ଛତ୍ରମଠ ସରସ୍ୱତୀ ଶିଶୁମନ୍ଦିରରେ ବିଜ୍ଞାନମେଳା

ତିର୍ତ୍ତୋଲ୨୨/୦୮(ଓଡ଼ିଆ ପୁଅ/ଟୁକନ ସେଠୀ) – ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ କନକପୁର ପଞ୍ଚାୟତ ଛତ୍ରମଠଠାରେ ଥିବା ସରସ୍ୱତୀ ଶିଶୁ ମନ୍ଦିରରେ ଆଜି ବିଜ୍ଞାନମେଳା ଅନୁଷ୍ଠିତ ହୋଇଯାଇଛି। ଏହି ବିଜ୍ଞାନମେଳାରେ ୧୮ଟି ବିଜ୍ଞାନ ପ୍ରକଳ୍ପ ଭାଗନେଇଥିବାବେଳେ ଶିଶୁ ଓ ବାଲ ବର୍ଗର ୨୨ ଜଣ ଛାତ୍ରଛାତ୍ରୀ ଭାଗନେଇଥିଲେ। ଏହି ଉପଲକ୍ଷେ ଏକ ସଭାର ଆୟୋଜନ କରାଯାଇଥିଲା। ସଭାରେ ଅନୁଷ୍ଠାନର ଉପଦେଷ୍ଟା ଧୂନ ଚନ୍ଦ୍ର ସେନାପତି, ସମ୍ପାଦକ ଅମରଜୋତି ସାହୁ, ଜଗନ୍ନାଥ ଶତପଥି, ଶୋଭା ରାଣୀ ନନ୍ଦ, ପ୍ରଧାନ ଆଚାର୍ଯ୍ୟ ଉମାକାନ୍ତ ସାହୁ ପ୍ରମୁଖ ପରିଚାଳନା କରିଥିଲେ।

"ଛତ୍ରମଠ ସରସ୍ୱତୀ ଶିଶୁମନ୍ଦିରରେ ବିଜ୍ଞାନମେଳା"

ଦାଇଁଲୋ ସେବା ସମବାୟ ସମିତି : ଦୂର୍ନିତୀ ଖୋର ସମ୍ପାଦକଙ୍କୁ ବହିଷ୍କାର

ତିର୍ତ୍ତୋଲ୨୨/୦୮(ଓଡ଼ିଆ ପୁଅ/ଟୁକନ ସେଠୀ) – ତିର୍ତ୍ତୋଲ ବ୍ଲକ ଧୋୟା ଅଞ୍ଚଳରେ ଥିବା ତିନୋଟି ପଞ୍ଚାୟତକୁ ନେଇ ଗଠିତ ଦାଇଁଲୋ ସେବା ସମବାୟ ସମିତିରେ କାର୍ଯ୍ୟରତ ସମ୍ପାଦକଙ୍କ ଦୁର୍ନିତୀର ଲମ୍ବା ତାଲିକା ବଢ଼ିବାରେ ଲାଗିଛି। ଏହି ସମବାୟ ସମିତିର ସମ୍ପାଦକ କାର୍ଯ୍ୟ ତୁଲାଉଥିବା ଗଗନ ବିହାରି ସ୍ୱାଇଁଙ୍କ ପିତା ସାଧୁ ଚରଣ ସ୍ୱାଇଁ ଏହି ସମବାୟ ସମିତିର ସମ୍ପାଦକ ଥାଇ ବ୍ୟାପକ ଦୂର୍ନିତୀ କରିବା କାରଣରୁ ୧୯୯୪ ମସିହାରେ ମାନ୍ୟବର ଓଡ଼ିଶା ଉଚ୍ଚନ୍ୟାୟଳୟଙ୍କ ଦ୍ୱାରା କେଶ୍ ନଂ ଓ.ଜେ.ସି. ୧୪୦୩/୯୪ରେ ଦୋଷୀ ସାବ୍ୟସ୍ତ ହୋଇଥିଲେ। ଏହାସ୍ୱତେ ଜଣେ ଦୋଷି ସାବ୍ୟସ୍ତ ହୋଇଥିବା ବ୍ୟକ୍ତିଙ୍କ ପୁଅ ଗଗନ ବିହାରି ସ୍ୱାଇଁ କୌଶଳ କରି ଏହି ସମବାୟ ସମିତିର ସମ୍ପାଦକ…

"ଦାଇଁଲୋ ସେବା ସମବାୟ ସମିତି : ଦୂର୍ନିତୀ ଖୋର ସମ୍ପାଦକଙ୍କୁ ବହିଷ୍କାର"

ଗାଁ ମଶାଣୀରେ ବୃକ୍ଷରୋପଣ

ତିର୍ତ୍ତୋଲ୨୨/୦୮(ଓଡ଼ିଆ ପୁଅ/ଟୁକନ ସେଠୀ) – ତିର୍ତ୍ତୋଲ ବ୍ଲକ ରାଜସ୍ୱ ଗ୍ରାମ ତିର୍ତ୍ତୋଲର ଗାଁ ମୁଣ୍ଡରେ ଥିବା ମଶାଣୀରେ ଆଜି ନିତ୍ୟାନନ୍ଦ ଜେନାଙ୍କ ପରିଚାଳନାରେ ଗ୍ରାମର ବରିଷ୍ଠ ନାଗରିକ ସର୍ବଶ୍ରୀ ଲକ୍ଷ୍ମୀଧର ଲେଙ୍କା, ଗୌରାଙ୍ଗ ଚରଣ ଜେନା, ଯୋଗେନ୍ଦ୍ର ଦାଶ, ମିଟା ନନା, ମହେଶ୍ୱର ପରିଜା, ଜେନାମଣୀ ବିରେନ୍ଦ୍ର କୁମାର ରାୟ, ବିଶ୍ୱନାଥ ମିଶ୍ରଙ୍କ ସମେତ ଗ୍ରାମବାସୀ ଉପସ୍ଥିତ ରହଇ ଚାଖୁଣ୍ଡା, ପଣସ, ଆମ୍ବ, ଆକାଶିଆ ସମେତ ବିଭିନ୍ନ କିସମର ମୁଲ୍ୟବାନ ବୃକ୍ଷରୋପଣ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଗ୍ରାମର ଯୁବସଂଗଠନ ତରକ୍ଷରୁ ଚନ୍ଦ୍ରକାନ୍ତ ରାୟ, ବିରେନ୍ଦ୍ର ସ୍ୱାଇଁ, ହୃଷିକେଶ ପରିଜା, ପ୍ରକାଶ ପରିଜା, ଗଗନ ବିହାରି ଜେନା, ଶ୍ରମିକ ନେତା ସୁନାକର ସେଠୀ ପ୍ରମୁଖ ଯୋଗଦେଇଥିଲେ। ତିର୍ତ୍ତୋଲ…

"ଗାଁ ମଶାଣୀରେ ବୃକ୍ଷରୋପଣ"

କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ବିୟୋଗରେ ଶୋକ

ତିର୍ତ୍ତୋଲ ୧୮/୦୮ (ଓଡ଼ିଆ ପୁଅ/ଟୁକନ ସେଠୀ) – ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ ବିଷନପୁୂର ପଞ୍ଚାୟତ ମଣପୁର ଗ୍ରାମର କାର୍ଯ୍ୟନିର୍ବାହୀ ଅଧିକାରୀ ସନ୍ତୋଷ କୁମାର ମହାନ୍ତିଙ୍କ ବିୟୋଗରେ ଶୋକସଭା ଅନୁଷ୍ଠିତ ହୋଇଯାଇଛି। ତିର୍ତ୍ତୋଲ ବ୍ଲକ ବିଜେଡ଼ି ସଭାପତି ତଥା ବିଷନପୁର ପଞ୍ଚାୟତର ସରପଞ୍ଚ ବସନ୍ତ କୁମାର ମହାପାତ୍ରଙ୍କ ସଭାପତିତ୍ୱ କରିଥିବାବେଳେ ସମିତସଭ୍ୟ ଅମୁଲ୍ୟ ମହାପାତ୍ର, ଧ୍ୟାନକେତନ ସିଂହ, ହିରଣ୍ୟ ଖୁଣ୍ଟିଆ, ମନୋଜ ସିଂ, ପ୍ରତାପ ନାୟକ, ସରୋଜ ମହାପାତ୍ର, ବରଦା ପ୍ରସନ୍ନ ସାହୁ, ସିତାକାନ୍ତ ମହାନ୍ତି, ଅଶୋକ ବିଶ୍ୱାଳ, ବିମଳ ପ୍ରସାଦ ବରାଳ, ବିଷ୍ଣୁ ପ୍ରସାଦ ଦାସ, ସେଖ୍ ଜାନ୍ ଅଲ୍ଲି, ସେଖ୍ ମାଜିଦ୍ ଅଲ୍ଲି, ଶିଶିର କୁମାର ମହାପାତ୍ର, ବସନ୍ତ ସୁତାର, ଅଜୟ କୁମାର ଦାସ,…

"କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ବିୟୋଗରେ ଶୋକ"

ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ବିୟୋଗରେ ଶୋକସଭା

ତିର୍ତ୍ତୋଲ୧୮/୦୮(ଓଡ଼ିଆ ପୁଅ/ଟୁକନ ସେଠୀ)- ତିର୍ତ୍ତୋଲ ବ୍ଲକ ଅଭ୍ୟର୍ଥନା ଗୃହରେ ବିଡ଼ିଓ ରଞ୍ଜନ କୁମାର ପରିଡ଼ା ଅଧ୍ୟକ୍ଷତାରେ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରି ବାଜପେୟୀଙ୍କ ବିୟୋଗରେ ଶୋକ ସଭା ଅନୁଷ୍ଠିତ ହୋଇଯାଇଛି।ପଞ୍ଚାୟତ ସମିତି ଅଧ୍ୟକ୍ଷା ସୁଜାତା ମହାନ୍ତି, ଏବିଡ଼ିଓ ଭଞ୍ଜ କିଶୋର ନାୟକ, ବ୍ଲକ ପ୍ରୋଜେକ୍ଟ କୋଅଡ଼ିନେଟର ପ୍ରିୟମ୍ବଦା ପଶାୟତ, ପଞ୍ଚାୟତ ସମ୍ପ୍ରସାରଣ ଅଧିକାରୀ ସଞ୍ଜୟ କୁମାର ଦାସ, କର୍ମଚାରୀ ବସନ୍ତ କୁମାର ବିଶ୍ୱାଳ, ବ୍ଲକ କର୍ମଚାରୀଙ୍କ ସମେତ ସମସ୍ତ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀମାନେ ଯୋଗଦେଇ ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ବାଜପେୟୀଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ଦୁଇ ମିନିଟ୍ ନିରବ ପ୍ରାର୍ଥନା କରିଥିଲେ। ଅନୁରୂପଭାବେ ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ ବାଲିଘର ପକ୍ଷରୁ ଜଗନ୍ନାଥପୁର ପଞ୍ଚାୟତର ସାଗବାରିଆ…

"ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ବିୟୋଗରେ ଶୋକସଭା"

ସାଗବାରିଆ ଷ୍ଟ୍ରକଚରକୁ ବିଦ୍ୟୁତ ସଂଯୋଗ ହେଲା

ଜଗତସିଂହପୁର-ତା ୮.୮.୨୦୧୮ (ଓଡ଼ିଆ ପୁଅ/ଟୁକନ ସେଠୀ)-ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ ଜଗନ୍ନାଥପୁର ପଞ୍ଚାୟତ ସାଗବାରିଆଠରେ ଥିବା ବିଦ୍ୟୁତ ଷ୍ଟ୍ରକଚର କାର୍ଯ୍ୟକ୍ଷମ ହୋଇଛି। ସ୍ଥାନୀୟ ଅଞ୍ଚଳର ଉପଭୋକ୍ତା ଦୀର୍ଘଦିନର ଦାବି ଓ ଆନ୍ଦୋଳନ ପରେ ବିଭାଗୀୟ କତ୍ତୃପକ୍ଷ ପୁରିଜେନାଠାରେ ଥିବା ଗ୍ରିଡ଼୍ରୁ ସାଗବାରିଆ ଷ୍ଟ୍ରକଚରକୁ ବିଦ୍ୟୁତ ସଂଯୋଗ ଦେଇଛନ୍ତି। ଏହି କାର୍ଯ୍ୟକ୍ରମରେ କାର୍ଯ୍ୟନିର୍ବାହୀ ଅଧିକାରୀ ସ୍ମୃତି ରଞ୍ଜନ ସ୍ୱାଇଁ, ସହକାରୀ ଯନ୍ତ୍ରୀ ବିଭୂପ୍ରସାଦ ଦାସ, ଏ.ଏମ୍ସି ସମିର କୁମାର ପଢ଼ିଆରି, ଏରସମା କନିଷ୍ଠ ଯନ୍ତ୍ରୀ ଚିନ୍ମୟ କୁମାର ମହାନ୍ତିଙ୍କ ସମେତ ଓପିସିଏଲର ଉଚ୍ଚ କତ୍ତୃପକ୍ଷ ଯୋଗଦେଇଥିଲେ। ଏହାଦ୍ୱାରା ସ୍ଥାନୀୟ ଅଞ୍ଚଳର ଲୋଭୋଲଟେଜ୍, ବିଦ୍ୟୁତ କାଟ ସମସ୍ୟାରୁ ସ୍ଥାନୀୟ ଅଞ୍ଚଳବାସୀ ଆସ୍ୱସ୍ତି ଲାଭକରିବା ସହିତ ବିଦ୍ୟୁତ ଖାଉଟି ସୁରକ୍ଷା ମଞ୍ଚର…

"ସାଗବାରିଆ ଷ୍ଟ୍ରକଚରକୁ ବିଦ୍ୟୁତ ସଂଯୋଗ ହେଲା"

ଆମ ଗାଁ ଆମ ବିକାଶ ପ୍ରକଳ୍ପରେ ଜାଲିଆତି : ସରପଞ୍ଚ କରିବେ ସତ୍ୟାଗ୍ରହ

ଜଗତସିଂହପୁର-ତା ୮.୮.୨୦୧୮ (ଓଡ଼ିଆ ପୁଅ/ଟୁକନ ସେଠୀ)-ତିର୍ତ୍ତୋଲ ବ୍ଲକ ଅର୍ନ୍ତଗତ କନିମୂଳ ଗ୍ରାମପଞ୍ଚାୟତର ପ୍ରକଳ୍ପ ତାଲିକାକୁ ଆମ ଗାଁ ଆମ ବିକାଶ ଯୋଜନାରେ ଜାଲିଆତି କରାଯାଇଥିବା ନେଇ ଏହି ପଞ୍ଚାୟତର ସରପଞ୍ଚ ବେଦଦ୍ୟୁତି ପୃଷ୍ଟି ଅଗଷ୍ଟ ୧୩ ତାରିଖ ଠାରୁ ତିର୍ତ୍ତୋଲ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ସତ୍ୟାଗ୍ରହ କରିବେବୋଲି ଗଣମାଧ୍ୟମ ଆଗରେ ପ୍ରକାଶ କରିଛନ୍ତି। ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମ ମାଧ୍ୟମରେ ପଞ୍ଚାୟତରେ ବିଭିନ୍ନ ଉନ୍ନୟନ ମୂଳକ ପ୍ରକଳ୍ପ ଚିଠା ବ୍ଲକ ମାଧ୍ୟମରେ ଆହ୍ୱାନ କରିଥିଲେ। ତିର୍ତ୍ତୋଲ ବ୍ଲକର କନିମୂଳ ପଞ୍ଚାୟତର ପ୍ରକଳ୍ପ ଚିଠାକୁ ଜାଲିଆତି କରାଯାଇଥିବା ସରପଞ୍ଚ ବେଦଦ୍ୟୁତି ପୃଷ୍ଟି ଜଗତସିଂହପୁର ଜିଲ୍ଲାପାଳଙ୍କୁ ଅଭିଯୋଗ କରିବା ସହିତ ମାନ୍ୟବର ମୁଖ୍ୟମନ୍ତ୍ରୀ, ବିରୋଧିଦଳ…

"ଆମ ଗାଁ ଆମ ବିକାଶ ପ୍ରକଳ୍ପରେ ଜାଲିଆତି : ସରପଞ୍ଚ କରିବେ ସତ୍ୟାଗ୍ରହ"

ଥାନା ଅଧିକାରୀଙ୍କ ନାମରେ ଚାଲିଛି ବଟି ଆଦାୟ

ଜଗତସିଂହପୁର-ତା ୮.୮.୨୦୧୮ (ଓଡ଼ିଆ ପୁଅ/ଟୁକନ ସେଠୀ)ତିର୍ତ୍ତୋଲ ଥାନାରେ ଚାଲିଛି ଅଧିକାରୀଙ୍କ ନାମରେ ବଟି ଆଦାୟ ଓ ଦଲାଲରାଜ। ତିର୍ତ୍ତୋଲ ଥାନାରେ କେତେଜଣ ଦଲାଲଙ୍କ ଉପସ୍ଥିତି ସାଧାରଣ ଲୋକଙ୍କୁ ନ୍ୟାୟ ମିଳିବାରେ ବଞ୍ଚିତ କରୁଛି। ଏହି ଦଲାଲ ମାନେ ସବୁ ସମୟରେ ଥାନାରେ ଉପସ୍ଥିତ ରହି ଆସୁଥିବା ଲୋକମାନଙ୍କୁ ଶୋଷଣ କରୁଛନ୍ତି। ମଣିଜଙ୍ଗା ବଜାରରେ ନାମକୁ ମାତ୍ର କରିଥିବା ପୂଜା ଭଣ୍ଡାର ଓ ଫଳ ଦୋକାନି ଥାନାକୁ ଆସୁଥିବା ବିଭିନ୍ନ ସମସ୍ୟା ଜର୍ଜରିତ ସାଧାରଣ ଲୋକଙ୍କୁ ଥାନା ଅଧିକାରୀଙ୍କ ନାମରେ ଅର୍ଥ, ମାଛ, ମାଂସ ଓ ବ୍ଲେଣ୍ଡର ସ୍ପ୍ରାଇଡ଼୍ ଭଳି ଦାମିକା ମଦ ଆଦାୟ କରୁଥିବା ଅଭିଯୋଗ ହୋଇଛି। ଥାନା ଭିତରେ ସବୁ ସମୟରେ ଉପସ୍ଥିତ ରହି…

"ଥାନା ଅଧିକାରୀଙ୍କ ନାମରେ ଚାଲିଛି ବଟି ଆଦାୟ"

ଗଣମାଧ୍ୟମ ଲୋକଙ୍କ କଥାକୁ ପ୍ରଶାସନ ଓ ସରକାରଙ୍କ ପାଖରେ ପହଞ୍ଚାଇ ଥାଆନ୍ତି। ମନ୍ତ୍ରୀ ଶ୍ରୀ ପ୍ରତାପ ଜେନା

ଜଗତସିଂହପୁର-ତା ୮.୮.୨୦୧୮ (ଓଡ଼ିଆ ପୁଅ/ଟୁକନ ସେଠୀ) ରିଖ-ଆଜି ମଧ୍ୟାହ୍ନରେ ଜିଲ୍ଲା ସଂସ୍କୃତି ଭବନ ପରିସରରେ ଜଗତସିଂହପୁର ଜିଲ୍ଲା ସାମ୍ବାଦିକ ସଂଘ(ଉତ୍କଳ ସାମ୍ବାଦିକ ସଂଘ ଅନୁମୋଦିତ)ର ରୈାପ୍ୟ ଜୟନ୍ତୀ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ଆଇନ, ସୂଚନା ଓ ଲୋକ ସଂପର୍କ ବିଭାଗ ମନ୍ତ୍ରୀ ଶ୍ରୀ ପ୍ରତାପ ଜେନା କହିଲେ ସାଧାରଣ ଲୋକଙ୍କ କଥାକୁ ଗଣମାଧ୍ୟମର ପ୍ରତିନିଧିମାନେ ପ୍ରଶାସନ ଓ ସରକାରଙ୍କ ପାଖରେ ପହଞ୍ଚାଇ ଥାଆନ୍ତି। ଗଣମାଧ୍ୟମ ଗଣତନ୍ତ୍ରର ୪ର୍ଥ ସ୍ତମ୍ଭ ଏବଂ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରନ୍ତି। ସମ୍ବାଦପତ୍ର ଚାହିଁଲେ ସମାଜର ଅନେକ ପରିବର୍ତ୍ତନ ହୋଇପାରିବ। ସମ୍ବାଦପତ୍ର ପରିବର୍ତ୍ତନର ବାର୍ତ୍ତା ଓ ବାହକ। ଓଡିଶାର ମୁଖ୍ୟମନ୍ତ୍ରୀ…

"ଗଣମାଧ୍ୟମ ଲୋକଙ୍କ କଥାକୁ ପ୍ରଶାସନ ଓ ସରକାରଙ୍କ ପାଖରେ ପହଞ୍ଚାଇ ଥାଆନ୍ତି। ମନ୍ତ୍ରୀ ଶ୍ରୀ ପ୍ରତାପ ଜେନା"

ଜନ୍ମଉତ୍ସବ ପାଇଁ ପ୍ରସ୍ତୁତି ବୈଠକ

ତିର୍ତ୍ତୋଲ, ୫/୮ (ଓଡ଼ିଆ ପୁଅ/ଟୁକନ ସେଠୀ) : ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ ତାରୋତୋଲ ଠାରେ ଥିବା ବଉଳାଙ୍ଗ କାର୍ତ୍ତିକେଶ୍ୱର ପୂଜା ମଣ୍ଡପରେ ଶ୍ରୀ ଶ୍ରୀ ବଡ ମା’ ଙ୍କ ଜନ୍ମ ଉତ୍ସବ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଅଛି। ଯୁଗ ପୁରୁଷୋତ୍ତମ ଶ୍ରୀ ଶ୍ରୀ ଠାକୁର ଅନୁକୁଳଚନ୍ଦ୍ରଙ୍କ ଲିଳାସଙ୍ଗିନୀ ତଥା ସତ୍ସଙ୍ଗ ଜଗତର ପରମପୂଜନିୟା ଶ୍ରୀ ଶ୍ରୀ ବଡ ମା’ଙ୍କର ୧୨୫ତମ ଜନ୍ମ ମହୋତ୍ସବ ଆସନ୍ତା ୧୨ ତାରିଖ ରବିବାର ସାରା ଦିବସ ବ୍ୟାପି ବବିଧ ମାଙ୍ଗଳିକ ଅନୁଷ୍ଠାନ ସହିତ ପାଳନ କରାଯିବା ପାଇଁ ବୈଠକରେ ସ୍ଥିର କରାଯାଇଥିଲା। ଏହି ବୈଠକରେ ସତ୍ସଙ୍ଗର ରିତିକ୍ ରତ୍ନାକର ନାୟକ ସଭାପତିତ୍ୱ କରିଥିବା ବେଳେ କୃଷ୍ଣଚନ୍ଦ୍ର ମହାପାତ୍ର,…

"ଜନ୍ମଉତ୍ସବ ପାଇଁ ପ୍ରସ୍ତୁତି ବୈଠକ"