ଏସିଆ ମହାଦେଶର ସର୍ବ ପ୍ରଥମ ସ୍ପଞ୍ଜ କାରଖାନାରରେ ତାଲା : ହାଇକୋର୍ଟଙ୍କ ନିର୍ଦ୍ଦେଶ ମାନୁ ନାହାନ୍ତି ମାଲିକ : ଅର୍ଥାଭାବରୁ ଭୋକ ଉପାସରେ ଓ ରୋଗରେ ପଡି ୪୦ ରୁ ଉର୍ଦ୍ଧ ଶ୍ରମିକଙ୍କର ଅକାଳ ମୃତ୍ୟୁ ଅଭିଯୋଗ:୭୩୧ ଦିନରେ ପହଞ୍ଚିଲା ଧାରଣା

କେନ୍ଦୁଝର ୨୯/୪ (ଓଡ଼ିଆ ପୁଅ/ବିଭୂତି ଭୂଷଣ ପଟ୍ଟନାୟକ) କେନ୍ଦୁଝରର ପଳାସପଙ୍ଗାସ୍ଥିତ ଏସିଆ ମହାଦେଶର ସର୍ବ ପ୍ରଥମ ସ୍ପଞ୍ଜ କାରଖାନା ଓଡିଶା ସ୍ପଞ୍ଜ ଆଇରନ କାରଖାନା (ଓ.ଏସ୍ .ଆଇ.ଏଲ)ର କର୍ମଚାରୀଙ୍କୁ ବକେୟା ଦରମା ପ୍ରଦାନ ଓ ବେଆଇନ ତାଲାବନ୍ଦ ପ୍ରତ୍ୟାହାର ଦାବିରେ କର୍ମଚାରୀଙ୍କ ପକ୍ଷରୁ ଜିଲ୍ଲା ଶ୍ରମ ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାକୁ ଆଜି(ତା୨୯.୪.୧୭ରେ) ୭୩୧ ଦିନ ବା ଦୁଇ ବର୍ଷ ପୁରି ଧାରଣା ଇସିହାସରେ ରେକର୍ଡ ସୃଷ୍ଟି କରିବାକୁ ବସିଲାଣି। ହେଲେ ଇତି ମଧ୍ୟରେ କମ୍ପାନୀର ମାଲିକ ମାନ୍ୟବର କୋର୍ଟଙ୍କ ରାୟ ଓ ସରକାରଙ୍କ କଥାକୁ ମଧ୍ୟ ମାନିଲେ ନାହିଁ। କାରଖାନା ଚାଲୁକଲେ ନାହିଁ କି କର୍ମଚାରଙ୍କ ବକେୟା ପାଉଣା ଦେଲେ ନାହିଁ। ଫଳରେ କାରଖାନାରେ…

"ଏସିଆ ମହାଦେଶର ସର୍ବ ପ୍ରଥମ ସ୍ପଞ୍ଜ କାରଖାନାରରେ ତାଲା : ହାଇକୋର୍ଟଙ୍କ ନିର୍ଦ୍ଦେଶ ମାନୁ ନାହାନ୍ତି ମାଲିକ : ଅର୍ଥାଭାବରୁ ଭୋକ ଉପାସରେ ଓ ରୋଗରେ ପଡି ୪୦ ରୁ ଉର୍ଦ୍ଧ ଶ୍ରମିକଙ୍କର ଅକାଳ ମୃତ୍ୟୁ ଅଭିଯୋଗ:୭୩୧ ଦିନରେ ପହଞ୍ଚିଲା ଧାରଣା"

ଚଳନ୍ତା ଅବସ୍ଥାରେ ୧୦ ଚକିଆ ଟ୍ରକରେ ନିଆଁ, ଅଳ୍ପକେ ବର୍ତ୍ତିଗଲେ ଡ୍ରାଇଭର ଓ ହେଲପର

ହରିଚନ୍ଦନପୁର,୨୬/୪ (ଓଡ଼ିଆ ପୁଅ/ପ୍ରେମାନନ୍ଦ ଦାସ) କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ଥାନା ଅର୍ନ୍ତଗତ ବଡପଳାଶପାଳ ଗ୍ରାମ ନିକଟ ପଂଚାୟତ ଘର ସାମ୍ମାନାରେ ବୁଧବାର ଅପରାହ୍ନ ୨ ଟା ସମୟରେ ଏକ ୧୦ ଚକିଆ ଟ୍ରକରେ ଅଚାନକ ଭାବେ ଗାଡିର ଆଗପଟୁ ନିଆଁ ଲାଗି ଯାଇଥିଲା। ଏଥିରେ କାହାର କିଛି କ୍ଷେତି ହୋଇନଥିବା ଜଣା ପଡିଛି। କବରରୁ ପ୍ରକାଶଯେ, ହରିଚନ୍ଦନପୁର ଠାରୁ ବଡପାଳାଶପାଳ ଗ୍ରାମକୁ ନରଶରି ଗଛ ଲଗାଇବା ପାଇଁ ଫଟୁମାଟି ଆଣିବାକୁ ଯାଉଥିବା ସମୟରେ ପଂଚାୟତ ଗୃହ ସାମ୍ନାରେ ଅଚାନକ ଭାବରେ ଗାଡିର ଆଗଆଡୁ ନିଆଁ ଲାଗିଯାଇଥିଲା। ନିଆଁକୁ ଦେଖି କୌଣସି ଘଟଣା ଘଟିବା ପୁର୍ବରୁ ଗାଡିର ହେଲପର ଓ ଚାଳକ ତଳକୁ ଡେଇଁପଡି ଥିଲେ। ଏହାକୁ…

"ଚଳନ୍ତା ଅବସ୍ଥାରେ ୧୦ ଚକିଆ ଟ୍ରକରେ ନିଆଁ, ଅଳ୍ପକେ ବର୍ତ୍ତିଗଲେ ଡ୍ରାଇଭର ଓ ହେଲପର"

ଅନ୍ଧବିଶ୍ୱାସର କରୁଣ ପରିଣତ: ଗଡିଲା ଦୁଇଟି ମୁଣ୍ଡ

କେନ୍ଦୁଝର ୨୮/୪ (ଓଡ଼ିଆ ପୁଅ/ବିଭୂତି ଭୂଷଣ ପଟ୍ଟନାୟକ) କେନ୍ଦୁଝର ଭଳି ଆଦିବାସୀ ବହୁଳ ଜିଲ୍ଲାରେ ସଚେତନତାର ଅଭାବରୁ ଅନ୍ଧବିଶ୍ୱାସର ବଶବର୍ତ୍ତି ହୋଇ ଗୁଣିଗାରେଡି ସନ୍ଦେହରେ ବିଭିନ୍ନ ସମୟରେ ଲୋମହର୍ଷଣ ହତ୍ୟାକାଣ୍ଡମାନ ଘଟୁଛି। ଏଭଲି ହତ୍ୟାକାଣ୍ଡମାନ ବିଶେଷଭାବେ ଜିଲ୍ଲାର ଆଦିବାସୀ ବହୁଳ ଅଞ୍ଚଳମାନଙ୍କରେ ଘଟୁଥିବା ବେଳେ ଲୋକଙ୍କୁ ଅନ୍ଧବିଶ୍ୱାସରୁ ଦୂରେଇ ରଖିବା ସହ ସେମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବାରେ ସେଛାସେବୀ ସଂଗଠନମାନ ଏକପ୍ରକାର ବିଫଳ ହୋଇଛନ୍ତି।  କେନ୍ଦୁଝର ଜିଲ୍ଲା ତେଲକୋଇ ବ୍ଲକ ଶିରିଗିଡା ଗାଁର ରୁଗୁଡି ସାହିରେ ଘଟିଛି ଏଭଳି ଏକ ଲୋମହର୍ଷଣ କାରୀ ହତ୍ୟାକାଣ୍ଡ। ଅନ୍ଧବିଶ୍ୱାସର ବଶବର୍ତ୍ତୀ ହୋଇଥିବା ଜଣେ ଯୁବକ ଗୁରୁବାର ବିଳମ୍ବିତ ରାତ୍ରିରେ ଶୋଇଥିବା ଅବସ୍ଥାରେ ଗୋଟିଏପରିବାରର ଚାରୀଜଣଙ୍କୁ ଆକ୍ରମଣ କରିଥିବା…

"ଅନ୍ଧବିଶ୍ୱାସର କରୁଣ ପରିଣତ: ଗଡିଲା ଦୁଇଟି ମୁଣ୍ଡ"

୩୦୦ ପରିବାର ପାଇଁ ୧ ନଳକୂପ , ପାଣିଟୋପାଏ ପାଇଁ ହନ୍ତସନ୍ତ

ହରିଚନ୍ଦନପୁର ୨୬/୪ (ଓଡ଼ିଆ ପୁଅ/ପ୍ରେମାନନ୍ଦ ଦାସ) ଗ୍ରୀଷ୍ମ ପ୍ରବହା ବଢଚାଲିଥିବା ବେଳେ ଚାରିଆଡେ ପାଣି ଟୋପାଏ ପାଇଁ ହାହାକର ଭଳି ପରିସ୍ଥିତି ଶୃଷ୍ଟି ହେଲାଣି। ପାନୀୟ ଜଳ ଯୋଗାଇ ଦେବା ପାଇଁ ସରକାର ପ୍ରକଳ୍ପ ପରେ ପ୍ରକଳ୍ପ କରିଚାଲିଛନ୍ତି। ହେଲେ ସଠିକ ରକ୍ଷଣ ବେକ୍ଷଣ ଅଭାବରୁ ଅନେକ ଯାଗାରେ ଏ ପ୍ରକଳ୍ପ ଗୁଡିକ କୌଣସି କାମରେ ଆସୁନି ଫଳରେ ସାଧାରଣ ଲୋକେ ଅସୁବିଧା ଭୋଗୁଛନ୍ତି। ଏଭଳି ଅବବ୍ୟବସ୍ଥା ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକର ବଡ ପଳାଶପାଳ ଗ୍ରାମରେ। ପାଇପ ଜଳ ଯୋଗାଣ ପ୍ରକଳ୍ପ ଅଚଳ ହୋଇପଡିଥିବାରୁ ପିଇବା ପାଣି ପାଇଁ ଏବେ ଗ୍ରାମବାସୀ ଡହଳବିକଳ ହେଉଛନ୍ତି।ଗ୍ରାମରେ ୩୦୦ରୁ ଉର୍ଦ୍ଧ ପରିବାର ବସବାସ କରୁଛନ୍ତି।…

"୩୦୦ ପରିବାର ପାଇଁ ୧ ନଳକୂପ , ପାଣିଟୋପାଏ ପାଇଁ ହନ୍ତସନ୍ତ"

ପାନୀୟ ଜଳାଭାବ: ଶୋଷ ମେଟାଂଉଅଛି ଚୁଆପାଣି: ଅଧିକରୀଙ୍କ ପ୍ରତିଶ୍ରୃତ ଦେବାରେ ହେଳା ନାହିଁ

କେନ୍ଦୁଝର ତା ୨୭.୪.୧୭ (ଓଡ଼ିଆ ପୁଅ/ବିଭୂତି ଭୂଷଣ ପଟ୍ଟନାୟକ) କେନ୍ଦୁଝର ଜିଲ୍ଲାର ବିଭିନ୍ନ ପ୍ରାନ୍ତରେ ଜଳକଷ୍ଟ ସଙ୍ଗୀନ ଅବସ୍ଥାରେ ପହଞ୍ଚି ଥିଲା ବେଳେ ସମସ୍ୟାର ସମାଧାନ ଲାଗି ସରକାରୀ ବାବୁ ମାନଙ୍କର ପ୍ରତିଶ୍ରୁତି ସାଧାରଣଙ୍କର ଏକମାତ୍ର ସାହାରା ହୋଇଛି। ୩ଶହ ରୁ ଉର୍ଦ୍ଧ ଲୋକ ସଂଖ୍ୟା ବିଶିଷ୍ଟ ଝୁମ୍ପୁରା ବ୍ଲକ ଅନ୍ତର୍ଗତ ଖୁଣ୍ଟାପଡା ଗ୍ରାମ ପଂଚାୟତର ୧୨ନଂ ୱାର୍ଡ ମୁଣ୍ଡା ସାହୀ ବାସିନ୍ଦାମାନେ ସେମାନଙ୍କର ଜଳକଷ୍ଟ ଲାଘବ ପାଇଁ ସରକାରୀ ବାବୁଙ୍କ ପ୍ରତିଶ୍ରୁତିକୁ ଦୀର୍ଘ ବର୍ଷପରେ ଆଜି ବି ଅନାଇ ବସିଛନ୍ତି। ଏହି ମୁଣ୍ଡା ସହିରେ ରହିଥିବା ଗୋଟିଏ ମାତ୍ର ନଳକୂପରୁ ସାହୀ ବାସିନ୍ଦା ମାନେ ପାନୀୟ ଜଳ ସଂଗ୍ରହ କରିବା ସହିତ ଆନୁଷାଙ୍ଗିକ କାର୍ଯ୍ୟ…

"ପାନୀୟ ଜଳାଭାବ: ଶୋଷ ମେଟାଂଉଅଛି ଚୁଆପାଣି: ଅଧିକରୀଙ୍କ ପ୍ରତିଶ୍ରୃତ ଦେବାରେ ହେଳା ନାହିଁ"

ହରିଚନ୍ଦନପୁର ବ୍ଲକରେ ସ୍ୱଚ୍ଛ ପାନୀୟଜଳ କାର୍ଯ୍ୟକ୍ରମ ବିପର୍ଯ୍ୟସ୍ତ

ହରିଚନ୍ଦନପୁର,୨୮/୪ (ଓଡ଼ିଆ ପୁଅ/ପ୍ରେମାନନ୍ଦ ଦାସ) ଭୁବନେଶ୍ୱର ଠାରୁ ଆରମ୍ଭ କରି ଜିଲ୍ଲା ପ୍ରଶାସନିକ ଅଧିକାରୀ ମାନେ ଗ୍ରାମା ଅଂଚଳ ଲୋକ ମାନେ ଯେପରି ସ୍ୱଚ୍ଛପାନୀୟ ଜଳରୁ ବଂଚିତ ନ ରହିବେ ସେଥିପାଇଁ ଘନଘନ ବୈଠକ ବସୁଥିବା ବେଳେ କାର୍ଯ୍ୟକାରୀତା କେତେ ଦୂର ସଫଳ ତାହା ନିଜେ ନଦେଖିଲେ ବିସ୍ୱାଷ କରିହେବ ନାହିଁ। କେନ୍ଦ୍ର ଓ ରାଜ୍ୟ ସରକାର କୋଟି କୋଟିଟଙ୍କା ଖର୍ଚ୍ଚ କରିଆସୁଥିବା ବେଳେ ବିଭାଗୀୟ କର୍ତ୍ତୃପକ୍ଷ କର୍ମଚାରୀ ମାନଙ୍କ ଖାମଖିଆଲି ମନଭାବପାଇଁ ସ୍ୱଚ୍ଛପାନୀୟ ଜଳ ପାଇବାରୁ ଲୋକେ ବଂଚିତ ରହୁଥିବା ବ୍ଲକର ଅଧିକାଂଶ ଜାଗାରେ ଦେଖିବାକୁ ମିଳିଛି। ଏପରି ଏକ ଗ୍ରାମ ରହିଛ କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ ଟାଙ୍ଗିରିଆପାଳ ପଂଚାୟତ ଦେବୀହୁଡି। ସରକାରଙ୍କ…

"ହରିଚନ୍ଦନପୁର ବ୍ଲକରେ ସ୍ୱଚ୍ଛ ପାନୀୟଜଳ କାର୍ଯ୍ୟକ୍ରମ ବିପର୍ଯ୍ୟସ୍ତ"

ସରକାରୀ ଖଣି:ନଷ୍ଟହେଉଛି ଜଙ୍ଗଲ ପରିବେଷ: ଶ୍ରମିକ ସମସ୍ୟାକୁ ନେଇ ବଢୁଛି ଅସନ୍ତୋଷ

କେନ୍ଦୁଝର ତା ୨୬/୪ (ବିଭୂତି ଭୂଷଣ ପଟ୍ଟନାୟକ) କେନ୍ଦୁଝର ଖଣି ମଣ୍ଡଳ ଅଧିନସ୍ଥ ଗନ୍ଧମାର୍ଦ୍ଧନ ଖଣି ଅଞ୍ଚଳରେ ରାସ୍ତାଘାଟ ତଥା ଖଣି ପାଇଁ ବ୍ୟାପକ ଜଙ୍ଗଲ ନଷ୍ଟ କରାଯାଉଥିବାରୁ ପରିବେଶ ନଷ୍ଟ ହେବା ସହ ଖଣିଜପଥର ସଙ୍ଗକୁ କାଠର ବ୍ୟାପକ ଚୋରାଚାଲାଣ ହେଉଥିବା ଅଭିଯୋଗକୁ ନେଇ ସଂପୃକ୍ତ ଅଞ୍ଚଳବାସୀଙ୍କ ମଧ୍ୟରେ ଅସନ୍ତୋଷ କୁହୁଳୁ ଅଛି। ଓଡିଶା ଖଣି ନିଗମର ଏହି ଖଣିରେ ଜଙ୍ଗଲ ଅନୁମତି ନ ଥିବାରୁ ଗୋଟିଏ କ୍କାରୀରେ ଖଣି କାର୍ଯ୍ୟ ଚାଲୁଛି। ଖଣିର ଖନନ, ଉତ୍ତୋଳନ ତଥା ପରିବହନ ଆଦି କାମ ଘରୋଇ ସଂସ୍ଥା ମାନଙ୍କ ହାତରେ ଟେକି ଦେଇ ଖଣି ନିଗମ ନିଜର ଦାୟିତ୍ୱ ଶେଷ କରିଦେଇଛି। କିନ୍ତୁ ତଦାରଖ କରୁନାହିଁ।।…

"ସରକାରୀ ଖଣି:ନଷ୍ଟହେଉଛି ଜଙ୍ଗଲ ପରିବେଷ: ଶ୍ରମିକ ସମସ୍ୟାକୁ ନେଇ ବଢୁଛି ଅସନ୍ତୋଷ"

କେନ୍ଦୁଝର :୧୩ଦଫା ଦାବି ନେଇ ଜିଲ୍ଲାପାଳଙ୍କ ଅଫିସ ଘେରିଲେ ନିର୍ମାଣ ଶ୍ରମିକ

କେନ୍ଦୁଝର ତା ୨୫/୪(ଓଡିଆପୁଅ/ବିଭୂତି ଭୂଷଣ ପଟ୍ଟନାୟକ)ଏ.ଆଇ.ଟି.ୟୁ.ସି. ନେତୃତ୍ୱରେ ପରିଚାଳିତ ଓଡ଼ିଶା ନିର୍ମାଣ ଶ୍ରମିକ ସଂଘର ତିନି ହଜାରରୁ ଅଧିକ ଶ୍ରମିକ ୧୩ଦଫା ଦାବି ନେଇ ଆଜି କେନ୍ଦୁଝର କଲେକ୍ଟର ଅଫିସକୁ ଘେରାଉ କରିଥିଲେ। ଦରଖାସ୍ତର ୪୫ ଦିନ ମଧ୍ୟରେ ପଂଜିକରଣ, ସହାୟତା ପ୍ରଦାନ ପ୍ରକ୍ରିୟାର ସରଳୀକରଣ, ଶ୍ରମ ଦପ୍ତରରେ ଖାଲିଥିବା ପଦବୀ ପୂରଣ, ନିର୍ମାଣ କ୍ଷେତ୍ରରୁ କଲ୍ୟାଣ ପାଣ୍ଠି ପାଇଁ ୨% ସେସ୍ ଆଦାୟ,ଗୃହ ନିର୍ମାଣ ସହାୟତା ୩ଲକ୍ଷ ଟଙ୍କାକୁ ବୃଦ୍ଧି, ସର୍ବନିମ୍ନ ପେନସନ୍ ୩ହଜାର ଟଙ୍କା,ପ୍ରତିବର୍ଷ ସୁରକ୍ଷା ଉପକରଣ ଓ ଦୁଇବର୍ଷରେ ଯନ୍ତ୍ରପାତି କ୍ରୟ ସହାୟତା ପ୍ରଦାନ, ନିର୍ମାଣ ଶ୍ରମିକ ପାଂଠିର ରାଜନୈତିକ ଦୁରୁପଯୋଗ ବନ୍ଦ କରିବା, ନିର୍ମାଣ ଶ୍ରମିକଙ୍କୁ ଇ.ଏସ୍ .ଆଇ., ପି.ଏଫ.…

"କେନ୍ଦୁଝର :୧୩ଦଫା ଦାବି ନେଇ ଜିଲ୍ଲାପାଳଙ୍କ ଅଫିସ ଘେରିଲେ ନିର୍ମାଣ ଶ୍ରମିକ"

ଦୀର୍ଘଦିନ ହେବ ହୁକରେ ଚାଲିଛି ହଷ୍ଟେଲ ଗୃହ, କତୃପକ୍ଷ ଜାଣିଶୁଣି ଚୁପ୍

ହରିଚନ୍ଦନପୁର, ୨/୫ (ଓଡ଼ିଆ ପୁଅ/ପ୍ରେମାନନ୍ଦ ଦାସ) କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର କସ୍ତୁରବା ଗାନ୍ଦି ବିଦ୍ୟାଳୟକୁ ଲାଗି ଆଦିବାସୀ ପିଲା ମାନଙ୍କ ପାଇଁ ନୂତନ ଭାବରେ ତିଆରି ହୋଇଛି ହଷ୍ଟେଲ ଗୃହ। ଠିକାଧାର ଜଣଙ୍କ କାମ ସାରିଦେଇଥିବା ବେଳେ ଏପର୍ଯ୍ୟନ୍ତ ବିଦ୍ୟୁତ ସଂଯୋଗ ହୋଇ ନଥିବା ସହିତ ଦିର୍ଘଦିନ ହେବ ଛାତ୍ରୀମାନଙ୍କ ଗୃହକୁ ହୁକ ମାଧ୍ୟମରେ ବିଦ୍ୟୁତ ଯାଇଥିବା ଦେଖିବାକୁ ମିଳିଛି। ଖବରରୁ ପ୍ରକାଶଯେ, ସ୍ଥାନୀୟ ବ୍ଲକ ଶିକ୍ଷାଅଧିକାରୀଙ୍କ କାର୍ଯ୍ୟଳୟକୁ ଲାଗି ଜିଲ୍ଲା ଆଦିବାସି ମଙ୍ଗଳ ଯୋଜନା ମାଧ୍ୟମରେ ଆଦିବାସି ୬ଷ୍ଟ ଶ୍ରେଣୀ ଛାତ୍ରୀ ମାନଙ୍କ ପାଇଁ ନୂତନ ଭାବରେ ହଷ୍ଟେଲ ଗୃହ ନିର୍ମାଣ ହୋଇଛି। ଦୁଃଖର ବିଷୟ ଗୃହ ନିର୍ମାଣ କାର୍ଯ୍ୟ ସରିଯାଇଥିବା ସହିତ ଛାତ୍ରୀମାନେ…

"ଦୀର୍ଘଦିନ ହେବ ହୁକରେ ଚାଲିଛି ହଷ୍ଟେଲ ଗୃହ, କତୃପକ୍ଷ ଜାଣିଶୁଣି ଚୁପ୍"

ଷ୍ଟେଟ ବ୍ୟାଙ୍କ ଗ୍ରାହାକ ସେବା କେନ୍ଦ୍ରରେ ୧୦ଲକ୍ଷରୁ ଉର୍ଦ୍ଧ ଟଙ୍କା ଠକେଇ

ଘଟଗାଁ ୨୪-୪ (ଓଡ଼ିଆ ପୁଅ/ଭବାନୀ ପ୍ରସାଦ) – ଚିଟଫଣ୍ଡ ଠକେଇ ଶୀକାର ହୋଇ ରାଜ୍ୟବାସୀଙ୍କ ଆର୍ଥିକ ମେରୁଦଣ୍ଡ ସଳଖି ନଥିବା ବେଳେ ଏବେ ବ୍ୟାଙ୍କ ଠକେଇ ଘଟଣା ସାମ୍ନାକୁ ଆସିଛି। ଏହି ପରି ଏକ ଘଟଣା ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲା ଘଟଗାଁ ଷ୍ଟେଟ ବ୍ୟାଙ୍କ ଅଧିନରେ ଥିବା ଚିନାମାଳିପଷି ଗ୍ରାମର ଗ୍ରାହକ ସେବା କେନ୍ଦ୍ରରେ। ବ୍ୟାଙ୍କ ସିକୃତିରେ ଖୋଲା ଯାଇଥିବା ଏହି କେନ୍ଦ୍ରରୁ ଜମାକାରୀଙ୍କ ଲକ୍ଷ ଲକ୍ଷ ଟଙ୍କା ନେଇ ଠକ ଫେରାର ହୋଇଯାଇଥିବା ବେଳେ ବ୍ୟାଙ୍କ କର୍ମଚାରୀ ଠକର ଟେର ପାଉ ନାହାଁନ୍ତି। ଅନ୍ୟ ପଟେ ପେଟରୁ କାଟି ବ୍ୟାଙ୍କରେ ସଂଚୟ କରିଥିବା ଥିବା ଜମାକାରି ମୁଣ୍ଡରେ ହାତ ଦେଇ ବସିଛନ୍ତି। ଚିନାମାଳିପଷି…

"ଷ୍ଟେଟ ବ୍ୟାଙ୍କ ଗ୍ରାହାକ ସେବା କେନ୍ଦ୍ରରେ ୧୦ଲକ୍ଷରୁ ଉର୍ଦ୍ଧ ଟଙ୍କା ଠକେଇ"