ଟ୍ରକ ଧକ୍କାରେ ଶିଶୁ କନ୍ୟା ମୃତ – ୩ ଗୁରୁତର, ଉତ୍ୟକ୍ତ ଲୋକଙ୍କ ରାସ୍ତା ଅବରୋଧ

ଢେଙ୍କିକୋଟ, ତା୧୬/୦୧(ଓଡିଆ ପୁଅ/ବିରେନ୍ଦ୍ର କୁମାର) ଆଜି ସଂନ୍ଧ୍ୟା ସମୟରେ ୨୦ନମ୍ବର ଜାତୀୟ ରାଜପଥ ଢେଙ୍କିକୋଟ ଚକାଡୋଳା ପେଟ୍ରୋଲ ନିକଟରେ ଏକ ୧୨ଚକିଆ ଟ୍ରକ ବାଇକ୍ ଧକ୍କା ଦେବା ଫଳରେ ବାଇଟ୍ରେ ବସିଥିବା ଏକ ୯ବର୍ଷର ଶିଶୁ କନ୍ୟା ର ମୃତ୍ୟୁ ଘଟିଛି। ବାଇକରେ ବସିଥିବା ନୁଶୁରିପଶି ଝାଟିଆଳି ସାହି ସବିତା ମହାନ୍ତ ନାମ୍ନୀ ମହିଳା ସହ ତାଙ୍କର ଶିଶୁ କନ୍ୟା ଚିନ୍ମୟ ମହାନ୍ତ ବାଇକ୍ ରୁ ଛିଟିକି ଫଡିଥିଲେ ଫଳରେ ଶିଶୁ କନ୍ୟା ଉପରେ ଟ୍ରକ ଚଢି ମୁଣ୍ଡ ଗଣ୍ଡି ଅଲଗା କରିଦେଇଥିଲା। ଘଟଣା କୁ ନେଇ ଲୋକେ ଅସମ୍ପୂର୍ଣ୍ଣ ରାସ୍ତା କୁ ଦାଇ କରିବା ସହ ରାସ୍ତା ରୋକ କରିବା ସହ କ୍ଷତିପୂରଣ ଦାବି…

"ଟ୍ରକ ଧକ୍କାରେ ଶିଶୁ କନ୍ୟା ମୃତ – ୩ ଗୁରୁତର, ଉତ୍ୟକ୍ତ ଲୋକଙ୍କ ରାସ୍ତା ଅବରୋଧ"

ସ୍କୁଲ କାର୍ଯ୍ୟରେ ଅବହେଳାକୁ ନେଇ ପ୍ରଧାନ ଶିକ୍ଷକ ନିଲମ୍ବିତ

ହରିଚନ୍ଦନପୁର, ତା ୧୬.୦୧ (ଓଡ଼ିଆ ପୁଅ/ପ୍ରେମାନନ୍ଦ ଦାସ) କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ ଜିରାଙ୍ଗ ଉଚ୍ଚପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ମଣିଚରଣ ମୋଦି ନିଜ ସ୍କୁଲ କାର୍ଯ୍ୟ ରେ ଅବହେଳାକୁ ନେଇ ନିଲମ୍ବିତ ହୋଇଥିବାର ଜଣାପଡିଛି।ଖବର ନେବାରୁ ଜଣାପଡିଛି କି ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ନିର୍ଦ୍ଦେଶ କ୍ରମେ ହରିଚନ୍ଦନପୁର ଶିକ୍ଷା ଅଧିକାରୀ ଜଗବନ୍ଦୁ ସାହୁ ତାଙ୍କ କାର୍ଯ୍ୟକୁ ନଜର କରି ତାଙ୍କୁ ଚାକିରିରୁ ନିଲମ୍ବିତ କରିଥିଲେ। ପ୍ରଧାନ ଶିକ୍ଷକ ଜଣଙ୍କ ଠିକ୍ ଭାବରେ ଛାତ୍ରବାସରେ ରହୁଥିନବା ସହ ଆଦିବାସୀ ଛାତ୍ରୀ ମାନଙ୍କୁ ଆବଶ୍ୟକ ଜିନିଷ ପତ୍ର ଦେଉନଥିବା ସହ ଅଧିକାଂଶ ସମୟରେ ବିଦ୍ୟାଳୟରେ ଅନୁପସ୍ଥିତ ରହୁଥିବା ଅଭିଯୋଗ ହୋଇଥିଲା। ଘଟଣାକୁ ନେଇ ସତ୍ୟାସତ୍ୟ ଜାଣିବା ପାଇଁ…

"ସ୍କୁଲ କାର୍ଯ୍ୟରେ ଅବହେଳାକୁ ନେଇ ପ୍ରଧାନ ଶିକ୍ଷକ ନିଲମ୍ବିତ"

ପୃର୍ତ୍ତ ବିଭାଗର ଦୃଷ୍ଟି ନାହିଁ, କୁଆଁଝରଣ ଘାଟି ପାଲଟିଛି ମରଣଯନ୍ତା

ହରିଚନ୍ଦନପୁର, ତା୧୬.୦୧(ଓଡିଆ ପୁଅ/ପ୍ରେମାନନ୍ଦ ଦାସ) ନରଣପୁର ଠାରୁ ବ୍ରାହ୍ମଣୀପାଳ ସଂଯୋଗ କରୁଥିବା ଭିଆଇପି ରାସ୍ତାର କୁଆଝରଣ ଘାଟି ବର୍ତ୍ତମାନ ପାଲଟିଛି ମରଣଯନ୍ତା। ଏହି ରାସ୍ତାଟିରେ ପ୍ରତ୍ୟେକ ଦିନ କିଛିନା କିଛି ଛୋଟବଡ ଘଟଣା ଦୃର୍ଘଟଣା ଘଟିଥାଏ। ସାଧାରଣତଃ ନରଣପୁର ଠାରୁ ବ୍ରାହ୍ମଣୀପାଳ ରାସ୍ତାର ଦୂରତା ୭୩କିଲୋମିଟର ରହିଥିବା ବେଳେ ଏହି ରାସ୍ତା ମଧ୍ୟରେ କୁଆଁଝରଣ ଘାଟି ଓ ଦାନ୍ତୁଆଣୀ ଘାଟିରେ ଅନେକ ଦୁର୍ଘଟଣା ଘଟିଥାଏ। ଏହି ଘାଟିରେ ଅନେକ ବାଙ୍କମାନ ଥିବାକୁ ନେଇ ଅଦିନିଆ ଲୋକ ଯାତୟାତ କରିବାରେ ଦୁର୍ଘଟଣା ଘଟିଥାଏ। ରାସ୍ତାଟିରେ ଭାରିଯାନ ଚଳାଚଳ ସରକାରୀସ୍ତରରେ ନିଷେଧ ହୋଇଥିବା ବେଳେ ବେଆଇନ ଭାବରେ ଭାରିଯାନ ଚଳାଚଳ କରୁଛି। ଏମିତିକି ପ୍ରତ୍ୟେକ ଦିନ ଶହ ଶହ…

"ପୃର୍ତ୍ତ ବିଭାଗର ଦୃଷ୍ଟି ନାହିଁ, କୁଆଁଝରଣ ଘାଟି ପାଲଟିଛି ମରଣଯନ୍ତା"

ଓସ୍ତିଆପଶି ସ୍କୁଲରେ ଛାତ୍ର ଛାତ୍ରୀଙ୍କ ପାଇଁ ବିପଦ ସାଜିଛି, ପୁରୁଣା ଗୃହ, କୂଅ, ଶୌଚାଳୟ, ପ୍ରଶାସନର ନଜର ପଡୁନାହିଁ

ହରିଚନ୍ଦନପୁର, ତା୧୬.୦୧(ଓଡିଆ ପୁଅ/ପ୍ରେମାନନ୍ଦ ଦାସ) କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ ଶିକ୍ଷା ଅଧିନସ୍ଥ ବଡପଳାଶପାଳ ପଞ୍ଚାୟତର ଓସ୍ତିଆପଶି ପ୍ରାଥମିକ ବିଦ୍ୟାଳୟର ପୁରୁଣା ଗୃହ, କୂଅ, ଶୈାଚାଳୟ, ଛାତ୍ରଛାତ୍ରୀ ମାନଙ୍କ ପାଇଁ ବିପଦ ସାଜିଛି। ଏହି ବିଦ୍ୟାଳୟଟି ୨୮.୧୨.୧୯୮୭ ମସିହାରେ ସ୍ଥାପିତ ହୋଇଥିଲା। ଏହା ଏକ ଆଦିବାସୀ ଅଧୁଷିତ ଅଞ୍ଚଳ ଭାବେ ପରିଲକ୍ଷିତ ହୋଇଥିବା ବେଳେ ସରକାର ଏହି ଅଞ୍ଚଳକୁ ଶିକ୍ଷିତ କରିବାର ଲକ୍ଷ ରଖି ବିଦ୍ୟାଳୟଟିକୁ ନିର୍ମିତ କରିଥିଲେ। ବିଦ୍ୟାଳୟଟିରେ ଅଧିକାଂଶ ଛାତ୍ରଛାତ୍ରୀ ଆଦିବାସୀ ସଂପ୍ରଦାୟର ହୋଇଥିବା ବେଳେ ବିଦ୍ୟାଳୟଟିକୁ ସରକାରଙ୍କର ଦୃଷ୍ଟି ଆର୍କଷଣ ହେଉନାହିଁ। ଖବରନେବାରୁ ଜଣା ପଡିଛି, ବିଦ୍ୟାଳୟ ମଧ୍ୟରେ ଅନେକ ବର୍ଷର ପୁରୁଣା ଖପର ଘରଟିର ଖପର ଦିନକୁ ଦିନ ପଡୁଥିବେଳେ…

"ଓସ୍ତିଆପଶି ସ୍କୁଲରେ ଛାତ୍ର ଛାତ୍ରୀଙ୍କ ପାଇଁ ବିପଦ ସାଜିଛି, ପୁରୁଣା ଗୃହ, କୂଅ, ଶୌଚାଳୟ, ପ୍ରଶାସନର ନଜର ପଡୁନାହିଁ"

କାର ବୋଲେରୋ ମୁହାଁ ମୁହିଁ ଧକ୍କା ୨ ଗୁରୁତର

ତୁରୁମୁଙ୍ଗା ୧୫-୧ (ଓଡ଼ିଆ ପୁଅ/ସନ୍ତୋଷ କୁମାର ପତି) କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗା ଥାନା ଅଧିନ ତୁରୁମୁଙ୍ଗା ଚମ୍ପୁଆ ଆର ଡି ରୋଡ଼ ର ଗିଧିବାସ ଛକରେ ଭାରସାମ୍ୟ ହରାଇ ବଲେରୋ ଏବଂ ଇଓନ କାର ମୁହାଁମୁହିଁ ଧକ୍କା ହେବା ଫଳରେ କାର ଚାଳକ ଗୁରୁତର ଆହତ ହେବା ସହିତ ବୋଲେରରେ ଥିବା ଜଣେ ଆହତ ହୋଇଛୋନ୍ତି। ଆହତଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଛନ୍ତି ସୂଚନା ଅନୁଯାୟୀ ଓଆର 09 Q 3232 ବୋଲେରୋ ଗାଡିଟି ଘଟଗାଁରୁ ଚମ୍ପୁଆକୁ ଫେରୁଥିବା ବେଳେ ଚମ୍ପୁଆ ପଟୁ ତୁରୁମୁଙ୍ଗା ପଟକୁ ଯାଉଥିବା କାର JH 05AW 8448 ସହିତ ମୁହାଁମୁହିଁ ଧକ୍କା ହୋଇଥିଲା। ଖବର…

"କାର ବୋଲେରୋ ମୁହାଁ ମୁହିଁ ଧକ୍କା ୨ ଗୁରୁତର"

ଝାଲକାଣି ଗ୍ରାମରେ ୩୨ତମ ଟୁସୁ ମେଲଣ ମହୋତ୍ସବ

ହରିଚନ୍ଦନପୁର, ତା୧୫.୦୧(ଓଡିଆ ପୁଅ/ପ୍ରେମାନନ୍ଦ ଦାସ) କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ଜିରାଙ୍ଗ ଗ୍ରାମପଞ୍ଚାୟତର ଝାଲକାଣି ଗ୍ରାମରେ ୩୨ତମ ଟୁସୁ ମେଲଣ ମହୋତ୍ସବ ଅନୁଷ୍ଟିତ ହୋଇଯାଇଛି।ବୈଦିକ ଯୁଗର ବହୁ ପୂର୍ବରୁ ପ୍ରତିଷ୍ଠା ଲାଭ କରିଥିବା ବୃହତ ଶେଖୱର ଜାତିର ଉପଜାତି କୁଡମୀ ମହାନ୍ତ ସଂପ୍ରଦାୟର ବର୍ଣ୍ଣାଢ୍ୟ ସଂସ୍କୃତିର ବାର୍ତ୍ତାବହ ଏବଂ ଉଜ୍ଜ୍ୱଳ ସ୍ୱାକ୍ଷର ହେଲା ଟୁସୁ ମହୋତ୍ସବ। ଏଥିପାଇଁ ପବିତ୍ର ମକର ସଂକ୍ରାନ୍ତିରେ ଦୁଇଦିନ ପାଇଁ ଛତ୍ରପତି ସାଂସ୍କୃତିକ ସଂଘ ଝାଲାକାଣି ତାହାର ୩୨ତମ ଟୁସୁ ମେଲଣ ମହୋତ୍ସବ ଆସର ଖୋଲି ଦେଇଛି। କୃଷି ଆମୋଦ ପ୍ରମୋଦ, ଏକତ୍ରିକରଣ, ସଶକ୍ତିକରଣ, ସ୍ୱାଭିମାନ ଓ ଭାଇଚାରାର ବାର୍ତ୍ତା ବହନ କରୁଥିବା ଏହି ଉତ୍ସବରେ ନିକଟସ୍ଥ ତଥା ବହୁ ଦୂରଦୁରାନ୍ତରୁ ବହୁ…

"ଝାଲକାଣି ଗ୍ରାମରେ ୩୨ତମ ଟୁସୁ ମେଲଣ ମହୋତ୍ସବ"

ଭୀମକୁଣ୍ଡରେ ୫୦ହଜାର ଶ୍ରଦ୍ଧାଳୁଙ୍କ ସମାଗମ – ପୂଣ୍ୟତୋୟା ବୈତରଣୀ ରେ ବୁଡ ପକାଇଲେ

ପାଟଣା, ତା୧୪/୦୧(ଓଡିଆ ପୁଅ /ଅଭିମନ୍ୟୁ )କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ଅନ୍ତର୍ଗତ ଡୁମୁରିଆ ପଞ୍ଚାୟତ ଘାଟ ବାଲିଯୋଡି ଗ୍ରାମ ଦେଇ ବୋହିଯାଇଛି ପୂଣ୍ୟତୋୟା ବୈତରଣୀ। ଏହି ପୌରାଣିକ ତଥା ଐତିହାସିକ ମାନ୍ୟତା ପାଇଥିବା ଭୀମକୁଣ୍ଡ ଠାରେ ପବିତ୍ର ମକର ସଂକ୍ରାନ୍ତି ଉପଲକ୍ଷେ ଆଜି ଅନ୍ୟୁନ ୫୦ହଜାର ଶ୍ରଦ୍ଧାଳୁ ମକର ବୁଡ ପକାଇ ଏଠାରେ ଥିବା ଭୀମେଶ୍ବର,  ତୀର୍ଥେଶ୍ବର ଓ କୁଣ୍ଡେଶ୍ବର ମହାଦେବ ଙ୍କ ଦର୍ଶନ କରିଛନ୍ତି। ମକର ମେଳା ଉପଲକ୍ଷେ ଦୁଇ ଦିନିଆ ମହୋତ୍ସବ ରେ ନୃତ୍ୟ ସଙ୍ଗୀତ ର ଆୟୋଜନ କରାଯାଇଥିବା ବେଳେ ବିଭିନ୍ନ କିସମର ଭଳିକି ଭଳି ଦୋକାନ ଲାଗିଥିବା ବେଳେ ଏଠାରେ ମକର ସଂକ୍ରାନ୍ତି ଉପଲକ୍ଷେ ଭୀମକୁଣ୍ଡ ଶାନ୍ତିଶ୍ବର ମହାଦେବ ପ୍ରାଙ୍ଗଣରେ…

"ଭୀମକୁଣ୍ଡରେ ୫୦ହଜାର ଶ୍ରଦ୍ଧାଳୁଙ୍କ ସମାଗମ – ପୂଣ୍ୟତୋୟା ବୈତରଣୀ ରେ ବୁଡ ପକାଇଲେ"

ଶୋଚନୀୟ ଅବସ୍ଥାରେ ଗରଗଡବାହାଳୀ ଠାରୁ ତମ୍ବାହରା ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ, ମରାମତି ଅଭାବ

ହରିଚନ୍ଦନପୁର, ତା୧୪.୦୧(ଓଡିଆ ପୁଅ/ପ୍ରେମାନନ୍ଦ ଦାସ) କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ ଅନ୍ତର୍ଗତ ବଡପଳାଶପାଳ ଗ୍ରାମପଞ୍ଚାୟତର ଗରଗଡବାହାଳୀ ଠାରୁ ତମ୍ବାହରା ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ମରାମତି ଅଭାବରୁ ଶୋଚନୀୟ ଅବସ୍ଥା ହୋଇଯାଇଛି। ଏହି ରାସ୍ତାଟିରେ ପ୍ରତ୍ୟେକ ଦିନ ହଜାର ହଜାର ଲୋକ ଯାତାୟତ କରିଥାନ୍ତି। ରାସ୍ତାଟିର ଅବସ୍ଥା ଶୋଚନୀୟ ହୋଇପଡିଥିବାରୁ ଅନେକ ସମୟରେ ଛୋଟ ବଡ ଦୁର୍ଘଟଣାମାନ ଘଟିଥାଏ। ଉକ୍ତ ରାସ୍ତାଟି କାର୍ଯ୍ୟ ଗତ ୦୭/୦୨/୨୦୧୩ ମସିହାରେ ଆରମ୍ଭ ହୋଇଥିଲା ଓ ୦୬/୦୨୨୦୧୪ ମସିହାରେ ରାସ୍ତାଟିର କାର୍ଯ୍ୟ ଶେଷ ହୋଇଥିଲା। ଠିକାଦାର ଜଣଙ୍କ ପୁରୀ ଜିଲ୍ଲା ପାଟଳଦା ଗ୍ରାମର ପ୍ରଶନ୍ନ କୁମାର ମହାନ୍ତି ୩.୪୦୦ମିଟର ରାସ୍ତାଟିକୁ ଭାରତ ସରକାରଙ୍କ ଉନ୍ନୟନ ବିଭାଗ ତରଫରୁ ୧.୯୫.୦୨୫୫୦.୦୦ଟଙ୍କା ଅନୁଦାନରେ ନିର୍ମାଣ…

"ଶୋଚନୀୟ ଅବସ୍ଥାରେ ଗରଗଡବାହାଳୀ ଠାରୁ ତମ୍ବାହରା ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ, ମରାମତି ଅଭାବ"

ବେନିୟମ ଭାବେ ଗଛ ନଷ୍ଟ କରି ବାଲି ଉଠାଣକୁ ନେଇ ଜନଅସନ୍ତୋଷ

ହରିଚନ୍ଦନପୁର, ତା୧୪.୦୧(ଓଡିଆ ପୁଅ/ପ୍ରେମାନନ୍ଦ ଦାସ) କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ତହସିଲ ଅଧିନସ୍ଥ ରଘୁନାଥପୁର ମୁଶଳନଦୀରୁ ବାଲିଘାଟରୁ ବେନିୟମ ଭାବେ ଗଛ ନଷ୍ଟ କରି ବାଲି ଉଠାଣକୁ ନେଇ ଜନଅସନ୍ତୋଷ ଦେଖାଦେଇଛି। ଖବର ନେବାରୁ ଜଣାପଡିଛି କି ବାଲି ଘାଟ ନେଇଥିବା ଠିକାଦାର ନଦୀ ମଧ୍ୟରୁ ବାଲି ନଉଠାଇ ନଦୀର ଗୋଟିଏ ପାର୍ଶ୍ୱ ଜଙ୍ଗଲକୁ ନଷ୍ଟ କରି ବାଲି ଉଠାଉଥିବାର ଅଭିଯୋଗ ହୋଇଛି। ରଘୁନାଥପୁର ଗ୍ରାମବାସୀଙ୍କ କହିବା ଅନୁଶାରେ ଗତ କିଛି ଦିନ ପୂର୍ବରୁ ଲିଜ ନେଇଥିବା ଠିକାଦାର ମେସିନ ସାହାର୍ଯ୍ୟରେ ନଦୀରୁ ସମସ୍ତ ବାଲି ଉଠାଇ ନେଇଥିଲା। ବର୍ତମାନ ଦିନରେ ନଦୀ ମଧ୍ୟରେ ବାଲି ନଥିବାକୁ ନେଇ ଲିଜଧାରୀ ନଦୀର ଗୋଟିଏ ପାଶ୍ୱର୍ରେ ଥିବା ଜଙ୍ଗଲରୁ…

"ବେନିୟମ ଭାବେ ଗଛ ନଷ୍ଟ କରି ବାଲି ଉଠାଣକୁ ନେଇ ଜନଅସନ୍ତୋଷ"

ବାରାହାଟିପୁରା ନିଳକଣ୍ଠେଶ୍ୱର ମନ୍ଦିରରେ ମକର ମେଳା

ଘଟଗାଁ, ୧୪.୦୧(ଓଡିଆ ପୁଅ/ଭବାନୀ ପ୍ରସାଦ)- ମକର ସଙ୍କରାନ୍ତି କେନ୍ଦୁଝର ଜିଲ୍ଲ୍ାରେ ଏକ ପର୍ବ ଭାବେ ମାନ୍ୟତା ପାଇଛି। ମକର ସଙ୍କରାନ୍ତି ଅବସରରେ ସମଗ୍ର ଜିଲ୍ଲା ହୋଇଉଠେ ଉତ୍ସବମୁଖର। ମାଘ ମାସରେ ସଂକ୍ରାନ୍ତିକୁ ମକର ସଂକ୍ରାତି ପାଳିତ ହେଉଥିବା ବେଳେ। ଘଟଗାଁର ବରାହାଟିପୁରାରେ ଏହି ପର୍ବ ୧୫ ଦିନ ଧରି ପାଳିତ ହୋଇଥାଏ। ଏହି ଅବସରରେ ବରାହାଟିପୁରା ନିଳକଣ୍ଠେଶ୍ୱର ଶୀବ ମନ୍ଦିରରେ ଜିଲ୍ଲା ତଥା ଜିଲ୍ଲା ବାହରୁ ବହୁ ଭକ୍ତଙ୍କ ସମାଗମ ହୋଇଥାଏ।ଭକ୍ତ ମାନେ ନିଳକଣ୍ଠେଶ୍ୱରଙ୍କ ଦର୍ଶନ ପରେ ମନ୍ଦିର ତଳେ ଥିବା ଗୁମ୍ଫାକୁ ଭ୍ରମଣ କଲେ ପାପ ଧୋଇହୋଇଯାଏ ବୋଲି ବିଶ୍ୱାସ କରନ୍ତି। ଏଥିସହିତ ଏଠାରେ ୧୫ ଦିନ ପର୍ଯ୍ୟନ୍ତ ମେଳା ଅନୁଷ୍ଠିତ ହୋଇଥାଏ। ଘଟଗାଁ…

"ବାରାହାଟିପୁରା ନିଳକଣ୍ଠେଶ୍ୱର ମନ୍ଦିରରେ ମକର ମେଳା"