ସେପ୍ଟେମ୍ବରରେ ଚାଲୁ ହେବ କଲଣ-କୁସ୍ତିରା ସେତୁ ; ନିର୍ବାହୀ ଯନ୍ତ୍ରୀ ତାରାକାନ୍ତ ମିଶ୍ର

ଯାଜପୁର-୧୮/୭(ଓଡିଆ ପୁଅ/ଏ.ରାଉତ) ଅବଧିର ଦୁଇବର୍ଷ ପରେ ନିର୍ମାଣ କାର୍ଯ୍ୟ ଶେଷ ହୋଇନଥିବା କଲଣ-କୁସ୍ତିରା ସେତୁ ଚଳିତ ସେପ୍ଟେମ୍ବର ମାସରେ ଶେଷ ହେବା ନେଇ ବିଭାଗ ଆଶା ପ୍ରକଟ କରିଛି। ଉକ୍ତ ମାସରେ ସେତୁରେ ଚଳାଚଳ ଆରମ୍ଭ ହେବ ବୋଲ ନିର୍ବାହୀ ଯନ୍ତ୍ରୀ ତାରାକାନ୍ତ ମିଶ୍ର ଆମ ପ୍ରତିନିଧିଙ୍କୁ କହିଛନ୍ତି। ସେହିପରି ସେତୁର ସମସ୍ତ କାର୍ଯ୍ୟ ଶେଷ ହୋଇଥିବା ବେଳେ କେବଳ ଦୁଇପାଶ୍ୱର୍ର ଆପ୍ରୋଚ ରୋଡ଼ ନିର୍ମାଣ ବାକି ଅଛି ବୋଲି ବିଭାଗ ପକ୍ଷରୁ କୁହାଯାଇଛି। ପ୍ରକାଶ ଥାଉକି କଲଣ ଓ କୁସ୍ତିରାକୁ ସଂଯୋଗ କରିବା ନେଇ ବ୍ରାହ୍ମଣୀ ନଦୀ ଉପରେ ପାଣିକୋଇଲିସ୍ଥିତ ପୁର୍ତ୍ତ ପକ୍ଷରୁ ନିର୍ମାଣ କାର୍ଯ୍ୟ ଚାଲୁରହିଛି। ଏହି କାର୍ଯ୍ୟ ୨୦୧୪ ମସିହାରୁ ଆରମ୍ଭ…

"ସେପ୍ଟେମ୍ବରରେ ଚାଲୁ ହେବ କଲଣ-କୁସ୍ତିରା ସେତୁ ; ନିର୍ବାହୀ ଯନ୍ତ୍ରୀ ତାରାକାନ୍ତ ମିଶ୍ର"

ଲଗାଣ ବର୍ଷା ହେତୁ ଲକ୍ଷାଧିକ ଟଙ୍କାର ଫସଲ ହାନି କୃଷକ ଏବେ ଚିନ୍ତାରେ, ସରକାରୀ ସହାୟତା ଦାବି

ଯାଜପୁର-୧୮/୭(ଓଡିଆ ପୁଅ/ଏ.ରାଉତ) ଚାରିଦିନ ହେବ ଲଗାଣ ବର୍ଷା ଲାଗିରହିଥିବାରୁ ବିଲବାଡିରେ ପାଣି ଜମି ରହି ବ୍ୟାପକ ଫସଲ ହାନି ଘଟିଥିବା ଜଣାଯାଇଛି। ବର୍ତ୍ତମାନ ବର୍ଷାଦିନ ହୋଇଥିବାରୁ ଚାଷୀମାନେ ବିଭିନ୍ନ କିସମର ଯଥା- କଲରା, ପୋଟଳ, ଭେଣ୍ଡି, ଜହ୍ନି, ବାଇଗଣ, ଝୁଡଙ୍ଗ, ଲଙ୍କା ଆଦି ଫସଲ କରିଥାନ୍ତି। ଏହି ଫସଲ କରି ଚାଷୀମାନେ ପରିବାର ପ୍ରତିପୋଷଣ କରିଥାନ୍ତି। ହଠାତ୍ ଲଘୁଚାପ ଜନିତ ବର୍ଷା ଲାଗି ରହିବାରୁ ବିଲବାଡିରେ ଆଣ୍ଠୁଏ ଲେଖା ପାଣି ଜମି ରହିଛି। ଏପରିକି ଖାଲ ଜମି ମାନଙ୍କରେ ପାଞ୍ଚ ଫୁଟ୍ ଉପରେ ପାଣି ଜମି ରହିଥିବା ଦେଖିବାକୁ ମିଳୁଛି। ଫଳରେ ଗଛ ଗୁଡ଼ିକ ପଚିଯାଇ ନଷ୍ଟ ହୋଇଯାଉଛି। ଅନେକ ସ୍ଥାନରେ ପନିପରିବା ଗୁଡ଼ିକ ମଧ୍ୟ…

"ଲଗାଣ ବର୍ଷା ହେତୁ ଲକ୍ଷାଧିକ ଟଙ୍କାର ଫସଲ ହାନି କୃଷକ ଏବେ ଚିନ୍ତାରେ, ସରକାରୀ ସହାୟତା ଦାବି"

କପିଳେଶ୍ୱର ମହାବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କ ସମସ୍ୟା ବୁଝିଲେ ବିଧାୟକ

ଯାଜପୁର-୧୮/୭(ଓଡିଆ ପୁଅ/ଏ.ରାଉତ) ବିଭିନ୍ନ ସମୟରେ ନିଜ ନିର୍ବାଚନ ମଣ୍ଡଳୀର ବିଭିନ୍ନ ବିଦ୍ୟାଳୟକୁ ଯାଇ ସେଠାରେ ପିଲାମାନଙ୍କ ପାଠ ପଢା ସହିତ ବିଭିନ୍ନ ସମସ୍ୟାକୁ ସମାଧାନ କରିବାର ଉଦ୍ୟମ କରୁଥିବା ସୁକିନ୍ଦା ବିଧାୟକ ଇଂ ପ୍ରୀତିରଞ୍ଜନ ଘଡାଇ ଡୁବୁରୀ ସ୍ଥିତ କପଳେଶ୍ୱର ମହାବିଦ୍ୟାଳୟକୁ ଯାଇ ଛାତ୍ରଛାତ୍ରୀଙ୍କ ବିଭିନ୍ନ ସମସ୍ୟା ବିଷୟରେ ଅବଗତ ହୋଇଛନ୍ତି। ବିଧାୟକ ହଠାତ ମହାବିଦ୍ୟାଳୟରେ ପହଂଚିବା ସହିତ ଛାତ୍ରଛାତ୍ରୀ ମାନଙ୍କୁ ମହାବିଦ୍ୟାଳୟର ସମସ୍ୟା ବିଷୟରେ ପଚାରି ବୁଝିବା ସହିତ ସେମାନଙ୍କ ପାଠ ପଢା ବିଷୟରେ ମଧ୍ୟ ପଚାରି ବୁଝିଥିଲେ। ଅଧ୍ୟାପକ ମାନେ ଠିକ୍ ପାଠ ପଢାଉଛନ୍ତି ନା ନାହିଁ, ପାଢ ପଢିବାରେ କିଛି ସମସ୍ୟା ରହୁଛିକି ବୋଲି ପଚାରି ବୁଝିଥିଲେ। ଛାତ୍ରଛାତ୍ରୀମାନେ ନୂତନ ଗୃହ…

"କପିଳେଶ୍ୱର ମହାବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କ ସମସ୍ୟା ବୁଝିଲେ ବିଧାୟକ"

ବର୍ଷା ପରେ ମଧ୍ୟ ଜଳବନ୍ଦିରେ ରହିଛନ୍ତି ପରିବାର

ଯାଜପୁର-୧୮/୭(ଓଡିଆ ପୁଅ/ଏ.ରାଉତ) ଗତ ସୋମବାର ପ୍ରବଳ ବର୍ଷାରେ ଯାଜପୁର ବେହାଲ ହୋଇ ପଡିଥିଲା। ବିଭିନ୍ନ ରାସ୍ତାରେ ଆଣ୍ଠୁଏ ପାଣି ଚାଲି ଦୀର୍ଘ ସମୟ ପର୍ଯ୍ୟନ୍ତ ଗମନାଗମନରେ ବ୍ୟାପକ ବାଧା ସୃଷ୍ଟି କରିଥିଲାବେଳେ ସହରବାସୀ ଏହାକୁ ନେଇ ନୟାନ୍ତ ହୋଇ ପଡିଥିଲେ। ବିଶେଷ କରି ବିଦ୍ୟାଳୟ ଛୁଟି ସମୟରେ ବହୁ ଛାତ୍ରଛାତ୍ରୀ ଏହାକୁ ନେଇ ଅସୁବିଧାର ସମ୍ମୁଖିନ ହୋଇଥିଲେ। ଗତ ରାତିରୁ ବର୍ଷା କମିବାରୁ ପାଣି କମିଥିଲାବେଳେ କିଛି ତଳିଆ ଅଂଚଳରେ ଏବେବି ବର୍ଷାପାଣି ଜମି ରହିଛି। କିଛି ଘର ଏବେ ବର୍ଷାପାଣି ଘେରରେ ଥିଲାବେଳେ କିଛି ରାସ୍ତାରେ ଏବେ ମଧ୍ୟ ବର୍ଷାପାଣି ଲହଡି ଭାଙ୍ଗୁଥିବା ଦେଖିବାକୁ ମିଳିଛି। ଯାଜପୁର ପ୍ରୋଜେକ୍ଟ ଭିତରେ ଥିବା କିଛି ଆଦାବାସୀ…

"ବର୍ଷା ପରେ ମଧ୍ୟ ଜଳବନ୍ଦିରେ ରହିଛନ୍ତି ପରିବାର"

ଗମୁ ପଂଚାୟତରେ ଷ୍ଟାର୍ଟ ଅଫ ଇଣ୍ଡିଆ କାର୍ଯ୍ୟକ୍ରମ

ଯାଜପୁର-୧୮/୭(ଓଡିଆ ପୁଅ/ଏ.ରାଉତ) ଯାଜପୁର ଜିଲା ବରୀ ବ୍ଲକ ଗମୁ ପଂଚାୟତରେ ଜାତୀୟ ମାନବ ଅଧିକାର କମିଟି ପକ୍ଷରୁ ଭାରତ ସରକାରଙ୍କ ଷ୍ଟାର୍ଟ ଅଫ ଇଣ୍ଡିଆ କାର୍ଯ୍ୟକ୍ରମ ଆୟୋଜିତ ହୋଇ ଯାଇଛି। ଏହି କାର୍ଯ୍ୟକ୍ରମରେ ଇ-ସୁବିଧା କାର୍ଡ ବଂଟନ କରାଯାଇଥିଲା। ସାଂପ୍ରତିକ ସମୟରେ ସରକାରଙ୍କ ବିଭିନ୍ନ ଜନହିତକାରୀ ଯୋଜନା କିଭଳି ଲୋକମାନଙ୍କ ପାଖରେ ପହଂଚି ପାରିବ ଓ ଗରିବ ଜନସାଧାରଣ ଏହା ଦ୍ୱାରା ଉପକୃତ ହୋଇ ପାରିବେ ସେଥିପାଇଁ ଏହି ଇ-ସୁବିଧା କାର୍ଡ ବଂଟନ କରାଯାଇଥିଲା। ଏହି ଶିବିରରେ ରାଜ୍ୟ ସଂଯୋଜକ ପ୍ରମୋଦ ପ୍ରଧାନ, ପିଆଇଓ ମାନସ ସାମଲ, ସୁପର ଭାଇଜର ସନ୍ତୋଷ ସାମଲ ଅତିଥିଭାବେ ଯୋଗଦାନ କରି ଜନସାଧାରଣ କିଭଳି ଏହି କାର୍ଡ ଦ୍ୱାରା ଉପକୃତ…

"ଗମୁ ପଂଚାୟତରେ ଷ୍ଟାର୍ଟ ଅଫ ଇଣ୍ଡିଆ କାର୍ଯ୍ୟକ୍ରମ"

ଛାତ୍ରଛାତ୍ରୀଙ୍କ ବିପଦପୂର୍ଣ୍ଣ ଯାତ୍ରା ; ବିପଦସଙ୍କୁଳ ପୋଲର ରାସ୍ତା ଶୋଚନୀୟ 

ଯାଜପୁର -୧୮/୭(ଓଡିଆ ପୁଅ/ଏ.ରାଉତ) – ରାଜ୍ୟ ସରକାର ଗମନାଗମନ ଉପରେ ବିଶେଷ ଗୁରୁତ୍ୱ ଦେଉଛନ୍ତି। ଯେଉଁ ଅଞ୍ଚଳକୁ ଭଲ ରାସ୍ତା ଖଣ୍ଡେ ନଥିଲା ସେ ଅଞ୍ଚଳକୁ ପିଚୁ ଓ କଂକ୍ରିଟ୍ ରାସ୍ତା ହୋଇଛି। କିନ୍ତୁ ୨୦ ନମ୍ବର ଜାତୀୟ ରାଜପଥ ପାର୍ଶ୍ୱ ବରୁଆଁ ଛକଠାରୁ ମାତ୍ର ଅନତିଦୂରରେ ଥିବା ଏକ ବିପଦସଙ୍କୁଳ ପୋଲ ଓ ଦୂରାବସ୍ଥା ରାସ୍ତା ଦେଇ ଛାତ୍ରଛାତ୍ରୀମାନେ କୁସୁନପୁର ପ୍ରାଥମିକ ବିଦ୍ୟାଳୟ ଓ ଅଙ୍ଗନୱାଡ଼ି କେନ୍ଦ୍ରକୁ ଯାଉଥିବା ଦେଖିବାକୁ ମିଳିଛି। ଦୁଧେଇ ନାଳ ଉପରେ ଥିବା ପୋଲଟି ସମ୍ପୂର୍ଣ୍ଣ ଭାଙ୍ଗିଯାଇଥିବାବେଳେ ପୋଲର ବାଡ଼ା ମଧ୍ୟ ନାହିଁ। ଦୁଧେଇ ନାଳରେ ବନ୍ୟାଜଳ ପ୍ରବାହିତ ହେଲେ ପୋଲଟି ସମ୍ପୂର୍ଣ୍ଣ ବୁଡ଼ିଯାଇଥାଏ। ଯାହାଫଳରେ ଛାତ୍ରଛାତ୍ରୀମାନେ ବିଦ୍ୟାଳୟକୁ ଯାଇପାରିନଥାନ୍ତି।…

"ଛାତ୍ରଛାତ୍ରୀଙ୍କ ବିପଦପୂର୍ଣ୍ଣ ଯାତ୍ରା ; ବିପଦସଙ୍କୁଳ ପୋଲର ରାସ୍ତା ଶୋଚନୀୟ "

ଭିନ୍ନକ୍ଷମ ନାବାଳିକା ମୁଣ୍ଡରେ ରୋଗିଣା ବାପାର ବୋଝ

ଯାଜପୁର-୧୭/୭(ଓଡିଆ ପୁଅ/ଏ.ରାଉତ)ଜଣେ ୧୭ ବର୍ଷର ଭିନ୍ନକ୍ଷମ ନାବାଳିକା ମୁଣ୍ଡରେ ରୋଗିଣା ବାପା ବୋଝ ହେବା ଭଳି ଏକ ସମ୍ବେଦନଶୀଳ ଘଟଣା ଦେଖିବାକୁ ମିଳିଛି ଯାଜପୁରରୋଡ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ। ଡାକ୍ତରଖାନାର ପୁରୁଷ ୱାର୍ଡ ୧୬ ନମ୍ବର ବେଡ୍ରେ ଜୀବନ ଯନ୍ତ୍ରଣାରେ ଛଟପଟ ହେଉଛନ୍ତି କୃଷ୍ଣଚନ୍ଦ୍ର ଦାସ। ପଚାଶ ବର୍ଷ ବୟସରେ ବାର୍ଦ୍ଧକ୍ୟ ତାଙ୍କୁ ପୁରା ମାଡି ବସିଛି। ଦାନ୍ତ ସବୁ ଗଳି ପଡିଥିବାବେଳେ ମୁଣ୍ଡର ବାଳ ଝୋଟ ପରି ଧୋବ ଫରଫର। ପେଟରେ ପାଣି ଜମି ରହି ପେଟର ଆକାର ଗୋଲାକାର ହୋଇ ବାହାରକୁ ବାହରି ପଡିଛି। ଆଜିକୁ ୩୦ ବର୍ଷ ତଳେ କେନ୍ଦୁଝର ଜିଲା ବେଲସୁନ୍ଦରୀ ଗ୍ରାମ ଛାଡି କର୍ମ ଅନ୍ୱେଷଣରେ ଯାଜପୁରରୋଡ ଆସି…

"ଭିନ୍ନକ୍ଷମ ନାବାଳିକା ମୁଣ୍ଡରେ ରୋଗିଣା ବାପାର ବୋଝ"

ଜିପିଏସ ସିଷ୍ଟମରେ ଅବ୍ୟବସ୍ଥା ଯୋଗୁଁ ୬ଶହ ଗାଡି ଲୋଡିଂରୁ ବଂଚିତ ; ସମାଧାନ ପାଇଁ ଡିଡିଏମ୍ ଙ୍କୁ ସ୍ମାରକ ପତ୍ର ପ୍ରଦାନକଲା ଟ୍ରକ ମାଲିକ ସଂଘ

ଯାଜପୁର-୧୭/୭(ଓଡିଆ ପୁଅ/ଏ.ରାଉତ) ପ୍ରଚଳିତ ଜିପିଏସ ସିଷ୍ଟମରେ ଅବ୍ୟବସ୍ଥା ପାଇଁ ୬ଶହ ଟ୍ରକ ଲୋଡିଂ ରୁ ବଂଚିତ ହୋଇଛନ୍ତି। ଏନେଇ ସଂପୃକ୍ତ ମାଲିକମାନେ ଗତକାଲି ଯାଜପୁରରୋଡର ହୋଟେଲ ପାଂଚାଳୀ ପରରିସରରେ ଏହି ଜିପିଏସ ଯୋଗାଣକାରୀ ସଂସ୍ଥାର ଅଧିକାରୀଙ୍କୁ ଘେରିଥିବାବେଳେ ଆଜି ପୁଣି ଟ୍ରକ ମାଲିକ ସଂଘ ଯାଜପୁରରୋଡ ଖଣି ଅଧିକାରୀ (ଡେପୁଟି ଡାଇରେକ୍ଟର ଅଫ୍ ମାଇନସ୍) ଉମେଶ ଚନ୍ଦ୍ର ଜେନାଙ୍କୁ ତାଙ୍କ କାର୍ଯ୍ୟାଳୟରେ ଭେଟି ସ୍ମାରକ ପତ୍ର ପ୍ରଦାନ କରିବାସହ ଏହାର ତୁରନ୍ତ ସମାଧାନ ଦାବି କରିଛନ୍ତି। ଏଠାରେ ସୂଚନାଯୋଗ୍ୟ ଯେ ଖଣିଜ ପଦାର୍ଥ ଚୋରି ରୋକିବାକୁ ଟ୍ରକ ଗୁଡିକ ଲୋଡିଂ ସମୟରେ କେଉଁଠାରୁ କେଉଁଠିକୁ ଗଲା ତାହାର ସଂପୂର୍ଣ ଗତିବିଧିକୁ ଲକ୍ଷ ରଖିବାକୁ ଟ୍ରକରେ ଏକ…

"ଜିପିଏସ ସିଷ୍ଟମରେ ଅବ୍ୟବସ୍ଥା ଯୋଗୁଁ ୬ଶହ ଗାଡି ଲୋଡିଂରୁ ବଂଚିତ ; ସମାଧାନ ପାଇଁ ଡିଡିଏମ୍ ଙ୍କୁ ସ୍ମାରକ ପତ୍ର ପ୍ରଦାନକଲା ଟ୍ରକ ମାଲିକ ସଂଘ"

ସୌଭାଗ୍ୟ ଯୋଜନାରେ ଲାଂଚ ଦାବି ; କେନ୍ଦ୍ର ସରକାରଙ୍କ ପ୍ରଚାର ପତ୍ରର ଓଲଟା ଚିତ୍ର; ମାଗଣାରେ ବିଦ୍ୟୁତ ସଂଯୋଗ ଦେବା ନାଁରେ ଟଙ୍କା ଆଦାୟ

ଯାଜପୁର-୧୭/୭(ଓଡିଆ ପୁଅ/ଏ.ରାଉତ) ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହଜ ବିଜୁଳି ହର୍ ଘର୍ ସୌଭାଗ୍ୟ ଯୋଜନା। ମାର୍ଚ୍ଚ ୨୦୧୯ ସୁଧା ସମଗ୍ର ଦେଶର ପ୍ରତ୍ୟେକ ଘରକୁ ଆଲୋକିତ କରିବାପାଇଁ ଲକ୍ଷ ଧାର୍ଯ୍ୟ ହୋଇଛି। ପାଖାପାଖି ୪ କୋଟି ଘରକୁ ଆଲୋକିତ କରିବା ପାଇଁ ଏହି ଯୋଜନାରେ ଲକ୍ଷ ଧାର୍ଯ୍ୟ କରାଯାଇଥିବାବେଳେ ଗରିବ ଲୋକଙ୍କ ଜୀବନଧାରା ବଦଳାଇବାକୁ ସରକାର ଏହି ରାପିଡ ଆକ୍ସନ୍ ଯୋଜନା ପ୍ରଣୟନ କରିଛନ୍ତି। ଏନେଇ ସମସ୍ତ ଲୋକଙ୍କୁ ସଚେତନ କରାଇବାକୁ ସମସ୍ତ ସହର, ବଜାର, ଗାଁ ଗହଳୀ, ଗଳି କନ୍ଦିରେ ଛାଇଯାଇଛି ବଡ ବଡ ହୋଡିଂ। ଏହି ଯୋଜନା ସଂପୂର୍ଣ୍ଣ ନିଶୁଳ୍କ ହୋଇଥିବାବେଳେ ଏଥିନିମନ୍ତେ ବ୍ୟାସନଗର ପୌର ପରିଷଦ ଅଂଚଳରେ ଉକୋôଚ ଅର୍ଥ…

"ସୌଭାଗ୍ୟ ଯୋଜନାରେ ଲାଂଚ ଦାବି ; କେନ୍ଦ୍ର ସରକାରଙ୍କ ପ୍ରଚାର ପତ୍ରର ଓଲଟା ଚିତ୍ର; ମାଗଣାରେ ବିଦ୍ୟୁତ ସଂଯୋଗ ଦେବା ନାଁରେ ଟଙ୍କା ଆଦାୟ"

ସୁକିନ୍ଦା ବିଧାୟକଙ୍କ ପରେ; ଅନାଥଙ୍କ ପାଖରେ ପହଁଚିଲା ଜିଲା ଶିଶୁ ସୁରକ୍ଷା ୟୁନିଟ

ଯାଜପୁର-୧୭/୭(ଓଡିଆ ପୁଅ/ଏ.ରାଉତ) ଭଲରେ ଖାଇ ଜାଣି ନଥିବା ପିଲାମାନଙ୍କୁ ଛାଡି ମା’ କେବେ ଠାରୁ ଆରପାରିକୁ ଚାଲି ଯାଇଥିଲା। ବାପା ପିଲାମାନଙ୍କୁ ନିଜ ହାତରେ ରାନ୍ଧିବାଢି ଜୀବନ ବଂଚାଇବାକୁ ଗଣ୍ଡେ ଖାଇବାକୁ ଦେଉଥିଲା ଯେ ଆଜକୁ ୩ ମାସ ହେଲା ଆରପାରିରେ। ପ୍ରଥମେ ମା’କୁ ହରାଇବାର ଦୁଃଖକୁ ଭୁଲି ନଥିବା ପିଲାଗୁଡାକ ବାପାକୁ ହରାଇ ବାପା ମା’ ଛେଉଣ୍ଡ ହୋଇ ଯାଇଛନ୍ତି। ନା ଅଛି ସୁରକ୍ଷା ଦେବାକୁ ବାପାର ବାହୁ ଛାୟା, ନା ଅଛି ପେଟ ଜ୍ୱାଳାର ଦୁଃଖରେ ଆଖି ଭେଦି ଗଲେ ତାକୁ ପୋଛି ଦେବାକୁ ମା’ର ପଣତକାନି। ମୁଣ୍ଡ ଉପରେ ଚାଳବି ନାହିଁ ବର୍ଷା ଦିନେ ବର୍ଷାରୁ ସୁରକ୍ଷା ଦେବାକୁ। ଶିଳ୍ପ ସମୃଦ୍ଧ…

"ସୁକିନ୍ଦା ବିଧାୟକଙ୍କ ପରେ; ଅନାଥଙ୍କ ପାଖରେ ପହଁଚିଲା ଜିଲା ଶିଶୁ ସୁରକ୍ଷା ୟୁନିଟ"