-କଦଳା ଡାକ୍ତରଖାନାର ଗତି କୁଆଡେ- ମହିଳା ଓ ପ୍ରସୂତିଙ୍କ ଚିକସôା ପାଇଁ ରାଜ୍ୟର ଏକ ନମ୍ବର ଡାକ୍ତରଖାନା ଏବେ ଭୂତକୋଠି ପାଲଟିଛି, ସରକାର ନିରବଦ୍ରଷ୍ଟା

ଯାଜପୁର,୯/୧୧(ଓଡିଆପୁଅ/ମାନସ ରାଉତ) ଉତ୍ତମ ସ୍ୱାସ୍ୱ୍ୟସେବା ପାଇବା ଲୋକମାନଙ୍କର ମୌଳିକ ଅଧିକାର । ଏହି ସେବାକୁ ଲୋକଙ୍କ ପାଖରେ ପଂହଚାଇବା ପାଇଁ ରାଜ୍ୟ ଓ କେନ୍ଦ୍ର ସରକାର ହଜାର ହଜାର କୋଟି ଟଙ୍କା ଖର୍ଚ୍ଚ କରି ରାଜ୍ୟବାସୀଙ୍କ ଉତ୍ତମସ୍ୱାସ୍ଥ୍ୟ ସେବା ଯୋଗାଇ ଦେଉଥିବା ଜୋର ପ୍ରଚାର କରୁଛନ୍ତି । ହେଲେ ତଳସ୍ତରରେ ଏହାର ବାସ୍ତବଚିତ୍ର ସମୂର୍ଣ୍ଣ ଓଲଟା ଦେଖିବାକୁ ମିଳିଛି । ଏହାର ଗୋଟିଏ ଉଦାହରଣ ଯାଜପୁର ଜିଲ୍ଲାର ଚଣ୍ଡିଖୋଲ ନିକଟ ହରିଦାସପୁର କଦଳା ସ୍ଥିତ ରମ୍ଭାଦେବୀ ଚିକସôାଳୟକୁ ନିଆଯାଇପାରେ । ଏହିସ୍ୱାସ୍ଥ୍ୟକେନ୍ଦ୍ରଟି ମହିଳା ଓ ପ୍ରସୂତିଙ୍କ ସ୍ୱତନ୍ତ୍ର ଚିକସôା ପାଇଁ ସାରା ରାଜ୍ୟରେ ଦିନେ ଏକ ନମ୍ବର ଚିକସôାଳୟର ମାନତ୍ୟା ପାଇଥିବା ବେଳେ ଏବେ ସରକାରଙ୍କ…

"-କଦଳା ଡାକ୍ତରଖାନାର ଗତି କୁଆଡେ- ମହିଳା ଓ ପ୍ରସୂତିଙ୍କ ଚିକସôା ପାଇଁ ରାଜ୍ୟର ଏକ ନମ୍ବର ଡାକ୍ତରଖାନା ଏବେ ଭୂତକୋଠି ପାଲଟିଛି, ସରକାର ନିରବଦ୍ରଷ୍ଟା"

ଫୁଲବାଣୀ ମହାବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ପକ୍ଷରୁ ବିକ୍ଷୋଭ: ରାସ୍ତା ଅବରୋଧ

ଫୁଲବାଣୀ, ୮ା୧୦(ଓଡ଼ିଆ ପୁଅ):ବାରମ୍ବାର ଦାବି ପରେ ମଧ୍ୟ ଫୁଲବାଣୀ ସ୍ୱୟଂ ଶାସିତ ମହାବିଦ୍ୟାଳୟର ଅଧ୍ୟାପକ ଓ ଅଧ୍ୟାପିକା ପଦବି ପୁରଣ କରାଯାଉଥିବା ପ୍ରତିବାଦରେ ଆଜି ମହାବିଦ୍ୟାଳୟ ଛାତ୍ର ସଂସଦ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହିତ ଫୁଲବାଣୀ-ବ୍ରହ୍ମପୁର ମୁଖ୍ୟ ରାସ୍ତା ଅବରୋଧ କରାଯାଇଥିଲା। ସକାଳୁ ୧୦ ଟାରୁ ଏହି ରାସ୍ତା ଅବରୋଧ ଯୋଗୁଁ ଦିନ ୨ ଟା ପର୍ଯ୍ୟନ୍ତ ଉକ୍ତ ରାସ୍ତାରେକୌଣସି ଯାନ ବାହାନ ଚଳାଚାଳ କରିପାରିନଥିବା ବେଳେ ଫୁଲବାଣୀକୁ ପ୍ରବେଶ ଏକ ପ୍ରକାର ବନ୍ଦ ହୋଇଯାଇଥିଲା। ଛାତ୍ର ସଂସଦ ସଭାପତି ରୁପେଶ ନାୟକଙ୍କ ନେତୃତ୍ୱରେ ଛାତ୍ରନେତା ଆକାଶ କୁମାର ବେହେରା,  ସୁନିଲ୍ କୁମାର ଦିଗାଲ,  ବିଶ୍ୱଜିତ୍ ନାୟକ ଓ ଅନ୍ୟମାନେ ଏହାର ନେତୃତ୍ୱ ନେଇଥିଲେ।…

"ଫୁଲବାଣୀ ମହାବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ପକ୍ଷରୁ ବିକ୍ଷୋଭ: ରାସ୍ତା ଅବରୋଧ"

ମର୍ମନ୍ତୁଦ ବସ୍ ଦୁର୍ଘଟଣା ୧ ମୃତ, ୧୫ ରୁ ଉର୍ଦ୍ଧ୍ୱ ଗୁରୁତର

ଫୁଲବାଣୀ ୭-୧୧ (ଓଡ଼ିଆ ପୁଅ/ଅଶୋକ ମହାନ୍ତି), ବାଲିଗୁଡ଼ା:କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ଡଲାବାଲି ଘାଟିରେ ଏକ ମର୍ମନ୍ତୁଦ ବସ୍ ଦୁର୍ଘଟଣା ଘଟିଛି। ଲଳିତା ନାମକ ଏକ ଘରୋଇ ବସ୍ ନଂ ଓଆର୍ ୧୨ ଏ ୫୬୫୬ ପକାରୀ ରୁ ବାଲିଗୁଡ଼ା ଅଭିମୁଖେ ଆସୁଥିବା ସମୟରେ ଭାରସାମ୍ୟ ହରାଇ ଡଲାବାଲି ଘାଟିରେ ଓଲଟି ପଡ଼ିଛି। ଖବର ପାଇ ବାଲିଗୁଡ଼ା ପୋଲିସ, ଦମକଳ ବାହିନୀ ଓ ଆମ୍ବୁଲାନ୍ସ ପହଂଚି ଯାତ୍ରୀ ମାନଙ୍କୁ ଉଦ୍ଧାର କରି ବାଲିଗୁଡ଼ା ଉପଖଣ୍ଡ ଚିକିତ୍ସାଳୟକୁ ପଠାଇଥିଲେ। ଘଟଣା ସ୍ଥଳରେ ରୁତୁଙ୍ଗିଆ ପଂଚାୟତ ଅନ୍ତର୍ଗତ ପିକୁସ ଗ୍ରାମର ଘିନିଘିନା ବଳିଆର ସିଂ ବସ୍ ତଳେ ଚାପି ହୋଇ ମୃତ୍ୟୁ ବରଣ କରିଥିବା ବେଳେ ୧୫ରୁ…

"ମର୍ମନ୍ତୁଦ ବସ୍ ଦୁର୍ଘଟଣା ୧ ମୃତ, ୧୫ ରୁ ଉର୍ଦ୍ଧ୍ୱ ଗୁରୁତର"

ଫିରିଙ୍ଗିଆ ବ୍ଲକକୁ ମରୁଡି ଘୋଷଣା ଓ ଅନ୍ୟାନ୍ୟ ଦାବି ନେଇ କୃଷକ ସଭାର ରାଲି ଓ ଦାବିପତ୍ର ପ୍ରଦାନ

ଫୁଲବାଣୀ, ୧୮/୧୦(ଓଡ଼ିଆ ପୁଅ/ଅଶୋକ ମହାନ୍ତି), ଅଖିଳ ଭାରତ କୃଷକ ସଭା ( ଏଆଇକେଏସ ) ଫିରିଙ୍ଗିଆ ପଂଚାୟତ ସମିତି ପକ୍ଷରୁ ମହାନ ଅକ୍ଟୋବର ସମାଜବାଦ ବିଳ୍ପବର ଶତବାର୍ଷିକୀ ଅବସରରେ ବିଭିନ୍ନ ଦାବି ନେଇ ଏକ ବିକ୍ଷୋଭ ଓ ରାଲି ସୋମବାର ଫିରିଙ୍ଗିଆଠାରେ ଅନୁଷ୍ଠିତ ହୋଇଯାଇଛି। ପିତାବାଳୀ ମନ୍ଦିରରୁ ଏକ ଶୋଭାଯାତ୍ରା ବାହାରି ତହସିଲ କାର୍ଯ୍ୟାଳୟରେ ପହଂଚିଥିଲା। ସେଠାରେ ତହସିଲଦାର ରଶ୍ମୀରଂଜନ ମହନ୍ତଙ୍କୁ ୯ ଦଫା ଦାବି ପତ୍ର ପ୍ରଦାନ ସହ ବିଡିଓଙ୍କୁ ଏକ ୧୯ ଦଫାା ଦାବିପତ୍ର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦିଆଯାଇଥିଲା। ଡକ୍ଟର ସ୍ୱାÿମୀନାଥନ କମିଶନଙ୍କ ସୁପରିଶ ଲାଗୁ କରିବା, ଚାଷୀଙ୍କ ପାଇଁ ଉଚିତ ବଜାର ବ୍ୟବସ୍ଥା, ଚାଷୀଙ୍କୁ ମାସିକ ୬ ହଜାର ଟଙ୍କା ପେନସନ,…

"ଫିରିଙ୍ଗିଆ ବ୍ଲକକୁ ମରୁଡି ଘୋଷଣା ଓ ଅନ୍ୟାନ୍ୟ ଦାବି ନେଇ କୃଷକ ସଭାର ରାଲି ଓ ଦାବିପତ୍ର ପ୍ରଦାନ"

କଳାବ୍ୟାଜ୍ ପିନ୍ଧିଲେ ଅଗ୍ନିଶମ କର୍ମଚାରୀ

ଫୁଲବାଣୀ, ୧୮/୧୦(ଓଡ଼ିଆ ପୁଅ/ଅଶୋକ ମହାନ୍ତି), ଅଗ୍ନିଶମ ବିଭାଗ କର୍ମଚାରୀଙ୍କ ଦରମାରେ ରହିଥିବା ଅସଂଗତିକୁ ନେଇ କର୍ମଚାରୀ ମାନଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି। ଏହି କର୍ମଚାରୀ ମାନେ ପୁଲିସ କ୍ୟାଡର ଭୁକ୍ତ ହୋଇଥିଲେ ହେଁ ଦରମାରେ ଅନେକ ଅସମାନତା ରହିଛି। ୬ଷ୍ଠ ବେତନ କମିଶନରେ ଏହି ଅସଂଗତି ରହିତିବା ବେଳେ ୭ମ ବେତନ କମିଶନରେ ମଧ୍ୟ ଏହାକୁ ଦୂର କରାଯାଇନାହିଁ। ଏହି ଅସମାନତାକୁ ଦୂର କରିବା ଦାବିରେ ଫୁଲବାଣୀ ଅଗ୍ନିଶମ ବିଭାଗ କର୍ମଚାରୀମାନେ ମଙ୍ଗଳବାର କଳାବ୍ୟାଜ୍ ଧାରଣ କରିଛନ୍ତି। ୭ ଦିନ ଧରି ଏହା ଚାଲିବ। ଏହି ଦାବି ସମ୍ପର୍କିତ ଏକ ଦାବିପତ୍ର ଗୃହ ବିଭାଗ ସଚିବଙ୍କୁ ପ୍ରଦାନ କରାଯାଇଛି। କର୍ମଚାରୀ ମାନଙ୍କ ଦାବି…

"କଳାବ୍ୟାଜ୍ ପିନ୍ଧିଲେ ଅଗ୍ନିଶମ କର୍ମଚାରୀ"

ସ୍ୱାତୀ ଆନୂକୂଲ୍ୟରେ ସଘନ ଚାଷ ତାଲିମ୍ ଶିବିର

ଫୁଲବାଣୀ, ୧୮/୧୦(ଓଡ଼ିଆ ପୁଅ/ଅଶୋକ ମହାନ୍ତି), ସ୍ୱେଚ୍ଛାସେବୀ ସଂଗଠନ ସ୍ୱାତୀ ଦ୍ୱାରା ବନ୍ଧଗଡ ଠାରେ ଦୁଇଦିନିଆ ସଘନ ଚାଷ ତାଲିମ୍ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ତାଲିମ୍ ଶିବିରକୁ ସ୍ୱାତୀର ସମ୍ପାଦକ ଇଂ. ହରିଶଙ୍କର ରାଉତ ଉଦ୍ ଘାଟନ କରିଥିବା ବେଳେ ଅଞ୍ଚଳରେ କ୍ଷୁଦ୍ରଶସ୍ୟ ମାଣ୍ଡିଆ ଜାତୀୟ ଫସଲ ଅଧିକ ଚାଷ କରିବା ସହ ଏହାର ଉପକାରିତା ଓ ବଜାର ବ୍ୟବସ୍ଥା ସମ୍ପର୍କରେ ବୁଝାଇଥିଲେ। ଜିଲ୍ଲା ସହକାରୀ କୃଷି ନିର୍ଦ୍ଦେଶକ ହେମନ୍ତ କୁମାର ଦାସ, ଜିଲ୍ଲା ସଘନ ଚାଷ ସଂଯୋଜକ ଚିତ୍ତରଞ୍ଜନ ପ୍ରଧାନ, ରାଇକିଆ ବ୍ଲକ୍ କୃଷି ଅଧିକାରୀ ଉପେନ୍ଦ୍ରନାଥ ପାଢୀ ତାଲିମ୍ ପ୍ରଦାନ କରିଥିବା ବେଳେ ଜିଲ୍ଲାର ଲୋପ ପାଇଯାଇଥିବା ମାଣ୍ଡିଆ ଜାତୀୟ ସଶ୍ୟର ପୁନଃ…

"ସ୍ୱାତୀ ଆନୂକୂଲ୍ୟରେ ସଘନ ଚାଷ ତାଲିମ୍ ଶିବିର"

ଅପହରଣ ପରେ ହତ୍ୟା କଲେ ମାଓବାଦୀ: ମୃତ ଦେହ ନିକଟରେ ଛାଡ଼ିଗଲେ ମାଓ ପୋଷ୍ଟର

ବାଲିଗୁଡ଼ା/ଫୁଲବାଣୀ ୧୮-୧୦ (ଓଡ଼ିଆ ପୁଅ/ଅଶୋକ ମହାନ୍ତି) :କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଉପଖଣ୍ଡସ୍ଥ କୋଟଗଡ଼ ବ୍ଲକର ଦୁର୍ଗାପାଙ୍ଗା ଠାରେ ବାସଧାରା ଘୁମୁସର ନାଗାବଳୀ ଡିଭିଜନାଲ କମିଟିର ମାଓବାଦୀ ମାନେ ଗତ ରବିବାର ବିଳମ୍ବିତ ରାତ୍ରୀରେ ଦୁର୍ଗାପାଙ୍ଗା ଗ୍ରାମ ଓଡ଼ିଆ ସାହିର ଗାଁ ସାଥି ବସନ୍ତ ଭାଟ୍ଟ(୩୮)ଙ୍କୁ ନିଜ ଘରେ ଶୋଇଥିବା ବେଳେ ପ୍ରାୟ ୨୫ ରୁ ୩୦ ଜଣ ମାଓବାଦୀ ତାଙ୍କ ଘରକୁ ଆସି କବାଟ ଭାଙ୍ଗି ବସନ୍ତ ଭାଟ୍ଟକୁ ଉଠାଇ ନେଇଯାଇଥିବା ଘଟଣା ସାରା ଅଂଚଳରେ ଚହଳ ପଡ଼ିଯାଇଥିଲା। ଏଥି ସହ ଦୁର୍ଗାପାଙ୍ଗା ଫରେଷ୍ଟ ଚେକ୍ ଗେଟ୍ ଠାରୁ ଆରମ୍ଭ କରି ବିଦ୍ୟାଳୟ, ହନୁମାନ ମଣ୍ଡପ, ରାସ୍ତା କଡ଼ ଗଛ ଆଦି ସ୍ଥାନରେ ବିଜିଏନ୍ ଡିଭିଜନାଲ…

"ଅପହରଣ ପରେ ହତ୍ୟା କଲେ ମାଓବାଦୀ: ମୃତ ଦେହ ନିକଟରେ ଛାଡ଼ିଗଲେ ମାଓ ପୋଷ୍ଟର"

ମୋବାଇଲ ଆପକୁ ବିରୋଧ, ଜିଲା ସାରା ସ୍କୁଲ ବନ୍ଦ ରାଜ ରାସ୍ତାରେ ପ୍ରତିବାଦ ଜଣାଇଲେ ହଜାର ହଜାର ଶିକ୍ଷକ

ଫୁଲବାଣୀ ୧୮-୧୦ (ଓଡ଼ିଆ ପୁଅ/ଅଶୋକ ମହାନ୍ତି) :ଜିଲା ପ୍ରଶାସନ ପକ୍ଷରୁ ପସ୍ତାବିତ ମୋବାଇଲ ଆପକୁ ବିରୋଧ ଆଜି ଚରମ ସୀମାରେ ପହଞ୍ଚିଥିବା ବେଳେ କନ୍ଧମାଳ ଜିଲା ମିଳିୟତ ଶିକ୍ଷକ ସାମମ୍ମୁଖ୍ୟର ଆହ୍ୱାନରେ ଆଜି ଫୁଲବାଣୀଠାରେ ଆୟୋଜିତ ହୋଇଛି ବିରାଟ ଶିକ୍ଷକ ସଭା ଓ ଶୋଭଯାତ୍ରା। ପୂର୍ବ ନିଷ୍ପତ୍ତି ପ୍ରକାରେ ଆଜି ଜିଲାର ସବୁ ବିଦ୍ୟାଳୟରେ ତାଲା ଝୁଲିଥିଲା। ହଜାର ହଜାର ଶିକ୍ଷକ ଫୁଲବାଣୀଠାରେ ଏକତ୍ରିତ ହୋଇ ମୋବାଇଲ ଆପ ବିରୋଧରେ ରାଲି କରିବା ସହ ଜିଲାପାଳଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ପୂର୍ବ ନିଷ୍ପତ୍ତି ପ୍ରକାରେ ଶିକ୍ଷକ ଶିକ୍ଷୟତ୍ରି ମାନେ ବିଦ୍ୟାଳୟରେ ତାଲା ପକାଇ ଏହି ବିକ୍ଷୋଭରେ ସାମିଲ ହୋଇଥିଲେ। ଶିକ୍ଷକ ମାନଙ୍କ ଆନ୍ଦୋଳନ…

"ମୋବାଇଲ ଆପକୁ ବିରୋଧ, ଜିଲା ସାରା ସ୍କୁଲ ବନ୍ଦ ରାଜ ରାସ୍ତାରେ ପ୍ରତିବାଦ ଜଣାଇଲେ ହଜାର ହଜାର ଶିକ୍ଷକ"

ବନ୍ଧା ପଡିଲା ସୌମ୍ୟଙ୍କ ସ୍ୱାଭିମାନ

ଭୁବନେଶ୍ୱର ୧୬-୧୦ (ଓଡିଆ ପୁଅ- ପ୍ରିୟରଂଜନ ସାହୁ) ଗତ କାଲି ଅର୍ଥାତ୍ ୧୬ ସେପ୍ଟେମ୍ବର ଥିଲା ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ଥିଲା ଜନ୍ମଦିନ। ଏଥି ସକାଶେ ଦଳ ତରଫରୁ ବ୍ୟାପକ ଆୟୋଜନ କରାଯାଇଥିଲା। ନବୀନ ନିବାସ ଠାରୁ ଆରମ୍ଭ କରି ସଚିବାଳୟ ପର୍ଯ୍ୟନ୍ତ ଥିଲା ଉତ୍ସବମୁଖର। ବିଜେଡି କାର୍ଯ୍ୟାଳୟରେ ମଧ୍ୟ ଆୟୋଜନ କରାଯାଇଥିଲା ରକ୍ତଦାନ ଶିବିର। ଆଗକୁ ଅଛି ବିଜେପୁର ଉପ ନିର୍ବାଚନ। ସେଥିପାଇଁ ଜନ୍ମଦିନ ଅବସରରେ ନବୀନ ପଟ୍ଟନାୟକ ବିଜେପୁର ପାଇଁ ଏକ ନୂତନ ଜଳସେଚନ ପ୍ରକଳ୍ପର ଘୋଷଣା ମଧ୍ୟ କରିଥିଲେ। ଏ ସବୁ ଭିତରେ ଥିଲା ପ୍ରିଣ୍ଟ ଓ ଇଲେକ୍ଟ୍ରୋନିକ୍ସ ମିଡିଆରେ ସରକାର ଓ ନବୀନ ପଟ୍ଟନାୟକଙ୍କ ପ୍ରଚାର…

"ବନ୍ଧା ପଡିଲା ସୌମ୍ୟଙ୍କ ସ୍ୱାଭିମାନ"

କୋରାପୁଟର ଧର୍ଷିତା ଦଳିତ ନାବାଳିକା ଛାତ୍ରୀକୁ ନ୍ୟାୟଦାବିରେ କନ୍ଧମାଳରେ ପ୍ରତିବାଦ ବିକ୍ଷୋଭ

ବ୍ରାହ୍ମଣୀଗାଁ/କନ୍ଧମାଳ୧୬.୧୦  (ଓଡ଼ିଆ ପୁଅ): କୋରାପୁଟ୍ ଜିଲ୍ଲାର କୁନ୍ଦୁଲି ଅଞ୍ଚଳରେ ସୁରକ୍ଷାବଳ (ପୋଲିସ୍ ) ଦ୍ୱାରା ଗଣ ବଳାତ୍କାରର ଶିକାର ହୋଇଥିବା ମୂଷାଗୁଡ଼ା ଗ୍ରାମର ଦଳିତ ନାବାଳିକା ଛାତ୍ରୀକୁ ନ୍ୟାୟ ଦାବିରେ ଆଜି କନ୍ଧମାଳ ଜିଲ୍ଲାର ବ୍ରାହ୍ମଣୀଗାଁ ଅଞ୍ଚଳରେ ପ୍ରତିବାଦ ସଭା ଓ ଶୋଭାଯାତ୍ରା ଆୟୋଜିତ ହୋଇଯାଇଥିବା ବେଳେ ଆସନ୍ତା କାଲି ଦାରିଙ୍ଗବାଡ଼ି ବ୍ଲକ ମହକୁମାରେ ମଧ୍ୟ ପ୍ରତିବାଦର କାର୍ଯ୍ୟକ୍ରମ ଆୟୋଜନ ହେବାକୁ ଯାଉଛି। ନାରୀ ସୁରକ୍ଷା ଓ ସଂଗ୍ରାମ ପରିଷଦ, କନ୍ଧମାଳ, ଶାନ୍ତିପାଇଁ ଅଭିଯାନ ଓ ବନବାସୀ ସୁରକ୍ଷା ପରିଷଦ, କନ୍ଧମାଳର ମିଳିତ ଆହ୍ୱାନରେ ଆଜି ଶହ ଶହ ମହିଳା, ଯୁବକ/ଯୁବତୀ ଓ ସ୍ଥାନୀୟ ଜନସାଧାରଣ ଏହି ପ୍ରତିବାଦରେ ସାମିଲ ହୋଇଥିଲେ। ବ୍ରାହ୍ମଣୀଗାଁ ହାଟପଦାଠାରୁ ଶୋଭାଯାତ୍ରା…

"କୋରାପୁଟର ଧର୍ଷିତା ଦଳିତ ନାବାଳିକା ଛାତ୍ରୀକୁ ନ୍ୟାୟଦାବିରେ କନ୍ଧମାଳରେ ପ୍ରତିବାଦ ବିକ୍ଷୋଭ"