ମଙ୍ଗଳାଯୋଡିରେ ଏଲପିଜି ପଂଚାୟତ ଚିିଲିକାକୁ ବିକଶିତ କରିବା ସହ ଚିଲିକା ଆଧାରିତ ଗାଁ ଗୁଡିକର ଜୀବନ ଜୀବିକା ବିଷୟ ଚିନ୍ତା କରିବା ପାଇଁ ମୋଦି ସରକାର ପ୍ରତିଶ୍ରୁତିବଦ୍ଧ – ଧର୍ମେନ୍ଦ୍ର ପ୍ରଧାନ

– ମଙ୍ଗଳାଯୋଡି ଗାଁ ଚିଲିକା ବିକାଶର ପ୍ରୟୋଗଶାଳା ହେଉ – ଚିଲିକାକୁ ବିଶ୍ୱସ୍ତରୀୟ ପର୍ଯ୍ୟଟନ ସ୍ଥଳ କରିବା ପାଇଁ ଭାରତ ସରକାରଙ୍କ ରାଷ୍ଟ୍ରାୟତ ଉଦ୍ୟୋଗ ଓଏନଜିସି ୟୁନେସ୍କୋ ସହ ମିଶି କାମ କରୁଛି – ଗରୀବ ଲୋକଙ୍କ ଘରେ ଯୋଜନାର ଲାଭ ପହଂଚାଇବା ମୋଦି ସରକାରଙ୍କ ପ୍ରାଥମିକତା ମଙ୍ଗଳାଯୋଡି/ ଭୁବନେଶ୍ୱର, ୦୫ ମଇ (ଓଡ଼ିଆ ପୁଅ) – ଚିଲିକାକୁ ବିକଶିତ କରିବା ସହ ଚିଲିକା ଆଧାରିତ ଗାଁ ଗୁଡିକର ଜୀବନ ଜୀବିକା ବିଷୟ ଚିନ୍ତା କରିବା ପାଇଁ ମୋଦି ସରକାର ପ୍ରତିଶ୍ରୁତିବଦ୍ଧ ଓ ମଙ୍ଗଳାଯୋଡି ଗାଁ ଚିଲିକା ବିକାଶର ପ୍ରୟୋଗଶାଳା ହେଉ ବୋଲି କହିଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଶ୍ରୀ ପ୍ରଧାନ କହିଛନ୍ତି ଯେ…

"ମଙ୍ଗଳାଯୋଡିରେ ଏଲପିଜି ପଂଚାୟତ ଚିିଲିକାକୁ ବିକଶିତ କରିବା ସହ ଚିଲିକା ଆଧାରିତ ଗାଁ ଗୁଡିକର ଜୀବନ ଜୀବିକା ବିଷୟ ଚିନ୍ତା କରିବା ପାଇଁ ମୋଦି ସରକାର ପ୍ରତିଶ୍ରୁତିବଦ୍ଧ – ଧର୍ମେନ୍ଦ୍ର ପ୍ରଧାନ"

“ଚିନ୍ମୟ ବିଚାର ମନ୍ଥନ” ର ଆୟୋଜନ

ଭୁବନେଶ୍ୱର, ତା ୪ା୫ (ଓଡ଼ିଆ ପୁଅ): ଚିନ୍ମୟ ମିଶନର ପ୍ରତିଷ୍ଠାତା ଗୁରୁଦେବ ପରମପୂଜ୍ୟ ସ୍ୱାମୀ ଚିନ୍ମୟାନନ୍ଦଙ୍କର ୧୦୨ତମ ଜୟନ୍ତୀ ପାଳନ ଅବସରରେ ଚିନ୍ମୟ ମିଶନ, ଭୁବନେଶ୍ୱର ତରଫରୁ ରବିନ୍ଦ୍ରମଣ୍ଡପ ଭୁବନେଶ୍ୱରଠାରେ ମଇ ୬ ତାରିଖରୁ ୮ ତାରିଖ ପର୍ଯ୍ୟନ୍ତ ପ୍ରତ୍ୟହ ସନ୍ଧ୍ୟା ୭ଘଟିକାରୁ ୯ ଘଟିକା ପର୍ଯ୍ୟନ୍ତ ୩ଦିବସୀୟ ଆଧ୍ୟାତ୍ମିକ ଆଲୋଚନାଚକ୍ର “ଚିନ୍ମୟ ବିଚାର ମନ୍ଥନ”ର ଆୟୋଜନ କରାଯାଇଛି। ଯାହାର ବିଷୟବସ୍ତୁ ହେଲା – ‘ପ୍ରାଚୀନ ଜ୍ଞାନ ଓ ଆଧୁନିକ ଜୀବନ’। ବାଇବେଲ୍, ଗୀତା, କୋରାନ୍ ରେ ବର୍ଣ୍ଣିତ କର୍ମ, ଭକ୍ତି ଓ ଜ୍ଞାନ ସମ୍ପର୍କରେ ବିଶିଷ୍ଟ ବକ୍ତାଙ୍କର ପ୍ରବଚନ କାର୍ଯ୍ୟକ୍ରମ ସ୍ଥିର କରାଯାଇଛି। ମଇ ୬ ତାରିଖ ପ୍ରଥମ ସନ୍ଧ୍ୟାରେ ଆଲୋଚ୍ୟ ବିଷୟ ହେଲା,…

"“ଚିନ୍ମୟ ବିଚାର ମନ୍ଥନ” ର ଆୟୋଜନ"

ଗ୍ରାମ ସ୍ୱରାଜ ଅଭିଯାନ ଅବସରରେ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମଙ୍କ ଖୋର୍ଦ୍ଧା ଜିଲ୍ଲା, ଚିଲିକା ବ୍ଳକ ଅନ୍ତର୍ଗତ ସାନ ନଇରୀ ଗ୍ରାମରେ ପ୍ରବାସ

– ସାନ ନଇରୀ ଗ୍ରାମର ଗୋଲକ ଚନ୍ଦ୍ର ବେହେରାଙ୍କ ଘରେ ରାତ୍ର ଭୋଜନ ଏବଂ ରାତ୍ରୀ ଯାପନ – କେନ୍ଦ୍ର ସରକାରଙ୍କ ସବୁ ଗ୍ରାମାଭିମୁଖୀ ଜନକଲ୍ୟାଣ ଯୋଜନା ଗୁଡ଼ିକ ସଠିକ ଭାବରେ ଲୋକଙ୍କ ପାଖରେ ପହଂଚିବା ଉଚିତ – ଜୁଏଲ ଓରାମ ଭୁବନେଶ୍ୱର, ତା.୪.୫.୨୦୧୮ (ଓଡ଼ିଆ ପୁଅ) କେନ୍ଦ୍ର ସରକାରଙ୍କ ଦେଶ ବ୍ୟାପୀ ଗ୍ରାମ ସ୍ୱରାଜ ଅଭିଯାନ ଅବସରରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ଜୁଏଲ ଓରାମ ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଳକ ଅନ୍ତର୍ଗତ ସାନ ନଇରୀ ଗ୍ରାମକୁ ଗସ୍ତ କରିଥିଲେ। ମନ୍ତ୍ରୀ ଶ୍ରୀ ଓରାମ ଗତକାଲି ଗୁରୁବାର ଦିନ ସାନ ନଇରୀ ଗ୍ରାମର ଗୋଲକ ବେହେରାଙ୍କ ଘରେ ରାତ୍ରୀ ଭୋଜନ କରିବା ସହିତ ରାତ୍ରୀ ଯାପନ ମଧ୍ୟ…

"ଗ୍ରାମ ସ୍ୱରାଜ ଅଭିଯାନ ଅବସରରେ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମଙ୍କ ଖୋର୍ଦ୍ଧା ଜିଲ୍ଲା, ଚିଲିକା ବ୍ଳକ ଅନ୍ତର୍ଗତ ସାନ ନଇରୀ ଗ୍ରାମରେ ପ୍ରବାସ"

ଖୋର୍ଦ୍ଧା କପ୍ ଟି-୨୦ କ୍ରିକେଟ୍: ମୁକ୍ତେଶ୍ୱର କ୍ଲବ ଭୁବନେଶ୍ୱରକୁ ହରାଇ ରାଉରକେଲା ଏକାଦଶ ଫାଇନାଲରେ

ଖୋର୍ଦ୍ଧା, ୨୧/୪ (ଓଡ଼ିଆ ପୁଅ) -କ୍ରିକେଟ୍ ଆସୋସିଏସନ୍ ଅଫ ଡ଼ିଷ୍ଟ୍ରିକ୍ଟ୍ ଖୋର୍ଦ୍ଧା ଆନୁକୂଲ୍ୟରେ ବିଜେବି ହାଇସ୍କୁଲ ମିନି ଷ୍ଟାଡ଼ିୟମରେ ଚାଲିଥିବା ୩ୟ ରାତ୍ରିକାଳୀନ ସର୍ବଭାରତୀୟ ଖୋର୍ଦ୍ଧା କପ୍ ଟି-୨୦ କ୍ରିକେଟ୍ର ଦ୍ୱିତୀୟ ସେମି ଫାଇନାଲ ମ୍ୟାଚ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁକ୍ତେଶ୍ୱର ସ୍ପୋଟିଂକୁ ୬ ୱିକେଟ୍ରେ ହରାଇ ରାଉରକେଲା ଏକାଦଶ ଫାଇନାଲରେ ପ୍ରବେଶ କରିଛି। ଆଜି ମ୍ୟାଚ୍ର ଆରମ୍ଭରେ ପୂର୍ବତନ ରାଜ୍ୟସଭା ସାଂସଦ ଦିଲ୍ଲୀପ ତିର୍କୀ ଯୋଗଦେଇ ମିନି ଷ୍ଟାଡ଼ିୟମ ପରିସରରେ ଏକ ମଲଟିଜିମ୍କୁ ଉଦ୍ଘାଟନ କରିଥିଲେ। ରାଉରକେଲା ଏକାଦଶ ଦଳ ଟସ୍ରେ ଜିତି ବୋଲିଂ କରିବାକୁ ନିଷ୍ପତି ନେଇଥିଲେ। ମୁକ୍ତେଶ୍ୱର ଦଳ ବ୍ୟାଟିଂ ଆରମ୍ଭ କରି ନିର୍ଦ୍ଧାରିତ ୨୦ଓଭରରେ ୭ ୱିକେଟ୍ ହରାଇ ୧୩୦ରନ୍…

"ଖୋର୍ଦ୍ଧା କପ୍ ଟି-୨୦ କ୍ରିକେଟ୍: ମୁକ୍ତେଶ୍ୱର କ୍ଲବ ଭୁବନେଶ୍ୱରକୁ ହରାଇ ରାଉରକେଲା ଏକାଦଶ ଫାଇନାଲରେ"

ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମ ୧ କୋଟି ୪୨ ଲକ୍ଷ ଟଙ୍କାର ୩୦ଟି ପ୍ରକଳ୍ପ ସରପଞ୍ଚଙ୍କ ପ୍ରସ୍ତାବକୁ ମଂଜୁରୀ ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର ୨୧-୪ (ଓଡ଼ିଆ ପୁଅ) ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଖୋର୍ଦ୍ଧା ଜିଲ୍ଲାର ରାଜସ୍ୱ ଗ୍ରାମ ପଞ୍ଚାୟତ, ନୂଆପଡ଼ା ଜିଲ୍ଲାର କୋମନା ଗ୍ରାମ ପଞ୍ଚାୟତ, ଭଦ୍ରକ ଜିଲ୍ଲାର ଇରମ ଗ୍ରାମ ପଞ୍ଚାୟତ ଓ ରାୟଗଡା ଜିଲ୍ଲାର କୁଜେନ୍ଦ୍ର ଗ୍ରାମ ପଞ୍ଚାୟତ ପାଇଁ ୧ କୋଟି ୪୨ ଲକ୍ଷ ଟଙ୍କାର ୩୦ଟି ପ୍ରକଳ୍ପକୁ ମଞ୍ଜୁରୀ ଦେଇଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଗ୍ରାମ ବିକାଶ କାର୍ଯ୍ୟକ୍ରମର ସଫଳତା ପାଇଁ ଲୋକଙ୍କ ସହଯୋଗ ଲୋଡିବା ସହିତ ମଞ୍ଜୁର ହୋଇଥିବା ପ୍ରକଳ୍ପ ଗୁଡିକର କାର୍ଯ୍ୟକୁ ଶୀଘ୍ର ଏବଂ ଭଲ ଭାବରେ କରିବା ପାଇଁ ପରାମର୍ଶ ଦେଇଥିଲେ। ଏହି ପ୍ରକଳ୍ପ ଗୁଡିକ…

"ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମ ୧ କୋଟି ୪୨ ଲକ୍ଷ ଟଙ୍କାର ୩୦ଟି ପ୍ରକଳ୍ପ ସରପଞ୍ଚଙ୍କ ପ୍ରସ୍ତାବକୁ ମଂଜୁରୀ ଦେଲେ ମୁଖ୍ୟମନ୍ତ୍ରୀ"

ଖୋର୍ଦ୍ଧା କପ୍ ଟି-୨୦ କ୍ରିକେଟ୍ ଛତିଶଗଡ କ୍ଲବକୁ ହରାଇ ମୁକ୍ତେଶ୍ୱର କ୍ଲବ ସେମିରେ

ଖୋର୍ଦ୍ଧା, ୧୯/୪ (ଓଡ଼ିଆ ପୁଅ)-ବିଜେବି ହାଇସ୍କୁଲ ପଡ଼ିଆରେ ଚାଲିଥିବା ୩ୟ ରାତ୍ରିକାଳୀନ ସର୍ବଭାରତୀୟ ଖୋର୍ଦ୍ଧା କପ୍ ଟି-୨୦ କ୍ରିକେଟ୍ର ଦ୍ୱିତୀୟ ଗ୍ରୁପ୍ ମ୍ୟାଚ୍ ଆଜି ଠାରୁ ଆରମ୍ଭ ହୋଇଛି। ଏଥିରେ ଛତିଶଗଡ଼ ଏକାଦଶକୁ ୪୨ରନ୍ରେ ହରାଇ ମୁକ୍ତେଶ୍ୱର କ୍ଲବ ଭୁବନେଶ୍ୱର ଦଳ ସେମିରେ ପ୍ରବେଶ କରିଛି। ଛତିଶଗଡ଼ ଦଳ ଟସ୍ରେ ଜିତି ବୋଲିଂ କରିବାକୁ ନିଷ୍ପତି ନେଇଥିଲେ। ମୁକ୍ତେଶ୍ୱର ଦଳ ବ୍ୟାଟିଂ ଆରମ୍ଭ କରି ନିର୍ଦ୍ଧାରିତ ୨୦ ଓଭରରେ ୮ ୱିକେଟ୍ ହରାଇ ୧୬୬ରନ୍ କରିଥିଲେ। ଦଳ ପକ୍ଷରୁ ସିଦ୍ଧାନ୍ତ ଜେନା ୨୫ଟି ବଲରୁ ୧୦ ଚୌକା ସହାୟତାରେ ବିସ୍ଫୋରକ ୪୭ରନ୍, କାର୍ତିକ ବିଶ୍ୱାଳ ୨୧ବଲରୁ ୫ଟି ଚୌକା ଓ ଗୋଟିଏ ଛକା ସହାୟତାରେ ୩୫ରନ୍…

"ଖୋର୍ଦ୍ଧା କପ୍ ଟି-୨୦ କ୍ରିକେଟ୍ ଛତିଶଗଡ କ୍ଲବକୁ ହରାଇ ମୁକ୍ତେଶ୍ୱର କ୍ଲବ ସେମିରେ"

ବିଦ୍ୟାର୍ଥୀ ପରିଷଦ ତରଫରୁ ପୁରାତନ କାର୍ଯ୍ୟକର୍ତ୍ତା ବନ୍ଧୁମିଳନ

ଖୋର୍ଦ୍ଧା ୧୫-୪ (ଓଡ଼ିଆ ପୁଅ) : ସ୍ଥାନୀୟ ବରୁଣେଇ ପାଦଦେଶରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ତରଫରୁ ଏକ ଜିଲ୍ଲା ସ୍ତରୀୟ ନୂତନ ଓ ପୁରାତନ କାର୍ଯ୍ୟକର୍ତ୍ତା ବନ୍ଧୁମିଳନ କାର୍ଯ୍ୟକ୍ରମ ପରିଷଦର ପୂର୍ବତନ ରାଜ୍ୟ ସଭାପତି ଅଧ୍ୟାପକ ଶିବ ପ୍ରସାଦ ପାଢୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଟିତ ହୋଇଯାଇଛି। ପ୍ରାରମ୍ଭରେ ମହାନ୍ ସମାଜ ସଂସ୍କାରକ ଡ. ଆମ୍ବେଦକରଙ୍କ ପ୍ରତିମୂର୍ତ୍ତୀରେ ପୁଷ୍ପମାଲ୍ୟ ପ୍ରଦାନ କରିବା ପରେ ସମସ୍ତ କାର୍ଯ୍ୟକର୍ତ୍ତାଙ୍କ ମଧ୍ୟରେ ପରିଚୟ କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଥିଲା। ମୁଖ୍ୟ ବକ୍ତା ଭାବରେ ପରିଷଦର ପୂର୍ବତନ ରାଷ୍ଟ୍ରୀୟ ଉପାଧ୍ୟକ୍ଷ ପ୍ରଶାନ୍ତ କୁମାର ରାଉତ ଯୋଗଦେଇ କହିଲେ ସମସ୍ତ ପୂରାତନ ଓ ନୂତନ କର୍ମକର୍ତ୍ତାଙ୍କ ମଧ୍ୟରେ ସମନ୍ୱୟ ରକ୍ଷା କରିବା ହେଉଛି ଏହି କାର୍ଯ୍ୟକ୍ରମର…

"ବିଦ୍ୟାର୍ଥୀ ପରିଷଦ ତରଫରୁ ପୁରାତନ କାର୍ଯ୍ୟକର୍ତ୍ତା ବନ୍ଧୁମିଳନ"

ଖୋର୍ଦ୍ଧା କପ୍ କ୍ରିକେଟ୍ ଉଦ୍ଘାଟିତ: ପ୍ରଗତି ସ୍ପୋଟିଂକୁ ହରାଇ ଖୋର୍ଦ୍ଧା କ୍ଲବ ସେମିରେ

ଖୋର୍ଦ୍ଧା, ୧୫/୪(ଓଡ଼ିଆ ପୁଅ/ସୂର୍ଯ୍ୟନାରାୟଣ ମହାନ୍ତି)-ରବିବାର ଠାରୁ ଖୋର୍ଦ୍ଧା ସ୍ଥିତ ବିଜେବି ହାଇସ୍କୁଲ ପଡ଼ିଆ ଠାରେ ଆରମ୍ଭ ହୋଇଛି ସର୍ବଭାରତୀୟ ୩ୟ ରାତ୍ରକାଳିନ ଖୋର୍ଦ୍ଧା କପ୍ ଟି-୨୦ କ୍ରିକେଟ୍ ଟୁର୍ନାମେଂଟ୍। ଉଦ୍ଘାଟନୀ ମ୍ୟାଚରେ ଭୁବନେଶ୍ୱରର ପ୍ରଗତି ସ୍ପୋଟିଂ ଓ ଖୋର୍ଦ୍ଧା କ୍ରିକେଟ୍ ଆସୋସିଏସନ ପରସ୍ପରକୁ ଭେଟିଥିଲେ। ଏଥିରେ ଖୋର୍ଦ୍ଧା କ୍ରିକେଟ୍ ଆସୋସିଏସନ ୫ ୱିକେଟ୍ରେ ପ୍ରଗତି ସ୍ପୋଟିଂକୁ ପରାସ୍ତ କରି ପ୍ରଥମ ଦଳ ଭାବେ ସେମି ଫାଇନାଲରେ ପ୍ରବେଶ କରିଛି। ଟସ୍ରେ ଜିଣି ଖୋର୍ଦ୍ଧା ଦଳ ପ୍ରଥମେ ବୋଲିଂ କରିବାକୁ ନିଷ୍ପତି ନେଇଥିଲେ। ଭୁବନେଶ୍ୱର ଦଳ ବ୍ୟାଟିଂ ଆରମ୍ଭ କରି ନିର୍ଦ୍ଧାରିତ ୨୦ ଓଭରରେ ୭ ୱିକେଟ୍ ହରାଇ ୯୭ରନ୍ କରିଥିଲେ। ଦଳ ପକ୍ଷରୁ ରଘୁନାଥ ମଲ୍ଲ…

"ଖୋର୍ଦ୍ଧା କପ୍ କ୍ରିକେଟ୍ ଉଦ୍ଘାଟିତ: ପ୍ରଗତି ସ୍ପୋଟିଂକୁ ହରାଇ ଖୋର୍ଦ୍ଧା କ୍ଲବ ସେମିରେ"

କଂଗ୍ରେସର ସାଙ୍ଗଠନିକ ବୈଠକ

ଖୋର୍ଦ୍ଧା (ଓଡ଼ିଆ ପୁଅ /ଜୟେନ୍ଦ୍ର ବେହେରା)ରାଜୀବ ଗାନ୍ଧୀ ପଞ୍ଚାୟତ ସଂଗଠନ ଖୋର୍ଦ୍ଧା ଜିଲ୍ଲା ଆନୁକୂଲ୍ୟରେ ବୋଲଗଡ଼ ବ୍ଲକ ବାଙ୍କେଇ ସାଧନା ଆଇଟିଆଇ ପରିସରରେ ମାଧଵଃଚନ୍ଦ୍ର ବିଶ୍ୱାଳଙ୍କ ଅଧକ୍ଷତାରେ ସାଙ୍ଗଠନିକ ବୈଠକ ଅନୁଷ୍ଟିତ ହୋଇଯାଇଛି | ଏହି ବୈଠକରେ କଂଗ୍ରେସର ସଂଗଠନକୁ ତୃଣମୂଳ ସ୍ତରରେ ସୁଦୃଢ କରିବା ଉପରେ ଆଲୋକପାତ କରାଯାଇଥିଲା ଏବଂ ଦଳର କର୍ମୀ ମାନଙ୍କର ମତ ଲୋଡ଼ାଯାଇଥିଲା | ଏହି ବୈଠକରେ କଂଗେସ ଦଳର ନେତା ପ୍ରଭାତ କୁମାର ପରିଡ଼ା.ମାଧବ ଚନ୍ଦ୍ର ବିଶ୍ୱାଳ.ସିମାଞ୍ଚଳ ଖଣ୍ଡାଇ. ପ୍ୟାରୀମୋହନ ଦାସ.ଦେବବ୍ରତ ହୋତା.ଆଲୋକ ସୁବୁଧି .ବାବାଜୀ ପ୍ରଧାନ.ବଂଶୀଧର ଚାନ୍ଦ ପ୍ରମୁଖ ଯୋଗଦେଇ କଂଗ୍ରେସ ଦଳକୁ କିଭଳି ବୁଥ ଠାରୁ ସୃଦୁଢ କରିଯିବା ସେ ନେଇ ଆଲୋଚନା କରାଯାଇଥିଲା |…

"କଂଗ୍ରେସର ସାଙ୍ଗଠନିକ ବୈଠକ"

ବୋଲେରୋ ଟ୍ରକ ଧକ୍କା:୮ ଆହତ

ଭୁବନେଶ୍ୱର;୨୭,୦୩,୨୦୧୮(ଓଡ଼ିଆ ପୁଅ/ଦେବଦତ୍ତ ରଥ): ଆଜି ସକାଳେ ଜାତୀୟ ରାଜପଥ ଟାଙ୍ଗି/ଚାନ୍ଦପୁର ନିକଟରେ ଏକ ବୋଲେରୋ ଏବଂ ଟ୍ରକ ମଧ୍ୟରେ ଦୁର୍ଘଟଣା ଘଟିଛି।ଏଥିରେ ପ୍ରାୟ ୮ ଜଣ ଯାତ୍ରୀ ଆହତ ହୋଇଥିବା ସୂଚନା ମିଳିଛି।ଯାତ୍ରୀମାନେ ବୋଲେରୋରେ ବ୍ରହ୍ମପୁରରୁ ଭୁବନେଶ୍ୱର ଅଭିମୁଖେ ଯାଉଥିଲେ।ସେମାନେ ପୁରୀ ଯିବା ଉଦ୍ଦେଶ୍ୟରେ ବାହାରିଥିଲେ ବୋଲି ଜଣାପଡ଼ିଛି।ଦୁର୍ଘଟଣା ଘଟିଥିବା ଟାଙ୍ଗି/ଚାନ୍ଦପୁରର ସେହି ଅଞ୍ଚଳ ଖୋର୍ଦ୍ଧା ଏବଂ ନୟାଗଡ଼ ପୁଲିସ ଜିଲ୍ଲାର ସୀମାନ୍ତବର୍ତ୍ତି ଅଞ୍ଚଳ ବୋଲି ଜଣା ପଡ଼ିଛି।

"ବୋଲେରୋ ଟ୍ରକ ଧକ୍କା:୮ ଆହତ"