ରାମଦାସ ମାର୍ଗ ବନାମ ଶିବପଟ୍ଟନାୟକ ମାର୍ଗ: ରାସ୍ତା ନାମକରଣକୁ ନେଇ ଭବାନୀପାଟଣା ପୌର କାର୍ଯ୍ୟାଳୟ ଘେରାଉ

କଳାହାଣ୍ଡି ୨୮-୭ -(ଓଡିଆ ପୁଅ/ଦୁଷ୍ମନ୍ତ କୁମାର ପଣ୍ଡା) କଳାହାଣ୍ଡି ଜିଲ୍ଲା ସଦର ମହକୁମା ଭବାନୀପାଟଣା ସହରରେ ରାସ୍ତା ନାମକରଣକୁ ନେଇ ରାଜନୀତି ଯୋର ଧରିଛି। ଭବାନୀପାଟଣା ପୌରପରିଷଦ ଅଧିନସ୍ଥ ୱାର୍ଡ ନଂ.୬ ରେ ଥିବା ବାହାଦୂରବଗିଚା ପଡା ମଧ୍ୟରେ ତେଲୁଗୁବାଙ୍ଗଟିପଡା ନାମକ ଏକ ସ୍ୱତନ୍ତ୍ର ପଡା ରହିଛି। ଏହି ତେଲୁଗୁବାଙ୍ଗଟିପଡାର ରାସ୍ତାର ନାମକରଣ କୁ ନେଇ ଦୁଇଟି ଗୋଷ୍ଠୀ ମଧ୍ୟରେ ପୃଥକ ପୃଥକ ଦାବିପତ୍ର ଦିଆଯାଇଥିବା ଜଣାପଡିଛି। ଯୋରପଡା ଠାରୁ ତେଲୁଗୁବାଙ୍ଗଟିପଡା ମଧ୍ୟଦେଇ ଅର୍କାବାହାଲିପଡା ଯାଉଥିବା ରାସ୍ତାକୁ ଉକ୍ତ ପଡାର ବିଶିଷ୍ଟ ବ୍ୟବସାୟୀ ରାମଦାସଙ୍କ ନାମରେ ନାମିତ କରାଯିବା ପାଇଁ ପୌରପରିଷଦରେ ସ୍ୱତନ୍ତ୍ର ରେଜୁଲେସନ କରାଯିବା ସହିତ ତଦନୁସାରେ ରାମଦାସମାର୍ଗ ନାମକ ଏକ ସାଇନବୋର୍ଡ ମଧ୍ୟ…

"ରାମଦାସ ମାର୍ଗ ବନାମ ଶିବପଟ୍ଟନାୟକ ମାର୍ଗ: ରାସ୍ତା ନାମକରଣକୁ ନେଇ ଭବାନୀପାଟଣା ପୌର କାର୍ଯ୍ୟାଳୟ ଘେରାଉ"

କଳାହାଣ୍ଡି ସାହିତ୍ୟକଥାର ଷଷ୍ଠ ସ୍ୱନକ୍ଷତ୍ର ଉତ୍ସବ ଅନୁଷ୍ଠିତ

କଳାହାଣ୍ଡି -୨୭-୭ (ଓଡିଆ ପୁଅ/ଦୁଷ୍ମନ୍ତ କୁମାର ପଣ୍ଡା) କଳାହାଣ୍ଡିରୁ ପ୍ରକାଶିତ ପାଉଥିବା ଓଡିଶାର ଏକମାତ୍ର ସାହିତ୍ୟ ସମ୍ବାଦ ଭିତିକ ମାସିକ ପତ୍ରିକା ସାହିତ୍ୟକଥା ର ଷଷ୍ଠ ସ୍ୱନକ୍ଷତ୍ର ଉତ୍ସବ ପାଳିତ ହୋଇଯାଇଛି। ଛଅବର୍ଷ ତଳେ ଅଙ୍କୁରୋଦଗମ ହୋଇଥିବା ଏହି ଚାରାଟି ଧିରେଧିରେ ମହାଦ୍ରୁମରେ ପରିଣତ ହେବାକୁ ଯାଉଛି। କେବଳ ଓଡିଶା କାହିଁକି ସାରା ଦେଶରେ ଏପରିକି ବିଦେଶରେ ମଧ୍ୟ ଓଡିଆ ପାଠକୀୟତା ସୃଷ୍ଟିକରିବାରେ ସାହିତ୍ୟକଥାର ଭୂମିକା ଅନନ୍ୟ ବୋଲି ଭବାନୀପାଟଣାସ୍ଥିତ ବିବେକାନନ୍ଦ ଭବନରେ ଆୟୋଜିତ ଷଷ୍ଠ ସ୍ୱନକ୍ଷତ୍ର ଉତ୍ସବରେ ଅତିଥିମାନେ ମତବ୍ୟକ୍ତ କରିଛନ୍ତି। ସାଂପ୍ରତିକ ପରିସ୍ଥିତିରେ ସାମାଜିକ ଗଣମାଧ୍ୟମ ଯୁଗରେ ଆମର ସମସ୍ତ ସାଧନ ଉପଲବ୍ଧ ଥାଇ ସୁଦ୍ଧା ସମୟର ଅଭାବ ପରିଲକ୍ଷିତ ହେଉଥିବା ସହିତ…

"କଳାହାଣ୍ଡି ସାହିତ୍ୟକଥାର ଷଷ୍ଠ ସ୍ୱନକ୍ଷତ୍ର ଉତ୍ସବ ଅନୁଷ୍ଠିତ"

କଳାହାଣ୍ଡିରେ ଲଗାଣ ବର୍ଷା: ହାତୀ ନଦୀରେ ବନ୍ୟା ପରିସ୍ଥିତି

କଳାହାଣ୍ଡି – ତା.୨୧/୦୭/୨୦୧୮(ଓଡିଆ ପୁଅ/ଦୁଷ୍ମନ୍ତ କୁମାର ପଣ୍ଡା)  ଗତ ଦୁଇ ଦିନ ଧରି ଲଗାଣ ବର୍ଷା ହେବା ପରେ କଳାହାଣ୍ଡି ଜିଲ୍ଲା ସାରା ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଯାଇଛି। ଶୁକ୍ରବାର ଦିନ ପ୍ରବଳ ବର୍ଷା ହେବା ପରେ କଳାହାଣ୍ଡିର ଲାଇଫଲାଇନ କୁହାଯାଉଥିବା ଇନ୍ଦ୍ରାବତୀର ମଙ୍ଗଳପୁର ହାତୀ ବେରେଜରେ ଜଳସ୍ତରର ସର୍ବୋଚ୍ଚ ସୀମା ୨୬୫ ମିଟରକୁ ଛୁଇଁଥିଲା। ପରିସ୍ଥିତି ଏତେ ଅସମ୍ଭାଳ ହୋଇଯାଇଥିଲାଯେ ବିଦ୍ୟୁତ ଉତ୍ପାଦନ ବନ୍ଦ ଥିବା ହେତୁ ହାତୀ ବେରେଜରୁ ପାଣି ପାୱାର ଚେନାଲରେ ପାୱାର ହାଉସ ପଟକୁ ପ୍ରବାହିତ ହେବାକୁ ଲାଗିଲା। ଫଳତଃ ବେରେଜର ୫ ଟି ଗେଟ ଖୋଲାଯାଇ ୮୯୭ କ୍ୟୁମେକ୍ସ ଜଳ ହାତୀ ନଦୀରେ ଛାଡି ଦିଆଯାଇଥିବା ବିଷୟ ବିଭାଗୀୟ…

"କଳାହାଣ୍ଡିରେ ଲଗାଣ ବର୍ଷା: ହାତୀ ନଦୀରେ ବନ୍ୟା ପରିସ୍ଥିତି"

ମୁଖ୍ୟମନ୍ତ୍ରୀ ସଡକ ଯୋଜନାରେ ନିମ୍ନ ମାନର କାର୍ଯ୍ୟ ଅଭିଯୋଗ: କାମ ନସରୁଣୁ କାଙ୍କେରିମାଲ ରାସ୍ତା ଭୁଷୁଡିଲା

କଳାହାଣ୍ଡି- (ଓଡିଆପୁଅ) ଅଗମ୍ୟ ଓ ଅନୁନ୍ନତ ଅଂଚଳକୁ ସଡକ ପଥରେ ସଂଯୋଗ କରି ଗମନାଗମନ ଓ ଅନ୍ୟାନ୍ୟ କ୍ଷେତ୍ରରେ ଉନ୍ନତି କରିବା ପାଇଁ କେନ୍ଦ୍ରୀୟ ପ୍ରଧାନମନ୍ତ୍ରୀ ସଡକ ଯୋଜନା ଢାଂଚାରେ ରାଜ୍ୟ ସରକାର ମୁଖ୍ୟମନ୍ତ୍ରୀ ସଡକ ଯୋଜନା କାର୍ଯ୍ୟକାରୀ କରାଯାଇଛି। ଏହି ମୁଖ୍ୟମନ୍ତ୍ରୀ ସଡକ ଯୋଜନା କାର୍ଯ୍ୟକ୍ରମ ଓଡିଶା ସରକାରଙ୍କ ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧିନରେ କାର୍ଯ୍ୟକାରୀ କରାଯାଉଛି। ହେଲେ ବିଭାଗୀୟ ଯନ୍ତ୍ରୀ ଅଧିକାରୀ ମାନଙ୍କ ଲାଭଖୋର ମନୋଭାବ ତଥା ଠିକାଦାର ମାନଙ୍କ ସହିତ ମଧୂଚନ୍ଦ୍ରିକା ଯୋଗୁଁ ଏହି ସଡକ ଗୁଡିକ ଅତ୍ୟନ୍ତ ନିମ୍ନ ମାନର ହେଉଥିବା ଅଭିଯୋଗ ହେଉଛି। ଏଭଲି ଏକ ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ଜୁନାଗଡ ବ୍ଲକ ଅନ୍ତର୍ଗତ ଦୁନ୍ଦେଲମାଲ ଗ୍ରାମପଂଚାୟତ…

"ମୁଖ୍ୟମନ୍ତ୍ରୀ ସଡକ ଯୋଜନାରେ ନିମ୍ନ ମାନର କାର୍ଯ୍ୟ ଅଭିଯୋଗ: କାମ ନସରୁଣୁ କାଙ୍କେରିମାଲ ରାସ୍ତା ଭୁଷୁଡିଲା"

ଜୁନାଗଡ ରେଲୱେ ସାଇଡିଂ ପ୍ଲାଟଫର୍ମ ଭାଙ୍ଗିଲା: ନିମ୍ନମାନର କାର୍ଯ୍ୟ ହୋଇଥିବା ଅଭିଯୋଗ

କଳାହାଣ୍ଡି – ୨୦-୭ (ଓଡିଆ ପୁଅ/ଦୁଷ୍ମନ୍ତ କୁମାର ପଣ୍ଡା) କଳାହାଣ୍ଡି ଜିଲ୍ଲାର ଜୁନାଗଡ ରେଳ ଷ୍ଟେସନ ମଧ୍ୟରେ ପ୍ରାୟ ସାତ କୋଟି ଟଙ୍କା ବ୍ୟୟ ଅଟକଳରେ ନିର୍ମିତ ରେଳୱେ ସାଇଡିଂ ଚଳିତ ବର୍ଷାରେ ଅନେକ ସ୍ଥାନରେ ଧୋଇ ହୋଇଯାଇଥିବା ସହିତ ସ୍ଲାଇଡିଂ ପ୍ଲାଟଫର୍ମ କଂକ୍ରିଟ ଭାଙ୍ଗି ଯାଇ ଚଟାଣ ଦବିଯାଇଥିବାର ଦେଖାଯାଉଛି। ଅତି ନିମ୍ନ ମାନର କାର୍ଯ୍ୟ ଯୋଗୁଁ ମାତ୍ର ଦୁଇ ମାସ ମଧ୍ୟରେ ଏହା ଧୋଇ ଯାଇଥିବା ଏବଂ ଭାଙ୍ଗି ଯାଇଥିବା ଚର୍ଚ୍ଚା ହେଉଛି। ରେଲୱେ ବିଭାଗ ସମ୍ବଲପୁର ଡିଭିଜନ ଅନ୍ତର୍ଗତ ନିର୍ମାଣ ବିଭାଗ ମାଧ୍ୟମରେ ଟିଟଲାଗଡର ଜନୈକ ଠିକାଦାର ଦ୍ୱାରା ଏହି ପ୍ରାୟ ସାତ କୋଟି ଟଙ୍କାର କାର୍ଯ୍ୟରେ ପ୍ଲାଟଫର୍ମ, ସାଇଡିଂ ଚଟାଣ…

"ଜୁନାଗଡ ରେଲୱେ ସାଇଡିଂ ପ୍ଲାଟଫର୍ମ ଭାଙ୍ଗିଲା: ନିମ୍ନମାନର କାର୍ଯ୍ୟ ହୋଇଥିବା ଅଭିଯୋଗ"

କଳାହାଣ୍ଡି ଜିଲ୍ଲାପାଳଙ୍କୁ ସରପଂଚ ସଂଘ ପକ୍ଷରୁ ଦାବି

କଳାହାଣ୍ଡି -(ଓଡିଆପୁଅ/ଦୁଷ୍ମନ୍ତ କୁମାର ପଣ୍ଡା) କଳାହାଣ୍ଡି ଜିଲ୍ଲାରେ ମହାତ୍ମାଗାନ୍ଧୀ ନରେଗା ଯୋଜନାରେ ଶ୍ରମିକ ମାନଙ୍କୁ ସେମାନଙ୍କ ପ୍ରାପ୍ୟ ମିଳିବାରେ ଅହେତୁକ ବିଲମ୍ବ ହେଉଥିବା ସହିତ ରାସନ କାର୍ଡ ଯୋଗାଣରେ ଅବହେଲା, ଯୋଗ୍ୟ ହିତାଧିକାରୀ ମାନଙ୍କୁ ଗୃହ ତଥା ଭତା ମିଳିବାରେ ଅସୁବିଧା ଆଦି ଅନେକ ସମସ୍ୟା ହେଉଥିବାରୁ ଗ୍ରାମପଂଚାୟତ ସ୍ତରରେ ନାନାପ୍ରକାର ଅସୁବିଧା ଦେଖାଯାଉଥିବା ନେଇ କଳାହାଣ୍ଡି ଜିଲ୍ଲା ସରପଂଚ ସଂଘ ତରଫରୁ ଜିଲ୍ଲାପାଳଙ୍କୁ ନଅ ଦଫା ଦାବି ପତ୍ର ପ୍ରଦାନ କରାଯାଇଥିବା ଜଣାପଡିଛି। ଗତ ବୁଧବାର ଦିନ ଭବାନୀପାଟଣା ସ୍ଥିତ ଅମଲା ଭବନ ଠାରେ ଜିଲ୍ଲା ସରପଂଚ ସଂଘ ର ଏକ ବୈଠକ ସମଗ୍ର ୧୩ ଟିଯାକ ବ୍ଲକର ସରପଂଚ ମାନଙ୍କୁ ନେଇ ଅନୁଷ୍ଠିତ…

"କଳାହାଣ୍ଡି ଜିଲ୍ଲାପାଳଙ୍କୁ ସରପଂଚ ସଂଘ ପକ୍ଷରୁ ଦାବି"

କଳାହାଣ୍ଡି ପୋଲିସର ସଫଳତା: ରାସ୍ତା ଲୁଟେରା ଦଳ ଗିରଫ

କଳାହାଣ୍ଡି – (ଓଡିଆ ପୁଅ/ଦୁଷ୍ମନ୍ତ କୁମାର ପଣ୍ଡା) ୧୨/୦୭/୨୦୧୮ କଳାହାଣ୍ଡି ଜିଲ୍ଲାରେ ରାସ୍ତା ଉପରେ ଗାଡି ମଟର ଅଟକାଇ ଲୁଟେରା ମାନେ ବିଭିନ୍ନ ସମୟରେ ଲୁଟତରାଜ ଚଳାଇ ଆସୁଥିବା ବେଳେ କଳାହାଣ୍ଡି ପୋଲିସ ଇତି ମଧ୍ୟରେ ଲୁଟେରା ଗେଙ୍ଗ ଗୁଡିକୁ ଧରିବାକୁ ସଫଳ ହୋଇପାରିଛି। କଳାହାଣ୍ଡି ଜିଲ୍ଲାର ନର୍ଲା ଓ ଭବାନପାଟଣା ସଦର ଥାନା ଅଧିନରେ ଥିବା ଦେପୁର-ଛତିକୁଡା-ପୋଖରୀବନ୍ଧ-ଅମ୍ବାଦୋଲା ମୁଖ୍ୟ ରାସ୍ତାରେ ବଂଜାରୀ ଘାଟି ପାଖରେ ତଥା ଭବାନୀପାଟଣା-ମୂଷାନାଲ-ଲାଂଜିଗଡ-ବିଜେପୁର-କଲ୍ୟାଣସିଂପୁର ରାସ୍ତାର ତେରେନାମ ଘାଟିରେ ଜିଲ୍ଲା ଓ ରାଜ୍ୟ ବାହାରର ଟ୍ରକ ଓ ଅନ୍ୟାନ୍ୟ ଗାଡି ମଟରକୁ ଲୁଟେରାମାନେ ମାରଣାସ୍ତ୍ର ଦେଖାଇ ଅଟକାଇ ଟଙ୍କାପଇସା ଲୁଟତରାଜ କରୁଥିଲେ। କଳାହାଣ୍ଡି ଏସପି ମାଡକର ସନ୍ଦିପ ସମ୍ପଦଙ୍କ ନିର୍ଦ୍ଦେଶରେ କେସିଙ୍ଗା…

"କଳାହାଣ୍ଡି ପୋଲିସର ସଫଳତା: ରାସ୍ତା ଲୁଟେରା ଦଳ ଗିରଫ"

ଉପର ଇନ୍ଦ୍ରାବତୀ ଯୋଜନା ଡାକ୍ତରଖାନା ମୁଖିଗୁଡା଼ରେ ସ୍ବାସ୍ଥ୍ୟ ସେବା ବିପର୍ଯ୍ୟସ୍ତ

ମୁଖିଗୁଡା଼/ଜୟପାଟଣା (ଓଡ଼ିଆ ପୁଅ/ଅଜିତ କୁମାର ଠାକୁର):- ଉପର ଇନ୍ଦ୍ରାବତୀ ଯୋଜନା ଡ଼ାକ୍ତରଖାନା, ମୁଖିଗୁଡା଼ ଅଧିନରେ ପରିଚାଳିତ ଏକ ମାତ୍ର ଡାକ୍ତରଖାନାରେ ପୁର୍ବରୁ ୩ ଜଣ ଡାକ୍ତର ପଦବୀରେ ଅବସରକାଳୀନ ଡାକ୍ତର ଯାହାର ବୟସ ଅବଧି ସୀମା (୭୦ ବର୍ଷ) ମାନଙ୍କୁ ଚୁକ୍ତି ଭିତ୍ତିକ ଭାବରେ ରଖାଯାଇଥିଲା। ବର୍ତ୍ତମାନ ସେହି ଡାକ୍ତର ମାନଙ୍କ ମଧ୍ୟରୁ ୨ ଜଣ ଡାକ୍ତରଙ୍କ କାର୍ଯ୍ୟକାଳ ସୀମା ଅତିକ୍ରମ କଲା ପରେ ଚାକିରୀରୁ ଅବ୍ୟାହତି ନେଇ ସାରିଛନ୍ତି। ଜଣେ ମାତ୍ର ଯେଉଁ ଡାକ୍ତର ବର୍ତ୍ତମାନ କାର୍ଯ୍ୟରତ ଅଛନ୍ତି ତାଙ୍କର ମଧ୍ୟ ଅବଧି ପ୍ରାୟ ୪ ମାସ ଥିବା ବିଶ୍ୱସ୍ତ ସୂତ୍ରରୁ ପ୍ରକାଶ। ଏଠାରେ ପ୍ରାୟ ୧୮ରୁ ଉର୍ଦ୍ଧ୍ବ ଗ୍ରାମର ସମସ୍ତ ଜନସାଧାରଣ ନିର୍ଭର…

"ଉପର ଇନ୍ଦ୍ରାବତୀ ଯୋଜନା ଡାକ୍ତରଖାନା ମୁଖିଗୁଡା଼ରେ ସ୍ବାସ୍ଥ୍ୟ ସେବା ବିପର୍ଯ୍ୟସ୍ତ"

କଳାହାଣ୍ଡିରେ ବର୍ଷା ସାଙ୍ଗକୁ ଧାନ ବିହନର ଅଭାବ; ଚାଷୀ ହତାଶ

କଳାହାଣ୍ଡି ୧୦/୦୭/୨୦୧୮ – (ଓଡିଆ ପୁଅ/ଦୁଷ୍ମନ୍ତ କୁମାର ପଣ୍ଡା) କଳାହାଣ୍ଡି ଜିଲ୍ଲାରେ ବର୍ଷାର ଅଭାବରେ ସର୍ବୋପରି ଇନ୍ଦ୍ରାବତୀରେ ଜଳାଭାବ ହେତୁ କେନାଲ ପାଣି ଯୋଗାଣରେ ବ୍ୟାଘାତ ଦେଖାଦେଇଛି। ତାସାଙ୍ଗକୁ ଜିଲ୍ଲାସାରା ଧାନ ବିହନର କୃତ୍ରିମ ଅଭାବ ଚାଷୀର କଷ୍ଟକୁ ଦ୍ୱୀଗୁଣିତ କରିଦେଇଛି। ଇନ୍ଦ୍ରାବତୀ ଜଳସେଚନ ବ୍ୟବସ୍ଥ ଆରମ୍ଭ ହେବା ପର୍ବରୁ କଳାହାଣ୍ଡିର ଚାଷୀ ଖରିଫ ଋତୁରେ ଧାନ ଅମଳ ହେଲେ ଆଗାମୀ ଋତୁ ପାଇଁ ଆବଶ୍ୟକୀୟ ବିହନ ପ୍ରସ୍ତୃତ କରି ରଖିବା ଏକ ପ୍ରାଚୀନ ପରମ୍ପରା ଥିଲା। ହେଲେ ଇନ୍ଦ୍ରାବତୀରୁ ଜଳସେଚନ ବ୍ୟବସ୍ଥା ହେବାପରେ ଦୁଇଫସଲି ଚାଷ ଆରମ୍ଭ ହେବା ପରଠାରୁ ଚାଷୀକୁ ନିଜସ୍ୱ ବିହନ ରଖିବା ସମ୍ଭବପର ହୋଇପାରୁନାହିଁ। ଅନିଶ୍ଚିତ ଜଳସେଚନ ବ୍ୟବସ୍ଥା ତଥା…

"କଳାହାଣ୍ଡିରେ ବର୍ଷା ସାଙ୍ଗକୁ ଧାନ ବିହନର ଅଭାବ; ଚାଷୀ ହତାଶ"

ଆସନ୍ତା ୯ ତାରିଖ ଦିନ କଳାହାଣ୍ଡି ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ କରିବ କଂଗ୍ରେସ କୃଷକ ସେଲ

ଗତବର୍ଷର ପ୍ରଧାନ ମନ୍ତ୍ରୀ ଫସଲବୀମା ଯୋଜନାରୁ ଚାଷୀ ୧୩୦୦ କୋଟି ଟଙ୍କା ପାଇବାରୁ ବଂଚିତ ଭୁବନେଶ୍ୱର ୮.୭ (ଓଡ଼ିଆ ପୁଅ) – ଚଳିତ ଖରିଫ୍ ଚାଷରେ ସରକାରଙ୍କ ଚାଷୀଙ୍କ ପ୍ରତି ଅବହେଳା ଯୋଗୁଁ ସାରା ରାଜ୍ୟରେ ଖରିଫ ଚାଷ ବ୍ୟାହାତ। ବିଳମ୍ବ ମୌସୁମୀ ଯୋଗୁଁ ଚାଷୀ ପୂର୍ବରୁ ନେଇଥିବା ସରକାରୀ ବିହନ ବହୁସ୍ଥାନରେ ଗଜାମରୁଡ଼ି ହୋଇଛି। ଚାଷୀଙ୍କ ଚାହିଦା ଅନୁଯାୟୀ ସରକାର ବିହନ ଯୋଗାଇ ପାରୁ ନଥିବା ବେଳେ ରାଜ୍ୟ କୃଷି ମନ୍ତ୍ରୀ ବିହନ ମହଜୁତ ଅଛି ବୋଲି କେବଳ ବାହାସ୍ପପୋଟ ମାରୁଛନ୍ତି। ସେହିପରି ୨୦୧୭ ଖରିଫ ଚାଷରେ ଚକଡ଼ା ପୋକ, ଅଦିନିଆ ବର୍ଷା ଓ ମରୁଡ଼ି ଯୋଗୁଁ ମୋଟ ଚାଷଜମିର ୧୫ ଲକ୍ଷ ହେକ୍ଟରୁ…

"ଆସନ୍ତା ୯ ତାରିଖ ଦିନ କଳାହାଣ୍ଡି ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ କରିବ କଂଗ୍ରେସ କୃଷକ ସେଲ"