କୁଟିଆ କନ୍ଧଙ୍କୁ ନେଇ ଖେଳ

ଫୁଲବାଣୀ,୧୨/୭ (ଓଡ଼ିଆ ପୁଅ/ଅଶୋକ ମହାନ୍ତି): ଆଦିବାସୀ ଅଧ୍ୟୁଷିତ କନ୍ଧମାଳ ଜିଲ୍ଳାର ତୁମୁଡ଼ିବନ୍ଧ ବ୍ଳକରେ ବସବାସ କରୁଥିବା କଟିଆକନ୍ଧକୁ ନେଇ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଖେଳ ଖେଳୁଛନ୍ତି ବୋଲି ଅଭିଯୋଗ ହୋଇଛି। କୁଟିଆ କନ୍ଧଙ୍କ ବିକାଶ ପାଇଁ ଗତ ୨୮ ବର୍ଷ ହେଲା ସରକାର ଯେଜାନା ଉପରେ ଯେଜାନା କରି କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି କିନ୍ତୁ ଏବେ ମଧ୍ୟ କୁଟିଆକନ୍ଧଙ୍କ ଅବସ୍ଥା ଅତ୍ୟନ୍ତ ଦୟନିୟ। କେବଳ କିଛି ମାତ୍ରରେ ପୋଡ଼ୁଚାଷ କରିବା କମାଇଥିଲେ ମଧ୍ୟ ଅନ୍ୟ ଗୁଡ଼ିକରେ ସେଭଳି କିଛି ପରିବର୍ତ୍ତମାନ ଆସିନାହିଁ। ପ୍ରକାଶଯେ, ତୁମୁଡ଼ିବନ୍ଧ ବ୍ଳକର ବେଲଘର , ଗୁମ୍ମା , ବିଲାମାଳ  ଆଦି ତିନୋଟି ପଞ୍ଚାୟତର ପ୍ରାୟ ୬୫…

"କୁଟିଆ କନ୍ଧଙ୍କୁ ନେଇ ଖେଳ"

୧୦ ଜିଲ୍ଲାରେ ଆରମ୍ଭ ହେଲା ତୃତୀୟ ପର୍ଯ୍ୟାୟ MODI ଉତ୍ସବ

ଭୁବନେଶ୍ୱର ୧୬-୬ (ଓଡ଼ିଆ ପୁଅ) ରାଜ୍ୟର ଆଉ ୧୦ ଜିଲ୍ଲା ସଦର ମହକୁମାରେ ଶୁକ୍ରବାରଠାରୁ MODI ଉତ୍ସବ ଆରମ୍ଭ ହୋଇଛି। ଏହି ସ୍ଥାନଗୁଡିକ ହେଲା – ନୟାଗଡ, କେନ୍ଦ୍ରାପଡା, ଯାଜପୁର, ବାରିପଦା (ମୟୁରଭଞ୍ଜ), ସମ୍ବଲପୁର, ଫୁଲବାଣୀ (କନ୍ଧମାଳ), ନୂଆପଡା, ମାଲକାନଗିରି, ବଲାଙ୍ଗିର, ପଦମପୁର (ବରଗଡ)। ତିନିଦିନ ଧରି ଚାଲୁଥିବା ଏହି ଉତ୍ସବକୁ ଜାତୀୟ ଚଳଚିତ୍ର ଉନ୍ନୟନ ନିଗମ ଆୟୋଜନ କରୁଛି। ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ପରିଚାଳିତ ଏନଡିଏ ସରକାରଙ୍କ ତିନି ବର୍ଷର ସଫଳତା ଏବଂ ନୂଆ ନୂଆ ଜନମଙ୍ଗଳ କାର୍ଯ୍ୟକ୍ରମଗୁଡିକ ସମ୍ପର୍କରେ ଜନସଚେତନତା ସୃଷ୍ଟି କରିବା ହେଲା MODI ଉତ୍ସବର ମୁଖ୍ୟ ଉଦ୍ଦେଶ। ଏହି ତିନି ଦିନିଆ କାର୍ଯ୍ୟକ୍ରମରେ ବିଭିନ୍ନ କେନ୍ଦ୍ରୀୟ ଯୋଜନା…

"୧୦ ଜିଲ୍ଲାରେ ଆରମ୍ଭ ହେଲା ତୃତୀୟ ପର୍ଯ୍ୟାୟ MODI ଉତ୍ସବ"

ଫୁଲବାଣୀ:ଡ଼ାକ୍ତରଖାନା ଷ୍ଟ୍ରେଚରରେ … ଶବ ବୁହାଗଲା ମୁଖ୍ୟରାସ୍ତାରେ …

ଫୁଲବାଣୀ,୧୨/୬ (ଓଡ଼ିଆ ପୁଅ/ଅଶୋକ ମହାନ୍ତି) :କନ୍ଧମାଳ ଜିଲ୍ଳା ଖଜୁରିପଡ଼ା ଥାନା ଅନ୍ତର୍ଗତ ପିରିକୁଡ଼ି ପଞ୍ଚାୟତର ବେଡ଼ାଙ୍ଗପାଜୁ ଗ୍ରାମର ଚିତ୍ତ ରଞ୍ଜନ ପ୍ରଧାନଙ୍କ ନାବାଳିକା ଝିଅ ଅଲିଭା ପ୍ରଧାନ (୧୩) ଗ୍ରାମ ନିକଟସ୍ଥ ଯାନିମହଲି ପୋଖରୀକୁ ସକାଳୁ ସକାଳୁ ଗାଧୋଇବାକୁ ଯାଇଥିବା ବେଳେ କୌଣସି ପ୍ରକାର ଅସାବଧାନତା ଯୋଗୁଁ ତାହାର ଗୋଡ଼ ଖସିଯାଇଥିଲା। ସେ ପାଣିରେ ବୁଡ଼ିଯାଇ ଗୁରୁତର ହୋଇ ପଡ଼ିଥିବା ବେଳେ ପରବର୍ତ୍ତି ସମୟରେ ଗ୍ରାମବାସୀ ମାନେ ତାକୁ ଉଧାର କରି ଚିକିତ୍ସା ପାଇଁ ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟକୁ ଆଣିଥିଲେ। ଡ଼ାକ୍ତର ନାବାଳିକାକୁ ମୃତ ଘୋଷଣା କରିବା ସହିତ ଘଟଣା ସଂର୍ପକରେ ପୁଲିସ୍ କୁ ଖବର ଦେଇଥିଲେ। ଖବର ପାଇଁ ପୁଲିସ ଘଟଣା ସ୍ଥଳରେ ପହଞ୍ଚି…

"ଫୁଲବାଣୀ:ଡ଼ାକ୍ତରଖାନା ଷ୍ଟ୍ରେଚରରେ … ଶବ ବୁହାଗଲା ମୁଖ୍ୟରାସ୍ତାରେ …"

ମାଓବାଦୀ ହମଲା:ଜଣେ ଯବାନ ସହିଦ, ୬ ଆହତ

ବ୍ରହ୍ମପୁର : ୫/୦୬ (ଓଡ଼ିଆ ପୁଅ/ଜ୍ୟୋତି ରଂଜନ ଦାସ) କନ୍ଧମାଳ ଜିଲ୍ଲାର ବାଲିଗୁଡା ଥାନା ଅନ୍ତର୍ଗତ ଖମାନଖୋଲ ଗ୍ରାମ ନିକଟରେ ଗତ ରାତିରେ ମାଓବାଦୀ ମାନଙ୍କ ହମଲାରେ ଜଣେ ଏସ.ଓ.ଜି. ଯବାନ ସହିଦ ହେବା ସହ ଛଅ ଜଣ ଯବାନ ଆହତ ହୋଇଛନ୍ତି। ଯବାନମାନେ ଏକ ଅପରେସନ ସାରି ଫେରିବା ବେଳେ ଯବାନ ବାହିନୀର ଶେଷ ଗାଡ଼ିକୁ ମାଓବାଦୀ ମାନେ ଟାର୍ଗେଟ କରି ଅଚାନକ ହାମଲା କରିଥିଲେ। ଯବାନମାନେ ମଧ୍ୟ ପାଲଟା ଆକ୍ରମଣରେ ପ୍ରାୟ ୩ ଶହ ରାଉଣ୍ଡ ଗୁଳି ଚାଳନା କରିଥିଲେ। ଆହତ ଯବାନ ମାନଙ୍କୁ ବ୍ରହ୍ମପୁର ଏମ.କେ.ସି.ଜି. ମେଡ଼ିକାଲ କଲେଜ ହସପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି। ମୃତ ଯବାନ କଳାହାଣ୍ଡି ଜିଲ୍ଲାର…

"ମାଓବାଦୀ ହମଲା:ଜଣେ ଯବାନ ସହିଦ, ୬ ଆହତ"

ଗୁମୁଡୁମାହା ଗୁଳିକାଣ୍ଡ ଘଟଣାରେ ବାଲିଗୁଡା ତକ୍ରାଳୀନ ଏସ ଡି ପି ଓଙ୍କ ସାକ୍ଷ୍ୟ ପ୍ରଦାନ

ଫୁଲବାଣୀ ୫/୫ (ଓଡ଼ିଆ ପୁଅ/ଅଶୋକ କୁମାର ମହାନ୍ତି) ଗୁମୁଡୁମାହା ଗୁଳିକାଣ୍ଡ ଘଟଣାର ପଂଚମ ସାକ୍ଷ୍ୟ ଭାବେ ପୂର୍ବତନ ବାଲିଗୁଡା ଏସ ଡି ପି ଓ ସୁରେନ୍ଦ୍ର ନାଥ ମୁର୍ମୁ ଏହି ମାମଲାର ତଦନ୍ତ କମିଶନଙ୍କ ଆଗରେ ଆଜି ସାକ୍ଷ୍ୟ ପ୍ରଦାନ କରିଛନ୍ତି। ଘଟଣା ଦିନ ରାତି ସାଢେ ବାରଟା ଭିତରେ ଏସ ପିଙ୍କ ଠାରୁ ଗୁଳିକାଣ୍ଡ, ବିଷୟରେ ସେ ଖବର ପାଇଥିଲେ ବୋଲି ଆଜି ସାକ୍ଷ୍ୟ ଗ୍ରହଣ ସମୟରେ ପ୍ରକାଶ କରିଛନ୍ତି। ଏସ ଓ ଜି ଗ୍ରୁପ ହବ ଇନ ଚାର୍ଜ ର୍ରଂଜନ ନାୟକ, ବାଲିଗୁଡା ଥାନା ଅଧୁିକାରୀ ଯଶୋବନ୍ତ ହିଆଲଙ୍କ ସହ  ମିଶି ଆଲୋଚନା କରିବା ପରେ ସି ଆର ପି ଏଫ ଟିମ…

"ଗୁମୁଡୁମାହା ଗୁଳିକାଣ୍ଡ ଘଟଣାରେ ବାଲିଗୁଡା ତକ୍ରାଳୀନ ଏସ ଡି ପି ଓଙ୍କ ସାକ୍ଷ୍ୟ ପ୍ରଦାନ"

ହତ୍ୟାକାରୀ ସ୍ୱାମୀ ଓ ସଉତୁଣୀକୁ ଆଜୀବନ ଜେଲ ଦଣ୍ଡ

ଫୁଲବାଣୀ ୫/୫ (ଓଡ଼ିଆ ପୁଅ/ଅଶୋକ କୁମାର ମହାନ୍ତି) ଗତ ୨୦୧୫ ମସିହାରେ  ସଂଘଟିତ ଏକ ହତ୍ୟା ମାମଲାର ବିଚାର କରି ଫୁଲବାଣି ଅତିରିକ୍ତ ଜିଲା ଦୌରା ଜଜ୍ ସୁଶାନ୍ତ ପଟେଲ ଦୁଇ ଅଭିଯୁକ୍ତଙ୍କୁ  ଆଜୀବନ କାରାଦଣ୍ଡରେ ଦଣ୍ଡିୁତ କରିଛନ୍ତି।  ଏଥିସହ ଦୁଇ ଅଭିଯୁକ୍ତଙ୍କୁ ୫ ହଜାର  ଟଙ୍କା ଲେଖାଏଁ ଜରିମାନା କରାଯାଇଛି। ଅଭିଯୁକ୍ତ   ଦୁଇଜଣ ହେଲେ ବିଲୁପଦର ଗ୍ରାମର ବିରାଟ ଦିଗାଲ ଓ ତାଙ୍କ ଦ୍ୱୀତୀୟ  ପତ୍ନୀ ପ୍ରଭାତୀ ଦିଗାଲ। ଘଟଣାର ବିବରଣୀରୁ ପ୍ରକାଶ ଯେ ଗତ ୨୦୧୫ ଫେବୃଆରୀ ମାସ ୨ ତାରୀଖ ଦିନ ଫିରିଙ୍ଗିଆ ଥାନା ଅନ୍ତର୍ଗତ ବିଲୁପଦର ଗ୍ରାମର ସାକମ୍ବରୀ ଦିଗାଲଙ୍କୁ ତାଙ୍କ ସ୍ୱାମୀ ବିରାଟ ଦିଗାଲ ଓ ସଉତୁଣୀ ପ୍ରଭାତୀ…

"ହତ୍ୟାକାରୀ ସ୍ୱାମୀ ଓ ସଉତୁଣୀକୁ ଆଜୀବନ ଜେଲ ଦଣ୍ଡ"

ନଟରାଜ ନୃତ ଓ ସଙ୍ଗୀତ ଉତ୍ସବ-୨୦୧୭ ଅନୁଷ୍ଠିତ

ଫୁଲବାଣୀ, ୩୦/୪ (ଓଡ଼ିଆ ପୁଅ/ଅଶୋକ ମହାନ୍ତି) :ସ୍ଥାନୀୟ ସଭାଗୃହ ଠାରେ ନଟରାଜ ନୃତ୍ୟ ଓ ସଙ୍ଗୀତ ଉତ୍ସବ-୨୦୧୭ ଆଡ଼ମ୍ବରର ସହିତ ଅନୁଷ୍ଠିତ ହୋଇଯାଇଛି। ନଟରାଜ କଳାମନ୍ଦିର ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ଅତିରିକ୍ତ ଜିଲ୍ଳାପାଳ ପ୍ରଦୀପ୍ତ କୁମାର ସାହାଣୀ ଯୋଗଦେଇ ନୃତ୍ୟ ଓ ସଙ୍ଗୀତର ଆବଶ୍ୟକତା ଉପରେ ଆଲୋକପାତ କରିଥିଲେ। ମୁଖ୍ୟବକ୍ତା ଭାବେ ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ରର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଡ଼.ସଙ୍ଗୀତା ଗୋସ୍ୱାଇଁ ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥିଭାବେ ଜିଲ୍ଳା ଶିକ୍ଷା ଅଧିକାରୀ ବିକାଶ ଚନ୍ଦ୍ର ପ୍ରଧାନ, ଜିଲ୍ଳା ସଂସ୍କୃତିତ ଅଧିକାରୀ ଟଙ୍କଧର ଭୋଇ, ମୋହନଦାସ କରମଚାନ୍ଦ ସାଂସ୍କୃତିକ ପରିଷଦର ସଭାପତି ବିଜୟ ମହାନ୍ତି, ଗୁରୁ ଇଂ.ବିକ୍ରମ…

"ନଟରାଜ ନୃତ ଓ ସଙ୍ଗୀତ ଉତ୍ସବ-୨୦୧୭ ଅନୁଷ୍ଠିତ"

ଓଡିଆ ଭାଷା ଆନ୍ଦୋଳନ ସମିତି ପକ୍ଷରୁ ମଧୁ ଜୟନ୍ତୀ

ଫୁଲବାଣୀ ୨୯/୪ (ଓଡ଼ିଆ ପୁଅ/ଅଶୋକ କୁମାର ମହାନ୍ତି) ଓଡିଆ ଭାଷା ଆନ୍ଦୋଲନ ସମିତି ପକ୍ଷରୁ ଆଜି ଉତ୍କଳ ଗୌରବଙ୍କ ଜନ୍ମ ତିଥୀରେ ଫୁଲବାଣୀଠାରେ କଳାପତାକା ପ୍ରଦର୍ଶନ ପୂର୍ବକ ଓଡିଆ ଭାଷା ପ୍ରଚଳନ ନିମନ୍ତେ ସ୍ଳୋଗାନ ମାନ ଦିଆଯାଇଥିଲା।ସମିତି ପକ୍ଷରୁ ମଧୁ ଉଦ୍ୟାନଠାରେ ଥିବା ଉତ୍କଳ ଗୌରବଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଥିଲା।ଏ ଅବସରରେ ଏକ ଆଲୋଚନାରେ ଅଂଶ ଗ୍ରହଣ କରି ବକ୍ତାମାନେ ସ୍ୱାଧୀନ ଭାରତରେ ଭାଷା ଭିତ୍ତିରେ ଓଡିଶା ପ୍ରଥମ ରାଜ୍ୟ ଭାବେ ଯେବେ ପରିଗଣିତ ହେଲା ସେତବେଳେ ଆଶା କରାଯାଇଥିଲା ଓଡିଶା ଦେଶର ଏକ ଅଗ୍ରଣୀ ରାଜ୍ୟ ଭାବେ ପରିଗଣିତ ହେବ ବୋଲି କହିଥିଲେ। ଓଡିଆ ଭାଷା ସାହିତ୍ୟକୁ ସମୃଦ୍ଧ କରଥିବା ମହାମନିଷୀ ମାନଙ୍କ ମଧ୍ୟରେ…

"ଓଡିଆ ଭାଷା ଆନ୍ଦୋଳନ ସମିତି ପକ୍ଷରୁ ମଧୁ ଜୟନ୍ତୀ"

ଫୁଲବାଣୀ ଓକିଲ ସଂଘ ପକ୍ଷରୁ ଆଇନଜୀବୀ ଦିବସ ପାଳିତ

ଫୁଲବାଣୀ। ୨୯-୦୪ (ଓଡ଼ିଆ ପୁଅ/ଅଶୋକ କୁମାର ମହାନ୍ତି) ଜିଲା ବାର ଆସୋସିଏସନ ପକ୍ଷରୁ ଆଜି ସ୍ଥାନୀୟ ବାରଠାରେ ଉତ୍କଳ ଗୌରବ ମଧୁବାବୁଙ୍କ ଜୟନ୍ତୀ ଅବସରରେ ଆଇନଜୀବୀ ଦିବସ ପାଳିତ ହୋଇ ଯାଇଛି। ଏ ଉପଲକ୍ଷେ ଆଜି ସକାଳୁ ବାର ପରିସରରେ ଥିବା ମଧୁବାବୁଙ୍କ ପ୍ରତିମୂର୍ତ୍ତିରେ ଓକିଲ ସଂଘର ସଦସ୍ୟମାନେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ବାର ଆସୋସିଏସନର ସଭାପତି ଅଜୟ ସିଂଙ୍କ ସଭାପତିତ୍ୱରେ ଆୟୋଜିତ ଏକ ସଭାରେ ଓକିଲ ସଂଘର ଉପସଭାପତି ସତ୍ୟ ନାରାୟଣ ବେହେରା , ସାଧାରଣ ସଂପାଦକ ରମେଶ ମହାନ୍ତି,ବରିଷ୍ଠ ଆଇନଜୀବୀ ବିଜୟ ମହାନ୍ତି, ବଂଶୀଧର ମହାପାତ୍ର,ହରିଶ୍ଚନ୍ଦ୍ର ମହାରଣା,ପ୍ରେମାନନ୍ଦ ସାହୁ, ପ୍ରତାପ କୁମାର ପାତ୍ର , ଦେବୀ ପ୍ରସାଦ କର,ରାଜଲକ୍ଷ୍ମୀ ପଟ୍ଟନାୟକ, ବୀରେନ୍ଦ୍ର ସୁବୁଦ୍ଧି…

"ଫୁଲବାଣୀ ଓକିଲ ସଂଘ ପକ୍ଷରୁ ଆଇନଜୀବୀ ଦିବସ ପାଳିତ"

ଜଜେଶପଙ୍ଗା ଜଙ୍ଗଲରେ ନକ୍ସଲ-ପୁଲିସ ଗୁଳି ବିନମୟ

ଫୁଲବାଣୀ୨୮/୪ (ଓଡ଼ିଆ ପୁଅ/ଅଶୋକ କୁମାର ମହାନ୍ତି) ଆଜି ଫିରିଙ୍ଗିଆ ଥାନା ଅନ୍ତର୍ଗତ ସାଡିଙ୍ଗିଆ ପଂଚାୟତର ଜଜେଶପଙ୍ଗା ନିକଟରେ ପୁଲିସ ଓ ନକ୍ସଲଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିବା ଜଣାପଡିଛି।ଆରକ୍ଷୀ ଅଧିକ୍ଷକଙ୍କ ସୂତ୍ରରୁ ମିଳିଥିବା ସୂଚନା ମୁତାବକ ୧୨ରୁ ୧୫ ଜଣ ମାଓବାଦୀ ଆଜି ସଂପୃକ୍ତ ସ୍ଥାନରେ ପୁଲିସ ବାହିନୀ ଉପରେ ଗୁଳିଚାଳନା କରିଥିଲେ। ଏହାର ଜବାବରେ ପୁଲିସ ପକ୍ଷରୁ ମଧ୍ୟ ଗୁଳିଚାଳନା କରାଯାଇଥିଲା।ସୂଚନା ମୁତାବକ ଆଜି ପୁଲିସ ପକ୍ଷରୁ ଏକ ଜନସଂପର୍କ ଶିବିର ଆୟୋଜନ କରାଯାଇଥିଲା। ଏଥିପାଇଁ ଡାକ୍ତର ଓ େଔଷଧ ପତ୍ର ନେଇ ସାଡିଙ୍ଗିଆ ପୁଲିସ ବାହିନୀ ସାଡିଙ୍ଗିଆ ଅଭିମୂଖେ ଯାଉଥିଲା ବେଳେ ମାଓବାଦୀମାନେ ଏହି ଆକ୍ରମଣ କରଥିିଲେ। ତେବେ ଆକ୍ରମଣରେ କେହି ମୃତାହତ…

"ଜଜେଶପଙ୍ଗା ଜଙ୍ଗଲରେ ନକ୍ସଲ-ପୁଲିସ ଗୁଳି ବିନମୟ"