ଅନନ୍ତ ଓଝାଙ୍କ ବିୟୋଗରେ ବିକାଶ ସାମୁଖ୍ୟର ଶୋକ

କେନ୍ଦ୍ରାପଡା ୨/୧(ଓଡିଆ ପୁଅ/ଚିତ୍ତରଞ୍ଜନ ଦାସ )- କେନ୍ଦ୍ରାପଡା ଜିଲ୍ଲା ବିକାଶ ସାମ୍ମୁଖ୍ୟ କାର୍ଯ୍ୟାଳୟ ପରିସରରେ ଆଜି ଅନନ୍ତ ଓଝାଙ୍କ ସ୍ମୃତି ଉଦ୍ଦେଶ୍ୟରେ ବୈଷ୍ଣବ ଚରଣ ସ୍ୱାଇଁଙ୍କ ସଭାପତିତ୍ୱରେ ଏକ ସ୍ମୃତିସଭା ଅନୁଷ୍ଠିତ ହୋଇଥିଲା। ସଂପାଦକ ଅଧ୍ୟାପକ ଅଜୟ ସାମଲ ଅନନ୍ତ ଓଝାଙ୍କ ଆଧୁନିକ ଯାତ୍ରା ମାଧ୍ୟମରେ ଜନମାନସରେ ସାମାଜିକ ଚିତ୍ରକୁ ପହଁଚାଇବାର ଅବଦାନ ପାଇଁ ସ୍ମରଣୀୟ ହୋଇ ରହିବେ ବୋଲି ମତବ୍ୟକ୍ତ କରିଥିଲେ। ନାଟ୍ୟକାର ଏବଂ ନାଟ୍ୟ ନିର୍ଦ୍ଦେଶକ ଭାବେ ସମଗ୍ର ଯାତ୍ରା ଜଗତରେ ଜଣେ ସଫଳ ବ୍ୟକ୍ତିତ୍ୱ ଭାବରେ ତାଙ୍କର ଅଲିଭା ସ୍ମୃତି ଅବିସ୍ମରଣୀୟ ହୋଇ ରହିବ। ଅନ୍ୟମାନଙ୍କ ମଧ୍ୟରେ ଅଧ୍ୟାପକ ଡଃ. ଉପେନ୍ଦ୍ର ନାଥ ପ୍ରଧାନ, କୃତିବାସ ସ୍ୱାଇଁ, ଭାଗିରଥୀ ଜେନା, ଅମୀୟ…

"ଅନନ୍ତ ଓଝାଙ୍କ ବିୟୋଗରେ ବିକାଶ ସାମୁଖ୍ୟର ଶୋକ"

ଆକସ୍ମିକ ଅଗ୍ନିକାଣ୍ଡରେ ୩ ବଖରା ପୋଡି

କେନ୍ଦ୍ରାପଡା ୨/୧(ଓଡିଆ ପୁଅ/ଚିତ୍ତରଞ୍ଜନ ଦାସ ) – କେନ୍ଦ୍ରାପଡା ସହରର ଦିଲାରପୁର ଗ୍ରାମର ମହମ୍ମଦ ଅବଦୁଲାଙ୍କ ଗୋଟିଏ ବଖରା ଘର ଆଜି ପୂର୍ବାହ୍ନ ପ୍ରାୟ ସାଢେ ଏଗାରଟା ସମୟରେ ଆକସ୍ମିକ ଅଗ୍ନିକାଣ୍ଡରେ ପୋଡି ଯାଇଛି। କେନ୍ଦ୍ରାପଡା ଅଗ୍ନିଶମ ବିଭାଗ ଗାଡି ଘଟଣାସ୍ଥଳରେ ପହଁଚି ନିଆଁକୁ ଆୟତ କରିଥିଲା। ସେହିଭଳି ସୋମବାର ବିଳମ୍ବିତ ରାତିରେ ନିକିରାଇ ଥାନା ଅନ୍ତର୍ଗତ ଛୋଟି ଗ୍ରାମର ନାଲୁ ଦାସ ଓ କାଳନ୍ଦି ଦାସଙ୍କର ଗୋଟିଏ ଗୋଟିଏ ବଖରା ଘର ଆକସ୍ମିକ ଅଗ୍ନିକାଣ୍ଡରେ ପୋଡି ପାଉଁଶ ହୋଇଯାଇଛି। କେନ୍ଦ୍ରାପଡାରୁ ଅଗ୍ନିଶମ ବିଭାଗ ଗାଡି ଯାଇ ନିଆଁକୁ ଆୟତ କରିଥିଲା। ଏହି ଅଗ୍ନିକାଣ୍ଡରେ ଲକ୍ଷାଧିକ ଟଙ୍କାର କ୍ଷତି ହୋଇଥିବା ଅଗ୍ନିଶମ ବିଭାଗ ପକ୍ଷରୁ ଜଣାପଡିଛି।…

"ଆକସ୍ମିକ ଅଗ୍ନିକାଣ୍ଡରେ ୩ ବଖରା ପୋଡି"

ପ୍ରତିଭା ପୂଜା ସଂସଦ ପକ୍ଷରୁ ସ୍ମୃତିସଭା

କେନ୍ଦ୍ରାପଡା ୨/୧(ଓଡିଆ ପୁଅ/ଚିତ୍ତରଞ୍ଜନ ଦାସ ) – କେନ୍ଦ୍ରାପଡା ଜିଲ୍ଲା ପ୍ରତିଭା ପୂଜା ସଂସଦ ପକ୍ଷରୁ ଆଜି ସ୍ଥାନୀୟ ପବ୍ଲିକ ରିଡିଂରୁମ ପରିସରରେ ସୂର୍ଗତ ଭିକାରି ଚରଣ ମହାନ୍ତିଙ୍କ ସ୍ମୃତି ଉଦେଶ୍ୟରେ ଏକ ଶ୍ରଦ୍ଧାଞ୍ଜଳୀ ସଭା ସଂସଦର ସଭାପତି ପ୍ରଦୀପ କୁମାର ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। ଏହି ସଭାରେ ଶିକ୍ଷାବିତ ଈଶ୍ୱର ଚନ୍ଦ୍ର ସାହୁ, ଗୋଲଖ ଚନ୍ଦ୍ର ପଢିଆରି, ମନୋଜ କୁମାର ଦାସ, ଗୋପାଳ ମହାପାତ୍ର, ପ୍ରଫୁଲ୍ଲ କୁମାର ସ୍ୱାଇଁ, ସନ୍ତୋଷ କୁମାର କର ପ୍ରମୁଖ ଯୋଗଦେଇ ସୂର୍ଗତ ମହାନ୍ତି ଓ ନାଟ୍ୟକାର ଅନନ୍ତ ଓଝାଙ୍କ ସ୍ମୃତିଚାରଣ କରିଥିଲେ। ସମ୍ପାଦକ ଶୁସିଲ ସାମଲ ଉଭୟଙ୍କ ସହିତ ବିତାଇଥିବା ଦିନଗୁଡିକ ସମ୍ପର୍କରେ ଆଲୋଚନା କରିଥିଲେ। ପ୍ରଥମେ…

"ପ୍ରତିଭା ପୂଜା ସଂସଦ ପକ୍ଷରୁ ସ୍ମୃତିସଭା"

ଯାତ୍ରା ନାଟକ ଜଗତର ବେତାଜବାଦଶାହା ଅନନ୍ତ ଓଝାଙ୍କ ଶେଷଯାତ୍ରା

କେନ୍ଦ୍ରାପଡା ୨/୧(ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ ) – ଓଡିଶା ଯାତ୍ରା ନାଟକ ଜଗତର ବେତାଜବାଦଶାହା ତଥା ବିଶିଷ୍ଟ ନାଟ୍ୟକାର ଅନନ୍ତ ଓଝାଙ୍କ ଶେଷଯାତ୍ରାରେ ଆଜି ହଜାର ହଜାର ଶ୍ରଦ୍ଧାଳୁ ଜନତା ସାମିଲ ହୋଇଥିବା ଦେଖାଯାଇଛି। କର୍କଟ ରୋଗରେ ପିଡିତଥାଇ ସେ କର୍ଣ୍ଣାଟକର ବାଙ୍ଗାଲୋରର ଏକ ଘରୋଇ ଚିକିତ୍ସାଳୟରେ ପ୍ରାୟ ମାସକ ତଳେ ମୁଖଗହ୍ୱରର ଅସ୍ତ୍ରେ୍ରାପ୍ରଚାର ପାଇଁ ଭର୍ତ୍ତି ହୋଇଥିଲେ। ତାଙ୍କ ଚିକିତ୍ସା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଆର୍ଥôକ ସହାୟତା ଯୋଗାଇ ଦିଆଯାଇଥିଲା। ଯାତ୍ରା କଳାକାର ସଙ୍ଘ ଓ ଶୁଭେଛୁମାନଙ୍କ ପକ୍ଷରୁ ବିଭିନ୍ନ ସ୍ଥାନରେ ରୋଡ ସୋ’ର ଆୟୋଜନ କରାଯାଇ ସେଥିରୁ ଉପାର୍ଜିତ ଅର୍ଥ ମଧ୍ୟ ତାଙ୍କ ପରିବାରକୁ ଶ୍ରୀ ଓଝାଙ୍କ ଚିକିତ୍ସା ପାଇଁ ଯୋଗାଇ…

"ଯାତ୍ରା ନାଟକ ଜଗତର ବେତାଜବାଦଶାହା ଅନନ୍ତ ଓଝାଙ୍କ ଶେଷଯାତ୍ରା"

ମନସୁର ବାବା ମିନି ମାରାଥନ ଉଦଯାପିତ

କେନ୍ଦ୍ରାପଡା ୧/୧(ଓଡିଆ ପୁଅ/ଚିତ୍ତରଞ୍ଜନ ଦାସ ) – କେନ୍ଦ୍ରାପଡା ସହରର ଫ୍ରେଣ୍ଡସ କ୍ଲବ ଆନୁକୁଲ୍ୟରେ ଆଜି ନୂତନ ବର୍ଷ ଉପଲକ୍ଷେ ମନସୁର ବାବା ମିନି ମାରାଥନ ଦୈାଡ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଏହି ମିନି ମାରାଥନ କେନ୍ଦ୍ରାପଡା ଟାଉନ ହାଇସ୍କୁଲ ପଡିଆରୁ ସକାଳ ୭ଟାରେ ଆରମ୍ଭ ହୋଇ ତିନିମୁହାଁଣିଛକ ଦେଇ ନୂଆ ଇଦଗା ପଡିଆରେ ସମାପ୍ତ ହୋଇଥିଲା। ଏହି ପ୍ରତିଯୋଗିତାରେ ଦୁଇଶହରୁ ଉର୍ଦ୍ଧ୍ୱ ପ୍ରତିଯୋଗୀ ଅଂଶଗ୍ରହଣ କରିଥିବା ବେଳେ ପୁରୁଷ ବିଭାଗରେ ବିକାଶ ମହାରଣା ଓ ମହିଳା ବିଭାଗରେ ସୁହାନା ପରମିନ ପ୍ରଥମ ସ୍ଥାନ ଅଧିକାର କରିଥିଲେ। ଏହି ଉପଲକ୍ଷେ ଅନୁଷ୍ଠିତ ପୁରସ୍କାର ବିତରଣି ଉତ୍ସବରେ କ୍ରୀଡା ଶିକ୍ଷକ ଜ୍ୟୋତିର୍ମୟ ଦାସ, ଲେବର ସ୍ପୋଟିଂ କ୍ଲବର…

"ମନସୁର ବାବା ମିନି ମାରାଥନ ଉଦଯାପିତ"

ଅତିରିକ୍ତ ଜିଲ୍ଲାପାଳଙ୍କ ଦ୍ୱାରା ଜରାନିବାସ ଅନ୍ତେବାସୀଙ୍କୁ କମ୍ବଳ ବଣ୍ଟନ

କେନ୍ଦ୍ରାପଡା ୧/୧(ଓଡିଆ ପୁଅ/ଚିତ୍ତରଞ୍ଜନ ଦାସ ) – କେନ୍ଦ୍ରାପଡା ଜିଲ୍ଲା ସାମାଜିକ ସୁରକ୍ଷା କାର୍ଯ୍ୟାଳୟ ପକ୍ଷରୁ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଆଜି ଆୟୋଜିତ ଉତ୍ସବରେ ଭାରପ୍ରାପ୍ତ ଜିଲ୍ଲାପାଳ ତଥା ଅତିରିକ୍ତ ଜିଲ୍ଲାପାଳ ଧନଞ୍ଜୟ ସ୍ୱାଇଁ ଆଇ.ସି.ଆଇ.ସି ଆଇ.ବ୍ୟାଙ୍କ ଦ୍ୱାରା ପ୍ରଦତ୍ତ ଶୀତବସ୍ତ୍ର (କମ୍ବଳ) ଜିଲ୍ଲାର ମହାକାଳପଡା ବ୍ଲକ ଅନ୍ତର୍ଗତ ରାମନଗର (ଖରିନାସି)ସ୍ଥିତ ଜରାନିବାସର ୨୫ ଜଣ ଅନ୍ତେବାସୀମାନଙ୍କୁ ବିତରଣ କରିଥିଲେ। ଏହି ଉତ୍ସବରେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ପ୍ରଭାସ ଚନ୍ଦ୍ର ଦାସ, ଆଇ.ସି.ଆଇ.ସି ଆଇ.ବ୍ୟାଙ୍କର କେନ୍ଦ୍ରାପଡା ଶାଖା ପରିଚାଳକ ସୈାମେନ୍ଦ୍ର ବେହେରା, ତୃପ୍ତିରଞ୍ଜନ ବାରିକ ପ୍ରମୁଖ ଉପସ୍ଥିତ ଥିଲେ। ଏଠାରେ ସୂଚନା ଯୋଗ୍ୟ ଯେ ପ୍ରାୟ ମାସକ ପୂର୍ବରୁ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସ୍ୱାଇଁ…

"ଅତିରିକ୍ତ ଜିଲ୍ଲାପାଳଙ୍କ ଦ୍ୱାରା ଜରାନିବାସ ଅନ୍ତେବାସୀଙ୍କୁ କମ୍ବଳ ବଣ୍ଟନ"

ଯଦୁମଣୀ ମଙ୍ଗରାଜଙ୍କ ଜୟନ୍ତୀ ପାଳିତ

କେନ୍ଦ୍ରାପଡା ୧/୧(ଓଡିଆ ପୁଅ/ଚିତ୍ତରଞ୍ଜନ ଦାସ ) – ଯଦୁମଣୀ ମଙ୍ଗରାଜ ସ୍ମୁତି କମିଟି ଆନୁକୁଲ୍ୟରେ ଆଜି ଯଦୁମଣି ମଙ୍ଗରାଜଙ୍କ ୧୨୪ତମ ଜୟନ୍ତୀ ପାଳିତ ହୋଇଯାଇଛି। ଏହି ଅବସରରେ ଆଜି ସକାଳେ କେନ୍ଦ୍ରାପଡା ସହରର ତିନିମୁହାଁଣି ଛକସ୍ଥିତ ସୂର୍ଗତ ମଙ୍ଗରାଜଙ୍କ ପ୍ରତିମୂର୍ତ୍ତୀରେ ସାମୁହିକ ମାଲ୍ୟାର୍ପଣ କରାଯାଇଥିଲା। ଏହି ଉପଲକ୍ଷେ ସେଠାରେ କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ ପ୍ରାଧ୍ୟାପକ ନନ୍ଦ କିଶୋର ପରିଡାଙ୍କ ଅଧ୍ୟକ୍ଷତାରେ ଏକ ସ୍ମୃତିସଭା ଅନୁଷ୍ଠିତ ହୋଇଥିଲା। ଏହି ସଭାରେ ରାଜ୍ୟ ସାହିତ୍ୟ ଏକାଡେମୀର ସଦସ୍ୟ ଡଃ ବାସୁଦେବ ଦାସ, କିଶୋର ନ୍ୟାୟ ପରିଷଦର ସଦସ୍ୟ ଅଧ୍ୟାପକ ବିପିନ ବିହାରୀ ବାରିକ, ଅଧ୍ୟାପକ ଅଜୟ କୁମାର ରାଉତ, କେନ୍ଦ୍ରାପଡା ଜିଲ୍ଲା ବିକାଶ ପରିଷଦର…

"ଯଦୁମଣୀ ମଙ୍ଗରାଜଙ୍କ ଜୟନ୍ତୀ ପାଳିତ"

ନବ ବର୍ଷ ଉପଲକ୍ଷେ ବିପ୍ଲବୀ ଆନନ୍ଦ ଜେନାଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କେନ୍ଦ୍ରାପଡା ୧/୧(ଓଡିଆ ପୁଅ/ଚିତ୍ତରଞ୍ଜନ ଦାସ ) – କେନ୍ଦ୍ରାପଡା ସହରର ଆନନ୍ଦ ମାର୍ଗରେ ଥିବା କନିକାର ବିପ୍ଲବୀ କବି କନିକା ପ୍ରଜା ଆନ୍ଦୋଳନର ପୁରୋଧା ସ୍ୱାଧୀନତା ସଂଗ୍ରାମୀ ଆନନ୍ଦ ଜେନାଙ୍କ ପ୍ରତିମୂର୍ତ୍ତୀରେ ଇଂରାଜୀ ନବ ବର୍ଷ ଉପଲକ୍ଷେ ଆଜି ମାଲ୍ୟାର୍ପଣ କରାଯାଇଥିଲା। ଜିଲ୍ଲା ଓକିଲ ସଙ୍ଘର ସଭାପତି ଦେବଦାସ ମହାନ୍ତି, ସମ୍ପାଦକ ଗଗନ ବିହାରି ଜେନା, ସରକାରୀ ଓକିଲ ସଞ୍ଜୟ କୁମାର ଜେନା, ବରିଷ୍ଠ ଆଇନଜିବୀ ପ୍ରଦୀପ କୁମାର ଦାଶ, ଚାଷୀ ଶ୍ରମିକ ସଙ୍ଘର ସମ୍ପାଦକ ଅନନ୍ତ ଭୂୟାଁ,  ଦିଲ୍ଲୀପ ଜେନା, ମଙ୍ଗୁଳି ବାରିକ ପ୍ରମୁଖ ବିପ୍ଲବୀ ଆନନ୍ଦ ଜେନାଙ୍କ ପ୍ରତିମୂର୍ତ୍ତୀରେ ମାଲ୍ୟାର୍ପଣ କରିଥିଲେ।

"ନବ ବର୍ଷ ଉପଲକ୍ଷେ ବିପ୍ଲବୀ ଆନନ୍ଦ ଜେନାଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ"

ଓ.ଆଇ.ସି.ଟି.କମ୍ପ୍ୟୁଟର ଶିକ୍ଷାକେନ୍ଦ୍ରରେ ପ୍ରତିଷ୍ଠା ଦିବସ ପାଳିତ

କେନ୍ଦ୍ରାପଡା ୧/୧(ଓଡିଆପୁଅ/ଚିତ୍ତରଞ୍ଜନ ଦାସ ) – କେନ୍ଦ୍ରାପଡା ପୈାରାଂଚଳ ଅନ୍ତର୍ଗତ ମୀରପାଟଣାସ୍ଥିତ ଓ.ଆଇ.ସି.ଟି.କମ୍ପ୍ୟୁଟର ଶିକ୍ଷାକେନ୍ଦ୍ରରେ ଆଜି ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଏହି ଉପଲକ୍ଷେ ଶିକ୍ଷା କେନ୍ଦ୍ର ପରିସରରେ ଦିଲ୍ଲୀପ ଜେନାଙ୍କ ପୈାରହିତ୍ୟରେ ଅନୁଷ୍ଠିତ ଉତ୍ସବରେ ବରିଷ୍ଠ ଆଇନଜିବୀ ପ୍ରଦୀପ କୁମାର ଦାଶ, ସରକାରୀ ଓକିଲ ସଞ୍ଜୟ କୁମାର ଜେନା ଅତିଥି ଭାବେ ଯୋଗଦେଇ ଏହି କମ୍ପ୍ୟୁଟର ଶିକ୍ଷା କେନ୍ଦ୍ର ବିନାଦେୟରେ ଅନୁସୂଚିତ ଜାତିର ପଲାମାନଙ୍କୁ ଶିକ୍ଷା ପ୍ରଦାନ କରୁଥିବାରୁ କେନ୍ଦ୍ରର ଉତ୍ତୋରତ୍ତର ଉନ୍ନତି କାମନା କରିବା ସହିତ ଏହାର ପରିଚାଳକଙ୍କୁ ସାଧୁବାଦ ଜନାଇଥିଲେ। ଏହି ଅବସରରେ ଶିକ୍ଷାକେନ୍ଦ୍ର ପରିସରରେ ଏକ କେକକୁ ମଧ୍ୟ ଅତିଥିମାନେ କାଟିଥିଲେ। ଅନ୍ୟମାନଙ୍କ ମଧ୍ୟରେ ତରନମ ଫିରଦୋସ, ଆରସି ଫାତମା,…

"ଓ.ଆଇ.ସି.ଟି.କମ୍ପ୍ୟୁଟର ଶିକ୍ଷାକେନ୍ଦ୍ରରେ ପ୍ରତିଷ୍ଠା ଦିବସ ପାଳିତ"

ଜିଲ୍ଲା ସ୍ତରୀୟ ମିଳିତ ଜନ ଅଭିଯୋଗ ଶୁଣାଣି ଶିବିର

କେନ୍ଦ୍ରାପଡା ୧/୧(ଓଡିଆ ପୁଅ/ଚିତ୍ତରଞ୍ଜନ ଦାସ ) – ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଆଜି ଜିଲ୍ଲା ସ୍ତରୀୟ ମିଳିତ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଟିତ ହୋଇଥିଲା। ଭାରପ୍ରାପ୍ତ ଜିଲ୍ଲାପାଳ ତଥା ଅତିରିକ୍ତ ଜିଲ୍ଲାପାଳ ଧନଞ୍ଜୟ ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ମିଳିତ ଜନ ଅଭିଯୋଗ ଶୁଣାଣି ଶିବିରରେ ଆରକ୍ଷୀ ଅଧିକ୍ଷକ ଦୟାନିଧି ଗୋଛାୟତ, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିଦେର୍ଶକ ଦିଲ୍ଲୀପ କୁମାର ପରିଡା, ଉପଜିଲ୍ଲାପାଳ ଡଃ କାହ୍ନୁ ଚରଣ ଧିର, ସାଧାରଣ ଓ ବିବିଧ ଉପ ବିଭାଗର ସହକାରୀ ଜିଲ୍ଲାପାଳ ଭରତ ଚନ୍ଦ୍ର ପରିଡା, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଚନ୍ଦ୍ରକାନ୍ତ ନାୟକଙ୍କ ସମେତ ବିଭିନ୍ନ ବିଭାଗର ଜିଲ୍ଲା ସ୍ତରୀୟ ଅଧିକାରୀ…

"ଜିଲ୍ଲା ସ୍ତରୀୟ ମିଳିତ ଜନ ଅଭିଯୋଗ ଶୁଣାଣି ଶିବିର"