ସ୍କୁଲ କଲେଜ ଶିକ୍ଷକ କର୍ମଚାରୀ ମିଳିତ ମଂଚ ଦ୍ୱାରା ମାଟ୍ରିକ ମୂଲ୍ୟାୟନ କେନ୍ଦ୍ର ସମ୍ମୁଖରେ ଧାରଣା

କଳାହାଣ୍ଡି-(ଓଡିଆପୁଅ/ଦୁଷ୍ମନ୍ତ କୁମାର ପଣ୍ଡା) ମଙ୍ଗଳବାର ଠାରୁ ସାରା ରାଜ୍ୟ ରେ ମାଟ୍ରିକ ପରିକ୍ଷାର୍ଥୀ ଙ୍କ ଖାତା ମୂଲ୍ୟାୟନ ପାଇଁ ତାରିଖ ନିର୍ଦ୍ଧାରିତ ହେବା ସହିତ ସୋମବାର ଦିନ ପ୍ରଶିକ୍ଷିତ ଶିକ୍ଷକ ମାନେ ମୂଲ୍ୟାୟନ କେନ୍ଦ୍ର ରେ ଯୋଗ ଦେବା ପାଇଁ କୁହାଯାଇ ଥିଲା । ତେବେ ଓଡିଶା ସ୍କୁଲ କଲେଜ ଶିକ୍ଷକ କର୍ମଚାରୀ ମିଳିତ ମଂଚର ଆହ୍ୱାନ କ୍ରମେ ଶିକ୍ଷକ ମାନେ ମୂଲ୍ୟାୟନ କାର୍ଯ୍ୟ ରୁ ବିରତ ରହିବା ସହିତ ମୂଲ୍ୟାୟନ କେନ୍ଦ୍ର ସମ୍ମୁଖରେ ଶାନ୍ତିପୂର୍ଣ୍ଣ ଧାରଣା ଦେଇଛନ୍ତି । ଏହି କ୍ରମରେ କଳାହାଣ୍ଡିର ଭବାନୀପାଟଣା ସରକାରୀ ବାଳିକା ଉଚ୍ଚବିଦ୍ୟାଳୟ ଓ ଜୁନାଗଡ ଲଙ୍କେଶ୍ୱରୀ ବାଳିକା ଉଚ୍ଚ ବିଦ୍ୟାଳୟ ସମ୍ମୂଖରେ ଶିକ୍ଷକ ଅଧ୍ୟାପକ ଓ କର୍ମଚାରୀ…

"ସ୍କୁଲ କଲେଜ ଶିକ୍ଷକ କର୍ମଚାରୀ ମିଳିତ ମଂଚ ଦ୍ୱାରା ମାଟ୍ରିକ ମୂଲ୍ୟାୟନ କେନ୍ଦ୍ର ସମ୍ମୁଖରେ ଧାରଣା"

ଜିଲ୍ଲା ମୂଖ୍ୟ ଡାକ୍ତରଖାନାରେ ଯକ୍ଷ୍ମା ୱାର୍ଡ ଓ ଜୁନାଗଡ ବ୍ଲକ ଅଂଚଳରେ ସ୍ୱାସ୍ଥ୍ୟ ଉପକେନ୍ଦ୍ର ଉଦଘାଟିତ ।

କଳାହାଣ୍ଡି-(ଓଡିଆପୁଅ/ଦୁଷ୍ମନ୍ତ କୁମାର ପଣ୍ଡା) କଳାହାଣ୍ଡି ଜିଲ୍ଲାରେ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଉନ୍ନତି କରିବା ପାଇଁ ସରକାର ବଦ୍ଧ ପରିକର ବୋଲି ରାଜ୍ୟ ସ୍ୱାସ୍ଥ୍ୟ ମନ୍ତ୍ରୀ ଶ୍ରୀ ପ୍ରତାପ ଜେନା ଦିନିକିଆ କଳାହାଣ୍ଡି ଗସ୍ତରେ ଆସି ଯକ୍ଷ୍ମା ୱାର୍ଡ ଉଦଘାଟନ ଅବସରରେ ପ୍ରକାଶ କରିଛନ୍ତି । ଜିଲ୍ଲା ସଦର ମହକୁମା ଡାକ୍ତରଖାନା ପାଶ୍ୱର୍ରେ ନବନିର୍ମିତ ଏହି ଯକ୍ଷ୍ମା ୱାର୍ଡ ଟିକୁ ମନ୍ତ୍ରୀ ଶ୍ରୀ ଜେନା ଉଦଘାଟନ କରିବା ସହିତ ଜରା ଚିକିତ୍ସା କେନ୍ଦ୍ରର ଭିତି ପ୍ରସ୍ତର ସ୍ଥାପନ କରିଥିଲେ । ସେହିପରି କଲେଜ ଛକ ପାଖରେ ସହରାଂଚଳ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଉଦଘାଟନ କରି ସେଠାରେ ମୂଖ୍ୟ ଅତିଥି ଭାବେ ଯୋଗ ଦେଇ ଜିଲ୍ଲା ସ୍ତରୀୟ ଆଶାକର୍ମୀ ଓ…

"ଜିଲ୍ଲା ମୂଖ୍ୟ ଡାକ୍ତରଖାନାରେ ଯକ୍ଷ୍ମା ୱାର୍ଡ ଓ ଜୁନାଗଡ ବ୍ଲକ ଅଂଚଳରେ ସ୍ୱାସ୍ଥ୍ୟ ଉପକେନ୍ଦ୍ର ଉଦଘାଟିତ ।"

ଦୂଷିତ ପରିବେଶ ମଧ୍ୟରେ କେସିଙ୍ଗା ସହର ପ୍ରଦୂଷଣ ଯୋଗୁଁ ଲୋକଙ୍କ ଜୀବନ ବିପଦରେ

କେସିଙ୍ଗା, ୧୧-୩ (ଓଡ଼ିଆ ପୁଅ/ଏଲ୍.କୋଟେଶ୍ୱର ନାଇଡ଼ୁ): କଳାହାଣ୍ଡି ଜିଲ୍ଲାର କେତେକ ମୁଖ୍ୟ ସହର ମଧ୍ୟରେ କେସିଙ୍ଗା ଏକ ଅଗ୍ରଣୀ ସହର ହୋଇଥିବା ବେଳେ ଏହାକୁ କଳାହାଣ୍ଡିର ଦ୍ୱାର ମଧ୍ୟ କୁହାଯାଏ। ଏହି ସହର କଳାହାଣ୍ଡି ଜିଲ୍ଲା ତଥା ଆଖପାଖ ଜିଲ୍ଲାର ଏକ ବ୍ୟବସାୟୀକ ପେଣ୍ଠ ସ୍ଥଳୀ। ଏହି ସହର ରେଳ ଓ ସଡକ ପଥ ଦ୍ୱାରା ଉନ୍ନତ ଭାବରେ ରାଜ୍ୟ୍ର ବିଭିନ୍ନ ଅଂଚଳ ସହ ଜଡିତ ରହିଛି। ଏହି ସହରରେ ଅବସ୍ଥିତ ରେଳ ଷ୍ଟେସନ ପୂର୍ବତଟ ରେଳ ଅନ୍ତର୍ଗତ ରେଳ ଷ୍ଟେସନ ଗୁଡିକ ମଧ୍ୟରୁ ଅଧିକ ଯାତ୍ରୀଭଡା ତଥା ବ୍ୟବସାୟ କରୁଥିବା ଷ୍ଟେସନ ଅଟେ। ସେହିପରି ଜାତୀୟ ରାଜପଥ ୨୬ (ବୋରିଗୁମ୍ମା-ବରଗଡ) ଏହି ସହର ମଧ୍ୟ…

"ଦୂଷିତ ପରିବେଶ ମଧ୍ୟରେ କେସିଙ୍ଗା ସହର ପ୍ରଦୂଷଣ ଯୋଗୁଁ ଲୋକଙ୍କ ଜୀବନ ବିପଦରେ"

କଳାହାଣ୍ଡିରେ ଜିଲ୍ଲାସ୍ତରୀୟ ପଂଚାୟତିରାଜ ଦିବସ ପାଳିତ ।

କଳାହାଣ୍ଡି- (ଓଡିଆପୁଅ/ଦୁଷ୍ମନ୍ତ କୁମାର ପଣ୍ଡା) କଳାହାଣ୍ଡି ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ସଭାଗୃହ ଠାରେ ଜିଲ୍ଲା ସ୍ତରୀୟ ପଂଚାୟତିରାଜ ଦିବସ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ପରିଷଦ ଅଧ୍ୟକ୍ଷା ନମୀତାରାଣି ସାହୁ ଅଧ୍ୟକ୍ଷତା କରିଥିବା ବେଳେ ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ତଥା ଲାଂଜିଗଡ ବିଧାୟକ ବଳଭଦ୍ର ମାଝୀ,ଭବାନୀପାଟଣା ବିଧାୟକ ଅନାମ ନାଏକ, ଅତିରିକ୍ତ ଜିଲ୍ଲାପାଳ ଚନ୍ଦ୍ରମଣି ବଡନାୟକ,ପ୍ରକଳ୍ପ ନିଦେ୍ର୍ଦଶକ ସୁକାନ୍ତ ତ୍ରୀପାଠୀ ପ୍ରମୂଖ ଯୋଗ ଦେଇଥିଲେ । ଅତିଥିମାନେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ସହ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ । ରାଜ୍ୟ ସ୍ତରରେ ମୂଖ୍ୟମନ୍ତ୍ରୀଙ୍କ ଦ୍ୱାରା ପଂଚାୟତିରାଜ ଦିବସ ଅବସରରେ ଘୋଷଣା କରାଯାଇଥିବା ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମର…

"କଳାହାଣ୍ଡିରେ ଜିଲ୍ଲାସ୍ତରୀୟ ପଂଚାୟତିରାଜ ଦିବସ ପାଳିତ ।"

କଳାହାଣ୍ଡିରେ ଜିଲ୍ଲା ଭିତିକ ଶିକ୍ଷା ସହାୟକ ନିଯୁକ୍ତି ଆଂଦୋଳନ ତେଜିଲା ।

କଳାହାଣ୍ଡି- (ଓଡିଆପୁଅ/ଦୁଷ୍ମନ୍ତ କୁମାର ପଣ୍ଡା) କଳାହାଣ୍ଡି ଜିଲ୍ଲାରେ ହଜାର ହଜାର ସଂଖ୍ୟାରେ ଶିକ୍ଷିତ ବେକାର ଥିବା ବେଳେ ସେମାନଙ୍କ କର୍ମ ସଂସ୍ଥାନ ହୋଇପାରୁନାହିଁ । ଅନ୍ୟ ପକ୍ଷରେ ସିଟି,ବିଇଡି ଡିଗ୍ରୀ ଧାରୀ ବେକାର ଯୁବକ ମାନଙ୍କୁ ପୂର୍ବରୁ ଜିଲ୍ଲା ଭିତିକ ଶିକ୍ଷା ସହାୟକ ନିଯୁକ୍ତି ଦେବାର ସରକାରୀ ବ୍ୟବସ୍ଥା ଥିବା ବେଳେ ଗତ ୨୦୧୬-୧୭ ମସିହା ଠାରୁ ତାହା ମଧ୍ୟ ରାଜ୍ୟ ସ୍ତରରେ କରାଯାଉଛି । କେବିକେ ଅଂଚଳରେ ସିଟି,ବିଇଡି ଯୋଗ୍ୟତା ଧାରୀ ବେକାର ଯୁବକ କମ ସଂଖ୍ୟକ ଥିବା ଉଲ୍ଲେଖ କରି ସରକାର ଏଭଲି ଭାବେ ଶିକ୍ଷା ସହାୟକ ନିଯୁକ୍ତି କୁ ରାଜ୍ୟ ସ୍ତରରେ କରାଯିବାକୁ ନିଷ୍ପତି ନେଇଥିବା କୁହାଯାଉଛି । ହେଲେ ବର୍ତମାନ…

"କଳାହାଣ୍ଡିରେ ଜିଲ୍ଲା ଭିତିକ ଶିକ୍ଷା ସହାୟକ ନିଯୁକ୍ତି ଆଂଦୋଳନ ତେଜିଲା ।"

କଳାହାଣ୍ଡିରେ ମୂଖ୍ୟମନ୍ତ୍ରୀ ସଡକ ଯୋଜନା ବାଟବଣା । କାର୍ଯ୍ୟ ଶେଷ ତାରିଖରେ କାର୍ଯ୍ୟାରମ୍ଭ ।

କଳାହାଣ୍ଡି-(ଓଡିଆପୁଅ) ସରକାର ଗ୍ରାମାଂଚଳରେ ସଡକ ପଥର ଉନ୍ନତି ସାଧନ କରିବା ପାଇଁ ମୂଖ୍ୟମନ୍ତ୍ରୀ ସଡକ ଯୋଜନା ପ୍ରଣୟନ କରି ଯୋଗାଯୋଗ ବିହୀନ ଅଂଚଳରେସଡକ ପଥ ନିର୍ମାଣ କରିବାର ପ୍ରୟାସ ଜାରି ରଖିଛନ୍ତି । ବିଶେଷ କରି ଏହି ଯୋଜନାରେ ଆଭ୍ୟନ୍ତରୀଣ ଅଂଚଳରେ ଯୋଗାଯୋଗର ସୁବ୍ୟବସ୍ଥା କରାଯାଇ ପାରୁଛି । ହେଲେ ଦାୟୀତ୍ୱରେ ଥିବା ବିଭାଗୀୟ ଅଧିକାରୀ ମାନଙ୍କ ଅବହେଲା ଏବଂ ଠିକାଦାର ପ୍ରୀତି ଯୋଗୁଁ ଏହି ଯୋଜନାର ସଫଳ ରୂପାୟନ ହୋଇପାରୁନାହିଁ । ଏଭଲି ଏକ ଘଟଣା ଦେଖା ଦେଇଛି କଳାହାଣ୍ଡି ଜିଲ୍ଲା ଜୁନାଗଡ ବ୍ଲକ ଅନ୍ତର୍ଗତ ବଣପାହାଡ ଘେରା ଦୁନେ୍ଦଲମାଲ ଗ୍ରାମପଂଚାୟତ ଅଧିନସ୍ଥ ଜିଲିଂଦର ଠାରୁ କାଙ୍କେରୀମାଲ ପର୍ଯ୍ୟନ୍ତ ୫ କି.ମି. ରାସ୍ତା ।…

"କଳାହାଣ୍ଡିରେ ମୂଖ୍ୟମନ୍ତ୍ରୀ ସଡକ ଯୋଜନା ବାଟବଣା । କାର୍ଯ୍ୟ ଶେଷ ତାରିଖରେ କାର୍ଯ୍ୟାରମ୍ଭ ।"

କଳାହାଣ୍ଡିରେ ମୂଖ୍ୟମନ୍ତ୍ରୀ ସଡକ ଯୋଜନା ବାଟବଣା । କାର୍ଯ୍ୟ ଶେଷ ତାରିଖରେ କାର୍ଯ୍ୟାରମ୍ଭ ।

କଳାହାଣ୍ଡି- (ଓଡିଆପୁଅ) ସରକାର ଗ୍ରାମାଂଚଳରେ ସଡକ ପଥର ଉନ୍ନତି ସାଧନ କରିବା ପାଇଁ ମୂଖ୍ୟମନ୍ତ୍ରୀ ସଡକ ଯୋଜନା ପ୍ରଣୟନ କରି ଯୋଗାଯୋଗ ବିହୀନ ଅଂଚଳରେ ସଡକ ପଥ ନିର୍ମାଣ କରିବାର ପ୍ରାୟାସ କରିଛନ୍ତି । ବିଶେଷ କରି ଏହି ଯୋଜନାରେ ଆଭ୍ୟନ୍ତରୀଣ ଅଂଚଳରେ ଯୋଗାଯୋଗର ସୁବ୍ୟବସ୍ଥା କରାଯାଇ ପାରୁଛି । ହେଲେ ବିଭାଗୀୟ ପଦାଧିକାରୀ ମାନଙ୍କ ଦାୟୀତ୍ୱରେ ଅବହେଲା ଏବଂ ଠିକାଦାର ପ୍ରୀତି କାରବାର ଯୋଗୁଁ ଏହି ଯୋଜନାର ସଫଳ ରୂପାୟନ ହୋଇପାରୁନାହିଁ । ଏଭଲି ଏକ ଘଟଣା ଦେଖାଦେଇଛି କଳାହାଣ୍ଡି ଜିଲ୍ଲା ଜୁନାଗଡ ବ୍ଲକ ଅନ୍ତର୍ଗତ ବଣପାହାଡ ଘେରା ଦୁନେ୍ଦଲମାଲ ଅନ୍ତର୍ଗତ ଜିଲିଂଦର ଠାରୁ କାଙ୍କରୀମାଲ ପର୍ଯ୍ୟନ୍ତ ୫ କି. ମି. ରାସ୍ତା ।…

"କଳାହାଣ୍ଡିରେ ମୂଖ୍ୟମନ୍ତ୍ରୀ ସଡକ ଯୋଜନା ବାଟବଣା । କାର୍ଯ୍ୟ ଶେଷ ତାରିଖରେ କାର୍ଯ୍ୟାରମ୍ଭ ।"

କଳାହାଣ୍ଡି ଭବାନୀପାଟଣା ଡାକଘରେ ପାସପୋର୍ଟ ସେବା କେନ୍ଦ୍ର ଉଦଘାଟିତ ।

କଳାହାଣ୍ଡି-(ଓଡିଆପୁଅ/ଦୁଷ୍ମନ୍ତ କୁମାର ପଣ୍ଡା) କଳାହାଣ୍ଡି ଜିଲ୍ଲା ସଦର ମହକୁମା ଭବାନୀପାଟଣା ଠାରେ ପାସପୋର୍ଟ ସେବା କେନ୍ଦ୍ର ଉଦଘାଟିତ ହୋଇଯାଇଛି । ବ୍ରହ୍ମପୁର ଡାକ ମଣ୍ଡଳର େଜେନେରାଲ ମେନେଜର କର୍ଣ୍ଣେଲ ଜଳେଶ୍ୱର କହଁରଙ୍କ ସଭାପତିତ୍ୱରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଯାଇଛି । କଳାହାଣ୍ଡି ଜିଲ୍ଲା ପରିଷଦ ଅଧ୍ୟକ୍ଷା ନମୀତାରାଣୀ ସାହୁ ମୂଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଭବାନୀପାଟଣା ବିଧାୟକ ଅନାମ ନାଏକ,ନୂଆପଡା ବିଧାୟକ ବସନ୍ତ ପଣ୍ଡା ପ୍ରମୂଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ସ୍ଥାନୀୟ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ଛାତ୍ରଛାତ୍ରୀ ମାନେ ପ୍ରାରମ୍ଭିକ ସଙ୍ଗିତ ଗାନ କରିଥିଲେ । ଭବାନୀପାଟଣା ଡାକ ମଣ୍ଡଳର ଅଧିକ୍ଷକ ପଦ୍ମନାଭ ଦାସ ପ୍ରାରମ୍ଭିକ ସୂଚନା…

"କଳାହାଣ୍ଡି ଭବାନୀପାଟଣା ଡାକଘରେ ପାସପୋର୍ଟ ସେବା କେନ୍ଦ୍ର ଉଦଘାଟିତ ।"

କଳାହାଣ୍ଡିର ଆଦିବାସୀ ଅଂଚଳରେ ରାଜ୍ୟ ସ୍ତରୀୟ ପରଜା ଉତ୍ସବ ଅନୁଷ୍ଠିତ

କଳାହାଣ୍ଡି-(ଓଡିଆପୁଅ/ଦୁଷ୍ମନ୍ତ କୁମାର ପଣ୍ଡା) କଳାହାଣ୍ଡି ଜିଲ୍ଲାର ଆଦିବାସୀ ମାନଙ୍କ ଭାଷା ଓ ପରମ୍ପରାକୁ ବଂଚାଇ ରଖିବା ଆବଶ୍ୟକତା ରହିଛି ବୋଲି ଥୁଆମୁଲ-ରାମପୁର ବ୍ଲକ ଅନ୍ତର୍ଗତ ପରେମଂଜି ଠାରେ ଅନୁଷ୍ଠିତ ରାଜ୍ୟ ସ୍ତରୀୟ ଆଦିବାସୀ ପରଜା ଉତ୍ସବ ଅବସରରେ ଅତିଥିମାନେ ମତ ବ୍ୟକ୍ତ କରିଛନ୍ତି । ଭବାନୀପାଟଣାର ଶୁଭମ ଓ କଳିଙ୍ଗ କୁସୁମ ଫାଉଣ୍ଡେସନ ପକ୍ଷରୁ ଆୟୋଜିତ ୧୬ତମ ରାଜ୍ୟ ସ୍ତରୀୟ ପରଜା ଉତ୍ସବର ଉଦଘାଟନୀ କାର୍ଯ୍ୟକ୍ରମରେ ମୂଖ୍ୟ ଅତିଥି ଭାବେ ରାଜ୍ୟ ଆଦିବାସୀ ଓ ହରିଜନ କଲ୍ୟାଣ ମନ୍ତ୍ରୀ ରମେଶ ଚନ୍ଦ୍ର ମାଝୀ ଯୋଗ ଦେଇଥିବା ବେଳେ ଭବାନୀପାଟଣା ବିଧାୟକ ଅନାମ ନାଏକ,ଦୂରଦର୍ଶନ କେନ୍ଦ୍ରର ନିଦେ୍ର୍ଦଶକ ଦିଲ୍ଲିପ ସାହୁ,ମହାବୀର ସାଂସ୍କୃତିକ ଅନୁଷ୍ଠାନର ସଂପାଦକ ସତ୍ୟ ନାରାୟଣ…

"କଳାହାଣ୍ଡିର ଆଦିବାସୀ ଅଂଚଳରେ ରାଜ୍ୟ ସ୍ତରୀୟ ପରଜା ଉତ୍ସବ ଅନୁଷ୍ଠିତ"

ନିୟମରାଜା ପୂଜା ଅନୁଷ୍ଠିତ । ନିୟମଗିରି ସୁରକ୍ଷା ପାଇଁ ଆଦିବାସୀଙ୍କ ବଜ୍ର ଶପଥ ।

କଳାହାଣ୍ଡି- (ଓଡିଆପୁଅ/ଦୁଷ୍ମନ୍ତ କୁମାର ପଣ୍ଡା) କଳାହାଣ୍ଡି ଜିଲ୍ଲା ଲାଂଜିଗଡ ଅଂଚଳରେ ଥିବା ନିୟମଗିରି ପାହାଡକୁ କୌଣସି ପ୍ରକାରେ ଧ୍ୱଂସ ହେବାକୁ ଦିଆଯିବା ନାହିଁ ବୋଲି ବାର୍ଷିକ ନିୟମରାଜା ପୂଜା ଅବସରରେ ଆୟୋଜିତ ସମାବେଶରେ ଉପସ୍ଥିତ ଆଦିବାସୀମାନେ ବଜ୍ରଶପଥ ନେଇଛନ୍ତି । ଏଥି ସହିତ ନିୟମଗିରି ସୁରକ୍ଷା ସମିତିର ଅନେ୍ଦାଳନକୁ ସମର୍ଥନ କରୁଥିବା ଅନେକ ସଂଗଠନର ନେତୃବୃନ୍ଦ ମଧ୍ୟ ଏହି ସମାବେଶରେ ଯୋଗ ଦେଇଥିବା ଜଣାପଡିଛି । ଆଦିବାସୀ ସଂସ୍କୃତି ଓ ପରମ୍ପରା ଅନୁସାରେ ପାଳନ ହୋଇଆସୁଥିବା ବାର୍ଷିକ ନିୟମରାଜା ପୂଜା ପର୍ବ ଗତ ୨୩ ତାରିଖ ଠାରୁ ୨୫ ତାରିଖ ପର୍ଯ୍ୟନ୍ତ ନିୟମଗିରି ପାହାଡ ଉପରେ ଖୋଲା ଆକାଶ ତଳେ ଅନୁଷ୍ଠିତ ହୋଇଯାଇଛି । ଉଦଯାପନ…

"ନିୟମରାଜା ପୂଜା ଅନୁଷ୍ଠିତ । ନିୟମଗିରି ସୁରକ୍ଷା ପାଇଁ ଆଦିବାସୀଙ୍କ ବଜ୍ର ଶପଥ ।"