ସଂଅରା ପ୍ରାଥମିକ ଚିକିତ୍ସାଳୟରେ ଚୋରି ତିର୍ତ୍ତୋଲ ଥାନାରେ ଅଭିଯୋଗ

ତିର୍ତ୍ତୋଲ୦୪/୦୨ (ଓଡ଼ିଆ ପୁଅ/ଟୁକନ ସେଠୀ) -ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ ସଂଅରା ପଞ୍ଚାୟତରେ ଥିବା ସଂଅରା ପ୍ରାଥମିକ ଚିକିତ୍ସାଳୟରେ ଗତକାଲି ବିଳମ୍ବିତ ରାତିରେ ଚୋରିହୋଇଥିବା ତିର୍ତ୍ତୋଲ ଥାନାରେ ଅଭିଯୋଗ ହୋଇଥିବା ସୂଚନା ମିଳିଛି। ପ୍ରାଥମିକ ଚିକିତ୍ସାଳୟର କବାଟ ଭାଙ୍ଗି ଦୁବୂର୍ତ୍ତମାନେ ୪ଟି ପଙ୍ଖା, ୨ଟି ଇନୋଭେଟର, ୩ଟା ବେଟାରୀ, ୧ଟି ପାଣି ମଟର ସମେତ ପ୍ରାଥମିକ ଚିକିତ୍ସାଳୟର କେତେକ ଆନୁସଙ୍ଗିକ ସାମଗ୍ରୀ ଚୋରି କରିନେଇଥିବା ତିର୍ତ୍ତୋଲ ଥାନାରେ ମଣିଜଙ୍ଗା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିକାରୀ ଉମାକାନ୍ତ ସାହୁ ଲିଖିତ ଅଭିଯୋଗ କରିବାପରେ ତିର୍ତ୍ତୋଲ ପୋଲସ ପକ୍ଷରୁ ତଦନ୍ତ ଜାରି ରହିଛି।

"ସଂଅରା ପ୍ରାଥମିକ ଚିକିତ୍ସାଳୟରେ ଚୋରି ତିର୍ତ୍ତୋଲ ଥାନାରେ ଅଭିଯୋଗ"

ତର୍ତ୍ତୋଲରେ ବିପୁଳ ପରିମାଣର ଚୋରା କାଠ ଜବତ

ତିର୍ତ୍ତୋଲ୦୪/୦୨ (ଓଡ଼ିଆ ପୁଅ/ଟୁକନ ସେଠୀ) -ଦୀର୍ଘଦିନ ଧରି ତିର୍ତ୍ତୋଲ ତହସିଲ ପରିସରକୁ ଲାଗିଥିବା ଝଙ୍କଡ଼ ମହିଳା କଲେଜରେ ବିପୁଳ ପରିମାଣର ମୁଲ୍ୟବାନ କାଠ ଗଛିତ କରି ବ୍ୟବସାୟ କରୁଥିବା ସ୍ଥାନୀୟ ଅଞ୍ଚଳର ପ୍ରଦୀପ୍ତ ଦାଶଙ୍କୁ ଆଜି ନୁତନ ତହସିଲଦାର ରମେଶ ଚନ୍ଦ୍ର ପଣ୍ଡା ତିର୍ତ୍ତୋଲ ଥାନାରେ ଜିମାଦେବା ସହିତ ଲକ୍ଷାଧିକ ଟଙ୍କା ମୂଲ୍ୟର ବିଭିନ୍ନ କିଶମର କାଠକୁ ଜବତ କରିଛନ୍ତି। ଏହି ସ୍ଥାନରେ ଚାଲିଥିବା ଚୋରା କାଠ ବ୍ୟବସାୟକୁ ପୂର୍ବରୁ ଥିବା ତହସିଲଦାର କେମିତି ଜାଣିପାରୁନଥିଲେବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହେଉଥିବାବେଳେ ଜବତ କାଠକୁ ନିଲାମ କରାଯିବବୋଲି ଅତିରିକ୍ତ ତହସିଲଦାର ସଞ୍ଜୟ କୁମାର ପଣ୍ଡା ସୂଚନା ଦେଇଛନ୍ତି।

"ତର୍ତ୍ତୋଲରେ ବିପୁଳ ପରିମାଣର ଚୋରା କାଠ ଜବତ"

ବ୍ରହ୍ମାନନ୍ଦ ଶତପଥୀଙ୍କ ଚତୁର୍ଥ ବାର୍ଷିକ ଶ୍ରାଦ୍ଧୋତ୍ସବ ପାଳିତ

ତିର୍ତ୍ତୋଲ ୦୧/୦୨(ଓଡ଼ିଆ ପୁଅ/ଟୁକନ ସେଠୀ)-ତିର୍ତ୍ତୋଲ ବ୍ଲକ ଅର୍ନ୍ତଗତ ଗରାମ ପଞ୍ଚାୟତ ଅଲଣାମଠସ୍ଥିତ ସତ୍ୟନାରାୟଣ ମନ୍ଦିର ପରିସର ମଧ୍ୟରେ ବ୍ରହ୍ମାନନ୍ଦ ଶତପଥୀ ସ୍ମୃତି ସଂସଦ ତରଫରୁ ଦିବଂଗତ ବ୍ରହ୍ମାନନ୍ଦ ଶତପଥୀଙ୍କର ଚତୁର୍ଥ ବାର୍ଷିକ ପୂଣ୍ୟ ସ୍ମୃତି ଦିବସ ଅନୁଷ୍ଠାନର ସଭାପତି ଗୋଲୋକ ବିହାରି ପଲାଇଙ୍କ ପୌରାହିତ୍ୟରେ ଅନୁଷ୍ଠିତ ହୋଇଯାଇଛି। ଏହି ଉତ୍ସବରେ ମୁଖ୍ୟ ଅତିଥିଭାବେ ବିଶିଷ୍ଟ ସାହିତ୍ୟକ ମହେନ୍ଦ୍ର କୁମାର ଆଚାର୍ଯ୍ୟ ଯୋଗଦେଇ ବ୍ରହ୍ମାନନ୍ଦ ବାବୁ ଜଣେ କଳା, ସଂସ୍କୃତି ପ୍ରେମୀ ଓ ସଫଳ ମଣିଷ ଓ ବିଭିନ୍ନ ଅନୁଷ୍ଠାନମାନଙ୍କର ସ୍ରଷ୍ଠା ଥିଲେବୋଲି ମତବ୍ୟକ୍ତ କରିଥିଲେ। ମୁଖ୍ୟ ବକ୍ତା ବିଶିଷ୍ଟ ସମାଜସେବୀ ହେମନ୍ତ କୁମାର ରଥ ଯୋଗଦେଇ ବ୍ରହ୍ମାନନ୍ଦ ବାକୁ ଜଣେ କୃଷକ ନେତା ଓ ଦରଦୀ…

"ବ୍ରହ୍ମାନନ୍ଦ ଶତପଥୀଙ୍କ ଚତୁର୍ଥ ବାର୍ଷିକ ଶ୍ରାଦ୍ଧୋତ୍ସବ ପାଳିତ"

ମା ସାହାଡ଼ା ସୁନ୍ଦରୀ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ୍ : ବିଜିପୁର ଚମ୍ପିଆନ

ତିର୍ତ୍ତୋଲ ୦୧/୦୨(ଓଡ଼ିଆ ପୁଅ/ଟୁକନ ସେଠୀ)-ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ ଦାଇଁଲୋ ପଞ୍ଚାୟତ ଶଙ୍ଖେଶ୍ୱର ହାଟପଡ଼ିଆରେ ମା ସାହାଡ଼ା ସୁନ୍ଦରୀ କ୍ରିକେଟ୍ କ୍ଲବ ଆନୁକୂଲ୍ୟରେ ୮ଦିନ ଧରି ଚାଲିଥିବା କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ୍ ଆଜି ଉଯାପନି ହୋଇଯାଇଛି। ଏହି ଟୁର୍ଣ୍ଣମେଣ୍ଟ୍ ରେ ୮ ଗୋଟି କ୍ରିକେଟ୍ ଟିମ୍ ଭାଗନେଇଥିବାବେଳେ ଫାଇନାଲ ଖେଳଟି ବିଜିପୁର କ୍ରିକେଟ ଟିମ୍ ଓ କନିମୂଳ କ୍ରିକେଟ ଟିମ୍ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ପ୍ରଥମେ କନିମୂଳ କ୍ରିକେଟ୍ ଟିମ୍ ଟସ ଜିତି ୨୦ ଓଭରରେ ସମସ୍ତ ୱିକେଟ୍ ହରାଇ ୧୭୭ ରନ୍ ସହଂଗ୍ର କରିଥିବାବେଳେ ବିଜିପୁର କ୍ରିକେଟ୍ ଟିମ୍ ୧୭ ଓଭର ଖେଳି ୫ ୱିକେଟ୍ ହରାଇ ୧୭୮ ରନ୍ କରି ଚମ୍ପିଆନ ହୋଇଥିଲା। ବିଜେତା…

"ମା ସାହାଡ଼ା ସୁନ୍ଦରୀ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ୍ : ବିଜିପୁର ଚମ୍ପିଆନ"

ନାରାୟଣୀ ପୀଠରେ ବିଶ୍ୱଶାନ୍ତି ମହାଯଜ୍ଞ

ତିର୍ତ୍ତୋଲ ୦୧/୦୨(ଓଡ଼ିଆ ପୁଅ/ଟୁକନ ସେଠୀ)-ତିର୍ତ୍ତୋଲ ବ୍ଲକ କନିମୂଳ ପଞ୍ଚାୟତ ନବିନାବାଗସ୍ଥିତ ନାରାୟଣୀ ଠାକୁରାଣୀଙ୍କ ପୀଠରେ ଦ୍ୱାଦଶତମ ବିଶ୍ୱଶାନ୍ତି ମହାଯଜ୍ଞ ଊଯାପିତ ହୋଇଯାଇଛି। ଅଙ୍କୁରାରୋପଣ ପରେ ନିକଟସ୍ଥ ପାଇକା ନଦୀରୁ ଏକ ଶୋଭାଯାତ୍ରାରେ ଶ୍ରଦ୍ଧାଳୁମାନେ କଳସରେ ପାଣି ଆଣି ଘଟସ୍ଥାପନ, ସୂର୍ଯ୍ୟପୂଜା, ହୋମଯଜ୍ଞ, ଘୃତଯଜ୍ଞ, ଗୀତାପାଠ, ଭଜନ ସମାରୋହ, ଅଷ୍ଟପ୍ରହର ଅଧିବାସ, ପ୍ରବଚନ ଆଦି କରାଯାଇଥିଲା। ଅଷ୍ଟପ୍ରହର ନାମସଂକୀର୍ତ୍ତନରେ ସ୍ଥାନୀୟ ଅଞ୍ଚଳର ବିଭିନ୍ନ ସଂକୀର୍ତ୍ତନ ମଣ୍ଡଳୀଙ୍କ ଦ୍ୱାରା ଅହୋରାତ୍ର ନାମସଂକୀର୍ତ୍ତନ କାର୍ଯ୍ୟକ୍ରମ କରାଯାଇଥିଲା। ଶ୍ରୀ ଶ୍ରୀ ବିଶ୍ୱଶାନ୍ତି ମହାଯଜ୍ଞର ପୂର୍ଣ୍ଣାହୁତି ସନ୍ଧ୍ୟାରେ ହଜାର ହଜାର ଭକ୍ତ ଓ ଶ୍ରଦ୍ଧାଳୁ ଯୋଗଦେଇ ପୁର୍ଣ୍ଣାହୁତି ଦର୍ଶନ କରିବା ସହିତ ପ୍ରସାଦ ସେବନ କରିଥିଲେ। ପ୍ରତ୍ୟେକ ଦିନ ସନ୍ଧ୍ୟାରେ ଭଜନ ସନ୍ଧ୍ୟା…

"ନାରାୟଣୀ ପୀଠରେ ବିଶ୍ୱଶାନ୍ତି ମହାଯଜ୍ଞ"

ଅଣଗେଜେଟେଡ଼ ପ୍ରାଣୀଚିକିତ୍ସା ବୈଷୟିକ କର୍ମଚାରୀଙ୍କ ବିକ୍ଷୋଭ ପଦର୍ଶନ

ତିର୍ତ୍ତୋଲ ୦୧/୦୨(ଓଡ଼ିଆ ପୁଅ/ଟୁକନ ସେଠୀ)-ତିର୍ତ୍ତୋଲ ବ୍ଲକ ସ୍ଥିତ ପ୍ରାଣୀଚିକିତ୍ସାଳୟରେ କାର୍ଯ୍ୟରତ ଅଣଗେଜେଟେଡ଼ କର୍ମଚାରୀମାନେ କଳାବ୍ୟାଜ ପରିଧାନ କରି ୬ ଦଫା ଦାବି ପୁରଣ ନିମନ୍ତେ ବିକ୍ଷୋଭ ପଦର୍ଶନ କରିଥିବା ଦେଖିବାକୁ ମିଳିଥିଲା। ଏଥିରେ ପ୍ରାଣୀଧନ ନିରୀକ୍ଷକ କ୍ଷୀରୋଦ କୁମାର ଜେନା, ପରିକ୍ଷିତ ସାହୁ, ଅକ୍ଷୟ କୁମାର ସେଠୀ, ପ୍ରତାପ ଚନ୍ଦ୍ର ଦାସ, ପ୍ରଦୀପ୍ତ କୁମାର ବିଶ୍ୱାଳ, ସଚ୍ଚିଦାନନ୍ଦ ପୋଥାଲ, ସସ୍ମିତା ଦାସ, ଅକ୍ଷୟ କୁମାର ମହାନ୍ତି, ନିହାର ରଞ୍ଜନ ବେହେରା, ହର ପ୍ରସାଦ ଖୁଣ୍ଟିଆ, ମାନସୀ ସେଠୀ ପ୍ରମୁଖ ଯୋଗଦେଇ କଳାବ୍ୟାଜ ପରିଧାନ କରି ୬ ଦଫା ଦାବି ପୂରଣ ନିମନ୍ତେ ଶାନ୍ତିପୂର୍ଣ୍ଣ ଭାବରେ ସରକାରଙ୍କ ପାଖରେ ପ୍ରତିବାଦ ଜଣାଇଛନ୍ତି। ସରକାର ଦେଇଥିବାେ ପ୍ରତିଶୃତି ଅନୁସାରେ…

"ଅଣଗେଜେଟେଡ଼ ପ୍ରାଣୀଚିକିତ୍ସା ବୈଷୟିକ କର୍ମଚାରୀଙ୍କ ବିକ୍ଷୋଭ ପଦର୍ଶନ"

ସାରଳା ସାହିତ୍ୟ ବିଶ୍ୱ ସାହିତ୍ୟରେ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିପାରିଛି

ତିର୍ତ୍ତୋଲ ୨୮/୦୧(ଓଡ଼ିଆ ପୁଅ/ଟୁକନ ସେଠୀ)-ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ କନକପୁର ପଞ୍ଚାୟତ ଆଦିକବି ସାରଳାଦାସ ସମାଧିପୀଠ ଠାରେ ଆୟୋଜିତ ଶ୍ରାଦ୍ଧ ସଭାରେ ଓଡ଼ିଆ ଭାଷା ସାହିତ୍ୟର ପ୍ରାଣପ୍ରତିଷ୍ଠାତା ଆଦିକବି ସାରଳାଦାସ ରଚନା କରିଥିବା ସାହିତ୍ୟ ବିଶ୍ୱ ସାହିତ୍ୟରେ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟିକରିପାରିଛିବୋଲି ବକ୍ତାମାନ ମତପ୍ରକାଶ କରିଥିଲେ। ମା ଶାରଳା ମହିମା ପ୍ରଚାର ଟ୍ରଷ୍ଟ ପକ୍ଷରୁ ଡ଼ାଃ ଅମରେନ୍ଦ୍ର ନାଥ ଦାସଙ୍କ ସଭାପତିତ୍ୱରେ ଆୟୋଜିତ ସଭାରେ ମୁଖ୍ୟ ଅତିଥି ବରିଷ୍ଠ ପ୍ରଶାସକ ଡ଼. ଅଲେଖ ଚନ୍ଦ୍ର ପଢ଼ିଆରୀ, ମୁଖ୍ୟବକ୍ତା ଭାବେ ରେଭେନସା ବିଶ୍ୱବିଦ୍ୟାଳୟର ପ୍ରାଧ୍ୟାପକ ଡ଼ଃ ସଂଜୟ ଶତପଥି, ସମ୍ମାନୀତ ଅତିଥି ଉତ୍କଳ ସାମ୍ବାଦିକ ସଂଘ ସଭାପତି ବିଭୂତି ଭୂଷଣ କର, କବି ରମାକାନ୍ତ ଜେନା, ସାହିତ୍ୟିକ ଆଜାଦ…

"ସାରଳା ସାହିତ୍ୟ ବିଶ୍ୱ ସାହିତ୍ୟରେ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିପାରିଛି"

ଆଦିକବି ସାରାଳା ଦାସଙ୍କ ଶ୍ରାଦ୍ଧୋତ୍ସବ ପାଳିତ

ତିର୍ତ୍ତୋଲ ୨୮/୦୧(ଓଡ଼ିଆ ପୁଅ/ଟୁକନ ସେଠୀ)-ତିର୍ତ୍ତୋଲସ୍ଥିତ ଆଦିକବି ସାରଳା ଦାସ ମହାବିଦ୍ୟାଳୟ ଓ ଓଡ଼ିଆ ସାହିତ୍ୟ ସମାଜ ମିଳିତ ଆନୁକୂଲ୍ୟରେ ପବିତ୍ର ମାଘ ସପ୍ତମୀ ତିଥିରେ ମାଟିର ମହାକବି ଆଦିକବି ଶୁଦ୍ରମୁନି ସାରଳାଦାସଙ୍କ ପୂଣ୍ୟ ଶ୍ରାଦ୍ଧୋତ୍ସବ ପାଳନ ହୋଇଯାଇଛି। ସାରଳାଦାସଙ୍କ ସ୍ମୃତିକୁ ବହନ କରୁଥିବା ଏହି କଲେଜରେ ପ୍ରାତଃକାଳରୁ ଝୁଲାବା ମଠନିକଟସ୍ଥ ମହାନଦୀ ଘାଟରେ କବିଙ୍କ ଉଦ୍ଦେଶ୍ୟରେ ତିଳତର୍ପଣ କରାଯାଇଥିଲା। ମହାବିଦ୍ୟାଳୟର ପରିସରରେ ପ୍ରତିଷ୍ଠିତ ଆଦିକବିଙ୍କ ଆବକ୍ଷ ପ୍ରତିମୂର୍ତ୍ତୀ ନିକଟରେ ପୂଜା ଅର୍ଚ୍ଚନା ନାମ ସଂକୀର୍ତ୍ତନ ଓ ମହାଭାରତ ପାରାୟଣ କରାଯାଇଥିଲା। ପରେ ମହାବିଦ୍ୟାଳୟର ଭାରାପ୍ରାପ୍ତ ଅଧ୍ୟକ୍ଷ ପ୍ରଫେସର ରାଧାକାନ୍ତ ସାହୁଙ୍କ ସଭାପତିତ୍ୱରେ ସାହିତ୍ୟ ସଭା ଅନୁଷ୍ଠିତ କରାଯାଇଥିଲା। ଉକ୍ତ ଉତ୍ସବରେ ମୁଖ୍ୟ ଅତିଥିଭାବେ ରେଭେନସା ବିଶ୍ୱବିଦ୍ୟାଳୟର…

"ଆଦିକବି ସାରାଳା ଦାସଙ୍କ ଶ୍ରାଦ୍ଧୋତ୍ସବ ପାଳିତ"

ବେଆଇନ ବାଲିଚାଲାଣ : ୮ ହାଇୱା ଜବତ

ତିର୍ତ୍ତୋଲ, ୨୭.୦୧(ଓଡ଼ିଆ ପୁଅ/ଟୁକନ ସେଠୀ )-ତିର୍ତ୍ତୋଲ ତହସିଲ ଅନ୍ତର୍ଗତ ବାଲିସୈରାତ ଗୁଡ଼ିକରୁ ବେଆଇନ ଭାବେ ବାଲି ଚାଲାଣ ସମ୍ପର୍କରେ ଗଣମାଧ୍ୟମରେ ପ୍ରକାଶ ପାଇ ଆସୁଥିଲା। ନୁତନଭାବେ ଯୋଗଦେଇଥିବା ତିର୍ତ୍ତୋଲ ତହସିଲଦାର ରମେଶ ଚନ୍ଦ୍ର ପଣ୍ଡା ଓ ଅତିରିକ୍ତ ତହସିଲଦାର ସଞ୍ଜୟ କୁମାର ପଣ୍ଡା ଆଜି ଅପରାହ୍ନରେ ଅଚାନକଭାବେ ମହାନଦୀର ଓଳଗଦା-ତାରୋତଲ ବାଲି ସୈରାତକୁ ଯାଇ ୮ଟି ହାଇୱା ବେଆଇନଭାବେ ବାଲି ନେଉଥିବା କାରଣରୁ ଜବତ କରିଥିଲେ। ଏ ସମ୍ପର୍କରେ ତିର୍ତ୍ତୋଲ ତହସିଲଦାର ଶ୍ରୀଯୁକ୍ତ ପଣ୍ଡା ବେଆଇନି ବାଲି ଚାଲାଣକୁ ପ୍ରଶୟ ଦେବନାହିଁବୋଲି କହିବା ସହିତ ଜବତ ଗାଡ଼ିଗୁଡ଼ିକ ନାମରେ ୨୫ ହଜାର ଲେଖାଁଏ ଜରିମାନା ଆଦାୟପାଇଁ ତହସିଲ କର୍ମଚାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ରିପୋର୍ଟ ଲେଖାଯିବା ପର୍ଯ୍ୟନ୍ତ…

"ବେଆଇନ ବାଲିଚାଲାଣ : ୮ ହାଇୱା ଜବତ"

ନାବାଳିକା ନିଖୋଜ : ତିର୍ତ୍ତୋଲ ଥାନାରେ ଅଭିଯୋଗ

ତିର୍ତ୍ତୋଲ, ୨୭.୦୧(ଓଡ଼ିଆ ପୁଅ/ଟୁକନ ସେଠୀ )-ତିର୍ତ୍ତୋଲ ଥାନା ଅନ୍ତର୍ଗତ ଗୋବିନ୍ଦପୁର ପଞ୍ଚାୟତର ଗୁଣ୍ଠିଲୋ ଗ୍ରାମରୁ ଜନୈକ ନାବାଳିକା ନିଖୋଜ ହେବା ନେଇ ତିର୍ତ୍ତୋଲ ଥାନାରେ ଅଭିଯୋଗ ହୋଇଛି। ଅଭିଯୋଗ ମୁତାବକ ଜଗତସିଂହପୁର ଥାନା ଅନ୍ତର୍ଗତ ଅୟର ଗ୍ରାମର ସ୍ୱର୍ଗତ ମଙ୍ଗୁ ଦାସଙ୍କ ନାବାଳିକା ଝିଅ ଲିଜା ଦାସ(୧୪) ନିଜ ମାମୁଁ ଘର ଗ୍ରାମ ଗୁଣ୍ଠିଲରେ ରହି ପାଠ ପଢ଼ୁଥିଲେ। ଚଳିତ ମାସ ୧୨ ତାରିଖଦିନ ସେ କେଉଁଆଡ଼େ ଚାଲିଯାଇଥିବା ନେଇ ତିର୍ତ୍ତୋଲ ଥାନାରେ ଲିଜାର ମାମୁଁ ମା ସାରଥି ଦାସ ଲିଖିତ ଅଭିଯୋଗ କରିଛନ୍ତି। ତିର୍ତ୍ତୋଲ ଥାନାରେ ଏକ ନିଖୋଜ ମାମଲା ନଂ ୨୩/୨୦୧୮ ରୁଜୁ କରାଯାଇ ତଦନ୍ତ କରାଯାଉଥିବା ନେଇ ଥାନା ସୁତ୍ରରୁ ଜଣାପଡ଼ିଛି।

"ନାବାଳିକା ନିଖୋଜ : ତିର୍ତ୍ତୋଲ ଥାନାରେ ଅଭିଯୋଗ"