ଲଗାଣ ବର୍ଷାରେ ଜିଲାରେ ୧ଲକ୍ଷ ୩୧ହଜାର ୭ଶହ ୧୭ ଲୋକ କ୍ଷତିଗ୍ରସ୍ତ, ୨୭ହଜାର ୪ଶହ ୧୨ ହେକ୍ଟର ଜମିର ଫସଲ ପାଣିରେ ବୁଡି ରହିଛି

କେନ୍ଦ୍ରାପଡା ୭ /୯(ଓଡ଼ିଆ ପୁଅ/ଲକ୍ଷ୍ମୀକାନ୍ତ ନାୟକ)୬ତାରିଖର ଲଗାଣ ବର୍ଷାଦ୍ୱାରା ଜିଲାର ୧୩୩ଟି ପଞ୍ଚାୟତର ୯୪୦ ଗ୍ରାମର, ୧ଲକ୍ଷ ୩୧ହଜାର୭ଶହ ୧୨ ଲୋକ କ୍ଷତିଗ୍ରସ୍ତ ହୋଇଥିବା ଜିଲା ଜରୁରୀ ବିଭାଗ ପକ୍ଷରୁ ରାଜସ୍ୱ ବିଭାଗକୁ ଆଜି ରିପୋର୍ଟ ଦିଆଯାଇଥିବା ଜଣାପଡିଛି। ଯେଉଁ ବାସଗୃହ ଗୁଡିକ ଏହି ଲଗାଣ ବର୍ଷାଦ୍ୱାରା କ୍ଷତିଗ୍ରସ୍ତ ହୋଇଛି ସେଥିମଧ୍ୟରୁ ୫ହଜାର ୫୨୨ବାସଗୃହ ସଂପୂର୍ଣ୍ଣ ଭାଙ୍ଗିଯାଇଥିବା ବେଳେ ତିନୋଟି ଘରର ସବୁ କାନ୍ଥ ପଡିଯାଇଛି ଏବଂ ୫୪୮୮ ବାସଗୃହର ଆଶିଂକ କ୍ଷତିଗ୍ରସ୍ତ ହୋଇଥିବା ଏହି ରିପୋର୍ଟରେ ଦର୍ଶାଯାଇଛି। ଏହି ଲଗାଣ ବର୍ଷା ଯୋଗୁ ୩୭ହଜାର ୪ଶହ ୧୨ ହେକ୍ଟର ·ଷଜମି ପାଣିତଳେ ବୁଡି ରହିଛି। ଏହି କ୍ଷୟକ୍ଷତିର ମୂଲ୍ୟଏପର୍ଯ୍ୟନ୍ତ ଆକଳନ ହୋଇପାରିନଥିବା ଜିଲା ଜରୁରୀ…

"ଲଗାଣ ବର୍ଷାରେ ଜିଲାରେ ୧ଲକ୍ଷ ୩୧ହଜାର ୭ଶହ ୧୭ ଲୋକ କ୍ଷତିଗ୍ରସ୍ତ, ୨୭ହଜାର ୪ଶହ ୧୨ ହେକ୍ଟର ଜମିର ଫସଲ ପାଣିରେ ବୁଡି ରହିଛି"

ଗାଁ କୁ ରାସ୍ତା ନାହିଁ, ଦୁର୍ଦଶାରେ ୩୦୦ ରୁ ଅଧିକ ଲୋକ ବାସ କରୁଥିବା ଗ୍ରାମବାସୀ

ଗରଦପୁର/କେନ୍ଦ୍ରାପଡ଼ା ୩-୯ (ଓଡ଼ିଆ ପୁଅ/ଚନ୍ଦ୍ର ଶେଖର ବିଶ୍ୱାଳ) ସ୍ୱାଧୀନତାର ସାତ ଦଶନ୍ଧୀ ଅତିକ୍ରମ କରି ସାରିଥିଲେ ସୁଦ୍ଧା ଅନେକ ଗାଁ’କୁ ରାସ୍ତା ନାହିଁ। ଲୋକ ଭାଗ୍ୟକୁ ଆଦରି ପଡି ରହିଛନ୍ତି। ଏମିତି ଏକ ଗାଁ ହେଉଛି କେନ୍ଦ୍ରାପଡା ଜିଲ୍ଲା ଗରଦପୁର ବ୍ଲକ୍ ତେଣ୍ଡାକୁଡ଼ା ପଞ୍ଚାୟତରେ ଥିବା ଦାଆଁଲୋ ଗ୍ରାମ। ଏହି ଗ୍ରାମରେ ପ୍ରାୟ ୩୦୦ ରୁ ଅଧିକ ଲୋକ ବାସ କରୁଛନ୍ତି, କିନ୍ତୁ ଏହି ଗାମକୁ ରାସ୍ତା ଟିଏ ନାହିଁ। ଏହି ଗାଁ’କୁ ସଂଯୋଗ କରୁଥିବା ରାସ୍ତାଟି ଏକ ମାଟି ରାସ୍ତା ଏହି ରାସ୍ତାରେ କେବେ ଗୋଡି ମୁଠାଏ ମଧ୍ୟ ପଡ଼ିନାହିଁ। ତେବେ ବର୍ଷା ଋତୁରେ ଏହି ଗ୍ରାମବାସୀ ଦୁଃଖ ବଢିଯାଏ, ବର୍ଷା ମାଡରେ ରାସ୍ତାଟି…

"ଗାଁ କୁ ରାସ୍ତା ନାହିଁ, ଦୁର୍ଦଶାରେ ୩୦୦ ରୁ ଅଧିକ ଲୋକ ବାସ କରୁଥିବା ଗ୍ରାମବାସୀ"

ନଦୀଭିତ୍ତିକ ବନ୍ଦର ପ୍ରତିଷ୍ଠା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଲେ ମହାକାଳପଡ଼ାବାସୀ

ଭୁବନେଶ୍ୱର, ୧୪/୮/୨୦୧୮(ଓଡ଼ିଆ ପୁଅ): ମହାକାଳପଡ଼ାର ଆଖଡ଼ାସାହିରେ ଏକ ନଦୀଭିତ୍ତିକ ବନ୍ଦର ନିର୍ମାଣ ପାଇଁ ରାଜ୍ୟ ସରକାର ଯେଉଁ ନିଷ୍ପତ୍ତି ଗ୍ରହଣ କରିଛନ୍ତି, ସେଥିପାଇଁ ମହାକାଳପଡ଼ାବାସୀଙ୍କ ତରଫରୁ ଏକ ପ୍ରତିନିଧି ଦଳ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି। ଆଜି ପୂର୍ବାହ୍ଣରେ ପୂର୍ବତନ ମନ୍ତ୍ରୀ ତଥା ମହାକାଳପଡ଼ା ବିଧାୟକ ଶ୍ରୀ ଅତନୁ ସବ୍ୟସାଚୀ ନାୟକଙ୍କ ନେତୃତ୍ୱରେ ୫୦୦ରୁ ଊର୍ଦ୍ଧ୍ୱ ଏକ ପ୍ରତିନିଧି ଦଳ ନବୀନ ନିବାସ ଠାରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟି କୃତଜ୍ଞତା ଜ୍ଞାପନ କରିଥିଲେ। ସୂଚନାଯୋଗ୍ୟ ଯେ ଗତ ୨୮ ତାରିଖରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଚ୍ଚସ୍ତରୀୟ କ୍ଲିୟରିଂ କମିଟି ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ନିଷ୍ପତ୍ତି ଅନୁଯାୟୀ ବନ୍ଦର ପାଇଁ…

"ନଦୀଭିତ୍ତିକ ବନ୍ଦର ପ୍ରତିଷ୍ଠା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଲେ ମହାକାଳପଡ଼ାବାସୀ"

ପୁଣି ରିମାଣ୍ଡରେ ଗଲା ଗ୍ୟାଙ୍ଗଷ୍ଟର ଟିଟୋ

କେନ୍ଦ୍ରାପଡ଼ା ୭-୮ (ଓଡ଼ିଆ ପୁଅ/ଲକ୍ଷ୍ମିକାନ୍ତ ନାୟକ) ପୁଣି ରିମାଣ୍ଡରେ ଗଲା ଗ୍ୟାଙ୍ଗଷ୍ଟର ଟିଟୋ। କ୍ରାଇମବ୍ରାଞ୍ଚ ଏସ୍‌ଟିଏଫ୍ ପରେ ମାର୍ଶାଘାଇ ଥାନା ପୋଲିସ ଟିଟୋକୁ ଦିନିକିଆ ରିମାଣ୍ଡରେ ନେଇଛି। ଏସ୍‌ଟିଏଫ୍‌ ପରେ ଗତ ୪ ଓ ୫ ତାରିଖରେ ଟିଟୋକୁ କେନ୍ଦ୍ରାପଡ଼ା ଟାଉନ ଥାନା ପୋଲିସ ରିମାଣ୍ଡରେ ନେଇଥିଲା। କେନ୍ଦ୍ରାପଡ଼ା ସହରର ବଡ଼ ମଙ୍ଗଳାଠାରେ ବିଦ୍ୟୁତ ବିଭାଗର ନିର୍ମାଣାଧିନ ଏକ ପାୱାର  ଟର୍ମିନାଲ ନିର୍ମାଣ ବେଳେ ଦାଦା ବଟି ମାଗି ନିରାଶ ହେବାରୁ ଦେବାଶିଷ ସାହୁ ନାମକ ଜଣେ ଯୁବ ଇଞ୍ଜିନିୟରଙ୍କୁ ଗୁଳିକରି ହତ୍ୟା କରାଯାଇଥିଲା। ଏହି ହତ୍ୟାକାଣ୍ଡ ୨୦୧୭ ଡିସେମ୍ବର ୨୧ ତାରିଖରେ ଘଟିଥିଲା। ଏହି ହତ୍ୟାକାଣ୍ଡରେ ପୋଲିସ କଟା ଦୀପୁ ସହିତ ୫ ଜଣଙ୍କୁ…

"ପୁଣି ରିମାଣ୍ଡରେ ଗଲା ଗ୍ୟାଙ୍ଗଷ୍ଟର ଟିଟୋ"

ମହାକାଳପଡାରେ ନଦୀ ଭିତ୍ତିକ ବନ୍ଦର ପ୍ରତିଷ୍ଠା ହେବ

ଭୁବନେଶ୍ୱର ୨୮-୭ (ଓଡ଼ିଆ ପୁଅ) କେନ୍ଦ୍ରାପଡା ଜିଲ୍ଲାର ମହାକାଳପଡା ବ୍ଲକ ଅନ୍ତର୍ଗତ ଆଖଡାଶାଳି ଗ୍ରାମର ମହାନଦୀ କୂଳରେ ଓଡିଶା ସରକାର ଏକ ନଦୀ ଭିତ୍ତିକ ବନ୍ଦର ସରକାର ଏବଂ ଘରୋଇ ଉଦ୍ୟୋଗର ସହ ଭାଗୀଦାରରେ BOOST ଆଧାରରେ ପ୍ରତିଷ୍ଠା କରିବାପାଇଁ ସ୍ଥିର କରିଛନ୍ତି। ଏଥି ସକାଶେ ଉନ୍ନୟନକାରୀ ସଂସ୍ଥା ଚୟନ ନିମିତ୍ତ ଯେଉଁ Request For Qualification (RFQ) ଡକାଯାଇଥିଲା ସେହି ଆଧାରରେ ଚାରି ଗୋଟି ସଂସ୍ଥା ଆବେଦନ କରିଛନ୍ତି। ସେହି ଉନ୍ନୟନ ସଂସ୍ଥାମାନଙ୍କୁ Request For Proposal (REP) ପ୍ରଦାନ କରିବାକୁ ଓ ଚିଠା REP/Concession Agreement/Land Lease Agreement ଉପରେ ନୀତିଗତ ନିଷ୍ପତ୍ତି ନେବାପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କର ଅଧ୍ୟକ୍ଷତାରେ High Level Clearance…

"ମହାକାଳପଡାରେ ନଦୀ ଭିତ୍ତିକ ବନ୍ଦର ପ୍ରତିଷ୍ଠା ହେବ"

କେନ୍ଦ୍ରାପଡ଼ାରେ କାରଗିଲ୍‍ ବିଜୟ ଦିବସ ଉତ୍ସବ: ଯୁଦ୍ଧବୀରଙ୍କୁ ସମ୍ୱର୍ଧିତ କଲେ ଜିଲ୍ଲାପାଳ

କେନ୍ଦ୍ରାପଡ଼ା, ୨୬/୭ (ଓଡ଼ିଆ ପୁଅ) : ଏକ ସ୍ୱତନ୍ତ୍ର ଉତ୍ସବରେ ଆଜି କେନ୍ଦ୍ରାପଡ଼ା ଜିଲ୍ଲାପାଳ ରେଘୁ.ଜି କାରଗିଲ୍‍ଯୁଦ୍ଧ ଓ ଅନ୍ୟାନ୍ୟ ଯୁଦ୍ଧ ଲଢ଼ିଥିବା ବୀର ସୈନିକମାନଙ୍କୁ ସମ୍ୱର୍ଧିତ କରିଛନ୍ତି। ପୂର୍ବତନ ସୈନିକ ସଂଘ ପକ୍ଷରୁ ପୌରପାଳିକା କମ୍ୟୁନିଟି ସେଣ୍ଟର୍‍ରେ ଆୟୋଜିତ କାର୍ଯ୍ୟକ୍ରମରେ କାରଗିଲ ଯୁଦ୍ଧ ଲଢ଼ିଥିବା ମହାକାଳପଡ଼ା ରାମନଗରର ପବିତ୍ର ପ୍ରସାଦ ମଲ୍ଲ, ଚାନ୍ଦୋଳର ଅମର କୁମାର ମହାପାତ୍ର, ନାନକାରର ରବୀନ୍ଦ୍ରନାଥ ସାହୁଙ୍କ ସମେତ ଶ୍ରୀଲଙ୍କାକୁ ଯାଇଥିବା ଭାରତୀୟ ଶାନ୍ତିସେନାର ସଦସ୍ୟ ତଥା ବର୍ତ୍ତମାନର ପଟ୍ଟାମୁଣ୍ଡାଇ ବିଡିଓ ପବିତ୍ର ମୋହନ କାନୁନଗୋ ଓ ତିନିଟି ଯୁଦ୍ଧ ଲଢ଼ିଥିବା ୮୪ବର୍ଷୀୟ ଭେଟେରାନ୍‍ସୈନିକ କ୍ୟାପଟେନ୍‍ଭିକାରି ଚରଣ ମହାନ୍ତିଙ୍କୁ ଜିଲ୍ଲାପାଳ ସମ୍ୱର୍ଧିତ କରିଥିଲେ। ସଂଘର ସଭାପତି ଅଭୟ ପ୍ରସାଦ ପାଣିଙ୍କ…

"କେନ୍ଦ୍ରାପଡ଼ାରେ କାରଗିଲ୍‍ ବିଜୟ ଦିବସ ଉତ୍ସବ: ଯୁଦ୍ଧବୀରଙ୍କୁ ସମ୍ୱର୍ଧିତ କଲେ ଜିଲ୍ଲାପାଳ"

ଗ୍ୟାଙ୍ଗଷ୍ଟାର ଟିଟୋର ଦଶ ହଜାର କୋଟି ଟଙ୍କାର ଅପରାଧିକ ସାମ୍ରାଜ୍ୟ ପଛରେ ୧୯ ବର୍ଷର ବିଜେଡି ସରକାରର ପ୍ରୋତ୍ସାହନ ଓ ସହଭାଗିତା ରହିଛି : ବିଜେପି

– ଟିଟୋଙ୍କୁ ପେଟ୍ରୋଲ ଟାଙ୍କି ଆବଂଟନ ମାମଲାରେ ସିବିଆଇ ତଦନ୍ତକୁ ସ୍ୱାଗତ କରିବା ପରିବର୍ତେ ବିଜେଡି କାହିଁକି ବ୍ୟତିବ୍ୟସ୍ତ ? – ସିବିଆଇ ତଦନ୍ତ ନିର୍ଦେଶ ଦେଇ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସତ୍ୟକୁ ସାମନାକୁ ଆଣିବାକୁ ଚେଷ୍ଟା କରିଛନ୍ତି – ଏହାକୁ ବିରୋଧ କରି ବିଜେଡି ‘ଠାକୁର ଘରେ କିଏ, ମୁଁ କଦଳୀ ଖାଇନି’ ପରି ବୟାନ ଦେଇ ନିଜର ଭୟକୁ ସାର୍ବଜନୀନ କରିଛି – ଗ୍ୟାଙ୍ଗଷ୍ଟାର ଟିଟୋର ଭାଇକୁ ବିଜେଡିକୁ ସ୍ୱାଗତ ବେଳେ ମୁଖ୍ୟମନ୍ତ୍ରୀଙ୍କ ସହ ଅନ୍ତରଙ୍ଗ ଫଟୋ ଦେଖାଇ ଟିଟୋ ସାମ୍ରାଜ୍ୟର ଚେର ନବୀନ ନିବାସ ଓ ତୃତୀୟ ମହଲାକୁ ଲମ୍ବିଥିବା ଅଭିଯୋଗ – ସାଂସଦ ପ୍ରତାପ ଦେବ ତଥା କେନ୍ଦ୍ରାପଡା…

"ଗ୍ୟାଙ୍ଗଷ୍ଟାର ଟିଟୋର ଦଶ ହଜାର କୋଟି ଟଙ୍କାର ଅପରାଧିକ ସାମ୍ରାଜ୍ୟ ପଛରେ ୧୯ ବର୍ଷର ବିଜେଡି ସରକାରର ପ୍ରୋତ୍ସାହନ ଓ ସହଭାଗିତା ରହିଛି : ବିଜେପି"

ଟିଟୋ-ଧର୍ମେନ୍ଦ୍ର ଲିଙ୍କ୍‌…କେନ୍ଦ୍ର ପେଟ୍ରୋଲିୟମ୍‌ମନ୍ତ୍ରୀ ପଦରୁ ଧର୍ମେନ୍ଦ୍ର ଇସ୍ତଫା ଦିଅନ୍ତୁ: ପ୍ରତାପ ଦେବ

ଭୁବନେଶ୍ୱର, ୧୯/୭/୨୦୧୮(ଓଡ଼ିଆ ପୁଅ): ନିକଟରେ ଓଡ଼ିଶା ପୋଲିସ ସ୍ୱତନ୍ତ୍ର ଟାସ୍କ ଫୋର୍ସ କୁଖ୍ୟାତ ଗ୍ୟାଙ୍ଗଷ୍ଟର ଟିଟୋ ଓରଫ ସୟେଦ ଉସମାନ ଅଲ୍ଲୀକୁ ଗିରଫ କରିଛି। ଟିଟୋ ନାମରେ ହତ୍ୟା, ଅପହରଣ, ଲୁଣ୍ଠନ, ଦାଦାବଟି ଆଦାୟ ଭଳି ୪୫ରୁ ଅଧିକ ସଂଗୀନ ମାମଲା ରହିଛି। ତେବେ ଟିଟୋକୁ ଗିରଫ କରାଯିବା ପରେ ଅପରାଧ ଦୁନିଆର ଅନେକ ଅଡୁଆ ସୂତା ଏବେ ଧୀରେ ଧୀରେ ଖୋଲିବାରେ ଲାଗିଛି। ଏହା ମଧ୍ୟରେ ଗୋଟିଏ ହେଉଛି ଟିଟୋ ନାମରେ ଥିବା ବେଆଇନ୍‌ପେଟ୍ରୋଲ ଟାଙ୍କି। ଭାରତୀୟ ତୈଳ ନିଗମ (ଆଇଓସିଏଲ୍‌) ଦ୍ୱାରା ଟିଟୋକୁ ଏହି ପେଟ୍ରୋଲ ପମ୍ପ ଖୋଲିବା ପାଇଁ ଅନୁମତି ମିଳିଥିଲା। କେନ୍ଦ୍ର ତୈଳ ଓ ପ୍ରାକୃତିକ ଗ୍ୟାସ୍‌ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ…

"ଟିଟୋ-ଧର୍ମେନ୍ଦ୍ର ଲିଙ୍କ୍‌…କେନ୍ଦ୍ର ପେଟ୍ରୋଲିୟମ୍‌ମନ୍ତ୍ରୀ ପଦରୁ ଧର୍ମେନ୍ଦ୍ର ଇସ୍ତଫା ଦିଅନ୍ତୁ: ପ୍ରତାପ ଦେବ"

ମେଗା ଋଣ ପ୍ରଦାନ ମେଳା

କେନ୍ଦ୍ରାପଡା ୧୩/୬ (ଓଡିଆପୁଅ/ଚିତ୍ତରଞ୍ଜନ ଦାସ)-ନାବାର୍ଡ ସହାୟତାରେ ଓଡିଶା ଗ୍ରାମ୍ୟ ବ୍ୟାଙ୍କ ପକ୍ଷରୁ ଏକ ମେଗା ଋଣ ପ୍ରଦାନ ମେଳା କେନ୍ଦ୍ରାପଡା ସହରର ଭାରତୀ ବିଦ୍ୟା ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି। ଋଣ ପ୍ରଦାନ ମେଳାରେ କେନ୍ଦ୍ରାପଡା ଜିଲ୍ଲାରେ ଥିବା ଓଡିଶା ଗ୍ରାମ୍ୟ ବ୍ୟାଙ୍କର ୨୯ଟି ଶାଖା ଅଧିନସ୍ଥ ୮୩୧ଟି ମହିଳା ସ୍ୱୟଂ ସହାୟିକା ଗୋଷ୍ଠିଙ୍କୁ ୧୨କୋଟି ୨୦ଲକ୍ଷ ଟଙ୍କାର ଋଣ ପ୍ରଦାନ କରାଯାଇଛି। ମହିଳା ମାନଙ୍କୁ ଆତ୍ମନିର୍ଭରଶୀଳ କରିବା ପାଇଁ ବ୍ୟାଙ୍କର ଏଭଳି ପ୍ରୟାସକୁ ସାଧାରଣରେ ପ୍ରଶଂସା କରାଯାଇଛି। ପ୍ରତ୍ୟେକ ସ୍ୱୟଂ ସହାୟିକା ଗୋଷ୍ଠିକୁ ସର୍ବନିମ୍ନ ୧ଲକ୍ଷ ଟଙ୍କାରୁ ଆରମ୍ଭ କରି ୫ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ବିନା କୈାଣସି ଅମାନତରେ ପ୍ରଦାନ କରାଯାଇଛି। ଏହି…

"ମେଗା ଋଣ ପ୍ରଦାନ ମେଳା"

୧୨ ବର୍ଷ ଝିଅର ଆତ୍ମହତ୍ୟା କେନ୍ଦ୍ରାପଡା ଜିଲ୍ଲାର ଆର୍ଥିକ ଅବସ୍ଥାର ଚିତ୍ର

କେନ୍ଦ୍ରାପଡା ୧୩/୬(ଓଡିଆପୁଅ/ଚିତ୍ତରଞ୍ଜନ ଦାସ) – କେନ୍ଦ୍ରାପଡା ସହର ନିକଟସ୍ଥ ବୀରସ୍ୱତୀ ଗ୍ରାମର ଏକ ଦରିଦ୍ର ପରିବାରର ଝିଅଟି ରଜପାଇଁ ଡ୍ରେସଟିଏ କିଣିବା ନିମନ୍ତେ ମାତ୍ର ୧୫୦ ଟଙ୍କା ବାପାଙ୍କୁ ମାଗିଥିଲେ। ମାତ୍ର ଦାରିଦ୍ର୍ୟର କଷାଘାତରେ ଆଉଟୁ ପାଉଟୁ ହେଉଥିବା ବାପାଟି ତାହା ଦେଇ ନପାରିବାରୁ ୧୨ ବର୍ଷର ଝିଅଟି ଆତ୍ମହତ୍ୟା କଲା। ଏହି ଦୁଃଖଦ ସମ୍ବାଦ କେବଳ ଯେ ସମସ୍ତଙ୍କୁ ଦୁଃଖିତ କରିଛି ତାହା ନୁହେଁ ବରଂ ଜିଲ୍ଲାବାସୀଙ୍କ ଆର୍ଥିକ ଉନ୍ନତି ନିମନ୍ତେ ଚିନ୍ତା କରିବାକୁ ଖୋରାକ ଯୋଗାଇଛି। ଏଠାରେ ମନେ ପଡେ ଯେତେବେଳେ ଦୈତାରୀ – ପାରାଦୀପ ୫ନମ୍ବର (କ) ଜାତୀୟ ରାଜପଥ ନିର୍ମାଣ ହେବାପାଇଁ ହଜାର ହଜାର ଏକର ଚାଷ ଜମି ଅଧିଗ୍ରହଣ…

"୧୨ ବର୍ଷ ଝିଅର ଆତ୍ମହତ୍ୟା କେନ୍ଦ୍ରାପଡା ଜିଲ୍ଲାର ଆର୍ଥିକ ଅବସ୍ଥାର ଚିତ୍ର"