରକାରଙ୍କ ମମତା ଯୋଜନାକୁ ମଧ୍ୟ ଭୁୟସୀ ପ୍ରଶଂସା କରିଥିଲେ"

ଯୁବଗୋଷ୍ଠୀ ମାଓ ସଙ୍ଗଠନରେ ସାମିଲ ହେବାକୁ ଅରୁଣାଙ୍କ ଆହ୍ୱାନ

କୋରାପୁଟ; ତା୨୩-୦-୫-୧୮(ଓଡିଆପୁଅ/ରଂଜନ କୁମାର ଦାସ) ଗରିବ ,ଦଳିତ ଓ ଆଦିବାସୀଙ୍କୁ ନ୍ୟାୟ ଦେବା,ଅତ୍ୟାଚାରରୁ ଉଦ୍ଧାର କରିବା ଲକ୍ଷ ନେଇ ମାଓବାଦୀ ଲଢେଇ କରି ଆସୁଛନ୍ତି,କିନ୍ତୁ ସରକାର ମାଓବାଦୀଙ୍କୁ ଆଦିବାସୀ ଦଳିତ ବିରୋଦ୍ଧି ବୋଲି ସାଧାରଣରେ ଭ୍ରମ ସୃଷ୍ଟି କରିବାକୁ ଅପଚେଷ୍ଟା କରୁଛନ୍ତି ବୋଲି ଶ୍ରୀକାକୂଲମ-କୋରାପୁଟ ଡିଭିଜନାଲ କମିଟି(ସିପିଆଇ ମାଓଇଷ୍ଟ)ର ସମ୍ପାଦିକା ମାଓନେତ୍ରୀ ଅରୁଣା ଗଣ ମାଧ୍ୟମକୁ ଦେଇଥିବା ତେଲୁଗୁ ଭାଷାରେ ଲିଖିତ ଚିଠିରେ ଉଲେଖ କରିଥିବାବେଳେ ପୋଲିସ ଓ ସରକାରର ମିଥ୍ୟା ପ୍ରଚାରରେ ବିଶ୍ୱାସ ନକରି ଯୁବଗୋଷ୍ଠୀ ମାଓ ସଙ୍ଗଠନରେ ସାମିଲ ହେବାକୁ ଆହ୍ୱାନ ଜଣାଇଛନ୍ତି । ମାଓବାଦୀ ସାମାଜିକ,ଆର୍ଥିକ ପରିବର୍ତନ ଆଣିବାକୁ ସଂଗ୍ରାମ ଜାରି ରଖିଛି,ଯେଉଁମାନେ ମାଓବାଦୀଙ୍କ ପ୍ରକୃତ ଉଦେ୍ଦଶ୍ୟ ବୁଝି ସମର୍ଥନ କରୁଛନ୍ତି…

"ଯୁବଗୋଷ୍ଠୀ ମାଓ ସଙ୍ଗଠନରେ ସାମିଲ ହେବାକୁ ଅରୁଣାଙ୍କ ଆହ୍ୱାନ"

ରାଜ୍ୟପାଳଙ୍କ ଗସ୍ତ ନିମନ୍ତେ ପ୍ରସ୍ତୁତି ଶେଷ ; ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ବିଭାଗର ସମୀକ୍ଷା କରିବେ

କୋରାପୁଟ ; ତା୨୩-୦୫-୧୮(ଓଡିଆ ପୁଅ /ରଂଜନ କୁମାର ଦାସ)ଆସନ୍ତାକାଲି ଓଡିଶାର ରାଜ୍ୟପାଳ ସତ୍ୟପାଲ ମଲିକ କୋରାପୁଟ ଗସ୍ତ କରିବେ ବୋଲି ଜିଲ୍ଲା ପ୍ରଶାସନ ତରଫରୁ ଚୁଡାନ୍ତ କାର୍ଯ୍ୟସୂଚୀ ପ୍ରଦାନ କରାଯାଇଛି।ପୂର୍ବାହ୍ନ ୧୧ଘ.୩୦ମିନିଟ ସମୟରେ କୋରାପୁଟ ସର୍କିଟହାଉସଠାରେ ପହଂଚିବା ପରେ ୧୨ ଘ. ସମୟରେ ସ୍ଥାନୀୟ ସଦଭାବନା ସଭାଗୃହଠାରେ ଅନୁସୂଚିତ ଜନଜାତି ଓ ଅନୁସୂଚିତଜାତି ବିଭାଗର କାର୍ଯ୍ୟକାରିତାକୁ ନେଇ ସମୀକ୍ଷା କରିବେ।ଅପାରହ୍ନ ୨ଘ.୧୫ ମିନିଟ ସମୟରେ ପଦ୍ମପୁରଠାରେ ଥିବା ଅଙ୍ଗନବାଡି କେନ୍ଦ୍ର ପରିଦର୍ଶନ କରିବା ସହ ଏସଏଚଜି ମହିଲାମାନଜ୍ଞ ସହ ଆଲୋଚନା କରିବେ।ପଦ୍ମପୁରରେ କରାଯାଇଥିବା ଗ୍ରାମୀଣ ଗୃହ କ୍ଲଷ୍ଟର ବୁଲି ଦେଖିବା ସହ ପଂଚାୟତରାଜ ପ୍ରତିନିଧିମାନଙ୍କ ସହ ଆଲୋଚନା କରିବା ପରେ ଅପାରହ୍ନ ୩ ଘ.ରେ ଭୁବନେଶ୍ୱର…

"ରାଜ୍ୟପାଳଙ୍କ ଗସ୍ତ ନିମନ୍ତେ ପ୍ରସ୍ତୁତି ଶେଷ ; ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ବିଭାଗର ସମୀକ୍ଷା କରିବେ"