ସ୍କୋର୍ପିଓ ଧକ୍କାରେ ମହିଳା ମୃତ,୪ଘଣ୍ଟା ୨୦ନଂ ଜାତୀୟ ରାଜପଥ ଅବରୋଧ

ଘଟଗାଁ,୩/୨(ଓଡିଆ ପୁଅ/ଭବାନୀ ପ୍ରସାଦ)- ଘଟଗାଁ ଥାନା ଅନ୍ତର୍ଗତ ୨୦ ନଂ ଜାତୀୟ ରାଜପଥ ମେଲାଣ ଛକ ନିକଟରେ ରାସ୍ତାପାର ହୋଇ ଯାଉଥିବା ବେଳେ ଏକ ସ୍କୋର୍ପିଓ ଗାଡି ଧକ୍କାରେ ଧକ୍କାରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି । ମୃତକ ହେଲେ ମେଲାଣ ଗ୍ରାମର ରାଧୀକା ତନ୍ତି ବୋଲିଯଣାପଡିଛି । ସ୍ଥାନୀୟ ଲୋକଙ୍କ ସୁଚନା ଅନୁଯାୟୀ ସକାଳ ୯.୩୦ ସମୟରେ ରାଧିକ ଓ ଗ୍ରାମର ଅନ୍ୟଜଣେ ମହିଳାଙ୍କ ସହ ରାସ୍ତା ପାର ହେଉଥିଲେ ଏହି ସମୟରେ ପଛପଟୁ ଆସୁଥିବା ଏକ ସ୍କୋର୍ପିଓ ଗାଡି ରାଧିକାଙ୍କୁ ଧକ୍କଦେଇଥିଲା ଗୁରୁତର ଅବାସ୍ଥାରେ ତାଙ୍କୁ ସ୍ଥାନୀୟ ଲୋକେ ୧୦୮ ଆମ୍ବୁଲାନ୍ସ ସହାୟତା ଘଟଗାଁ ସ୍ୱାସ୍ଥ୍ୟକେନ୍ଦ୍ର ଆଣିଥିଲେ ହେଲେ ଡାକ୍ତର ତାଙ୍କୁ ମୃତ…

"ସ୍କୋର୍ପିଓ ଧକ୍କାରେ ମହିଳା ମୃତ,୪ଘଣ୍ଟା ୨୦ନଂ ଜାତୀୟ ରାଜପଥ ଅବରୋଧ"

କବି ପ୍ରତାପ ମହାନ୍ତଙ୍କୁ ସମ୍ପର୍ଦ୍ଧନା

ଘଟଗାଁ,୩/୨(ଓଡିଆ ପୁଅ/ଭବାନୀପ୍ରସାଦ)-ଘଟଗାଁ ବ୍ଲକ ଅନ୍ତର୍ଗତ ବିନଦା ଗ୍ରାମପଂଚାୟତର ମଶିଣାଯୋଡି ଗ୍ରାମରେ କେନ୍ଦୁଝର ସାଂସ୍କୃତିକ ପ୍ରଗତି ମଂଚର ଷଷ୍ଠ ବାର୍ଷିକ ଉସôବ ପାଳନ କରିବା ଅବସରରେ ଗାୟକ ଧନେଶ୍ୱର ମହାନ୍ତଙ୍କ ସଭାପତିତ୍ୱରେ ଆୟୋଜିତ ରାଜ୍ୟସ୍ତରୀୟ ସାହିତ୍ୟ ସଭାରେ ଘଟଗାଁର କବି,ଲେଖକ ଓ ପ୍ରବଚକ ପ୍ରତାପ ମହାନ୍ତଙ୍କୁ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇଛି । ଉକ୍ତ ଉସôବରେ ମୁଖ୍ୟ ଅତିଥିଭାବେ କଳିଙ୍ଗସେନାର ସୁପ୍ରିମୋ ହେମନ୍ତ ରଥ ଯୋଗଦେଇଥିଲେ । ମୁଖ୍ୟବକ୍ତା ଭାବେ ଜଙ୍ଘିରା ମହାପାଟ ମହାବିଦ୍ୟାଳୟର ଅଧ୍ୟକ୍ଷ ଶରତ ଚନ୍ଦ୍ର ମହାପାତ୍ର , ସମ୍ନାନନୀୟ ଅତିଥି ଭାବେ ଘଟଗାଁ ତାରିଣୀ ଠାକୁରାଣୀ ମହାବିଦ୍ୟାଳୟର ପୂର୍ବତ ଅଧ୍ୟକ୍ଷ ଧିରେନ ମହାନ୍ତି ଏବଂ ଶିକ୍ଷାବିତ ସଚିଦାନନ୍ଦ ସାହୁ ଯୋଗ ଦେଇଥିଲେ ।…

"କବି ପ୍ରତାପ ମହାନ୍ତଙ୍କୁ ସମ୍ପର୍ଦ୍ଧନା"

ପାଟଣା – ପୋଲିସ ପକ୍ଷରୁ ସହୀଦ ଦିବସ

ପାଟଣା,ତା୦୧/୦୨(ଓଡିଆ ପୁଅ/ଅଭିମନ୍ୟୁ)କେନ୍ଦୁଝର ଜିଲ୍ଲା ପାଟଣା ପୋଲିସ ପକ୍ଷରୁ ସହୀଦ ଦିବସ ପାଳିତ ହୋଇଯାଇଛି । କରାପୁଟ ଜିଲ୍ଲା ସୁଙ୍କି ଘାଟିରେ ମାଓବାଦୀ ଙ୍କ ଲ୍ୟାଣ୍ଡମାଇନ ବିସ୍ପୋରଣ ରେ ସହୀଦ ହୋଇଥିବା ପାଟଣା ଥାନା ଅନ୍ତର୍ଗତ ଚୁଟିଆପଶି ଗ୍ରାମର ସହୀଦ ସଞ୍ଜୟ କୁମାର ଦାସ ଙ୍କ ସ୍ମୃତି ଉଦ୍ଦେଶ୍ୟ ରେ ଆଜି ପାଟଣା ପୋଲିସ ପକ୍ଷରୁ ପାଟଣା ଆଞ୍ଚଳିକ ମହାବିଦ୍ୟାଳୟ ଓ ଭାଲିଆଡାଳ ଉଚ୍ଚ ବିଦ୍ୟାଳୟ ରେ ପୃଥକ୍ ପୃଥକ୍ ସ୍ମୃତି ସଭା ଅନୁଷ୍ଠିତ ହୋଇଯାଇଛି । ସହୀଦ ସଞ୍ଜୟ ଗତ ୨୦୧୪ ମସିହା ଡିସେମ୍ବର ୮ ତାରିଖ କରାପୁଟ ଜିଲ୍ଲା ରେ ଓଏସ୍ଏପି ଭାବେ କାର୍ଯ୍ୟରେ ଯୋଗ ଦେଇ କାର୍ଯ୍ୟରତ ଥିବା ସମୟରେ ଗତ ୧…

"ପାଟଣା – ପୋଲିସ ପକ୍ଷରୁ ସହୀଦ ଦିବସ"

ଦୁଇ ବାଇକ ମୁହାଁ ମୂହିଁ ଧକା ଜଣେ ମୃତ ଦୁଇ ଗୁରୁତର

ତୁରୁମୁଙ୍ଗା ୨୯-୧ (ଓଡ଼ିଆ ପୁଅ/ ସନ୍ତୋଷ କୁମାର ପତି) ସାହାରପଡା ବ୍ଲକ ଗୌରଙ୍ଗଯୋଡି ଗ୍ରାମ ନିକଟରେ ଦୁଇବାଇକ ମୁହାଁ ମୁହିଁ ଧକ୍କା ହେବା ଫଳରେ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ଦୁଇ ଜଣ ଗୁରୁତର ଆହତ ହୋଇ କରଞ୍ଜିଆ ଉପଖଣ୍ଡ ଚିକିତ୍ସାଳୟରେ ଚିକିତ୍ସିତ ହୋଉଛନ୍ତି। ତେବେ ମୃତ ବାଇକ ଆରୋହି କରଞ୍ଜିଆ ଥାନା ପିଙ୍ଗୁ ଗ୍ରାମର ସର୍ବେଶ୍ୱର ପାତ୍ର ବୋଲି ଜଣା ପଡ଼ିଛି ଏବଂ ଆହତ ଦୁଇ ଜଣ ଶଳା ଭିଣୋଇ ବୋଲି ଜଣା ପଡ଼ିଛି। ଭିଣୋଇ ସପନ କୁମାର ମହାନ୍ତ ବାଙ୍ଗିରିପୋଷି ଥାନା ଅନ୍ତର୍ଗତ ବେଢା କୁଦର ଗ୍ରାମର ହୋଇଥିବା ବେଳେ ଶଳା ଜଣକ ଠାକୁରମୁଣ୍ଡା ବ୍ଲକର ଘଂଟିଆଦର ଗ୍ରାମର ରାଧାକାନ୍ତ ମହାନ୍ତ ବୋଲି…

"ଦୁଇ ବାଇକ ମୁହାଁ ମୂହିଁ ଧକା ଜଣେ ମୃତ ଦୁଇ ଗୁରୁତର"

ବେଙ୍ଗାଲୁରରେ ଓଡ଼ିଆ ଶ୍ରମିକର ମୃତଦେହ ଉଦ୍ଧାର

ତୁରୁମୁଙ୍ଗା ୨୮-୧ (ଓଡ଼ିଆ ପୁଅ/ସନ୍ତୋଷ କୁମାର ପତି) କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ କଣ୍ଟିଆପଡା ଗ୍ରାମର ଧନେଶ୍ୱର ନଏକ ୨୫ ଙ୍କର ମୃତଦେହ ବେଙ୍ଗାଲୁର ରେଲୱେ ପୋଲିସ ଜାନୁଆରୀ ୨୫ ରେ କରେନାଲାମ ଓ ଇଲାଲେଗି ଷ୍ଟେସନ ମଧ୍ୟରେ ଥିବା ରେଲୱେ ଧାରଣା ପାର୍ଶ୍ଵରୁ ଜବତ କରିଛି। ଧନେଶ୍ୱର ଦୀର୍ଘ ୮ ବର୍ଷ ଧରି ବେଙ୍ଗାଲୁରର ୟୁଟିଲେଟ କନଷ୍ଟ୍ରକସନ କମ୍ପାନୀରେ ସେଣ୍ଟ୍ରିଙ୍ଗ ମିସ୍ତ୍ରୀ ଭାବରେ କାମ କରୁଥିଲେ। ରେଳ ଧାରଣା ସଫା କରୁଥିବା ବେଳେ ମୃତ ଦେହ ଦେଖି ରେଲୱେ ପୋଲିସ ଶବକୁ ଜବତ କରିଥିଲା ଜବତ ପରେ ଧନେଶ୍ୱରଙ୍କ ପକେଟ ରୁ ମୋବାଇଲ ପାଇ ବ୍ୟବହାର କରୁଥିବା ସିମରୁ ରେଲୱେ ପୋଲିସ ଘରକୁ ଖବର…

"ବେଙ୍ଗାଲୁରରେ ଓଡ଼ିଆ ଶ୍ରମିକର ମୃତଦେହ ଉଦ୍ଧାର"

ପାଟଣା ବ୍ଲକ ସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳିତ

ପାଟଣା ବ୍ଲକ ସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳିତ ପାଟଣା,ତା୨୬/୦୧(ଓଡିଆ ପୁଅ/ଅଭିମନ୍ୟୁ) କେନ୍ଦୁଝର ଜିଲ୍ଲା ର ପାଟଣା ଅଞ୍ଚଳର ସମସ୍ତ ସରକାରୀ ଓ ବେସରକାରୀ ଅନୁଷ୍ଠାନ ମାନଙ୍କରେ ୬୯ତମ ସାଧାରଣତନ୍ତ୍ର ଦିବସ ମହାସମାରୋହରେ ପାଳିତ ହୋଇଯାଇଛି । ପାଟଣା ବ୍ଲକ ସ୍ତରୀୟ ସାଧାରଣତନ୍ତ୍ର ଦିବସ ବ୍ଲକ ମୂଖ୍ୟାଳୟ ପାଟଣା ମିନି ଷ୍ଟାଡିୟମ ଠାରେ ଅନୁଷ୍ଠିତ ହୋଇଯାଇଛି । ମୁଖ୍ଯ ଅତିଥି ଭାବେ ପାଟଣା ବ୍ଲକ ଅଧ୍ୟକ୍ଷ ଜଗନ୍ନାଥ ନାଏକ ପତାକା ଉତ୍ତୋଳନ କରିବା ସହ ସମବେତ ପ୍ୟାରେଡ ରେ ଅଭିବାଦନ ଗ୍ରହଣ କରିଥିଲେ । କାର୍ଯ୍ୟକ୍ରମ ରେ ସମ୍ମାନିତ ଅତିଥି ଭାବେ ପୂର୍ବତନ ବ୍ଲକ ଅଧ୍ୟକ୍ଷ ତଥା ସମାଜସେବୀ ବିଦ୍ୟାଧର ଦାଶ ଙ୍କ ପକ୍ଷରୁ ପାଟଣା କଲେଜର…

"ପାଟଣା ବ୍ଲକ ସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳିତ"

ପଞ୍ଚାୟତ ସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳିତ

ତୁରୁମୁଙ୍ଗା ୨୬-୧ (ଓଡ଼ିଆ ପୁଅ/ସନ୍ତୋଷ ପତି) ପାଟଣା ବ୍ଲକ ତୁରୁମୁଙ୍ଗା ହାଇସ୍କୁଲ ପଡିଆ ଠାରେ ବଜାର କମିଟି ତରଫରୁ ୬୯ ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି।ଏହି କାର୍ଯ୍ୟକ୍ରମ ପାଟଣା ବିଧାୟକ ତଥା ଜିଲା ଯୋଜନା ବୋର୍ଡ ର ଅଧ୍ୟକ୍ଷ ହୃଷିକେଶ ନାଏକ ମୁଖ୍ୟଅତିଥି ଭାବେ ଯୋଗ ଦେଇ ପତାକା ଉତ୍ତୋଳନ କରିବା ସହ ସମବେତ ପରେଡ୍‌ରେ ଅଭିବାଦନ ଗ୍ରହଣ କରିଥିଲେ। ସମ୍ମାନୀତ ଅତିଥି ଭାବରେ ଗ୍ରାମର ଶିଳ୍ପପତି ପ୍ରତାପସାହୁ, ସମାଜ ସେବୀ ଅଖିଳ ନାଏକ ଯୋଗଦେଇଥିଲେ। ଏହି ଉତ୍ସବ ରେ ତୁରୁମୁଙ୍ଗା ଗ୍ରାମ ର ଅବସର ପ୍ରାପ୍ତ ଶିକ୍ଷକ ସୁରେନ୍ଦ୍ର ଝାଲିଆ ଙ୍କୁ ଉପଢୌଙ୍କନ ଏବଂ ମାନ ପତ୍ର ଦେଇ ବଜାର କମିଟି ତରଫରୁ…

"ପଞ୍ଚାୟତ ସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳିତ"

ପ୍ରେସ କ୍ଲବ ଓ ଅଫିସର କ୍ଲବ ମଧ୍ୟରେ ବନ୍ଧୁତ୍ୱପୂର୍ଣ୍ଣ କ୍ରିକେଟ ମ୍ୟାଚ ପ୍ରେସ କ୍ଲବ ବିଜୟୀ

ଘଟଗାଁ, ୨୬/୦୧(ଓଡିଆ ପୁଅ/ ଭବାନୀ ପ୍ରସାଦ)- ଘଟଗାଁ ମିନିଷ୍ଟାଡିୟମ ଠାରେ ସାଧାରଣତନ୍ତ୍ର ଅବସରରେ ଘଟଗାଁ ପ୍ରେସ କ୍ଲବ ଓ ଅଫିସର କ୍ଲବ ମଧ୍ୟରେ ଏକ ବନ୍ଧୁତ୍ୱପୂର୍ଣ୍ଣ କ୍ରିକେଟ ମ୍ୟାଚ ଅନୂଷ୍ଠିତ ହୋଇଯାଇଛି। ଏହି ମ୍ୟାଚରେ ଘଟଗାଁ ପ୍ରେସ କ୍ଲବ ଅଫିସର କ୍ଲବକୁ ହରାଇ ବିଜୟ ହୋଇଛି। ଆୟୋଜିତ ଏହି ମ୍ୟାଚରେ ଟସ ଜିଣି ଘଟଗାଁ ପ୍ରେସ କ୍ଲବ ନିର୍ଦ୍ଧାରିତ ୧୦ ଓଭରରେ ୯ ଓିକେଟ ହରାଇ ୯୯ ରନ କରିଥିଲେ। ଜବାବରେ ଘଟଗାଁ ଅଫିସର କ୍ଲବ ୯.୪ ଓଭରରେ ୪ ଓିକେଟ ହରାଇ ୯୦ ରନ ସଂଗ୍ରହ କରିଥିଲେ। ବିଜୟୀ ପ୍ରେସ କ୍ଲବର ଯୋଗେସ ପଣ୍ଡା ମ୍ୟାନ ଅଫ ଦି ମ୍ୟାଚ ପୁରସ୍କାର ପାଇଥିଲେ। ମ୍ୟାଚ୍କୁ…

"ପ୍ରେସ କ୍ଲବ ଓ ଅଫିସର କ୍ଲବ ମଧ୍ୟରେ ବନ୍ଧୁତ୍ୱପୂର୍ଣ୍ଣ କ୍ରିକେଟ ମ୍ୟାଚ ପ୍ରେସ କ୍ଲବ ବିଜୟୀ"

କୁନ୍ଦୁଲି ନାବାଳିକା ଦୁଷ୍କର୍ମ ପୀଡିତାଙ୍କ ମୃତ୍ୟୁ ପ୍ରତିବାଦରେ ହରିଚନ୍ଦନପୁର ବ୍ଲକ ବିଜେପି ଓ କଂଗ୍ରେସର ୧୨ ଘଣ୍ଟିଆ ହରତାଳ

ହରିଚନ୍ଦନପୁର, ତା୨୪.୦୧(ଓଡିଆ ପୁଅ/ପ୍ରେମାନନ୍ଦ ଦାସ) କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ ବିଜେପି ଓ କଂଗ୍ରେସ ପକ୍ଷରୁ ୧୨ଘଣ୍ଟିଆ ହରତାଳ। ଖବରରୁ ଜଣାପଡିଛି କୁନ୍ଦୁଲି ନାବାଳିକା ଗଣଦୁଷ୍କର୍ମର ଶିକାର ହେବାର ୧୦୦ ଦିନ ପରେ ନ୍ୟାୟ ନପାଇ ନିଜ ଜୀବନକୁ ବଳିଦାନ ଦେବା ଘଟଣାକୁ ନେଇ ଏହି ମିଳିତ ହରତାଳ ହୋଇଛି। ବିଜେପି ମହିଳା ମୋର୍ଚ୍ଚାଠୁ ଆରମ୍ଭ କରି ବିଜେପିର ସମସ୍ତ ମୋର୍ଚ୍ଚାର କାର୍ଯ୍ୟକର୍ତାମାନେ ଏକାଠୀ ହୋଇ ପୀଡିତାକୁ ନ୍ୟାୟ ଦେବା ପାଇଁ ଲଢେଇ ଜାରି ରଖିଥିବାର ଜଣାପଡିଛି। ହରିଚନ୍ଦନପୁର ସମେତ ବ୍ଲକର ମନୋହରପୁର, ଭଗାମୁଣ୍ଡା, ବ୍ରାହ୍ମଣୀପାଳ, ରେବଣା ପଳାଶପାଳ ଠାରେ ବଜାର ସହ ସମସ୍ତ ସରକାରୀ, ବେସରକାରୀ ଅଫିସ କାର୍ଯ୍ୟାଳୟ, ବିଦ୍ୟାଳୟ ସହ ରାସ୍ତା ଘାଟ…

"କୁନ୍ଦୁଲି ନାବାଳିକା ଦୁଷ୍କର୍ମ ପୀଡିତାଙ୍କ ମୃତ୍ୟୁ ପ୍ରତିବାଦରେ ହରିଚନ୍ଦନପୁର ବ୍ଲକ ବିଜେପି ଓ କଂଗ୍ରେସର ୧୨ ଘଣ୍ଟିଆ ହରତାଳ"

ବିଷାକ୍ତ ଖାଦ୍ୟ ଖାଇ ପରିବାରର ୪ଜଣ ଗୁରୁତର, ଜଣେ ମୃତ୍ୟୁ

ହରିଚନ୍ଦନପୁର, ତା୨୪.୦୧ (ଓଡ଼ିଆ ପୁଅ/ପ୍ରେମାନନ୍ଦ ଦାସ) କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ ଅନ୍ତର୍ଗତ ବଡପଳାଶପାଳ ଗ୍ରାମ ପଞ୍ଚାୟତର ଓସ୍ତିଆପଶି ଗ୍ରାମର ଲକ୍ଷୀଧର ମହାରଣାଙ୍କ ପରିବାରର ୫ଜଣ ସଦସ୍ୟ ବିଷାକ୍ତ ଖାଦ୍ୟ ଖାଇ ଗୁରୁତର ହେଇଛନ୍ତି।ସୂଚନା ନେବାରୁ ଜଣାପଡିଛି ଯେ ବୁଧବାର ଦିନ ସକାଳ ସମୟରେ ପରିବାର ସଦସ୍ୟ ମାନେ ପଖାଳ ସହ ଶାଗ ଖାଇବା ପରେ ହଠାତ୍ ଗୁରୁତର ହୋଇପଡିଥିଲେ।କୈୗଣସି ଭାବେ ଓସ୍ତିଆପସି ଗ୍ରାମର ଲୋକେ ଏ ଘଟଣା ବାବଦରେ ଜାଣିବା ପରେ ସଙ୍ଗେ ସଙ୍ଗେ ସମସ୍ତ ସଦସ୍ୟକୁ ଆଣି ହରିଚନ୍ଦନପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ଏବଂ ଚିକିତ୍ସା ଚାଲିଥିବା ସମୟରେ ଗୋଟିଏ ପୁଅର ମୃତ୍ୟୁ ଘଟିଥିଲା। ଅନ୍ୟ ସଦସ୍ୟ ମାନଙ୍କ ସ୍ୱାସ୍ଥ୍ୟ ଅବସ୍ଥା…

"ବିଷାକ୍ତ ଖାଦ୍ୟ ଖାଇ ପରିବାରର ୪ଜଣ ଗୁରୁତର, ଜଣେ ମୃତ୍ୟୁ"