ଯୋଡା ଓ ଚମ୍ପୁଆରେ ହାତୀ ପଲ ଆତଙ୍କ

ଯୋଡା- ତା ୨୩/୦୫ : (ଓଡିଆ ପୁଅ / ସେକ୍ ଜାବିର ମହମ୍ମଦ)ଗତକାଲି ରାତିରେ ମିରିଗିସିଙ୍ଗା ଠାରୁ ଏକ ୨୨ ଜଣିଆ ହାତୀ ପଲ ଦାମପୁରଠାରେ ପହଞ୍ଚି ସେଠାରେ ଏକ ଖରାଟିଆ ପନି ପରିବା ଚାଷ କରାଯାଇଥିବା ବିଲରେ ବ୍ୟାପକ ନଷ୍ଟ କରିବା ସହିତ ପନି ପରିବା ଖାଇଯାଇଥିଲେ। ପରେ କଣ୍ଡରା ବାଟ ଦେଇ ହାତୀ ପଲଟି ଗୋବିନ୍ଦପୁର ଆସିଥିଲେ। ଏହି ରାସ୍ତାରେ ମରସୁଆଁ ଠାରେ ହାତୀ ପଲ ଖରାଟିଆ ଧାନ ଚାଷ ବ୍ୟାପକ କ୍ଷୟ କ୍ଷତି କରିବା ସହିତ ଆଜି ସନ୍ଧ୍ୟା ସୁଦ୍ଧା ସେମାନେ ଚମ୍ପୁଆ ଫରେଷ୍ଟ ରେଞ୍ଜ ଅନ୍ତର୍ଗତ ଚମକପୁର ଠାରେ ବୈତରଣୀ ନଦୀରେ ପାଣି ପିଇବାକୁ ପହଞ୍ଚିଛନ୍ତି। ଏ ନେଇ ଚମକପୁର…

"ଯୋଡା ଓ ଚମ୍ପୁଆରେ ହାତୀ ପଲ ଆତଙ୍କ"

କମ୍ୟୁନିଟି ସେଣ୍ଟର ନିର୍ମାଣ ନିମନ୍ତେ ଜନଶୁଣାଣୀ ୩୦କୁ

ଯୋଡା- ତା ୨୩/୦୫ : (ଓଡିଆ ପୁଅ / ସେକ୍ ଜାବିର ମହମ୍ମଦ) ଯୋଡା ପୌରପାଳିକା ଅନ୍ତର୍ଗତ ୭ନଂ ୱାର୍ଡରେ ଏକ କମ୍ୟୁନିଟି ସେଣ୍ଟର ନିର୍ମାଣ ନିମନ୍ତେ ମେ ମାସ ୨୨ ତାରିଖରେ ପୌରପାଳିକା ସଭା ଗୃହରେ ଅନୁଷ୍ଠିତ ବୈଠକରେ ନିଷ୍ପତି ଗ୍ରହଣ କରାଯାଇଛି। ଏଥି ନିମନ୍ତେ ମେ ମାସ ୩୦ ତାରିଖ ଦିବା ୧୦.୩୦ମି. ସମୟରେ ଯୋଡା କଲ୍ୟାଣ ମଣ୍ଡପ ଠାରେ ଜନଶୁଣାଣୀ ଅନୁଷ୍ଠିତ କରାଯିବ ବୋଲି ପୌରପାଳିକା ପକ୍ଷରୁ ସୂଚନା ଦିଆଯାଇଛି। ବିଶେଷ କରି ଏହି କମ୍ୟୁନିଟି ସେଣ୍ଟରଟି ୭ନଂ ୱାର୍ଡରେ ଅବସ୍ଥିତ ଥିବା ବେଳେ ୭ନଂ ୱାର୍ଡର ବାସିନ୍ଦାମାନଙ୍କୁ ଏ ସଂକ୍ରାନ୍ତରେ ମତାମତ ଦେବାକୁ ଅଗ୍ରାଧିକାର ଦିଆଯିବ ବୋଲି ଜଣାପଡିଛି। ଏହି…

"କମ୍ୟୁନିଟି ସେଣ୍ଟର ନିର୍ମାଣ ନିମନ୍ତେ ଜନଶୁଣାଣୀ ୩୦କୁ"

ଲୋଡର ଆଘାତରେ ମୋଟରସାକେଲ ଆରୋହୀ ଗୁରୁତର

ଯୋଡା- ତା ୨୩/୦୫ : (ଓଡିଆ ପୁଅ / ସେକ୍ ଜାବିର ମହମ୍ମଦ) ମଙ୍ଗଳବାର ରାତି ପ୍ରାୟ ସାଢେ ୮ଟା ସମୟରେ କମାରଯୋଡା ସରକାରୀ ଡାକ୍ତରଖାନା ସମ୍ମୁଖରେ ଏକ ଲୋଡର ଆଘାତରେ ଜଣେ ମୋଟରସାଇକେଲ ଆରୋହୀ ଗୁରୁତର ହୋଇଥିବା ଜଣାପଡିଛି। ଆହତ ବ୍ୟକ୍ତି ଜଣଙ୍କ ହେଲେ ରାଉତ ମୁଣ୍ଡା ଏବଂ ଘର କମାରଯୋଡାରେ ବୋଲି ଜଣାପଡିଛି। ରାଉତ ମୁଣ୍ଡା ରକ୍ତାକ୍ତ ଅବସ୍ଥାରେ ସଂଗ୍ୟାହୀନ ହୋଇ ରାସ୍ତା ଉପରେ ପଡିଥିବା ବେଳେ ତାଙ୍କୁ କେତେ ଜଣ ସ୍ଥାନୀୟ ଯୁବକ ଯୋଡାସ୍ଥିତ ଟାଟା ଡାକ୍ତାରଖାନାକୁ ଆଣିଥିଲେ। ସେଠାରେ ତାଙ୍କୁ ପ୍ରାଥମିକ ଚିକିତ୍ସା ପରେ ତାଙ୍କର ସଂଗ୍ୟା ଫେରିଥିଲା। ଘଟଣା ସ୍ଥଳରେ ଯୋଡା ପୁଲିସ ପହଞ୍ଚି ତଦନ୍ତ ଜାରି ରଖିଛି।…

"ଲୋଡର ଆଘାତରେ ମୋଟରସାକେଲ ଆରୋହୀ ଗୁରୁତର"

ଯୋଡାରେ ପୁଲିସ ବି ଅସୁରକ୍ଷିତ

ଯୋଡା- ତା ୨୩/୦୫ : (ଓଡିଆ ପୁଅ / ସେକ୍ ଜାବିର ମହମ୍ମଦ) ଯୋଡାରେ ଆଇନ ଶୃଙ୍ଖଳା ପରିସ୍ଥିତି ବିଗୁଡିଥିବା ବେଳେ ପୁଲିସ ହେଲମେଟ ଚେକିଙ୍ଗରେ ବ୍ୟସ୍ତ। ତେବେ ପରିସ୍ଥିତି ଏପରିହୋଇଛି ଯେ, ସାଧାରଣ ଲୋକଙ୍କ କଥା ତ ଛାଡ ଖୋଦ ପୁଲିସ ମଧ୍ୟ ସୁରକ୍ଷିତ ନଥିବା ଦେଖାଯାଇଛି। ଘଟଣାରୁ ପ୍ରକାଶ ଗତକାଲି ସନ୍ଧ୍ୟାରେ ଧରଣୀଧର ଛକ ନିକଟରେ ଯୋଡା ପୁଲିସର ଏକ ଟିମ୍ ହେଲମେଟ ଯାଞ୍ଚ କରୁଥିବା ବେଳେ ହେଲମେଟ ପିନ୍ଧିନଥିବା ଜଣେ ମୋଟରସାଇକେଲ ଆରୋହୀକୁ କିଛି ପୁଲିସ ବଳ ଅଟକାଇଥିଲେ। ତେବେ ସମ୍ପୃକ୍ତ ଯୁବକ ଜଣକ ମୋଟରସାଇକେଲଟିକୁ ପୁଲିସ ଉପରେ ଚଢେଇ ପାର ହୋଇଯିବାକୁ ଚେଷ୍ଟା କରୁଥିବା ବେଳେ ତାଙ୍କ ଅନ୍ୟ କେତେ…

"ଯୋଡାରେ ପୁଲିସ ବି ଅସୁରକ୍ଷିତ"

ତୁରୁମଙ୍ଗା ଥାନା ଅଞ୍ଚଳରେ ଦିନକୁ ଦିନ ବଢୁଛି ଚୋରି ଲୋକେ ଆତଙ୍କିତ ଦିନ ଦ୍ୱିପ୍ରହରରେ ଘରୁ ଲୁଟ

ତୁରୁମଙ୍ଗା ୨୩ ମଇ (ଓଡ଼ିଆ ପୁଅ/ସନ୍ତୋଷ ପତି) ଦିନକୁ ଦିନ ତୁରୁମୁଙ୍ଗା ଥାନା ଅଞ୍ଚଳରେ ଚୋରି ବଢୁଥିବା ବେଳେ ଅଞ୍ଚଳର ଲୋକଙ୍କ ନିଦ ହଜାଇ ଦେଇଛନ୍ତି ଲୁଟେରା। ଆଜି ଡେଣୁଆ ଗ୍ରାମର ଯଶୋଦା ମାଟିଆଙ୍କ ଘରୁ ଶୌଚ ହେବା ପାଇଁ ଯାଇଥିବା ବେଳେ ଏହାର ସୁଯୋଗ ନେଇ ଲୁଟେରାମାନେ ଦିନ ଦ୍ୱିପ୍ରହରରେ ଲକ୍ଷାଧିକ ଟଙ୍କା ଚୋରି – ନଗଦ ୩୦ ହଜାର ସହିତ ୬୦ ହଜାର ଟଙ୍କାର ସୁନା ଓ ରୁପା ଗହଣା ଚୋରି ହୋଇଥିବା ସ୍ଥାନୀୟ ଅଞ୍ଚଳରେ ଆଲୋଡନ ଖେଳାଇ ଦେଇଛି। ଏନେଇ ତୁରୁମଙ୍ଗା ଥାନାରେ କେସ ନମ୍ବର ୫୯/୨୦୧୮ ରେ କେସ ରୁଜୁ ହୋଇଛି ଥାନା ଏ ଏସ ଆଇ କୈଳାସ ଚନ୍ଦ୍ର…

"ତୁରୁମଙ୍ଗା ଥାନା ଅଞ୍ଚଳରେ ଦିନକୁ ଦିନ ବଢୁଛି ଚୋରି ଲୋକେ ଆତଙ୍କିତ ଦିନ ଦ୍ୱିପ୍ରହରରେ ଘରୁ ଲୁଟ"

କୃଷି ବିଭାଗର ଜଳନିଧି ଯୋଜାନା ଏବେ ଚାଷୀଙ୍କ ପାଇଁ ସ୍ୱପ୍ନ ପାଲଟିଛି

ଘଟଗାଁ, ୨୨.୦୫(ଓଡିଆ ପୁଅ/ଭବାନୀ ପ୍ରସାଦ)- ନାମ ମାତ୍ର ଚାଷୀ ଓ କ୍ଷୁଦ୍ର ଚାଷୀଙ୍କୁ ସରକାରୀ ପ୍ରତ୍ସାହନ ଯୋଗାଇ ଦେବା ଓ କୃଷି ପ୍ରତି ଅଧିକ ଅକୃଷ୍ଟ ହୋଇଥିବା ଜଳନୀଧି ଯୋଜନାରେ ବହୁ ଚାଷୀ ଉପକୃତ ହୋଇଛନ୍ତି। ରିହାତି ମୁଲ୍ୟରେ ସହଜରେ ବୋରେଓଲ ଖୋଳି ଜଳନିଧି ଯୋଜନାର ଅନ୍ତର୍ଭୁକ୍ତ ହୋଇ ଜଳସେଚନର ସୁବିଧା ପାଇପାରିଥିଲେ। ମାତ୍ର ଏହି ଜଳନିଧି ଯୋଜନାରେ ଅନ୍ତର୍ଭୁକ୍ତ ପାଇଁ ସରକାରଙ୍କ ନିୟମ ପରିବର୍ତ୍ତନ ପରେ ଯୋଜନାରେ ବୋରେଓଲ ଖୋଳିବା ଏବେ ଘଟଗାଁ ବ୍ଲକର ଚାଷୀଙ୍କ ପାଇଁ କାଠିକର ପାଠ ହୋଇଯାଇଛି। ପୂର୍ବବର୍ଷ ଏହି ଯୋଜନାରେ କେନ୍ଦୁଝର ଜିଲ୍ଲାରେ ୭୧୦ଟି ବୋରେଓଲ ଖୋଳାଯାଇ ଥିବା ବେଳେ ନିୟମ ପରିବର୍ତ୍ତନ କାରଣରୁ ଚଳିତ ବର୍ଷ ଗୋଟିଏ…

"କୃଷି ବିଭାଗର ଜଳନିଧି ଯୋଜାନା ଏବେ ଚାଷୀଙ୍କ ପାଇଁ ସ୍ୱପ୍ନ ପାଲଟିଛି"

ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ଡ଼ାକସେବକଙ୍କ ଧର୍ମଘଟ ଡାକ ସେବା ଠପ

ତୁରୁମଙ୍ଗା ୨୨ ମଇ (ଓଡ଼ିଆ ପୁଅ/ସନ୍ତୋଷ ପତି) କେନ୍ଦୁଝର ଜିଲା ପାଟଣା ବ୍ଲକ ର ପାଟଣା ତୁରୁମୁଙ୍ଗା ରାଜନଗରରେ ଆଜି ସକାଳ ୬ ଘଟିକା ଡାକଘର ସମ୍ମୁଖରେ ଡାକ ସେବକମାନଙ୍କର ଅନିର୍ଦ୍ଧିଷ୍ଟକାଳ ଧର୍ମଘଟ ଯୋଗୁ ଡାକ ସେବା ଠପ୍ ହୋଇଯାଇଥିବା ଦେଖିବାକୁ ମିଳିଛି। ଫଳରେ ଦୂରଦୁରାନ୍ତରୁ ଆସିଥିବା ଗ୍ରାହକମାନଙ୍କ ମଧ୍ୟରେ ଏ ନେଇ ଅସନ୍ତୋଷ ଦେଖାଦେଇଛି। ଗ୍ରାମ୍ୟ ଡାକ ସେବକଙ୍କ ଉନ୍ନତି ନିମନ୍ତେ ଗତ ୨୪ ନଭେମ୍ବର ୨୦୧୬ରେ କେନ୍ଦ୍ରସରକାର କମଳେସ ଚନ୍ଦ୍ରା ନାମକ ଏକ କମିଟି ଗଠନ କରି ଡାକ ସେବା ବୋର୍ଡକୁ ଏ ସଂକ୍ରାନ୍ତରେ ଏକ ରିପୋର୍ଟ ଅର୍ପଣ କରିଥିଲେ। ଏହି ରିପୋର୍ଟଟି ପ୍ରସ୍ତୁତ କରିବାକୁ କମିଟି ପ୍ରାୟ ୧ ବର୍ଷ ସମୟ…

"ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ଡ଼ାକସେବକଙ୍କ ଧର୍ମଘଟ ଡାକ ସେବା ଠପ"

ଅନିର୍ଦ୍ଧିଷ୍ଟକାଳ ପର୍ଯ୍ୟନ୍ତ ଡାକ ସେବକଙ୍କ ଧର୍ମଘଟ, ଡାକ ସେବା ଠପ

ଯୋଡା- ତା ୨୨/୦୫ : (ଓଡିଆ ପୁଅ / ସେକ୍ ଜାବିର ମହମ୍ମଦ) ମଙ୍ଗଳବାର ସକାଳ ୬ ଘଟିକା ଠାରୁ ଯୋଡାସ୍ଥିତ ମୁଖ୍ୟ ଡାକ ଘର ସମ୍ମୁଖରେ ଡାକ ସେବକମାନଙ୍କର ଅନିର୍ଦ୍ଧିଷ୍ଟକାଳ ଧର୍ମଘଟ ଯୋଗୁ ଡାକ ସେବା ଠପ୍ ହୋଇଯାଇଥିବା ଦେଖିବାକୁ ମିଳିଛି। ଫଳରେ ଦୂରଦୁରାନ୍ତରୁ ଆସିଥିବା ଗ୍ରାହକମାନଙ୍କ ମଧ୍ୟରେ ଏ ନେଇ ଅସନ୍ତୋଷ ଦେଖାଦେଇଛି। ଗ୍ରାମ୍ୟ ଡାକ ସେବକଙ୍କ ଉନ୍ନତି ନିମନ୍ତେ ଗତ ୨୪ ନଭେମ୍ବର ୨୦୧୬ରେ କେନ୍ଦ୍ରସରକାର କମଳେସ ଚନ୍ଦ୍ରା ନାମକ ଏକ କମିଟି ଗଠନ କରି ଡାକ ସେବା ବୋର୍ଡକୁ ଏ ସଂକ୍ରାନ୍ତରେ ଏକ ରିପୋର୍ଟ ଅର୍ପଣ କରିଥିଲେ। ଏହି ରିପୋର୍ଟଟି ପ୍ରସ୍ତୁତ କରିବାକୁ କମିଟି ପ୍ରାୟ ୧ ବର୍ଷ ସମୟ…

"ଅନିର୍ଦ୍ଧିଷ୍ଟକାଳ ପର୍ଯ୍ୟନ୍ତ ଡାକ ସେବକଙ୍କ ଧର୍ମଘଟ, ଡାକ ସେବା ଠପ"

ସାପ କାମୁଡ଼ାରେ ବାଳିକା ମୃତ

ତୁରୁମୁଙ୍ଗା ୨୧ ମଇ (ଓଡ଼ିଆ ପୁଅ/ସନ୍ତୋଷ ପତି) କେନ୍ଦୁଝର ଜିଲା ସାହରପଡା ବ୍ଲକ ଗୋଳକୁଣ୍ଡ ଗ୍ରାମର ମାନସିଂ ମୁଣ୍ଡାଙ୍କ ୧୫ବର୍ଷ ର ଝିଅ ମାନି ମୁଣ୍ଡାଙ୍କୁ ଗତକାଲି ରାତିରେ ଘର ବାରଣ୍ଡାରେ ଶୋଇଥିବା ବେଳେ କୌଣସି ବିଷଧର ସାପ ହାତକୁ କାମୁଡି ଦେବାରୁ ତାଙ୍କୁ ଗୁରୁତର ଅବସ୍ଥାରେ କରଞ୍ଜିଆ ଉପଖଣ୍ଡ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା।ସେଠାରେ ମାନିର ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟ ଘଟିଛି। ଖବର ପାଇ ସାହରପଡା ଫାଣ୍ଡି ଅଧିକାରୀ ଅଶୋକ କୁମାର ପୋହି ଘଟଣା ସ୍ଥଳରେ ଶବକୁ ଜବତ କରି ବ୍ୟବଛେଦ କରାଇଥିବା ଜଣା ପଡ଼ିଛି।

"ସାପ କାମୁଡ଼ାରେ ବାଳିକା ମୃତ"

୨୫ ଶହ ଟଙ୍କା ପାଇଁ ସ୍ତ୍ରୀକୁ କିରୋସିନ ଢାଳି ନିଆଁ ଲଗାଇଲା ସ୍ୱାମୀ

ଯୋଡା- ତା ୨୧/୦୫ : (ଓଡିଆ ପୁଅ / ସେକ୍ ଜାବିର ମହମ୍ମଦ) ବଡବିଲ ଥାନା ଅନ୍ତର୍ଗତ କୋହ୍ଲ ବରପଦା ଗ୍ରାମରେ ରବିବାର ବିଳମ୍ବିତ ରାତ୍ରିରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ସୁଶିଲ ଗାଗରାଇ ନାମକ ଜଣେ ଜଣେ ବ୍ୟକ୍ତି ନିଜ ସ୍ତ୍ରୀ ଜତିନି ମୁଣ୍ଡାକୁ କିରୋସିନ ଢାଳି ନିଆଁ ଲଗାଇ ଦେବା ସହିତ ବାହାର ପଟୁ କବାଜ ବନ୍ଦ କରି ଫେରାର ହୋଇଯାଇଥିବା ଅଭିଯୋଗ କରିଛନ୍ତି ପୀଡିତା। ଜତିନିର ଚିତ୍କାର ଶୁଣି ଆଖପାଖ ଲୋକେ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ପ୍ରଥମେ ବଡବିଲ ସ୍ଥିତ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ। ତେବେ ପରେ ତାର ଅବସ୍ଥା ସଙ୍କଟାପନ୍ନ ଥିବାରୁ ତାକୁ କେନ୍ଦୁଝର ମୁଖ୍ୟ…

"୨୫ ଶହ ଟଙ୍କା ପାଇଁ ସ୍ତ୍ରୀକୁ କିରୋସିନ ଢାଳି ନିଆଁ ଲଗାଇଲା ସ୍ୱାମୀ"