ଇଂରାଜୀ ଶିକ୍ଷୟତ୍ରୀଙ୍କ ବଦଳିର ପ୍ରତିବାଦରେ ସ୍କୁଲରେ ତାଲା ପକାଇଲା ସ୍କୁଲ କମିଟି

କେନ୍ଦୁଝର ୧୫/୭ (ଓଡ଼ିଆ ପୁଅ/ବିଭୂତି ଭୂଷଣ ପଟ୍ଟନାୟକ) କେନ୍ଦୁଝର ସଦର ବ୍ଲକ ହାଣ୍ଡିଭଙ୍ଗା ଗ୍ରାମ ପଞ୍ଚାୟତ ର କଇଁସ ୟୁଜିୟୁପି ସ୍କୁଲର ଇଂରାଜୀ ଶିକ୍ଷୟତ୍ରୀଙ୍କର ବଦଳି  ପ୍ରତିବାଦରେ ସ୍କୁଲ ପରିଚାଳନା କମିଟି ପକ୍ଷରୁ  ଶନିବାର ସ୍କୁଲରେ ତାଲା ପକାଇ ଦେଇ ସ୍କୁଲ ସମ୍ମୁଖରେ ଧାରଣା ଦିଆଯାଇଛି। ସ୍ଲୁଲ ର ଇଁରାଜୀ ଶିକ୍ଷୟତ୍ରୀ ନିରୂପମା ନାଏକ ଜଣେ ଭଲ ଶିକ୍ଷୟତ୍ରୀ  ସେ ସ୍କୁଲ ର ଅନେକ ଉନ୍ନତି ମୂଳକ କାମ କରିଛନ୍ତି ତେଣୁ ତାଙ୍କୁ ସ୍କୁଲ ରୁ ନଛାଡିବା କୁ ଓ ବଦଳି ବାତିଲ କରିବା ଦାବିରେ ଗ୍ରାମବାସୀ ଓ ସ୍କୁଲ କମିଟି ଅଡି ବସିଛି। କମିଟି ସ୍କୁଲ ଗେଟ ରେ ତାଲା ପକାଇବା ସହ ଅନ୍ୟ…

"ଇଂରାଜୀ ଶିକ୍ଷୟତ୍ରୀଙ୍କ ବଦଳିର ପ୍ରତିବାଦରେ ସ୍କୁଲରେ ତାଲା ପକାଇଲା ସ୍କୁଲ କମିଟି"

ପୋଲିସ ଜିପ ଧକ୍କାରେ ଶିକ୍ଷକଙ୍କ ମୃତ୍ୟୁ: ପ୍ରତିଶୃତି ପରେ ରାସ୍ତାରୋକ ହଟିଲା

– ସହାୟତା ପାଇଁ ଧାରଣାରେ ଗୋଟିଏ ରାତି କେନ୍ଦୁଝର ୧୫/୭ (ଓଡ଼ିଆ ପୁଅ) କେନ୍ଦୁଝର ଜିଲ୍ଲା ଚମ୍ପୁଆ ବ୍ଳକ ବାଙ୍କ ହାଇସ୍କୁଲର ପ୍ରଧାନ ଶିକ୍ଷକ ସୁରେନ୍ଦ୍ର ମହାନ୍ତ ଶୁକ୍ରବାର ଅପରାହ୍ନରେ ସ୍କୁଲ ସମ୍ମୁଖରେ ବାଇକରେ ରାସ୍ତା ଉପରକୁ ଉଠୁଥିବା ବେଳେ ଦୃତଗତିରେ ଚମ୍ପୁଆ ଆସୁଥିବା ଯୋଡା ପୋଲିସ ଗାଡିଟି ତାଙ୍କୁ ଧକ୍କା ଦେଇଥିଲା ଏବଂ ପରେପରେ ସେହି ପୋଲିସ ସେହି ଗାଡିରେ ଓ ପରେ ଆମ୍ବୁଲାନ୍ସରେ ଆହତ ଶିକ୍ଷକ ସୁରେନ୍ଦ୍ରଙ୍କୁ ନେଇ ଚମ୍ପୁଆ ଚିକିତ୍ସାଳରେ ପହଞ୍ଚି ଥିଲେ ମଧ୍ୟ ସେଠାରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ। ଦୁର୍ଘଟଣାରେ ଶିକ୍ଷକଙ୍କ ମୃତ୍ୟୁ ଘଟଣା ପ୍ରସାରିତ ହେବାପରେ ଚମ୍ପୁଆ ଡାକ୍ତରଖାନାରେ ଲୋକଙ୍କ ଭିଡ ବଢିବା ସହ ଉତେଜନା…

"ପୋଲିସ ଜିପ ଧକ୍କାରେ ଶିକ୍ଷକଙ୍କ ମୃତ୍ୟୁ: ପ୍ରତିଶୃତି ପରେ ରାସ୍ତାରୋକ ହଟିଲା"

ଭଦ୍ରକ ଜିଲାରେ ଜଳସେଚନ କେନ୍ଦୁଝର ଜିଲାରେ ପରିଚାଳନା

ଭଦ୍ରକ, ୧୫ା୭ (ଓଡ଼ିଆପୁଅ / ପ୍ରମୋଦ ରାୟ) : ସତରେ ଆମ ରାଜ୍ୟ ଜଳସଂପଦ ବିଭାଗର ନିଆରା ଢଙ୍ଗ ସମସ୍ତଙ୍କୁ ବିସ୍ମିତ କରିଛି। କାହିଁକି ନା ଭଦ୍ରକ ଜିଲାରେ ହେବ ଜଳସେଚନ ହେଲେ ଡ୍ୟାମ ପରିଚାଳନା କରିବେ କେନ୍ଦୁଝର ଜିଲାର ବିଦ୍ୟାଧରପୁର ଜଳସେଚନ ଡିଭିଜନ। ଯାହାକୁ ନେଇ ଏବେ ଭଦ୍ରକ ଜିଲାବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଗତ ପ୍ରାୟ ୬ ମାସ ହେବ ରାଜ୍ୟ ଜଳ ସଂପଦ ବିଭାଗରେ ଚାଲିଥିବା ଏହି ଯୋଜନା ଶେଷରେ ଗତ ମାର୍ଚ୍ଚମାସରେ ସଫଳ ହୋଇଛି। ରାଜ୍ୟ ଜଳ ସଂପଦ ବିଭାଗ ନିଦେ୍ର୍ଦଶମତେ ଗତ ମାର୍ଚ୍ଚମାସ ୩୧ ତାରିଖରେ ଏନେଇ ରାଜ୍ୟ ସରକାରଙ୍କ ଜଳସଂପଦ ବିଭାଗ ପକ୍ଷରୁ ଚୂଡାନ୍ତ…

"ଭଦ୍ରକ ଜିଲାରେ ଜଳସେଚନ କେନ୍ଦୁଝର ଜିଲାରେ ପରିଚାଳନା"

ବିଦେଶୀ ଛାଡି ଦେଶି ପଛରେ ପଡିଛି ଅବକାରୀ ବିଭାଗ , ବିଭିନ୍ନ ସ୍ଥାନରେ ଚଢାଉ ୮ ଗିରଫ

ପାଟଣା/ଢେଙ୍କିକୋଟ, ତା୧୫/୭(ଓଡିଆ ପୁଅ /ଅଭିମନ୍ୟୁ /ବିରେନ୍ଦ୍ର କୁମାର) ଘଟଗାଁ ଓ ପାଟଣା ବ୍ଲକ ଅଞ୍ଚଳ ର ବିଭିନ୍ନ ସ୍ଥାନରେ ଚୋରା ବିଦେଶୀ ମଦର ଅବାଧ କାରବାର ବୃଦ୍ଧି ପାଉଥିବାବେଳେ ଅବକାରୀ ବିଭାଗ ପକ୍ଷରୁ ଚଢାଉ ସମୟରେ ଅବକାରୀ ବିଭାଗ ଆଖିରେ ଚୋରା ବିଦେଶୀ ମଦ ବିକ୍ରି କରୁଥିବା ଚୋରା ବେପାରୀ ଧରାନପଡିବା ଓ ନିରିହ ଆଦିବାସୀ ମାନେ ୩/୪ ଲିଟର ମହୁଲି ମଦ ସହ ଗିରଫ ହେବା ଘଟଣା ଅବକାରୀ ବିଭାଗ ର ପାରିବା ପଣିଆ ଉପରେ ପ୍ରଶ୍ନ ବାଚୀ ସୃଷ୍ଟି କରିଛି । ଅବାଧ ଚୋରା ନକଲି ବିଦେଶୀ ମଦ ବିଭିନ୍ନ ହାଟ ବାଟ ରେ ବିକ୍ରି ହେଉଥିବାବେଳେ ଏହାକୁ ଅବକାରୀ ବିଭାଗ ଦେଖି…

"ବିଦେଶୀ ଛାଡି ଦେଶି ପଛରେ ପଡିଛି ଅବକାରୀ ବିଭାଗ , ବିଭିନ୍ନ ସ୍ଥାନରେ ଚଢାଉ ୮ ଗିରଫ"

ବାଳିଆ ଭାକୁର ଛାଡି କେରାଣ୍ଡି ପଛରେ ପାଟଣା ଅବକାରୀ ବିଭାଗ

ତୁରୁମୁଙ୍ଗା ୧୪/୭ (ଓଡ଼ିଆ ପୁଅ/ସନ୍ତୋଷ କୁମାର ପତି) ଉଭୟ ଅବକାରୀ ବିଭାଗ ଏବଂ ପୋଲିସ ବିଭାଗର ନିଷ୍କ୍ରିୟତା ଯୋଗୁଁ ଏବେ ପାଟଣା ବ୍ଲକ ର ବିଭିନ୍ନ ଅଞ୍ଚଳରେ ଚୋରା ଦେଶୀ ଏବଂ ବିଦେଶୀ ମଦ ବେପାରୀ ଏବେ ମଦକୁ ଏକ ପ୍ରକାର କୁଟିର ଶିଳ୍ପ ରେ ପରିଣତ କରି ଦେଲେଣି। ଏପରି କି ମନ୍ଦିର ସ୍କୁଲ୍ ନିକଟରେ ମଧ୍ୟ ମଦ ବିକ୍ରୀ ହେଉଅଛି। ଏ ଅଞ୍ଚଳରେ ଏବେ ଦେଶୀ ଏବଂ ବିଦେଶୀ ମଦର ଏକ ପ୍ରକାର ବନ୍ୟା ହେଉଥିବା କହିଲେ ଅତ୍ୟୁକ୍ତି ହେବ ନାହିଁ। ଏପରି କି ମଦ ବେପାରୀମାନେ ଉଭୟ ପୋଲିସ ଏବଂ ଅବକାରୀ ବିଭାଗ ଆମ ହାତ ମୁଠାରେ ଅଛନ୍ତି ବୋଲି ଜନ…

"ବାଳିଆ ଭାକୁର ଛାଡି କେରାଣ୍ଡି ପଛରେ ପାଟଣା ଅବକାରୀ ବିଭାଗ"

ଧାନ ର ସର୍ବନିମ୍ନ ସହାୟକ ମୂଲ୍ୟ ୨୯୩୦ ଟଙ୍କା ବୃଦ୍ଧି ଦାବୀ ରେ ପାଟଣା ବ୍ଲକ ରେ ବିଜେଡିର ବିକ୍ଷୋଭ

ପାଟଣା, ତା୧୪/୦୭(ଓଡିଆ ପୁଅ /ଅଭିମନ୍ୟୁ ରାଉତ ) କେନ୍ଦୁଝର ଜିଲ୍ଲା ବିଜେଡି ଓ ବିଜୁ ଜନତା ଦଳ କୃଷକ ସାମ୍ମୁଖ୍ୟ ପକ୍ଷରୁ କେନ୍ଦ୍ରସରକାରଙ୍କ ଟାଳଟୁଳ କୃଷକ ନୀତି ବିରୁଦ୍ଧରେ ଆଜି ପାଟଣା ଆନନ୍ଦେଶ୍ବର ମନ୍ଦିର ପ୍ରାଙ୍ଗଣ ରୁ ଵ୍ଲକ ଯାଏ ଏକ ଶୋଭାଯାତ୍ରା ଯାଇ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ବିଜେଡି ପକ୍ଷରୁ ଧାନ ର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି ଦାବୀ ରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଧାରଣା ଦିଆଯାଇଛି। ଏହି ଅବସରରେ ଦଳ ପକ୍ଷରୁ ଏକ ଦାବୀପତ୍ର ରାଷ୍ଟ୍ରପତି ଙ୍କ ଉଦ୍ଦେଶ୍ୟ ରେ ବ୍ଲକ ମୁଖ୍ୟ କିରାଣୀ ତ୍ରିଲୋଚନ ବେହେରାଙ୍କୁ ପ୍ରଦାନ କରାଯାଇଛି। ଆଗାମୀ ଦିନରେ ଧାନ ର ସର୍ବନିମ୍ନ ସହାୟକ ମୂଲ୍ୟ…

"ଧାନ ର ସର୍ବନିମ୍ନ ସହାୟକ ମୂଲ୍ୟ ୨୯୩୦ ଟଙ୍କା ବୃଦ୍ଧି ଦାବୀ ରେ ପାଟଣା ବ୍ଲକ ରେ ବିଜେଡିର ବିକ୍ଷୋଭ"

ଘଟଗାଁ ମା ତାରିଣୀ ମନ୍ଦିରରେ ଆଷାଢି ପର୍ବ

ଘଟଗାଁ-୧୪/୦୭(ଓଡିଆ ପୁଅ/ଭବାନୀ ପ୍ରସାଦ)-ଜଗତ ଜନନୀ ମାତାରିଣୀଙ୍କ ବିଭିନ୍ନ ପର୍ବ ମଧ୍ୟରୁ ଆଷାଢି ପର୍ବ ଏକ ଭିନ୍ନ ପର୍ବ। ଏହି ଦିନକୁ ମାଙ୍କ ଜନ୍ମ ଦିନ ଭାବେ ପାଳନ କରାଯାଉଥିବା ବେଳେ ଏହି ଆଷାଢି ପର୍ବରେ ମା ଭକ୍ତ ମାନଙ୍କ ଶୁଭ କାମନା କରି ଦିନ ସାରା ଉପବାସ ରହିଥାନ୍ତି ଏବଂ ସଂନ୍ଧ୍ୟା ସମୟରେ ସୁନା ବେଶରେ ଭକ୍ତ ମାନଙ୍କୁ ଦର୍ଶନ ଦେଇଥାନ୍ତି। ଏହି ଆଷାଢି ପର୍ବ ମଧ୍ୟ ଚାଷୀ ପର୍ବ ନାମରେ ପରିଚିତ। ବର୍ଷାର ଆରମ୍ଭ କରଣରୁ ଏହି ଦିନ ଘଟଗାଁ ଅଂଚଳର ୨୨ଖଣ୍ଡ ମଉଜାର ଲୋକମାନେ ଭଲ ଚାଷ ପାଇଁ ମାଙ୍କ ନିକଟକୁ ବୋଦା ଭେଟି ଦେଇଥାନ୍ତି। ପ୍ରତ୍ୟକ ବର୍ଷ ଆଷାଢ ମାସ ଶେଷ…

"ଘଟଗାଁ ମା ତାରିଣୀ ମନ୍ଦିରରେ ଆଷାଢି ପର୍ବ"

ବେଆଇନ ଗୋରୁ ଚାଲାଣ ବେଳେ ୧୧ ଗୋରୁ ଉଦ୍ଧାର, ପିକଅପ୍ ଭ୍ୟାନ ଜବତ, ୨ ଗିରଫ

ଘଟଗାଁ-୧୪/୦୭(ଓଡିଆ ପୁଅ/ଭବାନୀ ପ୍ରସାଦ)କେନ୍ଦୁଝର ଜିଲ୍ଲା ଘଟଗାଁ ଥାନା ଅର୍ନ୍ତଗତ ଢେଙ୍କିକୋଟ ନିକଟରେ ବେଆଇନ ଗୋରୁ ଚାଲଣ ବେଳେ ୧୧ଟି ଗୋରୁ ଉଦ୍ଧାର ହୋଇଛି। ଏଥି ସହିତ ଚାଲାଣରେ ବ୍ୟବହାର ହେଇଥିବା ପିକଅପ ଭ୍ୟାନକୁ ଜବତ କରିବା ସହ ୨ଜଣକୁ ଘଟଗାଁ ପୋଲିସ ଗିରଫ କରିଛି। ଯାଜପୁର କୁଆଖିଆ ଅଂଚଳରୁ ମୟୁରଭଞ୍ଜ ଜିଲ୍ଲା ଖିଚିଙ୍ଗ ଅଂଚଳକୁ ଚାଲାଣ ହେଉଥିବା ବେଳେ ବିଶେଷ ସୁତ୍ରରୁ ଖବର ପାଇ ପୋଲିସ ଚଢଉ କରିଥିଲା। ତେବେ ଗୋଟିଏ ପିକଅପ ଭ୍ୟାନରେ ଗୋରୁ ମାନଙ୍କୁ ଅମାନୁଷିକ ଭାବେ ଚାଲାଣ କରୁଥିବା ବ୍ୟବସାୟୀଙ୍କୁ ବିଭିନ୍ନ ଦଫାରେ ଗିରଫ କରାଯାଇ ଥିବା ବେଳେ ଆଜି ସେମାନଙ୍କୁ କୋର୍ଟ ଚାଲାଣ କରାଯିବ।

"ବେଆଇନ ଗୋରୁ ଚାଲାଣ ବେଳେ ୧୧ ଗୋରୁ ଉଦ୍ଧାର, ପିକଅପ୍ ଭ୍ୟାନ ଜବତ, ୨ ଗିରଫ"

ମୁଦ୍ରାବେଡା ସତ୍ୟନାରାୟଣ ଉଚ୍ଚବିଦ୍ୟାଳୟରେ ରେ ବନ ମହୋତ୍ସବ

ପାଟଣା, ତା୧୩/୦୭(ଓଡିଆ ପୁଅ /ଅଭିମନ୍ୟୁରାଉତ)ଘଟଗାଁ ବ୍ଲକ ପାଟଣା ବନାଞ୍ଚଳ ମୁକ୍ତାପୁର ପଞ୍ଚାୟତ ଅନ୍ତର୍ଗତ ମୁଦ୍ରାବେଡା ସ୍ଥିତ ସତ୍ୟନାରାୟଣ ଉଚ୍ଚବିଦ୍ୟାଳୟ ରେ ଆଜି ବନ ମହୋତ୍ସବ ପାଳିତ ହୋଇଯାଇଛି । ବିଦ୍ୟାଳୟର ଛାତ୍ର ଛାତ୍ରୀ ଜଙ୍ଗଲ ସୁରକ୍ଷା ସଚେତନତା ବାର୍ତ୍ତା ନେଇ ହାତରେ ଫ୍ଲାକାର୍ଡ ଧରି ଗ୍ରାମ ପରିକ୍ରମା କରିବା ପରେ ବିଦ୍ୟାଳୟ ପରିସରରେ ଏକ ସଚେତନତା ସଭା ବିଦ୍ୟାଳୟର ପ୍ରଧାନଶିକ୍ଷକ ହରେକୃଷ୍ଣ ପୁହାଣ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ମୁକ୍ତାପୁର ସରପଞ୍ଚ ରଜତ କୁମାର ନାୟକ ମୁଖ୍ୟ ବକ୍ତା ଭାବେ ପ୍ରକୃତି ବନ୍ଧୁ ତଥା ବରିଷ୍ଠ ସାମ୍ବାଦିକ ନୃସଂହ ନାଥ ସିଂହ ସମ୍ମାନୀୟ ଅତିଥି ଭାବେ ବନରକ୍ଷୀ…

"ମୁଦ୍ରାବେଡା ସତ୍ୟନାରାୟଣ ଉଚ୍ଚବିଦ୍ୟାଳୟରେ ରେ ବନ ମହୋତ୍ସବ"

ଟାଟା କମ୍ପାନୀ ବେନିୟମ ଭାବେ ପ୍ଲାଣ୍ଟର ଦୁଷିତ ପାଣି ନିଷ୍କାସନ ଯୋଗୁଁ ଯାଉଛି ଅଞ୍ଚଳବାସୀଙ୍କ ଜୀବନ – କିଡିନୀ ରୋଗରେ ୧ ମୃତ ୭ ରୁ ଉର୍ଦ୍ଧ୍ୱ ଲୋକ ଆକ୍ରାନ୍ତ

ହରିଚନ୍ଦନପୁର, ୧୩/୦୭ (ଓଡ଼ିଆ ପୁଅ/ପ୍ରେମାନନ୍ଦ ଦାସ) କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ ଅନ୍ତର୍ଗତ ବ୍ରାହ୍ମଣୀପାଳ ଠାରେ ଗଢିଉଠିଥିବା ଟାଟାକମ୍ପାନୀର ବିଶାଳ ଷ୍ଟିଲପ୍ଲାଣ୍ଟର ର୍ନିଗତ ଦୁଷିତ ପାଣି ଓ ସ୍ଲାଗ୍ ବେନିୟମ ଭାବେ କୂଶେଇ ନଦୀରେ ମିଶ୍ରଣ ପ୍ରଭାବରୁ ଯାଉଛି ଅନେକ ଜୀବନ। ମରଣ ମୂଖରେ ଅନେକ ନୀରିହ ଜୀବନ। ବିଷେଶ ଅନୁସନ୍ଧାନରୁ ଜଣାପଡିଛି କି ରାସୋଳ ଗ୍ରାମ ପଞ୍ଚାୟତର କଇଥ ଟିକିରି ଗ୍ରାମରେ କିଡିନୀ ରୋଗ ବ୍ୟାପିବାକୁ ନେଇ ଲୋକଙ୍କ ମଧ୍ୟରେ ଭୟର ବାତାବରଣ ଦେଖିବାକୁ ମିଳିଛି। ଗତ କିଛି ଦିନ ପୂର୍ବରୁ ଏହିଗ୍ରାମରେ କିଡିନୀ ଜନିତ ରୋଗୀଙ୍କ ମୃତ୍ୟୁ ଓ ରୋଗର ଆକ୍ରାନ୍ତକୁ ନେଇ ଲୋକମାନଙ୍କ ମଧ୍ୟରେ ଭୟ ସୃଷ୍ଟି ହୋଇଛି। ଏହି କଇଥ…

"ଟାଟା କମ୍ପାନୀ ବେନିୟମ ଭାବେ ପ୍ଲାଣ୍ଟର ଦୁଷିତ ପାଣି ନିଷ୍କାସନ ଯୋଗୁଁ ଯାଉଛି ଅଞ୍ଚଳବାସୀଙ୍କ ଜୀବନ – କିଡିନୀ ରୋଗରେ ୧ ମୃତ ୭ ରୁ ଉର୍ଦ୍ଧ୍ୱ ଲୋକ ଆକ୍ରାନ୍ତ"