ଆସିକାରେ ଦୁର୍ଘଟଣା, ଗାଡ଼ି ଓଲଟି ୧୭ କାଉଡ଼ିଆ ଆହତ

ଆସିକା ୩୦-୭ (ଓଡ଼ିଆ ପୁଅ/ଲଡ଼ୁ କିଶୋର ଦାଶ) : ଶ୍ରାବଣ ମାସରେ ମହାଦେବ ଶିବଙ୍କୁ ଜଳ ଲାଗି କରିବା ପୂର୍ବରୁ ଦୁର୍ଘଟଣାର ସମ୍ମୁଖୀନ ହୋଇ ମେଡ଼ିକାଲରେ ଭର୍ତ୍ତି ହୋଇଛନ୍ତି ୧୭ କାଉଡ଼ିଆ। ଧରାକୋଟର ବୋଲବମ୍ ଦଳ ଗତକାଲି ଏକ ଟାଟା ମ୍ୟାଜିକରେ ଆସିକା ପୁଡ଼ୁଗେଶ୍ୱରପଲ୍ଲୀ ସ୍ଥିତ ବଡ଼ନଦୀ ଓ ଋଷିକୁଲ୍ୟା ସଙ୍ଗମସ୍ଥଳକୁ ଆସୁଥିଲେ। ସେଠାରୁ ଜଳାଭାର ନେଇ ଧରାକୋଟ ସ୍ୱପ୍ନେଶ୍ୱର ମନ୍ଦିରକୁ ଯିବାର ଥିଲା। ଅପରାହ୍ନ ପ୍ରାୟ ୩ଟାବେଳେ ଆସିକା ନିକଟ ଢଉଗାଁ ଛକରେ ଭାରସାମ୍ୟ ହରାଇ ଗାଡ଼ିଟି ଓଲଟି ପଡ଼ିଥିଲା। ଗାଡ଼ିରେ ବସିଥିବା କାଉଡ଼ିଆ ଗାଡ଼ି ତଳେ ଚାପି ହୋଇଯାଇଥିଲେ। ଆହତଙ୍କ ମଧ୍ୟରୁ ବୁଲୁ ଗୌଡ଼, ବଳରାମ ଭୂୟାଁ, ଅର୍ଜୁନ କହଁର, ବସନ୍ତ ଭୂୟାଁ…

"ଆସିକାରେ ଦୁର୍ଘଟଣା, ଗାଡ଼ି ଓଲଟି ୧୭ କାଉଡ଼ିଆ ଆହତ"

ବିଦ୍ୟୁତ୍ ତାର ସଂସ୍ପର୍ଷ ରେ ଆସି ଜେସିବି ଚାଳକର ମୃତ୍ୟୁ

ଆସିକା ୩୦-୭ (ଓଡ଼ିଆ ପୁଅ/ଲଡ଼ୁ କିଶୋର ସ୍ୱାଇଁ) ଆସିକା ନିକଟ କାଳଷଣ୍ଢପୁରରେ ଆଜି ସକାଳ ପ୍ରାୟ ୭ ଘଣ୍ଟା ସମୟରେ ମୁନା ସ୍ବାଇଁ ନାମକ ଏକ ଲୋକ ବିଦ୍ୟୁତ୍ ତାର ସଂସ୍ପର୍ଷ ରେ ଆସି ମୃତ୍ୟୁ ହୋଇଥିବା ସୁଚନା ମିଳିଛି। ମୃତକ ମୁନାଙ୍କ ଘର ସୋରଡା ନିକଟ ପାଲକାଟ ବୋଲି ଜଣାପଡ଼ିଛି। ମୃତ ମୁନା କାଳଷଣ୍ଢପୁରରେ ଏକ ଜେସିବି ଚାଳକ ଥିଲେ। ଆଜି ସକାଳ ୭ ଘଣ୍ଟା ସମୟରେ ପାଣି ଆଣିବା ପାଇଁ ଯାଉଥିବା ସମୟରେ ଏକ ବିଦୁତ୍ ତାରରେ ଲାଗି ଯାଇଥିଲେ। ଫଳରେ ଘଟଣା ସ୍ଥଳରେ ହିଁ ମୁନାଙ୍କ ପ୍ରାଣ ବାୟୁ ଉଡି ଯାଇଥିଲା। ଆସିକା ମେଡ଼ିକାଲରେ ଶବ ଵ୍ୟବଛେଦ ପରେ ଘର ଲୋକଙ୍କୁ…

"ବିଦ୍ୟୁତ୍ ତାର ସଂସ୍ପର୍ଷ ରେ ଆସି ଜେସିବି ଚାଳକର ମୃତ୍ୟୁ"

ଗଞ୍ଜାମରେ ଗୁଳିକାଣ୍ଡ: ଯୁବକ ମୃତ

ଶେରଗଡ଼ ୩୦-୭ (ଓଡ଼ିଆ ପୁଅ/ଲଡ଼ୁ କିଶୋର ଦାଶ) ଶେରଗଡ଼ ଥାନା ଅନ୍ତର୍ଗତ ଗୋଠଗାଁରେ ଗୁଳିକାଣ୍ଡ। ମୃତକଙ୍କ ନାମ ଯୋଗୀ ସ୍ବାଇଁ। ଗତକାଲି ରାତି ପ୍ରାୟ ୧୦ ସମୟରେ ଯୋଗୀ ବୋଲଵମ୍ କାଉଡିଆମାନଙ୍କୁ ସାହାଯ୍ୟ କରୁଥିବା ବେଳେ ତିନି ଜଣ ଦୁର୍ବୁତ ଵାଇକ୍ ରେ ଆସି ଆଖିବୁଜା ଗୁଳି ଚଳାଇ ଫେରାର ହୋଇ ଯାଇଥିଲେ। ଏହା ପରେ ଯୋଗୀକୁ କାଟୁ ମେଡ଼ିକାଲ ପରେ ବ୍ରହ୍ମପୁର ବଡ଼ ମେଡ଼ିକାଲ ପରେ ବିଶାଖପାଟଣା ନେବା ବେଳେ ରାସ୍ତାରେ ତାଙ୍କର ମୃତ୍ୟୁ ହୋଇଥିଲା। ଏ ନେଇ ଶେରଗଡ଼ ଥାନାରେ ଏକ କେସ୍ ନଂ- 64/2018 ଦାୟର କରାଯାଇଛି।

"ଗଞ୍ଜାମରେ ଗୁଳିକାଣ୍ଡ: ଯୁବକ ମୃତ"

ପୋଖରୀରେ ବୁଡ଼ି ଜଣେ ମୃତ

ପୁରୁଷୋତ୍ତମପୁର, ୨୯/୭ (ଓଡ଼ିଆ ପୁଅ/ସୁଦାମ ମହାରଣା) ସ୍ଥାନୀୟ ଥାନା ଅନ୍ତର୍ଗତ ଶିକୁଳା ଗ୍ରାମ ଛକ ନୂଆବନ୍ଧରେ ବୁଡି ତ୍ରିଲୋଚନ ମୁଦୁଲି(୪୨)ନାମକ ଜଣେ ବ୍ୟକ୍ତିମୃତ୍ୟୁ ହୋଇଯାଇଛି। ଶିକୁଳା ବଡଦାଣ୍ଡ ସାହିର ତ୍ରିଲୋଚନ ଅପରାହ୍ନ ୨ ଟା ରେ ପୋଖରୀକୁ ଗାଧେଇ ବାକୁଯାଇ ବୁଡି ଯାଇଥିଲେ।ସନ୍ଧ୍ୟା ସମୟରେ ଜଣେ ବ୍ୟକ୍ତି ଗାଧୋଉଥିବା ସମୟରେ ଦେଖି ବାକୁ ପାଇଥିଲେ।ଖବରପାଇ ଦମକଳବାହିନୀ ସେଠାରୁ ଶବ କୁ ଉଦ୍ଧାର କରିଥିଲେ।ଅପମୃତ ୧୬/୧୮ ରେ ମାମଲା ରୁଜ୍ଜୁ କରାଯାଇ ଶବ ବ୍ୟବଚ୍ଛେଦ ପାଇଁ ପଠାଯାଇଥିବା ଥାନା ଅଧିକାରୀ ଅଜୟ କୁମାର ବାରିକ ସୂଚନା ଦେଇଛନ୍ତି।

"ପୋଖରୀରେ ବୁଡ଼ି ଜଣେ ମୃତ"

ଆସନ୍ତାକାଲି ଆଂଶିକ ପ୍ରଭାବିତ ହେବ ଭୁବନେଶ୍ୱର-ବ୍ରହ୍ମପୁର ପାସେଞ୍ଜର ରେଳ ସେବା

ଭୁବନେଶ୍ୱର, ୨୮-୭ (ଓଡ଼ିଆ ପୁଅ/ଲଡ଼ୁ କିଶୋର ଦାଶ): ଯାତ୍ରୀ ସୁରକ୍ଷାକୁ ଦୃଷ୍ଟିରେ ରଖି ତଥା ଅତ୍ୟାଧୁନିକ ନିର୍ମାଣ କାମ ଯୋଗୁଁ ଜୁଲାଇ ୨୯(ରବିବାର)ରେ ଭୁବନେଶ୍ୱର-ବ୍ରହ୍ମପୁର ପାସେଞ୍ଜର ଟ୍ରେନ୍‌ରେ ଯାତ୍ରା କରିବାକୁ ଚାହୁଁଥିବା ଯାତ୍ରୀମାନେ ଆଂଶିକ ଭାବେ ପ୍ରଭାବିତ ହେବେ। ପୂର୍ବତଟ ରେଳପଥ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ଖୋର୍ଦ୍ଧା ରୋଡ଼ ଡିଭିଜନ ଅନ୍ତର୍ଗତ ଖଲିକୋଟ ଓ ଚିଲିକା ଷ୍ଟେସନ ମଧ୍ୟରେ ନିର୍ମାଣ କାମ ଥିବାରୁ ଭୁବନେଶ୍ୱର-ବ୍ରହ୍ମପୁର ପାସେଞ୍ଜର ଟ୍ରେନ୍‌କୁ ଆଂଶିକ ରୂପେ ବାତିଲ କରାଯାଉଛି। ଫଳରେ ଉଭୟ ପାର୍ଶ୍ୱରୁ ଏହି ଟ୍ରେନ୍‌ ବ୍ରହ୍ମପୁରରୁ ବାଲୁଗାଁ ମଧ୍ୟରେ ଜୁଲାଇ ୨୯ରେ ଚଳାଚଳ ବନ୍ଦ ରହିବ। ଭୁବନେଶ୍ୱରରୁ ଟ୍ରେନ୍ ନମ୍ବର ୫୮୪୧୧ ଭୁବନେଶ୍ୱର-ବ୍ରହ୍ମପୁର ପାସେଞ୍ଜର ବାଲୁଗାଁ ପର୍ଯ୍ୟନ୍ତ ଚାଲିବ।…

"ଆସନ୍ତାକାଲି ଆଂଶିକ ପ୍ରଭାବିତ ହେବ ଭୁବନେଶ୍ୱର-ବ୍ରହ୍ମପୁର ପାସେଞ୍ଜର ରେଳ ସେବା"

ଡାଲା ଅଟୋ ଓଲଟିଲା ୧ ମୃତ: ୧୩ ଆହତ

ବ୍ରହ୍ମପୁର ୨୮-୭ (ଓଡ଼ିଆ ପୁଅ): ଏକ ଡାଲା ଅଟୋରେ ଶ୍ରମିକମାନେ ବ୍ରହ୍ମପୁରକୁ କାମ ଅନ୍ୱେଷଣରେ ଆସୁଥିବା ବେଳେ ଆମ୍ବଗଡା ଠାରେ ଭାରସାମ୍ୟ ହରାଇ ଅଟୋଟି ଓଲଟି ପଡ଼ିଥିଲା। ଏହା ଫଳରେ ଘଟଣାସ୍ଥଳରେ ଜଣେ ଶ୍ରମିକଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୧୩ ଜଣ ଆହତ ହୋଇଛନ୍ତି। ଗୁରୁତର ଆହତମାନଙ୍କୁ ଉଦ୍ଧାର କରାଯାଇ ବ୍ରହ୍ମପୁରସ୍ଥିତ ଏମକେସିଜି ମେଡିକାଲ କଲେଜ ଆଣ୍ଡ ହସ୍‌ପିଟାଲରେ ଭର୍ତ୍ତି କରାଯାଇଛି। ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତ ବ୍ୟକ୍ତିଙ୍କ ଶବକୁ ବ୍ୟବଚ୍ଛେଦ ନିମନ୍ତେ ପଠାଇବା ସହ ଅଟୋ ଡ୍ରାଇଭରକୁ ଗିରଫ କରିଛି। ମୃତ୍ୟୁ ବରଣ କରିଥିବା ଶ୍ରମିକଙ୍କ ପରିଚୟ ଜଣାପଡ଼ି ନାହିଁ।

"ଡାଲା ଅଟୋ ଓଲଟିଲା ୧ ମୃତ: ୧୩ ଆହତ"

ଖଲ୍ଲିକୋଟ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଛାତ୍ର ଅଶାନ୍ତି

ବ୍ରହ୍ମପୁର, ୨୭-୭ (ଓଡ଼ିଆ ପୁଅ/ଲଡ଼ୁ କିଶୋର ଦାଶ) :ବିଭାଗ ବଦଳିଲା ପରେ ନାଁ ବଦଳିଲା ଖଲ୍ଲିକୋଟ କନିଷ୍ଠ ମହାବିଦ୍ୟାଳୟ। ହେଲା ଖଲ୍ଲିକୋଟ କନିଷ୍ଠ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ। ଉଚ୍ଚ ଶିକ୍ଷା ବିଭାଗରୁ ଯାଇ ଏବେ ଗଣଶିକ୍ଷା ବିଭାଗ ଅଧୀନକୁ ଚାଲିଯାଇଛି ଏହି ପୁରାତନ ଶିକ୍ଷାନୁଷ୍ଠାନ। କିନ୍ତୁ ଏହାର ସ୍ଥିତି କିମ୍ବା ପରିସ୍ଥିତିରେ କୌଣସି ପରିବର୍ତ୍ତନ ଆସିନାହିଁ। ପାଠ ପଢ଼ିବା ପାଇଁ ଶ୍ରେଣୀ ଗୃହ ନାହିଁ। ପଢ଼ାଇବାକୁ ଅଧ୍ୟାପକ ନାହାନ୍ତି। ଏପରିକି ପିଇବା ପାଇଁ ପାଣି ମଧ୍ୟ ମିଳୁନି। ଏହାକୁ ନେଇ ଗୁରୁବାର ଛାତ୍ର ଅଶାନ୍ତି ଦେଖାଦେଇଥିଲା। ଆନୁଷଙ୍ଗିକ ସୁବିଧା ଦାବିରେ ବହୁ ସଂଖ୍ୟାରେ ଛାତ୍ର ଓ ଛାତ୍ରୀ ଫାଟକ ବନ୍ଦ କରିବା ସହ ବିକ୍ଷୋଭ ପ୍ରଦର୍ଶନ…

"ଖଲ୍ଲିକୋଟ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଛାତ୍ର ଅଶାନ୍ତି"

ଟୋଲଗେଟ ଲୁଟ୍ ମାମଲା: ପୁଲିସ ଜାଲରେ ଫଶିଲେ ୬ ଜଣ ଲୁଟେରା ସହ ପିସ୍ତଲ ଏବଂ ଟଙ୍କା ଜବତ

ବ୍ରହ୍ମପୁର ୨୪-୭ (ଓଡ଼ିଆ ପୁଅ/ଲଡ଼ୁ କିଶୋର ଦାଶ): ଏକ ଲୁଟେରା ଗ୍ୟାଙ୍କ ରାକେଟକୁ ଧରିବାରେ ଗଞ୍ଜାମ ପୁଲିସକୁ ମିଳିଛି ବଡ଼ ସଫଳତା। ଏକ ଲୁଟ୍ ଘଟଣା ଘଟିବାର ମାସକ ଭିତରେ ପୁଲିସର ଜାଲରେ ଫଶିଛନ୍ତି ଲୁଟେରା। ଗଂଜାମ ଜିଲ୍ଲା ଖଲ୍ଲିକୋଟ ଥାନା ଅନ୍ତର୍ଗତ ଜାତୀୟ ରାଜପଥ ଗୁରାପଲ୍ଲୀ ଟୋଲ୍ଗେଟର ଟଙ୍କା ଲୁଟ୍ ମାମଲାରେ ପୋଲିସକୁ ମିଳିଛି ଏହି ସଫଳତା। ଘଟଣାରେ ସଂପୃକ୍ତ ୬ ଜଣ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିବାରେ ସଫଳ ହୋଇଛି। ଘଟଣା ପ୍ରକାରେ ଚଳିତ ମାସ ୨ ତାରିଖ ପୂର୍ବାହ୍ନ ୧୧ଟା ବେଳେ ଟୋଲ ଗେଟ୍ ର ୩ ଜଣ କର୍ମଚାରୀ ୨୫ ଲକ୍ଷ ୩୦ ହଜାର ଟଙ୍କା ଧରି ଏକ ଗାଡ଼ି…

"ଟୋଲଗେଟ ଲୁଟ୍ ମାମଲା: ପୁଲିସ ଜାଲରେ ଫଶିଲେ ୬ ଜଣ ଲୁଟେରା ସହ ପିସ୍ତଲ ଏବଂ ଟଙ୍କା ଜବତ"

ଜେଲରୁ ବାହାରିଲେ ପୂର୍ବତନ ବିଧାୟକ ରମେଶ ଜେନା

ଛତ୍ରପୁର ୨୪-୭ (ଓଡ଼ିଆ ପୁଅ/ଲଡ଼ୁକିଶୋର ଦାଶ): କଂଗ୍ରେସର ପୂର୍ବତନ ବିଧାୟକ ରମେଶ ଜେନା ଆଜି ଜେଲରୁ ମୁକୁଳିଛନ୍ତି। ଏହା ପୂର୍ବରୁ ଜେଲ ବାହାରେ ସମର୍ଥକ ଅପେକ୍ଷା କରି ରହିଥିଲେ। ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି ଓ ଗଂଜାମ ଜିଲ୍ଲା କଂଗ୍ରେସ କମିଟିର କାର୍ଯ୍ୟକାରୀ ସଭାପତି ଦୀପକ ପଟ୍ଟନାୟକ ମଧ୍ୟ ଉପସ୍ଥିତ ଥିଲେ। ଜେଲରୁ ବାହାରିବା ପରେ ତାଙ୍କୁ ଏକ ମୋଟର ସାଇକେଲ ଶୋଭାଯାତ୍ରାରେ ନିଆଯାଇଥିଲା। ୨୦୦୯ ମସିହାରେ କଂଗ୍ରେସ ଦଳ ରୁ ବିଧାୟକ ହୋଇଥିବା ରମେଶ ପ୍ରଥମେ ୨୦୧୦ରେ ଚିକେନ ରବି ହତ୍ୟା ମାମଲାରେ ଛନ୍ଦି ହୋଇ ଜେଲ ଯାଇଥିଲେ। ପରେ ଗୋଟିଏ ପରେ ଗୋଟିଏ ମାମଲା ତାଙ୍କ ନାଁରେ ଯୋଡି ହୋଇଥିଲା। ପରେ ଜାମିନରେ…

"ଜେଲରୁ ବାହାରିଲେ ପୂର୍ବତନ ବିଧାୟକ ରମେଶ ଜେନା"

ବସ୍‌ ଯିବାବେଳେ ଧସିଲା ଡାଇଭର୍ସନ୍‌ ରୋଡ

ଜଗନ୍ନାଥପ୍ରସାଦ ୨୩-୭ (ଓଡ଼ିଆ ପୁଅ/ଲଡ଼ୁ କିଶୋର ଦାଶ) – ଭଞ୍ଜନଗରରୁ ନୟାଗଡ଼ ଦେଇ ଯାଇଥିବା ୨୧ନଂ ରାଜ୍ୟ ରାଜପଥର ଭୂଷଣ୍ଡପାଳ ଛକଠାରେ ନିର୍ମାଣାଧୀନ ସେତୁର ଡାଇଭର୍ସନ୍‌ ରୋଡ ଧସିଯାଇଛି। ଶନିବାର ମଧ୍ୟରାତିରେ ଏକ ବସ ଯିବାବେଳେ ଡାଇଭର୍ସନ୍‌ ରୋଡଟି ଧୋଇଯାଇଥିଲେ ମଧ୍ୟ ଯାତ୍ରୀମାନେ ଏକ ନିଶ୍ଚିତ ଦୁର୍ଘଟଣାରୁ ବର୍ତ୍ତିଯାଇଛନ୍ତି। ପାବୁରିଆରୁ ଭୁବନେଶ୍ୱର ଯାଉଥିବା ଆଲଫା ନାମକ ବସ ଯାତ୍ରୀଙ୍କୁ ନେଇ ଯାଉଥିଲା। ରାତି ପ୍ରାୟ ୧୨ଟାରେ ବରଗାଁ-ଭୂଷଣ୍ଡପାଳ ରାସ୍ତାରେ ନିର୍ମାଣାଧୀନ ସେତୁର ଡାଇଭର୍ସନରେ ବସଟି ଫସି ରହିଥିଲା। ଡ୍ରାଇଭର ତୁରନ୍ତ ବ୍ରେକ କସି ଯାତ୍ରୀମାନଙ୍କୁ ଓହ୍ଲାଇ ଯିବାକୁ କହିଥିଲେ। ଯାତ୍ରୀମାନେ ବାହାରି ଆସିବା ପରେ ସେ ମଧ୍ୟ ବାହାରି ଆସିଥିଲେ। ବସ ଫସି ରହିବାରୁ ରବିବାର…

"ବସ୍‌ ଯିବାବେଳେ ଧସିଲା ଡାଇଭର୍ସନ୍‌ ରୋଡ"