ନଟରାଜ ନୃତ ଓ ସଙ୍ଗୀତ ଉତ୍ସବ-୨୦୧୭ ଅନୁଷ୍ଠିତ

ଫୁଲବାଣୀ, ୩୦/୪ (ଓଡ଼ିଆ ପୁଅ/ଅଶୋକ ମହାନ୍ତି) :ସ୍ଥାନୀୟ ସଭାଗୃହ ଠାରେ ନଟରାଜ ନୃତ୍ୟ ଓ ସଙ୍ଗୀତ ଉତ୍ସବ-୨୦୧୭ ଆଡ଼ମ୍ବରର ସହିତ ଅନୁଷ୍ଠିତ ହୋଇଯାଇଛି। ନଟରାଜ କଳାମନ୍ଦିର ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ଅତିରିକ୍ତ ଜିଲ୍ଳାପାଳ ପ୍ରଦୀପ୍ତ କୁମାର ସାହାଣୀ ଯୋଗଦେଇ ନୃତ୍ୟ ଓ ସଙ୍ଗୀତର ଆବଶ୍ୟକତା ଉପରେ ଆଲୋକପାତ କରିଥିଲେ। ମୁଖ୍ୟବକ୍ତା ଭାବେ ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ରର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଡ଼.ସଙ୍ଗୀତା ଗୋସ୍ୱାଇଁ ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥିଭାବେ ଜିଲ୍ଳା ଶିକ୍ଷା ଅଧିକାରୀ ବିକାଶ ଚନ୍ଦ୍ର ପ୍ରଧାନ, ଜିଲ୍ଳା ସଂସ୍କୃତିତ ଅଧିକାରୀ ଟଙ୍କଧର ଭୋଇ, ମୋହନଦାସ କରମଚାନ୍ଦ ସାଂସ୍କୃତିକ ପରିଷଦର ସଭାପତି ବିଜୟ ମହାନ୍ତି, ଗୁରୁ ଇଂ.ବିକ୍ରମ…

"ନଟରାଜ ନୃତ ଓ ସଙ୍ଗୀତ ଉତ୍ସବ-୨୦୧୭ ଅନୁଷ୍ଠିତ"

ଓଡିଆ ଭାଷା ଆନ୍ଦୋଳନ ସମିତି ପକ୍ଷରୁ ମଧୁ ଜୟନ୍ତୀ

ଫୁଲବାଣୀ ୨୯/୪ (ଓଡ଼ିଆ ପୁଅ/ଅଶୋକ କୁମାର ମହାନ୍ତି) ଓଡିଆ ଭାଷା ଆନ୍ଦୋଲନ ସମିତି ପକ୍ଷରୁ ଆଜି ଉତ୍କଳ ଗୌରବଙ୍କ ଜନ୍ମ ତିଥୀରେ ଫୁଲବାଣୀଠାରେ କଳାପତାକା ପ୍ରଦର୍ଶନ ପୂର୍ବକ ଓଡିଆ ଭାଷା ପ୍ରଚଳନ ନିମନ୍ତେ ସ୍ଳୋଗାନ ମାନ ଦିଆଯାଇଥିଲା।ସମିତି ପକ୍ଷରୁ ମଧୁ ଉଦ୍ୟାନଠାରେ ଥିବା ଉତ୍କଳ ଗୌରବଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଥିଲା।ଏ ଅବସରରେ ଏକ ଆଲୋଚନାରେ ଅଂଶ ଗ୍ରହଣ କରି ବକ୍ତାମାନେ ସ୍ୱାଧୀନ ଭାରତରେ ଭାଷା ଭିତ୍ତିରେ ଓଡିଶା ପ୍ରଥମ ରାଜ୍ୟ ଭାବେ ଯେବେ ପରିଗଣିତ ହେଲା ସେତବେଳେ ଆଶା କରାଯାଇଥିଲା ଓଡିଶା ଦେଶର ଏକ ଅଗ୍ରଣୀ ରାଜ୍ୟ ଭାବେ ପରିଗଣିତ ହେବ ବୋଲି କହିଥିଲେ। ଓଡିଆ ଭାଷା ସାହିତ୍ୟକୁ ସମୃଦ୍ଧ କରଥିବା ମହାମନିଷୀ ମାନଙ୍କ ମଧ୍ୟରେ…

"ଓଡିଆ ଭାଷା ଆନ୍ଦୋଳନ ସମିତି ପକ୍ଷରୁ ମଧୁ ଜୟନ୍ତୀ"

ଫୁଲବାଣୀ ଓକିଲ ସଂଘ ପକ୍ଷରୁ ଆଇନଜୀବୀ ଦିବସ ପାଳିତ

ଫୁଲବାଣୀ। ୨୯-୦୪ (ଓଡ଼ିଆ ପୁଅ/ଅଶୋକ କୁମାର ମହାନ୍ତି) ଜିଲା ବାର ଆସୋସିଏସନ ପକ୍ଷରୁ ଆଜି ସ୍ଥାନୀୟ ବାରଠାରେ ଉତ୍କଳ ଗୌରବ ମଧୁବାବୁଙ୍କ ଜୟନ୍ତୀ ଅବସରରେ ଆଇନଜୀବୀ ଦିବସ ପାଳିତ ହୋଇ ଯାଇଛି। ଏ ଉପଲକ୍ଷେ ଆଜି ସକାଳୁ ବାର ପରିସରରେ ଥିବା ମଧୁବାବୁଙ୍କ ପ୍ରତିମୂର୍ତ୍ତିରେ ଓକିଲ ସଂଘର ସଦସ୍ୟମାନେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ବାର ଆସୋସିଏସନର ସଭାପତି ଅଜୟ ସିଂଙ୍କ ସଭାପତିତ୍ୱରେ ଆୟୋଜିତ ଏକ ସଭାରେ ଓକିଲ ସଂଘର ଉପସଭାପତି ସତ୍ୟ ନାରାୟଣ ବେହେରା , ସାଧାରଣ ସଂପାଦକ ରମେଶ ମହାନ୍ତି,ବରିଷ୍ଠ ଆଇନଜୀବୀ ବିଜୟ ମହାନ୍ତି, ବଂଶୀଧର ମହାପାତ୍ର,ହରିଶ୍ଚନ୍ଦ୍ର ମହାରଣା,ପ୍ରେମାନନ୍ଦ ସାହୁ, ପ୍ରତାପ କୁମାର ପାତ୍ର , ଦେବୀ ପ୍ରସାଦ କର,ରାଜଲକ୍ଷ୍ମୀ ପଟ୍ଟନାୟକ, ବୀରେନ୍ଦ୍ର ସୁବୁଦ୍ଧି…

"ଫୁଲବାଣୀ ଓକିଲ ସଂଘ ପକ୍ଷରୁ ଆଇନଜୀବୀ ଦିବସ ପାଳିତ"

ଜଜେଶପଙ୍ଗା ଜଙ୍ଗଲରେ ନକ୍ସଲ-ପୁଲିସ ଗୁଳି ବିନମୟ

ଫୁଲବାଣୀ୨୮/୪ (ଓଡ଼ିଆ ପୁଅ/ଅଶୋକ କୁମାର ମହାନ୍ତି) ଆଜି ଫିରିଙ୍ଗିଆ ଥାନା ଅନ୍ତର୍ଗତ ସାଡିଙ୍ଗିଆ ପଂଚାୟତର ଜଜେଶପଙ୍ଗା ନିକଟରେ ପୁଲିସ ଓ ନକ୍ସଲଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିବା ଜଣାପଡିଛି।ଆରକ୍ଷୀ ଅଧିକ୍ଷକଙ୍କ ସୂତ୍ରରୁ ମିଳିଥିବା ସୂଚନା ମୁତାବକ ୧୨ରୁ ୧୫ ଜଣ ମାଓବାଦୀ ଆଜି ସଂପୃକ୍ତ ସ୍ଥାନରେ ପୁଲିସ ବାହିନୀ ଉପରେ ଗୁଳିଚାଳନା କରିଥିଲେ। ଏହାର ଜବାବରେ ପୁଲିସ ପକ୍ଷରୁ ମଧ୍ୟ ଗୁଳିଚାଳନା କରାଯାଇଥିଲା।ସୂଚନା ମୁତାବକ ଆଜି ପୁଲିସ ପକ୍ଷରୁ ଏକ ଜନସଂପର୍କ ଶିବିର ଆୟୋଜନ କରାଯାଇଥିଲା। ଏଥିପାଇଁ ଡାକ୍ତର ଓ େଔଷଧ ପତ୍ର ନେଇ ସାଡିଙ୍ଗିଆ ପୁଲିସ ବାହିନୀ ସାଡିଙ୍ଗିଆ ଅଭିମୂଖେ ଯାଉଥିଲା ବେଳେ ମାଓବାଦୀମାନେ ଏହି ଆକ୍ରମଣ କରଥିିଲେ। ତେବେ ଆକ୍ରମଣରେ କେହି ମୃତାହତ…

"ଜଜେଶପଙ୍ଗା ଜଙ୍ଗଲରେ ନକ୍ସଲ-ପୁଲିସ ଗୁଳି ବିନମୟ"