ବେଆଇନ ପରିବହନ ପ୍ରତି ଆଖି ବୁଝିଛି ପ୍ରଶାସନ

ଯାଜପୁର-୨୧/୫ (ଓଡ଼ିଆ ପୁଅ/ଏ.ରାଉତ) ଯାଜପୁର ଧର୍ମଶାଳା ତହସିଲ ଅଧିନରେ ଥିବା କଳାପଥର ସଇରାତ ଗୁଡିକରୁ ଦୈନିକ ଶହ ଶହ ଟ୍ରିପ୍ କଳାପଥର ବେଆଇନ ଭାବେ ଚୋର ଚାଲାଣ ହେଉଥିବା ଦେଖିବାକୁ ମିଳୁଛି। ଏହି ଚାଲାଣ ବହୁବର୍ଷ ହେବ ବେଧଡକରେ ଚାଲିଥିବାରୁ ମାଫିଆମାନେ ସକ୍ରିୟ ହେବାରେ ଲାଗିଛନ୍ତି। ଫଳରେ ଏଥିପାଇଁ ସରକାରଙ୍କୁ କୋଟି କୋଟି ଟଙ୍କା ରାଜସ୍ୱ ହରାଇବାକୁ ପଡୁଛି। ଏନେଇ ବହୁବାର ସ୍ଥାନୀୟ ଅଞ୍ଚଳର ଅଧିବାସୀଙ୍କ ସମେତ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଅଭିଯୋଗ ହୋଇ ଆସୁଥିଲେ ମଧ୍ୟ ପ୍ରଶାସନ କାଁ ଭାଁ ଚଢଉ କରିବାକୁ ସକ୍ଷମ ହୋଇଛି। ଯାହା ଦ୍ୱାରା ମାଫିଆମାନେ ନିସ୍କ୍ରିୟ ହେବା ପରିବର୍ତ୍ତେ ସକ୍ରିୟ ହୋଇଛନ୍ତି। ଏହିପରି ନୀତି ବିଭାଗ ଆପଣାଇ ଥିବାରୁ…

"ବେଆଇନ ପରିବହନ ପ୍ରତି ଆଖି ବୁଝିଛି ପ୍ରଶାସନ"

ଯୁବ ସଂଗଠକ ଅମୀୟ ପରିଡା ସମ୍ବର୍ଦ୍ଧିତ

ଯାଜପୁର-୨୧/୫ (ଓଡ଼ିଆ ପୁଅ/ଏ.ରାଉତ) ଯାଜପୁର ଜିଲା ଧର୍ମଶାଳା ବ୍ଲକ କଦବପାଳ ପଂଚାୟତ ନୋଷ୍ଠା ଗ୍ରାମର ବୁଢୀ ଜାଗୁଳାଇ ଡ୍ରାମଟିକ୍ କ୍ଲବର ୨ ବାର୍ଷିକ ଉତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। କ୍ଲବର ସମ୍ପାଦକ ବିବେକାନନ୍ଦ ରାୟଙ୍କ ସଭାପତିତ୍ୱୋ ମୁଖ୍ୟ ଅତିଥି ଭାବେ ବାଲିଚନ୍ଦ୍ରପୁର ଥାନା ଅଧିକାରୀ ସୁଶାନ୍ତ କୁମାର ଦାଶ,ମୁଖ୍ୟବକ୍ତା ଶିଶୁ ସାହିତି୍ୟକ ଓ ସ୍ତମ୍ବକାର ପ୍ରିୟନାଥ ମହାପାତ୍ର ଓ ସମ୍ମାନିତ ଅତିଥି ଭାବେ ଚଣ୍ଡିଖୋଲ ଟ୍ରକ ସଂଘର ସମ୍ପାଦକ ପୁଷ୍ପରାଜ ନାୟକ ଯୋଗ ଦେଇ ଦେଇଥିଲେ। ଅନୁଷ୍ଠାନ ପକ୍ଷରୁ ସ୍ଥାନୀୟ ଅଂଚଳର ପ୍ରତିଭା ମାନଙ୍କ ସମ୍ମାନୀତ କରାଯାଇଥିଲା। ହାସ୍ୟ ଅଭିନେତା ନରେନ ଜେନା,ଧର୍ମଶାଳା ବ୍ଲକ ମାଟ୍ରିକ ଟପ୍ପର ଅଶ୍ୱନୀ କୁମାର,କ୍ରୀଡାବିତ୍ ନାରାୟଣ ଜେନା ଓ ଯୁବ…

"ଯୁବ ସଂଗଠକ ଅମୀୟ ପରିଡା ସମ୍ବର୍ଦ୍ଧିତ"

ବ୍ରାହ୍ମଣୀ ନଦୀ ବନ୍ଧ ଅବସ୍ଥା ଶୋଚନୀୟ, ବନ୍ୟା ପୂର୍ବରୁ ମରାମତି ଦାବି

ଯାଜପୁର-୨୧/୫ (ଓଡ଼ିଆ ପୁଅ/ଏ.ରାଉତ) ଦୁଇ ମାସ ପରେ ନଦୀରେ ଆସିବ ପ୍ରଥମ ବନ୍ୟା ଜଳ। ଜଳସଂପଦ ବିଭାଗର ଖାମଖିଆଲି ମନୋଭାବ ଯୋଗୁଁ ଦିନକୁଦିନ ବ୍ରାହ୍ମଣୀ ନଦୀ ବନ୍ଧ ଦୁର୍ବଳ ହେବାରେ ଲାଗିଛି। ଫଳରେ ଆଗକୁ ବନ୍ୟାର ଆଶଙ୍କା ଥିବା ବେଳେ ନଦୀ ବନ୍ଧ ଭାଙ୍ଗିଯିବା ବହୁ ସମ୍ଭାବନା ରହିଛି ଯାହାକୁ ନେଇ ଅଂଚଳବାସୀ ଏବେଠୁ ଚିନ୍ତା ବ୍ୟକ୍ତ କଲେଣି। ଜାରକା ଜଳସେଚନ ବିଭାଗ ଅଧିନରେ ଥିବା ବେଦିପୁର ଠାରୁ ବ୍ରହ୍ମବରଦା ସେତୁ ପର୍ଯ୍ୟନ୍ତ ବ୍ରାହ୍ମଣୀ ନଦୀ ବନ୍ଧ ଅବସ୍ଥା ଦିନକୁ ଦିନ ଅତି ଶୋଚନୀୟ ହୋଇପଡିଥିବା ଦେଖିବାକୁ ମିଳିଛି। ବିଭାଗୀୟ ଅଧିକାରୀଙ୍କ ଅବହେଳାରୁ ଏଭଳି ପରିସ୍ଥିତି ଉପୁଜିଛି। ୨୦୧୦ ମସିହାରେ ଏହି ନଦୀରେ ବନ୍ୟା ଆସିଥିବା…

"ବ୍ରାହ୍ମଣୀ ନଦୀ ବନ୍ଧ ଅବସ୍ଥା ଶୋଚନୀୟ, ବନ୍ୟା ପୂର୍ବରୁ ମରାମତି ଦାବି"

ଧର୍ମଶାଳା ଅଞ୍ଚଳରେ କାଳବୈଶାଖୀର ତାଣ୍ଡବ

ଯାଜପୁର ୨୧/୫ (ଓଡ଼ିଆ ପୁଅ/ଏ.ରାଉତ) ଧର୍ମଶାଳା ବ୍ଲକରେ ଅଞ୍ଚଳରେ ଶନିବାର ସନ୍ଧ୍ୟାରେ ପ୍ରବଳ ଘଡିଘଡି ଓ ପବନ ସହିତ ବର୍ଷା ହେବା ଫଳରେ ତାତିରୁ କିଛି ମାତ୍ରାରେ ଅଶ୍ୱସ୍ତି ମିଳଛି।ସନ୍ଧ୍ୟା ୬ଟା ସମୟରେ କାଳବୈଶାଖୀ ତାର ତାଣ୍ଡବ ଆରମ୍ଭ କରିଥିଲା। ଫଳରେ ଯୋରରେ ପବନ ହେବାରୁ ଜାରକା ଧର୍ମଶାଳା ଶାନ୍ତି ବଜାର କାଏମା, ନାକପୋଲ ସମେତ ବିଭି୍ନ ଗ୍ରାମରେ ଆଦି ଅଞ୍ଚଳରେ ବହୁ ଗଛ ପଡିଯିବା ସହ କେତେକ କ୍ୟାବିନ ଓଲଟି ପଡିଛି। ଏହି ପବନ ଓ ଘଡଘଡିରେ ଧର୍ମଶାଳା ଅଞ୍ଚଳରେ ବିଦ୍ୟୁତ ସରବରାହ ବାଧାପ୍ରାପ୍ତ ହୋଇଛି। ହେଲେ ବର୍ଷା ହେବା ଯୋଗୁ ଲୋକେ କିଛିଟା ଆଶ୍ୱସ୍ତି ଅନୁଭବ କରିଛନ୍ତି।

"ଧର୍ମଶାଳା ଅଞ୍ଚଳରେ କାଳବୈଶାଖୀର ତାଣ୍ଡବ"

ସାବିତ୍ରୀ ବ୍ରତ ନିମନ୍ତେ ପ୍ରସ୍ତୁତି ବୈଠକ

ଯାଜପୁର ୨୧/୫ (ଓଡ଼ିଆ ପୁଅ/ଏ.ରାଉତ) ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା’ ବିରଜାଙ୍କ ଚଳିତମାସ ୨୫ ତାରିଖରେ ସାବିତ୍ରୀ ବ୍ରତ ପାଳନ ହେଉଥିବାରୁ ଏଥିନିମନ୍ତେ ମନ୍ଦିର ଟ୍ରଷ୍ଟି ତଥା ଉପଜିଲାପାଳ ନାରାୟଣ ଚନ୍ଦ୍ର ଧଳଙ୍କ ଅଧ୍ୟକ୍ଷତାରେ ଶୁକ୍ରବାର ସନ୍ଧ୍ୟା ମୁକ୍ତିମଣ୍ଡପଠାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ପୂର୍ବ ପରମ୍ପରା ଅନୁଯାୟୀ ସାବିତ୍ରୀ ବ୍ରତ ଦିନ ମା’ ବିରଜାଙ୍କ ରୀତି ନୀତି ଅନୁଯାୟୀ ପୂଜା କାର୍ଯ୍ୟ ଅନୁଷ୍ଠିତ ହେବ। ସାବିତ୍ରୀ ବ୍ରତ ଦିନ ବିରଜା ମନ୍ଦିରରେ ପ୍ରବଳ ଜନସମାଗମ ହେବାକୁ ଥିବାରୁ ମନ୍ଦିର ଭିତର ପରିସରକୁ ଟେଣ୍ଟ ଦ୍ୱାରା ଆଚ୍ଛାଦିତ କରିବା, ଭକ୍ତମାନଙ୍କୁ ଗରମରୁ ରକ୍ଷା କରିବାପାଇଁ ବିଦ୍ୟୁତ୍ ଫ୍ୟାନ୍ ଲଗାଇବା, ମନ୍ଦିର ଭିତର…

"ସାବିତ୍ରୀ ବ୍ରତ ନିମନ୍ତେ ପ୍ରସ୍ତୁତି ବୈଠକ"

ଗାଡିସଂଘ ଟଙ୍କା ଲୁଟ ପାଟ ଟଙ୍କା ଜୈନିକ ଜିଲାପରିଷଦ ରାଣୀପଡାରେ ଜମି ଓ ବାଲେଶ୍ୱର ରେ ହୋଟେଲ କିଣା

ଯାଜପୁର ୨୧/୫ (ଓଡ଼ିଆ ପୁଅ/ଏ.ରାଉତ) କେନ୍ଦୁଝର ଜିଲ୍ଲା ଦୈତାରି ଲୌହ ପଥର ଖଣିରୁ ଲୌହପଥର ପରିବହନ ଦାୟିତ୍ୱ ବୁଝୁଥିବା ଏକ ଗାଡ଼ି ସଂଘର କିଛି ପଦାଧକାରୀ ସମେତ ଜୈନିକ ଜିଲାପରିଷଦ ଅସାଧୁ ଉପାୟରେ ବାର୍ଷିକ ୫୦କୋଟି ଟଙ୍କାରୁ ଉର୍ଦ୍ଧ ଟଙ୍କା ଲୁଟ୍ ପାଟ ଟଙ୍କାରେ ରାଣୀପଡାରେ ଏକର ଏକର ଜମି ସହିତ ବାଲେଶ୍ୱର ଜିଲାରେ ହୋଟେଲ କିଣା ହୋଇଛି ବୋଲି ଆଲୋଚନ ହୋଇଛି। କିଛି ଟ୍ରକ ମାଲିକ ମାନେ କହୁଛନ୍ତି ଏହି ଜିଲାପରିଷଦକୁ ଧର୍ମ ସହିବ ନାହିଁ।

"ଗାଡିସଂଘ ଟଙ୍କା ଲୁଟ ପାଟ ଟଙ୍କା ଜୈନିକ ଜିଲାପରିଷଦ ରାଣୀପଡାରେ ଜମି ଓ ବାଲେଶ୍ୱର ରେ ହୋଟେଲ କିଣା"

ନିର୍ମାଣ ସରି ଖତ ଖାଉଛି ନୂତନ ଥାନା ଗୃହ, ସ୍ଥାନାନ୍ତର କେବେ?

ଯାଜପୁର ୨୧/୫ (ଓଡ଼ିଆ ପୁଅ/ଏ.ରାଉତ) ଦୀର୍ଘମାସ ହେବ ସଦର ଥାନା ଗୃହ ନିର୍ମାଣ କାର୍ଯ୍ୟ ଶେଷହୋଇ ପଡ଼ିରହି ଖତ ଖାଇବାକୁ ବସିଲାଣି। ହେଲେ ଥାନା ସ୍ଥାନାନ୍ତର ଦେଇ ପୁଲିସ ଉଚ୍ଚ ଅଧିକାରୀ ନିରବ। ଏପଟେ ସ୍ଥାନ ହୋଇନପାରି ଓ ବିପଦସଙ୍କୁଳ ଗୃହରେ ଥାନାକାର୍ଯ୍ୟ ଚାଲିଥିବାରୁ ପୁଲିସ ଅଧିକାରୀ ଓ କର୍ମଚାରୀ ଚିନ୍ତାରେ ପଡ଼ିଥିବା ଦେଖିବାକୁ ମିଳିଛି। ଅଦିନିଆ ବର୍ଷା ଆସିଲେ ଚିନ୍ତାରେ ପଡ଼ିଯାଉଛନ୍ତି କର୍ମଚାରୀ। ସୂଚନାଯୋଗ୍ୟ ଯେ, ସାଧାରଣ ଜନତାଙ୍କୁ ପୁଲିସ ସେବା ଯୋଗାଇଦେବା ଉଦ୍ଦେଶ୍ୟରେ ୨୦୦୯ ମସିହାରେ ତକ୍ରାଳୀନ ଏସ୍.ପି ଡି.ଏସ୍. କୁଟେ ସଦର ଥାନା ବରୁଆଁରେ ପ୍ରତିଷ୍ଠା କରିଥିଲେ। ନୂତନ ଗୃହ ନଥିବାରୁ ପୂର୍ତ୍ତ ବିଭାଗର ଏକ କ୍ୱାର୍ଟରରେ ଥାନା କାର୍ଯ୍ୟ ଆରମ୍ଭ…

"ନିର୍ମାଣ ସରି ଖତ ଖାଉଛି ନୂତନ ଥାନା ଗୃହ, ସ୍ଥାନାନ୍ତର କେବେ?"

ମମନ୍ତୁଦ ସଡକ ଦୃର୍ଘଟଣା, ୨ମୃତ ୪ ଆହତ

ଯାଜପୁର, ୨୦/୫ (ଓଡିଆ ପୁଅ/ମାନସ ରାଉତ) ବଡଚଣା ଥାନା ଅନ୍ତର୍ଗତ ଚଣ୍ଡିଖୋଲ ନିକଟସ୍ଥ ୧୬ ନମ୍ବର ଜାତୀୟ ରାଜପଥ ହୋଟେଲ ରାଜପଥ ନିକଟରେ ଏକ ଟ୍ରଲର ଓଲଟି ପଡିବା ଫଳରେ ରାସ୍ତା କଡରେ ଛିଡାହୋଇଥିବା ୨ଜଣଙ୍କ ଶୋଚନୀୟ ମୃତ୍ୟୁ ଘଟିଥିବା ବେଳେ ୩ଜଣ ଗୁରୁତର ଭାବେ ଆହତ ହୋଇଥିବା ଜଣାଯାଇଛି। ଚଣ୍ଡିଖୋଲ ପଟୁ ଯାଉଥିବା ଟ୍ରଲର ନମ୍ବର ଏନଏଲ୦୧ଜି-୬୬୧୧ କଣ୍ଟେନର ବୋଝେଇ କରି କଟକ ଅଭିମୁଖେ ଯାଉଥିବା ବେଳେ ରାସ୍ତା କଡରେ ଛିଡାହୋଇଥିବା ଦୁଇମଟର ସାଇକେଲ ଆରୋହୀଙ୍କ ଉପରେ ଓଲଟପଡି ରାସ୍ତା ତଳକୁ ଖସିଯାଇଥିଲା ଘଟଣାସ୍ଥଳରେ ଦୁଇଜଣଙ୍କ ମୃତ୍ୟୁ ଦେହ ପଡିଥିବା ବେଳେ ତିନିଜଣଙ୍କୁ ଉଦ୍ଧାର କରାଯାଇ ବଡଚଣା ମେଡିକାଲକୁ ପଠାଯାଇଛି। ଆହତ ମାନଙ୍କୁ ସଙ୍କଟାପନ୍ନ…

"ମମନ୍ତୁଦ ସଡକ ଦୃର୍ଘଟଣା, ୨ମୃତ ୪ ଆହତ"

ଯାଜପୁର ଜିଲ୍ଲା ପ୍ରଶାସନର ବଣିମାରି ଝିଟିକା ପୋଷା ନିତି : ବେଆଇନ୍ କ୍ରସର୍ ଉଚ୍ଛେଦ ଅଧାରୁ ବନ୍ଦ, ଏବେବି ସମ୍ପୂର୍ଣ୍ଣ ବେଆଇନ୍ ଭାବେ ଚାଲିଛି ଶତାଧିକ କ୍ରସର

ଯାଜପୁର, ୨୦/୦୫ (ଓଡ଼ିଆ ପୁଅ/ମାନସ ରାଉତ) – ଯାଜପୁର ଜିଲ୍ଲା ପ୍ରଶାସନର ବେଆଇନ୍ କ୍ରସର୍ ଉଚ୍ଛେଦ ଅଭିଯାନ ବସ୍ତୁତ ପ୍ରହଶନରେ ପରିଣତ ହୋଇଥିବା ସାଧାରଣରେ ଗୁରୁତର ଅଭିଯୋଗ ହୋଇଛି। ଜିଲା ମଧ୍ୟରେ, ବିଶେଷ କରି ଧର୍ମଶାଳା ତହସିଲ ଅଂଚଳରେ ବେଆଇନ୍ ରେ ଚାଲିଥିବା ପ୍ରାୟ ୩୬୦ରୁ ଉର୍ଦ୍ଧ୍ୱ କ୍ରସର ମଧ୍ୟରୁ ମାତ୍ର ୧୯୨ଟି ଛୋଟ କ୍ରସରକୁ ଉଚ୍ଛେଦ କରି ଏବେ ଜିଲା ପ୍ରଶାସନ କ୍ରସର ଭଙ୍ଗା ଅଭିଯାନକୁ ଅଧାରୁ ବନ୍ଦ କରିଦେଇଛି। ଫଳରେ ଛୋଟ ଛୋଟ କ୍ରସର ମାଲିକ ଓ ସେଥିରେ କାମ କରି ପରିବାର ଚଳାଉଥିବା ଶ୍ରମିକମାନେ ବେରୋଜକାରୀ ହୋଇପଡ଼ିଛନ୍ତି। ହେଲେ ଏବେବି ସଂପୂର୍ଣ୍ଣ ବେଆଇନ୍ ଭାବେ ପାଖାପାଖି ୧୧୦ଟି ଛୋଟ କ୍ରସର ଓ…

"ଯାଜପୁର ଜିଲ୍ଲା ପ୍ରଶାସନର ବଣିମାରି ଝିଟିକା ପୋଷା ନିତି : ବେଆଇନ୍ କ୍ରସର୍ ଉଚ୍ଛେଦ ଅଧାରୁ ବନ୍ଦ, ଏବେବି ସମ୍ପୂର୍ଣ୍ଣ ବେଆଇନ୍ ଭାବେ ଚାଲିଛି ଶତାଧିକ କ୍ରସର"

ପ୍ରଥମ ସ୍ତ୍ରୀ ଓ ଦୁଇପିଲାଙ୍କୁ ଛାଡ଼ି ଦ୍ୱିତୀୟ ବିବାହ କରି ଫସିଲା ଯୁବକ: ଅଷ୍ଟମଙ୍ଗୁଳା ଦିନ ଜେନାପୁର ଥାନାରେ ଅଟକ

ଯାଜପୁର,୨୦/୦୫ (ଓଡ଼ିଆ ପୁଅ/ମାନସ ରାଉତ)-ପ୍ରଥମ ସ୍ତ୍ରୀ ଓ ଦୁଇପିଲାଙ୍କୁ ଛାଡ଼ି ଜଣେ ଯୁବକ ଲୁଚାଣିଆଭାବେ ଆଉ ଜଣେ ଯୁବତୀଙ୍କୁ ଦ୍ୱିତୀୟ ବିବାହ କରି ଖସି ଯିବାକୁ ଉଦ୍ୟମ କରୁଥିଲା ବେଳେ ଫସିଯାଇଛନ୍ତି। ପ୍ରଥମ ସ୍ତ୍ରୀଙ୍କର ଅଭିଯୋଗ କ୍ରମେ ଚଣ୍ଡିଖୋଲ ଫାଣ୍ଡି ପୋଲିସ୍ ସଂପୃକ୍ତ ଯୁବକଙ୍କୁ ବାକୁକରି ପରେ ତାକୁ ଜେନାପୁର ଥାନା ପୋଲିସ୍ କୁ ହସ୍ତାନ୍ତର କରିଛନ୍ତି। ଦ୍ୱିତୀୟ ବିବାହର ଅଷ୍ଟମଙ୍ଗୁଳା ଦିନହିଁ ସଂପୃକ୍ତ ଯୁବକକୁ ପୋଲିସ୍ ଅଟକ ରଖିଛି। ଏପରି ଘଟଣା ସମଗ୍ର ଅଂଚଳରେ ମୁଖ୍ୟ ଆଲୋଚନାର ବିଷୟ ପାଲଟିଛି। ଏହି ଯୁବକଙ୍କ ନାମ ରଂଜନ ସାହୁ, ତାଙ୍କ ଘର ଧର୍ମଶାାଳା ଥାନାର ବାଲିପାଟଣା ଗ୍ରାମରେ। ହେଲେ ସେ ପିଲାବେଳୁ ଜେନାପୁର ଥାନା ପନ୍ତୁରୀ…

"ପ୍ରଥମ ସ୍ତ୍ରୀ ଓ ଦୁଇପିଲାଙ୍କୁ ଛାଡ଼ି ଦ୍ୱିତୀୟ ବିବାହ କରି ଫସିଲା ଯୁବକ: ଅଷ୍ଟମଙ୍ଗୁଳା ଦିନ ଜେନାପୁର ଥାନାରେ ଅଟକ"