ବିଷାକ୍ତ ଖାଦ୍ୟ ଖାଇ ପରିବାରର ୪ଜଣ ଗୁରୁତର, ଜଣେ ମୃତ୍ୟୁ

ହରିଚନ୍ଦନପୁର, ତା୨୪.୦୧ (ଓଡ଼ିଆ ପୁଅ/ପ୍ରେମାନନ୍ଦ ଦାସ) କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ ଅନ୍ତର୍ଗତ ବଡପଳାଶପାଳ ଗ୍ରାମ ପଞ୍ଚାୟତର ଓସ୍ତିଆପଶି ଗ୍ରାମର ଲକ୍ଷୀଧର ମହାରଣାଙ୍କ ପରିବାରର ୫ଜଣ ସଦସ୍ୟ ବିଷାକ୍ତ ଖାଦ୍ୟ ଖାଇ ଗୁରୁତର ହେଇଛନ୍ତି।ସୂଚନା ନେବାରୁ ଜଣାପଡିଛି ଯେ ବୁଧବାର ଦିନ ସକାଳ ସମୟରେ ପରିବାର ସଦସ୍ୟ ମାନେ ପଖାଳ ସହ ଶାଗ ଖାଇବା ପରେ ହଠାତ୍ ଗୁରୁତର ହୋଇପଡିଥିଲେ।କୈୗଣସି ଭାବେ ଓସ୍ତିଆପସି ଗ୍ରାମର ଲୋକେ ଏ ଘଟଣା ବାବଦରେ ଜାଣିବା ପରେ ସଙ୍ଗେ ସଙ୍ଗେ ସମସ୍ତ ସଦସ୍ୟକୁ ଆଣି ହରିଚନ୍ଦନପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ଏବଂ ଚିକିତ୍ସା ଚାଲିଥିବା ସମୟରେ ଗୋଟିଏ ପୁଅର ମୃତ୍ୟୁ ଘଟିଥିଲା। ଅନ୍ୟ ସଦସ୍ୟ ମାନଙ୍କ ସ୍ୱାସ୍ଥ୍ୟ ଅବସ୍ଥା…

"ବିଷାକ୍ତ ଖାଦ୍ୟ ଖାଇ ପରିବାରର ୪ଜଣ ଗୁରୁତର, ଜଣେ ମୃତ୍ୟୁ"

ପୋଖରୀରେ ବୁଡି ବାଳକର ମୃତ୍ୟୁ

ପାଟଣା, ତା୨୪/୦୧(ଓଡିଆ ପୁଅ/ଅଭିମନ୍ୟୁ) କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ପଲାଣଘାଟି ପଂଚାୟତର ସଡଙ୍ଗବାହାଳି ଗ୍ରାମର ତୁମର ମୁଣ୍ଡା ଙ୍କ ପୁଅ କୁଶମୁଣ୍ଡା(୧୬)ଙ୍କର ପୋଖରୀରେ ବୁଡି ମୃତ୍ୟୁ ହୋଇଛି। ମିଳିଥିବା ସୂଚନା ମୁତାବକ ସଡଙ୍ଗବାହାଳି ଗ୍ରାମର କୁଶ ମୁଣ୍ଡା ନିଜ ଘରକାମ ସାରି ନିକଟସ୍ଥ ପୋଖରୀକୁ ଗାଧୋଇବାକୁ ଯାଇଥିବା ସମୟରେ ଗୋଡ ଖସିଯିବାରୁ ପୋଖରୀରେ ବୁଡିଯାଇଥିଲେ। ବହୁ ସମୟ ଧରି ଘରକୁ ନଫେରିବାରୁ ପରିବାର ଲୋକେ ବହୁ ଖୋଜାଖୋଜି କରି ମଧ୍ୟ ତାଙ୍କୁ ପାଇ ନଥିଲେ ତେବେ ପୋଖରୀ କୂଳରେ ଲୁଗା ପଡିଥିବା ଦେଖି ପୋଖରୀ ଭିତରେ ଖୋଜା ଖୋଜି କରି ମୃତଦେହ ଟିକୁ ବାହରକୁ ଆଣିଥିଲେ। ସ୍ଥାନୀୟ ନାଏବ ସରପଂଚ ଘଟଗାଁ ଥାନାରେ ଖବର ଦେବା…

"ପୋଖରୀରେ ବୁଡି ବାଳକର ମୃତ୍ୟୁ"

କୁନ୍ଦୁଲୀ ପିଡୀତା ପରିବାରଙ୍କୁ ନ୍ୟାୟ ଓ ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବିରେ ୧୨ଘଣ୍ଟିଆ ବନ୍ଦ

ପାଟଣା, ତା୨୪/୦୧(ଓଡିଆ ପୁଅ/ଅଭିମନ୍ୟୁ/ବିରେନ୍ଦ୍ର)କୁନ୍ଦୁଲି ପିଡୀତାଙ୍କୁ ନ୍ୟାୟ ଓ ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବିରେ ବିଜେପି ଓ କଂଗ୍ରେସ ପକ୍ଷରୁ କେନ୍ଦୁଝର ଜିଲ୍ଲାର ପାଟଣା,  ଢେଙ୍କିକୋଟ, ତୁରୁମୁଙ୍ଗା,  ରାଜନଗର,  ଖିରେଇଟାଙ୍ଗିର ଆଦି ସ୍ଥାନରେ ରେ ଶାନ୍ତିପୂର୍ଣ୍ଣ ଭାବେ ୧୨ଘଂଟିଆ ଓଡିଶା ବନ୍ଦ ସଫଳ ହୋଇଛି। ସରକାରଙ୍କ ପକ୍ଷରୁ ସରକାରୀ ସ୍କୁଲ, କଲେଜ, ଅଫିସ ଛୁଟି ଘୋଷଣା କରାଯାଇଥିବା ବେଳେ ୨୨୦ ନମ୍ବର, ୪୯ ନମ୍ବର, ୨୦ ନମ୍ବର ଜାତୀୟ ରାଜପଥ ରେ ଶହଶହ ସଂଖ୍ୟାରେ ଗାଡି ଅଟକି ରହିଥିଲା। ୪୯ ନମ୍ବର ଜାତୀୟ ରାଜପଥ ତୁରୁମୁଙ୍ଗା ଠାରେ ବିଜେପି ପକ୍ଷରୁ ମିତ୍ରଭାନୁ ମହାନ୍ତ,  ବ୍ରଜମୋହନ ସାହୁ, ଦର୍ଶନ ସିହୁ,  ଲଳିତ କୁମାର ସିଂହ,  ବରୁଣ କୁମାର ସାହୁ ପ୍ରମୁଖ…

"କୁନ୍ଦୁଲୀ ପିଡୀତା ପରିବାରଙ୍କୁ ନ୍ୟାୟ ଓ ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବିରେ ୧୨ଘଣ୍ଟିଆ ବନ୍ଦ"

ଘଟଗାଁରେ ବିଜେପିର ୧୨ ଘଣ୍ଟିଆ ବନ୍ଦ

ଘଟଗାଁ, ୨୪/୧(ଓଡିଆ ପୁଅ/ଭବାନୀ ପ୍ରସାଦ)- କୁନ୍ଦଲୁ ନାବାଳିକା ଆତ୍ମହତ୍ୟା ପ୍ରତିବାଦରେ ଆଜି କଂଗ୍ରେସ ଓ ବିଜେପି ଓଡିଶା ବନ୍ଦ ଡାକରା ଦେଇଥିଲେ। ଏହାର ପ୍ରଭାପ ଘଟଗାଁରେ ମଧ୍ୟ ଦେଖିବାକୁ ମିଳିଥିଲା ଆଜି ସକାଳ ୬ ଘଟିକାରୁ ବିଜେପି କର୍ମୀ ମାନେ ରାସ୍ତା ଉପରେ ଟାୟାରା ରାସ୍ତା ଅବରୋଧ କରି ଘଟଣାର ପ୍ରତିବାଦ କରିଥିଲେ। ଫଳରେ ଯାନ ବାହାନ ଚଳଚଳ ସମ୍ପୁର୍ଣ୍ଣ ଠପ ହୋଇ ପଡିଥିଲା ରାସ୍ତାର ଉଭୟ ପାଶ୍ୱରେ ଶହ ଯାନବାହାନ ଅଟକି ରହିଥିବା ଦେଖିବାକୁ ମିଳିଥିଲେ। ଏହାର ପ୍ରଭାବରେ ଘଟଗାଁରେ ଦୋକାନ ବଜାର, ସ୍କୁଲ, କଲେଜ ଓ ସମସ୍ତ ସରକାରୀ କାର୍ଯ୍ୟାଳୟ ମଧ୍ୟ ବନ୍ଦ ରହିଥିଲା। ବନ୍ଦ ପାଳନ ଯୋଗୁ ଆଜି ତାରିଣୀ ମନ୍ଦିର…

"ଘଟଗାଁରେ ବିଜେପିର ୧୨ ଘଣ୍ଟିଆ ବନ୍ଦ"

ପାଟଣା ବ୍ଲକ ସ୍ତରୀୟ କୃଷକ ସମ୍ପର୍କ ମେଳା

ପାଟଣା,ତା୨୩/୦୧(ଓଡିଆ ପୁଅ/ଅଭିମନ୍ୟୁ) କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ସ୍ତରିୟ କୃଷକ ସମ୍ପର୍କ ମେଳା ଚିନାବାଳିପଶି ଠାରେ ଅନୁଷ୍ଠିତ ହୋଇଯାଇଛି । କେନ୍ଦୁଝର ଜିଲ୍ଲା କୃଷି ଉପନିର୍ଦ୍ଦେଶକ ଚିତ୍ତରଞ୍ଜନ ସାହୁ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କୃଷକ ସମ୍ପର୍କ ମେଳା ଓ କୃଷି ଯନ୍ତ୍ରପାତି ପ୍ରଦର୍ଶନ କୁ ମୂଖ୍ୟ ଅତିଥି ଭାବେ ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ତଥା ସ୍ଥାନୀୟ ବିଧାୟକ ହୃଷିକେଶ ନାଏକ ଉଦଘାଟନ କରିଛନ୍ତି । କାର୍ଯ୍ୟକ୍ରମ ରେ ସମ୍ମାନିତ ଅତିଥି ଭାବେ ପାଟଣା ବ୍ଲକ ଅଧ୍ୟକ୍ଷ ଜଗନ୍ନାଥ ନାଏକ , ବିଜେଡ଼ି ବ୍ଲକ ସଭାପତି ମାଧବାନନ୍ଦ ପୃଷ୍ଟି , ଜିଲ୍ଲାପରିଷଦ ସଦସ୍ୟ ସୁରେଶ ଚନ୍ଦ୍ର ନାଏକ ,ଜିଲ୍ଲା ପରିଷଦ ସଦସ୍ୟା ଡଲି ପାତ୍ର ,ସୁରମାଲ…

"ପାଟଣା ବ୍ଲକ ସ୍ତରୀୟ କୃଷକ ସମ୍ପର୍କ ମେଳା"

ପ୍ରଥମଥର ହରିଚନ୍ଦନପୁର ପୋଲିସର ବଡ ସଫଳତା, ଦୁଇ ଅନ୍ତଃରାଜ୍ୟ ଲୁଟେରା ଗିରଫ

ହରିଚନ୍ଦନପୁର, ତା ୨୩.୦୧(ଓଡିଆ ପୁଅ/ପ୍ରେମାନନ୍ଦ ଦାସ) କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ପୋଲିସର ପ୍ରଥମଥର ଏକ ବଡ ସଫଳତା ମିଳିଛି। ହରିଚନ୍ଦନପୁର ପୋଲିସ ଚୋରି ରୋକିବା ସହ ଚୋର ଧରିବାରେ ବାରମ୍ବାର ନିଷ୍କ୍ରିୟ ହେବାକୁ ନେଇ ଗତ ୦୬/୦୧ ଶୁକ୍ରବାର ବିଳମ୍ବିତ ରାତିରେ ଥାନାରୁ ୫୦ମିଟର ଦୁରରେ ଥିବା ଅମ୍ବିକା ମୋବାଇଲ ଫୋର(ଭେଳାନାଥ କମୁନିକେସନ)ର ଛପର ତାଡି ଲକ୍ଷାଧିକ ଟଙ୍କାର ମୋବାଇଲ ଓ ଅନ୍ୟାନ୍ୟ ସାମଗ୍ରୀ ଚୋରି ହୋଇଥିବାର ଅଭିଯୋଗ ହୋଇଥିଲା। ବିଶେଷ ଖବର ଜଣାପଡିଛି ଯେ ଗତ ୧୨/ଜୁନ ୨୦୧୭ରେ ପୋଲିସ ଷ୍ଟେସନରୁ ୨୦୦ମିଟର ଦୁରରେ ଥିବା ଶୁଭଲକ୍ଷ୍ମୀ ଟେଲି ସର୍ଭିସରୁ ଲକ୍ଷାଧିକ ଟଙ୍କା ଓ ଲକ୍ଷାଧିକ ଟଙ୍କାର ମୋବାଇଲ ଚୋରି ହୋଇଥିଲା।ଏବଂ ଗତ ୬/୧୨ବୁଧୁବାର…

"ପ୍ରଥମଥର ହରିଚନ୍ଦନପୁର ପୋଲିସର ବଡ ସଫଳତା, ଦୁଇ ଅନ୍ତଃରାଜ୍ୟ ଲୁଟେରା ଗିରଫ"

ଟ୍ରାକ୍ଟର ଓଲଟି ଡ୍ରାଇଭର ମୃତ

ଘଟଗାଁ, ୨୩.୦୧(ଓଡିଆ ପୁଅ/ଭବାନୀ ପ୍ରସାଦ)- ଘଟଗାଁ ଥାନା ଅନ୍ତର୍ଗତ ନିଶ୍ଚିତପୁର ଗ୍ରାମରେ ଟ୍ରାକ୍ଟର ଓଲଟି ଡ୍ରାଇଭରଙ୍କର ମୃତ୍ୟୁ ହୋଇଛି। ମୃତକ ହେଲେ ଗୋଳାବନ୍ଧ ଗ୍ରାମର ମେଘନାଥ ମୁଣ୍ଡା। ଟ୍ରାକ୍ଟରଟି ଇଟା ଲୋଡିଙ୍ଗ କରୁଥିବା ସମୟରେ ଭାରସ୍ୟାମ ହରାଇ ଓଲଟି ପଡିବାରୁ ଟ୍ରାକ୍ଟର ତଳେ ଚାପି ହୋଇ ମୋଘନାଥଙ୍କର ମୃତ୍ୟୁ ହୋଇଥିଲା। ଖବର ପାଇ ଘଟଗାଁ ପୋଲିସ ଘଟଣା ସ୍ଥଳକୁ ଯାଇ ଶବକୁ ଜବତ କରିବା ସହ ଏକ ମାମଲା ରୁଜୁକରି ଶବବ୍ୟବଚ୍ଛେଦ ପାଇଁ ପାଟଣା ସ୍ୱାସ୍ଥ୍ୟକେନ୍ଦ୍ର ପଠାଇଦେଇଛି।

"ଟ୍ରାକ୍ଟର ଓଲଟି ଡ୍ରାଇଭର ମୃତ"

ବଡଜାମୁପଶୀ ହାଇସ୍କୁଲରେ ଅଗ୍ନିଶମ ବିଭାଗର ମକଡ୍ରିଲ

ଘଟଗାଁ, ୨୩.୦୧(ଓଡିଆ ପୁଅ/ଭବାନୀ ପ୍ରସାଦ)- ଘଟଗାଁ ବ୍ଲକ ଅନ୍ତର୍ଗତ ବଡଜାମୁପଶୀ ହାଇସ୍କୁଲରେ ଘଟଗାଁ ଅଗ୍ନିଶମ ବିଭାଗ ପକ୍ଷରୁ ମକଡ୍ରିଲ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ବିପତିକାଳିନ ନିଆଁକୁ କିପରି ଆୟତ କରିବାର ଉପାୟ, ଝଡ ତୋଫାନ ସମୟରେ ରାସ୍ତା ଅବରୋଧକୁ କମ ସମୟ ମଧ୍ୟରେ ସ୍ୱାଭାବିକ କରିବା ଓ ଉଚ୍ଚ କୋଠାରେ ନିଆଁ ଲାଗିଲେ ଫସି ରହିଥିବା ଲୋକ ମାନଙ୍କୁ କିପରି ଉଦ୍ଧାର କରିବା ଆଦି ବିଷୟରେ ବିଦ୍ୟାଳୟର ଛାତ୍ରଛାତ୍ରୀ ଓ ସମସ୍ତ ଶିକ୍ଷକ, ଶିକ୍ଷତ୍ରୀ ମାନଙ୍କୁ ଏହି ବିଷୟରେ ତାଲିମ ପ୍ରଦାନ କରାଯାଇଥିଲା। ଅଗ୍ନିଶମ ବିଭାଗର ଏହି କାର୍ଯ୍ୟକ୍ରମକୁ ବିଦ୍ୟାଳୟର ସମସ୍ତ ଶିକ୍ଷକ ଓ ଛାତ୍ରମାନେ ସହଯୋଗ କରିଥିଲେ।

"ବଡଜାମୁପଶୀ ହାଇସ୍କୁଲରେ ଅଗ୍ନିଶମ ବିଭାଗର ମକଡ୍ରିଲ"

ତୁରୁମୁଙ୍ଗା ଅଞ୍ଚଳରେ କାଉ ମଡକ ବାର୍ଡ ଫ୍ଲୁ ଆଶଙ୍କା

ତୁରୁମୁଙ୍ଗା ୨୩-୧ (ଓଡ଼ିଆ ପୁଅ/ସନ୍ତୋଷ କୁମାର ପତି) କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ତୁରୁମଙ୍ଗା ବଜାରର ବିଭିର୍ଣ୍ଣ ଜାଗା ଆଜି ବହୁ କାଉ ମରି ପଡିଥିବା ଦେଖିବାକୁ ମିଳିଛି। ବାର୍ଡଫ୍ଲୁ ଆଶଙ୍କାରେ ଅଞ୍ଚଳ ବାସୀ ଏକ ପ୍ରକାର ଭୟଭୀତ ହୋଇ ରହିବା ସହିତ ପକ୍ଷୀ ଙ୍କ ରକ୍ତନମୁନା ସଂଗ୍ରହ କରିବା କୁ ଦାବି କରିଛନ୍ତି। ଏ ସମ୍ପର୍କରେ ରେ ବ୍ଲକ ପଶୁ ସମ୍ପଦ ଅଧିକାରୀ ଡ଼ଃ ବିଜୟ କୁମାର ସେଠି ଙ୍କୁ ପଚାରିବାରୁ ଅତ୍ୟଧିକ ଥଣ୍ଡା ଯାଗୁଁ ଏପରି ହୋଇଥିବା ଅନୁମାନ କରାଯାଉଥିବା କହିଛନ୍ତି ଏବଂ ପ୍ରକୃତ କାରଣ ପାଇଁ ରକ୍ତ ନମୁନା ସଂଗ୍ରହ କରାଯିବ ବୋଲି ସୂଚନା ଦେଇଛନ୍ତି।

"ତୁରୁମୁଙ୍ଗା ଅଞ୍ଚଳରେ କାଉ ମଡକ ବାର୍ଡ ଫ୍ଲୁ ଆଶଙ୍କା"

ଅପରିଷ୍କାର ଘେରରେ ହରିଚନ୍ଦନପୁର ବାଳିକା ଉଚ୍ଚ ବିଦ୍ୟାଳୟ, ସରକାରଙ୍କ ସ୍ୱଚ୍ଛ ଭାରତ ଅଭିଯାନ ବାଟବଣା

ହରିଚନ୍ଦନପୁର, ତା-୨୨.୦୧(ଓଡିଆ ପୁଅ/ପ୍ରେମାନନ୍ଦ ଦାସ) କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବାଳିକା ବିଦ୍ୟାଳୟ ପରିସର ଅପରିଷ୍କାର ପୂର୍ଣ୍ଣ ଅବସ୍ଥାରେ ରହିଥିବାର ଦେଖିବାକୁ ମିଳିଛି। ସରକାରଙ୍କର ସ୍ୱଚ୍ଛ ଭାରତ ଅଭିଯାନରେ କୋଟି କୋଟି ଟଙ୍କା ଖର୍ଚ୍ଚ କରିଆସୁଥିବା ବେଳେ ତାହା ସରକାରୀ ସ୍ତରରେ କେତେ ସଫଳ ତାହା ଏହି ସବୁ ସରକାରୀ ବିଦ୍ୟାଳୟ ଗୁଡିକୁ ଦେଖିଲେ ଜଣାପଡିବ। ସାଧାରଣତଃ ଏହି ବିଦ୍ୟାଳୟ ପରିସର ଦେଖିଲେ ସ୍ପଷ୍ଟ ହୋଇଯିବ ସରକାରଙ୍କ ଠାରୁ ମାସିକ ହଜାର ହଜାର ଟଙ୍କା ଦରମା ନେଇ ସ୍ୱଚ୍ଛ ବାବଦରେ ଛାତ୍ରୀମାନଙ୍କୁ କଣ ଶିକ୍ଷା ଦେଉଛନ୍ତି ତାହା ସାଧାରଣରେ ଆଲୋଚନା ହେଉଛି। ସରକାରଙ୍କ ପ୍ରାଥମିକ ସ୍ତରରେ ଦେଶର ସମସ୍ତ ବିଦ୍ୟାଳୟ,  ଡାକ୍ତରଖାନା ଭଳି ସମସ୍ତ ସରକାରୀ କାର୍ଯ୍ୟାଳୟ…

"ଅପରିଷ୍କାର ଘେରରେ ହରିଚନ୍ଦନପୁର ବାଳିକା ଉଚ୍ଚ ବିଦ୍ୟାଳୟ, ସରକାରଙ୍କ ସ୍ୱଚ୍ଛ ଭାରତ ଅଭିଯାନ ବାଟବଣା"