ଗ୍ରାମ୍ୟ ଉନ୍ନୟନ ବିଭାଗରେ ନିମ୍ନ ମାନର କାମକୁ ଘୋଡାଇବାକୁ ଉଦ୍ୟମ, ପ୍ରଚଣ୍ଡ ଖରାରେ କାମ କରୁଛନ୍ତି ଶ୍ରମିକ

କଳାହାଣ୍ଡି-୧୯/୦୫ (ଓଡିଆ ପୁଅ/ଦୁଷ୍ମନ୍ତ କୁମାର ପଣ୍ଡା) ସମଗ୍ର ଜିଲ୍ଲାରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ହେତୁ ଜନଜୀବନ ଅସ୍ତ ବ୍ୟସ୍ତ ହୋଇପଡିଥିବା ବେଳେ କଳାହାଣ୍ଡି ଗ୍ରାମ୍ୟ ଉନ୍ନୟନ ବିଭାବ ଅଧିନସ୍ଥ ଜୁନାଗଡ ବ୍ଲକର ଘୁଲିଯୁବା-ଗୌଡଛେଣ୍ଡିଆ ରାସ୍ତାରେ ପ୍ରଚଣ୍ଡ ଖରାରେ ଦିନ ୧୨ଟା ଗୋଟାଏ ପର୍ଯ୍ୟନ୍ତ ଶ୍ରମିକ ମାନେ କାମ କରୁଥିବା ଦେଖାଯାଉଛି। ଠିକାଦାର କିମ୍ବା ତାଙ୍କ ଭାଇ ନିଜେ ଜଗି ଶ୍ରମିକ ମନଙ୍କ ଠାରୁ କାମ କରାଉଥିବାର ଶ୍ରମିକମାନଙ୍କ ଠାରୁ ପ୍ରକାଶ। ଏହି ରାସ୍ତା ଉପରେ ଗତ ବର୍ଷ ଚକୁଳି ନାଳା ପୋଳ ଉଭୟ ପାର୍ଶ୍ୱରେ ଅନ୍ୟୁନ ୩୦ ଲକ୍ଷ ବିନିମୟରେ ମରାମତି କାମ ହୋଇଥିବା ବେଳେ ଗୌଡଛେଣ୍ଡିଆ ଗ୍ରାମର ପଶ୍ଚିମ ଭାଗରେ ଥିବା ଅମ୍ବାଦୁଲା ଡିଷ୍ଟ୍ରିବ୍ୟୁଟାରୀ…

"ଗ୍ରାମ୍ୟ ଉନ୍ନୟନ ବିଭାଗରେ ନିମ୍ନ ମାନର କାମକୁ ଘୋଡାଇବାକୁ ଉଦ୍ୟମ, ପ୍ରଚଣ୍ଡ ଖରାରେ କାମ କରୁଛନ୍ତି ଶ୍ରମିକ"

ପ୍ରଚଣ୍ଡ ରୌଦ୍ର ତାପରେ ଶିଝୁଛି କଳାହାଣ୍ଡି, ଜନଜୀବନ ଅସ୍ତ ବ୍ୟସ୍ତ

କଳାହାଣ୍ଡି-୧୯/୦୫ (ଓଡିଆ ପୁଅ/ଦୁଷ୍ମନ୍ତ କୁମାର ପଣ୍ଡା) ସମଗ୍ର ପଶ୍ଚିମ ଓଡିଶା ସମେତ କଳାହାଣ୍ଡି ଜିଲ୍ଲାସାରା ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ପ୍ରବଳ ଖରା ସାଙ୍ଗକୁ ଝାଞ୍ଜି ପବନ କ୍ରମଶଃ ଅସହ୍ୟ ହୋଇଯାଉଛି। ଏପରି ସ୍ଥଳେ ଚଳିତ ବର୍ଷ ଦିନକୁ ଦିନ ତାପ ମାତ୍ର ବଢୁଥିବାରୁ ସମଗ୍ର ଜିଲ୍ଲାରେ ଜନ ଜୀବନ ଅସ୍ତ ବ୍ୟସ୍ତ ହୋଇପଡିଲାଣି। ଗତ ରବିବାର ୧୪ ମଇ ଠାରୁ ଜିଲ୍ଲାରେ ପାରଦ ୪୫ଡ଼ିଗ୍ରୀ ସେଲସିୟସ କୁ ଡେଇଁପଡିଲାଣି। ଜିଲା ସଦର ମହକୁମା ଭବାନୀପାଟଣାରେ ବୁଧବାର ୪୫ଡ଼ିଗ୍ରୀ ଗୁରବାର ୪୬ଡ଼ିଗ୍ରୀ ତାପମାତ୍ରା ଥିବା କୁହାଯାଉଥିବା ବେଳେ ବାସ୍ତବ ପକ୍ଷେ କିନ୍ତୁ ତାପମାତା୍ର ଅଧିକ ଥିବା ଭଲି ଲାଗୁଛି। ଜୁନାଗଡ ଠାରେ ୪୫ଡ଼ିଗ୍ରୀ/୪୬ଡ଼ିଗ୍ରୀ ରହୁଥିବା ବେଳେ…

"ପ୍ରଚଣ୍ଡ ରୌଦ୍ର ତାପରେ ଶିଝୁଛି କଳାହାଣ୍ଡି, ଜନଜୀବନ ଅସ୍ତ ବ୍ୟସ୍ତ"

ମିଲର୍ସ ଚାପରେ ଯୋଗାଣ ବିଭାଗ, ପାକ୍ସ ନିୟନ୍ତ୍ରଣ ବାହାରେ ପ୍ରଶାସନ ଅଂଧାରରେ, ମଣ୍ଡି ଖୋଲି ବସିଛି ଆରଏମସି, ଚାଷୀ ଚିନ୍ତାରେ

କଳାହାଣ୍ଡି-୧୮/୫ (ଓଡିଆ ପୁଅ/ଦୁଷ୍ମନ୍ତ କୁମାର ପଣ୍ଡା) କଳାହାଣ୍ଡି ଜିଲ୍ଲାରେ ରବି ଧାନ ଅମଳ ପ୍ରାୟତଃ ଆରମ୍ଭ ହୋଇଯାଇଥିବା ବେଳେ ମଣ୍ଡି ଖୋଲିନଥିବାରୁ ଚାଷୀ ଏବେ ଚିନ୍ତାରେ ପଡିଯାଇଥିବା ଜଣା ପଡିଛି। ଜିଲ୍ଲାପାଳ ଅଞ୍ଜନ କୁମାର ମାଣିକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଡିଏଲପିସି ବୈଠକରେ ଜିଲ୍ଲାରୁ ରାଜ୍ୟ ସରକାରଙ୍କ ଯୋଗାଣ ବିଭାଗ ପତ୍ରାଙ୍କ ୮୭୪୩/୨୭.୦୪.୨୦୧୭ ମାଧ୍ୟମରେ ଦିଆଯାଇଥିବା ଟାର୍ଗେଟ ଅନୁସାରେ ଜିଲ୍ଲାରୁ ଯୋଗାଣ ନିଗମ ମାଧ୍ୟମରେ ୫୫ ହଜାର ମେଟ୍ରିକ ଟନ ଚାଉଲ ପାଇଁ ୮୦୮୮୨ ମେଟ୍ରିକ ଟନ ଧାନ ଏବଂ ଟିଡିସିସି ମାଧ୍ୟମରେ ୩ହଜାର ମେଟ୍ରିକ ଟନ ଚାଉଲ ପାଇଁ ୪୪୧୧ ମେଟ୍ରିକଟନ ଧାନ ସଂଗ୍ରହ କରାଯିବାର ଲକ୍ଷ୍ୟ ରଖାଯାଇଥିବା ଜଣାପଡିଛି। ଜିଲ୍ଲାରୁ ମୋଟ ୫୮ହଜାର ମେଟ୍ରିକ…

"ମିଲର୍ସ ଚାପରେ ଯୋଗାଣ ବିଭାଗ, ପାକ୍ସ ନିୟନ୍ତ୍ରଣ ବାହାରେ ପ୍ରଶାସନ ଅଂଧାରରେ, ମଣ୍ଡି ଖୋଲି ବସିଛି ଆରଏମସି, ଚାଷୀ ଚିନ୍ତାରେ"

କଳାହାଣ୍ଡିରେ କ୍ରମଶଃ ବଢୁଛି ମଦ ବିରୋଧି ଅଭିଯାନ

କଳାହାଣ୍ଡି- ୧୫/୫ (ଓଡିଆ ପୁଅ/ଦୁଷ୍ମନ୍ତ କୁମାର ପଣ୍ଡା) ଅନୁନ୍ନତ କଳାହାଣ୍ଡି ଜିଲ୍ଲାରେ କ୍ରମଶଃ ମଦ ବିରୋଧି ଅଭିଯାନ ବଢିବାରେ ଲାଗିଛି। ଅବକାରୀ ବିଭାଗର ସୂଚନା ଅନୁଯାୟୀ ଜିଲ୍ଲା ସାରା ୬୯ଟି ଦେଶୀ ମଦଭାଟି ବିଭିନ୍ନ ଅଂଚଳରେ ଥିବା ବେଳେ ୩୬ ଟି ବିଦେଶୀ ଠିପି ବନ୍ଦ ଓ ଠିପି ଖୋଲା ମଦ ବାର ରହିଛି। ଏହା ବ୍ୟତୀତ ଗ୍ରାମାଂଚଳରେ ଦେଶୀ ବିଦେଶୀ ଛୋଟ ବଡ କୁଚିଆ ଦୋକାନ ମାଧ୍ୟମରେ ମଦ ବିକ୍ରୀ ହେଉଥିବାର ଅନେକ ଅଭିଯୋଗ ହୋଇଥାଏ।ଏପରିକି ଅପହଂଚ ଇଲାକା ମାନଙ୍କରେ ମଦରନ୍ଧା ଏକ ପ୍ରକାର କୁଟୀର ଶିଲ୍ପ ଭାବେ ଚାଲିଥିବାର ମଧ୍ୟ ଅଭିଯୋଗ ହୋଇଥାଏ। ବିଗତ ଦଶ ବର୍ଷ ମଧ୍ୟରେ କଳାହାଣ୍ଡି ଜିଲ୍ଲାସାରା ଆଇଏମଏଫଏଲ…

"କଳାହାଣ୍ଡିରେ କ୍ରମଶଃ ବଢୁଛି ମଦ ବିରୋଧି ଅଭିଯାନ"

ବରଯାତ୍ରୀ ମିନି ଟ୍ରକ ଓଲଟି ୪ ମୃତ ୨୦ ଗୁରୁତର

ବଙ୍ଗୋମୁଣ୍ଡା/ବଲାଙ୍ଗିର ୯/୫ (ଓଡିଆ ପୁଅ/ଜଗଦୀଶ ସୁନା) କଲାହାଣ୍ଡି ଜିଲ୍ଲା ବୋର୍ଡା ଗାଁ ନିକଟରେ ଏକ ବରଯାତ୍ରି ମିନି ଟ୍ରକ ଓଲଟି ପଡିବାରୁ ଘଟଣା ସ୍ଥଳରେ ଚାରି ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୨୦ ରୁ ଉର୍ଦ୍ଧ୍ୱ ଯାତ୍ରୀ ଗୁରୁତର ହୋଇ ପଡିଛନ୍ତି। ନୂଆପଡା ଜିଲ୍ଲା ଖଡିଆଳ ବ୍ଲକ ରାଣିପୁର ଗାଁର ମହେଶ ବାଗଙ୍କ ବର କନ୍ୟାକୁ ଛାଡିବା ପାଇଁ ଏକ ୪୦୭ ମିନି ଟ୍ରକରେ ପାଖାପାଖି ୩୦ ଜଣ ଲୋକେ କଲାହାଣ୍ଡି ଜିଲ୍ଲା ସାପସିଲେଟ ଗାଁକୁ ଯାଉଥିଲେ। ଆଜି ଅପରାହ୍ନ ସମୟରେ ସାପସିଲେଟ ଗାଁ କନ୍ୟା ଦଳ ଫେରୁଥିବା ବେଳେ କଲାହାଣ୍ଡି ଜିଲ୍ଲା ବୋର୍ଡା ତଥା ବଲାଙ୍ଗିର ଜିଲ୍ଲା ସାଲେପଡା ଛକ ନିକଟରେ ଭାରସାମ୍ୟ ହରାଇ…

"ବରଯାତ୍ରୀ ମିନି ଟ୍ରକ ଓଲଟି ୪ ମୃତ ୨୦ ଗୁରୁତର"

ରବିଧାନ ସଂଗ୍ରହ ପାଇଁ ଡିଏଲପିସି ବୈଠକ, ଚାଷୀ ପ୍ରତିନିଧିତ୍ୱ କମିଯିବାରୁ ଚାଷୀ ଅସନ୍ତୋଷ

କଳାହାଣ୍ଡି-୧୫/୫ (ଓଡିଆ ପୁଅ/ଦୁଷ୍ମନ୍ତ କୁମାର ପଣ୍ଡା) କଳାହାଣ୍ଡି ଜିଲ୍ଲାପାଳଙ୍କ ସଦଭାବନା ସଭାଗୃହରେ ଜିଲ୍ଲା ସ୍ତରୀୟ ଧାନ ସଂଗ୍ରହ ପାଇଁ ଉଦ୍ଧିଷ୍ଟ ଡିଏଲପିସି ବୈଠକ ନୂତନ ଜିଲ୍ଲାପାଳ ଅଞ୍ଜନ କୁମାର ମାଣିକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଚଳିତ ରବିଋତୁରେ ଜିଲ୍ଲାରୁ ୫ଲକ୍ଷ ୮୦ ହଜାର କ୍ୱିଂଟାଲ ଚାଉଲ ପାଇଁ ୮ଲକ୍ଷ ୫୨ ହଜାର ୯୩ କ୍ୱିଂଟାଲ ଧାନ ସଂଗ୍ରହ କରାଯିବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିବା ଜଣାପଡିଛି। ଭବାନୀପାଟଣା ଉପଜିଲ୍ଲାପାଳ ସୁକାନ୍ତ ତ୍ରୀପାଠୀ, ଧର୍ମଗଡ ଉପଜିଲ୍ଲାପାଳ ୟେଦୁଲ୍ଲା ବିଜୟ, ଜିଲ୍ଲା ଯୋଗାଣ ଅଧିକାରୀ ଶିବ ପ୍ରସାଦ ଦୋରା ପ୍ରମୂଖ ଯୋଗଦାନ କରି ଧାନ ସଂଗ୍ରହ ଉପରେ ବୋସ୍ତୃତ ଭାବେ ଆଲୋଚନା କରିଥିଲେ। କଳାହାଣ୍ଡି ଜିଲ୍ଲାରେ ଗତ ଖରିଫ…

"ରବିଧାନ ସଂଗ୍ରହ ପାଇଁ ଡିଏଲପିସି ବୈଠକ, ଚାଷୀ ପ୍ରତିନିଧିତ୍ୱ କମିଯିବାରୁ ଚାଷୀ ଅସନ୍ତୋଷ"

ଆଂଚଳିକ କୃଷି ଗବେଷଣା କେନ୍ଦ୍ର ଉପଦେଷ୍ଠା ପରିଷଦ ବୈଠକ, ଅଗ୍ରଣୀ ଓ ପାମ୍ପରିକ ଚାଷୀଙ୍କୁ ଉପେକ୍ଷା

କଳାହାଣ୍ଡି- ୧୫/୫ (ଓଡିଆ ପୁଅ/ଦୁଷ୍ମନ୍ତ କୁମାର ପଣ୍ଡା) ଓଡିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ଭବାନୀପାଟଣା ସ୍ଥିତ ଆଂଚଳିକ କୃଷି ଗବେଷଣା ଓ ପ୍ରଯୁକ୍ତି ବିଦ୍ୟା ସମ୍ପ୍ରସାରଣ କେନ୍ଦ୍ର ସଭା ଗୃହରେ ମଣ୍ଡଳସ୍ତରୀୟ ଗବେଷଣା ଓ ସମ୍ପ୍ରସାରଣ ଉପଦେଷ୍ଟା ପରିଷଦ ବୈଠକ ଅନୁଷ୍ଠିତ ହୋଇଯାଇଛି। ଗବେଷଣା କେନ୍ଦ୍ରର ମୁଖ୍ୟ ପ୍ରଫେସର ଚନ୍ଦ୍ରମଣି ଖଣ୍ଡାଙ୍କର ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ କଳାହାଣ୍ଡି ଅତିରିକ୍ତ ଜିଲ୍ଲାପାଳ ଚନ୍ଦ୍ରମଣୀ ବଡନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଜିଲ୍ଲା ଉପନିର୍ଦ୍ଦେଶକ ବିମ୍ବାଧର ସେଠୀ, କୃଷି ମହାବିଦ୍ୟାଳୟର ସହେଯାଗୀ ଅଧ୍ୟକ୍ଷ ପ୍ରଫେସର ଶାନ୍ତନୁ କୁମାର ମହାନ୍ତି, ଜିଲ୍ଲା କୃଷି ଉପନିର୍ଦ୍ଦେଶକ ଲକ୍ଷ୍ମଣ କୁମାର ପାଲଟାସିଂ, ଉଦ୍ୟାନ କୃଷି…

"ଆଂଚଳିକ କୃଷି ଗବେଷଣା କେନ୍ଦ୍ର ଉପଦେଷ୍ଠା ପରିଷଦ ବୈଠକ, ଅଗ୍ରଣୀ ଓ ପାମ୍ପରିକ ଚାଷୀଙ୍କୁ ଉପେକ୍ଷା"

ଆଦିବାସୀ ଅଂଚଳରେ ପୋଲିସର ଜନସଂପର୍କ ଅଭିଯାନ: ନିର୍ବାଚିତ ପ୍ରିତିନିଧି ଓ ଗଣମାଧ୍ୟମ ଉପେକ୍ଷା ଅଭିଯୋଗ

କଳାହାଣ୍ଡି- ୮-୫ (ଓଡିଆ ପୁଅ/ଦୁଷ୍ମନ୍ତ କୁମାର ପଣ୍ଡା) କଳାହାଣ୍ଡି ଜିଲ୍ଲାରେ କ୍ରମବର୍ଦ୍ଧୀଷ୍ଣୁ ମାଓ ଗତିବିଧିକୁ ଆଖି ଆଗରେ ରଖି ପୋଲିସ ପ୍ରଶାସନ ପକ୍ଷରୁ ଜନସାଧାରଣଙ୍କ ସହିତ ସିଧାସଳଖ ସଂପର୍କ ସ୍ଥାପନ କରିବା ଉଦ୍ଦେଶ୍ୟରେ ବିଭିନ୍ନ ସ୍ଥାନରେ ଜନସଂପର୍କ ଶିବିର ମାନ ଆୟୋଜନ କରାଯାଇଥିବାର ଜଣାପଡିଛି। କଳାହାଣ୍ଡି ଜିଲ୍ଲାର ଭବାନୀପାଟଣା ସଦର ଥାନା,ଜୁନାଗଡ ଥାନା,ଥୁ-ରାମପୁର ଥାନା,ମ-ରାମପୁର ଥାନା,କର୍ଲାମୁଣ୍ଡା ଥାନା,କେଗାଁ ଥାନା,ଗୋଲାମୁଣ୍ଡା ଥାନା,ଜୟପାଟଣା ଥାନା,ଆମପାଣି ଥାନା ଆଦି ବିଭିନ୍ନ ଥାନା ଅଂଚଳରେ ଗତ ଦୁଇ/ତିନି ବର୍ଷ ହେବ ମାଓ ଗତିବିଧି କ୍ରମଶଃ ବୃଦ୍ଧି ପାଉଥିବାର ଅଭିଯୋଗ ହେଉଛି। କେତେକାଂଶରେ ମାଓବାଦୀ/ନକ୍ସଲ ଙ୍କ ବିଭିନ୍ନ ଲାଲସାରେ ପଡି ସ୍ଥାନୀୟ ନୀରିହ ଯୁବକ ଯୁବତୀ ମାନେ ମାଓ/ନକ୍ସଲ ସଂଗଠନ ପ୍ରତି ଆକୃଷ୍ଟ…

"ଆଦିବାସୀ ଅଂଚଳରେ ପୋଲିସର ଜନସଂପର୍କ ଅଭିଯାନ: ନିର୍ବାଚିତ ପ୍ରିତିନିଧି ଓ ଗଣମାଧ୍ୟମ ଉପେକ୍ଷା ଅଭିଯୋଗ"

ଖରିଫ ଚାଷ ପାଇଁ କଳାହାଣ୍ଡିରେ ପ୍ରସ୍ତୃତି ବୈଠକ, ପ୍ରକୃତ ଚାଷୀଙ୍କୁ ଅଣଦେଖା ଅଭିଯୋଗ

କଳାହାଣ୍ଡି-୮/୫ (ଓଡିଆ ପୁଅ/ଦୁଷ୍ମନ୍ତ କୁମାର ପଣ୍ଡା)କଳାହାଣ୍ଡି ଜିଲ୍ଲାରେ ଆଗାମୀ ଖରିଫ ୨୦୧୭ ଚାଷ ପାଇଁ ଏକ କାର୍ଯ୍ୟ ଖସଡା ପ୍ରସ୍ତୃତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଅତିରିକ୍ତ ଜିଲ୍ଲାପାଳ ଚନ୍ଦ୍ରମଣି ବଡନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଜିଲ୍ଲା କୃଷି ଉପନିର୍ଦ୍ଦେଶକ ଲକ୍ଷ୍ମଣ କୁମାର ପାଲଟାସିଂ, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶକ ଶଶାଙ୍କ ଶେଖର ଦାସ, ଇନ୍ଦ୍ରାବତୀ ଦକ୍ଷିଣ କେନାଲର ନିର୍ବାହୀ ଯନ୍ତ୍ରୀ ଲଡୁ କେଶରୀ ସାବତ ପ୍ରମୂଖ ଅଂଶ ଗ୍ରହଣ କରିଥିଲେ। କୃଷି ଉପନିର୍ଦ୍ଦେଶକ ଜିଲ୍ଲାରେ ଆଗାମୀ ଖରିଫ ୨୦୧୭ ଋତୁରେ ଚାଷ କାର୍ଯ୍ୟ ସମ୍ବନ୍ଧୀୟ ତଥ୍ୟ ଉପସ୍ଥାପନ କରିଥିଲେ। ଆସନ୍ତା ଖରିଫ ଋତୁରେ ଜିଲ୍ଲାସାରା ୧୮୫୩୫୩ ହେକ୍ଟର ଜମିରେ ଧାନ ଚାଷ…

"ଖରିଫ ଚାଷ ପାଇଁ କଳାହାଣ୍ଡିରେ ପ୍ରସ୍ତୃତି ବୈଠକ, ପ୍ରକୃତ ଚାଷୀଙ୍କୁ ଅଣଦେଖା ଅଭିଯୋଗ"

କଳାହାଣ୍ଡିରେ ତିନି କୋଟି ଟଙ୍କା ମୂଲ୍ୟର ଗଞ୍ଜେଇ ଜବତ

କଳାହାଣ୍ଡି-୩୦/୪ (ଓଡିଆ ପୁଅ/ଦୁଷ୍ମନ୍ତ କୁମାର ପଣ୍ଡା) କଳାହାଣ୍ଡି ଜିଲ୍ଲା ମଧ୍ୟ ଦେଇ ଅନ୍ୟ ରାଜ୍ୟକୁ ଟ୍ରକ ଯୋଗେ ଗଞ୍ଜେଇ ଚୋରାଚାଲାଣ ହେଉଥିବା ବେଳେ ଭବାନୀପାଟଣା ଠାରେ ଦୁର୍ଘଟଣାଗ୍ରସ୍ତ ହୋଇ ଧରାପଡିଛି। ପୋଲିସ ଏବଂ ଅବକାରୀ ବିଭାଗ ତରଫରୁ ଆକଳନ ଅନୁସାରେ ଏହି ଗଞ୍ଜେଇ ର ମୂଲ୍ୟ ପ୍ରାୟ ଦେଢ କୋଟିରୁ ଉର୍ଦ୍ଧ୍ୱ ହେବ ବୋଲି ଜଣାପଡିଛି। ଘଟଣାରୁ ପ୍ରକାଶ ଯେ, ଭବାନୀପାଟଣା ସଦର ଥାନା ଅଧୀନସ୍ଥ ଦେପୁର ଠାରେ ୟୁପି-୭୧-ଟ-୧୨୭୬ ନମ୍ବର ର ଏକ ଟ୍ରକ ସହିତ ଓଆର ୧୦ ଏଫ ୬୫୭୬ ନମ୍ବର ର ଏକ ବୋଲେରୋ ଧକ୍କା ହୋଇ ଦୁର୍ଘଟଣାଗ୍ରସ୍ତ ହୋଇ ବୋଲେରୋଟି ରାସ୍ତା କଢକୁ ଛିଟିକି ପଡିଥିଲା। ବୋଲେରୋ ଗାଡିରେ ଥିବା…

"କଳାହାଣ୍ଡିରେ ତିନି କୋଟି ଟଙ୍କା ମୂଲ୍ୟର ଗଞ୍ଜେଇ ଜବତ"