କେନାଲରେ ବୁଡିଥିବା ଦୁଇ ଯୁବକଙ୍କ ମୃତଦେହ ଉଦ୍ଧାର,

ହାଟଡ଼ିହି, ୨୪/ ୯ (ଓଡ଼ିଆ ପୁଅ) : କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ପନ୍ଦାଡୋ ପଞ୍ଚାୟତର ବଣଆହୁଡି ଗ୍ରାମର ଦୁଇଜଣ ଯୁବକ ମାଛ ଧରିବାକୁ ଯାଇ ଗତକାଲି କେନାଲ ପାଣିରେ ବୁଡି ଯାଇ ଥିବାବେଳେ ଆଜି ସେମାନଙ୍କ ମୃତଦେହକୁ ଅଗ୍ନିଶମ ବାହିନୀ ଉଦ୍ଧାର କରିଛି। ଗତକାଲି ଦିନ ଦୁଇଟାବେଳୁ ସେମାନେ ନିଖୋଜ ହୋଇଯାିଥବବାବେଳେ ପରିବାର ଲୋକେ ସନ୍ଧ୍ୟାରେ ଜାଣିବାପରେ ଗତକାଲି ରାତିସାରା ଆନନ୍ଦପୁର ଓଡ୍ରାଫ ଟିମ ଓ ହାଟଡିହି ଦମକଳ ବାହିନୀ ପକ୍ଷରୁ ବହୁ ଖୋଜାଖୋଜି ପରେ ମଧ୍ୟ ସେମାନଙ୍କର ସନ୍ଧାନ ମିଳିପାରି ନଥିଲା। ଆଜି ସକାଳ ୭ାଟାବେଳେ ହାଟଡିହି ଦମକଳ ବାହିନୀ ପକ୍ଷରୁ ପୁନର୍ବାର ଖୋଜାଖୋଜି କରିବାପରେ ଦିନ ୯ଟା ବେଳେ ବୁଡିଯାଇଥିବା ସଞ୍ଜୟ…

"କେନାଲରେ ବୁଡିଥିବା ଦୁଇ ଯୁବକଙ୍କ ମୃତଦେହ ଉଦ୍ଧାର,"

ମୃତ ଦେହ ଉଦ୍ଧାର

ତୁରୁମୁଙ୍ଗା ୨୪-୯ (ଓଡ଼ିଆ ପୁଅ/ସନ୍ତୋଷ ପତି) ସାହାରପଡା ବ୍ଲକ ସାହାରପଡା କଲେଜ ନିକଟରେ ଆଜି ସକାଳୁ ଏକ ମୃତ ଦେହ ପୋଲିସ ଜବତ କରିଛି। ମୃତକ ବରବେଡା ଗ୍ରାମର ଚରଣ ନାଏକ (୫୮) ବୋଲି ଜଣାପଡିଛି। ସୂଚନା ମୁତାବକ ଦୁଇ ଦିନ ହେଲା ସେ ଘରୁ ପଳେଇ ଆସିଥିଲେ ଗତ କାଲି ସାଇକେଲ ଯୋଗେ ଫେରୁଥିବା ବେଳେ ସାହାରପଡା କଲେଜ ନିକଟରେ ପଡି ଯାଇ ମୃତ୍ୟୁ ଘଟିଛି। ଏନେଇ ପାଟଣା ଥାନାରେ ଏକ ଅପମୃତ୍ୟୁ ମାମଲା କେସ ନମ୍ବର ୨୭/୧୮ ରେ ମାମଲା ରୁଜୁ ହୋଇ ଶବ ବ୍ୟବଛେଦ କରାଯାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି।

"ମୃତ ଦେହ ଉଦ୍ଧାର"

ହଜିଗଲା ମାନବିକତା : ପୁଣି ଶବ ବୁହା ହେଲା ଟ୍ରଲି ରିକ୍ସାରେ

କେନ୍ଦୁଝର, ୨୩-୯ (ଓଡ଼ିଆ ପୁଅ/ବିଭୂତି ଭୂଷଣ ପଟ୍ଟନାୟକ) କେନ୍ଦୁଝରରେ ପୁଣି ହଜିଗଲା ମାନବିକତା। ମହାପ୍ରୟାଣ ଗାଡି ନ ମିଳିବାରୁ ମୃତ ଶରୀରକୁ ଏକ ଟ୍ରଲି ରିକ୍ସାରେ ବୋହି ନେବାକୁ ପଡିଥିବା ଦେଖିବାକୁ ମିଳିଛି। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଟାଉନ ଥାନା ଅନ୍ତର୍ଗତ ମାଝୀ ସାହୀରେ କାଳିଆ ନାଏକ ନାମକ ଜଣେ ବ୍ୟକ୍ତିଙ୍କର ଚିକିତ୍ସିତ ଅବସ୍ଥାରେ ମୃତ୍ୟୁ ହୋଇଥିଲା। କିନ୍ତୁ ବହୁ ଚେଷ୍ଟା କରାଯିବା ପରେ ମଧ୍ୟ ମହା ପ୍ରୟାଣ ଗାଡି ମିଳି ନଥିଲା। ମୃତକଙ୍କର କେହି ନଥିବାରୁ ଶେଷରେ ମ୍ୟୁନିସପାଲଟିର ସୁଇପରମାନେ ତାଙ୍କୁ ସତ୍କାର କରିବାକୁ ଆଗେଇ ଆସିଥିଲେ ଏବଂ ଏକ ଟ୍ରଲି ରିକ୍ସାରେ ମୃତକଙ୍କୁ ସହର ମଧ୍ୟରେ ନିଆଯାଉଥିବା ଘଟଣା ଦେଖିବାକୁ ମିଳିଥିଲା। ଯାହାକି…

"ହଜିଗଲା ମାନବିକତା : ପୁଣି ଶବ ବୁହା ହେଲା ଟ୍ରଲି ରିକ୍ସାରେ"

୧୨ ଦିନ ହେଲା ଛାତ୍ର ନିଖୋଜ: ପ୍ରତିବାଦରେ ଖିରେଇ ଟାଙ୍ଗିରି ପ୍ରାଥମିକ ବିଦ୍ୟାଳୟରେ ତାଲା ପକେଇଲେ ଗ୍ରାମବାସୀ

ତୁରୁମୁଙ୍ଗା ୨୪-୯ (ଓଡ଼ିଆ ପୁଅ/ସନ୍ତୋଷ ପତି) କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ଖିରେଇଟାଙ୍ଗିରି ସ୍ୱଳ୍ପବ୍ୟୟ ୪୦ ଶଯ୍ୟା ବିଶିଷ୍ଟ ଛାତ୍ରାବାସରେ ରହି ପାଠ ପଢ଼ୁଥିବା ଆନନ୍ଦପୁର ଥାନା ବଡ଼ପୁରୁଣାପାଣି ଗ୍ରାମର ଚତୁର୍ଥ ଶ୍ରେଣୀର ଛାତ୍ର ବିନୋଦ-ବାନାରା ଗତ ୧୨ ତାରିଖରୁ ସ୍କୁଲ ପରିସରରୁ ନିଖୋଜ ହୋଇଥିଲେ। ଆଜକୁ ୧୨ ଦିନ ବିତିଯାଇଥିଲେ ମଧ୍ୟ ଏଯାଏଁ କୌଣସି ପତା ନ ମିଳିବାରୁ ଗ୍ରାମବାସୀ ପ୍ରଧାନ ଶିକ୍ଷୟତ୍ରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ସ୍କୁଲରେ ତାଲା ପକାଇଛନ୍ତି। ଫାଟକରେ ତାଲା ପଡିଥିବା ଯୋଗୁଁ ଛାତ୍ରଛାତ୍ରୀ ବାହାରେ ପାଠ ପଢୁଛନ୍ତି। ସରକାର ଗରିବ ଆଦିବାସୀ ଛାତ୍ରଛତ୍ରୀଙ୍କ ଶିକ୍ଷାକୁ ଅଗ୍ରଧିକାର ଦେବା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ ସହିତ ବହୁ ଯୋଜନା…

"୧୨ ଦିନ ହେଲା ଛାତ୍ର ନିଖୋଜ: ପ୍ରତିବାଦରେ ଖିରେଇ ଟାଙ୍ଗିରି ପ୍ରାଥମିକ ବିଦ୍ୟାଳୟରେ ତାଲା ପକେଇଲେ ଗ୍ରାମବାସୀ"

ଧର୍ମାନ୍ତରୀକରଣ ସାଜିଲା ବାଧକ:ଶବକୁ ମିଳିଲା ନାହିଁ ଗାଁ ମଶାଣିରେ ଜାଗା: ୩୦ ଘଣ୍ଟା ପଡିରହିଲା ଶବ

କେନ୍ଦୁଝର, ୨୩-୯ (ଓଡ଼ିଆ ପୁଅ/ବିଭୂତି ଭୂଷଣ ପଟ୍ଟନାୟକ ) ଶବ ସତ୍କାର ପାଇଁ ଧର୍ମାନ୍ତରୀକରଣ ସାଜିଲା ବାଧକ। ଧର୍ମ ପରିବର୍ତ୍ତନ ଯୋଗୁଁ ଗାଁ ମଶାଣିରେ ମିଳିଲା ନାହିଁ ଜାଗା। ସାହି ଭାଇ ଆସିଲେ ନାହିଁ କି କାନ୍ଧ ଦେଲେ ନାହିଁ। ଖାଲି ମଶାଣି ନୁହଁ ଏପରିକି ଗାଁ ମଧ୍ୟରେ କେଉଁ ସ୍ଥାନରେରେ ବି ଶବ ପୋତିବାକୁ ଦେବେ ନାହିଁ ବୋଲି ଅଡି ବସିଲେ ଗାଁ ଲୋକ। ଏପରି ବିବାଦ ମଧ୍ୟରେ ୩୦ ଘଣ୍ଟାରୁ ଉର୍ଦ୍ଧ୍ୱ ସମୟ ଧରି ପଡି ରହିଲା ମୃତ ଦେହ। ଶେଷରେ ଖବର ପହଁଚିଲା ପୁଲିସ ନିକଟରେ। ପୁଲିସ ହସ୍ତକ୍ଷେପ ପରେ ଶେଷରେ ମୃତକଙ୍କ ବାଡିରେ ମୃତଦେହ ପୋତାଗଲା। ଏପରି ଏକ ଅଭାବନୀୟ…

"ଧର୍ମାନ୍ତରୀକରଣ ସାଜିଲା ବାଧକ:ଶବକୁ ମିଳିଲା ନାହିଁ ଗାଁ ମଶାଣିରେ ଜାଗା: ୩୦ ଘଣ୍ଟା ପଡିରହିଲା ଶବ"

ମାଛ ଧରିବାକୁ ଯାଇ ୨ଯୁବକ ନିଖୋଜ, ଉଦ୍ଧାର କାର୍ଯ୍ୟ ଜାରି

ହାଟଡ଼ିହି, ୨୩/ ୯ (ଓଡ଼ିଆ ପୁଅ) : କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ପନ୍ଦାଡୋ ପଞ୍ଚାୟତର ବଣଆଗୋଡି ଗ୍ରାମର ଦୁଇଜଣ ଯୁବକ ମାଛ ଧରିବାକୁ ଯାଇ କେନାଲ ପାଣିରେ ବୁଡି ନିଖୋଜ ହୋଇଥିବା ଜଣାଯାଇଛି। ଖବରରୁ ଜଣାଯାଇଛି ଯେ ଗ୍ରାମର ମୁରଲୀଜେନାଙ୍କ ପୁଅ ସଞ୍ଜୟ ଜେନା, ଓ ରମା ଜେନାଙ୍କ ପୁଅ ନାଳୁ ଜେନା (୧୬) ଆଜି ଦିନ ୧୨ଟାବେଳେ ମାଛ ଧରିବାକୁ ନୁଆକରି ଖୋଳାଯାଇଥିବା ବୈତରଣୀ ନଦୀ ସଂଯୋଗୀ କରଣ କେନାଲକୁ ଯାଇଥିଲେ। କିନ୍ତୁ ବହୁ ସମୟ ପର୍ଯ୍ୟନ୍ତ ଘରକୁ ନଫେରିିବାରୁ ପରିବାର ଲୋକେ ଖୋଜାଖୋଜି କରିଥିଲେ ମଧ୍ୟ ତାଙ୍କର ସନ୍ଧାନ ମିଳି ନଥିଲା। ସନ୍ଧ୍ୟା ସମୟରେ ନିକଟସ୍ଥ ଏକ କେନାଲ ନିକଟରେ ଉଭୟଙ୍କ…

"ମାଛ ଧରିବାକୁ ଯାଇ ୨ଯୁବକ ନିଖୋଜ, ଉଦ୍ଧାର କାର୍ଯ୍ୟ ଜାରି"

ରାଧାଗୋବିନ୍ଦ ଫାଉଣ୍ଡେସନ ପକ୍ଷରୁ ଜମ୍ଭରା ଗ୍ରାମରେ ବୃକ୍ଷରୋପଣ

ହାଟଡ଼ିହି, ୨୩/ ୯ (ଓଡ଼ିଆ ପୁଅ) : କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ଜମ୍ଭରା ଗ୍ରାମର ଶାଳବଣୀ ସାହିରେ ରାଧାଗୋବିନ୍ଦ ଫାଉଣ୍ଡେସନ ପକ୍ଷରୁ ବୃକ୍ଷରୋପଣ କରାଯାଇଛି। ସଭାପତି ପଞ୍ଚାନନ ମହାନ୍ତିଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ରାଧାଗୋବିନ୍ଦ ଫାଉଣ୍ଡେସନର ସୁଶାନ୍ତ କୁମାର ଜେନା, ରାଜ କିଶୋର ପରିଡା, ଅରୁପ କୁମାର ରାଉତ, ଚିତ୍ତରଞ୍ଜନ ମଲ୍ଲିକ, ସନ୍ତୋଷ କୁମାର ମଲ୍ଲିକ, ଦେବାଶିଷ ପଣ୍ଡା, ପ୍ରତାପ କୁମାର ଦାସ, ଗୋପୀନାଥ ରାଉତ, କାର୍ତ୍ତିକେଶ୍ୱର ଦାସ, ସ୍ମୃତି ରଞ୍ଜନ ରାଉତ, ରାଜକିଶୋର ମହାନ୍ତି, ବିଜୟା ନନ୍ଦ ଜେନା ପ୍ରମୁଖ ଯୋଗଦେଇ ଭାନୁପ୍ରଭା ସ୍କୁଲ ପ୍ରାଙ୍ଗଣ ଏବଂ ବୈତରଣୀ ନଦୀ ରାସ୍ତାରେ ବୃକ୍ଷ ରୋପଣ କରିଥିଲେ। ଏ ଅଞ୍ଚଳକୁ ସବୁଜ ଶ୍ୟାମଳ କରି…

"ରାଧାଗୋବିନ୍ଦ ଫାଉଣ୍ଡେସନ ପକ୍ଷରୁ ଜମ୍ଭରା ଗ୍ରାମରେ ବୃକ୍ଷରୋପଣ"

କାନପୁର ଗାଁରେ ଭୂସ୍ଖଳନ ଘଟଣା, ଜଳସମ୍ପଦ ବିଭାଗ ବାଲି ବସ୍ତା ପକାଇ ଚୁପ, ଜିଲ୍ଲାପାଳଙ୍କୁ ଚିଠିଲେଖିଲେ ଜିଲ୍ଲାପରିଦ ସଦସ୍ୟା

ହାଟଡ଼ିହି, ୨୩/ ୯(ଓଡ଼ିଆ ପୁଅ): କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ କାନପୁର ଗ୍ରାମରେ ଭୂସ୍ଖଳନ ଘଟଣାରେ ପ୍ରଶାସନ କୌଣସି ପଦକ୍ଷେପ ନେଉ ନଥିବାରୁ ଗ୍ରାମବାସୀ ମାନେ ଭାଗ୍ୟକୁ ଆଦରି ବସିରହିଛନ୍ତି। ବାରମ୍ବାର ଅତଡାଘସି ଗ୍ରାମରେ ବିପଦ ସୃଷ୍ଟି କରୁଥିଲେବି ପ୍ରଶାସନ ନେୀରବଦ୍ରଷ୍ଟା ହୋଇ ବସି ରହିବା ଗାଁ ଲୋକଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଛି। ଏହି ଘଟଣା ପରେ ୩୪ନଂ ଜୋନ ଜିଲ୍ଲାପରିଷଦ ସଦସ୍ୟା ଟିକି କିସ୍କୁ ଘଟଣାସ୍ଥଳ ପରିଦର୍ଶନ କରି ଗାଁ ଲୋକଙ୍କ ସହିତ ଆଲୋଚନା କରିବାପରେ ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି। ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ନିଆନଗଲେ ଗାଁର ୮୦ରୁ ୧୦୦ପରିବାର ବାସହୀନ ହୋଇ ପଡିବେ ବୋଲି ସେ ଉଲେଖ କରିଛନ୍ତି। ଏଠାରେ ସୂଚନାଯୋଗ୍ୟ…

"କାନପୁର ଗାଁରେ ଭୂସ୍ଖଳନ ଘଟଣା, ଜଳସମ୍ପଦ ବିଭାଗ ବାଲି ବସ୍ତା ପକାଇ ଚୁପ, ଜିଲ୍ଲାପାଳଙ୍କୁ ଚିଠିଲେଖିଲେ ଜିଲ୍ଲାପରିଦ ସଦସ୍ୟା"

ରାଧାଗୋବିନ୍ଦ ଫାଉଣ୍ଡେସନ ପକ୍ଷରୁ ପାଠ ଉପକରଣ ବଣ୍ଟନ

ହାଟଡ଼ିହି, ୨୨/ ୯ (ଓଡ଼ିଆ ପୁଅ) : କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ଭାନୁପ୍ରଭା ହାଇସ୍କୁଲ ଜମ୍ଭରାରେ ରାଧାଗୋବିନ୍ଦ ଫାଉଣ୍ଡେସନ ପକ୍ଷରୁ ଛାତ୍ରଛାତ୍ରୀ ମାନଙ୍କୁ ପାଠ୍ୟ ଉପକରଣ ବଣ୍ଟନ କରାଯାଇଛି। ହାଇସ୍କୁଲର ପ୍ରଧାନ ଶିକ୍ଷକ ରଘୁନାଥ ଗିରିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ରାଧାଗୋବିନ୍ଦ ଫାଉଣ୍ଡେସନର ମୁଖ୍ୟ ପଞ୍ଚାନନ ମହାନ୍ତି, ରାଜ କିଶୋର ପରିଡା, ଅରୁପ କୁମାର ରାଉତ, ଚିତ୍ତରଞ୍ଜନ ମଲ୍ଲିକ, ସନ୍ତୋଷ କୁମାର ମଲ୍ଲିକ ପ୍ରମୁଖ ଯୋଗଦେଇ ଦଶମ ଶ୍ରେଣୀର ଛାତ୍ରଛାତ୍ରୀ ମାନଙ୍କୁ ପାଠ୍ୟ ଉପକରଣ ପ୍ରଦାନ କରିଥିଲେ।

"ରାଧାଗୋବିନ୍ଦ ଫାଉଣ୍ଡେସନ ପକ୍ଷରୁ ପାଠ ଉପକରଣ ବଣ୍ଟନ"

ଯନ୍ତ୍ରୀଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ, ଉନ୍ନୟନ କାର୍ଯ୍ୟ ଠପ

ହାଟଡ଼ିହି, ୨୨। ୯ (ଓଡ଼ିଆ ପୁଅ) : ରାଜ୍ୟର ଓଡିଶା ଡିପ୍ଲୋମା ଇଞ୍ଜିନୟର ସେବା ସଂଘ ଡାକରାରେ ବିଭିନ୍ନ ଦାବିନେଇ ଗତ ୧୮ତାରିଖ ଠାରୁ କାର୍ଯ୍ୟବନ୍ଦ ଆନ୍ଦୋଳନ ଚଳାଇଛନ୍ତି। ସେମାନଙ୍କ ଦବି ଅନୁଯାଇ ଡିପ୍ଲୋମା ଇଞ୍ଜିନିୟରଙ୍କ ମୁଳ ନିଯୁକ୍ତିପଦ ସହକାରୀ ଯନ୍ତ୍ରୀ କରାଯିବା ଓ ପଦୋନ୍ନତି ହାର ଶତକଡା ୫୦ଭାଗ ବୃଦ୍ଧି, ପଞ୍ୁାୟତରାଜ ବିଭାଗର ସମସ୍ତ ଜିପିଟିଏ ମାନଙ୍କୁ କନିଷ୍ଠଯନ୍ତ୍ରୀ ନିଯୁକ୍ତି ପ୍ରଦାନ ଓ ବର୍ତ୍ତମାନର ସମସ୍ତ କନିଷ୍ଠଯନ୍ତ୍ରୀଙ୍କୁ ସହକାରୀ ଯନ୍ତ୍ରୀ ପଦକୁ ଉନ୍ନିତ କରିବା, ଉପଯୁକ୍ତ ହାରରେ ଆର.ଏ.ସି.ପି ପ୍ରଦାନ, କ୍ୟାଡର ପୁର୍ନଗଠନ ହୋଇନଥିବା ଅଣ ଇଞ୍ଜିନୟରିଂ ବିଭାଗରେ ଡିପ୍ଲୋମା ଇଞ୍ଜିନିୟରିଂ କ୍ୟାଡର ପୁର୍ନଗଠନ, କୃଷି ଓ ମେକାନିକାଲ ବିଭାଗ ଆଦିରେ ନିଯୁକ୍ତ ଡିପ୍ଲୋମା…

"ଯନ୍ତ୍ରୀଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ, ଉନ୍ନୟନ କାର୍ଯ୍ୟ ଠପ"