କୁନ୍ଦୁଲୀ ଘଟଣାର ସିବିଆଇ ତଦନ୍ତ ଦାବି କଲେ ଗିରୀଧର ଗମାଙ୍ଗୋ

– ସମ୍ବିଧାନର ୫ମ ଅନୁଚ୍ଛେଦ ଅନୁଯାୟୀ ରାଜ୍ୟପାଳ କୁନ୍ଦୁଲୀ ଘଟଣାରେ ହସ୍ତକ୍ଷେପ କରି ସିବିଆଇ ତଦନ୍ତ କରାଇବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦିଅନ୍ତୁ : ଡ.ଗିରୀଧର ଗମାଙ୍ଗୋ ଭୁବନେଶ୍ୱର, ତା, ୧୦/୦୨(ଓଡ଼ିଆ ପୁଅ): ବହୁ ଚର୍ଚ୍ଚିତ କୁନ୍ଦିଲୀ ନାବାଳିକା ଗଣଦୁଷ୍କର୍ମ ଘଟଣା ଏବଂ ନ୍ୟାୟ ପାଇବାରେ ବିଫଳ ହୋଇ ଦଳିତ ପୀଡିତାଜଣକ ଶେଷରେ ପ୍ରାଣ ହରାଇବା ଘଟଣା ସମଗ୍ର ସଭ୍ୟ ସମାଜ ପାଇଁ ଅତ୍ୟନ୍ତ ଲଜ୍ଜାଜନକ ଓ ଦୁଃଖଦାୟକ। ଅନ୍ୟ ପଟେ ରାଜ୍ୟ ସରକାରଙ୍କ ନିଷ୍କ୍ରିୟତା କାରଣରୁ ପୀଡିତାର ପରିବାରବର୍ଗ ନ୍ୟାୟ ପାଇବାରେ ବଂଚିତ ହୋଇଛନ୍ତି। ଏଭଳି ଏକ ସମ୍ବେଦନଶୀଳ ଘଟଣା ପ୍ରସଙ୍ଗରେ ମାନ୍ୟବର ରାଜ୍ୟପାଳ ତୁରନ୍ତ ହସ୍ତକ୍ଷେପ କରିବାକୁ ପୂର୍ବତନ ମୁଖ୍ୟମନ୍ତ୍ରୀ ଡ.ଗିରିଧର ଗମାଙ୍ଗୋ…

"କୁନ୍ଦୁଲୀ ଘଟଣାର ସିବିଆଇ ତଦନ୍ତ ଦାବି କଲେ ଗିରୀଧର ଗମାଙ୍ଗୋ"

କୁନ୍ଦୁଲି ଗଣଦୁଷ୍କର୍ମ ମାମଲାରେ ପୀଡିତାଙ୍କୁ ନ୍ୟାୟ ପ୍ରସଙ୍ଗ କୋର୍ଟ ମନିଟରଡ୍ ଏସଆଇଟି ବଦଳରେ ମୁଖ୍ୟମନ୍ତ୍ରୀ ଏକତରଫା ଭାବେ କେବଳ ଏସ୍ଆଇଟିରେ ଏହି ତଦନ୍ତକୁ ସୀମିତ କରିବାକୁ ଅପଚେଷ୍ଟା କରୁଛନ୍ତି : ଧର୍ମେନ୍ଦ୍ର ପ୍ରଧାନ

– ମୁଖ୍ୟମନ୍ତ୍ରୀ ନୈତିକତା ଦୃଷ୍ଟିରୁ ଇସ୍ତଫା ଦେବା ସହ ତୁରନ୍ତ ସିବିଆଇ ତଦନ୍ତ କରିବାକୁ ନିର୍ଦ୍ଦେଶ ଦିଅନ୍ତୁ – ଓଡିଶାର ପୋଲିସ୍ ମୁଖ୍ୟଙ୍କ ନାଁରେ ଲାଂଚ ଦେଇ ପାଟି ଚୁପ୍ କରିବାର ଅଭିଯୋଗ ଖୋଦ୍ ପୀଡିତା ଆଣିଥିବାରୁ ତାଙ୍କ ବିରୁଦ୍ଧରେ କେସ୍ କରନ୍ତୁ ରାଜ୍ୟ ସରକାର – ପୀଡିତାଙ୍କ ପରିବାର ବାରମ୍ବାର ପୋଲିସ୍ ଆତ୍ମହତ୍ୟା ପରେ ସୁଇସାଇଡ୍ ନୋଟ୍ କୁ ନଷ୍ଟ କରିଦେବାର ଅଭିଯୋଗ ଆଣିଛି – କ୍ରାଇମବ୍ରାଂଚ ପ୍ରମାଣ ନଷ୍ଟ କରିବାକୁ ଚେଷ୍ଟା କରିବାର ସଙ୍ଗୀନ ଅଭିଯୋଗ ଲାଗିଛି – ଆଇନ ଶୃଙ୍ଖଳା ରାଜ୍ୟ ସରକାରଙ୍କ ବିଷୟ। ମାତ୍ର ନିଜର ଅପାରଗତା ଲୁଚାଇବାକୁ କେନ୍ଦ୍ର ଗୃହ ବିଭାଗ ତଦନ୍ତ ପ୍ରସଙ୍ଗ ଉଠାଉଛନ୍ତି ରାଜ୍ୟ ସରକାର…

"କୁନ୍ଦୁଲି ଗଣଦୁଷ୍କର୍ମ ମାମଲାରେ ପୀଡିତାଙ୍କୁ ନ୍ୟାୟ ପ୍ରସଙ୍ଗ କୋର୍ଟ ମନିଟରଡ୍ ଏସଆଇଟି ବଦଳରେ ମୁଖ୍ୟମନ୍ତ୍ରୀ ଏକତରଫା ଭାବେ କେବଳ ଏସ୍ଆଇଟିରେ ଏହି ତଦନ୍ତକୁ ସୀମିତ କରିବାକୁ ଅପଚେଷ୍ଟା କରୁଛନ୍ତି : ଧର୍ମେନ୍ଦ୍ର ପ୍ରଧାନ"

କୁନ୍ଦୁଲି ଗଣ ବଳାତ୍କାର ମାମଲାରେ SIT ତଦନ୍ତ ପାଇଁ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ୱର ୭-୨ (ଓଡ଼ିଆ ପୁଅ) “କୁନ୍ଦୁଲି ଗଣ ବଳାତ୍କାର ମାମଲା ଏକ ଦୁଖଦ ଘଟଣା ଅଟେ।ଆଇନ୍ ଉପରେ ମୋର ଦୃଢ଼ ଵିଶ୍ଵାସ ଅଛି। ନ୍ୟାୟ, ଭୟ କିମ୍ବା ପକ୍ଷର ବିନା ଆଇନ୍ ତା’ ବାଟରେ ଯିବା ଆବଶ୍ୟକ” ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଅପରାଧ ଶାଖା କ୍ରାଇମ୍ ବ୍ରାଞ୍ଚକୁ ଏହି ମାମଲାରେ ତଦନ୍ତ ସ୍ଥାନାଂତରିତ କରିବା ବ୍ୟତୀତ, ରାଜ୍ୟ ସରକାର ଉଚ୍ଚ ନ୍ୟାୟାଳୟ ଦ୍ଵାରା ମନୋନୀତ ଜଣେ ବିଚାରପତିଙ୍କ ଅଧ୍ୟକ୍ଷତାରେ ଏକ ସ୍ଵତନ୍ତ୍ର ନ୍ୟାୟିକ ତଦନ୍ତର (SIT ତଦନ୍ତ ପାଇଁ) ମଧ୍ୟ ସ୍ଥାପନା କରିଛନ୍ତି। ପୀଡ଼ିତା ଙ୍କର ମୃତ୍ୟୁ ପରେ ମାମଲାରେ ଅସାଧାରଣ ପରିସ୍ଥିତି ହେବା କାରଣରୁ, ଉଚିତ ନ୍ୟାୟ ଏବଂ ମହିଳାଙ୍କର ସୁରକ୍ଷା ଏବଂ ସମ୍ମାନ…

"କୁନ୍ଦୁଲି ଗଣ ବଳାତ୍କାର ମାମଲାରେ SIT ତଦନ୍ତ ପାଇଁ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ"

ରାଇସିଂ ଗ୍ରାମ ପଞ୍ଚାୟତ ନିକଟ ହାଟ ପଦା ଠାରେ ମାଓ ବ୍ୟାନର

କୋରପୁଟ:୬/୨/୧୮(ଓଡ଼ିଆ ପୁଅ/ଅଭିନାଶ ଜାନାମ)କୋରାପୁଟ ଜିଲ୍ଲାର ନନ୍ଦପୁର ବ୍ଲକର ରାଇସିଂ ଗ୍ରାମପଂଚାୟତ ହାଟ ପଦା ଠାରେ ମାଓ ବ୍ୟାନର ଓ ପୋଷ୍ଟର ଓଡ଼ିଆ ଭାଷା ଓ ତେଲୁଗୁ ଭାଷାରେ ଦେଖିବାକୁ ମିଳିଛି। କୁନ୍ଦୁଲି ପିଡ଼ିତାକୁ ନବୀନ ସରକାର ଓ ପୋଲିସ ପ୍ରଶାସନର ଦାଇତ୍ଵ ହୀନତା ହିଁ କୁନ୍ଦୁଲି ପିଡ଼ିତାଙ୍କୁ ଆତ୍ମହତ୍ୟା କରିବାକୁ ବାଧ୍ୟ କଲେ ଓ ୪ ଜଣ ଯବାନଙ୍କୁ ଗିରଫ କରିବା ସହ ଜିଲ୍ଲାପାଳ, ଏସ୍ପି ଏବଂ ଡିଆଇଜିଙ୍କୁ ବରଖାସ୍ତ କରିବା ବ୍ୟାନର ମାଧ୍ୟମରେ ଆହ୍ୱାନ ଦେଇଛନ୍ତି। ବ୍ୟାନରରେ (ସିପିଆଇ ମାଓବାଦୀ) ଶ୍ରୀକାକୁଲମ-କୋରପୁଟ ଡିଭିଜନଲ କମିଟି ପକ୍ଷରୁ ଆହ୍ୱାନ ଦିଆଯାଇଛି ବୋଲି ଏହି ବ୍ୟାନରରେ ଉଲ୍ଲେଖ ରହିଛି। ଏହି ବ୍ୟାନର ଓ ପୋଷ୍ଟରରେ ଜନସେନା ନଥିଲେ…

"ରାଇସିଂ ଗ୍ରାମ ପଞ୍ଚାୟତ ନିକଟ ହାଟ ପଦା ଠାରେ ମାଓ ବ୍ୟାନର"

କେନ୍ଦ୍ରୀୟ ପ୍ରତିନିଧୀଦଳ କୁନ୍ଦୁଲି ଗଣଦୁଷ୍କର୍ମ ପୀଡିତାଙ୍କ ପରିବାର ଲୋକଙ୍କୁ ଭେଟି ଆଲୋଚନା କଲେ

କେନ୍ଦ୍ରୀୟ ପ୍ରତିନିଧୀଦଳଙ୍କ ମାଧ୍ୟମରେ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖି ନ୍ୟାୟ ମାଗିଲେ ପୀଡିତାଙ୍କ ମା’ ଭୁବନେଶ୍ୱର, ତା ୦୪/୦୨ (ଓଡ଼ିଆ ପୁଅ) : ମୋ ଝିଅକୁ ମୋ କୋଳକୁ କିଏ ଫେରାଇ ଆଣିବ ? ମୋ ଝିଅକୁ କିଏ ନ୍ୟାୟ ଦେବ ? ମୋର ପଇସା ପଇସା ଦରକାର ନାହିଁ। ମୋର କୈାଣସି ସହାୟତା ବି ଲୋଡା ନାହିଁ। ପୋଲିସ ମାନେ ହିଁ ମୋ ଝିଅକୁ ମାରିଦେଇଛନ୍ତି। ମାନସିକ ନିର୍ଯ୍ୟାତନା ବି ଦେଇଛନ୍ତି। ସେମାନେ ମୋ ଝିଅକୁ ମାଡ ମାରିଛନ୍ତି। ଆମକୁ ପଇସା ଦେଇ ମୁହଁ ବନ୍ଦ କରିବାକୁ ଧମକ ଦେବା ସହ ଆମ ଉପରେ ଅକଥନୀୟ ଅତ୍ୟାଚାର କରିଛନ୍ତି। ସବୁଠି ଅଭିଯୋଗ କରି ବିଫଳ ହେଇଛି।…

"କେନ୍ଦ୍ରୀୟ ପ୍ରତିନିଧୀଦଳ କୁନ୍ଦୁଲି ଗଣଦୁଷ୍କର୍ମ ପୀଡିତାଙ୍କ ପରିବାର ଲୋକଙ୍କୁ ଭେଟି ଆଲୋଚନା କଲେ"

କୁନ୍ଦୁଲି ଗଣ ଦୁଷ୍କର୍ମ ମାମଲାରେ ସୁଇସାଇଡ ନୋଟକୁ ରାଜ୍ୟ ପୋଲିସ ନଷ୍ଟ କରିବାର ଅଭିଯୋଗ ଆଣିଲେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

– ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ସହ ସିବିଆଇ ତଦନ୍ତ ଦାବି ଦୋହରାଇଲେ – ସୁଇସାଇଡ ନୋଟ ନଷ୍ଟ କରିବାକୁ ସ୍ଥାନୀୟ ପୋଲିସ ଓ ଏସପିଙ୍କ ଉପରେ ପକା ଯାଇଥିଲା ଅହେତୁକ ଚାପ – ଏହି ସୁଇସାଇଡ ନୋଟ ଟି ଥିଲେ ସସ୍ମିତା ଜୀବନରେ ନ ଥିଲେ ମଧ୍ୟ ତାଙ୍କୁ ଓ ତାଙ୍କ ପରିବାରକୁ ନ୍ୟାୟ ମିଳିବାର ପଥ ସୁଗମ ହୋଇ ଥାନ୍ତା – ବହୁ ବଡ ଲୋକ ଆତ୍ମହତ୍ୟା ପାଇଁ ବାଧ୍ୟବାଧକତା ପରିସ୍ଥିତି ସୃଷ୍ଟି କରିଥିବା ଅଭିଯୋଗରେ ଦୋଷୀ ସାବ୍ୟସ୍ତ ହୋଇଥାନ୍ତେ – ଏହି ମାମଲାରେ ମୁଖ୍ୟମନ୍ତ୍ରୀ ଦୁଃଖ ପ୍ରକାଶ କରି ନିଜର କର୍ତବ୍ୟ ଶେଷ କରି ଥିବା ବେଳେ ତଦନ୍ତର ଅଗ୍ରଗତି ପାଇଁ କାହିଁକି କରି…

"କୁନ୍ଦୁଲି ଗଣ ଦୁଷ୍କର୍ମ ମାମଲାରେ ସୁଇସାଇଡ ନୋଟକୁ ରାଜ୍ୟ ପୋଲିସ ନଷ୍ଟ କରିବାର ଅଭିଯୋଗ ଆଣିଲେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ"

କୁନ୍ଦୁଲି ଘଟଣାର ସିବିଆଇ ତଦନ୍ତ ଦାବି କଲେ ବଲିଉଡ୍ ଅଭିନେତ୍ରୀ ତଥା ପୂର୍ବତନ ସାଂସଦ ଜୟପ୍ରଦା

ପୁରୀ ୪-୨ (ଓଡ଼ିଆ ପୁଅ) ବଲିଉଡ୍ ଅଭିନେତ୍ରୀ ତଥା ପୂର୍ବତନ ସାଂସଦ ଜୟପ୍ରଦା ଓଡ଼ିଶାରେ ଗସ୍ତରେ ଆସି ପୁରୀରେ ଜଗନ୍ନାଥ ମନ୍ଦିରକୁ ଯାଇ ଦର୍ଶନ କରିଛନ୍ତି। ତାଙ୍କ ଗସ୍ତ ସମୟରେ ସାମ୍ବାଦିକ ମାନଙ୍କୁ କୁନ୍ଦୁଲି ଘଟଣାର ସିବିଆଇ ତଦନ୍ତ ପାଇଁ ଦାବି କରିବା ସହିତ ସେ କହିଛନ୍ତିଯେ, ଉତ୍ତର ପ୍ରଦେଶ ଠାରୁ ଓଡ଼ିଶା ପର୍ଯ୍ୟନ୍ତ ସବୁସ୍ଥାନରେ ନାରୀମାନଙ୍କର ପୀଡ଼ିତା। କୁନ୍ଦୁଲି ଘଟଣାର ନିନ୍ଦାସକରିବା ସହିତ ସେ ଏହି ଘଟଣାର ସିବିଆଇ ତଦନ୍ତ ପାଇଁ ଦାବି କରିଛନ୍ତି।

"କୁନ୍ଦୁଲି ଘଟଣାର ସିବିଆଇ ତଦନ୍ତ ଦାବି କଲେ ବଲିଉଡ୍ ଅଭିନେତ୍ରୀ ତଥା ପୂର୍ବତନ ସାଂସଦ ଜୟପ୍ରଦା"

କୁନ୍ଦୁଲି ଗଣଦୁଷ୍କର୍ମ ପୀଡିତାର ମୃତ୍ୟୁ ଘଟଣାର ସରଜମିନ ତଦନ୍ତ ପ୍ରସଂଗରେ: ୩ ଜଣିଆ ବିଜେପି କେନ୍ଦ୍ରୀୟ ତଦନ୍ତ କମିଟି ଆସନ୍ତାକାଲି ଓଡିଶାରେ ପହଂଚିବେ

ଭୁବନେଶ୍ୱର, ତା ୦୧/୦୨ (ଓଡ଼ିଆ ପୁଅ) : କୁନ୍ଦୁଲି ଗଣ ଦୁଷ୍କର୍ମ ପୀଡିତାର ମୃତ୍ୟୁ ଘଟଣାର ସରଜମିନ ତଦନ୍ତ କରିବା ପାଇଁ କେନ୍ଦ୍ରୀୟ ବିଜେପି ପ୍ରତିନିଧି ଦଳର ୩ ଜଣିଆ ସଦସ୍ୟ ଆସନ୍ତକାଲି ଆସି ଓଡିଶାରେ ପହଂଚିବେ। ବିଜେପି ରାଷ୍ଟ୍ରୀୟ ସଭାପତି ଶ୍ରୀ ଅମିତ ଶାହାଙ୍କ ନିର୍ଦ୍ଦେଶ କ୍ରମେ ଗଠିତ ଏହି ପ୍ରତିନିଧି ଦଳରେ ରାଷ୍ଟ୍ରୀୟ ସାଧାରଣ ସଂପାଦିକା ସୁଶ୍ରୀ ସରୋଜ ପାଣ୍ଡେ, ରାଷ୍ଟ୍ରୀୟ ସଂପାଦିକା ତଥା ସାଂସଦ ଜ୍ୟୋତି ଧ୍ରୁବେ ଏବଂ ଲୋକସଭା ସାଂସଦ ଶ୍ରୀମତି ଅଂଜୁ ବାଲା ସଦସ୍ୟା ଅଛନ୍ତି। ୩ ଦିନିଆ ଗସ୍ତରେ ଆସି ଆସନ୍ତା କାଲି ଦିନ୧ଟା ୧୦ ମିନିଟରେ ଏହି ପ୍ରତିନିଧୀ ଦଳ ଭୁବନେଶ୍ୱର ବିମାନବନ୍ଦରରେ ଅବତରଣ କରିବେ।…

"କୁନ୍ଦୁଲି ଗଣଦୁଷ୍କର୍ମ ପୀଡିତାର ମୃତ୍ୟୁ ଘଟଣାର ସରଜମିନ ତଦନ୍ତ ପ୍ରସଂଗରେ: ୩ ଜଣିଆ ବିଜେପି କେନ୍ଦ୍ରୀୟ ତଦନ୍ତ କମିଟି ଆସନ୍ତାକାଲି ଓଡିଶାରେ ପହଂଚିବେ"

ଅଜଣା ରୋଗରେ ତିନିଜଣ ମୃତ ଅନେକ ଆକ୍ରାନ୍ତ

କୋରପୁଟ:୩୦/୧/୧୮(ଓଡ଼ିଆ ପୁଅ/ଅଭିନାଶ ଜାନାମ) କୋରାପୁଟ ଜିଲ୍ଲାର ନନ୍ଦପୁର ବ୍ଲକର ରାଇସିଂ ଗ୍ରାମ ପଂଚାୟତ ଅନ୍ତର୍ଗତ କିଂଜରବା ଗ୍ରାମରେ ଅଜଣା ରୋଗରେ ଆକ୍ରାନ୍ତ ହୋଇ ଗୋଟିଏ ସପ୍ତାହରେ ତିନି ଜଣ ପ୍ରାଣ ହରାଇଥିବା ବେଳେ ଏବେ ଅନେକ ଲୋକ ଆକ୍ରାନ୍ତ ହୋଇଥିବା ଦେଖିବାକୁ ମିଳିଛି। ଗତ ୨୪ ତାରିଖ ଦିନ ଦେବେନ୍ଦ୍ର ଖେମୁଣ୍ଡୁ ୧୮ଙ୍କର ମୃତ୍ୟୁ ହୋଇ ଯାଇଥିଲା। ଏହାର ଦୁଇ ଦିନପରେ ସେହି ଗ୍ରାମର ମହିଳା ଦଶୁ ଖିଲ ୨୭ ତାରିଖ ଦିନ ମୃତ୍ୟୁ ବରଣ କରିଥିଲେ। ଗତକାଲି ରାତିରେ ଅର୍ଜୁନ ଶିସା ନାମକ ୫୫ ବର୍ଷ ମୁତ୍ୟୁ ହୋଇଛି। କିଂଜରବା ଗ୍ରାମ ନିକଟ ପେଟଲ ଗ୍ରାମର ବୟଷ୍କ ମହିଳା ମୃତ୍ୟୁବରଣ କରିଥିବା ଦେଖିବାକୁ ମିଳୁଛି।…

"ଅଜଣା ରୋଗରେ ତିନିଜଣ ମୃତ ଅନେକ ଆକ୍ରାନ୍ତ"

କୁନ୍ଦୁଲୀ ବ୍ଲକ ମୁଷାଗୁଡା ଗାଁରୁ ସରଜମିନ ତଦନ୍ତ କଲା ବିଜେପି ପ୍ରତିନିଧି ଦଳ: ତଦନ୍ତ କରି ଦୋଷୀ ପର୍ଯ୍ୟନ୍ତ ପହଂଚି ନ୍ୟାୟ ଦେବା ବଦଳରେ ମୂଳରୁ ରାଜ୍ୟ ପୋଲିସ ତଦନ୍ତକୁ ବାଟବଣା କରିବା ପାଇଁ ସୁପରିକଳ୍ପିତ ଷଡଯନ୍ତ୍ର କରିଛି : ବିଜେପି

– ରାଜ୍ୟ ପୋଲିସ ଅପରାଧ ଠାରୁ ତଦନ୍ତ ଆରମ୍ଭ କରି ଅପରାଧୀ ପର୍ଯ୍ୟନ୍ତ ପହଂଚିବା ବଦଳରେ ମୂଳରୁ କିଛି ଲୋକଙ୍କୁ ଅପରାଧୀ ଆଖ୍ୟା ଦେଇ ସେମାନେ ଗଣ ଦୁଷ୍କର୍ମ କରିଥିବା ପ୍ରମାଣ କରିବା ପାଇଁ ପ୍ରାଣପଣେ ଉଦ୍ୟମ କରିଥିଲା – ଉଦ୍ୟମରେ ବିଫଳ ହେବା ପରେ ଗଣ ଦୁଷ୍କର୍ମ ହୋଇ ନାହିଁ କହିଥିଲା ପୋଲିସ – କପୋଳକଳ୍ପିତ ଓ ମିଛ କଥାକୁ ପ୍ରଚାର କରି ସଂପୃକ୍ତା ପୀଡିତାକୁ ମାନସିକ ଯନ୍ତ୍ରଣା ଦେଇ ଆତ୍ମହତ୍ୟା କରିବାକୁ ଏକ ବାଧ୍ୟବାଧକତାର ପରିସ୍ଥିତି ସୃଷ୍ଟି କରିଯାଇଥିଲା – କିଛି ଲୋକଙ୍କୁ ଥାନାରେ ଦୀର୍ଘ ଦିନ ଅଟକ ରଖି ଦୁଷ୍କର୍ମ କରିଥିବା ବୟାନ ଦେବା ପାଇଁ ବାଧ୍ୟ କରିବାକୁ ଚେଷ୍ଟା କରାଯାଇଥିଲା…

"କୁନ୍ଦୁଲୀ ବ୍ଲକ ମୁଷାଗୁଡା ଗାଁରୁ ସରଜମିନ ତଦନ୍ତ କଲା ବିଜେପି ପ୍ରତିନିଧି ଦଳ: ତଦନ୍ତ କରି ଦୋଷୀ ପର୍ଯ୍ୟନ୍ତ ପହଂଚି ନ୍ୟାୟ ଦେବା ବଦଳରେ ମୂଳରୁ ରାଜ୍ୟ ପୋଲିସ ତଦନ୍ତକୁ ବାଟବଣା କରିବା ପାଇଁ ସୁପରିକଳ୍ପିତ ଷଡଯନ୍ତ୍ର କରିଛି : ବିଜେପି"