ପୋଲିସ ପକ୍ଷରୁ ରାସ୍ତା ଅବରୋଧ ଉଚ୍ଛେଦ କାର୍ଯ୍ୟକ୍ରମ

ପାରଳାଖେମୁଣ୍ଡି, ୧୨ା୧(ଓଡିଆ ପୁଅ/ପ୍ରଶାନ୍ତ କୁମାର ନାୟକ)- ଗଜପତି ଜିଲା ସଦରମହକୁମା ପାରଳାଖେମୁଣ୍ଡି ସ୍ଥିତ କଲେଜ ଛକ ନିକଟରେ ପାରଳାଖେମୁଣ୍ଡି ପୋଲିସ ପକ୍ଷରୁ ରାସ୍ତା ଅବରୋଧକୁ ଉଚ୍ଛେଦ କରିବା ପାଇଁ କାର୍ଯ୍ୟକ୍ରମ ଗ୍ରହଣ କରାଯାଇଛି। ଏସଡିପିଓ ଠାକୁର ପ୍ରସାଦ ପାତ୍ରଙ୍କ ନେତୃତ୍ୱରେ ରାସ୍ତାକଡରେ ଥିବା ବିଭିନ୍ନ ଉଠା ଦୋକାନୀଙ୍କୁ ଉଚ୍ଛେଦ କରାଯିବା ସହ ବେଆଇନ ଭାବେ ରାସ୍ତାକଡରେ ପାର୍କିଂ କରିଥିବା ବିଭିନ୍ନ ୩ଚକିଆ ଯାନ ଓ ୪ଚକିଆ ଯାନଗୁଡିକୁ ସେଠାରୁ ଉଠାଇବା ପାଇଁ ପୋଲିସ ପକ୍ଷରୁ କୁହାଯାଇଥିଲା। ସହରର ଏହି ରାସ୍ତା ଏକ ବ୍ୟସ୍ତବହୁଳ ରାସ୍ତା ହୋଇଥିବା ବେଳେ ଏଠାରେ ଦିର୍ଘ ଦିନ ହେବ ବିଭିନ୍ନ ଉଠାଦୋକାନ ତଥା ଯାନବାହନ ରାସ୍ତାକଡରେ ରହି ରାସ୍ତାରେ ଟ୍ରାଫିକ ସମସ୍ୟା…

"ପୋଲିସ ପକ୍ଷରୁ ରାସ୍ତା ଅବରୋଧ ଉଚ୍ଛେଦ କାର୍ଯ୍ୟକ୍ରମ"

ପୌରପରିଷଦ ପକ୍ଷରୁ ଚିକିତ୍ସାଳୟ ଉଦ୍ଘାଟିତ

ପାରଳାଖେମୁଣ୍ଡି, ୧୨ା୧(ଓଡିଆ ପୁଅ/ପ୍ରଶାନ୍ତ କୁମାର ନାୟକ)- ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସ୍ଥିତ ଓଡିଆ ଭଣ୍ଡାରି ସାହି ଠାରେ ପାରଳାଖେମୁଣ୍ଡି ପୌରପରିଷଦ ପକ୍ଷରୁ ଏକ ଚିକିତ୍ସାଳୟ ଉଦ୍ଘାଟିତ ହୋଇଛି। ଜାତୀୟ ସହରାଞ୍ଚଳ ସ୍ୱାସ୍ଥ୍ୟ ମିଶନ ପକ୍ଷରୁ ପୌରପରିଷଦ ଦ୍ୱାରା ଏହି ଚିକିତ୍ସାଳୟ ଉଦ୍ଘାଟିତ ହୋଇଥିବା ବେଳେ ଏଥିରେ ମୁଖ୍ୟ ଅତିଥି ଭାବେ ପାରଳାଖେମୁଣ୍ଡି ବିଧାୟକ କେ.ସୁରିୟା ରାଓ ଯୋଗ ଦେଇ ଚିକିତ୍ସାଳୟକୁ ଉଦ୍ଘାଟନ କରିଥିଲେ। ପୌରପରିଷଦର ଏହି ଚିକିତ୍ସାଳୟ ନୁତନ ଭାବେ କାର୍ଯ୍ୟକ୍ଷମ କରାଯାଉ ବୋଲି ବହୁ ଦିନରୁ ସ୍ଥାନୀୟ ଅଞ୍ଚଳ ବାସିନ୍ଦାମାନେ ଦାବି କରିବା ସହ ପ୍ରତିକ୍ଷା କରିଥିଲେ। ଏହି ଚିକିତ୍ସାଳୟ ଖୋଲିବା ଦ୍ୱାରା ସ୍ଥାନୀୟ ଅଞ୍ଚଳ ବାସିନ୍ଦା ଉପକୃତ ହେବା ସହ ଆଖପାଖ ଅଞ୍ଚଳରେ…

"ପୌରପରିଷଦ ପକ୍ଷରୁ ଚିକିତ୍ସାଳୟ ଉଦ୍ଘାଟିତ"

ସାମ୍ବାଦିକ ସଂଘ ପକ୍ଷରୁ ବିଦାୟ କାଳିନ ସମ୍ଭର୍ଦ୍ଧନା

ପାରଳାଖେମୁଣ୍ଡି, ୧୨ା୧(ଓଡିଆ ପୁଅ/ପ୍ରଶାନ୍ତ କୁମାର ନାୟକ)- ଗଜପତି ଜିଲା ପାରଳାଖେମୁଣ୍ଡି ସ୍ଥିତ ଜିଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷଠାରେ ସାମ୍ବାଦିକ ସଂଘ ପକ୍ଷରୁ ଏକ ବିଦାୟ କାଳିନ ସମ୍ଭର୍ଦ୍ଧନା ସଭା ଆୟୋଜିତ ହୋଇଯାଇଛି। ଏଥିରେ ପୁର୍ବତନ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ବିରଞ୍ଚି ନାରାୟଣ ପ୍ରଧାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିବା ବେଳେ ନୁତନ ଭାବେ ଦାୟିତ୍ୱ ନେଇଥିବା ଜିଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରବି ନାଏକଙ୍କୁ ସ୍ୱାଗତ କରାଯାଇଛି। କାର୍ଯ୍ୟକ୍ରମରେ ଯୋଗ ଦେଇ ବହୁ ବରିଷ୍ଠ ସମ୍ବାଦିକ ପୁର୍ବତନ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀଙ୍କ କାର୍ଯ୍ୟକାଳରେ ଘଟିଥିବା ବିଭିନ୍ନ ଘଟଣାବଳୀ ଉପରେ ଆଲୋକପାତ କରିଥିଲେ। ମୁଖ୍ୟତଃ…

"ସାମ୍ବାଦିକ ସଂଘ ପକ୍ଷରୁ ବିଦାୟ କାଳିନ ସମ୍ଭର୍ଦ୍ଧନା"

ଦୃଷ୍ଟିହୀନଙ୍କ ପାଇଁ ସଶକ୍ତିକରଣ କାର୍ଯ୍ୟକ୍ରମ

ପାରଳାଖେମୁଣ୍ଡି, ୧୨ା୧(ଓଡିଆ ପୁଅ/ପ୍ରଶାନ୍ତ କୁମାର ନାୟକ)- ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସ୍ଥିତ ହୋମଗାର୍ଡ ପଡିଆ ସମୁଖରେ ଦୃଷ୍ଟିହୀନମାନଙ୍କ ପାଇଁ ଏକ ସଶକ୍ତିକରଣ ପ୍ରଶିକ୍ଷଣ ଗୃହ ଉଦ୍ଘାଟିତ ହୋଇଛି। ଏହାକୁ ସ୍ୱେଚ୍ଛାସେବୀ ଅନୁଷ୍ଠାନ ସିସିଡି ଆନୁକୁଲ୍ୟରେ ଉଦ୍ଘାଟନ କରାଯାଇଥିବା ବେଳେ ରାଜ୍ୟ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗର ପ୍ରିନ୍ସିପାଲ ସେକ୍ରେଟେରୀ ନିତିନ ଚନ୍ଦ୍ରା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଉଦ୍ଘାଟନ କରିଥିଲେ। କାର୍ଯ୍ୟକ୍ରମରେ ଅନ୍ୟତମ ଅତିଥି ଭାବେ ଗଜପତି ଜିଲାପାଳ ତଥା ଭିନ୍ନକ୍ଷଣ ଉପଆୟୋଗ ସୁଧାଂଶୁ ମୋହନ ସାମଲ ଯୋଗ ଦେଇଥିଲେ। ଏହି ପ୍ରଶିକ୍ଷଣ କେନ୍ଦ୍ରରେ ମୁଖ୍ୟତଃ ଦୃଷ୍ଟିହୀନମାନଙ୍କୁ ବିଭିନ୍ନ ଯୋଗ୍ୟତା ଭିତ୍ତିରେ ପ୍ରଶିକ୍ଷଣ ଦେବାପାଇଁ ବ୍ୟବସ୍ଥା କରାଯାଇଛି। ସେହିପରି ଏହି ପ୍ରଶିକ୍ଷଣ…

"ଦୃଷ୍ଟିହୀନଙ୍କ ପାଇଁ ସଶକ୍ତିକରଣ କାର୍ଯ୍ୟକ୍ରମ"

ସେଞ୍ଚୁରିଆନ ବିଶ୍ୱବିଦ୍ୟାଳୟର ବାର୍ଷିକ କ୍ରୀଡା

ପାରଳାଖେମୁଣ୍ଡି, ୧୨ା୧(ଓଡିଆ ପୁଅ/ପ୍ରଶାନ୍ତ କୁମାର ନାୟକ)- ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସେଞ୍ଚୁରିଆନ ବିଶ୍ୱବିଦ୍ୟାଳୟର ସପ୍ତମ ବାର୍ଷିକ କ୍ରୀଡା ଉତ୍ସବ ଆଜି ଉଦ୍ଘାଟିତ ହୋଇଯାଇଛି। ଏହି ଅବସରରେ ବିଶ୍ୱବିଦ୍ୟାଳୟର କିଛି ଛାତ୍ର/ଛାତ୍ରୀଙ୍କୁ ନେଇ ମଶାଲ ଶୋଭାଯାତ୍ରା ଓ ମାରାଥନ ଦୌଡ ରାଜନଅର ପରିସରରୁ ବାହାରିଥିଲା। ବିଶ୍ୱବିଦ୍ୟାଳୟର କ୍ରିକେଟ ପଡିଆରେ ଶୋଭାଯାତ୍ରା ପହଞ୍ଚିବା ପରେ ଶୁଭାରମ୍ଭ ହୋଇଥିଲା। ଡେପୁଟି ଭାଇସ ଚାନସଲର ଡ.ସୁପ୍ରିୟା ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ବାର୍ଷିକ କ୍ରୀଡା ଉତ୍ସବ ଉଦ୍ଘାଟିତ କରିଥିଲେ। ରେଜିଷ୍ଟାର ଡ.ଅନିତା ପାତ୍ର ବୈଷୟିକ ବିଶ୍ୱବିଦ୍ୟାଳୟର ଅଧ୍ୟକ୍ଷ ଡ.ବିପି ମିଶ୍ର, ଡେପୁଟି ରେଜିଷ୍ଟ୍ରର ଦୁର୍ଗା ପ୍ରସାଦ ପାଢୀ ଶାନ୍ତି ଶୃଙ୍ଖଳା ରକ୍ଷା ସହ କ୍ରୀଡା ଆୟୋଜନ କରିବା ପାଇଁ…

"ସେଞ୍ଚୁରିଆନ ବିଶ୍ୱବିଦ୍ୟାଳୟର ବାର୍ଷିକ କ୍ରୀଡା"

ଗଜପତି ଜିଲ୍ଲାର ୩ଶିଶୁ କଳାହାଣ୍ଡିରୁ ଉଦ୍ଧାର

ପାରଳାଖେମୁଣ୍ଡି, ୧୨ା୧(ଓଡିଆ ପୁଅ/ପ୍ରଶାନ୍ତ କୁମାର ନାୟକ)- ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସ୍ଥିତ ଜିଲା ଶିଶୁ କଲ୍ୟାଣ ସମିତିରେ ଭବାନିପାଟଣାରୁ ଉଦ୍ଧାର ହୋଇଥିବା ୩ଜଣ ଶିଶୁଙ୍କୁ ଚାଇଲ୍ଡ ଲାଇନ ଦ୍ୱାରା ହସ୍ତାନ୍ତର କରାଯାଇଛି। ୧୪ରୁ ୧୫ବର୍ଷ ମଧ୍ୟରେ ଏହି ଶିଶୁଗୁଡିକ ଗୋଷାଣି ବ୍ଲକ ଲୁବା-ସିରିପୁର ଏବଂ ସିଙ୍ଗିପୁର ଗ୍ରାମଅଞ୍ଚଳ ବାସିନ୍ଦା ଅଟନ୍ତି। ଏମାନଙ୍କୁ ଉତ୍ତମ ରୋଜଗାର ଲୋଭ ଦେଖାଇ ଏକ ଘରୋଇ କମ୍ପାନୀ ପାରଳାଖେମୁଣ୍ଡି ଠାରୁ କଳାହାଣ୍ଡି ଜିଲା ଭବାନିପାଟଣାକୁ ଡକାଇନେଇଥିଲେ। ଏହି ସଂସ୍ଥା ମାସିକ ୧୦ହଜାର ଟଙ୍କା ଦରମା ଦେବ ବୋଲି ଲୋଭ ଦେଖାଇବା ସହ ଶିଶୁମାନଙ୍କୁ ଠାରୁ ୧୬ହଜାର ଟଙ୍କା ଲେଖାଏଁ ଡିପୋଜିଟ ନେଇଥିଲେ। ମାତ୍ର ୬ମାସ ପର୍ଯ୍ୟନ୍ତ ଏମାନେ କାମ କରିବା ପରେ…

"ଗଜପତି ଜିଲ୍ଲାର ୩ଶିଶୁ କଳାହାଣ୍ଡିରୁ ଉଦ୍ଧାର"

ମିଳିମିଳା ରୋଗର ଟିକାକରଣ ପାଇଁ ବୈଠକ

ପାରଳାଖେମୁଣ୍ଡି, ୧୨ା୧(ଓଡିଆ ପୁଅ/ପ୍ରଶାନ୍ତ କୁମାର ନାୟକ)- ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସ୍ଥିତ ଜିଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ ବୈଠକ ପ୍ରକୋଷ୍ଠ ଠାରେ ରାଷ୍ଠ୍ରିୟ ବାଲ ସୁରକ୍ଷା କାର୍ଯ୍ୟକ୍ରମ ଅନୁଯାୟୀ ମିଳିମିଳା ଓ ଜର୍ମାନ ମିଳିମିଳା ଟୀକା କରଣ ପାଇଁ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଆସନ୍ତା ଜାନୁୟାରୀ ୨୯ ତାରିଖ ଠାରୁ ଗଜପତି ଜିଲାରେ ଆରମ୍ଭ ହେବାକୁ ଥିବା ଏହି ମିଜେଲସ ରୁବେଲା ଟୀକାକରଣ କାର୍ଯ୍ୟକ୍ରମ କିପରି ସଫଳତାର ସହ ଶେଷ ହେବ ଏବଂ ଏଥିପାଇଁ କେଉଁସବୁ ଦିଗ ଉପରେ ଧ୍ୟାନ ଦେବା ଆବଶ୍ୟକ ସେହି ବିଷୟରେ ଆଲୋଚନା ହୋଇଥିଲା। ଜିଲାର ବିଭିନ୍ନ ବ୍ଲକରୁ ରାଷ୍ଟ୍ରିୟ ବାଲ ସୁରକ୍ଷା କାର୍ଯ୍ୟକ୍ରମର ସଭ୍ୟମାନେ ଏହି ଟୀକାକରଣ କାର୍ଯ୍ୟକ୍ରମରେ…

"ମିଳିମିଳା ରୋଗର ଟିକାକରଣ ପାଇଁ ବୈଠକ"

ଚେଙ୍କ ବିରୁଧରେ ସାମୁହିକ ସଚେତନତା କାର୍ଯ୍ୟକ୍ରମ

ପାରଳାଖେମୁଣ୍ଡି, ୧୨ା୧(ଓଡିଆ ପୁଅ/ପ୍ରଶାନ୍ତ କୁମାର ନାୟକ)- ଗଜପତି ଜିଲା ପାରଳାଖେମୁଣ୍ଡି ସ୍ଥିତ ଜାଗିଲି ସାହି ବସ୍ତି ଅଞ୍ଚଳରେ ଚେଙ୍କ ବିରୁଧରେ ଏକ ସାମୁହିକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସଂକ୍ରାନ୍ତି ବା ପୋଙ୍ଗଲ ସମୟରେ ଶିଶୁମାନଙ୍କ ରୋଗ ଭଲପାଇଁ ଦିଆଯାଉଥିବା ଲୁହା ଚେଙ୍କ ବିରୁଧରେ ଏହି ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଜିଲା ଶିଶୁ ସୁରକ୍ଷା ଅଧିକାରୀ ଅରୁଣ କୁମାର ତ୍ରିପାଠୀ ଏଥିରେ ସଭାପତିତ୍ୱ କରିଥିବା ବେଳେ ଜିଲା ଶିଶୁ ମଙ୍ଗଳ ସମିତିର ଅଧ୍ୟକ୍ଷ ବିନୋଦ ଚନ୍ଦ୍ର ଜେନା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଲୁହା ଚେଙ୍କ ଦ୍ୱାରା ଶିଶୁ ମାନଙ୍କ ରୋଗ ଭଲକରିବାକୁ ନେଇ ଯେଉଁ କୁସଂସ୍କାର ବା ଅନ୍ଧବିଶ୍ୱାସ ରହିଛି ତାହା ତୁରନ୍ତ…

"ଚେଙ୍କ ବିରୁଧରେ ସାମୁହିକ ସଚେତନତା କାର୍ଯ୍ୟକ୍ରମ"

ଅଙ୍ଗନୱାଡି କର୍ମୀଙ୍କୁ କ୍ଷୁଦ୍ରଦାନା ଶସ୍ୟରୁ ଖାଦ୍ୟ ପ୍ରସ୍ତୁତି ପ୍ରଶିକ୍ଷଣ

ପାରଳାଖେମୁଣ୍ଡି, ୧୨ା୧(ଓଡିଆ ପୁଅ/ପ୍ରଶାନ୍ତ କୁମାର ନାୟକ)- ଗଜପତି ଜିଲା ମୋହନା ବ୍ଳକ ଅନ୍ତର୍ଗତ ଚାନ୍ଦିପୁଟ ଠାରେ ମାଣ୍ଡିଆ ଜାତୀୟ କ୍ଷୁଦ୍ରଦାନା ଶସ୍ୟରୁ ଖାଦ୍ୟ ପ୍ରସ୍ତୁତି ସମ୍ବନ୍ଧିୟ ଏକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଚାନ୍ଦିପୁଟ ଓ ଚନ୍ଦ୍ରଗିରି ଅଞ୍ଚଳର ୧୦ଟି ଅଙ୍ଗନୱାଡି କେନ୍ଦ୍ରରୁ କର୍ମୀ ଓ ପାଚିକା ସହାୟିକାମାନେ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମରେ ହାଇଦ୍ରାବାଦରୁ ଶ୍ରୀନିବାସ ରାଓ, ଭୁବନେଶ୍ୱରରୁ ରମଣୀ ରଞ୍ଜନ ଓ ଗଜପତିରୁ ପରେଶ ବେହେରା ପ୍ରମୁଖ ଉପସ୍ଥିତ ରହି ମାଣ୍ଡିଆ ଜାତୀୟ କ୍ଷୁଦ୍ରଦାନା ଶସ୍ୟର ଖାଦ୍ୟ ଗୁଣ ଓ ସରକାରଙ୍କ ସାହାଯ୍ୟ ସହଯୋଗରେ ଶିଶୁ ଓ ମହିଳାମାନଙ୍କ ପୁଷ୍ଟିହିନତା ଦୁର ପାଇଁ ଏହାର ଆବଶ୍ୟକତା ସମ୍ପର୍କରେ ବୁଝାଇଥିଲେ। ମାଣ୍ଡିଆ ଜାତୀୟ ଶସ୍ୟରୁ…

"ଅଙ୍ଗନୱାଡି କର୍ମୀଙ୍କୁ କ୍ଷୁଦ୍ରଦାନା ଶସ୍ୟରୁ ଖାଦ୍ୟ ପ୍ରସ୍ତୁତି ପ୍ରଶିକ୍ଷଣ"

ସଡକ ଦୁର୍ଘଟଣାରେ କାର ଓଲଟିଲା

ପାରଳାଖେମୁଣ୍ଡି, ୧୨ା୧(ଓଡିଆ ପୁଅ/ପ୍ରଶାନ୍ତ କୁମାର ନାୟକ)- ଗଜପତି ଜିଲା ପାରଳାଖେମୁଣ୍ଡି ସ୍ଥିତ ଫରେଷ୍ଟଗେଟ ନିକଟସ୍ଥ ଉଦ୍ୟାନ ବିଭାଗ କାର୍ଯ୍ୟାଳୟ ସମୁଖ ରାସ୍ତାରେ ଏକ କାର ଓଲଟି ପଡିରହିଥିବାର ଦେଖିବାକୁ ମିଳିଥିଲା। ଏହି ରାସ୍ତାଟି ଏକ ଜନଗହଳି ପୁର୍ଣ୍ଣ ରାସ୍ତା ହୋଇଥିବା ବେଳେ ଏଠାରେ ଏକ ମାରୁତି ଅଲଟୋ କାର ନଂ ଓ ଆର୦୭ଡବ୍ଲୁ୨୭୭୨ କୌଣସି କାରଣରୁ ଦୁର୍ଘଟଣାଗସ୍ତ ହୋଇ ରାସ୍ତାକୋଡକୁ ଓଲଟି ପଡିଥିବାର ଦେଖିବାକୁ ମିଳିଥିଲା। ତେବେ ଏଥିରେ ଥିବା ଯାତ୍ରୀଙ୍କ କ୍ଷୟକ୍ଷତି ବିଷୟରେ କୌଣସି ସୂଚନା ହସ୍ତଗତ ହୋଇପାରିନାହିଁ କିମ୍ବା ଘଟଣାର କୌଣସି ଅଭିଯୋଗ ମଧ୍ୟ ହୋଇନଥିବାର ସୂଚନା ମିଳିଛି।

"ସଡକ ଦୁର୍ଘଟଣାରେ କାର ଓଲଟିଲା"