ଶିବ-ଶାକ୍ତ ପରମ୍ପରାର ପୀଠ କଳାହାଣ୍ଡି ସପ୍ତମାତୃକା ଶୈବ ପୀଠ ରକ୍ତ ରଞ୍ଜିତ

କଳାହାଣ୍ଡି -(ଓଡିଆପୁଅ/ଦୁଷ୍ମନ୍ତ କୁମାର ପଣ୍ଡା) ଶୈବ ପୀଠରେ ବଳି ପଡିବା ପରମ୍ପରା କେବଳ କଳାହାଣ୍ଡିରେ ହିଁ ଦେଖିବାକୁ ମିଳେ । ଆଦିବାସୀ ବହୁଳ କଳାହାଣ୍ଡିରେ ଆଦିବାସୀ ପ୍ରଥା ଓ ପରମ୍ପରା ମୁତାବକ ଶିବ ଓ ଶକ୍ତିଙ୍କ ଏକ ସଙ୍ଗେ ଆରାଧନା କରାଯାଇଥାଏ । କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ ବେଲଖଣ୍ଡି ନିକଟସ୍ଥ ତେଲ ନଦୀ ଓ ଉତେଇ ନଦୀ ସଙ୍ଗମ ସ୍ଥଳରେ ଥିବା ଐତିହାସିକ ସପ୍ତମାତୃକା ଶୈବ ପୀଠ ପରିସରରେ ପବୋତ୍ର ମହାଶିବରାତ୍ରୀ ଯାତ୍ରା ଅବସରରେ ଶୁକ୍ରବାର ଦିନ ଶହ ଶହ ସଂଖ୍ୟାରେ ମାନସିକ ବୋଦା ପଶୁବଳି ଦିଆଯାଇଛି । ରକ୍ତରଞ୍ଜିତ ହୋଇପଡିଛି ଧବଳେଶ୍ୱର ଶୈବ ପୀଠ । ଶୈବ ପୀଠରେ ମାତା ଜଗତଜନନୀ ଅଧିଷ୍ଠାତ୍ରୀ…

"ଶିବ-ଶାକ୍ତ ପରମ୍ପରାର ପୀଠ କଳାହାଣ୍ଡି ସପ୍ତମାତୃକା ଶୈବ ପୀଠ ରକ୍ତ ରଞ୍ଜିତ"

ଆର ଡି ବିଭାଗ ର ବେପରୁଆ କାରବାର, ଦେଢ ବର୍ଷ ପରେ ମଧ୍ୟ ମୂଖ୍ୟ ମନ୍ତ୍ରୀ ସଡକ ଅସଂପୂର୍ଣ୍ଣ ।

କଳାହାଣ୍ଡି-(ଓଡିଆପୁଅ/ଦୁଷ୍ମନ୍ତ କୁମାର ପଣ୍ଡା) ଗ୍ରାମାଂଚଳ ଲୋକଙ୍କ ଗମନା ଗମନ ସୁବିଧା ପାଇଁ ରାଜ୍ୟ ସରକାର ମୂଖ୍ୟମନ୍ତ୍ରୀ ସଡକ ଯୋଜନା ଭଲି ଜନହିତକର ଯୋଜନା କାର୍ଯ୍ୟକାରୀ କରିବା ସହିତ ଉତମ ଓ ସ୍ଥାୟୀ ରାସ୍ତା ନିର୍ମାଣ ପାଇଁ କୋଟି କୋଟି ଟଙ୍କା ଆର୍ଥôକ ଅନୁଦାନ ଯୋଗାଇ ଦେଉଛନ୍ତି । ଅନ୍ୟ ପକ୍ଷରେ ବିଭାଗୀୟ ଯନ୍ତ୍ରୀ ଓ ଅଧିକାରୀ ମାନଙ୍କ ମାତ୍ରାଧିକ ଠିକାଦାର ପ୍ରୀତି ଏବଂ ଲାଭଖୋର ମନୋବୃତି ଯୋଗୁଁ ଏହି ଯୋଜନାର ପ୍ରକୃତ ହିତ ସାଧନାରେ ବାଧକ ଦେଖାଦେଉଛି । ଜୁନାଗଡ ବ୍ଲକ ଅଧିନସ୍ଥ ଚାରବାହାଲ ଠାରୁ ଘୁମେରଗୁଡା ୪.କି.ମି. ରାସ୍ତା ଭବାନୀପାଟଣା ଗ୍ରାମ୍ୟ ଉନ୍ନୟନ ବିଭାଗ ବିଭାଜନ ଅଧିନରେ ମୂଖ୍ୟମନ୍ତ୍ରୀ ସଡକ ଯୋଜନାର ଓଡି-୧୫ ଏମଏମଏସୱାଇ-୦୧…

"ଆର ଡି ବିଭାଗ ର ବେପରୁଆ କାରବାର, ଦେଢ ବର୍ଷ ପରେ ମଧ୍ୟ ମୂଖ୍ୟ ମନ୍ତ୍ରୀ ସଡକ ଅସଂପୂର୍ଣ୍ଣ ।"

ଭାରତୀୟ କମୁ୍ୟନିଷ୍ଟ ପାର୍ଟି (ସିପିଆଇ) ର ୫ମ କଳାହାଣ୍ଡି ଜିଲ୍ଲା ସମ୍ମିଳନୀ ଅନୁଷ୍ଠିତ ।

କଳାହାଣ୍ଡି-(ଓଡିଆପୁଅ/ଦୁଷ୍ମନ୍ତ କୁମାର ପଣ୍ଡା) ୧୭/୦୨ ଭାରତୀୟ କମୁ୍ୟନିଷ୍ଟ ପାର୍ଟି (ସିପିଆଇ) ର ଦୁଇଦିନିଆ ପଂଚମ କଳାହାଣ୍ଡି ଜିଲ୍ଲା ସମ୍ମିଳନୀ ସିପିଆଇର ବିଭିନ୍ନ ଶାଖା କମିଟୀ ଗୁଡିକ ର ନିର୍ବାଚିତ ପ୍ରତିନିଧି ମାନଙ୍କୁ ନେଇ ଜୁନାଗଡ ଠାରେ ଅନୁଷ୍ଠିତ ହୋଇଯାଇଛି । ଶନିବାର ଦିନ ୧୧ଟା ସମୟରେ ଜୁନାଗଡ ସାପ୍ତାହିକୀ ବଜାର ପ୍ରାଙ୍ଗଣ ରୁ ଜାତୀୟ ପରିଷଦ ସଭ୍ୟ ରାମକୃଷ୍ଣ ପଣ୍ଡାଙ୍କ ନେତୃତ୍ୱରେ ଅନୁ୍ୟନ ଦୁଇହଜାର ସମର୍ଥକଙ୍କ ଏକ ବିଶାଳ ଶୋଭାଯାତ୍ରାରେ ସହର ପରିକ୍ରମା କରି ବଙ୍ଗଳା ଛକ ଠାରରେ ଏକ ସାଧାରଣ ସଭା ଆୟୋଜିତ କରାଯାଇଥିଲା । ସେହି ସଭାରେ ଜିଲ୍ଲା ତଥା ସ୍ଥାନୀୟ ବିଭିନ୍ନ ସମସ୍ୟା ସମେତ ଚାଷୀ ମାନଙ୍କ ଉତ୍ପାଦିତ ଶସ୍ୟର ଉଚିତ…

"ଭାରତୀୟ କମୁ୍ୟନିଷ୍ଟ ପାର୍ଟି (ସିପିଆଇ) ର ୫ମ କଳାହାଣ୍ଡି ଜିଲ୍ଲା ସମ୍ମିଳନୀ ଅନୁଷ୍ଠିତ ।"

କଳାହାଣ୍ଡି ଅବକାରୀ ବିଭାଗ ଦ୍ୱାରା ଆନ୍ତ ରାଜ୍ୟ ଗଂଜେଇ କାରବାରର ପର୍ଦ୍ଦାଫାଶ

କଳାହାଣ୍ଡି- (ଓଡିଆପୁଅ/ଦୁଷ୍ମନ୍ତ କୁମାର ପଣ୍ଡା) କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ ଅନ୍ତର୍ଗତ ଉଛୁଲା ଗ୍ରାମରୁ ଏକ ବଡ ଧରଣର ଚୋରା ଗଂଜେଇ କାରବାର ସଂପର୍କରେ ପର୍ଦ୍ଦାଫାଶ କରିଛି ଅବକାରୀ ବିଭାଗ । ପଡୋଶୀ ଆନ୍ଧ୍ର ପ୍ରଦେଶରୁ କାନ୍ଧରେ ବୋହି ଲୋକେ ଭାର ରେ ବୋହି ଗଂଜେଇ ଆଣି କଳାହାଣ୍ଡିରେ ପ୍ୟାକିଂ କରାଯାଇ ଚୋରାରେ ଛତିଶଗଡ ଚାଲାଣ ହେଉଥିବା ଜଣାପଡିଛି । ଦୀର୍ଘ ଦିନରୁ ଏଭଲି ଚୋରାକାରବାର ଚାଲି ଆସୁଥିବା ବେଳେ କୌଣସି ସୁତ୍ରରୁ ଖବର  ପାଇ କଳାହାଣ୍ଡି ଅବକାରୀ ବିଭାଗ ଅଧିକ୍ଷକଙ୍କ ନିଦେ୍ର୍ଦଶରେ ଗତ ୧୩/୦୨ ତାରିଖ ଦିନ ଧର୍ମଗଡ ଅବକାରୀ ରେଂଜ ଅଧିକାରୀଙ୍କ ନେତୃତ୍ୱରେ ଜୟପାଟଣା ଥାନା ଅନ୍ତର୍ଗତ ଉଛୁଲା ଗ୍ରାମରେ ଚଢଉ କରି…

"କଳାହାଣ୍ଡି ଅବକାରୀ ବିଭାଗ ଦ୍ୱାରା ଆନ୍ତ ରାଜ୍ୟ ଗଂଜେଇ କାରବାରର ପର୍ଦ୍ଦାଫାଶ"

କଳାହାଣ୍ଡିରେ ରକ୍ତମୁଖା ମାଓବାଦୀ , ସୁପରକ୍ଲାସ ଠିକାଦାରଙ୍କୁ ଗୁଳିକରି ହତ୍ୟା

କଳାହାଣ୍ଡି- ୧୬/୦୨.୨୦୧୮ (ଓଡିଆପୁଅ) କଳାହାଣ୍ଡି ଜିଲ୍ଲାରେ ମାଓବାଦୀ ରକ୍ତମୁଖା ହୋଇପଡିଥିବା ଜଣାପଡିଛି । ମାଓ ଅଧୁ୍ୟଷିତ ଲାଂଜିଗଡ ବ୍ଲକ ଅଧିନସ୍ଥ ଅପହଂଚ ଇଲାକାରେ ରାସ୍ତା କାମ କରୁଥିବା କଳାହାଣ୍ଡିର ସୁପର କ୍ଲାସ ଠିକାଦାର ଶିବଶଙ୍କର ଦାସ ଓରଫ ଟୁନୁ ଦାସ ଙ୍କୁ ଶୁକ୍ରବାର ଅପରାହ୍ନରେ ମାଓବାଦୀମାନେ ଗୁଳିକରି ହତ୍ୟା କରିଥିବା ଅଭିଯେ୍ଧଜ୍ଞ ହୋଇଛି । ଶୁକ୍ରବାର ସକାଳୁ ଠିକାଦାର ଜଣକ ଲାଂଜିଗଡ ବ୍ଲକ ଅନ୍ତର୍ଗତ ବେଜେପୁର ପଂଚାୟତ ର ପାଜିବାହାଲି ଅଂଚଳରେ ନିର୍ମାଣାଧିନ ପିଏମଜିଏସୱାଇ ରାସ୍ତା କାମ ର ତଦାରଖ ଏବଂ ଲେବର ପାରିଶ୍ରମିକ ଦେବାକୁ ସେଠାକୁ ଯାଇଥିବା ବେଳେ ମାଓବାଦୀମାନେ ଗୁଳିକରି ହତ୍ୟା କରିଥିବା ଜଣାପଡିଛି । ଖବର ପାଇ ତୁରନ୍ତ ବିଜେପୁର ପୋଲିସ…

"କଳାହାଣ୍ଡିରେ ରକ୍ତମୁଖା ମାଓବାଦୀ , ସୁପରକ୍ଲାସ ଠିକାଦାରଙ୍କୁ ଗୁଳିକରି ହତ୍ୟା"

ଜୁନାଗଡ ଏଲ-ନିସି ମିସନ ସ୍କୁଲ ପ୍ରିନ୍ସପାଲ ଙ୍କ ଅସାମ୍ବିଧାନିକ ବ୍ୟବହାର ର ବିରୋଧ, ଶିକ୍ଷୟତ୍ରୀ ଶିକ୍ଷକ ଙ୍କ ତାଲା ବନ୍ଦ ଆନେ୍ଦାଳନ

କଳାହାଣ୍ଡି -୦୯/୦୨/୨୦୧୮ (ଓଡିଆପୁଅ) ଜୁନାଗଡ ସହର ସ୍ଥିତ ଏଲ-ନିସି ମିସନ ସ୍କୁଲ ର ପ୍ରିନ୍ସପାଲ ବିଭିନ୍ନ ସମୟରେ ଉଭୟ ଛାତ୍ର ଓ ଶିକ୍ଷକ ଙ୍କୁ ଅସାମ୍ବିଧାନିକ ବ୍ୟବହାର କରୁ ଥିବା ର ପ୍ରତିବାଦ କରି ଶୁକ୍ରବାର ସକାଳେ ଶିକ୍ଷୟତ୍ରୀ ଶିକ୍ଷକ ସ୍କୁଲ ର ମୂଖ୍ୟ ଫାଟକରେ ତାଲା ବନ୍ଦ କରି ଧାରଣାରେ ବସିଥିଲେ । ପରେ ଛାତ୍ରୀଛାତ୍ର ମାନେ ଏଥିରେ ସାମିଲ ହୋଇଥିଲେ । ସ୍କୁଲ ର ନିଦେ୍ର୍ଦଶକ ଧର୍ମଗଡରୁ ଆସି ଘଟଣା ସ୍ଥଳରେ ପହଂଚି ଅବିଭାବକ ମାନଙ୍କ ସହ ଆଲୋଚନା କରି ପ୍ରିନ୍ସପାଲ ଙ୍କୁ ଅପସାରଣ କରିବାକୁ ପ୍ରତିଶୃତି ଦେବା ପରେ କ୍ୟାମ୍ପସ ଶାନ୍ତ ହୋଇଥିଲା । ଘଟଣାରୁ ପ୍ରକାଶ ଜୁନାଗଡ ସହରର ହଣ୍ଡାଖାଲ…

"ଜୁନାଗଡ ଏଲ-ନିସି ମିସନ ସ୍କୁଲ ପ୍ରିନ୍ସପାଲ ଙ୍କ ଅସାମ୍ବିଧାନିକ ବ୍ୟବହାର ର ବିରୋଧ, ଶିକ୍ଷୟତ୍ରୀ ଶିକ୍ଷକ ଙ୍କ ତାଲା ବନ୍ଦ ଆନେ୍ଦାଳନ"

ଜୟଦୁର୍ଗା ହାଇସ୍କୁଲରେ ଶିଶୁ ବିଜ୍ଞାନମେଳା

ଭବାନୀପାଟଣା, ୪/୨(ଓଡ଼ିଆ ପୁଅ) : କୋମଳମତି ଛାତ୍ରଛାତ୍ରୀମାନଙ୍କ ମନରେ ବିଜ୍ଞାନ ପ୍ରତି ଅନୁସନ୍ଧିତ୍ସୁ ମନୋଭାବ ତଥା ବୈଜ୍ଞାନିକ ଚିନ୍ତାଧାରର ବିକାଶ ଲକ୍ଷ୍ୟ ନେଇ ଭାରତ ଜ୍ଞାନ ବିଜ୍ଞାନ ସମିତି – ଓଡ଼ିଶା, ବିଜ୍ଞାନ ପ୍ରସାର ଏବଂ ଭାରତ ସରକାରଙ୍କ ବିଜ୍ଞାନ ଓ ପ୍ରଯୁକ୍ତି ମନ୍ତ୍ରଣାଳୟ ପକ୍ଷରୁ କଳାହାଣ୍ଡି ଜିଲ୍ଲା ନର୍ଲାରୋଡ଼ ଜୟଦୁର୍ଗା ହାଇସ୍କୁଲ୍ ପରିସରରେ ଏକ ଶିଶୁ ବିଜ୍ଞାନମେଳା ଆୟୋଜିତ ହୋଇଯାଇଛି। ବିଦ୍ୟାଳୟର ପ୍ରଧାନଶିକ୍ଷକ ବିଶ୍ୱମ୍ଭର ଭୋଇଙ୍କ ସଭାପତିତ୍ୱରେ ଆୟୋଜିତ ଉଦ୍ଘାଟନୀ ଉତ୍ସବରେ ନର୍ଲା ନୋଡାଲ୍ ହାଇସ୍କୁଲର ପ୍ରଧାନଶିକ୍ଷକ ବିଜୟ ସେନାପତି ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ଏଥିରେ ୧୨୦ଜଣ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିବା ବେଳେ ସମୀର କୁମାର ବେହେରା, ସନ୍ତୋଷ କୁମାର କର, ପରମାନନ୍ଦ…

"ଜୟଦୁର୍ଗା ହାଇସ୍କୁଲରେ ଶିଶୁ ବିଜ୍ଞାନମେଳା"

ଜିଲ୍ଲା ବାହାର ପ୍ରାର୍ଥି ଙ୍କୁ ନିଯୁକ୍ତି ଦେବାକୁ ବିରୋଧ କରି କଳାହାଣ୍ଡି ବନ୍ଦ ଡାକରା ।

କଳାହାଣ୍ଡି ୩୧/୦୧/୨୦୧୮( ଓଡିଆପୁଅ/ଦୁଷ୍ମନ୍ତ କୁମାର ପଣ୍ଡା) କଳାହାଣ୍ଡି ଜିଲ୍ଲାରେ ଖାଲିଥିବା ପ୍ରାଥମିକ ଶିକ୍ଷକ ପଦବୀ ପୂରଣ ନିମନ୍ତେ ଆବେଦନ କରିଥିବା ପ୍ରାର୍ଥି ଗତ ମଙ୍ଗଳବାର ଦିନ କଡା ପୋଲିସ ସୁରକ୍ଷା ମଧ୍ୟରେ ସାର୍ଟିଫିକେଟ ଯାଂଚ କରାଯାଇଥିଲା । ଅନ୍ୟ ପକ୍ଷରେ କେବଳ କଳାହାଣ୍ଡି ଜିଲ୍ଲାର ପ୍ରାର୍ଥôଙ୍କୁ ସୁଯୋଗ ଦିଆଯାଇ ବାହାର ଅନ୍ୟ ଜିଲ୍ଲାର ପ୍ରାର୍ଥି ଙ୍କୁ ବିରୋଧ କରି ଭବାନୀପାଟଣା ସହରର ବିଭିନ୍ନ ସ୍ଥାନରେ ଆନେ୍ଦାଳନକାରୀମାନେ ଟାୟାର ଜାଳି ରାସ୍ତା ରୋକ ଓ ପିକେଟିଂ କରିଥିଲେ । ଘଟଣା ସ୍ଥଳରେ ଅପ୍ରତିକର ପରିସ୍ଥିତିକୁ ଏଡାଇବା ପାଇଁ ବ୍ୟାପକ ପୋଲିସ ମୂତୟନ କରାଯାଇଥିଲା । ପ୍ରବଳ ବିରୋଧ ସତ୍ୱେ ୧୦୨୧ ଜଣଙ୍କ ଆବେଦନ ଯାଂଚ ହୋଇଥିବା ଜଣାପଡିଥିଲା…

"ଜିଲ୍ଲା ବାହାର ପ୍ରାର୍ଥି ଙ୍କୁ ନିଯୁକ୍ତି ଦେବାକୁ ବିରୋଧ କରି କଳାହାଣ୍ଡି ବନ୍ଦ ଡାକରା ।"

ଜୁନାଗଡ଼ ଅଂଚଳରେ ଅବାଧ ଖୈନୀ (ଭାଙ୍ଗ) କାରବାର ବୃଦ୍ଧି ପ୍ରସାଶନ ନିଷ୍କ୍ରିୟ

କଳାହାଣ୍ଡି- (ଓଡିଆପୁଅ) ଜନସାଧାରଣଙ୍କ ସ୍ୱାସ୍ଥ୍ୟକୁ ଦୃଷ୍ଟିରେ ରଖି ସରକାର ମାଦକ ଦ୍ରବ୍ୟ ତଥା ଗୁଟଖା ଭାଙ୍ଗ (ଖଇନୀ) ଇତ୍ୟାଦି ବିକ୍ରକୁ ନେଇ କଟକଣା ଜାରି କରିଛନ୍ତି । ହେଲେ କଳାହାଣ୍ଡି ଜିଲ୍ଲାର ଜୁନାଗଡ଼ ସହର ଏବଂ ଆଖପାଖ ଅଂଚଳରେ ବିଭିନ୍ନ ବ୍ରାଣ୍ଡ ନାମିତ ଥିବା ଭାଙ୍ଗ ଖୈନୀ ବଜାର ର ଦୋକାନ ମାନଙ୍କରେ ଉପଲବ୍ଧ ଥିବା ବେଳେ ଏହା କେବଳ ଜୁନାଗଡ଼ର କେତେକ ବ୍ୟକ୍ତି କରଖାନା ଗଢ଼ି ଭାଙ୍ଗ ତିଆରୀ କରୁଥିବା ଜଣାପଡିଛି । ଯଦିଓ ଏହା ସରକାରୀ ନିୟମାନୁସାରେ ବା କେନ୍ଦ୍ରୀୟ ଅବକାରୀ ବିଭାଗ ର ତତ୍ୱାବଧାନରେ ତିଆରି ପାଇଁ ଅନୁମତି ମିଳି ଥିଲେ ହେଁ ନିୟମକୁ ସଂପୃକ୍ତ ଭାଙ୍ଗ କାରଖାନା ମାଲିକ ଦୃଷ୍ଟିନଦେଇ…

"ଜୁନାଗଡ଼ ଅଂଚଳରେ ଅବାଧ ଖୈନୀ (ଭାଙ୍ଗ) କାରବାର ବୃଦ୍ଧି ପ୍ରସାଶନ ନିଷ୍କ୍ରିୟ"

ମିଳିମିଳା ଓ ରୁବେଲା ଟିକାକରଣ ଶୁଭାରମ୍ଭ

କେନ୍ଦ୍ରାପଡା ୩୦/୧(ଓଡିଆପୁଅ/ଚିତ୍ତରଞ୍ଜନ ଦାସ )- ଜିଲ୍ଲାସ୍ତରୀୟ ମିଳିମିଳା ଓ ଜର୍ମାନ ମିଳିମିଳା (ରୁବେଲା) ଟିକାକରଣ କାର୍ଯ୍ୟକ୍ରମର ଶୁଭାରମ୍ବ କରାଯାଇଛି। କେନ୍ଦ୍ରାପଡା ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳ ରଘୁଜୀ ଅଧ୍ୟକ୍ଷତା କରିଥିଲେ। ବିଧାୟକ କିଶୋର ଚନ୍ଦ୍ର ତରାଇ, ଜିଲ୍ଲା ପରିଷଦ ସଭାପତି ମାନସ କୁମାର ପରିଡା, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡା. ବୈଷ୍ଣବ ଚରଣ ସାହୁ, ଅତିରିକ୍ତ ଜିଲ୍ଲା ଚିକିତ୍ସା ଅଧିକାରୀ ଡା. ମିର୍ଜାବାବର ବେଗ, ପ୍ରାକ୍ତନ ପୈାରପାଳ ଧୀରେନ କୁମାର ସାହୁ, ଅତିରିକ୍ତ ଜିଲ୍ଲା ଚିକିତ୍ସା ଅଧିକାରୀ (ପରିବାର କଲ୍ୟାଣ) ଡା. ଲୋକନାଥ ରଥ ଅତିଥିଭାବେ ଯୋଗଦେଇ କାର୍ଯ୍ୟକ୍ରମର ଶୁଭାରମ୍ବ କରିଥିଲେ। ସୂଚନାଯୋଗ୍ୟ ଯେ ୯ମାସରୁ ୧୫ ବର୍ଷ…

"ମିଳିମିଳା ଓ ରୁବେଲା ଟିକାକରଣ ଶୁଭାରମ୍ଭ"