ଜିଲାସ୍ତରୀୟ ବିଦ୍ୟୁତ କମିଟି ବୈଠକ

କେନ୍ଦ୍ରାପଡା୧୯/୪ (ଓଡ଼ିଆ ପୁଅ/ଚିତ୍ତରଂଜନ ଦାସ)-  ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ସମ୍ମିଳନୀ ଗୃହରେ ବୁଧବାର ଜିଲାସ୍ତରୀୟ ବିଦ୍ୟୁତ କମିଟି ବୈଠକ ଜିଲାପାଳ ମୁରଲୀଧର ମଲ୍ଲୀକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ବିଜୁ ଗ୍ରାମ୍ୟ ଜ୍ୟୋତି ଯୋଜନାରେ ଜିଲାକୁ ମିଳିଥିବା ୨୪କୋଟି ଟଙ୍କାରେ ଏକଶହ ଜନସଂଖ୍ୟା ବିଶିଷ୍ଟ ଛୋଟ ଛୋଟ ଗ୍ରାମକୁ ବିଦ୍ୟୁତିକରଣ, ନୂତନ ବିଦ୍ୟୁତ ଟ୍ରାନ୍ସଫର୍ମର ସ୍ଥାପନ ଓ ବିଦ୍ୟୁତ ଟ୍ରାନ୍ସଫର୍ମର ମରାମତି ସଂପର୍କରେ ଆଲୋଚନା କରାଯାଇଥିଲା। ଜିଲାର ବିଭିନ୍ନ ସ୍ଥାନରେ ଏଲ୍ ଟି ଲାଇନ ଓ ୧୧କେଭି ଲାଇନର ତାର ଝୁଲି ରହିଥିବାରୁ ସେଗୁଡିକୁ ସଜାଡିବା ପାଇଁ ଏହି ବୈଠକରେ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା। ଏହି ବୈଠକରେ ଦୀନଦୟାଲ ବିଦ୍ୟୁତ କରଣ ଯୋଜନା,…

"ଜିଲାସ୍ତରୀୟ ବିଦ୍ୟୁତ କମିଟି ବୈଠକ"