ଟ୍ରକା-ଡମ୍ପର ଚାପାରେ ବାଇକ୍ ଆରୋହୀର ଜୀବନ ଗଲା

ଯାଜପୁର, ୧୦/୭(ଓଡିଆ ପୁଅ/ମାନସ ରାଉତ) ଚଣ୍ଡିଖୋଲ ଡୁବୁରୀ ଜାତୀୟ ରାଜପଥ ଚଢେଇଧରା ତଳଛକ ନିକଟରେ ଆଜି ଦିନ ୧୨ଟା ସମୟରେ ଟ୍ରକ୍ ଏବଂ ଡମ୍ପର ଚାପରେ ଜଣ ବାଇକ ଆରୋହୀଙ୍କ ଶୋଚନୀୟ ମୃତ୍ୟୁ ଘଟିଥିବା ଜଣାଯାଇଛି। ସୂଚନା ମୁତାବକ ଜେନାପୁର ଥାନା ରାମଚନ୍ଦ୍ରପୁର ଗ୍ରାମର ତପନ ବାରିକ(୨୮) ନିଜ କାର୍ଯ୍ୟରେ ଚଣ୍ଡିଖୋଲ ଅଭିମୁଖେ ଆସୁଥିବା ବେଳେ ଦୁଇଟି ଗାଡି ମଧ୍ୟରେ ଆଗକୁ ଆସିବାକୁ ଚେଷ୍ଟା କରୁଥିବା ବେଳେ ଦୁଇଟି ଟକ୍ର ପରସ୍ପରକୁ ଧକ୍କା ଦେଇଥିଲେ। ଫଲରେ ଦୁଇଟି ଟ୍ରକ ମଝିରେ ତପନ ଚାପି ହୋଇଯାଇଥିଲା। ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିବା ବେଳେ ଟ୍ରକ୍ ଏବଂ ଡମ୍ପରର ଚାଳକ ଦ୍ୱୟ ଗୁରୁତର ଭାବେ ଆହତ ହୋଇ…

"ଟ୍ରକା-ଡମ୍ପର ଚାପାରେ ବାଇକ୍ ଆରୋହୀର ଜୀବନ ଗଲା"

ବମ୍ପୁ-ମଙ୍ଗରାଜପୁର ବିଦ୍ୟାଳୟ: ପ୍ରଧାନଶିକ୍ଷକ ଚୟନ ଏବଂ ଆର୍ଥିକ କାରବାର ନେଇ କମିଟି-ପ୍ରଧାନଶିକ୍ଷକ ଟଣାଟଣି

ଯାଜପୁର, ୧୦/୭(ଓଡିଆ ପୁଅ/ମାନସ ରାଉତ) ଧର୍ମଶାଳା ଶିକ୍ଷା ସର୍କଲ ଅନ୍ତର୍ଗତ ବମ୍ପୁ-ମଙ୍ଗରାଜପୁର ନୋଡାଲ ଉ.ପ୍ରା ବିଦ୍ୟାଳୟରେ ଏବେ ପ୍ରଧାନ ଶିକ୍ଷକ ଚୟନ ଏବଂ ବିଦ୍ୟାଳୟର ଆର୍ଥିକ କାରବାରକୁ ନେଇ ବିଦ୍ୟାଳୟ କମିଟି ଏବଂ ପ୍ରଧାନ ଶିକ୍ଷକଙ୍କ ମଧ୍ୟରେ ଟଣାଟଣି ଲାଗିଛି। ବିଦ୍ୟାଳୟ କମିଟି ଅଭିଯୋଗ ମୁତାବକ ବିଦ୍ୟାଳୟର ପୂର୍ବତନ ପ୍ରଧାନ ଶିକ୍ଷକ ବଟକୃଷ୍ଣ ସାହୁ ୩୦.୬ରେ ଅବସର ଗ୍ରହଣ କରିଥିଲେ। ସେହି ସମୟରେ ସେ ସିନିୟର ଭାବେ ଏହି ସ୍କୁଲର ଅନ୍ୟଜଣେ ଶିକ୍ଷୟତ୍ରୀ କିରଣ ମୟୀ ଦେବତାଙ୍କୁ ପ୍ରଧାନ ଶିକ୍ଷକ ଭାବେ ଦାୟିତ୍ୱ ଦେଇଥିଲେ। ମାତ୍ର ପୁଣି ତାହାର ୨ଦିନ ପରେ ଏହାକୁ ବଦଳାଇ ଅନ୍ୟ ଜଣେ ଶିକ୍ଷକ ରମେଶ ଚନ୍ଦ୍ର ଜେନାଙ୍କୁ ଦାୟିତ୍ୱ ଦେଇଥିଲେ।…

"ବମ୍ପୁ-ମଙ୍ଗରାଜପୁର ବିଦ୍ୟାଳୟ: ପ୍ରଧାନଶିକ୍ଷକ ଚୟନ ଏବଂ ଆର୍ଥିକ କାରବାର ନେଇ କମିଟି-ପ୍ରଧାନଶିକ୍ଷକ ଟଣାଟଣି"

ବଡଚଣାର ଝିଅ ପ୍ରଜ୍ଞା ମାହାଲା ହେଲେ ଦୁର୍ଗା ବାହିନୀର ରାଷ୍ଟ୍ରୀୟ ସଂଯୋଜିକା

ଯାଜପୁର, ୮/୭ (ଓଡିଆ ପୁଅ/ମାନସ ରାଉତ) ବିଶ୍ୱ ହିନ୍ଦୁ ପରିଷଦର ଯୁବା ଭଉଣୀମାନଙ୍କ ଶାଖା ଦୁର୍ଗା ବାହିନୀର ୫ମ ରାଷ୍ଟ୍ରୀୟ ସଂଯୋଜିକା ଭାବେ ସୁଶ୍ରୀ ପ୍ରଜ୍ଞା ମାହାଲାଙ୍କୁ ନିଯୁକ୍ତି ଦିଆଯାଇ ଥିବା ନେଇ ଜୁନ ମାସ ଶେଷ ସପ୍ତାହରେ ନୂଆଦିଲ୍ଲୀଠାରେ ଅନୁଷ୍ଠିତ ବିଶ୍ୱ ହିନ୍ଦୁ ପରିଷଦର ପ୍ରବନ୍ଧ କମିଟି ବୈଠକରେ ପରିଷଦର ଅନ୍ତରାଷ୍ଟ୍ରୀୟ ମହା ସଚିବ ଡ଼. ମିଲିନ୍ଦ ପରାଣ୍ଡେ ଘୋଷଣା କରିଛନ୍ତି ! ୧୯୯୧ ମସିହାରେ ହିନ୍ଦୁ ଯୁବା ଭଉଣୀମାନଙ୍କୁ ସେବା, ସୁରକ୍ଷା ଓ ସଂସ୍କାର ଦେବାକୁ ‘ଦୁର୍ଗା ବାହିନୀ’ ଗଠନ ହେବା ପରେ ଏହାର ପ୍ରଥମ ରାଷ୍ଟ୍ରୀୟ ସଂଯୋଜିକା ହୋଇଥିଲେ ସାଧ୍ବୀ ରୃତମ୍ଭରା ! ଉତ୍କଳ ବିଶ୍ୱ ବିଦ୍ୟାଳୟରୁ ଓଡ଼ିଆ ଭାଷାରେ ସ୍ନାତୋକତ୍ତର…

"ବଡଚଣାର ଝିଅ ପ୍ରଜ୍ଞା ମାହାଲା ହେଲେ ଦୁର୍ଗା ବାହିନୀର ରାଷ୍ଟ୍ରୀୟ ସଂଯୋଜିକା"

ବଦଳୁଛି ବରୀ ରାଜନୀତି ; ଦେବାଶିଷଙ୍କ ସଫଳ ଗୋଟି ଚାଳନା ବିଜେପିକୁ ଚିନ୍ତାରେ ପକାଇଛି

ଯାଜପୁର-୭/୭(ଓଡିଆ ପୁଅ/ଏ.ରାଉତ) ୨୦୧୭ ପଂଚାୟତ ନିର୍ବାଚନରେ ବଦଳି ଯାଇଥିବା ବରୀ ରାଜନୀତି ୨୦୧୮ ମଧ୍ୟଭାଗ ବେଳକୁ ପୁନର୍ବାର ବଦଳି ଯାଇଥିବା ପରିଲକ୍ଷିତ ହୋଇଛି। ଯାହା ବରୀରେ ଗତ ପଂଚାୟତ ନିର୍ବାଚନ ପରେ ଦବଦବା ସୃଷ୍ଟି କରିଥିବା ବିଜେପିର ଚିନ୍ତାକୁ ବହୁ ମାତ୍ରାରେ ବଢାଇ ଦେଇଛି। ୨୦୧୭ ପଂଚାୟତ ନିର୍ବାଚନରେ ବିଜେଡିକୁ ଧୁଳି ଚଟାଇ ସ୍ୱାଧିନ ସଂଗଠନ ବରୀ ପଂଚାୟତ ସମିତିକୁ ଦଖଲ କରିଥିଲା। ଏହା ପରେ ସ୍ୱାଧିନ ସଂଗଠନ ଜିଲାରେ ବିଜେପିର ମହାମିଶ୍ରଣ ପର୍ବରେ ସାମିଲ ହୋଇ ବିଜେପିରେ ବିଲୟ ହୋଇଥିଲା। ବସ୍ତୁତ ଶୁଭ୍ର ସ୍ୱାଧିନ ସଂଗଠନ ସତା ହରାଇ ବିଜେପିର ଗେରୁଆ ରଂଗରେ ରଙ୍ଗାୟିତ ହୋଇଥିଲା। ଏହି ଘଟଣା କ୍ରମ ପରେ ଦୀର୍ଘ ୧୮…

"ବଦଳୁଛି ବରୀ ରାଜନୀତି ; ଦେବାଶିଷଙ୍କ ସଫଳ ଗୋଟି ଚାଳନା ବିଜେପିକୁ ଚିନ୍ତାରେ ପକାଇଛି"

ଦାନଗଦୀ ; ରାମ୍ପଲୋ ଏକଲବ୍ୟ ବିଦ୍ୟାଳୟ ବନମହୋତ୍ସବ ପାଳିତ

ଯାଜପୁର-୭/୭(ଓଡିଆ ପୁଅ/ଏ.ରାଉତ) ଯାଜପୁର ଜିଲା ଦାନଗଦୀ ବ୍ଲକ ରାମ୍ପଲୋ ଏକଲବ୍ୟ ବିଦ୍ୟାଳୟ ପରିସରରେ ବନମହୋତ୍ସବ ପାଲିତ ହୋଇଛି। ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ସୁକିନ୍ଦା ବିଧାୟକ ଇଂ ପ୍ରୀତିରଂଜନ ଘଡାଇ ଯୋଗଦେଇ ବୃକ୍ଷରୋପଣ କରିବା ସହିତ ଗଛ ବଂଚିଲେ ଆମେ ବଂଚିବା ସେଥିପାଇଁ ଆମେ ସମସ୍ତ ସଂଙ୍କଳ୍ପ ନେବା ଆମେ ସମସ୍ତେ ମିଳି ମିଶି ଗଛ ଲଗାଇବା। ଅନ୍ୟମାନଙ୍କ ମଧ୍ୟରେ ଯାଜପୁର ଜିଲାପାଳ ରଂଜନ କୁମର ଦାସ, କଳିଙ୍ଗନଗର ଏଡିଏମ ସନ୍ତୋଷ ମିଶ୍ର, ଯାଜପୁର ଜିଲାପରିଷଦ ସଭାପତି ନରେଶ ଚନ୍ଦ୍ର ମହାନ୍ତ, ଦାନଗଦୀ ବ୍ଲକ ଅଧ୍ୟକ୍ଷା ଲୋପମୁଦା୍ର ନାୟକ, ଦାନଗଦୀ ବ୍ଲକ ଉପାଧ୍ୟକ୍ଷ ସୁଂଧାଶୁ ଭଂଜ ସମେତ ବହୁ ଜନ ପ୍ରତିନିଧି ମାନେ ଉପସ୍ତିତ…

"ଦାନଗଦୀ ; ରାମ୍ପଲୋ ଏକଲବ୍ୟ ବିଦ୍ୟାଳୟ ବନମହୋତ୍ସବ ପାଳିତ"

ଶିକ୍ଷା ନିମନ୍ତେ ଦିବ୍ୟାଙ୍ଗ ଜିଲା ପ୍ରଶାସନର ଦ୍ୱାରସ୍ଥ 

ଯାଜପୁର -୭/୭(ଓଡିଆ ପୁଅ/ଏ.ରାଉତ) ଅର୍ଥ ପାଠପଢ଼ା ପାଇଁ ବାଧକ ହେଉଥିବାରୁ ଉଚ୍ଚତର ଶିକ୍ଷା ନିମନ୍ତେ ଅର୍ଥ ସାହାଯ୍ୟ ଦାବି ନେଇ ଦିବ୍ୟାଙ୍ଗ ଜିଲା ପ୍ରଶାସନର ଦ୍ୱାରସ୍ଥ ହୋଇଛି। ଯାଜପୁର ବ୍ଲକ୍ ମାର୍କଣ୍ଡପୁର ପଞ୍ଚାୟତ ଧନୀପୁର ଗ୍ରାମର ଦୀନବନ୍ଧୁ ଜେନାଙ୍କ ପୁଅ ଅଜୟ ସ୍ଥାନୀୟ ହରେକୃଷ୍ଣ ଦାସ ମହାବିଦ୍ୟାଳୟରେ +୨ରେ ଅଧ୍ୟୟନରତ। ଦୀବନନ୍ଧୁ ଜଣେ ଶ୍ରମିକ ହୋଇଥିବାରୁ ବହୁ କଷ୍ଟରେ ପୁଅ ଅଜୟକୁ କଲେଜ ପର୍ଯ୍ୟନ୍ତ ଆଣି ପାଠ ପଢ଼ାଉଛନ୍ତି। ସ୍କୁଲ ଶିକ୍ଷା ଦୀନବନ୍ଧୁ ବହୁ କଷ୍ଟରେ ନିଜ ପୁଅକୁ ପଢ଼ାଇ ମାଟ୍ରିକ୍ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବାପରେ ସ୍ଥାନୀୟ ମହାବିଦ୍ୟାଳୟରେ ପୁଅ ଅଜୟର ନାମ ଲେଖାଇ ପାଠ ପଢ଼ାଉଛନ୍ତି। ମାତ୍ର ମହାବିଦ୍ୟାଳୟରେ ଶିକ୍ଷା ନିମନ୍ତେ ଅଧିକ ଅର୍ଥ…

"ଶିକ୍ଷା ନିମନ୍ତେ ଦିବ୍ୟାଙ୍ଗ ଜିଲା ପ୍ରଶାସନର ଦ୍ୱାରସ୍ଥ "

ଉପ-ନିର୍ବାଚନରେ ଦଳ ଲଜ୍ଜାଜନକ ସ୍ଥିତିରେ, ସମୀକ୍ଷା କରିବ କଂଗ୍ରେସ

ଯାଜପୁର-୭/୭(ଓଡିଆ ପୁଅ/ଏ.ରାଉତ) ଯାଜପୁର ବ୍ଲକ୍ ୩୦ ନମ୍ବର ଜିଲା ପରିଷଦ ଜୋନରେ ହୋଇଥିବା ଉପ-ନିର୍ବାଚନରେ କଂଗ୍ରେସ ଦଳ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି। ଗତ ୨୦୧୭ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଉକ୍ତ ଜୋନରୁ ଦଳୀୟ ପ୍ରାର୍ଥୀ ଯେଉଁ ପରିମାଣର ଭୋଟ ପାଇଥିଲା ଉପ-ନିର୍ବାଚନରେ ଦଳୀୟ ପ୍ରାର୍ଥୀ ତାହାଠାରୁ କମ୍ ଭୋଟ ପାଇଥିବା ଜଣାପଡ଼ିଛି। ଦଳର ବିପର୍ଯ୍ୟୟ ପାଇଁ ନୈତିକତା ଦୃଷ୍ଟିରୁ ଜିଲା ସଭାପତି ମନୋଜ ରାଉତ ଓ ଯାଜପୁର ବ୍ଲକ୍ ସଭାପତି ବିଳାସ ରାଉତରା ଇସ୍ତଫା ଦେଇଛନ୍ତି। ଦଳ ସ୍ଥିତି ପରଖିବା ସହ ସମୀକ୍ଷା କରିବ ବୋଲି କଂଗ୍ରେସ ଦଳର ନିର୍ବାଚନମଣ୍ଡଳୀ ନେତା ସନ୍ତୋଷ ନନ୍ଦ ସଫେଇ ଦେଇଛନ୍ତି। ଉପ-ନିର୍ବାଚନରେ ଶ୍ରୀ ନନ୍ଦଙ୍କ ସମେତ କାର୍ଯ୍ୟକାରୀ ସଭାପତି…

"ଉପ-ନିର୍ବାଚନରେ ଦଳ ଲଜ୍ଜାଜନକ ସ୍ଥିତିରେ, ସମୀକ୍ଷା କରିବ କଂଗ୍ରେସ"

ଶ୍ରେଷ୍ଠ ପଞ୍ଚାୟତ ପୁରସ୍କୃତ ସୁନ୍ଦରିଆ ପଞ୍ଚାୟତରେ ପାନୀୟ ଜଳ ମିଳିଲାନି ନିଜସ୍ୱ ଖର୍ଚ୍ଚରେ ବସ୍ତିବାସିନ୍ଦାଙ୍କ ପାଇଁ ବୋରିଙ୍ଗ କଲେ ସମିତି ସଭ୍ୟା

ଯାଜପୁର-୬/୭(ଓଡିଆ ପୁଅ/ଏ.ରାଉତ) ରାଜ୍ୟର ଶ୍ରେଷ୍ଠ ପଞ୍ଚାୟତ ପୁରସ୍କାରପ୍ରାପ୍ତ ଧର୍ମଶାଳା ବ୍ଲକ ସୁନ୍ଦରିଆ ପଞ୍ଚାୟତରେ ସାଧାରଣ ଲୋକମାନଙ୍କ ପାଇଁ ମୌଳିକ ସୁବିଧା ଅପହଞ୍ଚ ହୋଇପଡିଛି। ସ୍ଥାନୀୟ ଦଳିତ ବସ୍ତିବାସିନ୍ଦାଙ୍କୁ ପାଣି ମୁନ୍ଦିଏ ଦେବା ପାଇଁ ବ୍ଲକ ଠାରୁ ଜିଲ୍ଲାପାଳ ଅଫିସ ପର୍ଯ୍ୟନ୍ତ ପଞ୍ଚାୟତର ବସ୍ତିବାସିନ୍ଦା ସଂଗ୍ରାମ କରିବା ପରେ ମଧ୍ୟ କିଛି ସୁଫଳ ମିଳିନଥିଲା ସେମାନଙ୍କୁ। ପ୍ରଶାସନ ଉପରୁ ଭରଷା ତୁଟାଇବା ପରେ ଏ ନେଇ ମାନ୍ୟବର ହାଇକୋର୍ଟର ଦ୍ୱାରସ୍ଥ ହୋଇଥିଲେ ସମିତିସଭ୍ୟା ରୀଲୁ ବେହୁରା। ତଥାପି ହାଇକୋର୍ଟ ନିର୍ଦ୍ଦେଶକୁ ବି ପ୍ରଶାସନ ଫୁ କରିଦେଲା। ତେବେ ପ୍ରଶାସନ ଓ ନ୍ୟାୟିକ ବ୍ୟବସ୍ଥା ଉପରୁ ଆସ୍ଥା ହରାଇ ପରେ ଶେଷରେ ବସ୍ତିବାସିନ୍ଦାଙ୍କୁ ପାଣି ମୁନ୍ଦିଏ ଦେବା ପାଇଁ…

"ଶ୍ରେଷ୍ଠ ପଞ୍ଚାୟତ ପୁରସ୍କୃତ ସୁନ୍ଦରିଆ ପଞ୍ଚାୟତରେ ପାନୀୟ ଜଳ ମିଳିଲାନି ନିଜସ୍ୱ ଖର୍ଚ୍ଚରେ ବସ୍ତିବାସିନ୍ଦାଙ୍କ ପାଇଁ ବୋରିଙ୍ଗ କଲେ ସମିତି ସଭ୍ୟା"

୬ ଲକ୍ଷ ଟଙ୍କାର ଉଚ୍ଚ କ୍ଷମତା ସମ୍ପନ୍ନ ପାଣିଟାଙ୍କିର ଶିଳାନ୍ୟାସ

ଯାଜପୁର-୬/୭(ଓଡିଆ ପୁଅ/ଏ.ରାଉତ) ଧର୍ମଶାଳା ବ୍ଳକର ଜାରକା ଓ ଚୋରମୁହାଁ ଆଦି ଦୁଇଟି ପଞ୍ଚାୟତର ୩ଟି ସ୍ଥାନରେ ଉଚ୍ଚ କ୍ଷମତା ସଂପନ୍ନ ଓଭର ହେଡ ପାଣି ଟାଙ୍କି ପ୍ରକଳ୍ପର ଶିଳାନ୍ୟାସ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ପଞ୍ଚାୟତ ରାଜ ଓ ପାନୀୟ ଜଳ ଯୋଗାଣ ବିଭାଗ ପକ୍ଷରୁ ଏକ କୋଟି ୬ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ବ୍ଲକର ଜାରକା ପଞ୍ଚାୟତର ଶାନ୍ତିବଜାର ଓ ଧର୍ମଶାଳା କଲେଜ ଏବଂ ଚୋରମୁହାଁ ପଞ୍ଚାୟତର ଧର୍ମଶାଳା ହାଟ ପଡିଆ ଠାରେ ଏହି କାର୍ଯ୍ୟକ୍ରମରେ ଯାଜପୁର ସାଂସଦ ରୀତା ତରାଇ ଓ ଧର୍ମଶାଳା ବିଧାୟକ ପ୍ରଣବ ବଳବନ୍ତରାୟ ଅତିଥି ଭାବେ ଯୋଗ ଦେଇ ପ୍ରକଳ୍ପର ଶିଳାନ୍ୟାସ କରିଥିଲେ। ୨ଲକ୍ଷ ଲିଟର ବିଶିଷ୍ଟ ଉଚ୍ଚ…

"୬ ଲକ୍ଷ ଟଙ୍କାର ଉଚ୍ଚ କ୍ଷମତା ସମ୍ପନ୍ନ ପାଣିଟାଙ୍କିର ଶିଳାନ୍ୟାସ"

ଧନ୍ୟବାଦ ଓ ଜିନ୍ଦାବାଦରେ ମଂଚ ପ୍ରକମ୍ପିତ ହେଲା କୋରାଇ ବ୍ଳକ୍ର ‘ଆମ ଗାଁ ଆମ ବିକାଶ’ କାର୍ଯ୍ୟକ୍ରମ

ଯାଜପୁର-୪/୭(ଓଡିଆ ପୁଅ/ଏ.ରାଉତ)ଯାଜପୁର ଜିଲା ପାଣିକୋଇଲି କଲେଜ ପଡିଆ ଠାରେ ଆଜି କୋରାଇ ବ୍ଲକର ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସିଧାସଳଖ କୋରାଇର ହଜାର ହଜାର ଲୋକଙ୍କ ସହିତ କଥା ହୋଇଥିଲେ । କାର୍ଯ୍ୟକ୍ରମରେ ୫ ହଜାରରୁ ଉର୍ଦ୍ଧ ମହିଳାଙ୍କ ସମେତ ବହୁସଂଖ୍ୟାରେ ଜନପ୍ରତିନିଧି ଓ ବିଜେଡି କର୍ମୀ ଯୋଗଦେଇଥିଲେ । କୋରାଇ ବ୍ଲକ୍ର ୨୮ଟି ପଂଚାୟତ ପାଇଁ ମୁଖ୍ୟମନ୍ତ୍ରୀ ମୋଟ ୨୨୮ଟି ପ୍ରକଳ୍ପକୁ ଅନୁମୋଦନ କରିବା ସହିତ ୬ କୋଟି ୫୦ ଲକ୍ଷ ଟଙ୍କା ମଞ୍ଜୁର କରିଥିବା ଘେଷଣା କରିଥିଲେ । ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ପରେ ହଜାର ହଜାର ସଂଖ୍ୟାରେ ମହିଳା ଶଂଖ ଓ…

"ଧନ୍ୟବାଦ ଓ ଜିନ୍ଦାବାଦରେ ମଂଚ ପ୍ରକମ୍ପିତ ହେଲା କୋରାଇ ବ୍ଳକ୍ର ‘ଆମ ଗାଁ ଆମ ବିକାଶ’ କାର୍ଯ୍ୟକ୍ରମ"