ଯାଜପୁର: ସମସ୍ୟାରେ ଉବୁଟୁବୁ ତ୍ରୀଜଙ୍ଗା ବିସ୍ଥାପିତ କଲୋନୀବାସୀ…

ଯାଜପୁର-୧୯/୫(ଓଡିଆ ପୁଅ/ଏ.ରାଉତ) କଳିଙ୍ଗ ନଗରରେ ସ୍ଥାପିତ ହୋଇଥିବା ବିଭିନ୍ନ ଶିଳ୍ପ ପାଇଁ ହଜାର ହଜାର ସାଧାରଣ ଜନତା ନିଜନିଜ ଭିଟାମାଟି ହରାଇ ବିସ୍ଥାପିତ ହୋଇଥିଲେ। ସେମାନଙ୍କ ମଧ୍ୟରୁ ଦାନଗଦି ବ୍ଲକ କାର୍ଯ୍ୟାଳୟ ନିକଟରେ ଇଡକୋ ପକ୍ଷରୁ ସ୍ଥାପିତ ହୋଇଥିବା ତ୍ରିଜଙ୍ଗା ବିସ୍ଥାପିତ କଲୋନୀରେ ବହୁ ବିସ୍ଥାପିତଙ୍କୁ ବାସସ୍ଥାନ ସରକାରଙ୍କ ପକ୍ଷରୁ ଯୋଗାଇ ଦିଆଯାଇଥିଲା। ୧୯୯୪ ମସିହାରେ ପ୍ରଥମେ ମେସ୍କୋ ଶିଳ୍ପ ପାଇଁ ବିସ୍ତାପିତ ହୋଇଥିବା ବ୍ୟକ୍ତିଙ୍କ ପରିବାରକୁ ଏହି କଲୋନୀରେ ଥଇଥାନ କରାଯାଇଥିଲା। ଏହାପରେ ଏହି କଲୋନୀରେ ଟାଟା, ଜିନ୍ଦଲ ଓ ବିଆରପିଏଲ କମ୍ପାନୀ ପାଇଁ ବିସ୍ଥାପିତ ହୋଇଥିବା ଜନସାଧାରଣଙ୍କୁ ସ୍ଥାନିତ କରାଯାଇଥିଲା। ବର୍ତ୍ତମାନ ଏହି କଲେନୀରେ ୩ ହଜାରରୁ ଅଧିକ ଜନସାଧାରଣ ବାସକରୁଛନ୍ତି। ନିର୍ମାଣ…

"ଯାଜପୁର: ସମସ୍ୟାରେ ଉବୁଟୁବୁ ତ୍ରୀଜଙ୍ଗା ବିସ୍ଥାପିତ କଲୋନୀବାସୀ…"

ବିଶିଷ୍ଟ ସିନେମାଟୋଗ୍ରାଫର ଶିବୁ ପୃଷ୍ଟିଙ୍କୁ ସମ୍ବର୍ଦ୍ଧନା

ଯାଜପୁର-୧୮/୩ (ଓଡିଆ ପୁଅ/ଏ.ରାଉତ) ବିଶିଷ୍ଟ ସିନେମାଟୋଗ୍ରାଫର ଶିବୁ ପୃଷ୍ଟିଙ୍କୁ ଜିଲ୍ଲାପାଳ ରଂଜନ କୁମାର ଦାସ ଗୁରୁବାର ପୂର୍ବାହ୍ନରେ ଜିଲ୍ଲାପାଳଙ୍କ ଆବାସିକ କାର୍ଯ୍ୟାଳୟରେ ସମ୍ବର୍ଦ୍ଧତ କରିଛନ୍ତି। ରାଷ୍ଟ୍ରପତିଙ୍କ ଦ୍ୱାରା ରଜତ କମଳ ପୁରସ୍କାର ପ୍ରାପ୍ତ ଶ୍ରୀ ପୃଷ୍ଟି ‘ଦ ଲର୍ଡ ଅଫ୍ ୟୁନିଭର୍ସ’ ଚଳଚିତ୍ର ପାଇଁ ବେଶ୍ ପ୍ରସଂଶିତ ହୋଇଥିଲେ। ଯାଜପୁର ଜିଲ୍ଲାର ବଡଚଣା ବ୍ଲକ ଅନ୍ତର୍ଗତ ବାଲିପଡିଆ ଗ୍ରାମରେ ଜନ୍ମଲାଭ କରିଥିବା ଶ୍ରୀ ପୃଷ୍ଟି ଚଳଚିତ୍ର ନିର୍ମାଣ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟକରି ଜିଲ୍ଲା ପାଇଁ ଗର୍ବ ଆଣି ଦେଇଛନ୍ତି ବୋଲି ଜିଲ୍ଲାପାଳ ଶ୍ରୀ ଦାସ ସମ୍ବର୍ଦ୍ଧନା ଅବସରରେ ପ୍ରକାଶ କରିଥିଲେ। ଜିଲ୍ଲା ସଂସ୍କୃତି ପରିଷଦ ପକ୍ଷରୁ ଶ୍ରୀ ପୃଷ୍ଟିଙ୍କୁ ଉପଢ଼ୈାକନ, ମାନପତ୍ର ଓ ପୁଷ୍ପଗୁଛ ଦେଇ…

"ବିଶିଷ୍ଟ ସିନେମାଟୋଗ୍ରାଫର ଶିବୁ ପୃଷ୍ଟିଙ୍କୁ ସମ୍ବର୍ଦ୍ଧନା"

ଟୋପାଏ ପାଣି ପାଇଁ ଯାଜପୁର ଜିଲ୍ଲାରେ ହାହାକାର

– ଲକ୍ଷ୍ୟ ଧାର୍ଯ୍ୟ ୨୦ରୁ ଗୋଟିଏ ବି ପାଇପ ଜଳଯୋଗାଣ ପ୍ରକଳ୍ପରୁ ଲୋକେ ପାଣି ପାଇଲେ ନାହିଁ – ଜିଲ୍ଲାର ୩୧୧ ପଂଚାୟତରେ ଥିବା ୨୯୩ ଟି ପାଇନ ଜଳ ଯୋଗାଣ ପକଳ୍ପ ମଧ୍ୟରୁ ୧୦୧ ଅଚଳ – ୧୦ଟି ବ୍ଳକରେ ବସିଥିବା ୧୬୬୭୬ ଟି ନଳକୂପ ମଧ୍ୟରୁ ୫ ହଜାରରୁ ଉର୍ଦ୍ଧ ଅଚଳ ଯାଜପୁର, ୧୭/୫ (ଓଡ଼ିଆ ପୁଅ/ମାନସ ରାଉତ) ପ୍ରଖର ଗ୍ରୀଷ୍ମ ପ୍ରବାହ ଯୋଗୁ ସମଗ୍ର ଯାଜପୁର ଜିଲ୍ଲାରେ ପାନୀୟ ଜଳପାଇଁ ହାହାକାର ପଡିଛି। ବ୍ରାହ୍ମଣୀ ନଦୀର ଜଳସ୍ରୋତ କମିଯିବା ଓ ଖଣି ଖାଦାନ କଳକାରାଖାନା ପ୍ରଭାବରେ ଜିଲ୍ଲାର ସମସ୍ତ ୧୦ଟି ବ୍ଲକରେ ଭୂତଳ ଜଳସ୍ତର ଆଶାତିତ ଭାବେ ନିମ୍ନଗାମୀ ହେବାରେ ଲାଗିଛି।…

"ଟୋପାଏ ପାଣି ପାଇଁ ଯାଜପୁର ଜିଲ୍ଲାରେ ହାହାକାର"

ସରକାରୀ ଯୋଜନା ବିଫଳ ଡହଡହ ଖରାରେ ଛୁଆକୁ ଧରି ଭିକ୍ଷା ମାଗୁଛି ମା’

ଯାଜପୁର,୧୭/୫ (ଓଡ଼ିଆ ପୁଅ/ମାନସ ରାଉତ)- ଡହଡହ ଖରାରେ ବଜାରଘାଟ ଶୂନଶାନ୍ ଥିବା ବେଳେ କାଖରେ ବର୍ଷକର ଛୁଆକୁ ଧରି ମା’ ଭିକ୍ଷା ମାଗୁଥିବାର ଦୃଶ୍ୟକୁ ଦେଖିଲେ ସରକାରଙ୍କ ଗରିବ କଲ୍ୟାଣ ଯୋଜନା ଫେଲ ମାରିଥିବା ଜଣାପଡୁଛି। ଛୋଟ ଶିଶୁମାନଙ୍କୁ ସମାଜର ମୁଖ୍ୟ ସ୍ରୋତକୁ ଆଣିବା ପାଇଁ ସରକାରଙ୍କ ପକ୍ଷରୁ ବିଭିନ୍ନ ଯୋଜନା ଯଥା ‘ସମସ୍ତେ ବଢ଼ନ୍ତୁ ସମସ୍ତେ ପଢ଼ନ୍ତୁ’, ‘ବେଟି ବଚାଓ’, ‘ମୁସ୍କାନ’ ଭଳି ଯୋଜନା ରହିଥିବା ବେଳେ ଏଥିରୁ ସାମନ୍ୟ ତମ ସୁଫଳ ମିଳୁନଥିବା ଏଥିରୁ ଜଣାଯାଉଛି। ବାସ୍ତବରେ ଏଭଳି ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଚଣ୍ଡିଖୋଲ ଛକରେ ଏକ ନିଦ୍ଧିଷ୍ଟ ହୋଟେଲ ସମ୍ମୁଖରେ। ୪୦ଡିଗ୍ରୀ ଖରାରେ କେତେକ ମା’ ନିଜର ଛୁଆଙ୍କୁ ଧରି…

"ସରକାରୀ ଯୋଜନା ବିଫଳ ଡହଡହ ଖରାରେ ଛୁଆକୁ ଧରି ଭିକ୍ଷା ମାଗୁଛି ମା’"

କମ୍ପନୀ ନାମରେ ଠକେଇ, ୨୦୦ ଏକର ଚାଷ ଜମି ପଡିଆ

ଯାଜପୁର, ୧୭/୫ (ଓଡିଆ ପୁଅ/ମାନସ ରାଉତ) ସରକାର ଚାଷୀମାନଙ୍କ ପାଇଁ ବିଭିନ୍ନ ଯୋଜନା ପ୍ରଣୟନ କରି ଚାଷ ଏବଂ ଚାଷୀଙ୍କ ବିକାଶ କରୁଥିବା ଡିଡିମ ପିଟୁଥିବା ବେଳେ ଚାଷୀମାନେ ଏଥିରୁ ସାମନ୍ୟତମ ଲାଭ ପାଉନଥିବା ଦେଖାଯାଉଛି। ଯାହାକୁ ନେଇ ରାଜ୍ୟରେ ଚାଷୀ ମୃତ୍ୟୁହାର ବଢ଼ୁଥିବା ସହିତ ଚାଷୀ ଚାଷ କରିବା ବଦଳରେ ଦାଦନ ମୁହାଁ ହେବାକୁ ବାଧ୍ୟ ହୋଇଛି। ନିୟମ ଅନୁଯାୟୀ ରାଜ୍ୟରେ ରହିଥିବା ଚାଷ ଜମି ପଡିଆ ରହିବ ନାହିଁ। ମାତ୍ର ଧର୍ମଶାଳା ତହସିଲ ଅଂଚଳରେ କମ୍ପାନୀ ନାମରେ ଚାଷୀଙ୍କ ଚାଷ ଜମି ଶାଗମାଛ ମୂଲ୍ୟରେ କିଣି ଦୀର୍ଘ ୨୦ବର୍ଷ ଧରି ତାକୁ ପଡିଆ ପକାଇ ରଖିଛନ୍ତି। ସୂଚନା ମୁତାବକ ଧର୍ମଶାଳା ତହସିଲର ଥାନୁଆଳ…

"କମ୍ପନୀ ନାମରେ ଠକେଇ, ୨୦୦ ଏକର ଚାଷ ଜମି ପଡିଆ"

୩ ଜଣଙ୍କ ମୃତ୍ୟୁ ପରେ ବେଆଇନ ମାଟି ଉଠାଣ ବନ୍ଦ ହେବା ନାଁ ଧରୁନି

ଯାଜପୁର, ୧୭/୫ (ଓଡିଆ ପୁଅ/ମାନସ ରାଉତ.) – କିଛିଦିନ ତଳେ ବେଆଇନ ମାଟି ବୋଝେଇ ଦ୍ୱାରା ଚଣ୍ଡିଖୋଲ ଛକ ସନ୍ନିକଟ ଶ୍ରୀରାମପୁର ଟୋଲପ୍ଳାଜା ୩ ଜଣଙ୍କର ପ୍ରାଣଗଲା ଓ ଅନ୍ୟ ଜଣେ ଗୁରୁତର ଆହାତ ହୋଇ ମେଡିକାଲରେ ଜୀବନ ସହ ସଂଗ୍ରାମ କରୁଥିବାର ଜଣାପଡିଛି। ସେଠାରେ ଜନସାଧାରଣଙ୍କ ଦ୍ୱାରା ରାସ୍ତା ଅବରୋଧ କରାଯାଇଥିଲା, ଦାବୀ ଥିଲା ବେଆଇନ ମାଟି ଉଠାଣକୁ ବନ୍ଦ କରିବା ପାଇଁ। ଦିନେ ଦୁଇଦିନ ମାଟି ଉଠାଣ ବନ୍ଦ ହେବା ପରେ ପୁନଶ୍ଚ ପ୍ରଶାସନର ଇଙ୍ଗିତରେ ସ୍ଥାନୀୟ କୁଜି ନେତାଙ୍କୁ ଧରି କିଛି ମୃଷ୍ଟିମେୟ ଲୋକ ବେଆଇନ ମାଟି ଖୋଳି ଶହ ଶହ ଟ୍ରିପ ଟ୍ରକ ଦ୍ୱାରା ଚାଲାଣ କରୁଛନ୍ତି ବୋଲି ସାଧାରଣରେ…

"୩ ଜଣଙ୍କ ମୃତ୍ୟୁ ପରେ ବେଆଇନ ମାଟି ଉଠାଣ ବନ୍ଦ ହେବା ନାଁ ଧରୁନି"

ପୋଖରୀରେ ବୁଡିଯାଇ ବୃଦ୍ଧାଙ୍କ ମୃତ୍ୟୁ

ଯାଜପୁର, ୧୭/୫ (ଓଡିଆ ପୁଅ/ମାନସ ରାଉତ) ଧର୍ମଶାଳା ଥାନା ଅନ୍ତର୍ଗତ ନେଉଳପୁର ବଡକେଉଟ ସାହିର ହରିହରି ଦଳାଇଙ୍କ ପତ୍ନୀ ପାଲି ଦଳାଇ (୭୮)ଙ୍କ ମଙ୍ଗଳବାର ଭୋର ସମୟରେ ପୋଖରୀରେ ବୁଡିଯିବା ଫଳରେ ତାଙ୍କର ମୃତ୍ୟୁ ହୋଇଥିବା ଜଣାଯାଇଛି। ସେ ନିକଟସ୍ଥ ଚମାରିଆ ପୋଖରୀକୁ ଗାଧାଇବାକୁ ଯାଇଥିବା ବେଳେ ଗଭୀରପାଣିରେ ବୁଡିଯାଇଥିଲେ ଓ ଘଟଣାସ୍ଥଳରେତାଙ୍କର ମୃତ୍ୟୁ ଘଟିଥିଲା। ଗ୍ରାମବାସୀ ତାଙ୍କର ଶବ ପାଣିରେ ଭାସୁଥିବା ବେଳେ ଉଦ୍ଧାର କରିଥିଲେ। ପରେ ବହଚଣା ଗୋଷ୍ଠିସ୍ୱାସ୍ଥ୍ୟକେନ୍ଦ୍ରରେ ଶବବ୍ୟବଚ୍ଛେଦ କରାଯାଇଥିଲା। ତାଙ୍କର ମୃତ୍ୟୁରେ ଗ୍ରାମରେ ଶୋକର ଛାୟା ଖେଳିଯାଇଛି। ତାଙ୍କ ପରିବାରକୁ ସରକାରୀ ସହାୟତା ଯୋଗାଇଦେବାକୁ ସରପଂଚ ଦିବାକର ବେହେରା ଓ ଗ୍ରାମବାସୀ ଦାବି କରିଛନ୍ତି।

"ପୋଖରୀରେ ବୁଡିଯାଇ ବୃଦ୍ଧାଙ୍କ ମୃତ୍ୟୁ"

ସରକାରୀ ଧାର୍ଯ୍ୟ ନିୟମକୁ ବଡଚଣା ବିଡିଓଙ୍କ ଉପେକ୍ଷା: ବିଭିନ୍ନ ମହଲରୁ ଅସନ୍ତୋଷ

ଯାଜପୁର,୧୩/୫(ଓଡିଆ ପୁଅ/ମାନସ ରାଉତ )- ବଡଚଣା ବ୍ଲକରେ ପଂଚାୟତ ରାଜ ନିମୟକୁ ବିଡିଓ ଉପେକ୍ଷା କରି ପଂଚାୟତ ସମିତି ବୈଠକ କରାଇବା ଓ ସେହି ବୈଠକରେ କେତକ ଅବଂଚିତ ଲୋକଙ୍କୁ ଗୁରୁତ୍ୱ ଦେଇ ବସାଇ ତାଙ୍କ ସମ୍ମୁଖରେ ଗୃହ ଭିତରର ସମସ୍ତ ଆଲୋଚନା କରାଇବା ପ୍ରସଙ୍ଗକୁ ନେଇ ଏବେ ବିଭିନ୍ନ ମହଲରୁ ଅସନ୍ତୋଷ ପ୍ରକାଶ ପାଇଛି। ପଂଚାୟତ ନିର୍ବାଚନ ପରେ ପ୍ରଥମ କରି ଶୁକ୍ରବାର ଦିନ ବଡଚଣା ବ୍ଳକରେ ଅନୁଷ୍ଠିତ ପଂଚାୟତ ସମିତି ବୈଠକରେ ଏଭଳି ବ୍ୟତିକ୍ରମ ଦେଖିବାକୁ ମିଳିଛି। ପଞ୍ଚାୟତରାଜ ନିୟମ ୧୯୫୯ର ଓଡିଶା ଆକ୍ଟ-୭ ର ୧୯୬୦ଧାରା ଅନୁଯାୟୀ ପଞ୍ଚାୟତ ସମିତିରେ ଅଧ୍ୟକ୍ଷ, ଉପାଧକ୍ଷ, ବିଡିଓ, ସରପଞ୍ଚ ଏବଂ ସମିତିସଭ୍ୟ/ସଭ୍ୟା ମାନଙ୍କ ସହ…

"ସରକାରୀ ଧାର୍ଯ୍ୟ ନିୟମକୁ ବଡଚଣା ବିଡିଓଙ୍କ ଉପେକ୍ଷା: ବିଭିନ୍ନ ମହଲରୁ ଅସନ୍ତୋଷ"

ସରକାରିଦଳର ମୁଖ୍ୟ ସଚେତକଙ୍କୁ ସ୍ୱାଗତ

ଯାଜପୁର, ୧୩/୦୫ (ଓଡିଆ ପୁଅ/ମାନସ ରାଉତ)- ବଡ଼ଚଣା ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଅମର ପ୍ରସାଦ ଶତପଥୀଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ବଟ୍ଟନାୟକ ସରକାରୀ ଦଳର ମୁଖ୍ୟ ସଚେତକ ଭାବେ ନିଯୁକ୍ତି କରିଥିବାରୁ ବଡ଼ଚଣା ଅଞ୍ଚର ବିଭିନ୍ନ ମହଲରେ ବିଧାୟକଙ୍କୁ ସ୍ୱାଗତ କରାଯାଇଛି। ବଡ଼ଚଣାରୁ ପାଞ୍ଚ ଥର ବିଧାୟକ ଭାବେ ଓଡିଶା ବିଧାନ ସଭାରେ ସଫଳତାର ସହ ପ୍ରତିନଧିତ୍ୱ କରି ନିଜର ପରିଚୟ ସୃଷ୍ଟି କରିପାରିଛନ୍ତି। ମଧ୍ୟବିତ ପରିବାରରେ ଜନ୍ମ ହୋଇ ଛାତ୍ର ଅବସ୍ଥାରୁ ଅନେକ ଘାତ ପ୍ରତିଘାତର ସମ୍ମୁଖୀନ ହୋଇ ନିଜର କର୍ତ୍ତବ୍ୟ ନିଷ୍ଠା ଏବଂ ସହନଶୀଳତା ପାଇଁ ବଡ଼ଚଣା ବାସୀଙ୍କର ପ୍ରିୟ ହେବା ସଙ୍ଗେ ସଙ୍ଗେ ଦଳର ମୁଖ୍ୟଙ୍କ ଆସ୍ଥାଭାଜନ ହୋଇ ପାରିଥିବା ବିଭିନ୍ନ…

"ସରକାରିଦଳର ମୁଖ୍ୟ ସଚେତକଙ୍କୁ ସ୍ୱାଗତ"

ମହାଖଳା ଅଙ୍ଗନୱାଡି-୨ କେନ୍ଦ୍ରରେ ସହୟିକା ନିଯୁକ୍ତି

ଯାଜପୁର, ୧୩/୦୫ (ଓଡିଆ ପୁଅ/ମାନସ ରାଉତ)-ବଡ଼ଚଣା ବ୍ଲକ ଭୂଷୁଣ୍ଡପୁର ପଞ୍ଚାୟତ ମହାଖଳା ଗ୍ରାମରେ ଅଙ୍ଗନୱାଡି-୨ର ସର୍ବାଧିକ ମତ ଥିବା ସଶ୍ମିତା ସାହୁଙ୍କୁ ସହାୟିକା ଭାବେ ନିଯୁକ୍ତି ଦିଆଯାଇଥିବା ସିଡିପିଓ-୧ ପ୍ରଣତି ଦାସ ପ୍ରକାଶ କରିଛନ୍ତି। ଏହି କେନ୍ଦ୍ରରେ ସହୟିକା ନିଯୁକ୍ତି ପାଇଁ ଝୁମିଲତା ସାହୁ ଏବଂ ସଶ୍ମିତା ସାହୁ ଦୁଇଜଣ ଆବେଦନ କରିଥିଲେ। ସମ୍ପୃକ୍ତ ଅଙ୍ଗନୱାଡି କେନ୍ଦ୍ରର ସମସ୍ତ ସଭ୍ୟ ସରପଞ୍ଚ ଯଜାତୀ କେଶରୀ ରାଉତ,ସମିତିସଭ୍ୟ ପାର୍ବତି ସେଠୀ ଏବଂ ସିଡିପିଓ-୧ ପ୍ରଣତି ଦାସଙ୍କ ଉପସ୍ଥିତିରେ ମତ ଗ୍ରହଣ କରାଯାଇଥିଲା। ଝୁମିଲତା ସପକ୍ଷରେ ୧୪ ଜଣ ମତ ଦେଇଥିବା ବେଳେ ସଶ୍ମିତାଙ୍କ ସପକ୍ଷରେ ୪୯ ଜଣ ମତ ଦେଇଥିଲେ ବୋଲି ସିଡିପିଓ-୧ ଶ୍ରୀମତି ଦାସ ପ୍ରକାଶ…

"ମହାଖଳା ଅଙ୍ଗନୱାଡି-୨ କେନ୍ଦ୍ରରେ ସହୟିକା ନିଯୁକ୍ତି"