“କୃଷି ଉଦ୍ୟମି” ପ୍ରଶିକ୍ଷଣ ଶିବିର ଉଦ୍ଘାଟିତ

ପାରଳାଖେମୁଣ୍ଡି, ୧୩ା୬(ଓଡିଆ ପୁଅ/ପ୍ରଶାନ୍ତ କୁମାର ନାୟକ)- ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସ୍ଥିତ ଆନ୍ଧ୍ର ବ୍ୟାଙ୍କ ଗ୍ରାମୀଣ ଆତ୍ମ ନିଯୁକ୍ତି ତାଲିମ କେନ୍ଦ୍ର ଠାରେ ଏକ “କୃଷି ଉଦ୍ୟମି” ତାଲିମ କାର୍ଯ୍ୟକ୍ରମ ଉଦ୍ଘାଟିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମକୁ ଗଜପତି ଲିଡ ବ୍ୟାଙ୍କ ପରିଚାଳକ ଦାମୋଦର ଉଗ୍ରସଣ୍ଡି ଏବଂ ନାବାର୍ଡ ବ୍ୟାଙ୍କର ଡିଡିଏମ ଏସ.ପାଲ ଉଦ୍ଘାଟନ କରିଥିଲେ। ଏହି କୃଷି ଉଦ୍ୟମି ତାଲିମ ଶିବିରରେ ୩୬ଜଣ କୃଷକଙ୍କୁ ୧୩ଦିନ ଧରି ତାଲିମ ଦିଆଯାଇଥିଲା। ନୁତନ କୃଷି ପଦ୍ଧତିରେ କିପରି କୃଷକମାନେ ଅଧିକ ଲାଭାନ୍ୱିତ ହୋଇ ନିଜର ଆର୍ଥିକ ଅବସ୍ଥା ସ୍ୱଚ୍ଛଳ କରିପାରିବେ ସେବିଷୟରେ ପ୍ରଶିକ୍ଷଣ ଦିଆଯିବ। ସେହିପରି ବୈଜ୍ଞାନିକ ପଦ୍ଧତିରେ କୃଷି କଲେ ତାହା ଅଧିକ ଅମଳ କ୍ଷମ…

"“କୃଷି ଉଦ୍ୟମି” ପ୍ରଶିକ୍ଷଣ ଶିବିର ଉଦ୍ଘାଟିତ"

ପରୀ ବଞ୍ଚାଓ ଉଦ୍ୟାପନୀ କାର୍ଯ୍ୟକ୍ରମରେ ସାଧାରଣ ସଭା

ପାରଳାଖେମୁଣ୍ଡି, ୧୨ା୬(ଓଡିଆ ପୁଅ/ପ୍ରଶାନ୍ତ କୁମାର ନାୟକ)- ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସ୍ଥିତ ବିଜୁ କଲ୍ୟାଣ ମଣ୍ଡପ ଠାରେ ଜିଲା ପୋଲିସ ପକ୍ଷରୁ ପରି ବଞ୍ଚାଓ ସଚେତନତା ଅଭିଯାନ କାର୍ଯ୍ୟକ୍ରମର ଉଦ୍ୟାପନୀ ଉତ୍ସବରେ ଏକ ସାଧାରଣ ସଭା ଆୟୋଜିତ ହୋଇଛି। ଦିର୍ଘ ଦିନ ହେବ ଜିଲା ପୋଲିସ ପକ୍ଷରୁ ରାଜ୍ୟରେ ଘଟୁଥିବା ବିଭିନ୍ନ ନାବାଳିକା ଦୁଷ୍କର୍ମ କାର୍ଯ୍ୟକୁ ରୋକିବା ପାଇଁ ଏହିପରି ପରୀ ବଞ୍ଚାଓ ନାମକ ସଚେତନତା କାର୍ଯ୍ୟ ଚାଲୁରହିଥିଲା। ଏହି ଉଦ୍ୟାପନୀ କାର୍ଯ୍ୟକ୍ରମରେ ପାରଳାଖେମୁଣ୍ଡି ବିଧାୟକ କେ.ସୁରିୟା ରାଓ ଅତିଥି ଭାବେ ଯୋଗଦେଇ ଉପସ୍ଥିତ ସମସ୍ତଙ୍କୁ ଏହି କାର୍ଯ୍ୟକ୍ରମର ମହତ୍ୱ ବିଷୟରେ କହିଥିଲେ। ଏହି ପରୀ ବଞ୍ଚାଓ କାର୍ଯ୍ୟକ୍ରମର ମୁଖ୍ୟ ସ୍ଲୋଗାନ ଥିଲା “ପରୀ ବଞ୍ଚାଓ…

"ପରୀ ବଞ୍ଚାଓ ଉଦ୍ୟାପନୀ କାର୍ଯ୍ୟକ୍ରମରେ ସାଧାରଣ ସଭା"

କଳାକାର ଭତ୍ତା ପାଇ ନଥିବା ଅଭିଯୋଗ

ପାରଳାଖେମୁଣ୍ଡି, ୧୨ା୬(ଓଡିଆ ପୁଅ/ପ୍ରଶାନ୍ତ କୁମାର ନାୟକ)- ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସ୍ଥିତ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀଙ୍କ କାର୍ଯ୍ୟାଳୟ ଠାରେ କଳାକାର ଭତ୍ତା ନପାଇ ଜିଲାର କିଛି ମୃଦଙ୍ଗ କଳାକାର ଅଭିଯୋଗ କରିଛନ୍ତି। ଏମାନେ ସମସ୍ତେ ଗୋଷାଣୀ ବ୍ଳକ ଅନ୍ତର୍ଗତ କେରାଣ୍ଡି ଅଞ୍ଚଳର ବାସିନ୍ଦା ହୋଇଥିବା ବେଳେ ବହୁ ବର୍ଷ ହେବ ଏମାନେ ଏହି ପୁରାତନ କଳାକୁ ବଞ୍ଚାଇ ରଖିଛନ୍ତି। ରଥ ଯାତ୍ରା ଠାରୁ ଆରମ୍ଭ କରି ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ତଥା ମେଳା ମହୋତ୍ସବରେ ଏମାନେ ସଂକିର୍ତ୍ତନ ମଧ୍ୟରେ ମୃଦଙ୍ଗ ପରିବେଷଣ କରି ଶ୍ରଦ୍ଧାଳୁମାନଙ୍କ ମନମୁଗ୍ଧ କରିଥାନ୍ତି। ମାତ୍ର ଏହି କିଛି ମାସ ତଳେ କଳାକାରମାନଙ୍କ ପାଇଁ ସରକାର ଭତ୍ତା ଘୋଷଣା କରିଥିଲେ…

"କଳାକାର ଭତ୍ତା ପାଇ ନଥିବା ଅଭିଯୋଗ"

ଆଦିତ୍ୟ ବାହିନୀ ଓ ଆନନ୍ଦ ବାହିନୀର ନୁତନ ଶାଖା ଗଠନ

ପାରଳାଖେମୁଣ୍ଡି, ୧୨ା୬(ଓଡିଆ ପୁଅ/ପ୍ରଶାନ୍ତ କୁମାର ନାୟକ)- ଗଜପତି ଜିଲ୍ଲା ଗୁମ୍ମା ବ୍ଳକ ଗୁମ୍ମା ଗ୍ରାମଠାରେ ରାଧାକୃଷ୍ଣ ମନ୍ଦିର ପରିସରରେ ଗୁମ୍ମା ବ୍ଳକ ପିଠ ପରିଷଦ, ଆଦିତ୍ୟ ବାହିନୀ, ଆନନ୍ଦ ବାହିନୀ ପକ୍ଷରୁ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଗଜପତି ଜିଲା ପ୍ରଭାରୀ ଅନିଲ ଜେନା ଏବଂ ପାରଳାଖେମୁଣ୍ଡି ଶାଖାରୁ ସଭାପତି ଓ ସମ୍ପାଦିକାଙ୍କ ଉପସ୍ଥିତିରେ ଗୁମ୍ମା ନୁତନ ଶାଖାର ସଭାପତି ଭାବେ କୃଷ୍ଣଚନ୍ଦ୍ର ବିଷୋୟୀଙ୍କୁ ଏବଂ ସମ୍ପାଦକ ଭାବେ କ୍ଷିରୋଦ କୁମାର ଚୌଧୁରୀଙ୍କୁ ସର୍ବସମ୍ମତି କ୍ରମେ ମନୋନିତ କରାଯାଇଥିଲା। ଆଗାମି ଦିନରେ ସମ୍ପୁର୍ଣ୍ଣ ଶାଖାର ପୁର୍ନାଙ୍ଗ କାର୍ଯ୍ୟକର୍ତ୍ତା ଚୟନ ପାଇଁ ସମସ୍ତ କାର୍ଯ୍ୟକ୍ରମ ସ୍ଥିର ହେବ ବୋଲି ଜଣାପଡିଛି। ତେବେ ବୈଠକରେ ମନୋନିତ ହୋଇଥିବା…

"ଆଦିତ୍ୟ ବାହିନୀ ଓ ଆନନ୍ଦ ବାହିନୀର ନୁତନ ଶାଖା ଗଠନ"

ମହେନ୍ଦ୍ରଗିରି ସଂସ୍କୃତି ବିକାଶ ସମିତିକୁ “ପ୍ରକୃତି ମିତ୍ର”

ପାରଳାଖେମୁଣ୍ଡି,୧୧ା୬(ଓଡିଆ ପୁଅ/ପ୍ରଶାନ୍ତ କୁମାର ନାୟକ)- ଗଜପତି ଜିଲ୍ଲାର ମହେନ୍ଦ୍ରଗିରି ସଂସ୍କୃତି ବିକାଶ ସମିତିକୁ ଚଳିତ ବର୍ଷ “ପ୍ରକୃତି ମିତ୍ର” ପୁରଷ୍କାର ପ୍ରାପ୍ତ ହୋଇଛି । ବିଶ୍ୱ ପରିବେଶ ଦିବସ ଅବସରରେ ରାଜ୍ୟ ଜଙ୍ଗଲ ଓ ପରିବେଶ ବିଭାଗ ପକ୍ଷରୁ ଏକ ରାଜ୍ୟ ସ୍ତରୀୟ କାର୍ଯ୍ୟକ୍ରମରେ ରବିନ୍ଦ୍ର ମଣ୍ଡପ ଠାରେ ପ୍ରକୃତି ମିତ୍ର ପୁରଷ୍କାର ଅନୁଷ୍ଠାନର ସଂଯୋଜକ ଗ୍ରହଣ କରିଥିଲେ । ପୁରାଣ ପ୍ରସିଦ୍ଧ ମହେନ୍ଦ୍ରଗିରିର ଅମୁଲ୍ୟ ବୃକ୍ଷରାଜ ଏବଂ ବନ୍ୟପ୍ରାଣୀଙ୍କ ସୁରକ୍ଷା ସହ ବନଔଷଧିର ସୁପରିଚାଳନା ସହିତ ପର୍ବତର ପାରିପାର୍ଶିକ ସ୍ଥିତିର ବିକାଶ ପାଇଁ ଏହି ଅନୁଷ୍ଠାନ ଦିର୍ଘ ବର୍ଷ ଧରି କାର୍ଯ୍ୟ କରି ଆସୁଥିଲା । ଏଥିରେ ସ୍ୱାମୀ ଭାସ୍କର ତିର୍ଥ ସରସ୍ୱତୀ ଅଧ୍ୟକ୍ଷତା…

"ମହେନ୍ଦ୍ରଗିରି ସଂସ୍କୃତି ବିକାଶ ସମିତିକୁ “ପ୍ରକୃତି ମିତ୍ର”"

ରକ୍ତଦାତା ସଂଘ ପକ୍ଷରୁ ବାଇକ ଶୋଭାଯାତ୍ରା

ପାରଳାଖେମୁଣ୍ଡି, ୧୦ା୬(ଓଡିଆ ପୁଅ/ପ୍ରଶାନ୍ତ କୁମାର ନାୟକ)- ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସ୍ଥିତ କଲେଜ ଛକ ଠାରୁ ଗଜପତି ରକ୍ତଦାତା ସଂଘ ଏକ ସଚେତନତା ଶୋଭାଯାତ୍ରା ସକାଳ ୮ଘ.ସମୟରେ ଆରମ୍ଭ ହୋଇଥିଲା। ଏହି ଶୋଭାଯାତ୍ରାକୁ ଡା.ରାମ ଲକ୍ଷ୍ମୀ ଉଦ୍ଘାଟନ କରିବା ସହ ସଂଘର ବିଭିନ୍ନ କାର୍ଯ୍ୟକ୍ରମର ପ୍ରଶଂସା କରିଥିଲେ। ଏହି ରକ୍ତଦାତା ସଂଘର ଆସନ୍ତା ଜୁନ ୨୦ତାରିଖରେ ତାର ଏକ ବର୍ଷ ପୁରୁଣ ଅବସରରେ ଏକ ବାର୍ଷିକ ଉତ୍ସବ ପାଳନ କରିବାକୁ କାର୍ଯ୍ୟକ୍ରମ ରହିଥିବା ଯୋଗୁ ସହରରେ ଏପରି ଏକ ସଚେତନତା ଶୋଭାଯାତ୍ରା ଆଜି ଅନୁଷ୍ଠିତ ହୋଇଯାଇଛି। ଏହି ସଂଘରେ ପ୍ରାୟ ୫୦୦ରୁ ଉର୍ଦ୍ଧ୍ୱ ସଦସ୍ୟ ନିଜର ନାମ ପଞ୍ଜିକୃତ କରିଥିବା ବେଳେ ଏକ ବର୍ଷ ମଧ୍ୟରେ…

"ରକ୍ତଦାତା ସଂଘ ପକ୍ଷରୁ ବାଇକ ଶୋଭାଯାତ୍ରା"

ଏସକେସିଜି ଓ ମହିଳା ମହାବିଦ୍ୟାଳୟର ଫଳାଫଳ

ପାରଳାଖେମୁଣ୍ଡି, ୧୦ା୬(ଓଡିଆ ପୁଅ/ପ୍ରଶାନ୍ତ କୁମାର ନାୟକ)- ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସ୍ଥିତ ଶ୍ରୀକୃଷ୍ଣଚନ୍ଦ୍ର ଗଜପତି ସ୍ୱୟଂ ଶାସିତ ମହାବିଦ୍ୟାଳୟର କଳା ବିଭାଗରେ ୩୧୨ଙ୍କ ମଧ୍ୟରୁ ମୋଟ ୧୮୪ଜଣ ଉତ୍ତିର୍ଣ୍ଣ ହୋଇଥିବା ବେଳେ ୧୨୮ଜଣ ଫେଲ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ପ୍ରଥମ ଶ୍ରେଣୀରେ ୨୩ଜଣ, ୨ୟ ଶ୍ରେଣୀରେ ୨୭ଜଣ ଏବଂ ୩ୟ ଶ୍ରେଣୀରେ ୧୩୪ଜଣ ଉତ୍ତିର୍ଣ୍ଣ ହୋଇଛନ୍ତି। ଏମ.ଅନନ୍ତ କୁମାର ଛାତ୍ର ୪୧୧ ନଂରଖି ବିଭାଗରେ କଲେଜ ଟପ୍ପର ହୋଇଛନ୍ତି। ସେହିପରି କଳା ବିଭାଗ ଏକ୍ସ ରେଗୁଲାର ପରିକ୍ଷାରେ ମୋଟ ୭୩ ପରିକ୍ଷାର୍ଥୀଙ୍କ ମଧ୍ୟରୁ ୧୯ଜଣ ଉତ୍ତିର୍ଣ୍ଣ ହୋଇଥିବା ବେଳେ ସେଥିରୁ ୨ୟ ଶ୍ରେଣୀରେ ୨ଜଣ ଏବଂ ୩ୟ ଶ୍ରେଣୀରେ ୧୭ଜଣ ପାସ କରିଛନ୍ତି। ମୋଟ ୫୪ଜଣ…

"ଏସକେସିଜି ଓ ମହିଳା ମହାବିଦ୍ୟାଳୟର ଫଳାଫଳ"

 ପରୀ ବଞ୍ଚାଓ ଅଭିଯାନ କ୍ୟାଣ୍ଡେଲ ଯାତ୍ରା

ପାରଳାଖେମୁଣ୍ଡି, ୧୦ା୬(ଓଡିଆ ପୁଅ/ପ୍ରଶାନ୍ତ କୁମାର ନାୟକ)- ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ଥାନା ପରିସରରୁ ପରୀ ବଞ୍ଚାଓ ସଚେତନତା ଅଭିଯାନରେ ଏକ କ୍ୟାଣ୍ଡେଲ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ବାହାରିଥିବା ଶୋଭାଯାତ୍ରାକୁ ପାରଳାଖେମୁଣ୍ଡି ବିଧାୟକ କେ.ସୁରିୟା ରାଓ ଶୁଭାରମ୍ଭ କରିଥିଲେ। ଏହି କ୍ୟାଣ୍ଡେଲ ଶୋଭାଯାତ୍ରା ଥାନା ପରିସରରୁ ବାହାରି ସହର ପରିକ୍ରମା କରିବା ସହ ରାଜନହର ନିକଟରେ ଶେଷ ହୋଇଥିଲା। ଏହିପରି ମାନସିକତା ଏକ ଘୃଣ୍ୟ ମାନସିକତା ବୋଲି ସଚେତନତା କରାଯାଇଥିଲା ଏବଂ ଏଥିପାଇଁ ଆଇନର କଡା ବ୍ୟବସ୍ଥା ବିଷୟରେ ସଚେତନତା କରାଯାଇଥିଲା। ଏଥିସହ ଜିଲା ପୋଲିସ ପକ୍ଷରୁ ପରୀ ବଞ୍ଚାଓ କାର୍ଯ୍ୟକ୍ରମ ଉଦ୍ୟାପିତ ହୋଇଯାଇଛି। ଏହି ଅବସରରେ ଜିଲା ଆରକ୍ଷି ଅଧ୍ୟିକ୍ଷିକ ଅମୁଲ୍ୟ କୁମାର…

" ପରୀ ବଞ୍ଚାଓ ଅଭିଯାନ କ୍ୟାଣ୍ଡେଲ ଯାତ୍ରା"

ଜାଆଁଳା ଶିଶୁ କନ୍ୟାଙ୍କୁ (ସା) ଅନୁଷ୍ଠାନରେ ହସ୍ତାନ୍ତର

ପାରଳାଖେମୁଣ୍ଡି, ୭ା୬(ଓଡିଆ ପୁଅ/ପ୍ରଶାନ୍ତ କୁମାର ନାୟକ)- ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସ୍ଥିତ ଜିଲା ଶିିଶୁ କଲ୍ୟାଣ ସମିତି ଦ୍ୱାରା ଏକ ଜାଆଁଳା ଶିଶୁ କନ୍ୟାଙ୍କୁ ଉଦ୍ଧାର କରାଯାଇ ପାରଳାଖେମୁଣ୍ଡି ସ୍ଥିତ ପୋଷ୍ୟ ସନ୍ତାନ ଗ୍ରହଣକାରି ସଂସ୍ଥା (ସା)କୁ ହସ୍ତାନ୍ତର କରାଯାଇଛି। ଘଟଣାରୁ ପ୍ରକାଶ ଯେ ନୁଆଗଡ ବ୍ଳକର ପରିମଳ ପଞ୍ଚାୟତରେ ରହୁଥିବା ଜଣେ ମହିଳା ଏକ ଜାଆଁଳା ଶିଶୁକନ୍ୟା ଜନ୍ମ ଦେଇଥିଲେ। ମାତ୍ର ସେ ସେମାନଙ୍କ ଭରଣ ପୋଷଣ କରିବାକୁ ଅସମର୍ଥ ଥିବାରୁ ବେନିୟମ ଭାବେ ଗୋଟିଏ କନ୍ୟାକୁ ଜିଲାର ଆର.ଉଦୟଗିରି ଅଞ୍ଚଳରେ ଏବଂ ଅନ୍ୟ ଜଣକୁ ଗୋଷାଣୀ ଅଞ୍ଚଳରେ କୌଣସି ବ୍ୟକ୍ତିଙ୍କୁ ପାଳନ ପଷଣ ପାଇଁ ଦେଇଥିଲେ। ଏହି ଖବର କୌଣସି ସୁତ୍ରରୁ ପ୍ରଘଟ…

"ଜାଆଁଳା ଶିଶୁ କନ୍ୟାଙ୍କୁ (ସା) ଅନୁଷ୍ଠାନରେ ହସ୍ତାନ୍ତର"

ଗାରାବନ୍ଧର ପ୍ରସିଦ୍ଧ ଠାକୁରାଣୀ ପର୍ବ ଉଦ୍ୟାପିତ

ପାରଳାଖେମୁଣ୍ଡି, ୭ା୬(ଓଡିଆ ପୁଅ/ପ୍ରଶାନ୍ତ କୁମାର ନାୟକ)- ଗଜପତି ଜିଲ୍ଲା ଗୋଷାଣୀ ବ୍ଳକ ଅନ୍ତର୍ଗତ ଗାରାବନ୍ଧ ଗ୍ରାମ ଠାରେ ମାଁ କୁତୁମାରାମାଙ୍କ ଠାକୁରାଣୀ ଉତ୍ସବ ମହାସମାରୋହରେ ପାଳିତ ହୋଇଛି। ଏହି ପର୍ବ ଦର୍ଘ ୮ଦିନ ହେବ ଅନୁଷ୍ଠିତ ହେବା ପରେ ଉଦ୍ୟାପିତ ହୋଇଯାଇଛି। ପ୍ରତିଦିନ ମାଁଙ୍କ ଶୋଭାଯାତ୍ରା ସନ୍ଧ୍ୟା ସମୟରେ ନଗର ପରିକ୍ରମା କରିବା ସହ ଏହି ଅବସରରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଠିତ ହୋଇଥିଲା। ଯାତ୍ରା ଅବସରରେ ମନୋରଞ୍ଜନ ପାଇଁ ମିନା ବଜାର, ଜାଦୁ ଖେଳ, ମେଲୋଡି ଇତ୍ୟାଦି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ସେଥିପାଇଁ ଏହି ଅଞ୍ଚଳ ତଥା ଅଞ୍ଚଳ ବାହାରୁ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ ଏଠାରେ ଏକତ୍ରିତ ହୋଇ ମାଁଙ୍କ ପର୍ବର ମଜା…

"ଗାରାବନ୍ଧର ପ୍ରସିଦ୍ଧ ଠାକୁରାଣୀ ପର୍ବ ଉଦ୍ୟାପିତ"