ପଖୋରୀରେ ବୁଡି ଭାଇ ଭଉଣୀ ମୃତ

କୋରାପୁଟ ୦୯-୦୯-୧୮(ଓଡିଆ ପୁଅ /ରଂଜନ କୁମାର ଦାସ) ରବିବାର ଅପରାହ୍ନ୍ନରେ ବୈପାରିଗୁଡା ବ୍ଲକ୍ ରାମଗିରିରେ ଭାଇ ଭଉଣୀ ଗାଧୋଇବାକୁ ଯାଇ ପଖୋରୀରେ ବୁଡି ମରିବା ଭଳି ଏକ ଦୁଖଦ ଘଟଣା ଘଟିଛି। ସୂଚନା ଅନୁଯାୟୀ, ବରୁଣ ଗୌଡଙ୍କ ପୁଅ ତାନା ଗୌଡ(୬) ଓ ଝିଅ ଲକ୍ଷ୍ମୀ ଗୌଡ(୪) ଆଜି ଅପରାହ୍ନରେ ନିକଟସ୍ଥ ପଖୋରୀକୁ ଗାଧୋଇବାକୁ ଯାଇ ବୁଡି ଯାଇଥିଲେ। ପରିବାର ଲୋକଙ୍କ ଠାରୁ ସୂଚନା ପାଇ ରାମଗିରି ପୁଲିସ ଓ ବୈପାରିଗୁଡା ଅଗ୍ନିଶମ ବିଭାଗ କର୍ମଚାରୀ ପହଂଚି ଉଭୟଙ୍କୁ ଖୋଜା ଖୋଜି କରିବା ପରେ ସେମାନଙ୍କ ମୃତଦେହ ଉଦ୍ଧାର ହୋଇଥିଲା। ଘଟଣା ସମଗ୍ର ଅଂଚଳରେ ଶୋକର ଛାୟା ଖେଳାଇ ଦେଇଛି। ସୂଚନା ଥାଉକି, ମୃତ ଦୁଇ…

"ପଖୋରୀରେ ବୁଡି ଭାଇ ଭଉଣୀ ମୃତ"

ମାଲବାହୀ ଟ୍ରେନ ଲାଇନଚ୍ୟୁତ, କୋରାପୁଟ-ରାୟଗଡା ରେଳ ଚଳାଚଳ ବାଧାପ୍ରାପ୍ତ

କୋରାପୁଟ୦୯-୦୯-୧୮(ଓଡିଆ ପୁଅ/ରଂଜନ କୁମାର ଦାସ) କୋରାପୁଟ-ରାୟଗଡା ରେଳ ଲାଇନର ଦାମନଯୋଡି ଷ୍ଟେସନ ନିକଟରେ ଆଲୁମିନିଅମ୍ ପାଉଡର ଭରା ନାଲକୋ ଟ୍ରେନର ୧୪ଟି ୱାଗନ ଲାଇନଚ୍ୟୁତ ହୋଇଥିବାରୁ ଉକ୍ତ ରୁଟରେ ରେଳ ଚଳାଚଳ ବାଧାପ୍ରାପ୍ତ ହୋଇଛି। ନାଲକୋ ଲାଇନ ଓ କୋରାପୁଟ-ରାୟଗଡା ଟ୍ରେନ ଲାଇନ ଏକ୍ସଚେଂଜ ସ୍ଥାନ ନିକଟରେ ଟ୍ରେନ ଲାଇନଚ୍ୟୁତ ହୋଇଥିବାରୁ ୫ଟି ୱାଗନ୍ କୋରାପୁଟ-ରାୟଗଡା (କେଆର୍)ଲାଇନ ଉପରେ ରହି ଯାଇଛି। ସେହି କାରଣରୁ କେଆର୍ ଲାଇନରେ ରେଳ ଚଳାଚଳ ପ୍ରବାବୀତ ହୋଇଛି। ରେଳବାଇ ସୂତ୍ରରୁ ମିଲିଥିବା ସୂଚନା ଅନୁଯାୟୀ, କୋରାପୁଟ-ରାଉରକେଲା ଏକ୍ସପ୍ରେସ କୋରାପୁଟରେ ଅଟକିଥିବା ବେଳେ ଆଜି ରାତ୍ର ୧୨ଘ.୫ମିନିଟରେ କୋରାପୁଟ ଛାଡିବ ବୋଲିଗେ୍ଧସନ ମ୍ୟାନେଜର ବଳରାମ ମୁଦୁଲି ସୂଚନା ଦେଇଛନ୍ତି।ଜଗଦଲପୁର ଯିବାକୁ ଥିବା…

"ମାଲବାହୀ ଟ୍ରେନ ଲାଇନଚ୍ୟୁତ, କୋରାପୁଟ-ରାୟଗଡା ରେଳ ଚଳାଚଳ ବାଧାପ୍ରାପ୍ତ"

ବାଇକରୁ ଖସି ମହିଳା ମୃତ

କୋରାପୁଟ ; ତା୦୯-୦୯-୧୮(ଓଡିଆ ପୁଅ/ରଂଜନ କୁମାର ଦାସ) ରବିବାର ଅପରାହ୍ନରେ ଲକ୍ଷ୍ମିପୁର ଥାନା ଡୁମୁରିପଦର ନିକଟରେ ବାଇକରୁ ଖସିପଡି ଜଣେ ମହିଳା ପ୍ରାଣ ହରାଇଛନ୍ତି। କୋରାପୁଟ ଟିକିରା ସାହିର ସଂଜୀବ କୁମାର ପାତ୍ରଙ୍କ ପତ୍ନୀ ସବିତା ମହାପାତ୍ରଙ୍କ ସହ କୋରାପୁଟରୁ ରାୟଗଡା ଏକ ମୋଟର ସାଇକଲରେ ଯାଉଥିଲେ। ଡୁମୁରିପଦର ନିକଟ ପୋଲରେ ମୋଟର ସାଇକଲ ଛେଛି ହେବାରୁ ସବିତା ଖସି ପଡି ଗୁରୁତର ଆହତ ହୋଇଥିଲେ। ସ୍ଥାନୀୟ ଲୋକଙ୍କ ସହାୟତାରେ ସଂଜୀବ ପତ୍ନୀଙ୍କୁ ଲକ୍ଷ୍ମୀପୁର ହସ୍ପିଟାଲରେ ପହଂଚାଇଥିଲେ କିନ୍ତୁ ଡାକ୍ତର ସବିତାଙ୍କୁ ସେଠାରେ ମୃତ ଘୋଷଣା କରିଥିଲେ।

"ବାଇକରୁ ଖସି ମହିଳା ମୃତ"

ତୈଳଦର ବୃଦ୍ଧି ପ୍ରତିବାଦରେ କୋରାପୁଟ ଜିଲ୍ଲା ଯୁବ, ଛାତ୍ରଓ ମହିଳା ବିଜେଡିର ଆନ୍ଦୋଳନ ଏବଂ ସଚେତନତା

କୋରାପୁଟ ; ତା୦୮-୦୯-୧୮(ଓଡିଆପୁଅ/ରଂଜନ କୁମାର ଦାସ) ତୈଳଦର ବୃଦ୍ଧି ପ୍ରତିବାଦରେ କୋରାପୁଟ ଜିଲ୍ଲା ଯୁବ,  ଛାତ୍ର ଓ ମହିଳା ବିଜେଡି ତରଫରୁ କୋରାପୁଟ ସହରରେ ଥିବା ୨ ଟି ପେଟ୍ରୋଲ ପମ୍ପ ସମ୍ମୁଖରେ ଆନ୍ଦୋଳନ କରିବା ସହ ଖାଉଟିମାନଙ୍କ ସଚେତନ କରାଉଥିବା ନଜର କରାଯାଇଥିଲା।କୋରାପୁଟ ଜିଲ୍ଲା ଯୁବ ବିଜେଡି ସଭାପତି ଅମିତ ଅଗ୍ରଓାଲଙ୍କ ନେତୃତ୍ୟରେ ପୂର୍ବତନ ବିଧାୟକ ଗୁପ୍ତ ପ୍ରସାଦ ଦାସ ଓ ରଘୁରାମ ପଡାଲ,  ଜିଲ୍ଲା ଉପସଭାପତି ତ୍ରୀପୁରାରୀ ଗରଡା, ବରିଷ୍ଠ ନେତା ରଘୁରାମ ମାଛ,  ମହିଳା ନେତ୍ରୀ ପାର୍ବତୀ ମସ୍ତି, ଜିଲ୍ଲା ଯୁବ ବିଜେଡି ଉପସଭାପତି ଭରତ ମଲ୍ଲିକ,  ପ୍ରମୁଖଙ୍କ ଅସଂଖ୍ୟ ବିଜେଡି କର୍ମୀ ପେଟ୍ରୋଲ ପମ୍ପ ସମ୍ମୁଖରେ କେନ୍ଦ୍ର ସରକାରଙ୍କ ବିରୁଦ୍ଧରେ…

"ତୈଳଦର ବୃଦ୍ଧି ପ୍ରତିବାଦରେ କୋରାପୁଟ ଜିଲ୍ଲା ଯୁବ, ଛାତ୍ରଓ ମହିଳା ବିଜେଡିର ଆନ୍ଦୋଳନ ଏବଂ ସଚେତନତା"

ଗୋଳା ବାରୁଦ ଗୋଦାମକୁ ବିରୋଧକରି ଗ୍ରାମବାସୀ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ

କୋରାପୁଟ ; ତା୦୭-୦୯-୧୮(ଓଡିଆ ପୁଅ/ରଂଜନ କୁମାର ଦାସ) କୋଟପାଡ ବ୍ଲକ ଅନ୍ତର୍ଗତ କୁସୁମି ଗ୍ରାମପଂଚାୟତର ସାରିଗୁଡାଠାରେ ପ୍ରସ୍ତାବିତ ଗୋଳାବାରୁଦ ଗୋଦାମ ଗୃହ ନିର୍ମାଣକୁ ବିରୋଧ କରି ଆଜି ଶତାଧିକ ଗ୍ରାମବାସୀ ବିଶେଷକରି ମହିଳାମାନେ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଥିବା ଜଣାପଡିଛି।ସାରିଗୁଡା ଗ୍ରାମଠାରୁ ୪୦୦ ମି ଦୂରେ ଗୋଳାବାରୁଦ ଗୋଦାମ କରିବାକୁ ପଲ୍ଲିସଭା କରାଯାଇଥିଲା କିନ୍ତୁ ଗ୍ରାମବାସୀ ଏହାକୁ ବିରୋଧ କରିଥିଲେ।ପରବର୍ତି ସମୟରେ ଉକ୍ତ ସଂସ୍ଥା ଉକ୍ତ ସ୍ଥାନରେ ବାଲି ପକେଇଥିବାରୁ ଗ୍ରାମବାସୀମାନେ ଏହାକୁ ବନ୍ଦ କରିବାକୁ କୋରାପୁଟ ଜିଲ୍ଲାପାଳଙ୍କୁ ଭେଟିବାକୁ ଆସିଥିଲେ। ଏହି ଗୋଦାମ ନିର୍ମାଣ ହେଲେ ଗ୍ରାମର ପରିବେଶ ଓ ପରମ୍ପରା ଉପରେ ପ୍ରଭାବ ପକେଇବ ବୋଲି ଗ୍ରାମର ଦେବୀ ଶଂକର ବ୍ରହ୍ମା ପ୍ରକାଶ କରିଥିଲେ।ଗତ…

"ଗୋଳା ବାରୁଦ ଗୋଦାମକୁ ବିରୋଧକରି ଗ୍ରାମବାସୀ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ"

ଅବିଭକ୍ତ କୋରାପୁଟ ଜିଲ୍ଲା ବିଜୁ ଯୁବବାହିନୀ କାର୍ଯ୍ୟକର୍ତ୍ତାଙ୍କୁ ତାଲିମ ପ୍ରଦାନ

କୋରାପୁଟ ; ତା୦୭-୦୯-୧୮(ଓଡିଆ ପୁଅ/ରଂଜନ କୁମାର ଦାସ) ଅବିଭିକ୍ତ କୋରାପୁଟ ଜିଲ୍ଲା ବିଜୁ ଯୁବ ବାହିନୀ କର୍ମକର୍ତାଙ୍କୁ କୋରାପୁଟଠାରେ ଦିନିକିଆ ତାଲିମ ପ୍ରଦାନ କରାଯାଇଥିବା ଜଣାପଡିଛି।ସ୍ଥାନୀୟ ମୂର୍ତିକା ସଂରକ୍ଷଣ ତାଲିମ ସଭାଗୃହଠାରେ ଆୟୋଜିତ ତାଲିମ ଶିବିରରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଦେବେନ କୁମାର ପ୍ରଧାନ ମୁଖ୍ୟ ଅତିଥିଭାବେ ଯୋଗଦେଇ ଉଦଘାଟନ କରିଥିଲେ।ବିଜୁ ଯୁବ ବାହିନିର ସଂଯୋଜକ, ପ୍ରକଳ୍ପ ଅଧିକାରୀ ଓ ୪ ଟି ଜିଲ୍ଲାର କ୍ରୀଡା ଅଧିକାରୀମାନେ ଯୋଗଦେଇଥିଲେ ବୋଲି ଜଣାପଡିଛି।କାର୍ଯ୍ୟକ୍ରମକୁ ଏପିଡି ହିମାଂଶୁ ଶତପଥି ପରିଚାଳନା କରିଥିବା ବେଳେ ରାଜ୍ୟ ପ୍ରକଳ୍ପ ଅଧିକାରୀ ଡ.ପ୍ରବୀର ମିଶ୍ର ଓ ପ୍ରବିନ ବେବର୍ତା ଯୋଗଦେଇ ବିଜୁ ଯୁବ ବାହିନୀର କାର୍ଯ୍ୟକ୍ରମ ଉପରେ ଆଲୋକପାତ…

"ଅବିଭକ୍ତ କୋରାପୁଟ ଜିଲ୍ଲା ବିଜୁ ଯୁବବାହିନୀ କାର୍ଯ୍ୟକର୍ତ୍ତାଙ୍କୁ ତାଲିମ ପ୍ରଦାନ"

ଚାରା ଘୋଟାଲାର ଦୋଷୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଜିଲ୍ଲା ବିଜେପିର ଏସପିଙ୍କୁ ଏତଲା ପ୍ରଦାନ

କୋରାପୁଟ ;ତା୦୭-୦୯-୧୮(ଓଡିଆ ପୁଅ/ରଂଜନ କୁମାର ଦାସ) ମହାତ୍ମାଗାନ୍ଧି ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ ଉଦ୍ୟାନ ବିଭାଗରେ ଚାରା ଘୋଟାଲା ହୋଇଥିବା ଅଭିଯୋଗ ଆସିବା ପରେ କୋରାପୁଟ ଜିଲ୍ଲା ବିଜେପି ତରଫରୁ ଘୋଟାଲାରେ ଅଭିଯୁକ୍ତ ନେତା ଓ ଅଧିକାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଏକ ଏତଲା କୋରାପୁଟ ଏସପି ଡାକ୍ତର କନଓାର ବିଶାଳ ସିଂଙ୍କୁ ପ୍ରଦାନ କରାଯାଇଛି।କୋରାପୁଟ ଜିଲ୍ଲା ବିଜେପି ସଭାପତି ବିଜୟ କୁମାର ମିଶ୍ରଙ୍କ ଅଧ୍ୟକ୍ଷତାରେ କର୍ମିମାନେ ଏକ ଶୋଭାଯାତ୍ରାରେ ଏସପିଙ୍କ କାର୍ଯ୍ୟାଳୟକୁ ଯାଇ ଏତଲା ପ୍ରଦାନ କରିଥିଲେ।ଏହି ଯୋଜନାର ସୁଫଳ ହିତାଧିକାରୀଙ୍କୁ ମିଳିବା ପରିବର୍ତେ ଶାସକ ବିଜେଡିର ପୃଷ୍ଠପୋଷକତାରେ ଜିଲ୍ଲାର ପ୍ରଶାସନିକ କଳକୁ ବ୍ୟବହାର କରାଯାଇ ବିପୁଳ ଅର୍ଥ ହେରଫେର ହେଉଥିବା…

"ଚାରା ଘୋଟାଲାର ଦୋଷୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଜିଲ୍ଲା ବିଜେପିର ଏସପିଙ୍କୁ ଏତଲା ପ୍ରଦାନ"

ଜାତୀୟ ପୁରସ୍କାର ପ୍ରାପ୍ତ ଶିକ୍ଷକ ଓମ୍ ପ୍ରକାଶ ମିଶ୍ରଙ୍କୁ ସମ୍ବର୍ଧିତ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲୀ/ଭୁବନେଶ୍ୱର, ୬ ସେପ୍ଟେମ୍ବର (ଓଡ଼ିଆ ପୁଅ) -ଜାତୀୟ ପୁରସ୍କାର ପ୍ରାପ୍ତ ଶିକ୍ଷକ ଓମ୍ ପ୍ରକାଶ ମିଶ୍ରଙ୍କୁ ସମ୍ବର୍ଧିତ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଆଜି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନଙ୍କ ନୂଆଦିଲୀ ସ୍ଥିତ ସରକାରୀ ବାସଭବନରେ ଶିକ୍ଷକ ଶ୍ରୀ ମିଶ୍ରଙ୍କୁ ସମ୍ବର୍ଧିତ କରିବା ସହ ତାଙ୍କର ମହତ କାମ ପାଇଁ ତାଙ୍କୁ ସାଧୁବାଦ ଦେଇଥିଲେ। ଏ ଅବସରରେ ଶ୍ରୀ ପ୍ରଧାନ କହିଥିଲେ ଯେ, ଶିକ୍ଷକ ଶ୍ରୀ ମିଶ୍ର ସବୁ ଓଡିଆଙ୍କ ପାଇଁ ପ୍ରେରଣାର ବ୍ୟକ୍ତିତ୍ୱ। ଆମ ସମସ୍ତଙ୍କ ପାଇଁ ସେ ଗୌରବ ଆଣିଲେ। ପ୍ରାଥମିକ ଶିକ୍ଷାର କିପରି ବିକାଶ ହୋଇପାରିବ ତାହର ବ୍ଲୁପ୍ରିଂଟ ତାଙ୍କ ପାଖରେ ଅଛି। ଶ୍ରୀ ମିଶ୍ର ଦମ୍ପତିଙ୍କ ସହ ଆଲୋଚନା ସମୟରେ ତାଙ୍କ…

"ଜାତୀୟ ପୁରସ୍କାର ପ୍ରାପ୍ତ ଶିକ୍ଷକ ଓମ୍ ପ୍ରକାଶ ମିଶ୍ରଙ୍କୁ ସମ୍ବର୍ଧିତ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ"

କେରଳ ବନ୍ୟା ପ୍ରପୀଡିତଙ୍କୁ ଅଟୋ ଏସୋସିଏସନର ସହାୟତା

କୋରାପୁଟ ; ତା୦୬-୦୯-୧୮(ଓଡିଆପୁଅ/ରଂଜନ କୁମାର ଦାସ)ସେମିଲିଗୁଡା ସ୍ଥିତ ଦେଓମାଳି ଅଟୋରିକ୍ସା ଏସୋସିଏସନ ପକ୍ଷରୁ କେରଳ ବନ୍ୟା ପ୍ରପୀଡିତ ଲୋକଙ୍କୁ ଆର୍ଥିକ ସହାୟତା ଯୋଗାଇ ଦିଆଯାଇଛି । ଏସୋସିଏସନ୍ ପକ୍ଷରୁ କେରଳ ସରକାରଙ୍କ ଉଦେ୍ଦଶ୍ୟରେ ୧୦ ହଜାର ୫ଟଙ୍କା ପ୍ରଦାନ କରାଯାଇଛି । ଏସୋସିଏସନ ସଭାପତି ଲାଲଚାନ୍ଦ୍ ବେନ୍ୟା,ସମ୍ପାଦକ ଜୋଶେଫ୍ ହନ୍ତାଳ,କୋଷାଧ୍ୟକ୍ଷ ପ୍ରଦୀପ ଖୋସ୍ଲା,ଉପ-ସଭାପତି କମୋଳ ଲୋଚନ ,ଲଛମନ ମଣ୍ଡଳ,ଅଜିତ ଟାକ୍ରୀ ଓ ସୋନା ସଡାପେଲି ପ୍ରମୁଖ ଜିଲା ଜରୁରୀ କାଳୀନ ଅଧିକାରୀ ଦେବବ୍ରତ କରାତିଙ୍କୁ ସହାୟତା ରାଶିର ଡ୍ରାଫ୍ଟ ପ୍ରଦାନ କରିଥିଲେ ।

"କେରଳ ବନ୍ୟା ପ୍ରପୀଡିତଙ୍କୁ ଅଟୋ ଏସୋସିଏସନର ସହାୟତା"

ତୈଳଦର ବୃଦ୍ଧି ପ୍ରତିବାଦରେ ୮ ରେ ଜିଲ୍ଲାର ସମସ୍ତ ପମ୍ପଠାରେ ବିଜେଡିର ୨ ଘ. ଧାରଣା

କୋରାପୁଟ ; ତା୦୬-୦୯-୧୮(ଓଡିଆପୁଅ /ରଂଜନ କୁମାର ଦାସ) ତୈଳଦର ବୃଦ୍ଧି ପ୍ରତିବାଦରେ ଆସନ୍ତା ୮ ତାରିଖଦିନ ଜିଲ୍ଲାର ସମସ୍ତ ପେଟ୍ରୋଲ ପମ୍ପଠାରେ ବିଜେଡିର ୨ ଘ .ପର୍ଯ୍ୟନ୍ତ ଶାନ୍ତିପୂର୍ଣ୍ଣ ଧାରଣା ଦିଆଯିବ ବୋଲି ଜଣାପଡିଛି ।କୋରାପୁଟ ଜିଲ୍ଲା ଯୁବ ବିଜେଡି ସଭାପତି ଅମିତ ଅଗ୍ରଓାଲଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ବିଜୁ ପାଠାଗାରଠାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି ।ଏହି ବୈଠକରେ ପୂର୍ବତନ ବିଧାୟକ ଗୁପ୍ର ପ୍ରସାଦ ଦାଶ , ଜିଲ୍ଲା ବିଜେଡି ଉପସଭାପତି ତ୍ରୀପୁରାରୀ ଗରଡା ,ରାଜ୍ୟ ଯୁବ ବିଜେଡି ସଂପାଦକ ଧର୍ମେନ୍ଦ୍ର ଅଧିକାରୀ ,ଜିଲ୍ଲା ଛାତ୍ର ବିଜେଡି ସଭାପତି ଶିବରାଜ କନ୍ଧପାନ , ମହିଳା ନେତ୍ରୀ ପଦ୍ମିନୀ ଦିଆନ, ରଘୁରାମ ମାଛ. ନିର୍ମଳ ମହାନ୍ତି…

"ତୈଳଦର ବୃଦ୍ଧି ପ୍ରତିବାଦରେ ୮ ରେ ଜିଲ୍ଲାର ସମସ୍ତ ପମ୍ପଠାରେ ବିଜେଡିର ୨ ଘ. ଧାରଣା"