ଦୋକାନରୁ ଚୋରି ଉଦ୍ୟମ ପଣ୍ଡ, ପୁଲିସ ଦେଖି ଦୁବୃର୍ତ୍ତ ଚମ୍ପଟ୍

ଯାଜପୁର,୧୮.୨(ଓଡିଆପୁଅ/ମାନସ ରାଉତ):- ଶନିବାର ବିଳମ୍ବିତ ରାତିରେ ଦୋକାନରେ ମାଲିକ ନଥିବା ସୁଯୋଗରେ କେହି ଦୁବୃତ୍ତ ଏକ ଡାଲା ଅଟୋରେ ଦୋକାନରୁ ଲକ୍ଷାଧିକ ଟଙ୍କାର ସାମଗ୍ରୀ ବୋଝେଇ କରି ନେବାକୁ ପ୍ରସ୍ତୁତ ଚଳାଇଥିବା ବେଳେ ରାତ୍ରିକାଳିନ ପାଟ୍ରୋଲିଂ କରୁଥିବା ପୁଲିସ ପହଞ୍ଚିବାରୁ ସମସ୍ତ ସାମଗ୍ରୀ ବୋଝେଇ ଅଟୋ ନମ୍ବର ଓଡି ୦୫ କେ-୦୪୨୧କୁ ଛାଡି ଦୁବୃତ୍ତମାନେ ଘଟଣାସ୍ଥଳରୁ ଚମ୍ପଟ ମାରିଛନ୍ତି । ବଡଚଣା ଥାନା ଅଧିନସ୍ଥ ବଡଚଣା-ଦର୍ପଣ ପୂର୍ତ୍ତ ବିଭାଗ ରାସ୍ତାର ଖଏରା ପୋଲ ନିକଟରେ ସେହି ଗ୍ରାମର ବୈକୁଣ୍ଠ ସାମଲଙ୍କ ଜଗନ୍ନାଥ ଭେରାଇଟ୍ ଷ୍ଟୋରରେ ଶନିବାର ରାତିରେ କେହି ଶୋଇନଥିବା ସୁଯୋଗରେ ଦୁବୃତ୍ତ ମାନେ ଦୋକାନ ଚାବି ଭାଙ୍ଗି ଦୋକାନରୁ ଲକ୍ଷାଧିକ ଟଙ୍କାର ସାମଗ୍ରୀ ଏକ…

"ଦୋକାନରୁ ଚୋରି ଉଦ୍ୟମ ପଣ୍ଡ, ପୁଲିସ ଦେଖି ଦୁବୃର୍ତ୍ତ ଚମ୍ପଟ୍"

ଜାଗର ଯାତ୍ରାରେ ମୋଦି ଚା ମଜା ନେଲେ ଲୋକେ

ଯାଜପୁର(ଓଡିଆପୁଅ/ମାନସ ରାଉତ) ବଡଚଣା ବ୍ଲକ ଅନ୍ତର୍ଗତ ଛତିଆ ସ୍ଥିତ ଅମରେଶ୍ୱର ମନ୍ଦିର ପ୍ରାଙ୍ଗଣରେ ପବିତ୍ର ଜାଗର ଉପଲକ୍ଷେ ମନ୍ଦିରକୁ ଆସୁଥିବା ଶ୍ରଦ୍ଧାଳୁ ଭକ୍ତ ମାନଙ୍କ ପାଇଁ ଛତିଆ ମଣ୍ଡଳ ବିଜେପିର ସାଧାରଣ ସଂପାଦକ ଅମରେଶ ନନ୍ଦଙ୍କ ତତ୍ୱାବଧାନରେ ମାଗଣା ମୋଦି ଟି ଷ୍ଟଲ ଖୋଲାଯାଇଛି । ଏହା ତିନିଦିନ ଧରି ଚାଲିବା ସହ ମୋଦିଙ୍କ ସ୍ୱଚ୍ଛଭାରତ କାର୍ଯ୍ୟକ୍ରମ ଏଠାରେ କରାଯିବା ବୋଲି ମଣ୍ଡଳପକ୍ଷରୁ ସୂଚନା ମିଳିଛି । ଅନ୍ୟମାନଙ୍କ ମଧ୍ୟରେ ଯୁବମୋର୍ଚ୍ଚା ସଭାପତି ଧନେଶ୍ୱର ସାହୁ,ପ୍ରତାପ ରାଉଳ,ରାଜେଶ ନାୟକ,ରଂଜନ ସାହୁ,ନିରଂଜନ ରାଉଳ,ରମେଶ ସାହୁ,ମନୋଜ ନନ୍ଦ ପ୍ରମୁଖ ସହଯୋଗ କରିଥିବା ବେଳେ ରଂଜିତ ସିଂହ ମୋଦି · ବନାଇ ଲୋକଙ୍କ ମନମୋହିଥିଲେ ।

"ଜାଗର ଯାତ୍ରାରେ ମୋଦି ଚା ମଜା ନେଲେ ଲୋକେ"

ଧାନମଣ୍ଢଳ ପାଖରେ ଟ୍ରେନରୁ ଖସି ଯୁବକ ମୃତ

ଯାଜପୁର(ଓଡିଆପୁଅ/ମାନସ ରାଉତ):-ବଡଚଣା ଥାନା ଅନ୍ତର୍ଗତ ଧାନମଣ୍ଡଳ ରେଳଷ୍ଟେସନର କୁମ୍ଭାର ସାହୀ ନିକଟରେ ଗୁରୁବାର ସକାଳୁ ରେଳଧାରଣାରେ ଜଣେ ଯୁବକର ମୃତଦେହ ଦେଖିବାକୁ ମିଳିଥିଲା । ଷ୍ଟେସନ ପକ୍ଷରୁ କଟକ ଜିଆରପି ପୋଲିସକୁ ଖବର ଦେବାପରେ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଶବ ଜବତ କରି ବଡଚଣା ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରକୁ ବ୍ୟବଚ୍ଛେଦ ପାଇଁ ପଠାଇ ତଦନ୍ତ ଜାରୀରଖିଛି । ସୂଚନା ମୁତାବକ ଭଦ୍ରକ ଜିଲ୍ଲା ଟାଉନ ଥାନା ଅଧିନସ୍ଥ ଚରମ୍ପା ଡଗରସାହୀର ମହେଶ୍ୱର ବେହେରାଙ୍କ ମଧ୍ୟମପୁତ୍ର ଗଣେଶଚନ୍ଦ୍ର(୨୯) ଟ୍ରେନଯୋଗେ କଟକ ଯାଉଥିବା ବେଳେ କୌଣସି କାରଣବଶତଃ ଟ୍ରେନରୁ ଖସି ପଡି ମୃତୁ୍ୟ ହୋଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି । ଜିଆରପି ପୁଲିସ କେସ ନମ୍ବର ୧୧/୧୮ରେ…

"ଧାନମଣ୍ଢଳ ପାଖରେ ଟ୍ରେନରୁ ଖସି ଯୁବକ ମୃତ"

ଅଗ୍ନିକାଣ୍ଡରେ ଜଳିଗଲା ୫ ବଖରା ଘର

ଯାଜପୁର(ଓଡିଆପୁଅ/ମାନସ ରାଉତ) ବଡଚଣା ବ୍ଲକ ଦର୍ପଣ ତହସିଲ ଅଧିନସ୍ଥ ବନ୍ତଳା ପଞ୍ଚାୟତ ଉପୁଳା ଗ୍ରାମରେ ଗୁରୁବାର ସକାଳୁ ଆକସ୍ମିକ ଅଗ୍ନିକାଣ୍ଡ ଘଟି ୫ ବଖରା ଚାଳଘର ପୋଡି ପାଉଁଶ ହୋଇଯାଇଛି । ଜୟନ୍ତୀ ସ୍ୱାଇଁ, ତିଳୋତ୍ତମା ସ୍ୱାଇଁ, ଶୈଳବାଳା ସ୍ୱାଇଁ, ସୁଧାକର ସ୍ୱାଇଁ, ଅରୁଣ ସ୍ୱାଇଁଙ୍କ ପ୍ରତ୍ୟକ ଗୋଟିଏ ବଖରା ପୋଡି ଯାଇଛି । ରୋଷେଇ ହେଉଥିବା ବେଳେ ହଠାତ ନିଆଁ ଲାଗି ଚାରିଆଡେ ବ୍ୟାପିଯାଇଥିଲା । ନିଆଁର ପ୍ରକୋପ ଏପରି ଥିଲା ଯେ, ଗ୍ରାମବାସୀ ଆୟତ କରିବା ସମ୍ଭବ ହୋଇପାରିନଥିଲା ।ଖବରପାଇ ଚଣ୍ଡିଖୋଲ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ କରିଥିଲେ । ଏହି ଅଗ୍ନିକାଣ୍ଡରେ ଧାନ,ଚାଉଳ,ଟଙ୍କା ସହ ଶୈଳବାଳା ବିଜୁପକ୍କାଘର ବାବଦରେ…

"ଅଗ୍ନିକାଣ୍ଡରେ ଜଳିଗଲା ୫ ବଖରା ଘର"

ଲଘୁ ଖଣିଜ ଚୋରୀ ରୋକିବାକୁ ଜିଲ୍ଲାପାଳ ଓ ଏସ୍ପିଙ୍କ ୁ ତତ୍ପର : ବଡଚଣା ପୋଲିସ ଓ ପ୍ରଶାସନ ଆଖିବୁଜା ପୋସôାହନ

ଯାଜପୁର, (ଓଡିଆପୁଅ/ଏମ୍ ରାଉତ) ରାଜ୍ୟରେ ବ୍ୟାପକ ପରିମାଣର ଲଘୁ ଖଣିଜ ଲୁଟ୍ ହେଉଥିବା ନେଇ ରାଜ୍ୟ ସରକାର ଉଦ୍ବେଗ ପ୍ରକାଶ କରିଆସୁଛନ୍ତି । ଏହାକୁ ଦୃଢ ହସ୍ତରେ ଦମନ କରିବା ପାଇଁ ଗତ ଡିସେମ୍ବର ମାସରେ ରାଜସ୍ୱ ସଚିବ ଏକ ଟାସ୍କ୍ ଫୋର୍ସ ଗଠନ କରିଛନ୍ତି । ପ୍ରତି ଜିଲ୍ଲାରେ ମଧ୍ୟ ଜିଲ୍ଲାପାଳ ଓ ଏସ୍ପିଙ୍କୁ ନେଇ ଟାସ୍କଫୋର୍ସ ଗଠନ କରି ଏହା ଉପରେ ପଦକ୍ଷେପ ନେବାକୁ ସେ ନିିଦେ୍ର୍ଦଶ ଦେଇଛନ୍ତି । ଏହି ନିଦେ୍ର୍ଦଶକୁ କାର୍ଯ୍ୟକାରୀ କରିବାକୁ ଯାଇ ଯାଜପୁର ଜିଲ୍ଲାରେ ଚାଲିଥିବା ବେଆଇନ୍ ଲଘୁ ଖଣିଜ ଲୁଟପାଟ ଓ ଚୋରାଚାଲାଣ ରୋକିବା ଏବଂ ଏହି କାର୍ଯ୍ୟରେ ଲିପ୍ତ ଥିବା ବ୍ୟକ୍ତିମାନଙ୍କ ବିରୁଦ୍ଧରେ ଯାଜପୁର…

"ଲଘୁ ଖଣିଜ ଚୋରୀ ରୋକିବାକୁ ଜିଲ୍ଲାପାଳ ଓ ଏସ୍ପିଙ୍କ ୁ ତତ୍ପର : ବଡଚଣା ପୋଲିସ ଓ ପ୍ରଶାସନ ଆଖିବୁଜା ପୋସôାହନ"

ସାରୋଇରୁ ହରିଦାସପୁର ପ୍ରର୍ଯ୍ୟନ୍ତ ରାସ୍ତା, କାମ ନସରୁଣୁ ପିଚୁ ଉଠିଲା

ଯାଜପୁର,୧୨/୨(ଓଡିଆପୁଅ/ଏମ୍ ରାଉତ) ଧର୍ମଶାଳା ବ୍ଲକ ସୁନ୍ଦରିଆ ଆଦର୍ଶ ପଂଚାୟତର ସାରୋଇରୁ ହରିଦାସପୁର ପ୍ରର୍ଯ୍ୟନ୍ତ ରାସ୍ତା କାର୍ଯ୍ୟ ଚାଲିଥିବା ବେଳେ ସେଥିରୁ ପିଚୁ ଉଠିଯିବାରେ ଲାଗିଛି । ଯାହାକୁ ନେଇ ଉକ୍ତ କାର୍ଯ୍ୟରେ ବ୍ୟପକ ଅନୀୟମିତତା ହୋଇଥିବା ଅଭିଯୋଗ ହୋଇଛି । ସୂଚନା ମୁତାବକ ଆର.ଆଣ୍ଡ.ବି ପକ୍ଷରୁ ସାରୋଇରୁ ହରିଦାସପୁର ପ୍ରର୍ଯ୍ୟନ୍ତ ପିଚୁ ରାସ୍ତା ନିର୍ମାଣ ଚାଲିଛି । ହେଲେ କାର୍ଯ୍ୟ କରିବା ପୂର୍ବରୁ ନିୟମ ମୁତାବକ ସୂଚନା ଫଳକ କରିବା କଥା ତାହା ନକରି ନିଜ ମନମୁତାବକ ପିଚୁ ପକାଇ ଏହି ରାସ୍ତା ପାଇଁ ମଞ୍ଜୁର କରାଯାଇଥିବା ଅର୍ଥକୁ ହାତେଇବାକୁ ମସୁଧା କରିଛନ୍ି । ଏଥିରେ ମଧ୍ୟ ବିଭାଗୀୟ ଯନ୍ତ୍ରୀ ତାରା ପ୍ରସାଦ ମିଶ୍ର ବେଶ…

"ସାରୋଇରୁ ହରିଦାସପୁର ପ୍ରର୍ଯ୍ୟନ୍ତ ରାସ୍ତା, କାମ ନସରୁଣୁ ପିଚୁ ଉଠିଲା"

ସପ୍ନେଶ୍ୱରଙ୍କ ବାର୍ଷିକ ଉତ୍ସବ

ଯାଜପୁର ୧୨/୦୨(ଓଡିଅପୁଅ/ମାନସ ରାଉତ) ଧର୍ମଶାଳା ବ୍ଲକ କଦଳା ହରିଦାସପୁର ଗ୍ରାମର ଆରାଧ୍ୟ ଦେବତା ପ୍ରଭୃ ସୋପ୍ନଶ୍ୱରଙ୍କ ବାର୍ଷିକ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି। ଏହି ଉପଲକ୍ଷେ ପ୍ରଭୃଙ୍କର ସକାଳଧୂପ, ସୁର୍ଯ୍ୟପୂଜା, ଗୋପୂଜା ଏବଂ ଯଜ୍ଞକାର୍ଯ୍ୟ ବଡସିଂହାର ବେଶ କରାଯାଇ ଶେଷରେ ପୂର୍ଣ୍ଣାହୁତି ଦିଆଯାଇଥିଲା। ଏଥିରେ କାତ୍ଥା ଭାବେ ସରୋଜ କୁମାର ସ୍ୱାଇଁ ଏବଂ ତାଙ୍କ ଧମପତ୍ନୀ କାର୍ଯ୍ୟ ତୁଲାଇଥିବା ବେଳେ କେଶବ ଜେନା, ସୁଶାନ୍ତ ସ୍ୱାଇଁ, ସୁଧାକର ସ୍ୱାଇଁ, ଅରୁଣ ସାମଲ, ପ୍ରକାଶ ରାଉତ, ରାଜେଶ ସାମଲ, ମାନସ ରାଉତ, ଯୁଧିଷ୍ଟିର ପରିଡା, ରଜତ ଖୁଂଟିଆ ପ୍ରମୁଖ, ସନ୍ତୋଷ ରାଉତ ପ୍ରମୁଖ ପରିଚାଳନା କରିଥିଲେ।

"ସପ୍ନେଶ୍ୱରଙ୍କ ବାର୍ଷିକ ଉତ୍ସବ"

ବଡନଛିପୁର କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦ୍ଘାଟିତ

ଯାଜପୁର ୧୨/୦୨(ଓଡିଆ ପୁଅ/ମାନସ ରାଉତ):-ଧର୍ମଶାଳା ବ୍ଲକ ଅନ୍ତର୍ଗତ ପଟୁଣିଆପଞ୍ଚାୟତର ବଡ ନଛିପୁର ଗ୍ରାମରେ ଥିବା ଷ୍ଟାର ଆଣ୍ଡ ଷ୍ଟାର କ୍ରିକେଟ୍ କ୍ଲବ ଆନୁକୂଲ୍ୟରେ୮ତମ ଉମେଶ ସୂର୍ଯ୍ୟକାନ୍ତ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦ୍ଘାଟିତ ହୋଇଯାଇଛି। ଏହାକୁ ପଟୁଣିଆ ପଞ୍ଚାୟତର ବରିଷ୍ଠ ସମାଜସେବୀ ବଟକୃଷ୍ଣ ନାୟକ ଯୋଗ ଦେଇ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ପ୍ରଥମ ମ୍ୟାଚ୍ ଶ୍ରୀକୁଞ୍ଜ ଆଇଟିସି କଣ୍ଟିଗଡିଆ ଓ ବନମାଳିପୁର ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ପ୍ରଥମେ ଶ୍ରୀକୁଞ୍ଜ ଆଇଟିସି ଟସଜିତି ୧୫ ଓଭର ବିଶିଷ୍ଟ ଖେଳରେ ୫ ୱିକେଟ ହରାଇ ୨୬୯ରନ ସଂଗ୍ରହ କରିଥିଲା। ଜବାବରେ ବନମାଳିପୁର ୯ ଓଭର ସମସ୍ତ ୱିକେଟ କରି ୭୮ ରନ ସଂଗ୍ରହ କରି ପରାସ୍ତ ହୋଇଥିଲା। ସେହିପରି ୨ୟ…

"ବଡନଛିପୁର କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦ୍ଘାଟିତ"

ଅଗ୍ନିକାଣ୍ଡ ଘଟି ୬ବଖରା ଘର ଜଳିଗଲା

ଯାଜପୁର ୧୨/୦୨(ଓଡିଆ ପୁଅ/ମାନସ ରାଉତ) ଧର୍ମଶାଳା ତହସିଲ ଅନ୍ତର୍ଗତ ପଟୁଣିଆ ପଞ୍ଚାୟତର କୂଳନରସିଂହପୁର ଗ୍ରାମରେ ଆଜି ମଧ୍ୟାହ୍ନ ସମୟରେ କୌଣସି କାରଣ ଯୋଗୁଁ ନିଆଁ ଲାଗି ଉମେଶ ଚନ୍ଦ୍ର ସାମଲ ଓ ସୁରେଶ ଚନ୍ଦ୍ର ସାମଲଙ୍କ ୪ ବଖରା ଘର ସହ ସଂପୂର୍ଣ୍ଣ ଆସବାବ ପତ୍ର ସହ ଧାନ, ଚାଉଳ, ବିରି, ମୁଗ, ଟଙ୍କା ସହ ଅନ୍ୟାନ୍ୟ ସାମଗ୍ରୀ ପୋଡି ପାଉଁଷ ହୋଇଯାଇଥିବା ବେଳେ ଫକିର ଚରଣ ସାମଲଙ୍କ ଘରେ ନିଆଁ ଲାଗି ଦୁଇ ବଖରା ଆଶିଂକ ପୋଡିଯିବା ସହ ତାଙ୍କ ସ୍ତ୍ରୀ ସରୋଜିନି ସାମଲ ଗୁରୁତର ଆହତ ହୋଇଛନ୍ତି। ସୂଚନା ମୁତାବକ ଅଗ୍ନିକାଣ୍ଡର କୌଣସି କାରଣ ଜଣାପଡିନଥିବା ବେଳେ ହଠାତ ଘରେ ନିଆଁ ଲାଗିଯାଇଥିଲା।…

"ଅଗ୍ନିକାଣ୍ଡ ଘଟି ୬ବଖରା ଘର ଜଳିଗଲା"

ଠିକାଦାର ଓ ସରକାରୀ ଅଫିସରଙ୍କ ମଧୁଚନ୍ଦ୍ରିକା

ବରୀ/ଯାଜପୁର (ଓଡିଆପୁଅ/ସୁରେଶ କର) ରାସ୍ତା ପ୍ରଶସ୍ତି କରଣ ପାଇଁ ସରକାରଙ୍କ ପକ୍ଷରୁ ବରୀ କୁଆଖିଆ ଏମ୍ ଡି ଆର୍ ୧୪ ର ଚୁଡାକଳ ଛକଠାରୁ ଚଟୁମାରୀ ନଦୀକୂଳ ରାସ୍ତାର ଉଭୟ ପାର୍ଶ୍ବରେ ତିନି ଫୁଟ ଖୋଳାଯାଇ କଂକ୍ରିଟ୍ କରିବାପାଇଁ କାର୍ଯ୍ୟ ଆରମ୍ଭ କରାଯାଇଛି। ହେଲେ ଆରମ୍ଭରୁ କିଛି ଠିକାଦାର ଓ ସରକାରୀ ଅଫିସରଙ୍କ ମଧୁଚନ୍ଦ୍ରିକା ଯୋଗୁଁ ଠିକ୍ ଭାବରେ କାମ ହେଉ ନଥିବାରୁ ସାଧାରଣ ରେ ଅସନ୍ତୋଷ ପ୍ରକାଶ ପାଇଛି। ମୁଖ୍ୟତଃ ପତଳା ବାଲି, ନିମ୍ନ ମାନର ସିମେଣ୍ଟ ବ୍ୟବହାର ହୁଏତ ଖୁବ୍ ଶୀଘ୍ର ରାସ୍ତା ନଷ୍ଟ ହୋଇଯିବାର ଆଶଙ୍କା ରହିଛି କାର୍ଯ୍ୟକୁ ତଦାରଖ କରୁଥିବା ବରୁଆଁ ପୁର୍ତ୍ତ ବିଭାଗ ଅଜୟ ବେହେରା ନାମକ ଜନୈକ…

"ଠିକାଦାର ଓ ସରକାରୀ ଅଫିସରଙ୍କ ମଧୁଚନ୍ଦ୍ରିକା"