ସରକାରୀ ଧାର୍ଯ୍ୟ ନିୟମକୁ ବଡଚଣା ବିଡିଓଙ୍କ ଉପେକ୍ଷା: ବିଭିନ୍ନ ମହଲରୁ ଅସନ୍ତୋଷ

ଯାଜପୁର,୧୩/୫(ଓଡିଆ ପୁଅ/ମାନସ ରାଉତ )- ବଡଚଣା ବ୍ଲକରେ ପଂଚାୟତ ରାଜ ନିମୟକୁ ବିଡିଓ ଉପେକ୍ଷା କରି ପଂଚାୟତ ସମିତି ବୈଠକ କରାଇବା ଓ ସେହି ବୈଠକରେ କେତକ ଅବଂଚିତ ଲୋକଙ୍କୁ ଗୁରୁତ୍ୱ ଦେଇ ବସାଇ ତାଙ୍କ ସମ୍ମୁଖରେ ଗୃହ ଭିତରର ସମସ୍ତ ଆଲୋଚନା କରାଇବା ପ୍ରସଙ୍ଗକୁ ନେଇ ଏବେ ବିଭିନ୍ନ ମହଲରୁ ଅସନ୍ତୋଷ ପ୍ରକାଶ ପାଇଛି। ପଂଚାୟତ ନିର୍ବାଚନ ପରେ ପ୍ରଥମ କରି ଶୁକ୍ରବାର ଦିନ ବଡଚଣା ବ୍ଳକରେ ଅନୁଷ୍ଠିତ ପଂଚାୟତ ସମିତି ବୈଠକରେ ଏଭଳି ବ୍ୟତିକ୍ରମ ଦେଖିବାକୁ ମିଳିଛି। ପଞ୍ଚାୟତରାଜ ନିୟମ ୧୯୫୯ର ଓଡିଶା ଆକ୍ଟ-୭ ର ୧୯୬୦ଧାରା ଅନୁଯାୟୀ ପଞ୍ଚାୟତ ସମିତିରେ ଅଧ୍ୟକ୍ଷ, ଉପାଧକ୍ଷ, ବିଡିଓ, ସରପଞ୍ଚ ଏବଂ ସମିତିସଭ୍ୟ/ସଭ୍ୟା ମାନଙ୍କ ସହ…

"ସରକାରୀ ଧାର୍ଯ୍ୟ ନିୟମକୁ ବଡଚଣା ବିଡିଓଙ୍କ ଉପେକ୍ଷା: ବିଭିନ୍ନ ମହଲରୁ ଅସନ୍ତୋଷ"

ସରକାରିଦଳର ମୁଖ୍ୟ ସଚେତକଙ୍କୁ ସ୍ୱାଗତ

ଯାଜପୁର, ୧୩/୦୫ (ଓଡିଆ ପୁଅ/ମାନସ ରାଉତ)- ବଡ଼ଚଣା ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଅମର ପ୍ରସାଦ ଶତପଥୀଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ବଟ୍ଟନାୟକ ସରକାରୀ ଦଳର ମୁଖ୍ୟ ସଚେତକ ଭାବେ ନିଯୁକ୍ତି କରିଥିବାରୁ ବଡ଼ଚଣା ଅଞ୍ଚର ବିଭିନ୍ନ ମହଲରେ ବିଧାୟକଙ୍କୁ ସ୍ୱାଗତ କରାଯାଇଛି। ବଡ଼ଚଣାରୁ ପାଞ୍ଚ ଥର ବିଧାୟକ ଭାବେ ଓଡିଶା ବିଧାନ ସଭାରେ ସଫଳତାର ସହ ପ୍ରତିନଧିତ୍ୱ କରି ନିଜର ପରିଚୟ ସୃଷ୍ଟି କରିପାରିଛନ୍ତି। ମଧ୍ୟବିତ ପରିବାରରେ ଜନ୍ମ ହୋଇ ଛାତ୍ର ଅବସ୍ଥାରୁ ଅନେକ ଘାତ ପ୍ରତିଘାତର ସମ୍ମୁଖୀନ ହୋଇ ନିଜର କର୍ତ୍ତବ୍ୟ ନିଷ୍ଠା ଏବଂ ସହନଶୀଳତା ପାଇଁ ବଡ଼ଚଣା ବାସୀଙ୍କର ପ୍ରିୟ ହେବା ସଙ୍ଗେ ସଙ୍ଗେ ଦଳର ମୁଖ୍ୟଙ୍କ ଆସ୍ଥାଭାଜନ ହୋଇ ପାରିଥିବା ବିଭିନ୍ନ…

"ସରକାରିଦଳର ମୁଖ୍ୟ ସଚେତକଙ୍କୁ ସ୍ୱାଗତ"

ମହାଖଳା ଅଙ୍ଗନୱାଡି-୨ କେନ୍ଦ୍ରରେ ସହୟିକା ନିଯୁକ୍ତି

ଯାଜପୁର, ୧୩/୦୫ (ଓଡିଆ ପୁଅ/ମାନସ ରାଉତ)-ବଡ଼ଚଣା ବ୍ଲକ ଭୂଷୁଣ୍ଡପୁର ପଞ୍ଚାୟତ ମହାଖଳା ଗ୍ରାମରେ ଅଙ୍ଗନୱାଡି-୨ର ସର୍ବାଧିକ ମତ ଥିବା ସଶ୍ମିତା ସାହୁଙ୍କୁ ସହାୟିକା ଭାବେ ନିଯୁକ୍ତି ଦିଆଯାଇଥିବା ସିଡିପିଓ-୧ ପ୍ରଣତି ଦାସ ପ୍ରକାଶ କରିଛନ୍ତି। ଏହି କେନ୍ଦ୍ରରେ ସହୟିକା ନିଯୁକ୍ତି ପାଇଁ ଝୁମିଲତା ସାହୁ ଏବଂ ସଶ୍ମିତା ସାହୁ ଦୁଇଜଣ ଆବେଦନ କରିଥିଲେ। ସମ୍ପୃକ୍ତ ଅଙ୍ଗନୱାଡି କେନ୍ଦ୍ରର ସମସ୍ତ ସଭ୍ୟ ସରପଞ୍ଚ ଯଜାତୀ କେଶରୀ ରାଉତ,ସମିତିସଭ୍ୟ ପାର୍ବତି ସେଠୀ ଏବଂ ସିଡିପିଓ-୧ ପ୍ରଣତି ଦାସଙ୍କ ଉପସ୍ଥିତିରେ ମତ ଗ୍ରହଣ କରାଯାଇଥିଲା। ଝୁମିଲତା ସପକ୍ଷରେ ୧୪ ଜଣ ମତ ଦେଇଥିବା ବେଳେ ସଶ୍ମିତାଙ୍କ ସପକ୍ଷରେ ୪୯ ଜଣ ମତ ଦେଇଥିଲେ ବୋଲି ସିଡିପିଓ-୧ ଶ୍ରୀମତି ଦାସ ପ୍ରକାଶ…

"ମହାଖଳା ଅଙ୍ଗନୱାଡି-୨ କେନ୍ଦ୍ରରେ ସହୟିକା ନିଯୁକ୍ତି"

ଖାଉଟି ଅଦାଲତର ନିର୍ଦ୍ଦେଶକୁ ମାନୁନାହିଁ ଅର୍ଥ ଲଗାଣ ସଂସ୍ଥା

ଯାଜପୁର, ୧୩/୦୫(ଓଡିଆ ପୁଅ/ମାନସ ରାଉତ)-ଆର୍ଥିକ ଅନିୟମିତତା ନେଇ ଜିଲା ଖାଉଟି ଅଦାଲତ ତରଫରୁ ଅର୍ଥ ଲଗାଣକାରୀ ସଂସ୍ଥା (ମାଗ୍ମା ଫାଇନାନସ୍)କୁ ବାରମ୍ବାର ଦିଆଯାଇଥିବା ନିର୍ଦ୍ଦେଶକୁ କମ୍ପାନୀ ବେଖାତିରି କରୁଥିବା ନେଇ ଅଭିଯୋଗ ହୋଇଛି। ଏହି ସଂସ୍ଥା ଚଣ୍ଡିଖୋଲ, ଛତିଆ, ବଡ଼ଚଣା, ବାଲିଚନ୍ଦ୍ରପୁର ଆଦି ସ୍ଥାନରେ ଶାଖାମାନ ଖୋଲି ସାଧାରଣ ଲୋକଙ୍କୁ ଯାନବାହାନ ଋଣରେ ଦେଇଥାଏ। ବିଭିନ୍ନ ସମୟରେ ଅଧିକା ଅର୍ଥ ଉପାର୍ଜନର ଲୋଭ ଦେଖାଇ ଲୋକମାନଙ୍କ ଠାରୁ ଅର୍ଥ ନେଇ ନିର୍ଦ୍ଦିଷ୍ଠ ସମୟ ପରେ ଫେରସ୍ତ ନକରିବା ଫଳରେ ଋଣ ନେଇଥିବା ଲୋକମାନେ ହଇରାଣ ହରକତ ହୋଇଥାନ୍ତି। କିଛି ଋଣ ଗ୍ରହିତା ଖାଉଟି ଅଦାଲତର ମଧ୍ୟ ଆଶ୍ରୟ ନେବାକୁ ବାଧ୍ୟ ହୋଇଥାନ୍ତି। ମାତ୍ର ଏମାନଙ୍କର ମୁଖ୍ୟ…

"ଖାଉଟି ଅଦାଲତର ନିର୍ଦ୍ଦେଶକୁ ମାନୁନାହିଁ ଅର୍ଥ ଲଗାଣ ସଂସ୍ଥା"

ଯୁକ୍ତ ୨ ପରୀକ୍ଷାରେ ବଡ଼ଚଣାର ବିଭିନ୍ନ ମହାବିଦ୍ୟାଳୟରେ ମିଶ୍ରିତ ଫଳାଫଳ

ଯାଜପୁର, ୧୩/୦୫(ଓଡିଆ ପୁଅ/ମାନସ ରାଉତ)- ଯୁକ୍ତ ୨ ପରୀକ୍ଷା ଫଳରେ ବଡ଼ଚଣାରେ ବିଭିନ୍ନ ମହାବିଦ୍ୟାଳୟର ପରୀକ୍ଷାର୍ଥୀମାନେ ୮୦ ଶତକଡ଼ାରୁ ଉର୍ଦ୍ଧ୍ୱ ନମ୍ବର ରଖି ଥିବାର ଜଣାଯାଇଛି। ବାବା ଭୈରବାନନ୍ଦ ମହାବିଦ୍ୟାଳୟ ଚଣ୍ଡିଖୋଲର ସମୁଦାୟ ୧୪୦ ଜଣ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୧୨୮ ଜଣ କୃତକାର୍ଯ୍ୟ ହୋଇଥିବାର ଜଣାଯାଇଛି। ୨୪ ଜଣ ପ୍ରଥମ ଶ୍ରେଣୀ,୩୨ ଜଣ ଦ୍ୱିତୀୟ ଶ୍ରେଣୀ ଓ ୭୨ ଜଣ ତୃତୀୟ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଥିବାର ଜଣାଯାଇଛି। ସେହିପରି ବିଷ୍ଣୁ ସାମନ୍ତରାୟ ମହାବିଦ୍ୟାଳୟ ନୂଆହାଟର ସମୁଦାୟ ୨୫ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିବା ବେଳେ ୧୫ ଦ୍ୱତୀୟ ଶ୍ରେଶୀ ଓ ୪ ଜଣ ତୃତୀୟ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଥିବାର ଜଣାଯାଇଛି।

"ଯୁକ୍ତ ୨ ପରୀକ୍ଷାରେ ବଡ଼ଚଣାର ବିଭିନ୍ନ ମହାବିଦ୍ୟାଳୟରେ ମିଶ୍ରିତ ଫଳାଫଳ"

ବିଜେପିରେ ଯୋଗ ଦେଲେ ବିଜେଡି ଓ ଆଦିବାସୀ ନେତା ଜୟରାମ ପାଙ୍ଗୀ

–    ଗାଡ଼ିଆରୁ ଆସି ସମୁଦ୍ରରେ ମିଶିଲି: ଜୟରାମ ପାଙ୍ଗୀ –    ଜୟରାମ ବାବୁଙ୍କୁ ପାଇ ବିଜେପି ଗର୍ବିତ : ଧର୍ମେନ୍ଦ୍ର ପ୍ରଧାନ –    ବିଜେପିରେ ସାମିଲ ହେଲେ ବିଜେଡି ନେତା ଏବଂ ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ଘଡେଇଙ୍କ ଜ୍ୱାଇଁ ତଥା କେନ୍ଦ୍ରାପଡା ଜିଲ୍ଲା ଦୁମୁକା ପଂଚାୟତ ସମିତି ସଭ୍ୟ ନିହାର ବେଉରା –    ଜଗତସିଂହପୁର, କେନ୍ଦ୍ରାପଡା, କେନ୍ଦୁଝର, ଯାଜପୁର ଜିଲ୍ଲା ସମେତ ଭୂବନଶ୍ୱେରର ବହୁ ବିଜେଡି ଓ କଂଗ୍ରେସ ନେତା ବିଜେପିରେ ସାମିଲ ଭୁବନେଶ୍ୱର, ୦୯/୦୫ (ଓଡ଼ିଆ ପୁଅ) : ଓଡ଼ିଶା ରାଜନୀତିରେ ବଦଳୁଛି ପାଣିପାଗ। ବିଶ୍ୱର ସର୍ବବୃହତ ରାଜନୈତିକ ଦଳ ଭାରତୀୟ ଜନତା ପାର୍ଟିର ଆଦର୍ଶ ଏବଂ ମାନନୀୟ ପ୍ରଧାନମନ୍ତ୍ରୀ ମୋଦିଜୀଙ୍କ ନେତୃତ୍ୱ ଓଡ଼ିଶାବାସୀଙ୍କୁ…

"ବିଜେପିରେ ଯୋଗ ଦେଲେ ବିଜେଡି ଓ ଆଦିବାସୀ ନେତା ଜୟରାମ ପାଙ୍ଗୀ"

ବିଜେପିର ମିଶ୍ରଣ ପର୍ବର ସାଧରଣ ସଭାରେ ଦେଇଥିବା ଉକ୍ତିକୁ ବଡଚଣା ବିଜେଡି ସମ୍ବାଦିକ ସମ୍ମଳନୀ ସମାଲୋଚନା

ଯାଜପୁର, ୯/୫ (ଓଡିଆ ପୁଅ/ମାନସ ରାଉତ) ଯାଜପୁର ଜିଲ୍ଲାର ଚଣ୍ଡିଖୋଲ ଠାରେ ଗତ ଦୁଇଦିନ ତଳେ ବିଜେପି ପକ୍ଷରୁ ଏକ ବଡଧରଣର ମିଶ୍ରଣପର୍ବ ଅନୁଷ୍ଠିତ ହୋଇଥିଲା। ଏଥିରେ କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରକୃତିକ ଗ୍ୟାସ ମନ୍ତ୍ରୀ ଧମେନ୍ଦ୍ର ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବିଜେଡିର ପ୍ରାକ୍ତନ ନେତା ଅମର ନାୟକ, ପୂର୍ବତନ ବ୍ଲକ ଅଧ୍ୟକ୍ଷା ସୁକ୍ରମଣୀ ପୁର୍ତ୍ତି ଓ ତାଙ୍କର କେତକ ସମର୍ଥକଙ୍କୁ ବେଜେପିରେ ସାମିଲ କରାଇବା ସହ ଆୟୋଜିତ ସାଧରଣ ସଭାରେ ଅଭିଭାଷଣ ଦେଇ ସିଧା ସଳକ ରାଜ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ବଡଚଣା ବିଧାୟକ ଅମର ପ୍ରସାଦ ଶତପଥୀଙ୍କୁ ଦୂର୍ନିତିଗ୍ରସ୍ତ କହି ସମାଲୋଚନା କରିଥିଲେ ଓ ଏବେ ଠାରୁ ବଡଚଣା…

"ବିଜେପିର ମିଶ୍ରଣ ପର୍ବର ସାଧରଣ ସଭାରେ ଦେଇଥିବା ଉକ୍ତିକୁ ବଡଚଣା ବିଜେଡି ସମ୍ବାଦିକ ସମ୍ମଳନୀ ସମାଲୋଚନା"

ଶ୍ରୀରାମପୁର ଦୃର୍ଘଟଣାରେ ୩ଜଣଙ୍କ ମୃତ୍ୟୁ ପାଇଁ ଦାୟୀ କିଏ? ପ୍ରଶାସନ ନା କମ୍ପାନୀ କର୍ତ୍ତୃପକ୍ଷ

ଯାଜପୁର, ୮/୫ (ଓଡିଆ ପୁଅ/ମାନସ ରାଉତ) ଗୋଟେପଟେ ଚୋରା ଚାଲାଣ ପାଇଁ ରାଜସ୍ୱକ୍ଷତି ଅନ୍ୟପଟେ ସାଧରଣ ଜନତାଙ୍କ ଜୀବନ। ଏଭଳି ଏକ ସ୍ପର୍ଶକାତରା ଘଟଣାରେ ଆଜି ଏକ ସାଧରଣ ଜନତା ଏବଂ ବୁଦ୍ଧିଜିବୀଙ୍କ ମହଲରେ ବିରାଟ ପଶ୍ନ ଉଠିତି ଗତକାଲି ଧର୍ମଶାଳା ଥାାନା ଶ୍ରୀରାମପୁର ଗେଟ ନିକଟରେ ଘଟିଥିବା ଦୃଘଟଣା ପାଇଁ ଦାୟୀ କିଏ। ପ୍ରଶାସନ ନା ଟିଟିପିଆଇ କମ୍ପାନୀ କର୍ତ୍ତପୁକ୍ଷ ନା ଗାଡି ଚାଳକ? ଧର୍ମଶାଳା ତହସିଲ ପ୍ରଶାସନର ଲଗାମଚଡା ପାଇଁ ହେଉ କିମ୍ଭା ପରିବହନ କାର୍ଯ୍ୟାଳୟର ଦାୟିତ୍ୱହୀନତା ପାଇଁ ଅଭା ପୋଲିସ ପ୍ରଶାସନର କାର୍ଯ୍ୟକାରିତା ପାଇଁ ଆଉ କିନ୍ତୁ ପେରିବନ ସେହି କଅଁଳ ଶିଶୁ ସହିତ ତାଙ୍କର ଭାଇ ଏବଂ ମାଙ୍କ ଜୀବନ।…

"ଶ୍ରୀରାମପୁର ଦୃର୍ଘଟଣାରେ ୩ଜଣଙ୍କ ମୃତ୍ୟୁ ପାଇଁ ଦାୟୀ କିଏ? ପ୍ରଶାସନ ନା କମ୍ପାନୀ କର୍ତ୍ତୃପକ୍ଷ"

ଲୋକଙ୍କ ସମସ୍ୟା ପ୍ରତି ଧ୍ୟାନ ଦେଉନାହିଁ ପ୍ରଶାସନ: ଛଅମାସ ହେଲା ଧସିଥିବା ରାସ୍ତା ମରାମତି କେବେ?

ଯାଜପୁର,୯/୫ (ଓଡିଆ ପୁଅ/ମାନସ ରାଉତ) ବଡଚଣା ବ୍ଲକ ଅନ୍ତର୍ଗତ ରାଧାଦେଇପୁର ପଞ୍ଚାୟତର ଦିଗାମ୍ବରପୁର ଠାରେ ଆଜକୁ ଛଅମାସରୁ ଉର୍ଦ୍ଧ୍ୱ ହେବ ନଦୀବନ୍ଧ ରାସ୍ତାଟି ନଦୀଗର୍ଭକୁ ଧସି ପଡିଥିବା ବେଳେ ଏଥିପ୍ରତି ସ୍ଥାନୀୟ ପ୍ରଶାସନ ଦୃଷ୍ଟିଦେଉନଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ସୂଚନା ଏହି ରାସ୍ତାଟି ଛଅମାସ ହେବ ନଦୀକୁଳ ଖାଇଯିବା ହେତୁ ନଦୀ ଗର୍ଭକୁ ଖସି ପଡିଥିବା ବେଳେ ଏହାର ତଦନ୍ତ ପାଇଁ ବିଭାଗୀୟ ଅଧିକାରୀ ପରିଦର୍ଶନ କରି ଏହାର ତୁରନ୍ତ ମରାମତି କରିବା ପାଇଁ ପ୍ରଶାସନ ତରଫରୁ ଗ୍ରାମବାସୀମାନଙ୍କୁ ଭରସା ଦିଆଯାଇଥିବା ବେଳେ ଏବେ ଛଅମାସ ରୁ ଉର୍ଦ୍ଧ୍ୱ ସମୟ ହେଲାଣି ପ୍ରଶାସନର କୌଣସି ଦେଖା ମିଳୁନଥିବା ଅଭିଯୋଗ ହେଉଛି। ଯେଉଁଥି ପାଇଁ ଏହି ରାସ୍ତା…

"ଲୋକଙ୍କ ସମସ୍ୟା ପ୍ରତି ଧ୍ୟାନ ଦେଉନାହିଁ ପ୍ରଶାସନ: ଛଅମାସ ହେଲା ଧସିଥିବା ରାସ୍ତା ମରାମତି କେବେ?"

ପ୍ରଶାସନର ଅଣଦେଖାରୁ ଓଡିଶାର ବଡପୋଖରୀ ଲୀନ ହେବାକୁ ବସିଲାଣି

ଯାଜପୁର ୮/୫ (ଓଡିଆପୁଅ/ମାନସ ରାଉତ:ଧର୍ମଶାଳା ବ୍ଲକ ଅନ୍ତର୍ଗତ କଣ୍ଟିଗଡିଆ ଠାରେ ଥିବା ବଡପୋଖରୀ ଦିନେ ଓଡିଶାର ବଡପୋଖରୀ ଭାବେ ପରିଚିତ ଥିଲା। ଜାତୀୟରାଜପଥ-୫(କ) ପାରାଦ୍ୱିପ ବନ୍ଦର ନିର୍ମାଣ ହେବା ସମୟରେ ସ୍ୱର୍ଗତଃ ବିଜୁ ପଟ୍ଟନାୟକ ଏହି ପୋଖରୀ ମଧ୍ୟ ଦେଇ ରାସ୍ତା ନିର୍ମାଣ କରାଇଥିଲେ। ଏହା ପରେ ଏହି ପୋଖରୀ ଦୁଇଭାଗରେ ବିଭକ୍ତ ହୋଇଥିଲା। ସମୟକ୍ରମେ ଏହା ପୋତି ହୋଇଯାଉଥିବା ବେଳେ ପ୍ରଶାସନ ତରଫରୁ୨୦ ବର୍ଷ ପୂର୍ବେ ଏହାର ପୂନଃଉଦ୍ଧାର କରାଯାଇଥିଲା। ଠିକାଦାର ଓ ପ୍ରଶାସନିକ ଅଧିକାରୀଙ୍କ ମଧୁଚନ୍ଦ୍ରି୍କାରେ ଏହାର ପୁନଃଉଦ୍ଧାର କାର୍ଯ୍ୟ ଠିକ୍ ଭାବରେ ନ ହୋଇ ମାଟି ଖୋଳାଯାଇ ପୋଖରୀ ମଧ୍ୟରେ ଆଉ ଏକ ହୁଡା ସହ ପାହାଚ ନିର୍ମାଣ କରାଯାଇଥିଲା। ପରବର୍ତ୍ତୀ…

"ପ୍ରଶାସନର ଅଣଦେଖାରୁ ଓଡିଶାର ବଡପୋଖରୀ ଲୀନ ହେବାକୁ ବସିଲାଣି"