ଜୁନାଗଡ ପଣ୍ୟାଗାରରୁ ଓଭର ଲୋଡରେ ଚାଉଳ ପରିବହନ ଅଭିଯୋଗ ।

କଳାହାଣ୍ଡି – ୨୯/୦୬ (ଓଡିଆପୁଅ) କଳାହାଣ୍ଡିର ବ୍ୟବସାୟୀକ ପ୍ରାଣକେନ୍ଦ୍ର ଜୁନାଗଡ ଠାରୁ ଭାରତୀୟ ଖାଦ୍ୟ ନିଗମ (ଏଫସିଆଇ) ଦ୍ୱାରା ରେଳ ମାଧ୍ୟମରେ ରାଜ୍ୟ ବାହାରକୁ ଚାଉଳ ଚାଲାଣ ନିମନ୍ତେ ଜୁନାଗଡସ୍ଥିତ କେନ୍ଦ୍ରିୟ ପଣ୍ୟାଗାର ଓ ରାଜ୍ୟ ପଣ୍ୟାଗାର ରୁ ଟ୍ରକ ଗୁଡିକରେ ଓଭର ଲୋଡ କରାଯାଉଥିବା ଅଭିଯୋଗ ହେଉଛି । ଓଭର ଲୋଡ ରୋକିବା ପାଇଁ କଳାହାଣ୍ଡି ଅାଂଚଳିକ ପରିବହନ ଅଧିକାରୀ ତାଗିଦ କରିଥିଲେ ମଧ୍ୟ ଉଭୟ ପଣ୍ୟାଗାର ର ପଦାଧିକାରୀ ତାଗିଦକୁ ବେଖାତିର କରି ଓଭର ଲୋଡରେ ଚାଉଳ ପଠାଉଥିବା ଦେଖିବାକୁ ମିଳିଛି । ସରକାରୀ ମାଲ ପରିବହନ ପାଇଁ ଜୁନାଗଡ ରେଳ ଷ୍ଟେସନରେ ର୍ୟାଗ ସାଇଡିଂ ଆରମ୍ଭ ହୋଇଥିବା ବେଳେ ଜୁନାଗଡ ସହରର…

"ଜୁନାଗଡ ପଣ୍ୟାଗାରରୁ ଓଭର ଲୋଡରେ ଚାଉଳ ପରିବହନ ଅଭିଯୋଗ ।"

ମୌସୁମୀ ବର୍ଷା ଅଭାବରେ ଇନ୍ଦ୍ରାବତୀ ଜଳସେଚନ ବ୍ୟାଘାତ ହେବା ଆଶଙ୍କା

କଳାହାଣ୍ଡି – ୨୮/୦୬/୨୦୧୮(ଓଡିଆ ପୁଅ/ଦୁଷ୍ମନ୍ତ କୁମାର ପଣ୍ଡା) ଅପର ଇନ୍ଦ୍ରାବତୀ ଜଳସେଚନ ପ୍ରକଳ୍ପ ମାଧ୍ୟମରେ ସମଗ୍ର କଳାହାଣ୍ଡି ଜିଲ୍ଲାରେ ଖରିଫ ଓ ରବି ଋତୁରେ ଚାଷ ପାଇଁ ଗତ ୨୦୦୦-୦୧ ମସିହାରୁ ଜଳସେଚନ ବ୍ୟବସ୍ଥା କରାଯିବା ପରେ ଜିଲ୍ଲା ସାରା ସବୁଜ ବିପ୍ଲବ ସୃଷ୍ଟି ହୋଇଥିଲା। ଅଧିକାଂଶ ସମୟରେ ଓଏଚପିସି ନିଜ ମନୁତାବକ ବିଦ୍ୟୁତ ଉତ୍ପାଦନ କରୁଥିବା ହେତୁ ମଙ୍ଗଳପୁର ସ୍ଥିତ ବେରେଜରେ ଚାଷ ସମୟରେ ଆବଶ୍ୟକ ପରିମାଣର ପାଣି ଅଭାବ ଦେଖାଦେଇଥାଏ। ପ୍ରକଳ୍ପ ଆରମ୍ଭ ହୋଇ ଏତେ ବର୍ଷ ବିତି ଗଲା ପରେ ମଧ୍ୟ ଉଭୟ ଇନ୍ଦ୍ରାବତୀ ଜଳସେଚନ ବିଭାଗ ଏବଂ ଓଏଚପିସି ମଧ୍ୟରେ ସମନ୍ୱୟ ଅଭାବ ହେତୁ ଚାଷୀ ଅନେକ ସମୟରେ ସଠିକ…

"ମୌସୁମୀ ବର୍ଷା ଅଭାବରେ ଇନ୍ଦ୍ରାବତୀ ଜଳସେଚନ ବ୍ୟାଘାତ ହେବା ଆଶଙ୍କା"

ଦୋଛକିରେ କଳାହାଣ୍ଡିର ମାଧ୍ୟମିକ ଶିକ୍ଷାବ୍ୟବସ୍ଥା

କଳାହାଣ୍ଡି – (ଓଡିଆପୁଅ/ଦୁଷ୍ମନ୍ତ କୁମାର ପଣ୍ଡା) ହାଇସ୍କୁଲ ସାର୍ଟିଫିକେଟ ପରୀକ୍ଷା ଫଳାଫଳ ପ୍ରକାଶ ପାଇବା ପରେ ରାଜ୍ୟ ସରକାର ଗୁଣାତ୍ମକ ଶିକ୍ଷା ଉପରେ ଗୁରୁତ୍ୱ ଦେଉଥିବା ଜଣାପଡିଛି। ସ୍କୁଲ ମାନଙ୍କରେ ୬୦ ପ୍ରତିଶତ ରୁ କମ ପାଶ ହାର ଥିବା ସ୍କୁଲ ମାନଙ୍କୁ ପଦକ୍ଷେପ ନେବାକୁ ବିଭାଗୀୟ ସ୍ତରରେ ନିଷ୍ପତି ନିଆଯାଇଥିବା ପ୍ରକାଶ। କଳାହାଣ୍ଡି ଜିଲ୍ଲାର ଅନେକ ଗୁଡାଏ ସ୍କୁଲରେ ଗତ ମାଟ୍ରିକ ପରୀକ୍ଷାରେ ଫଳାଫଳ ୬୦ ପ୍ରତିଶତରୁ କମ ପାଶ ହାର ରହିଥିବା ଜଣାପଡିଛି। ଜିଲ୍ଲାର ସଦର ମହକୁମା ଭବାନୀପାଟଣା ସ୍ଥିତ ଜିଲ୍ଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ପାଶ୍ୱର୍ସ୍ଥ ବ୍ରଜମୋହନ ହାଇସ୍କୁଲରେ ପାଶ ହାର ମାତ୍ର ୪୨.୨୪ ପ୍ରତିଶତ ରହିଥିବା ବେଳେ ସମଗ୍ର ଜିଲ୍ଲାର ୫୪…

"ଦୋଛକିରେ କଳାହାଣ୍ଡିର ମାଧ୍ୟମିକ ଶିକ୍ଷାବ୍ୟବସ୍ଥା"

ସାହିତ୍ୟ ଅକାଦେମୀ ଯୁବ ପୁରସ୍କାର ପାଇଁ ମନୋନୀତ କବି ଜୟଦ୍ରଥ ସୁନାଙ୍କୁ ସମ୍ବର୍ଦ୍ଧନା

ଭବାନୀପାଟଣା, ୨୮/୦୬(ଓଡ଼ିଆ ପୁଅ ): କବିତା ସଂକଳନ ‘ଶୋଷ’ ପାଇଁ ଏବର୍ଷର କେନ୍ଦ୍ର ସାହିତ୍ୟ ଅକାଦେମୀ ଯୁବ ପୁରସ୍କାର ପାଇବାକୁ ମନୋନୀତ କବି ଜୟଦ୍ରଥ ସୁନାଙ୍କୁ କଳାହାଣ୍ଡି ଯୁବ ଲେଖକ ସମାବେଶ ପକ୍ଷରୁ ଭବ୍ୟ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି। ଭବାନୀପାଟଣା ସ୍ଥିତ କଳାହାଣ୍ଡି ଲେଖକ କଳା ପରିଷଦ ସଭାଗୃହରେ ଆୟୋଜିତ ସମ୍ବର୍ଦ୍ଧନା ସମାରୋହରେ ବିଶିଷ୍ଟ ଔପନ୍ୟାସିକ ରାସବିହାରୀ ବେହେରା ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ କବି ଅଖିଳ ନାୟକ ମୁଖ୍ୟବକ୍ତା ଓ ଓଡ଼ିଶାର ଏକମାତ୍ର ସାହିତ୍ୟ ଭିତ୍ତିକ ସମ୍ବାଦ ପତ୍ରିକା ‘ସାହିତ୍ୟ କଥା’ର ସମ୍ପାଦକ ସକିତ ରତେ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ। ସମାବେଶର ଆବାହକ ସୁଶୀଲ କୁମାର ବାଗ ସଭାପତିତ୍ୱ କରିଥିବା ବେଳେ…

"ସାହିତ୍ୟ ଅକାଦେମୀ ଯୁବ ପୁରସ୍କାର ପାଇଁ ମନୋନୀତ କବି ଜୟଦ୍ରଥ ସୁନାଙ୍କୁ ସମ୍ବର୍ଦ୍ଧନା"

ଗ୍ୟାସ ସିଲିଣ୍ଡର ଫାଟି ଛାତ ଉଡିଗଲା, ତିନି ଆହତ

କଳାହାଣ୍ଡି ୨୪-୬ – (ଓଡିଆ ପୁଅ/ଦୁଷ୍ମନ୍ତ କୁମାର ପଣ୍ଡା) କଳାହାଣ୍ଡି ଜିଲ୍ଲା ବ୍ୟବସାୟୀକ ପ୍ରାଣ କେନ୍ଦ୍ର ଜୁନାଗଡ ସହର ସ୍ଥିତ ବ୍ଲକ ପଡାରେ ଏକ ଗ୍ୟାସ ସିଲିଣ୍ଡର ଫାଟିବାରୁ ସେହି ବିସ୍ଫୋରଣରେ ଘରର ଛାତ ଉଡି ଯିବା ସହିତ ତିନି ଜଣ ଆହତ ହୋଇଯାଇଛନ୍ତି। ଏହି ଘଟଣାରେ ସ୍ଥାନୀୟ ଲୋକେ ଆତଙ୍କିତ ହୋଇପଡିଛନ୍ତି। ଘଟଣାରୁ ପ୍ରକାଶ ଯେ, ଜୁନାଗଡ ବ୍ଲକ ପଡାରେ ଥିବା ଜିତେନ୍ଦ୍ର ହେଣ୍ଡିଆ ଙ୍କ ଘରେ ପ୍ରଭାତ ସିଂ ନାମକ ଜନୈକ ବ୍ୟକ୍ତି ଭଡାରେ ସପରିବାର ରହୁଥିଲେ। ଗୁପଚୁପ, ଚାର୍ଟ ଆଦି ବିକ୍ରି କରି ନିଜ ପରିବାର ପୋଷଣ କରୁଥିବା ବେଳେ ଗତ ଶନିବାର ମଧ୍ୟାହ୍ନରେ ଗୁପଚୁପ ତିଆରି କରୁଥିବା ବେଳେ କୌଣସି…

"ଗ୍ୟାସ ସିଲିଣ୍ଡର ଫାଟି ଛାତ ଉଡିଗଲା, ତିନି ଆହତ"

ସ୍ୱାଧିନତାର ୭୧ବର୍ଷ ପରେ କଳାହାଣ୍ଡିର ଅପହଂଚ ଇଲାକାରେ ପାନୀୟ ଜଳ ବ୍ୟବସ୍ଥା।

କଳାହାଣ୍ଡି – (ଓଡିଆପୁଅ/ଦୁଷ୍ମନ୍ତ କୁମାର ପଣ୍ଡା) କଳାହାଣ୍ଡି ଜିଲ୍ଲାର ଅପହଂଚ ଇଲାକା ବାବେ ଜୁନାଗଡ ବ୍ଲକ ଅନ୍ତର୍ଗତ ଦୁନ୍ଦେଲମାଲ ଗ୍ରାମପଂଚାୟତର ତଳଡୁଣ୍ଡା ଓ ଉପର ଡୁଣ୍ଡା ନାମକ ପାହାଡିଆ ଗ୍ରାମ ବେଶେଷ ପରିଚିତ। ଏହି ଡୁଣ୍ଡା ଗ୍ରାମ ଭଲି କଳାହାଣ୍ଡିରେ ଅନେକ ଜନବସତି ରହିଥିବା ବେଳେ ଏଭଲି ପାହାଡିଆ ଗ୍ରାମ ଗୁଡିକୁ ଯିବା ପାଇଁ ରାସ୍ତା ତ ଦୂରର କଥା ପାଦଚଲା ବାଟ ମଧ୍ୟ ନାହିଁ। ଜୁନାଗଡ ବ୍ଲକ ଠାରୁ ଦକ୍ଷିଣ କୁ ମାତ୍ର ୨୦ କି.ମି. ଦୂରକୁ ଗଲେ ଦୁନ୍ଦେଲମାଲ ଗ୍ରାମ ପଂଚାୟତର କାଙ୍କେରିମାଲ ଗ୍ରାମ ଠାରୁ ୬୦ଡିଗ୍ରିରେ ପାହାଡ ଉପରକୁ ପାଦଚଲା ରାସ୍ତାରେ ପ୍ରାୟ ଦୁଇ/ତନି କି.ମି. ଚାଲିଚାଲି ଗଲେ ପାହାଡ ଝୋଲା…

"ସ୍ୱାଧିନତାର ୭୧ବର୍ଷ ପରେ କଳାହାଣ୍ଡିର ଅପହଂଚ ଇଲାକାରେ ପାନୀୟ ଜଳ ବ୍ୟବସ୍ଥା।"

ଜୁନାଗଡ ରେଳ ଷ୍ଟେସନରୁ ମାଳ ଗାଡି ଚଳାଚଳ ଆରମ୍ଭ

କଳାହାଣ୍ଡି- ୧୬/୬ (ଓଡିଆ ପୁଅ/ଦୁଷ୍ମନ୍ତ କୁମାର ପଣ୍ଡା) କଳାହାଣ୍ଡି ଜିଲ୍ଲାର ବ୍ୟବସାୟୀକ ସହର ଜୁନାଗଡ ଠାରେ ପ୍ରଥମ କରି ମାଳ ପରିବହନ ପାଇଁ ରେଳେଷ୍ଟସନରେ ମାଳ ଗାଡିର ଶୁଭାରମ୍ଭ ହେବାପରେ ସମଗ୍ର ଅଂଚଳରେ ଖୁସିର ଲହରୀ ଖେଲି ଯାଇଛି। ସୂଚନା ଯୋଗ୍ୟ ଯେ, କଳାହାଣ୍ଡି ଜିଲ୍ଲାର ଲାଂଜିଗଡ ରୋଡ ଠାରୁ ଜୁନାଗଡ ରେଳପଥ ନିର୍ମାଣ କରାଯିବାର ଘୋଷଣା ହେବାର ଦୀର୍ଘ କୋଡିଏ ବର୍ଷ ପରେ ଜୁନାଗଡ ଠାରେ ରେଳ ଷ୍ଟେସନର ଶୁଭାରମ୍ଭ ହୋଇଥିଲା। ସମଗ୍ର ଧର୍ମଗଡ ଉପଖଣ୍ଡ ଅଂଚଳ ବାସୀଙ୍କ ଦୀର୍ଘ ଦିନର ଆଶା ପୂରଣ ହୋଇଯାଇଥିଲା। ଜୁନାଗଡ ରେଳ ଷ୍ଟେସନ ଆରମ୍ଭ ହେବା ପରେ ଏହି ଅଂଚଳ ବାସୀ ସୁବିଧାରେ ରେଳ ଯାତ୍ରା କରିପାରୁଥିବା…

"ଜୁନାଗଡ ରେଳ ଷ୍ଟେସନରୁ ମାଳ ଗାଡି ଚଳାଚଳ ଆରମ୍ଭ"

ଆରଣ୍ୟକ ବ୍ରାହ୍ମଣ ସମାଜ ଜୁନାଗଡ ବ୍ଲକ ସ୍ତରୀୟ ବୈଠକ ଅନୁଷ୍ଠିତ

କଳାହାଣ୍ଡି – ( ଓଡିଆ ପୁଅ ) ଧର୍ମଗଡ ଉପଖଣ୍ଡ ଆରଣ୍ୟକ ବ୍ରାହ୍ମଣ ସମାଜ ର ଜୁନାଗଡ ବ୍ଲକ ସ୍ତରୀୟ ସାଂଗଠନିକ ବୈଠକ ଜୁନାଗଡ ଗାୟତ୍ରୀ ମନ୍ଦିର ପରିସରରେ ଶୁକ୍ରବାର ୧୫/୦୬/୨୦୧୮ ଦିନ ବରିଷ୍ଠ ସଭ୍ୟ ଶ୍ରୀ ତ୍ରୀନାଥ ମୁଣ୍ଡଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି। ଓଁକାର ଧ୍ୱନିରୁ ସଭା ଆରମ୍ଭ କରାଯାଇ ବେଦମାତା ଗାୟତ୍ରୀଙ୍କ ଚରଣାରବିନ୍ଦରେ ପୂଜାର୍ଚ୍ଚନା କରିବା ପରେ ବ୍ରାହ୍ମଣ ସମାଜର ଦିବଂଗତ ସଭ୍ୟ ମାନଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ନୀରବ ପ୍ରାର୍ଥନା କରାଯାଇଥିଲା। ସଭାରେ ଧର୍ମଗଡ ଆରଣ୍ୟକ ବ୍ରାହ୍ମଣ ସମାଜର କେନ୍ଦ୍ରିୟ କମିଟୀ ର ସହସମ୍ପାଦକ ଶ୍ରୀ ପୀତାମ୍ବର ପଣ୍ଡା ଓ ସଭ୍ୟ ଶ୍ରୀ ବଳଦେବ ପଣ୍ଡା, କେନ୍ଦ୍ରିୟ ଆଡହକ କମିଟୀ…

"ଆରଣ୍ୟକ ବ୍ରାହ୍ମଣ ସମାଜ ଜୁନାଗଡ ବ୍ଲକ ସ୍ତରୀୟ ବୈଠକ ଅନୁଷ୍ଠିତ"

ରକ୍ତଦାତା ସାବିତ୍ରୀ ମହାରଣା ଓ ଆଲୋକ ସାହୁ ସମ୍ବର୍ଦ୍ଧିତ

ଭବାନୀପାଟଣା,୧୫ା୬ (ଓଡ଼ିଆ ପୁଅ): କଳାହାଣ୍ଡିର ଦୁଇ ଯୁବ ରକ୍ତଦାତା ସ୍ୱାସ୍ଥ୍ୟମନ୍ତ୍ରୀଙ୍କଠାରୁ ସମ୍ବର୍ଦ୍ଧିତ ହୋଇଛନ୍ତି। ଭୁବନେଶ୍ୱର ରେଡକ୍ରସ୍ ଭବନଠାରେ ଆୟୋଜିତ ରାଜ୍ୟସ୍ତରୀୟ ବିଶ୍ୱ ରକ୍ତଦାତା ଦିବସ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ତଥା ଭାରତୀୟ ରେଡକ୍ରସ୍ ସୋସାଇଟି ଓଡ଼ିଶା ରାଜ୍ୟ ଶାଖା କାର୍ଯ୍ୟକାରିଣୀ କମିଟି ଅଧ୍ୟକ୍ଷ ପ୍ରତାପ ଜେନା ନିୟମିତ ସ୍ୱେଚ୍ଛାକୃତ ରକ୍ତଦାତା ଭାବେ ଭବାନୀପାଟଣାର ସୁଶ୍ରୀ ସାବିତ୍ରୀ ମହାରଣା ଓ ଆଲୋକ କୁମାର ସାହୁଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ବ୍ଲଡ୍ ଗ୍ରୁପ୍ ସିଷ୍ଟମ୍ ତଥା ଆର୍.ଏଚ୍ ଫେକ୍ଟର୍ ଆବିଷ୍କାରକ ନୋବେଲ୍ ବିଜେତା କାର୍ଲ୍ ଲେଣ୍ଡଷ୍ଟିନରଙ୍କ ଜନ୍ମଦିନ ଅବସରରେ ଭାରତୀୟ ରେଡକ୍ରସ୍ ସୋସାଇଟି ଓଡ଼ିଶା ରାଜ୍ୟ ଶାଖା ପକ୍ଷରୁ…

"ରକ୍ତଦାତା ସାବିତ୍ରୀ ମହାରଣା ଓ ଆଲୋକ ସାହୁ ସମ୍ବର୍ଦ୍ଧିତ"

ଭୂତ କୋଠି ପାଲଟିଛି ଆରଡି ବିଭାଗ ଜୁନାଗଡ ଉପଖଣ୍ଡ ନବନିର୍ମିତ ଅଫିସ

କଳାହାଣ୍ଡି – (ଓଡିଆପୁଅ) ଗ୍ରାମାଂଚଳର ରାସ୍ତାଘାଟ,ଅଫିସ କୋଠା ଠାରୁ ଆରମ୍ଭ କରି ପୋଳ ନିର୍ମାଣ ଆଦି ଗୁରୁତ୍ୱ ପୂର୍ଣ୍ଣ ଦାୟୀତ୍ୱ ତୁଳାଉଥିବା ଆରଡି ବିଭାଗ ର ବିଭାଗୀୟ ପଦାଧିକାରୀ ମାନଙ୍କ ଖମଖିଆଲି ମନୋଭାବ ଯୋଗୁଁ ଜୁନାଗଡ ସହର ଏନଏଚ୨୬ ପାଶ୍ୱର୍ରେ ନିର୍ମିତ ଆରଡି ଉପଖଣ୍ଡ କାର୍ଯ୍ୟାଳୟ ଓ ଏସଡିଓ କ୍ୱାଟର ଦୀର୍ଘ ଦୁଇ ବର୍ଷ ହେବ ଭୂତକୋଠି ପାଲଟିଯାଇଥିବା ଅଭିଯୋଗ ହେଉଛି । ଅନୁସନ୍ଧାନରୁ ଜଣାପଡେ ଯେ, ଭବାନୀପାଟଣା ଆରଡି ବିଭାଜନର ଜୁନାଗଡ ଉପଖଣ୍ଡ ପାଇ ଜଣେ ଏସଡିଓଙ୍କୁ ଅବସ୍ଥାପିତ କରାଯାଇଥିବା ବେଳେ ଦୁଇଜଣ କନିଷ୍ଠ ଯନ୍ତ୍ରୀଙ୍କୁ ଅବସ୍ଥାପିତ କରାଯାଇଛି । ସେମାନେ ସବୁ ଭବାନୀପାଟଣାରେ ରହୁଥିବା ବେଳେ ଜୁନାଗଡକୁ କେବେ କେମିତି ଯାଆସ କରି…

"ଭୂତ କୋଠି ପାଲଟିଛି ଆରଡି ବିଭାଗ ଜୁନାଗଡ ଉପଖଣ୍ଡ ନବନିର୍ମିତ ଅଫିସ"