ହିଂସାତ୍ମକ ପରିବେଶ ସୃଷ୍ଟି କରିବାରେ ପୋଲସରା ପୋଲିସ ସିଦ୍ଧହସ୍ତ

ପୋଲସରା ୩୦-୩ (ଓଡ଼ିଆ ପୁଅ/ନୃସିଂହନାଥ ସ୍ୱାଇଁ) ପୋଲସରା ଥାନା ପୋଡିକୁ ଏକ ବର୍ଷରୁ ଅଧିକ ସମୟ ବିତି ଗଲାଣି ଥାନା ପୋଡିର ମୂଳ କାରଣ ହେଲା ଅଞ୍ଚଳ ବାସୀଙ୍କ ପୋଲିସ ଉପରୁ ଭରଷା ତୁଟି ଗଲାଣି। ପୋଲିସ ଶାସନ ବ୍ରିଟିଶ ଶାସନଠୁ ମଧ୍ୟ ବଳି ଗଲାଣି ସାଧାରଣ ଲୋକଙ୍କୁ ସାହସ ଓ ଭରଷା ଦେବା ବଦଳରେ ଖାକି ପୋଷାକ ମାଧ୍ୟମରେ ଲୋକଙ୍କୁ ଭୟଭୀତ କରାନ୍ତି। ପରାଧୀନ ନାଗରିକ ପରି ଚୁପ ରହିବାକୁ ପଡେ। ମୁଁହ ଖୋଲିଲେ ପୋଲିସର ଥାର୍ଡ ଡିଗ୍ରୀ ପ୍ରୟୋଗ କରନ୍ତି। ଏହି ସବୁ ଲୋକଙ୍କର ମନରେ ପୁଞ୍ଜିଭୁତ ଅସନ୍ତୋଷର କାରଣ ହେଉଛି ଥାନା ପୋଡି ! ନତୁବା ଜଣେ ଗ୍ରାମାଞ୍ଚଳ ସଧାରଣ ଝିଅଟିଏ…

"ହିଂସାତ୍ମକ ପରିବେଶ ସୃଷ୍ଟି କରିବାରେ ପୋଲସରା ପୋଲିସ ସିଦ୍ଧହସ୍ତ"

କଂଗ୍ରେସରୁ ଇସ୍ତଫା ଦେଲେ ପୂର୍ବତନ ମନ୍ତ୍ରୀ ଚନ୍ଦ୍ର ଶେଖର ସାହୁ ଏବଂ ଗଞ୍ଜାମ କଂଗ୍ରେସ ନେତା: ବିଜେଡିରେ ଯୋଗ ଦେବେ

ବ୍ରହ୍ମପୁର ୨୯-୩ (ଓଡ଼ିଆ ପୁଅ) ପୂର୍ବତନ କେନ୍ଦ୍ରମନ୍ତ୍ରୀ ଚନ୍ଦ୍ରଶେଖର ସାହୁ, ବିକ୍ରମ ପଣ୍ଡା, ଗଞ୍ଜାମ ଜିଲ୍ଲା କଂଗ୍ରେସ ସଭାପତି ଭଗବାନ ଗନ୍ତାୟତ, ବ୍ରହ୍ମପୁର ନଗର କଂଗ୍ରେସ ସଭାପତି ସଂଜିତ ପାଣିଗ୍ରାହୀ, ବ୍ରହ୍ମପୁର ମହାନଗର ନିଗମର କର୍ପୋରେଟର, ଛାତ୍ର କଂଗ୍ରେସ ଆବାହକ ତାପସ ସାହୁ ଓ ଜିଲ୍ଲା ଯୁବ କଂଗ୍ରେସ ସଭାପତି ଅଜିତ ପଣ୍ଡାଙ୍କ ସମେତ ପ୍ରାୟ ୫୦ରୁ ଉର୍ଦ୍ଧ ନେତା କଂଗ୍ରେସରୁ ଆଜି ବିଧିବଦ୍ଧ ଭାବରେ କଂଗ୍ରେସରୁ ଇସ୍ତଫା ଦେଇଛନ୍ତି। ଏବେ ସେମାନେ ଆସନ୍ତା ୪ ତାରିଖରେ ହେବାକୁ ଥିବା ବିଜେଡ଼ିର ମିଶ୍ରଣ ପର୍ବରେ ବିଜେଡ଼ିରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି।

"କଂଗ୍ରେସରୁ ଇସ୍ତଫା ଦେଲେ ପୂର୍ବତନ ମନ୍ତ୍ରୀ ଚନ୍ଦ୍ର ଶେଖର ସାହୁ ଏବଂ ଗଞ୍ଜାମ କଂଗ୍ରେସ ନେତା: ବିଜେଡିରେ ଯୋଗ ଦେବେ"

ପୋଲସରା ଅଞ୍ଚଳରେ ବେଆଇନ୍ ଇଟାଭାଟି ପ୍ରସଙ୍ଗ : ସରକାରଙ୍କ ବ୍ୟାପକ ରାଜସ୍ୱ ହାନୀ, ନିରପେକ୍ଷ ତଦନ୍ତ ଦାବି

ପୋଲସରା ୨୮-୩ (ଓଡ଼ିଆ ପୁଅ/ନୃସିଂହନାଥ ସ୍ୱାଇଁ) ଗଂଜାମ ଜିଲ୍ଲାରେ ରାଜ୍ୟର ୧୨୪ ନଂ ପୋଲସରା ବିଧାନସଭା ନିର୍ବାଚନ ମଣ୍ଡଳୀ ଅଛି। ଏହି ବ୍ଲକର ପରିସୀମା ବ୍ରହ୍ମପୁର ମହାନଗର ନିଗମର କ୍ଷେତ୍ରଫଳ ପରେ ଜିଲ୍ଲାରେ ଦ୍ୱିତୀୟ ସ୍ଥାନରେ ରହିଛି। ଏହି ବ୍ଲକଟି ତହସିଲର ମାନ୍ୟତା ପାଇଥିବା ଯୋଗୁଁ ଏଠାରୁ ବିପୁଳ ରାଜସ୍ୱ ମିଳିବା କଥା। ମାତ୍ର ସେତିକି ମିଳୁନାହିଁ। ଏହାର ଅନେକ କାରଣ ମଧ୍ୟରେ ଗୋଟାଏ କାରଣ ହେଲା ସରକାରୀ ଉକ୍ତ ରାଜସ୍ୱ ବିଭାଗର କେତେଟା ଅର୍ଥ ପିପାଶୁ କର୍ମଚାରୀମାନେ ଅର୍ଥପିପାଶୁ ବେପାରୀମାନଙ୍କ ସହିତ ଭିତିରି ଭିତିରି ମଧୁଚନ୍ଦ୍ରିକା ସ୍ଥାପନ କରି ରଖିଥିବା ଯୋଗୁଁ ଯାହାକି ସଚେତନ ମହଲରୁ ସଦାସର୍ବଦା ଶୁଣିବାକୁ ମିଳୁଅଛି। ବିଶେଷ କରି ବର୍ଦ୍ଧିତ…

"ପୋଲସରା ଅଞ୍ଚଳରେ ବେଆଇନ୍ ଇଟାଭାଟି ପ୍ରସଙ୍ଗ : ସରକାରଙ୍କ ବ୍ୟାପକ ରାଜସ୍ୱ ହାନୀ, ନିରପେକ୍ଷ ତଦନ୍ତ ଦାବି"

ପାଣି ପ୍ରକଳ୍ପ ନିର୍ମାଣରେ ଦୁର୍ନୀତି; ତଦନ୍ତ ପାଇଁ ଦାବି

ପୋଲସରା, ୨୭-୩ (ଓଡ଼ିଆ ପୁଅ) ଗ୍ରାମାଞ୍ଚଳରେ ବିଶୁଦ୍ଧ ପାନୀୟ ଜଳ ଯୋଗାଣ କରିବାରେ ସରକାର ବିଫଳ ହୋଇଛନ୍ତି। ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଆରମ୍ଭରୁ ଗ୍ରାମାଞ୍ଚଳରେ ପାନୀୟ ଜଳ ସଂକଟ ଦେଖାଦେଲାଣି। କେନ୍ଦ୍ର ଓ ରାଜ୍ୟ ସରକାର ଗ୍ରାମାଞ୍ଚଳରେ ପାନୀୟ ଜଳ ଯୋଗାଣ ପାଇଁ ବିଭିନ୍ନ ପ୍ରକଳ୍ପ କାର୍ଯ୍ୟ ହାତକୁ ନେଇଥିଲେ ମଧ୍ୟ ତଳସ୍ତରରେ ଟେଣ୍ଡର ଫିକ୍ସିଂ ଓ ଅନିୟମିତତା ଯୋଗୁଁ ଅଧିକାଂଶ ପ୍ରକଳ୍ପ କାର୍ଯ୍ୟକାରୀ ହୋଇ ପାରୁନାହିଁ। ନିର୍ଦ୍ଦିଷ୍ଟ ଏଷ୍ଟିମେଟ୍ ଠାରୁ ବ୍ୟତିକ୍ରମ କରାଯାଇ ଅଧିକ ଅର୍ଥ ପାଇବା ଆଶାରେ ନିମ୍ନମାନର କାର୍ଯ୍ୟ କରାଯାଉଥିବା ଦେଖିବାକୁ ମିଳିଛି। ପାନୀୟ ଜଳ ଯୋଗାଣ ପ୍ରକଳ୍ପ ନିର୍ମାଣରେ ଦୁର୍ନୀତି ଯୋଗୁଁ ଲକ୍ଷ୍ୟଧାର୍ଯ୍ୟ ଅନୁଯାୟୀ ପାନୀୟ ଜଳ ନିୟମିତ ଯୋଗାଣ…

"ପାଣି ପ୍ରକଳ୍ପ ନିର୍ମାଣରେ ଦୁର୍ନୀତି; ତଦନ୍ତ ପାଇଁ ଦାବି"

କେ. ମାଧବୀଙ୍କୁ ହାଇକୋର୍ଟରୁ ମିଳିଲା ସାମୟିକ ଆଶ୍ୱସ୍ତି

ବ୍ରହ୍ମପୁର ୨୦-୩ (ଓଡ଼ିଆ ପୁଅ) ବ୍ରହ୍ମପୁର ମହାନଗର ନିଗମର ପ୍ରଥମ ମହିଳା ମେୟର କେ. ମାଧବୀଙ୍କୁ ହାଇକୋର୍ଟରୁ ସାମୟିକ ଆଶ୍ୱସ୍ତି ମିଳିଛି। ମାଧବୀଙ୍କ ସଭ୍ୟପଦ ରଦ୍ଦ ନେଇ ଗଞ୍ଜାମ ଜିଲ୍ଲା ଜଜଙ୍କ ନିର୍ଦ୍ଦେଶ ଉପରେ ହାଇକୋର୍ଟ ଅନ୍ତରୀଣ ରହିତାଦେଶ ଜାରି କରିଛନ୍ତି। ଫଳରେ ମାଧବୀ ପୁଣି ମେୟର ଭାବେ କାର୍ଯ୍ୟ କରିପାରିବେ। ସୂଚନାଯୋଗ୍ୟଯେ, ସ୍ଥାନୀୟ କୋର୍ଟ ବ୍ରହ୍ମପୁର ମେୟର କେ. ମାଧବୀଙ୍କ ସଭ୍ୟପଦକୁ ରଦ୍ଦ କରିଥିଲେ। ନିର୍ବାଚନ ସମୟରେ ନିଜର ସତ୍ୟପାଠରେ ମିଥ୍ୟା ସୂଚନା ଦେଇଥିବା ଆରୋପରେ ବ୍ରହ୍ମପୁର ମେୟର କେ. ମାଧବୀଙ୍କ ସଭ୍ୟପଦ ରଦ୍ଦ ହୋଇଥିଲା। ପୁନଶ୍ଚ ସୂଚନାଯୋଗ୍ୟଯେ, ପୂର୍ବ ମେୟର ଶିବ ଶଙ୍କର ଦାଶଙ୍କ ଦ୍ଵାରା ଦାୟର କାରଯାଇଥିବା ଯାଚିକାର ଜବାବରେ ଗଞ୍ଜାମ…

"କେ. ମାଧବୀଙ୍କୁ ହାଇକୋର୍ଟରୁ ମିଳିଲା ସାମୟିକ ଆଶ୍ୱସ୍ତି"

ଜାଲି ସାର୍ଟିଫିକେଟ୍ ରେ ନିଯୁକ୍ତି ପାଇଥିବା ଶିକ୍ଷକ ଓ ଶିକ୍ଷୟତ୍ରୀମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ

ପୋଲସରା ୧୮-୩ (ଓଡ଼ିଆ ପୁଅ/ନୃସିଂହନାଥ ସ୍ୱାଇଁ) ଗଞ୍ଜାମ ଜିଲ୍ଲା ଜାଲି ସାର୍ଟିଫିକେଟ୍ କାରବାରର ଭୂସ୍ବର୍ଗ।ପୂର୍ବରୁ ଜାଲି ସାର୍ଟିଫିକେଟ୍ ରେ ଶିକ୍ଷକ ଓ ଶିକ୍ଷୟତ୍ରୀ ସମେତ ଅଙ୍ଗନୱାଡି କର୍ମୀ ମଧ୍ୟ ଧରା ପଡିଛନ୍ତି। ବର୍ତ୍ତମାନ ପୋଲସରା ବିଧାୟକଙ୍କ ଜାଲି ସାର୍ଟିଫିକେଟ୍ ସଂପର୍କରେ ଖୁଲାସା ହେବା ପରେ ହାଇକୋର୍ଟ ରେ ମାମଲା ରୁଜୁ ହୋଇଛି। ଗଞ୍ଜାମ ଜିଲ୍ଲାରେ ଜାଲି ସାର୍ଟିଫିକେଟ୍ ରେ ଶତାଧିକ ଶିକ୍ଷକ ଓ ଶିକ୍ଷୟତ୍ରୀ ନିଯୁକ୍ତି ପାଇଛନ୍ତି। 2000 ମସିହା ଠାରୁ 2017 ମସିହା ମଧ୍ୟରେ ଶିକ୍ଷା ନିଯୁକ୍ତି କ୍ଷେତ୍ରରେ ବଡ ଦୁର୍ନୀତି ହୋଇଥିବା ନେଇ ସାମାଜିକ କର୍ମୀ ତଥା ସାମ୍ବାଦିକ ସମରଜିତ୍ ମହାନ୍ତି ଅଭିଯୋଗ କରିଛନ୍ତି। ଏହି ଜାଲି ଶିକ୍ଷକ ଓ ଶିକ୍ଷୟତ୍ରୀ ନିଯୁକ୍ତି…

"ଜାଲି ସାର୍ଟିଫିକେଟ୍ ରେ ନିଯୁକ୍ତି ପାଇଥିବା ଶିକ୍ଷକ ଓ ଶିକ୍ଷୟତ୍ରୀମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ"

ପୁରୁଷୋତ୍ତମପୁର ବ୍ଲକର ସମିତି ବୈଠକ

ପୁରୁଷୋତ୍ତମପୁର, ୧୭/୩ (ଓଡ଼ିଆ ପୁଅ-ସୁଦାମ ମହାରଣା) ସ୍ଥାନୀୟ ବ୍ଲକ ସମ୍ମିଳନୀ କକ୍ଷରେ ପଞ୍ଚାୟତ ସମିତି ବୈଠକ ଅଧ୍ୟକ୍ଷ ସୂର୍ଯ୍ୟ ନାରାୟଣ ପଣ୍ଡାଙ୍କ ସଭାପତିତ୍ବ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ପାନୀୟ ଜଳଯୋଗାଣ ସମସ୍ୟା,ପ୍ରକୃତରେ ମଣ୍ଡି ଖୋଲା ନଯାଏ କାଗଜ ପତ୍ରରେ ଖୋଲା ଯାଇଥିବା ଅଧିକାଂଶ ପଞ୍ଚାୟତ ପ୍ରତିନିଧିମାନେ ଅଭିଯୋଗ କରିଥିଲେ। ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ବିଷୟରେ ଆଲୋଚନା କରାଯାଇଥିଲା। ଜଳସେଚନ ବିଭାଗ, ଗ୍ରାମ୍ୟ ଉନ୍ନୟନ, ମେଡିକାଲ ବିଭାଗ ପକ୍ଷରୁ କୌଣସି କ୍ରମଚାରୀମାନେ ଯୋଗ ଦେଇ ନଥିଲେ। ଏହି ବୈଠକରେ ଜିଲ୍ଲା ପରିଷଦ ଉପାଧ୍ୟକ୍ଷା ସ୍ନେହ ଲତା ପଣ୍ଡା, ବିଡ଼ିଓ ଲୋକ ନାଥ ଦଳ ବେହରା,ଏବିଡିଓ ମଧୁସୂଦନ ମହାରଣା, ଜିପିଇଓ ବି. ରାମକୃଷ୍ଣା, ଓ ସମସ୍ତ ବ୍ଲକ…

"ପୁରୁଷୋତ୍ତମପୁର ବ୍ଲକର ସମିତି ବୈଠକ"

ଭାରସ୍ୟାମ ହରାଇଲା ୟୁନିଭରସିଟି ବସ:ଅଟୋକୁ ଚାପି ଦେଲା,ଜଣେ ମୃତ

ବ୍ରହ୍ମପୁର;୧୭,୦୩,୨୦୧୮(ଦେବଦତ୍ତ ରଥ): ବ୍ରହ୍ମପୁର ୟୁନିଭରସିଟିର ଏକ ବସ ଆଜି ଭାରସ୍ୟାମ ହରାଇ ଦୁର୍ଘଟଣା ଗସ୍ତ ହୋଇଛି।ଏଥିରେ ଜଣଙ୍କର ମୃତ୍ୟୁ ଘଟିଛି। ଓଆର ୦୨ ପି ୨୧୪୨ ନମ୍ବର ୟୁନିଭରସିଟି ବସଟି ଗୋଟେ ସିଫ୍ଟ ସାରି ଫେରୁଥିବା ସମୟରେ ମାଣ୍ଡିଆପଲି ପଟ ୟୁନିଭରସିଟି ମୁଖ୍ୟ ଗେଟ ସମ୍ମୁଖ ମୋନାର୍କ ଛକ ନିକଟରେ ଭାରସ୍ୟାମ ହରାଇଥିଲା।ବସଟି ଅଣାୟତ ହୋଇ ଗଛ ସମେତ ନିକଟରେ ଥିବା ଏକ ଅଟୋକୁ ଧକ୍କା ଦେଇଥିଲା।ଏବଂ ଏହି ସମୟରେ ସେଠାରେ ଥିବା ଏକ ଦୋକାନକୁ ସାଇକେଲରେ ଆସିଥିବା କୃଷ୍ଣଚନ୍ଦ୍ର ବେହେରାଙ୍କୁ ମଧ୍ୟ ବସଟି ଧକ୍କା ଦେଇଥିଲା।ଏଥିରେ କୃଷ୍ଣଚନ୍ଦ୍ରଙ୍କର ମୃତ୍ୟୁ ଘଟିଥିବା ଜଣାପଡିଛି।କୃଷ୍ଣଚନ୍ଦ୍ର ବ୍ରହ୍ମପୁର ୟୁନିଭରସିଟିରେ ଚତୁର୍ଥ ଶ୍ରେଣୀ କର୍ମଚାରୀ ଭାବରେ କାମ କରୁଥିଲେ।ଦୁର୍ଘଟଣାରେ ନିକଟସ୍ଥ…

"ଭାରସ୍ୟାମ ହରାଇଲା ୟୁନିଭରସିଟି ବସ:ଅଟୋକୁ ଚାପି ଦେଲା,ଜଣେ ମୃତ"

ୟୁଥ୍ ଫର ସୋସିଆଲ ଡେଭଲପମେଣ୍ଟ ର ବ୍ଲକ ସ୍ତରୀୟ କ୍ରମଶାଳା

ପୁରୁଷୋତ୍ତମପୁର,୧୬/୩(ଓଡ଼ିଆପୁଅ-ସୁଦାମ ମହାରଣା) ୟୁଥ୍ ଫର ସୋସିଆଲ ଡେଭଲପମେଣ୍ଟ ର ଏକ ଦିନିକିଆ କ୍ରମଶାଳା ବ୍ଲକ ସମ୍ମୀଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି।ଏହି କ୍ରମଶାଳା କୁ ବିଡିଓ ଲୋକନାଥଦଳ ବେହେରା ଉଦ୍ଘାଟନ କରିଥିବା ବେଳେ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ, ସିଡିପିଓ, ଗ୍ରାମ୍ୟ ଜଳ ଯୋଗାଣ କନିଷ୍ଠ ଯନ୍ତ୍ରୀ ସମେତ ଆଛୁଲି,ଚିଙ୍ଗୁଡ଼ିପଦରନୂଆ ଗାଁ ଟଙ୍କା ଛାୟୀ,ଝାଡବାଇ,କମାନଳୀନାକ୍ଷପୁର ସରପଞ୍ଚ ମାନେ ଯୋଗଦେଇଥିଲେ।ଏହାର କ୍ରମୀମାନେ ଗ୍ରାମପଞ୍ଚାୟତର ସ୍ବଚ୍ଛ ଭାରତ ମିଶନ-ଗ୍ରାମୀଣ ଓବିଭିନ୍ନ ଅନୁଷ୍ଠାନ ର ପରିମଳ ବ୍ୟବସ୍ଥା ରେ ଉନ୍ନତି ଆଣିବା, ଜନସାଧାରଣ ଙ୍କୁ ପାଇଖାନା ତିଆରି କରିବା ଓ ବ୍ୟବହାରକରିବା ପାଇଁ ପ୍ରବତାଇବା,ଗ୍ରାମପଞ୍ଚାୟତକୁ ବାହ୍ୟମଳତ୍ୟାଗମୁକ୍ତ ଘୋଷଣା କରିବା ପାଇଁ ପଞ୍ଚାୟତ ଓ ସରକାରୀ କ୍ରମଚାରୀମାନଙ୍କୁ ସହଯୋଗ କରିବା ଓ ବିଭିନ୍ନ…

"ୟୁଥ୍ ଫର ସୋସିଆଲ ଡେଭଲପମେଣ୍ଟ ର ବ୍ଲକ ସ୍ତରୀୟ କ୍ରମଶାଳା"

ଅବକାରୀ ମହିଳା ଏସ୍.ଆଇଙ୍କୁ ଅସଦାଚରଣ: ଜଣେ ଗିରଫ

ପୁରୁଷୋତ୍ତମପୁର, ୧୪/୩ (ଓଡ଼ିଆ ପୁଅ/ସୁଦାମ ମହାରଣା) ସ୍ଥାନୀୟ ଥାନା ଅନ୍ତର୍ଗତ ବାଘଳା ଗ୍ରାମର ବଳରାମ ସେଠି(୪୨)ନାମକ ଜଣେ ବ୍ୟକ୍ତିକୁ ପୋଲିସ ଗିରଫ କରିଛି। ପୁରୁଷୋତ୍ତମ ପୁର ଅବକାରୀ ବିଭାଗ ପକ୍ଷରୁ ବେଆଇନ ମଦ କାରବାର ଚଢ଼ାଉ କରିବାପାଇଁ ମଙ୍ଗଳବାର ରାତ୍ର ୯ ଘଣ୍ଟା ସମୟରେ ଯାଉଥିବା ସମୟରେ ବଳରାମ ମହିଳା ଏସ୍.ଆଇ ନିଳିମା ଜୟନ୍ତୀ ସ୍ବାଇଁ ଙ୍କୁ ଅସଦାଚରଣ କରିଥିଲେ।ଏହା ନେଇ ଆଜି ଥାନା କେସ ୫୬/୧୮ରେ ମାମଲା ରୁଜୁ ହୋଇଛି।୩୪୧, ୨୯୪, ୩୨୩, ୩୩୨, ୩୫୩, ୩୫୪ଓ ୫୦୬ ଭାରତୀୟ ପିଙ୍ଗଳ କୋଡ ରେ ମାମଲା ରୁଜୁ ହୋଇଥିବା ତଦନ୍ତ ଅଧିକାରୀ ପଦ୍ମନାଭ ଗଉଡ ସୂଚନା ଦେଇଛନ୍ତି। କିନ୍ତୁ ବଳରାମ ର ଭାଇ ପାଲଟା…

"ଅବକାରୀ ମହିଳା ଏସ୍.ଆଇଙ୍କୁ ଅସଦାଚରଣ: ଜଣେ ଗିରଫ"