କେନ୍ଦ୍ରାପଡା ୩୧/୭ (ଓଡିଆ ପୁଅ ଚିତ୍ତରଞ୍ଜନ ଦାସ)- କେନ୍ଦ୍ରୀୟ ବିଦ୍ୟାଳୟର ନୂତନ ଗୃହର କାର୍ଯ୍ୟ ସଂପୂର୍ଣ୍ଣ ହେବା ପୂର୍ବରୁ ପୁରୁଣା ବିଏଡ୍ କଲେଜରୁ ଏହି ସ୍କୁଲଟିକୁ ନୂତନ ଗୃହକୁ ଗତମାସ ଠାରୁ ଉଠାଇ ନିଆଯାଇଛି । ସେହି ନୂତନ ଗୃହରେ ପାନୀୟ ଜଳ ଯୋଗାଣର ଅବ୍ୟବସ୍ଥା ଦେଖାଦେବାରୁ ଛାତ୍ରଛାତ୍ରୀମାନେ ସ୍କୁଲକୁ ନେଉଥିବା ଗାଡିଗୁଡିକ ସ୍କୁଲଠାରୁ ପ୍ରାୟ ଅଧ କିଲୋମିଟର ଦୂର ଇନ୍ଦୁପୁର – କେନ୍ଦ୍ରାପଡା ରାସ୍ତାର ବାରିମୁଳ ପଞ୍ଚାୟତ ଛକରେ ଅଟକି ରହୁଛନ୍ତି । ଅସରାଏ ବର୍ଷାହେଲେ ଛାତ୍ରଛାତ୍ରୀମାନେ କାଦୁଅରେ ଘାଣ୍ଟିହୋଇ ଗାଡି ପାଖରୁ ସ୍କୁଲକୁ ଯାଉଛନ୍ତି । ଏହି ସ୍କୁଲ ପାଖକୁ ୪ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ଏକ ନୂତନ ରାସ୍ତା ନିର୍ମାଣ ପାଇଁ…
"ବିଭିନ୍ନ ସମସ୍ୟାଦେଇ କେନ୍ଦ୍ରୀୟ ବିଦ୍ୟାଳୟ ଗତି କରୁଛି"Category: କେନ୍ଦ୍ରାପଡ଼ା
କେନ୍ଦ୍ରାପଡା ୩୧/୭ (ଓଡିଆ ପୁଅ ଚିତ୍ତରଞ୍ଜନ ଦାସ)- ଜିଲାର ୯ଟି ବ୍ଲକ ମଧ୍ୟରୁ କେନ୍ଦ୍ରାପଡା, ଆଳି, ରାଜକନିକା ଓ ମହାକାଳପଡା ବ୍ଲକରେ ବ୍ଲକ ଶିକ୍ଷା ଅଧିକାରୀଙ୍କ ପଦ ଖାଲି ପଡିଥିବାବେଳେ ଜିଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରେ ଅତିରିକ୍ତ ଜିଲା ଶିକ୍ଷା ଅଧିକାରୀ ଏବଂ ସର୍ବଶିକ୍ଷା ଅଭିଯାନର ପ୍ରକଳ୍ପ ସଂଯୋଜକଙ୍କ ପଦ ବର୍ଷବର୍ଷ ଧରି ଖାଲି ପଡିଛି । ଏହାବ୍ୟତୀତ ଜିଲାର ୧୯୨ଟି ସରକାରୀ ହାଇସ୍କୁଲ ମଧ୍ୟରୁ ୧୦୧ଟି ସରକାରୀ ହାଇସ୍କୁଲରେ ପ୍ରଧାନଶିକ୍ଷକ ପଦ, ୨ଶହରୁ ଅଧିକ ସହକାରୀ ଶିକ୍ଷକଙ୍କ ପଦ, ୬୪ଟି ହାଇସ୍କୁଲର କିରାଣୀ ପଦ ଏବଂ ୧୪୭ ଚତୁର୍ଥଶ୍ରେଣୀ କର୍ମଚାରୀ (ପିଅନ ଓ ରାତ୍ରି ଜଗୁଆଳି) ପଦ ଖାଲି ପଡିଛି । ଏହାଦ୍ୱାରା ଜିଲାର…
"ଜିଲା ଶିକ୍ଷା ବିଭାଗରେ ଅଚଳାବସ୍ଥା"କେନ୍ଦ୍ରାପଡା ୩୧/୭ (ଓଡିଆ ପୁଅ ଚିତ୍ତରଞ୍ଜନ ଦାସ)- ପୂର୍ବତନ ସୈନିକ ସଂଘ ଦ୍ୱାରା ଆୟୋଜିତ କାର୍ଗିଲ୍ ବିଜୟ ଦିବସ ସମାରୋହ ଗୁରୁବାର ସ୍ଥାନୀୟ ଉର୍ଦ୍ଧୁ ଲାଇବ୍ରେରୀ ପରିସରରେ ଅନୁଷ୍ଠିତ ହୋଇଥିଲା । ଏହି ଉପଲକ୍ଷେ ଅନୁଷ୍ଠିତ ସଭାରେ ପୂର୍ବତନ ସୈନିକ ସଂଘର ସଭାପତି ଅଭୟ ପ୍ରସାଦ ପାଣି ସଭାପତିତ୍ୱ କରିଥିଲେ । ଜିଲାପାଳ ରଘୁଜୀ ପ୍ରଦୀପ ପ୍ରଜ୍ୱଳନ ପୂର୍ବକ ଭାରତମାତାଙ୍କ ତୈଳ ଚିତ୍ରକୁ ପୂଜା କରିବାପରେ ସହିଦମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରି ଉତ୍ସବକୁ ଉଦ୍ଘାଟନ କରିଥିଲେ । ସଭା ଆରମ୍ଭରେ କାର୍ଗିଲ୍ ସହିଦ୍ଙ୍କ ଉଦେ୍ଦଶ୍ୟରେ ଦୁଇମିନିଟ୍ ନୀରବ ପ୍ରାର୍ଥନା କରାଯିବାପରେ ସଭା କାର୍ଯ୍ୟ ଆରମ୍ଭ ହୋଇଥିଲା । ଶଚ୍ଚିକାନ୍ତ ନାଥ ଅତିଥି ପରିଚୟ ପ୍ରଦାନ କରିବାପରେ…
"କାରଗିଲ୍ ବିଜୟ ଦିବସ ସମାରୋହ ।"କେନ୍ଦ୍ରାପଡା ୩୧/୭(ଓଡିଆ ପୁଅ ଚିତ୍ତରଞ୍ଜନ ଦାସ)- ଗୁପ୍ତକ୍ଷେତ୍ର ସଖିବଟରେ ହେମନ୍ତ କୁମାର ସେନାପତିଙ୍କ ତତ୍ତ୍ୱାବଧାନରେ ସଦ୍ଗୁରୁ ଅନୁକୁଳ ଚନ୍ଦ୍ରଙ୍କ ସତ୍ସଙ୍ଗର ଆୟୋଜନ କରାଯାଇଥିଲା । ଭକ୍ତମାନେ ବିନତି ପ୍ରାର୍ଥନା କରିସାରିବାପରେ ଏହି କାର୍ଯ୍ୟକ୍ରମ ସଂପର୍କରେ ଗୈାରାଙ୍ଗ ଚରଣ ସାହୁ ପ୍ରାରମ୍ଭିକ ସୂଚନା ଦେଇଥିଲେ । କେନ୍ଦ୍ରାପଡା ସତ୍ସଙ୍ଗ ବିହାର କେନ୍ଦ୍ରର ସଭାପତି ଗୁରୁଚରଣ ପରିଡାଙ୍କ ଅଧ୍ୟକ୍ଷତାରେ ସତ୍ସଙ୍ଗ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ଭୁବନେଶ୍ୱରର ଚିନ୍ତାମଣି ବାରିକ ଉଦ୍ବୋଧନ ଦେଇ ଅନୁକୁଳ ଚନ୍ଦ୍ରଙ୍କ ଜୀବନାଦର୍ଶ ସଂପର୍କରେ ଆଲୋଚନା କରିଥିଲେ । ପଣ୍ଡିତ ହୃଷିକେଶ ରଥ, ସଖିବଟ ଉନ୍ନୟନ ପରିଷଦର ସଭାପତି ନିରଞ୍ଜନ ସାହୁ ପ୍ରମୁଖ ଉତ୍ସବ ପରିଚାଳନା କରିଥିଲେ ।
"ସଖିବଟରେ ଅନୁକୁଳ ଚନ୍ଦ୍ରଙ୍କ ସତ୍ସଙ୍ଗ"କେନ୍ଦ୍ରାପଡା ୩୧/୭(ଓଡିଆ ପୁଅ ଚିତ୍ତରଞ୍ଜନ ଦାସ)- କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ନିକିରାଇ ପଞ୍ଚାୟତର ହରିନବାବି ପାଟଣା ଗ୍ରାମର ପଦ୍ମଲୋଚନ ସାହୁ ଓ ତାଙ୍କ ଗ୍ରାମର ଶତାଧିକ ଲୋକ ଗୁରୁବାର ଉପଜିଲାପାଳଙ୍କୁ ଭେଟି ଅଭିଯୋଗ କରିଥିଲେ ଯେ ତାଙ୍କ ଗ୍ରାମର କିଛି ଅଯୋଗ୍ୟ ହିତାଧିକାରୀ ଖାଦ୍ୟ ସୁରକ୍ଷା ଯୋଜନାରେ ବେଆଇନଭାବେ ପଡିକାର୍ଡ ହାତେଇ ନେଇଛନ୍ତି । ଉପଜିଲାପାଳ ଏ ସଂପର୍କରେ ତଦନ୍ତ କରି ଆବଶ୍ୟକ ପଦକ୍ଷେପ ନେବାପାଇଁ କେନ୍ଦ୍ରାପଡା ବିଡିଓଙ୍କୁ ନିଦେ୍ର୍ଦଶ ଦେଇଥିଲେ ।
"ଅଯୋଗ୍ୟ ହିତାଧିକାରୀଙ୍କୁ ରାସନକାର୍ଡର ତଦନ୍ତ ପାଇଁ ଉପଜିଲାପାଳଙ୍କୁ ଅଭିଯୋଗ"କେନ୍ଦ୍ରାପଡା ୩୧/୭(ଓଡିଆ ପୁଅ ଚିତ୍ତରଞ୍ଜନ ଦାସ)- ମହାକାଳପଡା ବ୍ଲକ ଅନ୍ତର୍ଗତ ଜୟଚନ୍ଦ୍ରପୁର ଗ୍ରାମର କୁଞ୍ଜବିହାରୀ ସ୍ୱାଇଁଙ୍କ ପନ୍ôୀ ଅଞ୍ଜଳୀ ସ୍ୱାଇଁ ଗୁରୁବାର ଜିଲାପାଳଙ୍କୁ ଭେଟି ନିବେଦନ କରିଥିଲେ ଯେ ସେ ଦାରିଦ୍ର୍ୟ ସୀମାରେଖାତଳେ ଥିବା ଜଣେ ଦିନମଜୁରିଆ ହୋଇଥିଲେ ସୁଦ୍ଧା ତାଙ୍କୁ ଏପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଗୃହଟିଏ ଯୋଗାଇ ଦିଆଯାଉନାହିଁ । ଏ ସଂପର୍କରେ ଅଞ୍ଜଳି ମହାକାଳପଡା ବିଡିଓଙ୍କୁ ବାରମ୍ବାର ଗୁହାରି କରୁଥିଲେ ସୁଦ୍ଧା ତାଙ୍କ କଥା ବିଚାରକୁ ନିଆଯାଉନାହିଁ । ଜିଲାପାଳ ଏ ସଂପର୍କରେ ଆବଶ୍ୟକ ପଦକ୍ଷେପ ନେବାପାଇଁ ମହାକାଳପଡା ବିଡିଓଙ୍କୁ ନିଦେ୍ର୍ଦଶ ଦେଇଥିଲେ ।
"ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଗୃହ ଯୋଗାଇ ଦେବାକୁ ଜିଲାପାଳଙ୍କୁ ନିବେଦନ"କେନ୍ଦ୍ରାପଡା ୩୧/୭(ଓଡିଆ ପୁଅ ଚିତ୍ତରଞ୍ଜନ ଦାସ) – ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ସମ୍ମିଳନୀ ଗୃହରେ ଗୁରୁବାର ମାର୍ଶାଘାଇ, ମହାକାଳପଡା ଓ ଗରଦପୁର ବ୍ଲକର ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ବିଜୁ ପକ୍କାଘର ଓ ଅନ୍ୟାନ୍ୟ ଉନ୍ନୟନ ମୂଳକ କାର୍ଯ୍ୟର ଅଗ୍ରଗତି ସଂପର୍କରେ ଜିଲାପାଳ ରଘୁଜୀ ସମୀକ୍ଷା କରିଛନ୍ତି । ଏହି ସମୀକ୍ଷା ବୈଠକରେ ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିଦେ୍ର୍ଦଶକଙ୍କ ସମେତ ୩ବ୍ଲକର ବିଡିଓ ଓ ଅନ୍ୟାନ୍ୟ କର୍ମଚାରୀମାନେ ଉପସ୍ଥିତ ଥିଲେ । ଆସନ୍ତାକାଲି ରାଜକନିକା ବ୍ଲକ ସଭାଗୃହରେ ରାଜକନିକା, ଆଳି ଓ ରାଜନଗର ବ୍ଲକର ଏବଂ ୨୯ତାରିଖରେ ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ସଭାଗୃହରେ କେନ୍ଦ୍ରାପଡା, ଡେରାବିଶ ଓ ପଟ୍ଟାମୁଣ୍ଡାଇ ବ୍ଲକର ବିଭିନ୍ନ…
"ଜିଲାପାଳଙ୍କ ଦ୍ୱାରା ୩ଟି ବ୍ଲକର ସମୀକ୍ଷା ବୈଠକ"କେନ୍ଦ୍ରାପଡା ୩୧/୭(ଓଡିଆ ପୁଅ ଚିତ୍ତରଞ୍ଜନ ଦାସ) – କେନ୍ଦ୍ରାପଡାରେ କେବଲୁ ଟିଭି କମ୍ପାନୀ ଟାଟା ସ୍କାଏ ପୈାରସଂସ୍ଥା ଅନ୍ତର୍ଗତ କଜଳାର ଜଣେ ଗ୍ରାହକଙ୍କୁ କେବୁଲ୍ ଟିଭି ଲାଇନ୍ ପ୍ରଦାନରେ ହଇରାଣ ହରକତ କରିବାରୁ ଏବଂ ଅଧିକ ଅର୍ଥ ଆଦାୟ କରିବାରୁ ସେ ତାହାର ପ୍ରତିବାଦ କରିଥିଲେ । ଏହାଦ୍ୱାରା ତାଙ୍କ କେବୁଲ୍ ଟିଭି ସଂଯୋଗକୁ କାଟିଦିଆଯାଇଥିଲା । ଏହା ବିରୋଧରେ କଜଳାର ଗ୍ରାହକ ମନୋଜ ଶତପଥିଙ୍କ ପନ୍ôୀ ପ୍ରଣତି ଶତପଥି ଜିଲା ଖାଉଟି ଅଦାଲତରେ ସଂପୃକ୍ତ କମ୍ପାନୀ ବିରୋଧରେ ଏକ ମାମଲା ଦାୟର କରିଥିଲେ । ଏହି ମାମଲାର ବିଚାର କରି ଖାଉଟି ଅଦାଲତର ଜଜ୍ ବିଜୟ କୁମାର ଦାସ ଟାଟା ଟିଭି କମ୍ପାନୀର କେନ୍ଦ୍ରାପଡା…
"ଖାଉଟି ଅଦାଲତର କେବୁଲ ଟିଭି କମ୍ପାନୀକୁ ୬ହଜାର ଟଙ୍କା ଜୋରିମାନା ଆଦେଶ"କେନ୍ଦ୍ରାପଡା ୩୧/୭(ଓଡିଆ ପୁଅ ଚିତ୍ତରଞ୍ଜନ ଦାସ) – ସଦରଥାନା ପୁଲିସ ବଗଡା ପଞ୍ଚାୟତର ତୁଣୁପୁର ଗ୍ରାମର ଯୋଗେନ୍ଦ୍ର ପ୍ରଧାନଙ୍କ ପୁଅ ଅବୁଆ ଓରଫ ରାଜେନ୍ଦ୍ର ପ୍ରଧାନ (୩୩)କୁ ବୁଧବାର ଭୁବନେଶ୍ୱରରୁ ଗିରଫ କରି ଥାନାକୁ ଆଣି ଅଟକ ରଖି ପଚରାଉଚରା କରୁଛି । ସେ କେନ୍ଦ୍ରାପଡା ଓ ବାହାର ଜିଲାର ବହୁ ଗୁରୁତର ଅପରାଧରେ ସଂପୃକ୍ତ ଥିବା ପୁଲିସ ଆଗରେ ସ୍ୱୀକାର କରିଥିବା ସଦର ଥାନା ପୁଲିସ ସୁତ୍ରରୁ ପ୍ରକାଶ ।
"ଜଣେ ଦୁର୍ଦ୍ଦାନ୍ତ ଅପରାଧି ସଦରଥାନା ପୁଲିସ ଦ୍ୱାରା ଗିରଫ"କେନ୍ଦ୍ରାପଡା ୩୧/୭(ଓଡିଆ ପୁଅ ଚିତ୍ତରଞ୍ଜନ ଦାସ) – କେନ୍ଦ୍ରାପଡା ଭିଜିଲାନ୍ସ ୟୁନିଟର ଡିଏସ୍ପି ଶରତ ଚନ୍ଦ୍ର ସାହୁଙ୍କର ୫୬ ବର୍ଷ ବୟସରେ ଯକୃତ ଜନିତ ରୋଗରେ ବୁଧବାର ଭୁବନେଶ୍ୱର ଆପୋଲ ହସ୍ପିଟାଲରେ ଅକାଳ ବିୟୋଗ ଘଟିଛି । ସ୍ୱର୍ଗତଃ ସାହୁ ପ୍ରାୟ ଏକମାସ ହେବ କେନ୍ଦ୍ରାପଡାରେ ଭିଜିଲାନ୍ସ ଡିଏସ୍ପି ଭାବେ ଯୋଗ ଦେଇଥିଲେ । ତାଙ୍କ ଜନ୍ମସ୍ଥାନ ଖୋର୍ଦ୍ଦା ଜିଲାର ବାଲିଅନ୍ତା ଗ୍ରାମରେ ।
"ଭିଜିଲାନ୍ସ ଡିଏସ୍ପିଙ୍କର ହୃଦଘାତରେ ଅକାଳ ବିୟୋଗ"