ଶିକ୍ଷା ବଳୟ ସୃଷ୍ଟି ପାଇଁ କର୍ମଶାଳା

ତିର୍ତ୍ତୋଲ ୨୦/୧୧ (ଓଡ଼ିଆ ପୁଅ/ଟୁକନ ସେଠୀ) – ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ ତେନ୍ତୁଲିପଦା ମୁନିଗୋସାଇଁ ଆଦିକବି ସାରଳା ଦାସଙ୍କ ଭବନରେ ସାହିତ୍ୟ, ସଂସ୍କୃତି, ଜୀବନ ଓ ଜିବୀକାକୁ ନେଇ ନବଗଠିତ ଅନୁଷ୍ଠାନ “ବାଣୀଧାରା” ଆନୁକୂଲ୍ୟରେ ଜଗତସିଂହପୁର ଜିଲ୍ଲାର ଶିକ୍ଷା ବଳୟ ସୃଷ୍ଟି ନିମିତ୍ତ ତିର୍ତ୍ତୋଲ ଓ କୁଜଙ୍ଗ ବ୍ଲକର ବିଶିଷ୍ଟ ଶିକ୍ଷାବିତ, ସାରସ୍ୱତ ସାଧକ, ସମାଜସେବୀ, ଆଇନିଜିବୀ ଓ ନୂତନ ଯୁବପିଢ଼ିକୁ ନେଇ କର୍ମଶାଳା ଶିକ୍ଷାବିତ୍ ମହେନ୍ଦ୍ର କୁମାର ଆଚାର୍ଯ୍ୟଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଅଛି। ମୁଖ୍ୟ ଆବାହକ ଝଙ୍କଡ଼ଶ୍ରୀ କାଳୀପ୍ରସନ୍ନ ପରିଜା ଆୟୋଜିତ କର୍ମଶାଳାରେ ବିଭିନ୍ନ ପ୍ରାନ୍ତରରୁ ଆସିଥିବା ପ୍ରତିନିଧିମାନଙ୍କ ଆଲୋଚନା କ୍ରମେ ଜିଲ୍ଲାରେ ଏକ ପ୍ରମୁଖ ବୈଷୟିକ ବିଶ୍ୱବିଦ୍ୟାଳୟର ସ୍ଥାପନ କରାଯାଇ ପୁର ପଲ୍ଲୀର…

"ଶିକ୍ଷା ବଳୟ ସୃଷ୍ଟି ପାଇଁ କର୍ମଶାଳା"

ପଟିଲୋ ପଞ୍ଚାୟତରେ ମତ୍ସ୍ୟଚାଷୀ ଗୋଷ୍ଠି ପକ୍ଷ ପାଳନ

ତିର୍ତ୍ତୋଲ ୨୦/୧୧ (ଓଡ଼ିଆ ପୁଅ/ଟୁକନ ସେଠୀ) – ତିର୍ତ୍ତୋଲ ବ୍ଲକ ପଟିଲୋ ପଞ୍ଚାୟ ତ ନାସିକ ଠାରେ ଜଗତସିଂହପୁର ଜିଲ୍ଲା ମତ୍ସବିଭାଗ ପକ୍ଷରୁ ମତ୍ସ୍ୟବିକାଶ ଗୋଷ୍ଠୀ ପକ୍ଷ ପାଳନ ହୋଇଯାଇଛି। ଏଥିରେ ତିର୍ତ୍ତୋଲ ବ୍ଲକ ମତ୍ସ୍ୟସହକାରୀ ଅଧିକାରୀ ବିଜୟ କୁମାର ସେନାପତି ଓ କନିଷ୍ଠ ମତ୍ସ୍ୟ ଅଧିକାରୀ ବିକାଶ ଚନ୍ଦ୍ର ସ୍ୱାଇଁ ଉପସ୍ଥିତ ରହି କେନ୍ଦ୍ର ସରକାରଙ୍କ ଦ୍ୱାରା “ନିଳବିପ୍ଳବ” ଯୋଜନା ଅନ୍ତର୍ଗତ ମତ୍ସ୍ୟଜିବୀ ତଥା ମତ୍ସ୍ୟ ଚାଷୀଙ୍କୁ ମିଳୁଥିବା ସୁବିଧ ସୁଯୋଗ ଉପରେ ଆଲୋକପାତ କରାଇଥିଲେ। ଯୋଜନା ମାନ ମଧୁର ଜଳ ମାଛଚାଷ ନିମନ୍ତେ ନୂତନ ପୋଖରୀ ଖନନ ଓ ଚାଷ ନିମନ୍ତେ ହେକଟର ପିଛା ୮ଲକ୍ଷ ୫୦ ହଜାର ଟଙ୍କା ବ୍ୟବସ୍ଥା, ମଧୁର…

"ପଟିଲୋ ପଞ୍ଚାୟତରେ ମତ୍ସ୍ୟଚାଷୀ ଗୋଷ୍ଠି ପକ୍ଷ ପାଳନ"

ସପ୍ତାହ ବ୍ୟାପୀ ଭାଗବତ ପାରାୟଣ ଉଦଯାପିତ

ତିର୍ତ୍ତୋଲ ୨୦/୧୧ (ଓଡ଼ିଆ ପୁଅ/ଟୁକନ ସେଠୀ) – ତିର୍ତ୍ତୋଲ ଥାନା ଅର୍ନ୍ତଗତ ଦାଇଁଲୋ ପଞ୍ଚାୟତର ମୁଣ୍ଡିଦା ରାଜସ୍ୱ ଗ୍ରାମସ୍ଥ ଶ୍ରୀ ଶ୍ରୀ ସୂର୍ଯ୍ୟନାରାୟଣଙ୍କ ମନ୍ଦିର ପ୍ରାଙ୍ଗଣରେ ୨ୟ ବାର୍ଷିକ ଭାଗବତ ପାରାୟଣ ଓ ପ୍ରବଚନ କାର୍ଯ୍ୟକ୍ରମ ଉଯାପନି ହୋଇଯାଇଛି। ରାମାୟଣୀ ପଣ୍ଡିତ ଅଭୟ ଦାଶଙ୍କ ସଂଯୋଜନାରେ ପ୍ରବଚିକା ସୁଶ୍ରୀ ସସ୍ମିତା ଦାଶ, ପଣ୍ଡିତ ସଚ୍ଚିଦାନନ୍ଦ ପତି, ପଣ୍ଡିତ ବାବୁନା ପଣ୍ଡା ଓ ପିଣ୍ଟୁ ପଣ୍ଡିତେ ପ୍ରଭୃତି ଏହି କାର୍ଯ୍ୟକ୍ରମରେ ଯୋଗଦେଇଥିଲେ। ଶଂକର ଚରଣ ରାଉତ ଓ ମନ୍ଦିର ସେବକ ଟିକି ବାବାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱବଧାନରେ ଅନୁଷ୍ଠିତ ହୋଇଥିବା ପାରାୟଣ ଓ ପ୍ରବଚନ ମଞ୍ଚର କାର୍ଯ୍ୟକ୍ରମରେ ତିର୍ତ୍ତୋଲ ୧ ନଂ ଜୋନର ଜିଲ୍ଲାପରିଷଦ ସଭ୍ୟ ସନାତନ ଦଳାଇ,…

"ସପ୍ତାହ ବ୍ୟାପୀ ଭାଗବତ ପାରାୟଣ ଉଦଯାପିତ"

ରାମାୟଣୀ ପଣ୍ଡିତ ଅଭୟ ଦାଶ(ବୁଳୁନନା)ଙ୍କୁ ଭାଗବତୀ ସମ୍ମାନ

ତିର୍ତ୍ତୋଲ ୨୦/୧୧ (ଓଡ଼ିଆ ପୁଅ/ଟୁକନ ସେଠୀ) – ତିର୍ତ୍ତୋଲ ଥାନା ଅନ୍ତର୍ଗତ ଗୋପାଳପୁର(ଶ) ପଞ୍ଚାୟତ ଜନାର୍ଦ୍ଦନ ପୁର ଗ୍ରାମର ରାମାୟଣୀ ପଣ୍ଡିତ ଅଭୟ ଦାସ(ବୁଲୁନନା)ଙ୍କୁ “ଭାଗବତୀ” ସମ୍ମାନରେ ସମ୍ମାନୀତ କରାଯାଇଛି। ଗତ ୭ ତାରିଖ ଠାରୁ ୧୭ ତାରି୍ ପର୍ଯ୍ୟନ୍ତ ନାମାଚାର୍ଯ୍ୟ ବାୟାବାବାଙ୍କ ଗୁରୁ ଶ୍ରୀଲ ରାମଦାସ ବାବାଜୀ ମହାଶୟଙ୍କର ୬୪ତମ ସ୍ମରଣୋତ୍ସବ ଉପଲକ୍ଷେ କେନ୍ଦ୍ରାପଡ଼ାଠାରେ ଶ୍ରୀ କଳ୍ପତରୁ ଶାଖା ସଂଘ ତରଫରୁ ମଠର ମଠାଧିଶ ମହନ୍ତ ହୃଷିକେଶ ବାବାଜୀ, ଟ୍ରଷ୍ଟି ରାଜକିଶୋର ପଟ୍ଟନାୟକ, ଶାଖା ସଂଘ ସଦସ୍ୟ ଶୁକଦେବ ଜେନା, ମାନଗୋବିନ୍ଦ ସ୍ୱାଇଁ, ଗୌରାଙ୍ଗ ଚରଣ ସାମନ୍ତ, ରାମଚନ୍ଦ୍ର ବାରକ ଓ କଳ୍ପତରୁ ଶାଖା ସଂଘର ସଂପାଦକ ପ୍ରହଲାଦ ପୃଷ୍ଟି ପ୍ରମୁଖ ଶ୍ରୀଯୁକ୍ତ ଦାଶଙ୍କୁ…

"ରାମାୟଣୀ ପଣ୍ଡିତ ଅଭୟ ଦାଶ(ବୁଳୁନନା)ଙ୍କୁ ଭାଗବତୀ ସମ୍ମାନ"

ରାଷ୍ଟ୍ରୀୟ ଆଇନସେବା ପ୍ରାଧିକରଣ ଦିବସ

ଜଗତସିଂହପୁର, ୧୩/୧୧(ଓଡ଼ିଆ ପୁଅ/ଅର୍ଚ୍ଚନା ଦ୍ୱିବେଦୀ)ଜିଳ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ଆଜି ପୂର୍ବାହ୍ନରେ ସ୍ଥାନୀୟ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ରଷ୍ଟ୍ରୀୟ ଆଇନସେବା ପ୍ରାଧିକରଣ ଦିବସ ପାଳିତ ହୋଇଯାଇଛି। ଉତ୍ସବରେ ମୁଖ୍ୟଅତିଥି ଭାବେ ଯୋଗଦେଇ ଅତିରିକ୍ତ ଜିଳ୍ଲା ଓ ଦୌରାଜଜ୍ ଭଗବାନ ପ୍ରଧାନ କହିଲେ ମଣିଷ ମୌଳିକ ଅଧିକାର ନେଇ ଜନ୍ମ ହୋଇଥାଏ ସମାରେ ରହିବା ବେଳେ କିଛି ନିତିନିୟମରେ ସମସ୍ତେ ବନ୍ଧା ହୋଇ ରହିଥାନ୍ତି। ସମ୍ବିଧାନର ଅଧିକାର ଓ ନିୟମ ପ୍ରଣୟନ କରାଯାଇଛି। ଆଇନସେବା ପ୍ରାଧିକରଣରେ ଆଇନ ସେବା ଯୋଗାଇ ଦିଆଯାଉଛି। ତେଣୁ ଏ ସଂପର୍କରେ ସମସ୍ତଙ୍କୁ ସଚେତନ କରାଇବା ଆବଶ୍ୟକ। ଜିଲ୍ଲା ଆଇନସେବା ପ୍ରାଧିକରଣର ସେକ୍ରେଟାରୀ ସ୍ରୋତସ୍ୱିନୀ କର ଯୋଗଦେଇ କହିଲେ…

"ରାଷ୍ଟ୍ରୀୟ ଆଇନସେବା ପ୍ରାଧିକରଣ ଦିବସ"

ଓଷ୍ଟା ମେଧାବୃତ୍ତି ପରୀକ୍ଷା

ଜଗତସିଂହପୁର, ୧୩/୧୧(ଓଡ଼ିଆ ପୁଅ/ଅର୍ଚ୍ଚନା ଦ୍ୱିବେଦୀ) ଓଡିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ (ଓଷ୍ଟା) ପକ୍ଷରୁ ସମଗ୍ର ରାଜ୍ୟରେ ଆଜି ଓଷ୍ଟା ମେଧାବୃତ୍ତି ପରୀକ୍ଷା ଅନୁଷ୍ଠିତ ହୋଇଯାଇଛି। ଏହି ବୃତ୍ତି ପରୀକ୍ଷାରେ ସଫଳତା ଅର୍ଜନ କରିଥିବା କୃତି ଛାତ୍ରଛାତ୍ରୀମାନଙ୍କୁ ଓଷ୍ଟା ପକ୍ଷରୁ ୧୫ମାସ ବୃତ୍ତି ପ୍ରଦାନ କରାଯାଇଥାଏ। ଜଗତସିଂହପୁର ଜିଲ୍ଲାର ୨ଗୋଟି ପରୀକ୍ଷା କେନ୍ଦ୍ର ବୃନ୍ଦାବନ ବିଦ୍ୟାପୀଠ ମାର୍କଣ୍ଡପୁର ଠାରେ ୩୦୬ ଏବଂ ମଣିଜଙ୍ଗା ଉଚ୍ଚବିଦ୍ୟାଳୟରେ ୨୩୦ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିବାର କେନ୍ଦ୍ର ନିରିକ୍ଷକଙ୍କ ଠାରୁ ଜଣାଯାଇଛି। ପରୀକ୍ଷା ପ୍ରାରମ୍ଭରେ ଜିଲ୍ଲା ଓଷ୍ଟାର ଉପଦେଷ୍ଟା ନିକୁଞ୍ଜ କିଶୋର ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ବିଜ୍ଞାନ ପରିଦର୍ଶକ ସୁଭାଷ ଚନ୍ଦ୍ର ରାଉତ ଯୋଗଦେଇ…

"ଓଷ୍ଟା ମେଧାବୃତ୍ତି ପରୀକ୍ଷା"

କୃଷି ସମବାୟ ସମିତି ଓ ଲ୍ୟାମ୍ପସ ପ୍ରତିନିଧି କର୍ମଚାରୀ ସମବାୟ ସମିତି ବୈଠକ

ଜଗତସିଂହପୁର, ୧୩/୧୧(ଓଡ଼ିଆ ପୁଅ/ଅର୍ଚ୍ଚନା ଦ୍ୱିବେଦୀ)ଓଡିଶାର ୨୭୦୮ପ୍ରାଥମିକ କୃଷି ସମବାୟ ସମିତି ଲ୍ୟାମ୍ପସ ମଧ୍ୟରୁ ୨୪୯୪ଟି ପ୍ରାଥମିକ ସମିତି ଓ ୨୧୪ଟି ଲ୍ୟାମ୍ପସର ସଭାପତି ଓ ନିର୍ବାଚିତ ପ୍ରତିନିଧିଙ୍କୁ ନେଇ କାଦୁଅପଡା ସ୍ଥିତ ତୁଳସୀଗାଦୀ ପୀଠରେ ଏକ ସମବାୟ ସମିତି ବୈଠକ ଅନୁଷ୍ଠିତ ହୋଇଯାଇଛି। ସଂଯୋଜକ କେଳୁଚରଣ ଜଗଦେବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଉପ-ସଭାପତି ଲିଙ୍ଗରାଜ ମଲ୍ଲ, ଜଗତସିଂହପୁର ଜିଲ୍ଲା ସଭାପତି କୈଳାସ ଚନ୍ଦ୍ର ଦାସ, ନିର୍ବାଚିତ ସଭାପତି ସୁବାଷ ଦାସ, ୟୁନିୟନ ସାଧାରଣ ସଂପାଦକ ସୁକାନ୍ତ ଦାସ, ବିଶ୍ୱନାଥ ମହାରଣା ଓ ଜିଲ୍ଲା ସଂପାଦକ ନିରଞ୍ଜନ ସେଠୀ ପ୍ରମୁଖ ଯୋଗଦେଇ ୫ଦଫା ଦାବି ସଂପର୍କରେ ଆଲୋଚନା କରିଥିଲେ। ଓଡିଶାର କୃଷକ ମାନଙ୍କର ଆଧାର ସିଡିଂ, ଜମାଖାତା…

"କୃଷି ସମବାୟ ସମିତି ଓ ଲ୍ୟାମ୍ପସ ପ୍ରତିନିଧି କର୍ମଚାରୀ ସମବାୟ ସମିତି ବୈଠକ"

ଅବସରପ୍ରାପ୍ତ କର୍ମଚାରୀ ସଂଘର ପ୍ରଥମ ବାର୍ଷିକ ଉତ୍ସବ

ତିର୍ତ୍ତୋଲ୧୨/୧୧(ଓଡ଼ିଆ ପୁଅ/ଟୁକନ ସେଠୀ)- ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ ତରଜଙ୍ଗା ପଞ୍ଚାୟତ ବାବା ବିଲ ଗୋରେଖନାଥ ଅବସରପ୍ରାପ୍ତ କର୍ମଚାରୀ ସଂଘର ପ୍ରଥମ ସ୍ୱନକ୍ଷେତ୍ର ବାର୍ଷିକ ଉତ୍ସବ ବାଲିପାଟଣା ସ୍ଥିତ ବାବା ବିଲଗୋରେଖନାଥ ପ୍ରାଙ୍ଗଣରେ କ୍ଷୀରୋଦ କୁମାର ଦାସଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇ ଯାଇଛି। ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ପ୍ରାକ୍ତନ ତିର୍ତ୍ତୋଲ ଜିଲ୍ଲାପରିଦର୍ଶକ ମନମୋହନ କାନୁନଗୋ, ମୁଖ୍ୟ ବକ୍ତା ଭାବେ ଅଧ୍ୟାପକ ଅରୁଣ କୁମାର ପଣ୍ଡା ଯୋଗଦେଇଥିଲେ। ସଂଘର ସମ୍ପାଦକ ସୁରେନ୍ଦ୍ର ନାଥ ସାହୁ ବାର୍ଷିକ ବିବରଣୀ ପାଠ କରିଥିବାବେଳେ କୋଷାଧ୍ୟକ୍ଷ ଅଲେଖ ଚରଣ ବାରିକ ବାର୍ଷିକ ଆୟ ବ୍ୟୟର ସମୀକ୍ଷା କରିଥିଲେ। ଉପସଭାପତି ଝୁଲରାମ ଦାସ ଅତିଥିପରିଚୟ ପ୍ରଦାନ କରିଥିଳେ। ମୁଖ୍ୟ ବକ୍ତା ଶ୍ରୀଯୁକ୍ତ…

"ଅବସରପ୍ରାପ୍ତ କର୍ମଚାରୀ ସଂଘର ପ୍ରଥମ ବାର୍ଷିକ ଉତ୍ସବ"

ଭାଗବତ ସପ୍ତାହ ପାରାୟଣ ଓ ପ୍ରବଚନ କାର୍ଯ୍ୟକ୍ରମ ଉଯାପିତ

ତିର୍ତ୍ତୋଲ୧୨/୧୧(ଓଡ଼ିଆ ପୁଅ/ଟୁକନ ସେଠୀ)- ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ ପିପଳମାଧବ ଠାରେ ଥିବା ଶ୍ରୀ ଶ୍ରୀ ଧର୍ମେଶ୍ୱର ପ୍ରଚାର ସମିତି ଆନୁକୂଲ୍ୟରେ ଚଳିତ ମାସ ୫ ତାରିଖ ଠାରୁ ଆରମ୍ଭ ହୋଇଥିବା ପାରାୟଣ ଓ ପ୍ରବଚନ କାର୍ଯ୍ୟକ୍ରମ ଶନିବାର ଉଯାପିତ ହୋଇଯାଇଛି। ପରମପୂଜ୍ୟ ମହନ୍ତ ଶ୍ରୀ ଶ୍ରୀ ଚିନ୍ତାମଣି ପର୍ବତ ଗୋସ୍ୱାମୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ପ୍ରବକ୍ତାରୂପେ ସଦଗୁରୁ ବାବା ଶ୍ରୀ ଶ୍ରୀ ବୈକୁଣ୍ଠ ନଥଙ୍କ ଶିଷ୍ୟ ସତ୍ୟାନନ୍ଦ ଦାସ ମହାରାଜ ଯୋଗଦେଇଥିଲେ। ସପ୍ତାହ ବ୍ୟାପି ଏହି କାର୍ଯ୍ୟକ୍ରମରେ ପ୍ରତ୍ୟେହ ପ୍ରାର୍ଥନା, ପ୍ରଭାତ କିର୍ତ୍ତନ, ମଙ୍ଗଳଆଳତୀ, ସୂର୍ଯ୍ୟପୂଜା, ଭାଗବତ ପାରାୟଣ, ଘୃତଯଜ୍ଞ, ଆଳତୀ, ପ୍ରବଚନ ଓ ପ୍ରସାଦ ସେବନ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ବନ୍ଧବାଟି,…

"ଭାଗବତ ସପ୍ତାହ ପାରାୟଣ ଓ ପ୍ରବଚନ କାର୍ଯ୍ୟକ୍ରମ ଉଯାପିତ"

ମଣିଜଙ୍ଗା ହାଇସ୍କୁଲରେ ଓଷ୍ଟାମେଧା ଅନ୍ୱେଷଣ ପରିକ୍ଷା : ଭାଗ ନେଲେ ୨୪୬ ଜଣ ପରୀକ୍ଷାର୍ଥୀ

ତିର୍ତ୍ତୋଲ୧୨/୧୧(ଓଡ଼ିଆ ପୁଅ/ଟୁକନ ସେଠୀ)- ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ ମଣିଜଙ୍ଗା ହାଇସ୍କୁଲ ପରିସରରେ ଆଜି ପୂର୍ବାହ୍ନ ୧୦ଟାରେ ଓଷ୍ଟାମେଧା ଅନ୍ୱେଷଣ କାର୍ଯ୍ୟକ୍ରମ ଶୁଭାରମ୍ଭ କରାଯାଇଥିଲା। ଓଷ୍ଟାର ସହସଂପାଦକ ତଥା ଜଗତସିଂହପୁର ଜିଲ୍ଲା ଓଷ୍ଟା ସଂପାଦକ ନାରାୟଣ ଚନ୍ଦ୍ର ବାରିକ, ମଣିଜଙ୍ଗା ହାଇସ୍କୁଲର ପ୍ରଧାନ ଶିକ୍ଷକ ଶାରଦା ପ୍ରସନ୍ନ ଜେନା, ଏରସମା ବ୍ଲକ ଓଷ୍ଠା ସଂପାଦକ ଅଭୟ କୁମାର ପ୍ରଧାନ, କୁଜଙ୍ଗ ବ୍ଲକ ଓଷ୍ଟା ସଂପାଦକ ଶାରଦା ପ୍ରସାଦ ଦାସ, ତିର୍ତ୍ତୋଲ ବ୍ଲକ ଓଷ୍ଟା ସଂପାଦକ ଶୁଶୀଲ କୁଅଁର, ରଘୁନାଥପୁର ବ୍ଲକ ଓଷ୍ଟା ସଂପାଦକ ରଂଜନ ମିଶ୍ର, ଓଷ୍ଟା ସହ ସଂପାଦକ ସୁବାଷ ଚନ୍ଦ୍ର ଦାସ, ଓଷ୍ଟା କର୍ମକର୍ତ୍ତା ଅନିଲ କୁମାର ଜେନା, ଅଜିତ କୁମାର ଲେଙ୍କା, କୌଳାସ…

"ମଣିଜଙ୍ଗା ହାଇସ୍କୁଲରେ ଓଷ୍ଟାମେଧା ଅନ୍ୱେଷଣ ପରିକ୍ଷା : ଭାଗ ନେଲେ ୨୪୬ ଜଣ ପରୀକ୍ଷାର୍ଥୀ"