୧୯୭୩ ମାଟ୍ରିକ ବ୍ୟାଚ୍ର ବନ୍ଧୁମିଳନ

ତିର୍ତ୍ତୋଲ୦୭/୦୧(ଓଡ଼ିଆ ପୁଅ/ଟୁକନ ସେଠୀ)-ତିର୍ତ୍ତୋଲ ଥାନା ଅନ୍ତର୍ଗତ ସାଇଲୋ ଗ୍ରାମପଞ୍ଚାୟତ ଉଚ୍ଚ ବିଦ୍ୟାଳୟର ୧୯୭୩ ମସିହା ମାଟ୍ରିକ୍ ବ୍ୟାଚର ମନ୍ଧୁମିଳନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି ଉତ୍ସବରେ ବିଜୟ କୁମାର ମହାନ୍ତି, ବିଭୂତି ଭୂଷଣ ସାହୁ, ଗୋପବନ୍ଧୁ ରାଉତ, ସୁରେନ୍ଦ୍ର ବୈଶାଖ, ମାଗୁଣି ଚରଣ ବିଶ୍ୱାଳ, ଶୁଭ କୁମାର ବରାଳ, ଦିଲ୍ଲୀପ କୁମାର ମହାପାତ୍ର, ରଘୁନାଥ ଦାସ, ସୁରେନ୍ଦ୍ର ନାଥ ମହାନ୍ତି, କୁଳମଣି ରାଉତ, ନିରଞ୍ଜନ ମହାନ୍ତି, ନିତ୍ୟାନନ୍ଦ ସିଂ, ଅଖିଳ ମହାନ୍ତି, ରବିନ୍ଦ୍ର ନାଥ ସାହୁ, ଶୁସାନ୍ତ କୁମାର ସାହୁ, ଶୁସାନ୍ତ କୁମାର ଦାସ, ପ୍ରଦୀପ କୁମାର ଦାସ, ସୁବାଷ ସାମଲ, ମାନଗୋବିନ୍ଦ ଦାସ, ନାରାୟଣ ଦାସ ପ୍ରମୁଖ ୩୦ରୁ ଉର୍ଦ୍ଧ ୧୯୭୩ ମସିହା ମାଟ୍ରିକ୍…

"୧୯୭୩ ମାଟ୍ରିକ ବ୍ୟାଚ୍ର ବନ୍ଧୁମିଳନ"

ବିନା ସୂଚନା ଫଳକ, ଅଧିକାରୀଙ୍କ ଅନୁପସ୍ଥିତି ଓ ରାତି ଅଧିଆ ଚାଲିଛି ନିମ୍ନମାନର କାର୍ଯ୍ୟକୁ ନେଇ ଅଭିଯୋଗ

ତିର୍ତ୍ତୋଲ ୫୦/୦୧ (ଓଡ଼ିଆ ପୁଅ/ଟୁକନ ସେଠୀ) – ତିର୍ତ୍ତୋଲ ବ୍ଲକ କଟରା ପଞ୍ଚାୟତ କଟରା ବଜାର ଠାରେ ଥିବା ଏ.ଏନ୍.ଏମ୍ କେନ୍ଦ୍ର ଓ ମେଡ଼ିକାଲକୁ ସଂଯୋଗ କରୁଥିବା ରାସ୍ତାର ଉନ୍ନତି କରଣ ପାଇଁ ଆର.ଡ଼ି ବିଭାଗ ପକ୍ଷରୁ ୩୦ ଲକ୍ଷରୁ ଉର୍ଦ୍ଧ ଟଙ୍କା ବିନିମୟରେ ଚାଲିଛି ନିର୍ମାଣ କାର୍ଯ୍ୟ। ନିମ୍ନ ମାନର ଗୋଡ଼ି, ସିମେଣ୍ଟ ଓ ଉପଯୁକ୍ତ ସମିଶ୍ରଣ କରାନଯାଇ ହେଉଛି ନିର୍ମାଣ କାର୍ଯ୍ୟ। କାର୍ଯ୍ୟସ୍ଥଳରେ ନା ଅଛି ସୂଚନା ଫଳକ, ନା ଅଛନ୍ତି ବିଭାଗୀୟ ଯନ୍ତ୍ରୀ। କାର୍ଯ୍ୟସ୍ଥଳରେ ସୂଚନା ଫଳକ ଲଗାଯାଇନାହିଁ। ରବିବାର, ଛୁଟିଦିନ ଓ ରାତିଅଧିଆ କାର୍ଯ୍ୟକୁ ନେଇ ସ୍ଥାନୀୟ ଅଞ୍ଚଳବାସୀ ଅସନ୍ତୋଷ ପ୍ରକାଶ କରିଛନ୍ତି। ଯନ୍ତ୍ରୀ ଓ ଠିକାଦାରଙ୍କ ସଲାସୁତୁରାରେ ନିମ୍ନମାନର…

"ବିନା ସୂଚନା ଫଳକ, ଅଧିକାରୀଙ୍କ ଅନୁପସ୍ଥିତି ଓ ରାତି ଅଧିଆ ଚାଲିଛି ନିମ୍ନମାନର କାର୍ଯ୍ୟକୁ ନେଇ ଅଭିଯୋଗ"

ସାମ୍ବାଦିକଙ୍କ ପିତୃ ବିୟୋଗ

ତିର୍ତ୍ତୋଲ ୫୦/୦୧ (ଓଡ଼ିଆ ପୁଅ/ଟୁକନ ସେଠୀ) – ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ ସଅଁରା ପଞ୍ଚାୟତ ସଅଁରା ଗ୍ରାମର ସାମ୍ବାଦିକ ପ୍ରଶାନ୍ତ ପାଣିଙ୍କ ପିତା ମହେଶ୍ୱର ପାଣି(୭୧)ଙ୍କ ପରଲୋକ ହୋଇଯାଇଛି। ସେ ବାର୍ଦ୍ଧକ୍ୟଜନିତ ରୋଗରେ ପିଡ଼ିତ ଥାଇ ତାଙ୍କର ଦେହାନ୍ତ ହୋଇଛି। ତାଙ୍କ ମୃତ୍ୟୁ ଖବର ପାଇ ସ୍ଥାନୀୟ ଅଞ୍ଚଳର ବହୁ ବିଦ୍ଧିଜିବୀ ଓ ସାମ୍ବାଦିକ ସ୍ୱର୍ଗତ ପାଣିଙ୍କ ଶେଷ ଦର୍ଶନ କରିବା ସହିତ ଶୋକ ସନ୍ତପ ପରିବାର ପ୍ରତି ସମବେଦନା ଜ୍ଞାପନ କରିଥିଲେ।

"ସାମ୍ବାଦିକଙ୍କ ପିତୃ ବିୟୋଗ"

ଜବର ଦଖଲରେ ବିଦ୍ୟାଳୟ ସଂପତି ; କ୍ଲବ ଘରେ ହେଉଛି ପାଠପଢା

ତିର୍ତ୍ତୋଲ ୫୦/୦୧ (ଓଡ଼ିଆ ପୁଅ/ଟୁକନ ସେଠୀ) – ତିର୍ତ୍ତୋଲ ଥାନା ଅନ୍ତର୍ଗତ ତାଳପଡା ମୈାଜାର ଖାତା ନଂ ୮୨୪, ପ୍ଲଟ ନଂ ୧୮୬୩ ଶିକ୍ଷା ବିଭାଗ ଅଧିନରେ ରହିଛି। ଏଠାରେ ଗ୍ରାମ୍ୟ କମିଟି ତରଫରୁ ପଙ୍କଜ ବିହାରୀ ପ୍ରାଥମିକ ବିଦ୍ୟାଳୟ ନିର୍ମାଣ ହେବା ବଦଳେ କେତେକ ନ୍ୟସ୍ତ ସ୍ୱାର୍ଥ ବ୍ୟକ୍ତି ବେଆଇନ ଦଖଲ କରି ଘରବାଡୀ କରିଛନ୍ତି ଫଳରେ ବିଦ୍ୟାଳୟଟି ଏକ କ୍ଲବ ଘରେ ଦୟନୀୟ ଅବସ୍ଥାରେ ଚାଲୁଅଛି। ଦୀର୍ଘଦିନ ଧରି ଶିକ୍ଷା ବିଭାଗର ସଂପତିକୁ ଏହି ବେଆଇନ ଦଖଲ ଉଚ୍ଛେଦ କରିବା ପାଇଁ ୧୯୯୫ ମସିହା ଠାରୁ କୁଜଙ୍ଗ ତହସିଲଦାର କେବଳ ଏକ ଅବରୋଧ ମାମଲା ରଜୁ କରିଛନ୍ତି। ୨୦୦୩ ମସିହା ଠାରୁ ପଙ୍କଜ…

"ଜବର ଦଖଲରେ ବିଦ୍ୟାଳୟ ସଂପତି ; କ୍ଲବ ଘରେ ହେଉଛି ପାଠପଢା"