କଳାହାଣ୍ଡି ଜିଲ୍ଲାରେ ଅଙ୍ଗନୱାଡି କର୍ମୀଙ୍କ ଆନ୍ଦୋଳନ ଅବ୍ୟାହତ ୨୨୪୭ ଟି କେନ୍ଦ୍ରର ୧, ୧୧, ୧୨୬ ହିତାଧିକାରୀ ପ୍ରଭାବିତ

କଳାହାଣ୍ଡି -୬-୫ (ଓଡିଆ ପୁଅ/ଦୁଷ୍ମନ୍ତ କୁମାର ପଣ୍ଡା) ରାଜ୍ୟର ମହିଳା ଓ ଶିଶୁ ବିକାଶ ଯୋଜନା ଅନ୍ତର୍ଗତ ଅଙ୍ଗନୱାଡି କେନ୍ଦ୍ର ଗୁଡିକରେ କାମ କରୁଥିବା ଅଙ୍ଗନୱାଡି କର୍ମୀ ଓ ସହାୟୀକାମାନେ ସେମାନଙ୍କର ଦରମା ବୃଦ୍ଧି, ପଦୋନ୍ନତି, ତୁରନ୍ତ ଖାଲିଥିବା ଅଙ୍ଗନୱାଡି ପଦ ପୂରଣ, ମିନି ଅଙ୍ଗନୱାଡିମାନଙ୍କୁ ଅଙ୍ଗନୱାଡି ଭାବେ ନିଯୁକ୍ତି ଦେବା, ଅଙ୍ଗନୱାଡି କର୍ମୀ ଓ ସହୟୀକାମାନଙ୍କୁ ସରକାରୀ ଘୋଷଣା କରିବା ତଥା ଚାକିରୀରୁ ଅବସର ପରେ ପେନସନ ଦେବା ଆଦି ବିଭିନ୍ନ ଦାବୀ ନେଇ ଅଲ ଓଡିଶା ଲେଡିଜ ୱାର୍କରସ୍ ଏସୋସିଏସନ ଡାକରାରେ କଳାହାଣ୍ଡି ଜିଲ୍ଲାରେ ମଧ୍ୟ ମେ ମାସ ୧ ତାରିଖଠାରୁ କାର୍ଯ୍ୟବନ୍ଦ ଆନ୍ଦୋଳନ ଚାଲୁରହିଛି। କଳାହାଣ୍ଡି ଜିଲ୍ଲାର ୧୩ ଟି ବ୍ଲକ…

"କଳାହାଣ୍ଡି ଜିଲ୍ଲାରେ ଅଙ୍ଗନୱାଡି କର୍ମୀଙ୍କ ଆନ୍ଦୋଳନ ଅବ୍ୟାହତ ୨୨୪୭ ଟି କେନ୍ଦ୍ରର ୧, ୧୧, ୧୨୬ ହିତାଧିକାରୀ ପ୍ରଭାବିତ"

ଆଦିବାସୀ ଅଂଚଳରେ ପୋଲିସର ଜନସଂପର୍କ ଅଭିଯାନ – ନିର୍ବାଚିତ ପ୍ରିତିନିଧି ଓ ଗଣମାଧ୍ୟମ ଉପେକ୍ଷା ଅଭିଯୋଗ

କଳାହାଣ୍ଡି-୬/୫ (ଓଡିଆ ପୁଅ/ଦୁଷ୍ମନ୍ତ କୁମାର ପଣ୍ଡା) କଳାହାଣ୍ଡି ଜିଲ୍ଲାରେ କ୍ରମବର୍ଦ୍ଧୀଷ୍ଣୁ ମାଓ ଗତିବିଧିକୁ ଆଖି ଆଗରେ ରଖି ପୋଲିସ ପ୍ରଶାସନ ପକ୍ଷରୁ ଜନସାଧାରଣଙ୍କ ସହିତ ସିଧାସଳଖ ସଂପର୍କ ସ୍ଥାପନ କରିବା ଉଦ୍ଦେଶ୍ୟରେ ବିଭିନ୍ନ ସ୍ଥାନରେ ଜନସଂପର୍କ ଶିବିର ମାନ ଆୟୋଜନ କରାଯାଇଥିବାର ଜଣାପଡିଛି। କଳାହାଣ୍ଡି ଜିଲ୍ଲାର ଭବାନୀପାଟଣା ସଦର ଥାନା, ଜୁନାଗଡ ଥାନା, ଥୁ-ରାମପୁର ଥାନା, ମ-ରାମପୁର ଥାନା, କର୍ଲାମୁଣ୍ଡା ଥାନା, କେଗାଁ ଥାନା, ଗୋଲାମୁଣ୍ଡା ଥାନା, ଜୟପାଟଣା ଥାନା, ଆମପାଣି ଥାନା ଆଦି ବିଭିନ୍ନ ଥାନା ଅଂଚଳରେ ଗତ ଦୁଇ/ତିନି ବର୍ଷ ହେବ ମାଓ ଗତିବିଧି କ୍ରମଶଃ ବୃଦ୍ଧି ପାଉଥିବାର ଅଭିଯୋଗ ହେଉଛି। କେତେକାଂଶରେ ମାଓବାଦୀ/ନକ୍ସଲ ଙ୍କ ବିଭିନ୍ନ ଲାଲସାରେ ପଡି ସ୍ଥାନୀୟ ନୀରିହ…

"ଆଦିବାସୀ ଅଂଚଳରେ ପୋଲିସର ଜନସଂପର୍କ ଅଭିଯାନ – ନିର୍ବାଚିତ ପ୍ରିତିନିଧି ଓ ଗଣମାଧ୍ୟମ ଉପେକ୍ଷା ଅଭିଯୋଗ"

କଳାହାଣ୍ଡିର ପଂଚାୟତ ପ୍ରତିନିଧି ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ

କଳାହାଣ୍ଡି-୭/୫ (ଓଡିଆ ପୁଅ/ଦୁଷ୍ମନ୍ତ କୁମାର ପଣ୍ଡା)-ଗତ ତ୍ରୀସ୍ତରୀୟ ପଂଚାୟତ ନିର୍ବାଚନ ପରେ ଶାସକ ବିଜେଡି ପକ୍ଷରୁ କ୍ରମାନ୍ୱୟରେ ଜିଲ୍ଲାୱାରୀ ପଂଚାୟତ ପ୍ରତିନିଧି ମାନଙ୍କୁ ରାଜଧାନୀକୁ ଡକାଇ ସ୍ଥିତି ନେଇ ସମୀକ୍ଷା କରିଥିବା ଜଣାପଡିଛି। କଳାହାଣ୍ଡି ଜିଲ୍ଲାର ନବନିର୍ବାଚିତ ପଂଚାୟତ ପ୍ରତିନିଧିମାନେ ଇତିମଧ୍ୟରେ ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରି ସାଂପ୍ରତିକ ପରିସ୍ଥିତି ସଂପର୍କରେ ସାମନା ସାମନି ଆଲୋଚନା କରିଥିବା ପ୍ରକାଶ। କଳାହାଣ୍ଡି ଜିଲ୍ଲାର ସମସ୍ତ ବ୍ଲକ ଅଂଚଳର ଅଧିକାଂଶ ସରପଂଚ, ସମିତି ସଭ୍ୟ, ତଥା ଏକମାତ୍ର ଜିଲ୍ଲା ପରିଷଦ ସଭ୍ୟ ଏହି ସମୀକ୍ଷା ବୈଠକରେ ଯୋଗ ଦେଇ କଳାହାଣ୍ଡିରୁ ପ୍ରତିନିଧିତ୍ୱ କରୁଥିବା ସମସ୍ତ ବିଧାୟକ ଓ ସାଂସଦଙ୍କ ଉପସ୍ଥିତିରେ ମୁଖ୍ୟମନ୍ତ୍ରୀଙ୍କୁ ଜିଲ୍ଲାରେ ଦେଖାଦେଇଥିବା ବିଭିନ୍ନ ସମସ୍ୟା ସଂପର୍କରେ…

"କଳାହାଣ୍ଡିର ପଂଚାୟତ ପ୍ରତିନିଧି ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ"

ବିବାଦରେ କଳାହାଣ୍ଡିର ଆଦିବାସୀ ସ୍ୱାଧୀନତା ସଂଗ୍ରାମୀ ଶହୀଦ ରେଣ୍ଡୋ ମାଝୀ, ନକଲି ଦାୟାଦଙ୍କୁ ପ୍ରଧାନମନ୍ତ୍ରୀଙ୍କ ସମ୍ବର୍ଦ୍ଧନା ଅଭିଯୋଗ

କଳାହାଣ୍ଡି ୭/୫ (ଓଡିଆ ପୁଅ/ଦୁଷ୍ମନ୍ତ କୁମାର ପଣ୍ଡା) ଦେଶ ସ୍ୱାଧୀନତାର ଦୀର୍ଘ ବର୍ଷ ପରେ କଳାହାଣ୍ଡି ଭଲି ଏକ ପଛୁଆ ଜିଲ୍ଲାର ସର୍ବ ପ୍ରଥମ ସ୍ୱାଧୀନତା ସଂଗ୍ରାମୀ ଆଦିବାସୀ ରେଣ୍ଡୋ ମାଝୀଙ୍କ ପ୍ରତି ସମ୍ମାନ ଜଣାଇବା ପାଇଁ ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ଓଡିଶା ଗସ୍ତ ସମୟରେ ପଦକ୍ଷେପ ନିଆ ଯାଇଥିଲା। ହେଲେ ଶହୀଦ ରେଣ୍ଡୋ ମାଝୀଙ୍କ ପ୍ରକୃତ ଦାୟାଦଙ୍କ ବଦଳରେ ଅନ୍ୟମାନଙ୍କୁ ସେଥିରେ ସମ୍ମାନୀତ କରାଯାଇଥିବା ନେଇ କଳାହାଣ୍ଡିରେ ତୀବ୍ର ପ୍ରତିକ୍ରୀୟା ପ୍ରକାଶ ପାଇବାରେ ଲାଗିଛି। ସୂଚନା ଯୋଗ୍ୟଯେ, ଦେଶ ପାଇଁ ଗୋରା ସରକାର ସହ ଲଢେଇ କରି କଳାହାଣ୍ଡିର ଆଦିବାସୀ ନେତା ୧୮୫୫ ମସିହାରେ ପ୍ରାଣ ହରାଇଥିବା ଐତିହାସିକ ମତ ରହିଛି। ଜଣେ ଆଦିବାସୀ କୁଟିଆ…

"ବିବାଦରେ କଳାହାଣ୍ଡିର ଆଦିବାସୀ ସ୍ୱାଧୀନତା ସଂଗ୍ରାମୀ ଶହୀଦ ରେଣ୍ଡୋ ମାଝୀ, ନକଲି ଦାୟାଦଙ୍କୁ ପ୍ରଧାନମନ୍ତ୍ରୀଙ୍କ ସମ୍ବର୍ଦ୍ଧନା ଅଭିଯୋଗ"

କର୍ଲାପାଟ ଅଭୟାରଣ୍ୟରେ ପୋଡୁଚାଷ; ପରିବେଶ ଅସନ୍ତୁଳିତ ଆଶଙ୍କା

କଳାହାଣ୍ଡି- ୨୬-୪ (ଓଡ଼ିଆ ପୁଅ/ଦୁଷ୍ମନ୍ତ କୁମାର ପଣ୍ଡା) -କଳାହାଣ୍ଡି ଜିଲ୍ଲାର ପରିବେଶ ସନ୍ତୁଳନ କ୍ଷେତ୍ରରେ ପ୍ରମୂଖ ଭୂମିକା ନେଉଥିବା କର୍ଲାପାଟ ଅଭୟାରଣ୍ୟ ଏବେ ପୋଡୁଚାଷ ଯୋଗୁଁ ଶ୍ରୀହୀନ ହେବା ସହ ପରିବେଶ ଅସନ୍ତୁଳିତ ହେବାର ଆଶଙ୍କା ଦେଖାଦେଇଛି। ଜୈବ ବିବିଧତା ପାଇଁ ଭୌଗୋଳିକ ମାନଚିତ୍ରରେ ଏହି କର୍ଲାପାଟ ଅଭୟାରଣ୍ୟ କଳାହାଣ୍ଡି ଜିଲ୍ଲା କାହିଁକି ସମଗ୍ର ଓଡିଶାରେ ଏକ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିବା ସହିତ ପରିବେଶବିତ ମାନଙ୍କ ସ୍ୱତନ୍ତ୍ର ଦୃଷ୍ଟି ଆକର୍ଷଣ କରିଛି। ଭୌଗୋଳିକ ମାନଚିତ୍ରରେ ବିଷୁବ ମଣ୍ଡଳୀୟ ପୂର୍ବଘାଟ ପର୍ବତମାଳାର ଅଂଶ ବିଶେଷ ଏହି ଅଭୟାରଣ୍ୟ ୧୭୫ କି.ମି.ପରିବ୍ୟାପ୍ତ। ଏହି ଅଭୟାରଣ୍ୟ ମଧ୍ୟରେ ଅନେକ ଔଷଧିୟ ବୃକ୍ଷ,ଜଙ୍ଗଲଜାତ ଦ୍ରବ୍ୟ ଓ ମୂଲ୍ୟବାନ ଗଛ ସମେତ…

"କର୍ଲାପାଟ ଅଭୟାରଣ୍ୟରେ ପୋଡୁଚାଷ; ପରିବେଶ ଅସନ୍ତୁଳିତ ଆଶଙ୍କା"

ପ୍ରବଳ ଉତାପରେ ଶିଝୁଛି କଳାହାଣ୍ଡି,ଜନଜୀବନ ଅସ୍ତବ୍ୟସ୍ତ

କଳାହାଣ୍ଡି- ୨୬-୪ (ଓଡ଼ିଆ ପୁଅ/ଦୁଷ୍ମନ୍ତ କୁମାର ପଣ୍ଡା) -କଳାହାଣ୍ଡି ଜିଲ୍ଲାରେ ସଂପ୍ରତି ପ୍ରବଳ ଗ୍ରୀଷ୍ମ ପ୍ରବାହ ଜନିତ ଉତାପ ଯୋଗୁଁ ଜନଜୀବନ ଅସ୍ତ ବ୍ୟସ୍ତ ହୋଇପଡିଥିବା ଜଣାପଡିଛି। ମାର୍ଚ୍ଚ ମାସ ଶେଷ ସପ୍ତାହ ରୁ ଗ୍ରୀଷ୍ମ ପ୍ରବାହ ଆରମ୍ଭ ହେବା ପରେ କ୍ରମଶଃ ଏହା ବଢି ବଢି ୪୩ ଡିଗ୍ରୀ କୁ ପାରଦ ଛୁଇଁଲାଣି। ଦିନ ନଅଟା ପରଠାରୁ ଲୋକେ ଘରୁ ବାହାରକୁ ବାହାରିବା ମୁସ୍କିଲ ହୋଇପଡିଛି। ମଧ୍ୟାହ୍ନରେ ରାସ୍ତାଘାଟ ଶୂନଶାନ ହୋଇପଡୁଛି। ପ୍ରବଳ ଗରମ ସାଙ୍ଗକୁ ଅଧୀକାଂଶ ସମୟ ବିଦ୍ୟୁତ କାଟ ସମସ୍ୟା ଜନଜୀବନକୁ ଅସ୍ତବ୍ୟସ୍ତ କରିପକାଉଛି। ଗତ ୧୫ ଦିନ ହେବ ଭବାନୀପାଟଣା ସହରରେ ତାପମାତ୍ରା ୪୦ରୁ ୪୩ ଡିଗ୍ରୀ ହେଉଥିବା ବେଳେ…

"ପ୍ରବଳ ଉତାପରେ ଶିଝୁଛି କଳାହାଣ୍ଡି,ଜନଜୀବନ ଅସ୍ତବ୍ୟସ୍ତ"