ଚୋରା ଦେଶିମଦ ସହ ଜଣେ ଗିରଫ

ପାରଳାଖେମୁଣ୍ଡି,୨ା୧୦(ଓଡିଆ ପୁଅ/ପ୍ରଶାନ୍ତ କୁମାର ନାୟକ)- ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ଥାନା ପକ୍ଷରୁ  ଥାନାଧିକାରୀ ବାବୁଲି ନାୟକଙ୍କ ନିଦେ୍ର୍ଦଶରେ ବିଭିନ୍ନ ସ୍ଥାନରେ ଚଢାଉ ଚାଲିଥିବା ବେଳେ ସହର ଉପକଣ୍ଠସ୍ଥ ସିଙ୍ଗିପୁର ଗ୍ରାମ ନିକଟରୁ ଚୋରାଦେଶିମଦ ସହ ଜଣକୁ ଗିରଫ କରାଯାଇଛି । ଗତକାଲି ରାତିରେ ପେଟ୍ରୋଲିଂ ସମୟରେ ପୋଲିସ କୌଣସି ସୂତ୍ରରୁ ଖବର ପାଇ ସହର ଉପକଣ୍ଠସ୍ଥ ସିଙ୍ଗିପୁର ନିକଟରେ ପହଞ୍ଚି ଖୋଲତାଡ ଆରମ୍ଭ କରିଥିଲା । ଖୋଲତାଡ ଆରମ୍ଭ କରିବା ସମୟରେ  ଏସ.କାନ୍ତାରାଓ ନାମକ ବ୍ୟକ୍ତିଙ୍କ ଠାରୁ ପ୍ରାୟ ୬.୫ଲିଟର ଚୋରା ଦେଶିମଦ ଜବତ ହୋଇଥିଲା । ସହ ଉପନିରିକ୍ଷକ ପି.ବି ସତପଥି ତୁରନ୍ତ ମଦ ଜବତ କରିବା ସହ ଅଭିଯୁକ୍ତଙ୍କୁ ଗିରଫ କରି ଥାନାକୁ…

"ଚୋରା ଦେଶିମଦ ସହ ଜଣେ ଗିରଫ"

ସେଚ୍ଛାକୃତ ରକ୍ତଦାନ ପାଇଁ ସଚେତନତା ବୈଠକ

ପାରଳାଖେମୁଣ୍ଡି,୨୫ା୯(ଓଡିଆ ପୁଅ/ପ୍ରଶାନ୍ତ କୁମାର ନାୟକ)- ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସ୍ଥିତ ନିୟନ୍ତ୍ରିତ ବଜାର କମିଟି ପରିସରରେ “ଗଜପତି ବ୍ଲଡ ଡୋନରସ” ଅନୁଷ୍ଠାନର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ମୁଖ୍ୟ ଅତିଥି ଭାବେ ଜିଲା ଅତିରିକ୍ତ ମୁଖ୍ୟ ଚିକିତ୍ସାଧିକାରୀ ଡଃ.ଭି.ଏସ.ଏନ ରାଜୁ ଯୋଗଦେଇ ରକ୍ତଦାନ ଏକ ମହତ କାମ ଏବଂ ଏଥିପାଇଁ ଯୁବଗୋଷ୍ଠୀ ଆଗେଇଆସିବା ଦରକାର ବୋଲି କହିଥିଲେ । ସେହିପରି ଅନୁଷ୍ଠାନ ପକ୍ଷରୁ ଅତ୍ୟାବଶ୍ୟକ ସମୟରେ ରକ୍ତ ଯୋଗାଇବା ପାଇଁ ଇଚ୍ଛୁକ ଥିବା ବ୍ୟକ୍ତିମାନଙ୍କୁ ସଚେତନତା କରାଇବା ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ଗ୍ରହଣ କରାଯିବ ବୋଲି ଆଲୋଚନା ହୋଇଥିଲା । ଏହା ଦ୍ୱାରା ଆବଶ୍ୟକ ସମୟରେ ଅନୁଷ୍ଠାନ ଦ୍ୱାରା ବିନା ମୁଲ୍ୟରେ ଯେକୌଣସି…

"ସେଚ୍ଛାକୃତ ରକ୍ତଦାନ ପାଇଁ ସଚେତନତା ବୈଠକ"

ଜିଲା ଅଙ୍ଗନୱାଡି ସଂଘର ବିକ୍ଷୋଭ

ପାରଳାଖେମୁଣ୍ଡି,୨୪ା୯(ଓଡିଆ ପୁଅ/ପ୍ରଶାନ୍ତ କୁମାର ନାୟକ)- ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସ୍ଥିତ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅଲ ଓଡିଶା ଅଙ୍ଗନୱାଡି ଲେଡିଜ ୱାର୍କସ ସଂଘ ଗଜପତି ଶାଖା ପକ୍ଷରୁ ବିଭିନ୍ନ ଦାବିକୁ ନେଇ ବିକ୍ଷୋବ ପଦର୍ଶନ କରାଯାଇଥିଲା । ଭାରତୀୟ ମଜଦୁର ସଂଘ ଦ୍ୱାରା ପରିଚାଳିତ ଏହି ଅଙ୍ଗନୱାଡି ସଂଘ ପକ୍ଷରୁ ଶହ ଶହ ସଂଖ୍ୟାରେ କର୍ମୀ ଏକ ଶୋଭାଯାତ୍ରାରେ ଆସି ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚି ବିକ୍ଷୋଭ ପଦର୍ଶନ କରିଥିଲେ ।  ପୂର୍ବରୁ ସଂଘ ପକ୍ଷରୁ ଗତ ମଇ ମାସରେ ୫ଦିନିଆ କାର୍ଯ୍ୟ ବନ୍ଦ ଆନେ୍ଦାଳନ କରାଯାଇଥିଲା । ସେଥିରେ କୌଣସି ସୁଫଳ ନମିଳିବାରୁ ରାଜ୍ୟ ସଂଘର ଆହ୍ୱାନ କ୍ରମେ ଜିଲା ସଂଘ ପକ୍ଷରୁ ଆଜି…

"ଜିଲା ଅଙ୍ଗନୱାଡି ସଂଘର ବିକ୍ଷୋଭ"

ଛାତ୍ର କଂଗ୍ରେସ ସମର୍ଥିତ ପ୍ରାର୍ଥୀଙ୍କ ବାଜିମାତ

ପାରଳାଖେମୁଣ୍ଡି,୨୪ା୯(ଓଡିଆ ପୁଅ/ପ୍ରଶାନ୍ତ କୁମାର ନାୟକ)- ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସ୍ଥିତ ଶ୍ରୀ କୃଷ୍ଣ ଚନ୍ଦ୍ର ଗଜପତି ସ୍ୱୟଂ ଶାସିତ ମହାବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି । ଛାତ୍ର ସଂସଦ ନିର୍ବାଚନର ଫଳାଫଳ ଘୋଷିତ ହେବା ପରେ ଯୁକ୍ତ ୩ ବିଜ୍ଞାନ ବିଭାଗର ରାଧା ଗୋବିନ୍ଦ ପାଣିଗ୍ରହୀ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦି ମୁନୁରାଜ ଗମାଙ୍ଗଙ୍କୁ ପଛରେ ପକାଇ ସଭାପତି ପଦରେ ବିଜୟି ହୋଇଛନ୍ତି । ସେହିପରି ସମ୍ପାଦକ ପଦବୀରେ ପ୍ରଶାନ୍ତ ଗୌଡ ବିଜୟି ହୋଇଛନ୍ତି । ପରାସ୍ତ ହୋଇଥିବା ସଭାପତି ପ୍ରାର୍ଥୀ ମୁନୁରାଜ ଗମାଙ୍ଗଙ୍କୁ ଛାତ୍ର ବିଜେଡି ସମର୍ଥନ କରୁଥିବା ବେଳେ ବିଜୟି ପ୍ରାର୍ଥୀ ରାଧାଗୋବିନ୍ଦ ପାଣିଗ୍ରାହୀଙ୍କୁ ଜିଲା ଛାତ୍ର କଂଗ୍ରେସ ପକ୍ଷରୁ ସମର୍ଥନ…

"ଛାତ୍ର କଂଗ୍ରେସ ସମର୍ଥିତ ପ୍ରାର୍ଥୀଙ୍କ ବାଜିମାତ"

ସ୍ୱୟଂ ସହାୟକା ଗୋଷ୍ଠିର ତାଲିମ କର୍ମଶାଳା

ପାରଳାଖେମୁଣ୍ଡି, ୧୩ା୯(ଓଡିଆପୁଅ/ପ୍ରଶାନ୍ତ କୁମାର ନାୟକ)- ଗଜପତି ଜିଲା ପାରଳାଖେମୁଣ୍ଡି ସ୍ଥିତ ସମନ୍ନିତ ଆଦିବାସି ଉନ୍ନୟନ ସଂସ୍ଥା କାର୍ଯ୍ୟାଳୟ ପରିସରରେ ଓଡିଶା ଆଦିବାସି ସଶକ୍ତି କରଣ ଓ ଜୀବନଜୀବିକା ପ୍ରକଳ୍ପର ସଭାଗୃହଠାରେ ସ୍ୱୟଂ ସହାୟକାମାନଙ୍କର କର୍ମଶାଳା ଉଦଯାପିତ  ହୋଇଛି । ଓଡିଶା ଆଦିବାସି ସଶକ୍ତି କରଣ ଓ ଜୀବନ ଜୀବିକା ପ୍ରକଳ୍ପର କାର୍ଯ୍ୟକ୍ରମ ଅଧିକାରୀ ପ୍ରଭାତ କୁମାର ଘଡେଇ ଏହି କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରି ଏହାର ଉଦେ୍ଦଶ୍ୟ ଓ ଆବଶ୍ୟକତା ଏବଂ ଆଦିବାସି ଅଧ୍ୟୁଷିତ ଅଞ୍ଚଳରେ ସରକାରଙ୍କ ବିଭିନ୍ନ ବିକାଶ ମୁଳକ ୍ଯୋଜନା ଉପରେ କହିଥିଲେ । ଏହି କର୍ମଶାଳାରେ ମୁଖ୍ୟତଃ ଆଦିବାସି ଅଧ୍ୟୁଷିତ ଅଞ୍ଚଳରେ ସ୍ୱୟଂ ସହାୟିକା ଗୋଷ୍ଠିର ସଶକ୍ତି କରଣ ଓ ଜୀବନଜୀବିକା ମାନରେ…

"ସ୍ୱୟଂ ସହାୟକା ଗୋଷ୍ଠିର ତାଲିମ କର୍ମଶାଳା"

ବିଦ୍ୟାଳୟ ସ୍ତରୀୟ ଦୌଡକୁଦ କ୍ରିଡା ପ୍ରତିଯୋଗିତା

ପାରଳାଖେମୁଣ୍ଡି,୧୩ା୯(ଓଡିଆପୁଅ/ପ୍ରଶାନ୍ତ କୁମାର ନାୟକ)- ଗଜପତି ଜିଲା ପାରଳାଖେମୁଣ୍ଡି ସ୍ଥିତ ଗଜପତି ଷ୍ଟାଡିୟମଠାରେ ଜିଲା ଶିକ୍ଷାଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ୫ମ ଜିଲା ବିଦ୍ୟାଳୟ ସ୍ତରୀୟ ଦୌଡକୁଦ ପ୍ରତିଯାଗିତା ଉଦ୍ଘାଟିତ ହୋଇଛି । ଉଦ୍ଘାଟନି କାର୍ଯ୍ୟକ୍ରମରେ ଜିଲା ଶିକ୍ଷା ଅଧିକାରୀ ସଂଜୀବ କୁମାର ସିଂ ଅଧ୍ୟକ୍ଷତା କରିଥିବାବେଳେ ମୁଖ୍ୟ ଅତିଥିଭାବେ ତହସିଲଦାର କେଦାର ନାଥ ଭୋଇ ଯୋଗଦେଇ କ୍ରିଡା ପତାକା ଉତ୍ତୋଳନ କରିଥିଲେ । ଏହାପରେ କ୍ରିଡା ପ୍ରତିଯୋଗି ଦଳର ଏକ ମାର୍ଚ ପାଷ୍ଟର ଅଭିବାଦନ ଗ୍ରହଣ କରିଥିଲେ । ମୁଖ୍ୟ ଅତିଥି କ୍ରିଡାର ଆବଶ୍ୟକତା ଓ ବିଶେଷତ୍ୱ ଉପରେ ବକ୍ତବ୍ୟ ରଖିଥିଲେ । ଜିଲା ଶିକ୍ଷା ଅଧିକାରୀ ନିଷ୍ଠାର ସହ ଖେଳାଳୀର ମନୋଭାବ ରଖି ଖେଳିଲେ ଜଣେ…

"ବିଦ୍ୟାଳୟ ସ୍ତରୀୟ ଦୌଡକୁଦ କ୍ରିଡା ପ୍ରତିଯୋଗିତା"

ବିଜ୍ଞାନ ଶିକ୍ଷକ ସଚେତନତା କର୍ମଶାଳା

ପାରଳାଖେମୁଣ୍ଡି,୧୩ା୯(ଓଡିଆପୁଅ/ପ୍ରଶାନ୍ତ କୁମାର ନାୟକ)- ଗଜପତି ଜିଲା ପାରଳାଖେମୁଣ୍ଡି ସ୍ଥିତ ମହାରାଜାଙ୍କ ବାଳିକା ଉଚ୍ଚବିଦ୍ୟାଳୟ ପରିସରରେ ଏକ ଜିଲା ସ୍ତରୀୟ ବିଜ୍ଞାନ ଶିକ୍ଷକ ସଚେତନତା ତାଲିମ କର୍ମଶାଳା ଜିଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଅନୁଷ୍ଠିତ ହୋଇଯାଇଛି । କେନ୍ଦ୍ର ବିଜ୍ଞାନ ପ୍ରଜୁକ୍ତି ବିଭାଗ ତଥା ବିଜ୍ଞାନ ଓ ପ୍ରଜୁକ୍ତି ବିଦ୍ୟା ଜାତୀୟ ପରିଷଦ ସହାୟତାରେ ଏହି କାର୍ଯ୍ୟକ୍ରମ ହୋଇଛି । ଜିଲା ବିଜ୍ଞାନ ନିରିକ୍ଷକ ସାତ୍ମିକ କୁମାର ପଟ୍ଟନାୟକ ଏହି କାର୍ଯ୍ୟକ୍ରମରେ ସଭାପତିତ୍ୱ କରି ତାଲିମ କର୍ମଶାଳାର ମୁଖ୍ୟ ବିଷୟ ବସ୍ତୁ ଉପରେ ସୁଚନା ଦେଇଥିଲେ । ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ସ୍ୱୟଂ ଶାସିତ ମହାବିଦ୍ୟାଳୟର ପ୍ରଧ୍ୟାପକ ଡ. ଜିତେନ୍ଦ୍ର କୁମାର ପଟ୍ଟନାୟକ ଏବଂ ପ୍ରାଣୀ…

"ବିଜ୍ଞାନ ଶିକ୍ଷକ ସଚେତନତା କର୍ମଶାଳା"

ପୌରପରିଷଦର ରାସ୍ତା କାମ ପାଇଁ ଭୁମି ପୂଜା

ପାରଳାଖେମୁଣ୍ଡି,୧୩ା୯(ଓଡିଆପୁଅ/ପ୍ରଶାନ୍ତ କୁମାର ନାୟକ)- ଗଜପତି ଜିଲା ପାରଳାଖେମୁଣ୍ଡି ସ୍ଥିତ ଦୋଳବନ୍ଧ ରାସ୍ତାର ନୂତନ କାମ ପାଇଁ ପୌରପରିଷଦ ପକ୍ଷରୁ ଭୁମି ପୂଜା କରାଯାଇଛି । ଏହି ଅବସରରେ ପୌରପରିଷଦର ଅଧ୍ୟକ୍ଷା ଏମ.ଲଳିତା ମୁଖ୍ୟ ଅତିଥି ଭାବେଯୋଗଦେଇ ନଡିଆ ଭାଙ୍ଗିବା ସହ କାର୍ଯ୍ୟରେ ଶୁଭ ଦିଆଯାଇଥିଲା । ଏହି ରାସ୍ତା ସ୍ଥାନୀୟ ମାଟିଆ ସାହି ଠାରୁ କେଉଟ ସାହି ଛକ ପର୍ଯ୍ୟନ୍ତ ପ୍ରାୟ ୧୭୦ମିଟର ଦୁରତାର ହୋଇଥିବା ବେଳେ ଏଥିପାଇଁ ୨୦ଲକ୍ଷ ଟଙ୍କା ବ୍ୟୟ ବରାଦ ହୋଇଥିବାର କନିଷ୍ଠ ଯନ୍ତ୍ରୀ ଡି.ଯୁଦ୍ଧିଷ୍ଠିର ଜଣାଇଛନ୍ତି । ସେହିପରି ରାସ୍ତାର ୨ପାଶ୍ୱର୍ରେ ରହିଥିବା ଡ୍ରେନ ମରାମତି ସହ ଡ୍ରେନ ଉପରିଭାଗରେ  ପ୍ଲେଟ ପକାଇବା ପାଇଁ ମଧ୍ୟ ଯୋଜନା ରହିଛି ।…

"ପୌରପରିଷଦର ରାସ୍ତା କାମ ପାଇଁ ଭୁମି ପୂଜା"

ଗଜପତି ଜିଲ୍ଲା ସାମ୍ବାଦିକ ସଂଘର ଏକ ବୈଠକ

ପାରଳାଖେମୁଣ୍ଡି,୧୩ା୯(ଓଡିଆପୁଅ/ପ୍ରଶାନ୍ତ କୁମାର ନାୟକ)- ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସ୍ଥିତ ଓଡିଆ ଭଣ୍ଡାରି ସାହି ସ୍ଥିତ ଉକ୍ରଳ ହିତୈଷୋଣୀ ସମାଜ ସଭାଗୃହ ଠାରେ ଜିଲା ସାମ୍ବାଦିକ ସଂଘର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ବରିଷ୍ଠ ସାମ୍ବାଦିକ ଗରୁଡଧ୍ୱଜ ଚୌଧୁରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଅବସରପ୍ରାପ୍ତ ପ୍ରଶାସକ ପୂର୍ଣ୍ଣଚନ୍ଦ୍ର ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ସାମ୍ବାଦିକ ରୂପେଶ ସାହୁ, ତାରିଣୀ ପ୍ରସାଦ ପଣ୍ଡା, କେ.ସିଏଚ ରତ୍ନମ, ପ୍ରଦୀପ ନାୟକ ଏବଂ ବସନ୍ତ ପଣ୍ଡା ପ୍ରମୁଖ  ମଞ୍ଚାସୀନ ଅତିଥି ଭାବେ ଯୋଗଦେଇଥିଲେ । ସାମ୍ବାଦିକ ମାନଙ୍କୁ ସଂଗଠିତ କରିବା ପାଇଁ ବରିଷ୍ଠ ସାମ୍ବାଦିକ ଗଣେଷ ରାଜୁ ଏବଂ ରଶ୍ମିରଞ୍ଜନ ମିଶ୍ର ଏକ ପଦକ୍ଷେପ…

"ଗଜପତି ଜିଲ୍ଲା ସାମ୍ବାଦିକ ସଂଘର ଏକ ବୈଠକ"

ଫାର୍ମାସିଷ୍ଟ ସେବା ସଂଘର ବୈଠକ

ପାରଳାଖେମୁଣ୍ଡି,୧୩ା୯(ଓଡିଆପୁଅ/ପ୍ରଶାନ୍ତ କୁମାର ନାୟକ)- ଗଜପତି ଜିଲା ପାରଳାଖେମୁଣ୍ଡି ସ୍ଥିତ ଜିଲା ମୃତିକା ସଂରକ୍ଷଣ କାର୍ଯ୍ୟାଳୟର ବୈଠକ ଗୃହରେ ଓଡିଶା ଫାର୍ମାସିଷ୍ଟ ସେବା ସଂଘ ଗଜପତି ଜିଲା ଶାଖାର ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଥିଲା । ଉକ୍ତ ସଭାରେ ରାଜ୍ୟ ସଂଘର ସଭାପତି ଜଳଧର ସେଠି ଓ ରାଜ୍ୟ ଯୁଗ୍ମ ସମ୍ପାଦକ ଶକ୍ତିକାନ୍ତ ତରାଇ ଅତିଥି ଭାବେ ଯୋଗଦେଇଥିଲେ । ଜିଲା ମୁଖ୍ୟ ଚିକିତ୍ସାଳୟର ଫାର୍ମାସିଷ୍ଟ ସରସ୍ୱତୀ ଆକା ଏହି ବୈଠକରେ ସଭାପତିତ୍ୱ କରିଥିଲେ । ପ୍ରଥମେ ଜିଲାର ବିଭିନ୍ନ ଚିକିତ୍ସାଳୟରୁ ଆସିଥିବା ଫାର୍ମାସିଷ୍ଟମାନଙ୍କର ପରିଚୟ ଆଦାନପ୍ରଦାନ କରାଯାଇଥିଲା । ଏହାପରେ ସଂଘ ପକ୍ଷରୁ ଦିର୍ଘଦିନର ଦାବି ଦରମାର ଅସଂଗତି ଦୁରିକୋରଣ, ପଦୋନ୍ନତି, ଠିକାକର୍ମଚାରୀମାନଙ୍କୁ ନିୟମିତ କରିବା…

"ଫାର୍ମାସିଷ୍ଟ ସେବା ସଂଘର ବୈଠକ"