ଦଳିତ ମହାସଂଘ ତିର୍ତ୍ତୋଲ ପକ୍ଷରୁ ରାସ୍ତାରୋକ

ତିର୍ତ୍ତୋଲ ୨-୪ (ଓଡ଼ିଆ ପୁଅ/ଟୁକନ ସେଠୀ) – ତିର୍ତ୍ତୋଲ ଥାନା ଅନ୍ତର୍ଗତ କଟକ-ପାରାଦ୍ୱୀପ ରାସ୍ତାର କଲରାପାଟ ନିକଟରେ ଜାତୀୟ ଦଳିତ ମହାସଂଘ ତିର୍ତ୍ତୋଲ ଶାଖା ତରଫରୁ ରାସ୍ତାରୋକ କରାଯାଇଥିଲା। ମାନ୍ୟବର ସୁପ୍ରିମକୋର୍ଟଙ୍କ କ୍ରିମିନାଲ୍ ଅପିଲ୍ ନଂ ୪୧୬/୨୦୧୮କୁ ନେଇ ପ୍ରତିବାଦ ସ୍ୱରୂପ ଆଜି ଦଳିତ ମହାସଂଘ ତରଫରୁ ରାସ୍ତାରୋକ କରାଯାଇଥିଲା। ଏହି ଜଜ୍ ମେଣ୍ଟ୍ କୁ ପୁର୍ନଃରବିଚାର ଦାବିକରି ଏକ ଦାବିପତ୍ର ତିର୍ତ୍ତୋଲ ଥାନା ଅଧିକାରୀଙ୍କ ଜରିଆରେ କେନ୍ଦ୍ରସରକାରଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ସଂଜୟ କୁମାର ଘଡ଼ାଇ, ରଶ୍ମିରଂଜନ ମଲ୍ଲିକ, ତପନ କୁମାର ଦାସ, ସାଗର ଦାସ, ସ୍ମୃତି ରଂଜନ ମଲ୍ଲିକ, ସାଗର ମଲ୍ଲିକ, ସାନ୍ତନୁ କୁମାର ମଲ୍ଲିକ, ଦିଲ୍ଲିପ ଦାସ, ରବିନ୍ଦ୍ର…

"ଦଳିତ ମହାସଂଘ ତିର୍ତ୍ତୋଲ ପକ୍ଷରୁ ରାସ୍ତାରୋକ"

ତିର୍ତ୍ତୋଲ ତହସିଲରେ ରାଜସ୍ୱ ଆଦାୟ

ତିର୍ତ୍ତୋଲ ୨-୪ (ଓଡ଼ିଆ ପୁଅ/ଟୁକନ ସେଠୀ) – ତିର୍ତ୍ତୋଲ ତହସିଲର ୨୦୧୭/୧୮ ଆର୍ଥିକ ବର୍ଷରେ ରାଜସ୍ୱ ଆଦାୟ ପାଇଁ ଧାର୍ଯ୍ୟ ଲକ୍ଷ ଧିବା ୪ କୋଟି ୧୮ ଲକ୍ଷ ୪୯ ହଜାର ଧାର୍ଯ୍ୟ ଲକ୍ଷ ଧିବା ବେଳେ ୩୭ କୋଟି ୭୩ ଲକ୍ଷ ୩୩ ହଜାର ୪୧ ଟଙ୍କା ଆଦାୟ କରାଯାଇଛି ବୋଲି ତହସିଲଦାର ରମେଶ ଚନ୍ଦ୍ର ପଣ୍ଡା ସୂଚନା ଦେଇଛନ୍ତି। ଅତିରିକ୍ତ ତହସିଲଦାର ସୁଶ୍ରୀ ସଂଗୀତା ଖଟୁଆ ତହସିଲ କର୍ମଚାରୀ ଓ ରାଜସ୍ୱ କ୍ଷେତ୍ର କର୍ମଚାରୀ ମାନଙ୍କ ସହଯୋଗରେ ଏହି ରେକର୍ଡ ପରିମାଣର ରାଜସ୍ୱ ଆଦାୟ ହୋଇପାରିଥିବା ବେଳେ ଧାର୍ଯ୍ୟ ଲକ୍ଷ ଠାରୁ ୯୧ % ରାଜସ୍ୱ ଆଦାୟ କରିଥିବା ଜଣାପଡିଛି।

"ତିର୍ତ୍ତୋଲ ତହସିଲରେ ରାଜସ୍ୱ ଆଦାୟ"

ପ୍ରେମ ପ୍ରତାରଣାର ଶିକାର ନାବାଳିକାର ଥାନାରେ ଅଭିଯୋଗ

ତିର୍ତ୍ତୋଲ ୨-୪ (ଓଡ଼ିଆ ପୁଅ/ଟୁକନ ସେଠୀ) – ତିର୍ତ୍ତୋଲ ଥାନା ଅନ୍ତର୍ଗତ ମୂଳିସିଂ ଗ୍ରାମର ଜଣେ ନାବାଳିକାକୁ ସେହି ଗ୍ରାମର ସନାତନ ସେଠୀଙ୍କ ପୁଅ ବରଦା ସେଠୀ ପ୍ରେମ ଜାଲରେ ଫସାଇ ୨୦୧୭ ଅଗଷ୍ଟମାସରେ ବାଙ୍ଗାଲୋର ନେଇଯାଇଥିଲେ। ସେଠାରେ ୨ ମାସ ଭଡ଼ା ଘରେ ରଖି ବାରମ୍ବାର ନାବାଳିକା ସହିତ ଦୈହିକ ସମ୍ପର୍କ ରଖି ବିବାହର ପ୍ରତିଶୃତି ଦେଇଥିଲେ। କିଛିଦିନ ପରେ ନାବାଳିକାର ବୟସ ୧୭ ଜଣକ ଗର୍ଭବତୀ ହେବାଫଳରେ ନାନା ଅକଥନୀୟ ଅତ୍ୟାଚାର କରିବାପରେ ମୁଳିସିଂ ଗ୍ରାମରେ ଛାଡ଼ି ଫେରାର ହୋଇଯାଇଥିବାବେଳେ ଯୋରଜବର୍ଦସ୍ତ ଗର୍ଭପାତ କରାଯାଇଥିବା ନେଇ ନାବାଳିକା ଜଣକ ତିର୍ତ୍ତୋଲ ବ୍ଲକ ଆଇନ୍ ସହାୟତା କେନ୍ଦ୍ରରେ ଅଭିଯୋଗ କରିଥିଲେ। ବ୍ଲକରେ ଥିବା ଆଇନ…

"ପ୍ରେମ ପ୍ରତାରଣାର ଶିକାର ନାବାଳିକାର ଥାନାରେ ଅଭିଯୋଗ"

ସରସ୍ୱତୀ ଶିଶୁ ମନ୍ଦିରର ବାର୍ଷିକୋତ୍ସବ

ତିର୍ତ୍ତୋଲ ୨-୪ (ଓଡ଼ିଆ ପୁଅ/ଟୁକନ ସେଠୀ) – ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ ସାମନ୍ତରାୟପୁର ପଞ୍ଚାୟତ ସିରସ୍ଥା ଠାରେ ଥିବା ସରସ୍ୱତୀ ଶିଶୁମନ୍ଦିରର ବାର୍ଷିକୋତ୍ସବ ଅନୁଷ୍ଠିତ ହୋଇଯାଇଅଛି। ଏହି ଉତ୍ସବରେ ବିଦ୍ୟାଳୟର ପ୍ରଧାମ ଆଚାର୍ଯ୍ୟ ଅଭିରାମ ସେଣ୍ଡ୍ ସଭାପତିତ୍ୱ କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ଅଧ୍ୟାପକ ଅଦୈତ କୁମାର ସାହୁ, ମୁଖ୍ୟବକ୍ତା ଡ. ପିତାମ୍ବର ରାଉତ, ସମ୍ମାନିତ ଅତିଥି ଧନୁର୍ଯୟ ସ୍ୱାଇଁ, ବିଦ୍ୟାଳୟର ସଭାପତି ଇଂ ସୁକାନ୍ତ କୁମାର ସାହୁ, ଉପ-ସଭାପତି ସାମ୍ବାଦିକ ବାମଦେବ ସାହୁ, ସଦସ୍ୟ ବିଷ୍ଣୁ ଚରଣ ଦାସ, ସଦସ୍ୟା ମାଳବିକା ମହାପାତ୍ର, ବିଦ୍ୟୁତ ପରିଷଦର ସଂଯୋଜକ ସୁଚିତ୍ର କୁମାର ସାହୁ ପ୍ରମୁଖ ଯୋଗଦେଇଥିଲେ। ସଂପାଦକ ଆଲୋକ ଚନ୍ଦ୍ର ସାହୁ ସ୍ୱାଗତ ଭାଷଣ…

"ସରସ୍ୱତୀ ଶିଶୁ ମନ୍ଦିରର ବାର୍ଷିକୋତ୍ସବ"

ତିର୍ତ୍ତୋଲ ଦିବଂଗତ ଜନନେତା ନିତ୍ୟାନନ୍ଦ ସାମନ୍ତରାୟଙ୍କ ଶ୍ରଦ୍ଧାଞ୍ଜଳୀ ସଭା

ତିର୍ତ୍ତୋଲ ୨-୪ (ଓଡ଼ିଆ ପୁଅ/ଟୁକନ ସେଠୀ) – ତିର୍ତ୍ତୋଲର ନବନିର୍ମାତା, ଜନନାୟକ, ତଥା ବରପୁତ୍ର ସାମାଜସେବା କ୍ଷେତ୍ରରେ ରହି ସୁନାମ ଅର୍ଜନ କରିଥିବା ତିର୍ତ୍ତୋଲର ପୂର୍ବତନ ବିଧାୟକ ସ୍ୱର୍ଗତ ନିତ୍ୟାନନ୍ଦ ସାମନ୍ତରାୟଙ୍କ ବିୟୋଗରେ ଆଜି ତାଙ୍କ ଜନ୍ମମାଟି ତିର୍ତ୍ତୋଲର ଗୋପିଆକୁଦଠାରେ ଶ୍ରଦ୍ଧାଞ୍ଜଳୀ ସଭା ଅନୁଷ୍ଠିତ ହୋଇଯାଇଛି। ଏହି ସଭାରେ ଶିକ୍ଷକନେତା ତଥା ସମାଜସେବୀ ଅକ୍ଷୟ ଦାସ ସଭାପତିତ୍ୱ କରିଥିବାବେଳେ ମୁଖ୍ୟ ଅତିଥିଭାବେ ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନା, ପୂର୍ବତନ ମନ୍ତ୍ରୀ ତଥା ପାରାଦ୍ୱୀପ ବିଧାୟକ ଡ଼. ଦାମୋଦର ରାଉତ, ଜଗତସିଂହପୁର ସାଂସଦ କୂଳମଣି ସାମଲ, ଜଗତସିଂହପୁର ବିଧାୟକ ଚିରଞ୍ଜବ୍ ବିଶ୍ୱାଳ, ତିର୍ତ୍ତୋଲ ବିଧାୟିକା ଡ଼. ରାଜଶ୍ରୀ ମଲ୍ଲିକ, କଟକ-ବାରବାଟି ବିଧାୟକ ଦେବାଶିଷ ସାମନ୍ତରାୟ, ଜିଲ୍ଲାପରିଷଦ ଅଧ୍ୟକ୍ଷା ପ୍ରିୟ…

"ତିର୍ତ୍ତୋଲ ଦିବଂଗତ ଜନନେତା ନିତ୍ୟାନନ୍ଦ ସାମନ୍ତରାୟଙ୍କ ଶ୍ରଦ୍ଧାଞ୍ଜଳୀ ସଭା"

କନିମୂଳ ପଞ୍ଚାୟତର ସ୍ୱରାଜକୁ ବର୍ଷେ ର ପୂର୍ତ୍ତି ସମାରୋହ ପାଳନ

ତିର୍ତ୍ତୋଲ ୨-୪ (ଓଡ଼ିଆ ପୁଅ/ଟୁକନ ସେଠୀ) – ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ କନିମୂଳ ଗ୍ରାମପଞ୍ଚାୟତର ସ୍ୱରାଜକୁ ବର୍ଷେର ପୂର୍ତ୍ତି ସମାରୋହ ଦିନ ୧୦ଘଟିକା ସମୟରେ ସମାଜସେବୀ ଅଶୋକ କୁମାର ମହାନ୍ତିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟ ଅତିଥିଭାବେ ତିର୍ତ୍ତୋଲ ମଣ୍ଡଳ ଉନ୍ନୟନ ଅଧିକାରୀ ରଞ୍ଜନ କୁମାର ପରିଡ଼ା ଯୋଗଦେଇଥିବାବେଳେ ସମ୍ମାନୀତ ଅତିଥିଭାବେ ସରପଞ୍ଚ ବେଦଦ୍ୟୁତି ପୃଷ୍ଟି, ସମିତିସଭ୍ୟା ରାଣୀ ଚପେଆର, ନାଏବ ସରପଞ୍ଚ ନମିତା ରାଉତ, ପଞ୍ଚାୟତ ନିର୍ବାହୀ ଅଧିକାରୀ ମର୍ଦ୍ଦରାଜ ସ୍ୱାଇଁ, ଅଜୟ କୁମାର ସାହୁ ପ୍ରମୁଖ ଯୋଗଦେଇଥିଲେ। ପରେ ମୁଖ୍ୟ ଅତିଥି ବିଡ଼ିଓ ଶ୍ରୀଯୁକ୍ତ ପରିଡ଼ା ମିର୍ଜାପୁର ନଦୀବନ୍ଧରୁ ଜନତା ଉ.ପ୍ରା ବିଦ୍ୟାଳୟ ପର୍ଯ୍ୟନ୍ତ କଂକ୍ରିଟ୍ ରାସ୍ତା ଓ ମତ୍ତଗଜପୁର ବାଲ୍ଲା ବିହାରି…

"କନିମୂଳ ପଞ୍ଚାୟତର ସ୍ୱରାଜକୁ ବର୍ଷେ ର ପୂର୍ତ୍ତି ସମାରୋହ ପାଳନ"

ପୂରାତନ ଛାତ୍ରଛାତ୍ରୀମାନଙ୍କ ବନ୍ଧୁମିଳନ ଓ ସମ୍ବର୍ଦ୍ଧନା ଉତ୍ସବ

ତିର୍ତ୍ତୋଲ୩୦.୦୩ (ଓଡ଼ିଆ ପୁଅ) -ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ କୋଲର ପଞ୍ଚାୟତ ଜଗନ୍ନାଥ ଉଚ୍ଚ ବିଦ୍ୟାଳୟ ପରିସରରେ ଆଜି ୧୯୭୮ ମସିହା ବ୍ୟାଚ ଛାତ୍ରଛାତ୍ରୀ ମାନଙ୍କ ବନ୍ଧୁ ମିଳନ ଉତ୍ସବ ଓ ପୂରାତନ ଶିକ୍ଷକଙ୍କ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ପୂରାତନ ଶିକ୍ଷକ ନାରାୟଣ ତ୍ରୀପାଠୀ, ରମାକାନ୍ତ ସାହୁ, ପ୍ରଶନ୍ନ କୁମାର ମିଶ୍ର, ନାରାୟଣ ଚନ୍ଦ୍ର ବାରିକ୍, ଗୋକୁଳା ନନ୍ଦ ମେକାପଙ୍କ ସହିତ ବିଦ୍ୟାଳୟର ବର୍ତ୍ତମାନର ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟତ୍ରୀ କବିତା ବେଉରାଙ୍କୁ ପୂରାତନ ଛାତ୍ରଙ୍କ ପକ୍ଷରୁ ଅଙ୍ଗବସ୍ତ୍ର, ମାନପତ୍ର, ପୁଷ୍ପଗୁଛ ଓ ଗୀତାପୁସ୍ତକ ଦେଇ ସମ୍ବର୍ଦ୍ଧନା କରାଯାଇଥିଲା। ଯୋଗଦେଇଥିବା ପୂରାତନ ଶିକ୍ଷକ ଅତିଥିମାନେ ତାଙ୍କ ବକ୍ତବ୍ୟରେ ଦୀର୍ଘ ୪୦ ବର୍ଷପରେ ପ୍ରଥମ କରି…

"ପୂରାତନ ଛାତ୍ରଛାତ୍ରୀମାନଙ୍କ ବନ୍ଧୁମିଳନ ଓ ସମ୍ବର୍ଦ୍ଧନା ଉତ୍ସବ"

ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମ : ୫୭ ଲକ୍ଷ ଟଙ୍କାର ୧୦ଟି ପ୍ରକଳ୍ପ ସରପଞ୍ଚଙ୍କ ପ୍ରସ୍ତାବକୁ ମଂଜୁରୀ ଦେଲେ ମୁଖ୍ୟମନ୍ତ୍ରୀ

  ଭୁବନେଶ୍ୱର ୨୮.୩ (ଓଡ଼ିଆ ପୁଅ) ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଜଗତସିଂହପୁର ଜିଲ୍ଲାର ପଳାଶୋଳ ଗ୍ରାମ ପଞ୍ଚାୟତ ଓ କନ୍ଧମାଳ ଜିଲ୍ଲାର ବିଶିପଡା ପଞ୍ଚାୟତ ପାଇଁ ୫୭ ଲକ୍ଷ ଟଙ୍କାର ୧୦ଟି ପ୍ରକଳ୍ପକୁ ମଞ୍ଜୁରୀ ଦେଇଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଗ୍ରାମ ବିକାଶ କାର୍ଯ୍ୟକ୍ରମର ସଫଳତା ପାଇଁ ଲୋକଙ୍କ ସହଯୋଗ ଲୋଡିବା ସହିତ ମଞ୍ଜୁର ହୋଇଥିବା ପ୍ରକଳ୍ପ ଗୁଡିକର କାର୍ଯ୍ୟକୁ ଶୀଘ୍ର ଏବଂ ଭଲ ଭାବରେ କରିବା ପାଇଁ ପରାମର୍ଶ ଦେଇଥିଲେ। ଏହି ପ୍ରକଳ୍ପ ଗୁଡିକ ମଧ୍ୟରେ ଜଗତସିଂହପୁର ପଳାଶୋଳ ଗ୍ରାମ ପଞ୍ଚାୟତର ୪ଟି ଓ କନ୍ଧମାଳର ବିଶିପଡାର ୬ଟି ପ୍ରକଳ୍ପକୁ ମୁଖ୍ୟମନ୍ତ୍ରୀ…

"ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମ : ୫୭ ଲକ୍ଷ ଟଙ୍କାର ୧୦ଟି ପ୍ରକଳ୍ପ ସରପଞ୍ଚଙ୍କ ପ୍ରସ୍ତାବକୁ ମଂଜୁରୀ ଦେଲେ ମୁଖ୍ୟମନ୍ତ୍ରୀ"

ଦିବଂଗତ ନିତ୍ୟାନନ୍ଦ ସାମନ୍ତରାୟଙ୍କ ଶ୍ରଦ୍ଧାଞ୍ଜଳୀ ସଭା ପାଇଁ ପ୍ରସ୍ତୁତି ବୈଠକ

ତିର୍ତ୍ତୋଲ୨୬/୦୩(ଓଡ଼ିଆ ପୁଅ/ଟୁକନ ସେଠୀ)-ତିର୍ତ୍ତୋଲ ବ୍ଲକ ମହାନଦୀ ପଠା ଗୋପିଆକୁଦଠାରେ ତିର୍ତ୍ତୋଲ ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ଦିବଂଗତ ନିତ୍ୟାନନ୍ଦ ସାମନ୍ତରାୟଙ୍କ ବିୟୋଗରେ ଶ୍ରଦ୍ଧାଞ୍ଜଳୀ ସଭା ଆସନ୍ତା ଅପ୍ରିଲ ୧ ତାରିଖ ଦିନ ଅନୁଷ୍ଠିତ କରାଯିବବୋଲି ନିତ୍ୟାନନ୍ଦ ସାମନ୍ତରାୟ ସ୍ମୃତି କମିଟି ତିର୍ତ୍ତୋଲ ତରଫରୁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ଶ୍ରଦ୍ଧାଞ୍ଜଳୀ ସଭାରେ ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନା, ପୂର୍ବତନ ମନ୍ତ୍ରୀ ତଥା ପାରାଦ୍ୱିପ ବିଧାୟକ ଡ଼. ଦାମୋଦର ରାଉତ, ଜଗତସିଂହପୁର ସାଂସଦ ଡ଼. କୁଳମଣି ସାମଲ, ଜଗତସିଂହପୁର ବିଧାୟକ ଚିରଞ୍ଜିବ୍ ବିଶ୍ୱାଳ, ରାଜ୍ୟସଭା ସାଂସଦ ରଞ୍ଜିବ ବିଶ୍ୱାଳ, ତିର୍ତ୍ତୋଲ ବିଧାୟିକା ଡ଼. ରାଜଶ୍ରୀ ମଲ୍ଲିକ, ନିତ୍ୟାନନ୍ଦ ସାମନ୍ତରାୟଙ୍କ ସୁପୁତ୍ର ତଥା କଟକ-ବାରବାଟି ବିଧାୟକ ଦେବାଶିଷ୍…

"ଦିବଂଗତ ନିତ୍ୟାନନ୍ଦ ସାମନ୍ତରାୟଙ୍କ ଶ୍ରଦ୍ଧାଞ୍ଜଳୀ ସଭା ପାଇଁ ପ୍ରସ୍ତୁତି ବୈଠକ"

ଝଙ୍କଡ ମା’ଶାରଳାଙ୍କ ମଧୂପାର୍ବଣ ପୂଜା ଉଯାପନ

ତିର୍ତ୍ତୋଲ୨୭/୦୩(ଓଡ଼ିଆ ପୁଅ/ଟୁକନ ସେଠୀ)-ପ୍ରସିଦ୍ଧ ତଥା ପ୍ରାଚୀନ ଶକ୍ତି ପୀଠ ବାଣୀକ୍ଷେତ୍ର ଝଙ୍କଡ଼ର ଅଧିଷ୍ଠାତ୍ରୀ ଦେବୀ ମା ଶାରଳାଙ୍କ ଚୌତ୍ର ମଧୁପାର୍ବଣ ପୂଜା ଗତ ମାର୍ଚ୍ଚ ୧୮ ତାରିଖ ରବିବାର ଦିନ ଠାରୁ ଶୁଭାରମ୍ଭ ହୋଇ ଗତକାଲି ମହା ସମାରୋହରେ ବୈଦିକ ବିଧିବିଧାନର ସହିତ ଉଯାପିତ ହୋଇଯାଇଛି। ଚଳିତ ବର୍ଷ ଏହି ୯ଦିନ ବ୍ୟାପି ମଧୁପାର୍ବଣକୁ ପଞ୍ଜିକା ମତଯୋଗୁ ୮ ଦିନ ଧରି ପାଳିତ ହୋଇଥିଲା। ଏହି ଉପଲକ୍ଷେ ଦୈନିକ ପାଞ୍ଜି ପାଠ, ସୂର୍ଯ୍ୟ ପୂଜା, ଷୋଢ଼ଷ ଉପଚାର ପୂଜା ସହିତ ଯଜ୍ଞ ଶାଳାରେ ବ୍ରାହ୍ମଣମାନଙ୍କ ଦ୍ୱାରା ବିଶ୍ୱଶାନ୍ତି ଯଜ୍ଞର ଆହୁତି ପ୍ରଦାନ କରାଯାଇଥିଲା। ସନ୍ଧ୍ୟା ଆଳତୀ ସମୟରେ ସନ୍ଧ୍ୟାବେଶ ଦର୍ଶନ ନିମନ୍ତେ ମନ୍ଦିର ବେଢ଼ାରେ ପ୍ରବଳ…

"ଝଙ୍କଡ ମା’ଶାରଳାଙ୍କ ମଧୂପାର୍ବଣ ପୂଜା ଉଯାପନ"