ଏନ୍ କାଉଣ୍ଟରରେ କୁଖ୍ୟାତ ଅପରାଧି ଗୁରୁତର, ୨ ଗିରଫ

ପୋଲସରା ୯/୫ (ଓଡ଼ିଆ ପୁଅ/ନୃସିଂହନାଥ ସ୍ୱାଇଁ) ଗଂଜାମ ଜିଲ୍ଲାରେ ଗୋଟିଏ ପରେ ଗୋଟିଏ ୨୨ଟି ଏନ୍ କାଉଣ୍ଟର ଚାଲିଥିବାବେଳେ ଆଜି ପୋଲସରା ଥାନା ଅନ୍ତର୍ଗତ ସିଂହାସନୀ ମାଳ ଜଙ୍ଗଲ ଅନ୍ଧାରିଠାରେ ପୋଲସରା ପୋଲିସ୍ ଏକ କୁଖ୍ୟାତ ଅପରାଧି ବାଦଲ ରାଉତ (ଓରଫ ବାଇଧର)ଙ୍କ ବାମ ଗୋଡକୁ ଏନ୍ କାଉଣ୍ଟର କରିବା ସହିତ ତାର ଦୁଇ ସହଯୋଗୀ ନିଳାଞ୍ଚଳ ନାହାକ, ଅଜିତ ପୋଲେଇଙ୍କୁ ଗିରଫ କରିବା ସୂଚନା ଦେଇଛନ୍ତି ପୋଲସାରା ଥାନା ଅଧିକାରୀ ତପସ୍ୱିନୀ କଅଁର। ଥାନା ଅଧିକାରୀଙ୍କ ସୂଚନା ପ୍ରକାରେ ଭଦ୍ରକ ଜିଲ୍ଲା ଅନ୍ତର୍ଗତ ନଳଗୁଣ୍ଡା ଗ୍ରାମର ବାଦଲ ରାଉତ ୨୦ ରୁ ଅଧିକ ବିଭିନ୍ନ ଥାନାରେ ମାମଲା ରୁଜୁ ହୋଇଥିବାବେଳେ ଖୋଦ୍ ଗଂଜାମ ଜିଲ୍ଲାର…

"ଏନ୍ କାଉଣ୍ଟରରେ କୁଖ୍ୟାତ ଅପରାଧି ଗୁରୁତର, ୨ ଗିରଫ"

ମେଡ଼ିକାଲ ଶିକ୍ଷା ପାଇଁ ଶରୀର ଦାନ କରି ମୃତ ମହିଳା ଓ ପରିବାର ବର୍ଗ ଗୌରବାନିତ୍ୱ

ବ୍ରହ୍ମପୁର: ୯/୦୫ (ଓଡ଼ିଆ ପୁଅ/ଜ୍ୟୋତି ରଂଜନ ଦାସ) ମୃତ୍ୟୁ ପରେ ମଧ୍ୟ ଉପକାର କରିବା ଏକ ଦୁଃସାଧ୍ୟ ବିଷୟ। ଏପରି କ୍ଷେତ୍ରରେ ଗଂଜାମ ଜିଲ୍ଲାର ଚିକିଟି ଅଞ୍ଚଳର ଜଣେ ମହିଳା ତାଙ୍କ ମୃତ୍ୟୁ ପରେ ମେଡ଼ିକାଲ ଶିକ୍ଷାର୍ଥୀ ମାନଙ୍କ ଉପକାର ଉପଯୋଗ ହୋଇଥିବା ଘଟଣା ଚର୍ଚ୍ଚା ର ବିଷୟ ହୋଇଛି। ଚିକିଟି ଅଞ୍ଚଳର ଶ୍ରୀମତୀ ଅପର୍ଣ୍ଣା ସାହୁଙ୍କ ଆଜି ବିୟୋଗ ହୋଇଛି। ମୃତ୍ୟୁ ପରେ ତାଙ୍କରି ଶରୀର ମେଡ଼ିକାଲ ଶିକ୍ଷା ପାଇଁ ଦାନ କରାଯିବାକୁ ସେ ସଂକଳ୍ପ କରିଥିଲେ। ଆଜି ସ୍ଵର୍ଗୀୟା ଅପର୍ଣ୍ଣାଙ୍କ ମର ଶରୀରକୁ ପରିବାର ବର୍ଗ ଆଣି ଏମ.କେ.ସି.ଜି. ମେଡ଼ିକାଲ କଲେଜ କର୍ତ୍ତୃପକ୍ଷଙ୍କୁ ଅର୍ପଣ କରିଥିଲେ। ଏହି ମହାନ କାର୍ଯ୍ୟ କରି ପରିବାର…

"ମେଡ଼ିକାଲ ଶିକ୍ଷା ପାଇଁ ଶରୀର ଦାନ କରି ମୃତ ମହିଳା ଓ ପରିବାର ବର୍ଗ ଗୌରବାନିତ୍ୱ"

ଏନକାଉଣ୍ଟରରେ ଆନ୍ତଃଜିଲ୍ଲା ଦୁର୍ଦ୍ଧାନ୍ତ ଅପରାଧୀ ଆହତ

ବ୍ରହ୍ମପୁର: ୯/୦୫ (ଓଡ଼ିଆ ପୁଅ/ଜ୍ୟୋତି ରଂଜନ ଦାସ) ଗଂଜାମ ଜିଲ୍ଲାର ପୋଲସରା ଥାନା ଅନ୍ତର୍ଗତ ଅନ୍ଧାରୀ ଗ୍ରାମ ନିକଟ ସନ୍ଧିନାଳ ଜଙ୍ଗଲରେ ଗତ ରାତିରେ ପୋଲିସ ଏନକାଉଣ୍ଟର ରେ ଦୁର୍ଦ୍ଧାନ୍ତ ଆନ୍ତଃଜିଲ୍ଲା ଡକାୟତ ତଥା ଅପରାଧୀ ବାଦଲ ଓରଫ ବାଇଧର ରାଉତ ଗୁରୁତର ଭାବେ ଆହତ ହୋଇଛି। ଅପରାଧୀ ଠାରୁ ଗୋଟିଏ ମାଉଜର, ତିନି ରାଉଣ୍ଡ ଗୁଳି, କାତି, ଛୁରୀ ସମେତ ଲୁଟ ପାଇଁ ବ୍ୟବହାର କରାଯାଉଥିବା ସାମଗ୍ରୀ ଜବତ କରାଯାଇଛି। ତାହାର ଦୁଇ ସହଯୋଗୀଙ୍କୁ ମଧ୍ୟ ଗିରଫ କରାଯାଇଛି। ଅପରାଧିକ କାର୍ଯ୍ୟକ୍ରମରେ ସେମାନେ ଜଙ୍ଗଲ ରେ ଥିବା ବେଳେ ଏକ ମିଳିତ ପୋଲିସ ବାହିନୀ ସେମାନଙ୍କୁ ଘେରାଉ କରିଥିଲେ। ସେଠାରେ ଗୁଳି ବିନିମୟ ବେଳେ…

"ଏନକାଉଣ୍ଟରରେ ଆନ୍ତଃଜିଲ୍ଲା ଦୁର୍ଦ୍ଧାନ୍ତ ଅପରାଧୀ ଆହତ"

ପୂର୍ବତଟ ରେଳବାଇର ଏକ ଡିଭିଜନ ବ୍ରହ୍ମପୁରରେ ଖୋଲିବାକୁ ନାଗରିକଙ୍କ ଦାବୀ

ବ୍ରହ୍ମପୁର: ୮/୦୫/୨୦୧୭ (ଓଡ଼ିଆ ପୁଅ/ଜ୍ୟୋତି ରଂଜନ ଦାସ) ଭାରତର ରେଳବାଇ ମନ୍ତ୍ରଣାଳୟ ପକ୍ଷରୁ ପାସେଞ୍ଜର ଆମିନିଟି କମିଟି ସଦସ୍ୟ ମାନେ ଆଜି ବ୍ରହ୍ମପୁର ରେଳ ଷ୍ଟେସନ ପରିଦର୍ଶନ କରି ବିଭିନ୍ନ ବିଷୟରେ ଅନୁଧ୍ୟାନ କରିଛନ୍ତି। ପୂର୍ବତଟ ରେଳବାଇର ଜେନେରାଲ ମ୍ୟାନେଜର ଏବଂ ବରିଷ୍ଠ ଅଧିକାରୀମାନଙ୍କ ଗହଣରେ ଏହି ସଦସ୍ୟମାନେ ରେଳ ଷ୍ଟେସନ ବୁଲି ଦେଖିବା ସହ କେତେକ ଗଣ ସଙ୍ଗଠନ ଓ ସାମାଜିକ ଅନୁଷ୍ଠାନର କର୍ମକର୍ତ୍ତା ମାନଙ୍କ ସହିତ ମଧ୍ୟ ଆଲୋଚନା କରିଥିଲେ। ଜେନେରାଲ ମ୍ୟାନେଜର ଶ୍ରୀ ଉମେଶ ସିଂ ରେଳ ଷ୍ଟେସନର ଉନ୍ନତି ପାଇଁ ନିଆଯାଇଥିବା ପଦକ୍ଷେପ ଗୁଡ଼ିକର ସୂଚନା ଦେଇଥିଲେ। ଏହି ଅବସରରେ ଗଂଜାମ ଜିଲ୍ଲାର ବ୍ରହ୍ମପୁର ଠାରେ ପୂର୍ବତଟ ରେଳବାଇର ଏକ…

"ପୂର୍ବତଟ ରେଳବାଇର ଏକ ଡିଭିଜନ ବ୍ରହ୍ମପୁରରେ ଖୋଲିବାକୁ ନାଗରିକଙ୍କ ଦାବୀ"

ଠାକୁରାଣୀ ଯାତ୍ରାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ବ୍ରହ୍ମପୁର:୨୯/୦୪/୨୦୧୭ (ଓଡ଼ିଆ ପୁଅ/ଜ୍ୟୋତି ରଂଜନ ଦାସ) ବ୍ରହ୍ମପୁରର ଅଧିଷ୍ଠାତ୍ରୀ ଦେବୀ ବୁଢ଼ୀମା ସନ୍ତାଣୀ ଠାକୁରାଣୀ ଙ୍କ ଐତିହାସିକ ଯାତ୍ରା ରେ ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ମା’ଙ୍କ ଦର୍ଶନ କରି ପୂଜା କରିଛନ୍ତି। ଶ୍ରୀ ପଟ୍ଟନାୟକଙ୍କ ସହ ରାଜ୍ୟ ଉଚ୍ଚ ଶିକ୍ଷାମନ୍ତ୍ରୀ ଶ୍ରୀ ପ୍ରଦୀପ କୁମାର ପାଣିଗ୍ରାହୀ, ଜଙ୍ଗଲ ମନ୍ତ୍ରୀ ଶ୍ରୀ ବିକ୍ରମ କେଶରୀ ଆରୁଖ, ବ୍ରହ୍ମପୁର ବିଧାୟକ ଡାକ୍ତର ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକ, ବ୍ରହ୍ମପୁର ମେୟର ଶ୍ରୀମତୀ କେ. ମେଧାବୀ ଓ ବହୁ ନେତୃସ୍ଥାନୀୟ ବ୍ୟକ୍ତି ମା’ଠାକୁରାଣୀଙ୍କ ଦର୍ଶନ କରିଥିଲେ। ଶତାବ୍ଦୀ ପୁରାତନ ବ୍ରହ୍ମପୁରର ପ୍ରସିଦ୍ଧ ଠାକୁରାଣୀ ଯାତ୍ରାରେ ପ୍ରଥମ ଥର ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଯୋଗଦେଇଥିବାରୁ ଆଜି ବ୍ରହ୍ମପୁରରେ ଉତ୍ସାହ…

"ଠାକୁରାଣୀ ଯାତ୍ରାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ"

ବ୍ରହ୍ମପୁରର ପ୍ରସିଦ୍ଧ ଠାକୁରାଣୀ ଯାତ୍ରା ଉଦଯାପିତ: ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମ

ବ୍ରହ୍ମପୁର : ୨/୦୫/୨୦୧୭ (ଓଡ଼ିଆ ପୁଅ/ଜ୍ୟୋତି ରଂଜନ ଦାସ) ବ୍ରହ୍ମପୁର ଠାରେ ଦୀର୍ଘ ଏକ ମାସ ଧରି ଚାଲିଥିବା ପ୍ରସିଦ୍ଧ ବୁଢ଼ୀମା ସନ୍ତାଣୀ ଠାକୁରାଣୀ ଯାତ୍ରା ଆଜି ଭୋରରେଉଦଯାପିତହୋଇଛି। ମା’ଠାକୁରାଣୀଙ୍କ ମନ୍ଦିର ବାହୁଡା ଘଟ ପରିକ୍ରମା ବେଳେ ଯାତ୍ରାପୀଠ ଠାରୁ ମନ୍ଦିର ଯାଏଁ ସମଗ୍ର ଅଞ୍ଚଳ ଲୋକାରଣ୍ୟ ହୋଇଯାଇଥିଲା। ଶ୍ରଦ୍ଧାଳୁ ଓ ମାନସିକ ବ୍ରତଧାରୀମାନେ ସପରିବାରେ ଯାତ୍ରାର ଏହି ଅନ୍ତିମ ପର୍ଯ୍ୟାୟ ଘଟ ପରିକ୍ରମାରେ ସାମିଲ ହୋଇଥିଲେ। ଗତ ରାତି ୧୧ ଘଣ୍ଟା ବେଳେ ରୀତି ନୀତି, ପୂଜା ପରମ୍ପରାର ବିଧିବିଧାନ ପାଳନ କରି ଆଳତି ପରେ ଅସ୍ଥାୟୀ ମନ୍ଦିରରୁମା’ଠାକୁରାଣୀଙ୍କ ବାହୁଡା ଘଟ ପରିକ୍ରମା ଆରମ୍ଭ ହୋଇଥିଲା। ଶଙ୍ଖ, ତୁରୀ, ଘଂଟସ୍ଥଳ, ବାଜା ବାଜଣା ଓ…

"ବ୍ରହ୍ମପୁରର ପ୍ରସିଦ୍ଧ ଠାକୁରାଣୀ ଯାତ୍ରା ଉଦଯାପିତ: ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମ"

‘ଓମସା’ର ବାର୍ଷିକ ସମ୍ମିଳନୀରେ ଡାକ୍ତରମାନଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନ

ବ୍ରହ୍ମପୁର:୨୯/୦୪/୨୦୧୭ (ଓଡ଼ିଆ ପୁଅ/ଜ୍ୟୋତି ରଂଜନ ଦାସ) ଓଡିଶା ମେଡ଼ିକାଲ ସର୍ଭିସେସ ଆସୋସିଏସନ ର ୬୮ତମ ବାର୍ଷିକ ସମ୍ମିଳନୀକୁ ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ବ୍ରହ୍ମପୁର ଠାରେ ଉଦଘାଟନ କରିଛନ୍ତି। ରାଜ୍ୟରେ ସ୍ୱାସ୍ଥ୍ୟ ସେବା ପାଇଁ ସରକାର ଅନେକ ଯୋଜନା କାର୍ଯ୍ୟକାରୀ କରୁଛନ୍ତି। ସେ ସବୁର ସଫଳ ରୂପାୟନ ଏବଂ ଲୋକଙ୍କୁ ଚିକିତ୍ସା ସେବା ଯୋଗାଇବା ଦିଗରେ ଡାକ୍ତରମାନେ ଆଗେଇ ଆସିବାକୁ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଆହ୍ୱାନ ଦେଇଛନ୍ତି। ରାଜ୍ୟ ସ୍ୱାସ୍ଥ୍ୟ ମନ୍ତ୍ରୀ ଶ୍ରୀ ପ୍ରଦୀପ କୁମାର ଅମାତ ଏହି ସମ୍ମିଳନୀରେ ଉଦବୋଧନ ଦେଇ ରୋଗୀ ସେବା ଓ ଡାକ୍ତର ମାନଙ୍କ ସୁବିଧା ପାଇଁ ସରକାର ନେଇଥିବା ପଦକ୍ଷେପ ଗୁଡିକ ଆଲୋଚନା କରିଥିଲେ। ଉଚ୍ଚଶିକ୍ଷା ମନ୍ତ୍ରୀ…

"‘ଓମସା’ର ବାର୍ଷିକ ସମ୍ମିଳନୀରେ ଡାକ୍ତରମାନଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନ"

ଠାକୁରାଣୀ ଯାତ୍ରାରେ କେନ୍ଦ୍ର ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ

ବ୍ରହ୍ମପୁର:୨୮/୦୪/୨୦୧୭ (ଓଡ଼ିଆ ପୁଅ/ଜ୍ୟୋତି ରଂଜନ ଦାସ) ବ୍ରହ୍ମପୁରର ଅଧିଷ୍ଠାତ୍ରୀ ଦେବୀ ବୁଢୀମା’ ସନ୍ତାଣୀ ଠାକୁରାଣୀଙ୍କ ଐତିହାସିକ ଦ୍ଵିବାର୍ଷିକ ଯାତ୍ରାର ୨୭ ଦିନରେ ଆଜି କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯାତ୍ରାପୀଠ ରେ ମା’ ଠାକୁରାଣୀଙ୍କ ଦର୍ଶନ କରିଛନ୍ତି। ଯାତ୍ରା ପୀଠରେ ପୂଜା ଅର୍ଚ୍ଚନା କରିଥିଲେ। ମନ୍ତ୍ରୀଙ୍କ ସହ ବହୁ କର୍ମୀ ଓ ଶ୍ରଦ୍ଧାଳୁ ମା’ଙ୍କ ଦର୍ଶନ କରିଥିଲେ। ଏହି ଅବସରରେ ବରିଷ୍ଠ ପତ୍ରକାର ଶ୍ରୀ ସତୀଶ ପାତ୍ରଙ୍କ ଦ୍ୱାରା ଠାକୁରାଣୀଙ୍କ ମହିମା ସମ୍ପର୍କିତ ପ୍ରକାଶିତ ପୁସ୍ତକକୁ ମନ୍ତ୍ରୀ ଉନ୍ମୋଚନ କରିଥିଲେ। ବ୍ରହ୍ମପୁରର ଆରାଧ୍ୟ ଅଧିଷ୍ଠାତ୍ରୀ ଦେବୀ ବୁଢୀମା ସନ୍ତାଣୀ ଠାକୁରାଣୀଙ୍କ ଦ୍ଵିବାର୍ଷିକ ଐତିହାସିକ ଯାତ୍ରା ୨୭ ଦିନରେ ପହଞ୍ଚିଛି। ଏହି ଯାତ୍ରା ଶେଷ…

"ଠାକୁରାଣୀ ଯାତ୍ରାରେ କେନ୍ଦ୍ର ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ"

ପୋଲସରା ବ୍ଲକରେ ଯନ୍ତ୍ରୀଙ୍କ ଦୌରାତ୍ମ୍ୟ

ପୋଲସରା/ଗଂଜାମ ୨୮-୪ (ଓଡ଼ିଆ ପୁଅ/ନୃସିଂହନାଥ ସ୍ୱାଇଁ) ଗଞ୍ଜାମ ଜିଲ୍ଲାର ପୋଲସରା ବ୍ଲକ ଦୁର୍ନିତୀର ଗନ୍ତାଘର କହିଲେ ଅତ୍ୟୁକ୍ତି ହେବ ନାହିଁ। ତା ସାଙ୍ଗକୁ ଜାଲ୍ ସାର୍ଟିଫିକେଟ୍ ର୍ୟାକେଟ୍ ମଧ୍ୟ ବହୁ ମାତ୍ରାରେ ବଢିଚାଲିଛି। ଅଙ୍ଗନାୱାଡିର ଜାଲ୍ ସାର୍ଟିଫିକେଟରେ ଜଇନ୍ କରିଥିବା କର୍ମୀ ଅବ୍ୟାହତ ନେଲା ପରେ କେତେକ ଶିକ୍ଷକ ମଧ୍ୟ ଜାଲ୍ ସାର୍ଟିଫିକେଟ୍ କରିବାରେ ସିଦ୍ଧହସ୍ତ। କିନ୍ତୁ ବର୍ତ୍ତମାନକୁ ପୋଲସରା ବ୍ଲକର ଜନୈକ ଶ୍ରୀ ମଲ୍ଲିକ ଜେ.ଇ ମଧ୍ୟ କୁଆଡେ ଜାଲ୍ ସାର୍ଟିଫିକେଟ୍ ରେ ଚାକିରି କରୁଥିବା ଗଣମାଧ୍ୟମରେ ପ୍ରକାଶ ପାଇବାରେ ନଜରକୁ ଆସିଛି। ଖାଲି ସେତିକି ନୁହେଁ ଗଣମାଧ୍ୟମର କିଛି ପତ୍ରକାରଙ୍କୁ ମଧ୍ୟ ଉଚ୍ଚ ଅଙ୍କର ହାତ ଗୁଞ୍ଜା ଦେଇ ଖବର ଚପେଇ ଦେବାପାଇଁ…

"ପୋଲସରା ବ୍ଲକରେ ଯନ୍ତ୍ରୀଙ୍କ ଦୌରାତ୍ମ୍ୟ"

କେବେ ହେବ ୧୨୪ ନଂ ପୋଲସରା ବିଧାନ ସଭା ନିର୍ବାଚନ ମଣ୍ଡଳୀ ପିଇବା ପାଣି ସମସ୍ୟାର ସମାଧାନ : ସର୍ବସାଧାରଣଙ୍କ ପ୍ରଶାସନକୁ ପ୍ରଶ୍ନ?

ପୋଲସରା, ଗଞ୍ଜାମ ୨୪/୪ (ଓଡ଼ିଆ ପୁଅ/ନରସିଂହନାଥ ସ୍ୱାଇଁ) କଥାରେ ଅଛି “ଜଳ ବହୁଳେ ସର୍ବନାଶ, ଜଳ ବହୁଳେ ସୃଷ୍ଟି ନାଶ”। ଆଉ ଏହି ଉକ୍ତିଟିର ମହତ୍ୱକୁ ଗୁରୁତ୍ୱ ଦେଇ ସାରା ପୃଥିବୀର ଦେଶମାନେ ଜଳର ଆବଶ୍ୟକତାକୁ ଦୃଷ୍ଟି ସମ୍ମୁଖରେ ରଖି କୋଟି କୋଟି ଟଙ୍କା ରାଜକୋଷ ସହିତ ବିଭିନ୍ନ ସ୍ରୋତରୁ ଯୋଗାଡ ବାହାର କରି ବିଶେଷ କରି ପିଇବା ପାଣିର ସୁବ୍ୟବସ୍ଥା କରିବାକୁ ଚେଷ୍ଟା କରି ଆସୁଥିବାବେଳେ ଆମ ଦେଶର କେନ୍ଦ୍ର ସରକାର ଓ ରାଜ୍ୟ ସରକାରମାନେ ମଧ୍ୟ ଏଥିପାଇଁ ବିଭିନ୍ନ ଯୋଜନା ମାଧ୍ୟମରେ ଜଳକୁ କିଭଳି ଭାବେ ବ୍ୟବହାର ଯୋଗ୍ୟ କରାଯାଇପାରିବ ଏବଂ ଏହାର ସୁଫଳ ମଧ୍ୟ କିପରି ଭାବେ ସମସ୍ତ ସାଧାରଣ ଜନତା…

"କେବେ ହେବ ୧୨୪ ନଂ ପୋଲସରା ବିଧାନ ସଭା ନିର୍ବାଚନ ମଣ୍ଡଳୀ ପିଇବା ପାଣି ସମସ୍ୟାର ସମାଧାନ : ସର୍ବସାଧାରଣଙ୍କ ପ୍ରଶାସନକୁ ପ୍ରଶ୍ନ?"