ଭବାନୀପାଟଣା ଠାରେ ବିଜେଡିର ଯୁବ ସମାବେଶ । ପୌର ନିର୍ବାଚନ ବିଗୁଲ ।

କଳାହାଣ୍ଡି-(ଓଡିଆପୁଅ/ଦୁଷ୍ମନ୍ତ କୁମାର ପଣ୍ଡା) କଳାହାଣ୍ଡି ଜିଲ୍ଲାର ସାମୁହିକ ବିକାଶ ପାଇଁ ବିଜୁ ଜନତା ଦଳ ବଦ୍ଧ ପରିକର । ରାଜ୍ୟ ସରକାର ସରକାରଙ୍କ ଉନ୍ନୟନ ମୂଲକ କାର୍ଯ୍ୟକ୍ରମକୁ ଲୋକଙ୍କ ପାଖରେ ପହଂଚାଇବାକୁ ବିଜୁ ଯୁବ ଜନତାଦଳ କର୍ମୀମାନେ ଆଗେଇ ଆସିବା ଉଚିତ ବୋଲି ଭବାନୀପାଟଣା ଠାରେ ଅନୁଷ୍ଠିତ ବିଜେଡି ଯୁବସମାବେଶରେ ବକ୍ତାମାନେ ମତ ପ୍ରକାଶ କରିଛନ୍ତି । ଏହି ଅବସରରେ ବିଜୁ ଯୁବ ଜନତାଦଳ ପକ୍ଷରୁ ଭବାନୀପାଟଣା ଡିଆଇଇଟି ସମ୍ମୁଖରୁ ଏକ ବିଶାଳ ବାଇକର୍ୟାଲି ସହର ପରିକ୍ରମାକରି ସିନେମାହଲ ପାଖ ଭାଗିରଥି ଇନସ୍ଥିତ ସଭାମଣ୍ଡପରେ ପହଂଚିଥିଲା । ଏହି ଯୁବ ସମାବେଶରେ ରାଜ୍ୟ ଯୁବ ବିଜେଡି ନେତା କୋରେଇ ବିଧାୟକ ତଥା ସିନେ ତାରକା ଆକାଶ…

"ଭବାନୀପାଟଣା ଠାରେ ବିଜେଡିର ଯୁବ ସମାବେଶ । ପୌର ନିର୍ବାଚନ ବିଗୁଲ ।"

କଳାହାଣ୍ଡିରେ ହାଇକୋର୍ଟ ବେଂଚ ସ୍ଥାପନ ଦାବୀରେ ଓକିଲ ସଂଘର ୧୨ ଘଂଟିଆ ବନ୍ଦ ପାଳନ ।

କଳାହାଣ୍ଡି- (ଓଡିଆପୁଅ/ଦୁଷ୍ମନ୍ତ କୁମାର ପଣ୍ଡା) କଳାହାଣ୍ଡି ରେ ହାଇକୋର୍ଟର ସ୍ଥାୟୀ ବେଂଚ ସ୍ଥାପନ ଦାବୀରେ ସୋମବାର କଳାହାଣ୍ଡି ଓକିଲ ସଂଘ ସମେତ ଜିଲ୍ଲାର ବିଭିନ୍ନ ଅଂଚଳରେ ପ୍ରତିଷ୍ଠିତ ଓକିଲ ସଂଘ ଗୁଡିକ ପକ୍ଷରୁ ୧୨ ଘଂଟିଆ ବନ୍ଦ ପାଳନ କରାଯାଇଛି । କଳାହାଣ୍ଡି ଓକିଳ ସଂଘ ସଭାପତି ଲୋକନାଥ ନାୟକ,ଉପସଭାପତି ସୁଧିର ପଟ୍ଟନାୟକ,ସମ୍ପାଦକ ସୁବ୍ରତ ବହିଦାରଙ୍କ ନେତୃତ୍ୱରେ ଶତାଧିକ ଆଇନଜୀବୀ ପିକେଟିଂ କରି ଭବାନୀପାଟଣା ସହରର ସମସ୍ତ କାର୍ଯ୍ୟାଳୟ ସମେତ କୋର୍ଟ କଚେରୀ,ବେଙ୍କ,ସମସ୍ତ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ ସବୁ ବନ୍ଦ କରିଥିଲେ । ଜିଲ୍ଲା ଜର୍ଜ କୋର୍ଟ ସମେତ ସମସ୍ତ ବିଚାର ବିଭାଗୀୟ ଅଦାଳତ ସମେତ ରାଜସ୍ୱ ଅଦାଲତ ଗୁଡିକ ପ୍ରଭାବିତ ହୋଇଥିଲା ।…

"କଳାହାଣ୍ଡିରେ ହାଇକୋର୍ଟ ବେଂଚ ସ୍ଥାପନ ଦାବୀରେ ଓକିଲ ସଂଘର ୧୨ ଘଂଟିଆ ବନ୍ଦ ପାଳନ ।"

ଥୁଆମୂଲ-ରାମପୁର ଆଦର୍ଶ ବିଦ୍ୟାଳୟ ରେ ଅବ୍ୟବସ୍ଥା । ଛାତ୍ରଛାତ୍ରୀ ଅସୁରକ୍ଷିତ ।

କଳାହାଣ୍ଡି- (ଓଡିଆପୁଅ/ଦୁଷ୍ମନ୍ତ କୁମାର ପଣ୍ଡା) ସମାଜର ପ୍ରତ୍ୟେକ ବର୍ଗର ଛାତ୍ରଛାତ୍ରୀମାନଙ୍କୁ ସୁବିଧାରେ ଉନ୍ନତ ମାନର ଶିକ୍ଷା ବ୍ୟବସ୍ଥା ଯୋଗାଇ ଦେବା ନିମନ୍ତେ ସରକାର ପ୍ରତ୍ୟେକ ବ୍ଲକରେ ଆଦର୍ଶ ବିଦ୍ୟାଳୟ ମାନ ସ୍ଥାପନ କରିଛନ୍ତି । କେନ୍ଦ୍ର ସରକାରଙ୍କ ନବୋଦୟ ବିଦ୍ୟାଳୟ ଶୈଳିରେ ପ୍ରତିଷ୍ଠିତ ଏହି ଆଦର୍ଶ ବିଦ୍ୟାଳୟ ଗୁଡିକ କଳାହାଣ୍ଡିରେ ଅବ୍ୟବସ୍ଥା ମଧ୍ୟ ଦେଇ ଗତି କରୁଥିବା ଅଭିଯୋଗ ହେଉଛି । ପ୍ରତି ବ୍ଲକରେ ଗୋଟିଏ ଲେଖାଏଁ ଆଦର୍ଶ ବିଦ୍ୟାଳୟ ପ୍ରତିଷ୍ଠା କରାଯାଇଥିଲେହେଁ ଅଧିକାଂଶ ବିଦ୍ୟାଳୟରେ ଆବଶ୍ୟକୀୟ ସଂଖ୍ୟକ ଶିକ୍ଷକ,ଛାତ୍ରଛାତ୍ରୀ ମାନଙ୍କ ପାଇଁ ବାସୋପେଯାଗୀ ବ୍ୟବସ୍ଥା ନାହିଁ । ଏପରିକି ଆଭ୍ୟନ୍ତରୀଣ ଆଦିବାସୀ ବହୁଳ ଥୁଆମୂଲ-ରାମପୁର ସ୍ଥିତ ଆଦର୍ଶ ବିଦ୍ୟାଳୟ କଥା ବରଂ ନକହିବା ହିଁ…

"ଥୁଆମୂଲ-ରାମପୁର ଆଦର୍ଶ ବିଦ୍ୟାଳୟ ରେ ଅବ୍ୟବସ୍ଥା । ଛାତ୍ରଛାତ୍ରୀ ଅସୁରକ୍ଷିତ ।"

ଦୁଂଦେଲମାଲ ଉନ୍ନୀତ ହାଇସ୍କୁଲରେ ଅନିୟମିତତା । ଧର୍ମଗଡ ଉପଜିଲ୍ଲାପାଳଙ୍କ ଅଚାନକ ପରିଦର୍ଶନ ।

କଳାହାଣ୍ଡି-(ଓଡିଆପୁଅ/ଦୁଷ୍ମନ୍ତ କୁମାର ପଣ୍ଡା)କଳାହାଣ୍ଡି ଜିଲ୍ଲା ଜୁନାଗଡ ବ୍ଲକ ଅନ୍ତର୍ଗତ  ଦୁଂଦେଲମାଲ ଗ୍ରାମ ଠାରେ ଥିବା ପ୍ରାଥମିକ ବିଦ୍ୟାଳୟରୁ ଉନ୍ନୀତ କରାଯାଇଥିବା ହାଇସ୍କୁଲ ରେ ଶିକ୍ଷକ ଅନିୟମିତତା, ମଧ୍ୟାହ୍ନ ଭୋଜନରେ ହେରାଫେରି ଅଭିଯୋଗ ହେବାପରେ ଗତ ୨୧ତାରିଖ ବୁଧବାର ଦିନ ଧର୍ମଗଡ ଉପଜିଲ୍ଲାପାଳ ୟେଦୁଲ୍ଲା ବିଜୟ ଅଚାନକ ପରିଦର୍ଶନ କରିଛନ୍ତି । ଏହି ସ୍କୁଲରେ ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଏଠାରେ ପାଠ ପଢାଯାଉଥିବା ବେଳେ କେବଳ ପ୍ରାଥମିକ ଶିକ୍ଷକ ମାନେହିଁ ଏଠାରେ ନିଯୁକ୍ତ ହୋଇଛନ୍ତି । ଏଠାରେ ନିୟମିତ ପ୍ରଧାନଶିକ୍ଷକ ନଥିବା ବେଳେ ଜନୈକ ପ୍ରାଥମିକ ଶିକ୍ଷକଙ୍କୁ ଡେପୁଟେସନରେ ଅବସ୍ଥାପିତ କରାଯାଇଛି । ଏହି ଭାରପ୍ରାପ୍ତ ପ୍ରଧାନଶିକ୍ଷକ ନିୟମିତ ଭାବେ ସ୍କୁଲ ଯାଉନଥିବା ବେଳେ ଛୁଟି…

"ଦୁଂଦେଲମାଲ ଉନ୍ନୀତ ହାଇସ୍କୁଲରେ ଅନିୟମିତତା । ଧର୍ମଗଡ ଉପଜିଲ୍ଲାପାଳଙ୍କ ଅଚାନକ ପରିଦର୍ଶନ ।"

ଅପହଂଚ ଇଲାକାରେ ପ୍ରଶାସନ – ବଣ ପାହାଡ ଉପରେଥିବା ଡୁଣ୍ଡା ଗ୍ରାମରେ ଧର୍ମଗଡ ଉପଜିଲ୍ଲାପାଳ

କଳାହାଣ୍ଡି ୨୨-୨ -(ଓଡିଆ ପୁଅ/ଦୁଷ୍ମନ୍ତ କୁମାର ପଣ୍ଡା) କଳାହାଣ୍ଡି ଜିଲ୍ଲା ଜୁନାଗଡ ବ୍ଲକ ଅନ୍ତର୍ଗତ ଦୁନ୍ଦେଲମାଲ ଗ୍ରାମପଂଚାୟତ ବଣପାହାଡ ଘେରା ଅଂଚଳ ହୋଇଥିବା ବେଳେ ଡୁଣ୍ଡା ଗ୍ରାମଟି ପାହାଡ ଉପରେ ଅବସ୍ଥିତ। ସ୍ୱାଧୀନତା ର ଦୀର୍ଘ ବର୍ଷ ବିତି ଯାଇଥିଲେ ହେଁ ପ୍ରଥମ କରି ଏହି ଉପାନ୍ତ ଅଂଚଳକୁ ଧର୍ମଗଡ ଉପଜିଲ୍ଲାପାଳ ୟେଦୁଲ୍ଲା ବିଜୟ ଗସ୍ତ କରି ସ୍ଥାନୀୟ ଅଧିବାସୀମାନଙ୍କ ଆପତି ଶୁଣାଣି କରିଛନ୍ତି। ଏହି ଡୁଣ୍ଡା ଗ୍ରାମକୁ ଯିବାକୁ ହେଲେ ଦୁନ୍ଦେଲମାଲ ଗ୍ରାମପଂଚାୟତର ଜିଲିଂଦର ଗ୍ରାମ ଠାରୁ ପୋଡପୋଡି ଗ୍ରାମ ପର୍ଯ୍ୟନ୍ତ ଯାଇ ସେଠାରୁ ପ୍ରାୟ ୨ କି.ମି.ତୀକ୍ଷ୍ମ ପାହାଡ ଚଢି ଯିବାକୁ ହୋଇଥାଏ। ଚାରିପଟେ ପାହାଡ ମଝିରେ ତଳଡୁଣ୍ଡା ଏବଂ ଅଳ୍ପ କିଛି…

"ଅପହଂଚ ଇଲାକାରେ ପ୍ରଶାସନ – ବଣ ପାହାଡ ଉପରେଥିବା ଡୁଣ୍ଡା ଗ୍ରାମରେ ଧର୍ମଗଡ ଉପଜିଲ୍ଲାପାଳ"

ବିଲୁପ୍ତ ଲୋକକଳା ଓ ଲୋକନୃତ୍ୟର ପୁନରୁଦ୍ଧାର ପ୍ରୟାସ । ମାର୍ଚ୍ଚ ୧୦ ରେ କଳାହାଣ୍ଡି ଲୋକକଳା ଉତ୍ସବ ।

କଳାହାଣ୍ଡି- (ଓଡିଆପୁଅ/ଦୁଷ୍ମନ୍ତ କୁମାର ପଣ୍ଡା) ରାଜ୍ୟର କୋନ ଅନୁକୋଣରେ ବିଲୁପ୍ତପ୍ରାୟ ଲୋକକଳା ଓ ଲୋକନୃତ୍ୟକ ଉଜ୍ଜୀବିତ କରିବା ପାଇଁ ଓଡିଶା ରାଜ୍ୟ ସରକାରଙ୍କ ସଂସ୍କୃତି ଓ ପର୍ଯ୍ୟଟନ ବିଭାଗ ପକ୍ଷରୁ ଚଳିତ ବର୍ଷ ଜୁଲ୍ଲା ସ୍ତରରେ ଲୋକକଳା ମହୋତ୍ସବ ଆୟୋଜନ କରାଯାଉଛି । ଏଥିପାଇଁ କଳାହାଣ୍ଡି ଜିଲ୍ଲା କଳା ଓ ସାଂସ୍କୃତିକ ସଂଘ ଆନୁକୂଲ୍ୟରେ ଆଗାମୀ ମାର୍ଚ୍ଚ ୧୦ ଓ ୧୧ ତାରିଖ ଦୁଇଦିନ ଧରି ଭବାନୀପାଟଣାସ୍ଥିତ ଲାଲବାହାଦୁର ଶାସ୍ତ୍ରୀ ଷ୍ଟାଡିୟମରେ କଳାହାଣ୍ଡି ଜିଲ୍ଲା ଲୋକକଳା ମହୋତ୍ସବ ଆୟୋଜନ କରିବାକୁ ନିଷ୍ପତି ହୋଇଥିବା ଜଣାପଡିଛି । ଏଥିପାଇଁ କଳାହାଣ୍ଡି ଜିଲ୍ଲାପାଳ ଅଞ୍ଜନ କୁମାର ମାଣିକଙ୍କ ଅଧ୍ୟକ୍ଷତାରେ ସମ୍ମିଳନୀ କକ୍ଷରେ ଏକ ପ୍ରସ୍ତୃତି ବୈଠକ ଅନୁଷ୍ଠିତ ହୋଇଥିଲା…

"ବିଲୁପ୍ତ ଲୋକକଳା ଓ ଲୋକନୃତ୍ୟର ପୁନରୁଦ୍ଧାର ପ୍ରୟାସ । ମାର୍ଚ୍ଚ ୧୦ ରେ କଳାହାଣ୍ଡି ଲୋକକଳା ଉତ୍ସବ ।"

ଶିବ-ଶାକ୍ତ ପରମ୍ପରାର ପୀଠ କଳାହାଣ୍ଡି ସପ୍ତମାତୃକା ଶୈବ ପୀଠ ରକ୍ତ ରଞ୍ଜିତ

କଳାହାଣ୍ଡି -(ଓଡିଆପୁଅ/ଦୁଷ୍ମନ୍ତ କୁମାର ପଣ୍ଡା) ଶୈବ ପୀଠରେ ବଳି ପଡିବା ପରମ୍ପରା କେବଳ କଳାହାଣ୍ଡିରେ ହିଁ ଦେଖିବାକୁ ମିଳେ । ଆଦିବାସୀ ବହୁଳ କଳାହାଣ୍ଡିରେ ଆଦିବାସୀ ପ୍ରଥା ଓ ପରମ୍ପରା ମୁତାବକ ଶିବ ଓ ଶକ୍ତିଙ୍କ ଏକ ସଙ୍ଗେ ଆରାଧନା କରାଯାଇଥାଏ । କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ ବେଲଖଣ୍ଡି ନିକଟସ୍ଥ ତେଲ ନଦୀ ଓ ଉତେଇ ନଦୀ ସଙ୍ଗମ ସ୍ଥଳରେ ଥିବା ଐତିହାସିକ ସପ୍ତମାତୃକା ଶୈବ ପୀଠ ପରିସରରେ ପବୋତ୍ର ମହାଶିବରାତ୍ରୀ ଯାତ୍ରା ଅବସରରେ ଶୁକ୍ରବାର ଦିନ ଶହ ଶହ ସଂଖ୍ୟାରେ ମାନସିକ ବୋଦା ପଶୁବଳି ଦିଆଯାଇଛି । ରକ୍ତରଞ୍ଜିତ ହୋଇପଡିଛି ଧବଳେଶ୍ୱର ଶୈବ ପୀଠ । ଶୈବ ପୀଠରେ ମାତା ଜଗତଜନନୀ ଅଧିଷ୍ଠାତ୍ରୀ…

"ଶିବ-ଶାକ୍ତ ପରମ୍ପରାର ପୀଠ କଳାହାଣ୍ଡି ସପ୍ତମାତୃକା ଶୈବ ପୀଠ ରକ୍ତ ରଞ୍ଜିତ"

ଆର ଡି ବିଭାଗ ର ବେପରୁଆ କାରବାର, ଦେଢ ବର୍ଷ ପରେ ମଧ୍ୟ ମୂଖ୍ୟ ମନ୍ତ୍ରୀ ସଡକ ଅସଂପୂର୍ଣ୍ଣ ।

କଳାହାଣ୍ଡି-(ଓଡିଆପୁଅ/ଦୁଷ୍ମନ୍ତ କୁମାର ପଣ୍ଡା) ଗ୍ରାମାଂଚଳ ଲୋକଙ୍କ ଗମନା ଗମନ ସୁବିଧା ପାଇଁ ରାଜ୍ୟ ସରକାର ମୂଖ୍ୟମନ୍ତ୍ରୀ ସଡକ ଯୋଜନା ଭଲି ଜନହିତକର ଯୋଜନା କାର୍ଯ୍ୟକାରୀ କରିବା ସହିତ ଉତମ ଓ ସ୍ଥାୟୀ ରାସ୍ତା ନିର୍ମାଣ ପାଇଁ କୋଟି କୋଟି ଟଙ୍କା ଆର୍ଥôକ ଅନୁଦାନ ଯୋଗାଇ ଦେଉଛନ୍ତି । ଅନ୍ୟ ପକ୍ଷରେ ବିଭାଗୀୟ ଯନ୍ତ୍ରୀ ଓ ଅଧିକାରୀ ମାନଙ୍କ ମାତ୍ରାଧିକ ଠିକାଦାର ପ୍ରୀତି ଏବଂ ଲାଭଖୋର ମନୋବୃତି ଯୋଗୁଁ ଏହି ଯୋଜନାର ପ୍ରକୃତ ହିତ ସାଧନାରେ ବାଧକ ଦେଖାଦେଉଛି । ଜୁନାଗଡ ବ୍ଲକ ଅଧିନସ୍ଥ ଚାରବାହାଲ ଠାରୁ ଘୁମେରଗୁଡା ୪.କି.ମି. ରାସ୍ତା ଭବାନୀପାଟଣା ଗ୍ରାମ୍ୟ ଉନ୍ନୟନ ବିଭାଗ ବିଭାଜନ ଅଧିନରେ ମୂଖ୍ୟମନ୍ତ୍ରୀ ସଡକ ଯୋଜନାର ଓଡି-୧୫ ଏମଏମଏସୱାଇ-୦୧…

"ଆର ଡି ବିଭାଗ ର ବେପରୁଆ କାରବାର, ଦେଢ ବର୍ଷ ପରେ ମଧ୍ୟ ମୂଖ୍ୟ ମନ୍ତ୍ରୀ ସଡକ ଅସଂପୂର୍ଣ୍ଣ ।"

ଭାରତୀୟ କମୁ୍ୟନିଷ୍ଟ ପାର୍ଟି (ସିପିଆଇ) ର ୫ମ କଳାହାଣ୍ଡି ଜିଲ୍ଲା ସମ୍ମିଳନୀ ଅନୁଷ୍ଠିତ ।

କଳାହାଣ୍ଡି-(ଓଡିଆପୁଅ/ଦୁଷ୍ମନ୍ତ କୁମାର ପଣ୍ଡା) ୧୭/୦୨ ଭାରତୀୟ କମୁ୍ୟନିଷ୍ଟ ପାର୍ଟି (ସିପିଆଇ) ର ଦୁଇଦିନିଆ ପଂଚମ କଳାହାଣ୍ଡି ଜିଲ୍ଲା ସମ୍ମିଳନୀ ସିପିଆଇର ବିଭିନ୍ନ ଶାଖା କମିଟୀ ଗୁଡିକ ର ନିର୍ବାଚିତ ପ୍ରତିନିଧି ମାନଙ୍କୁ ନେଇ ଜୁନାଗଡ ଠାରେ ଅନୁଷ୍ଠିତ ହୋଇଯାଇଛି । ଶନିବାର ଦିନ ୧୧ଟା ସମୟରେ ଜୁନାଗଡ ସାପ୍ତାହିକୀ ବଜାର ପ୍ରାଙ୍ଗଣ ରୁ ଜାତୀୟ ପରିଷଦ ସଭ୍ୟ ରାମକୃଷ୍ଣ ପଣ୍ଡାଙ୍କ ନେତୃତ୍ୱରେ ଅନୁ୍ୟନ ଦୁଇହଜାର ସମର୍ଥକଙ୍କ ଏକ ବିଶାଳ ଶୋଭାଯାତ୍ରାରେ ସହର ପରିକ୍ରମା କରି ବଙ୍ଗଳା ଛକ ଠାରରେ ଏକ ସାଧାରଣ ସଭା ଆୟୋଜିତ କରାଯାଇଥିଲା । ସେହି ସଭାରେ ଜିଲ୍ଲା ତଥା ସ୍ଥାନୀୟ ବିଭିନ୍ନ ସମସ୍ୟା ସମେତ ଚାଷୀ ମାନଙ୍କ ଉତ୍ପାଦିତ ଶସ୍ୟର ଉଚିତ…

"ଭାରତୀୟ କମୁ୍ୟନିଷ୍ଟ ପାର୍ଟି (ସିପିଆଇ) ର ୫ମ କଳାହାଣ୍ଡି ଜିଲ୍ଲା ସମ୍ମିଳନୀ ଅନୁଷ୍ଠିତ ।"

କଳାହାଣ୍ଡି ଅବକାରୀ ବିଭାଗ ଦ୍ୱାରା ଆନ୍ତ ରାଜ୍ୟ ଗଂଜେଇ କାରବାରର ପର୍ଦ୍ଦାଫାଶ

କଳାହାଣ୍ଡି- (ଓଡିଆପୁଅ/ଦୁଷ୍ମନ୍ତ କୁମାର ପଣ୍ଡା) କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ ଅନ୍ତର୍ଗତ ଉଛୁଲା ଗ୍ରାମରୁ ଏକ ବଡ ଧରଣର ଚୋରା ଗଂଜେଇ କାରବାର ସଂପର୍କରେ ପର୍ଦ୍ଦାଫାଶ କରିଛି ଅବକାରୀ ବିଭାଗ । ପଡୋଶୀ ଆନ୍ଧ୍ର ପ୍ରଦେଶରୁ କାନ୍ଧରେ ବୋହି ଲୋକେ ଭାର ରେ ବୋହି ଗଂଜେଇ ଆଣି କଳାହାଣ୍ଡିରେ ପ୍ୟାକିଂ କରାଯାଇ ଚୋରାରେ ଛତିଶଗଡ ଚାଲାଣ ହେଉଥିବା ଜଣାପଡିଛି । ଦୀର୍ଘ ଦିନରୁ ଏଭଲି ଚୋରାକାରବାର ଚାଲି ଆସୁଥିବା ବେଳେ କୌଣସି ସୁତ୍ରରୁ ଖବର  ପାଇ କଳାହାଣ୍ଡି ଅବକାରୀ ବିଭାଗ ଅଧିକ୍ଷକଙ୍କ ନିଦେ୍ର୍ଦଶରେ ଗତ ୧୩/୦୨ ତାରିଖ ଦିନ ଧର୍ମଗଡ ଅବକାରୀ ରେଂଜ ଅଧିକାରୀଙ୍କ ନେତୃତ୍ୱରେ ଜୟପାଟଣା ଥାନା ଅନ୍ତର୍ଗତ ଉଛୁଲା ଗ୍ରାମରେ ଚଢଉ କରି…

"କଳାହାଣ୍ଡି ଅବକାରୀ ବିଭାଗ ଦ୍ୱାରା ଆନ୍ତ ରାଜ୍ୟ ଗଂଜେଇ କାରବାରର ପର୍ଦ୍ଦାଫାଶ"