ସେଞ୍ଚୁରିଆନ ବିଦ୍ୟାଳୟର ବାର୍ଷିକ ଉତ୍ସବ

ପାରଳାଖେମୁଣ୍ଡି, ୫ା୨(ଓଡିଆ ପୁଅ/ପ୍ରଶାନ୍ତ କୁମାର ନାୟକ)- ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସ୍ଥିତ ସେଞ୍ଚୁରିଆନ ପବ୍ଳିକ ସ୍କୁଲ ପରିସରରେ ବିଦ୍ୟାଳୟର ୧୨ତମ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି। ଏଥିରେ ଜିଲାପାଳ ଅନୁପମ ସାହା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ। ଛାତ୍ର/ଛାତ୍ରୀମାନେ ଶୃଙ୍ଖଳିତ ଓ ସମୟାନୁବର୍ତ୍ତିତ ହୋଇପାରିଲେ ନିଜର ଲକ୍ଷ ହାସଲ କରିପାରିିବେ ବୋଲି ଜିଲାପାଳ ମତ ରଖିଥିଲେ। ସେହିପରି ସେଞ୍ଚୁରିଆନ ଉପସଭାପତି ପ୍ରଧ୍ୟାପକ ଡିଏନ ରାଓ କାର୍ଯ୍ୟକ୍ରମରେ ସଭାପତିତ୍ୱ କରି ନିଜର ଅଭିଭାଷଣରେ ଛାତ୍ର/ଛାତ୍ରୀମାନଙ୍କର ଉଜ୍ଜଳ ଭବିଷ୍ୟତ ପାଇଁ ବିଭିନ୍ନ ପରାମର୍ଶ ଦେଇଥିଲେ। ପୁର୍ବରୁ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାର କୃତି ଛାତ୍ର/ଛାତ୍ରୀମାନଙ୍କୁ ଅତିଥିମାନେ ପୁରଷୃତ କରିଥିଲେ। ଶେଷରେ ଛାତ୍ର/ଛାତ୍ରୀମାନଙ୍କ…

"ସେଞ୍ଚୁରିଆନ ବିଦ୍ୟାଳୟର ବାର୍ଷିକ ଉତ୍ସବ"

କ୍ଷୁଦ୍ର ଉପନ୍ୟାସ ଲୋକାର୍ପଣ ମହୋତ୍ସବ

ପାରଳାଖେମୁଣ୍ଡି, ୫ା୨(ଓଡିଆ ପୁଅ/ପ୍ରଶାନ୍ତ କୁମାର ନାୟକ)- ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସ୍ଥିତ ଜିଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ ପରିସରରେ କ୍ଷୁଦ୍ର ଉପନ୍ୟାସ “ତୋରି ପାଇଁ ” ଲୋକାର୍ପିତ ହୋଇଯାଇଛି। ସାରସ୍ୱତ ଅଭିନନ୍ଦନ ଏବଂ ସଂକାଳ୍ପଧର୍ମୀ ଏହି କ୍ଷୁଦ୍ର ଉପନ୍ୟାସର ଲେଖିକା ଅନୁଶ୍ରୀ ପଟ୍ଟନାୟକ ଅତି ସୁନ୍ଦର ଭାବେ ମଧୁର ଭାଷାରେ ଏହି ଉପନ୍ୟାସର ରଚନା କରିଛନ୍ତି। ଏହି ଅବସରରେ ଅନୁଷ୍ଠିତ ଏକ ଉତ୍ସବରେ ବିଚିତ୍ରାନନ୍ଦ ବେବର୍ତ୍ତା ପୌରହିତ୍ୟ କରି ଏହି ଉପନ୍ୟାସର ବେଶ ପ୍ରସଂଶା କରିବା ସହ ଏହି ଉପନ୍ୟାସ ଲେଖିକା ଗଜପତି ଜିଲା ପାଇଁ ଗୌରବ ବଢାଇଛନ୍ତି ବୋଲି କହିଥିଲେ। ସେହିପରି ଓଡିଶା ସାହିତ୍ୟ ଏକାଡେମୀ ସଦସ୍ୟ ବଳରାମ ନାଗା ଯୋଗ ଦେଇ…

"କ୍ଷୁଦ୍ର ଉପନ୍ୟାସ ଲୋକାର୍ପଣ ମହୋତ୍ସବ"

ସମତା କ୍ରାନ୍ତି ଦଳର ପ୍ରଥମ କର୍ମୀ ସମ୍ମିଳନୀ

ପାରଳାଖେମୁଣ୍ଡି,୪ା୨(ଓଡିଆ ପୁଅ/ପ୍ରଶାନ୍ତ କୁମାର ନାୟକ)- ଗଜପତି ଜିଲ୍ଲାପାରଳାଖେମୁଣ୍ଡି ସ୍ଥିତ ଟାଉନହଲ ଠାରେ ସମତା କ୍ରାନ୍ତି ଦଳର ଏକ କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଦଳ ପକ୍ଷରୁ ଏକ ଶୋଭା ସ୍ଥାନୀୟ ନୁଆବସଷ୍ଟାଣ୍ଡ ଠାରୁ ବାହାରି ଟାଉନହଲ ଠାରେ ପହଞ୍ଚିଥିଲା । ସେଠାରେ ଅନୁଷ୍ଠିତ କର୍ମୀ ସମ୍ମିଳନୀରେ ଗଜପତି ଜିଲା ଆବାହକ ସୁନୀଲ ପଟ୍ଟନୟାକ ସଭାପତିତ୍ୱ କରିଥିବା ବେଳେ ପୁର୍ବତନ କେନ୍ଦ୍ରମନ୍ତ୍ରୀ ତଥା ଦଳର ରାଜ୍ୟ ସଭାପତି ବ୍ରଜକିଶୋର ତିପାଠି ମୁଖ୍ୟ ଅତିଥି ରୁପେ ଯୋଗ ଦେଇଥିଲେ । ପାରଳା ମହାରାଜାଙ୍କର ଓଡିଶା ପ୍ରଦେଶ ଗଠନରେ ପ୍ରମୁଖ ଭୁମିକା ରହିଥିବା ବେଳେ ରାଜ୍ୟ ସରକାର ଗଜପତି ଜିଲାକୁ ତଥା ପାରଳାଖେମୁଣ୍ଡିକୁ ଅଣଦେଖା କରୁଛନ୍ତି…

"ସମତା କ୍ରାନ୍ତି ଦଳର ପ୍ରଥମ କର୍ମୀ ସମ୍ମିଳନୀ"

ଭେଙ୍କଟେଶ୍ୱର ମନ୍ଦିରର ବ୍ରହ୍ମ ଉତ୍ସବ

ପାରଳାଖେମୁଣ୍ଡି,୪ା୨(ଓଡିଆ ପୁଅ/ପ୍ରଶାନ୍ତ କୁମାର ନାୟକ)- ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ଉପକଣ୍ଠସ୍ଥ ସେଞ୍ଚୁରିଆନ ବିଶ୍ୱବିଦ୍ୟାଳୟ ପରିସରରେ ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ବିଦ୍ୟା ଭେଙ୍କଟେଶ୍ୱର ବ୍ରହ୍ମ ଉତ୍ସବ ବହୁ ଆଡମ୍ବର ସହକାରେ ଅନୁଷ୍ଠିତ ହୋଇଯାଇଛି । ବିଶ୍ୱ ବିଦ୍ୟାଳୟର ପରିଚାଳକ କମିଟିର ଉପସଭାପତି ପ୍ରଫେସର ଡିଏନ ରାଓ, ଡେପୁଟି ଭାଇସ ଚାନ୍ସଲର ଡ.ସୁପ୍ରିୟା ପଟ୍ଟାନୟକ, ବୁଜି ବାବୁ, ଡେପୁଟି ରେଜିଷ୍ଟ୍ରର ଦୁର୍ଗା ପ୍ରସାଦ ପାଢୀ ପ୍ରମୁଖ ଉପସ୍ଥିତ ଥିଲେ । ଏହି ଉତ୍ସବ ଚାମାର୍ତ୍ତି ଜଗପାଲାଚାରୀ ଏବଂ ଚାମାର୍ତ୍ତି ଶ୍ରୀନିବାସ ଆଚାର୍ଯ୍ୟ ତଥା ସ୍ଥାନୀୟ ମନ୍ଦିରର ପୁଜକ ଆରାବେଲୀ ଶେଖରାଚାର୍ଯ୍ୟଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଯାଇଛି ।

"ଭେଙ୍କଟେଶ୍ୱର ମନ୍ଦିରର ବ୍ରହ୍ମ ଉତ୍ସବ"

ଛେଳି ପାଳନ ପ୍ରଶିକ୍ଷଣ ଶିବିର ଉଦ୍ୟାପିତ

ପାରଳାଖେମୁଣ୍ଡି,୪ା୨(ଓଡିଆ ପୁଅ/ପ୍ରଶାନ୍ତ କୁମାର ନାୟକ)- ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସ୍ଥିତ ଆନ୍ଧ୍ର ବ୍ୟାଙ୍କ ଗ୍ରାମିଣ ଆତ୍ମ ନିଯୁକ୍ତି ତାଲିମ କେନ୍ଦ୍ର ଠାରେ ଚାଲୁ ରହିଥିବା ଏକ ଛେଳି ପାଳନ ତାଲିମ ଶିବିର ଉଦ୍ୟାପିତ ହୋଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ଜିଲା ଓରମାସର ମୁଖ୍ୟ ରବିନ୍ଦ୍ର ପ୍ରଧାନ ଯୋଗ ଦେଇ ତାଲିମ ହାସଲକାରୀମାନଙ୍କୁ ପ୍ରମାଣ ପତ୍ର ପ୍ରଦାନ କରିଥିଲେ । ସମସ୍ତ ତାଲିମ ହାସଲକାରୀମାନଙ୍କୁ କଠିନ ପରିଶ୍ରମ କଲେ ସମସ୍ତେ ସ୍ୱାବଲମ୍ବୀ ହୋଇ ସାଧାରଣ ଭାବେ ଜୀବନ ଯାପନ କରିପାରିବେ ବୋଲି ପରାର୍ମଶ ଦିଆଯାଇଥିଲା । ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଜିଲାର ବିଭିନ୍ନ ଅଞ୍ଚଳୁ ୧୫ଜଣ ହିତାଧିକାରୀ ଯୋଗ ଦେଇଥିଲେ ଓ ଏହା ୧୦ଦିନ…

"ଛେଳି ପାଳନ ପ୍ରଶିକ୍ଷଣ ଶିବିର ଉଦ୍ୟାପିତ"

ଡିଆଇଇଟିରେ ଖୋଲିଲା ମୁକ୍ତ ବିଦ୍ୟାଳୟ ଶାଖା

ପାରଳାଖେମୁଣ୍ଡି,୩ା୨(ଓଡିଆ ପୁଅ/ପ୍ରଶାନ୍ତ କୁମାର ନାୟକ)- ଗଜପତି ଜିଲ୍ଲା ସଦରମହକୁମା ପାରଳାଖେମୁଣ୍ଡି ସ୍ଥିତ ଡିଆଇଇଟି ଠାରେ ଶିକ୍ଷକ ତାଲିମରେ ଡିପ୍ଲୋମା ହାସଲ କରିବା ପାଇଁ ମୁକ୍ତ ବିଦ୍ୟାଳୟ ଶାଖା ଖୋଲିଛି । ଏତତ୍ ବ୍ୟତୀତ ପାରଳାଖେମୁଣ୍ଡି ସ୍ଥିତ ମହିଳା ମହାବିଦ୍ୟାଳୟ, ଖାରଡା, ରାମଗିରି, ଖଜୁରୀପଦା, ଚାନ୍ଦିପୁଟ ଇତ୍ୟାଦି ସ୍ଥାନରେ ଥିବା ଯୁକ୍ତ୨ କଲେଜଗୁଡିକରେ ଏହି ତାଲିମ ବ୍ୟବସ୍ଥା କରାଯାଇଛି । ରାଜ୍ୟରେ ଥିବା ସମସ୍ତ ସରକାରୀ, ସରକାରୀ ଅନୁଦାନ ପ୍ରାପ୍ତ, ଅଣ ସାହାଯ୍ୟ ପ୍ରାପ୍ତ ବା ଘରୋଇ କ୍ଷେତ୍ରରେ ଚାଲୁରହିଥିବା ସମସ୍ତ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଅଣ ତାଲିମ ଶିକ୍ଷକମାନଙ୍କୁ ଆସନ୍ତା ୨୦୧୯ ସୁଦ୍ଧା ତାଲିମ ନେବା ବାଧ୍ୟତାମୁଳକ ବୋଲି ସରକାରଙ୍କ ସର୍ତ୍ତ ରହିଛି…

"ଡିଆଇଇଟିରେ ଖୋଲିଲା ମୁକ୍ତ ବିଦ୍ୟାଳୟ ଶାଖା"

ଟୀକାକରଣ ପାଇଁ ଶିଶୁ ସୁରକ୍ଷା ୟୁନିଟର ସଚେତନ କାର୍ଯ୍ୟକ୍ରମ

ପାରଳାଖେମୁଣ୍ଡି,୩ା୨(ଓଡିଆ ପୁଅ/ପ୍ରଶାନ୍ତ କୁମାର ନାୟକ)- ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସ୍ଥିତ ଆନ୍ଧ୍ର ବ୍ୟାଙ୍କ ଗ୍ରାମୀଣ ଆତ୍ମ ନିଯୁକ୍ତି ତାଲିମ କେନ୍ଦ୍ରର ସମ୍ମିଳନୀ କକ୍ଷ ଠାରେ ଜିଲା ଶିଶୁ ସୁରକ୍ଷା ୟୁନିଟ ପକ୍ଷରୁ ମିଜେଲସ ରୁବେଲା ଟୀକାକରଣ କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ଜିିଲାପାଳ ଅନୁପମ ସାହା ଯୋଗ ଦେଇ ବିଭିନ୍ନ ହଷ୍ଟେଲ ତଥା ବିଦ୍ୟାଳୟର କର୍ମକର୍ତ୍ତାମାନଙ୍କ ସହ ଟୀକାକରଣ ବିଷୟରେ ପ୍ରତ୍ୟକ୍ଷ ଭାବେ ଆଲୋଚନା କରିଥିଲେ । ମୁଖ୍ୟତଃ ବିଭିନ୍ନ ଅଧ୍ୟୁଷିତ ଅଞ୍ଚଳରେ ଗୁଜବ ପ୍ରଚାରିତ କରାଯାଇ ଟୀକାକରଣ ଦ୍ୱାରା ଶିଶୁମାନଙ୍କର ସ୍ୱାସ୍ଥ୍ୟର କ୍ଷତି ଘଟିବ ବୋଲି ଅପପ୍ରଚାର ହେବାପରେ ସେହିସବୁ…

"ଟୀକାକରଣ ପାଇଁ ଶିଶୁ ସୁରକ୍ଷା ୟୁନିଟର ସଚେତନ କାର୍ଯ୍ୟକ୍ରମ"

ଗୋଷାଣୀ ପଞ୍ଚାୟତ ସମିତିର ସାଧାରଣ ବୈଠକ

ପାରଳାଖେମୁଣ୍ଡି, ୧ା୨(ଓଡିଆ ପୁଅ/ପ୍ରଶାନ୍ତ କୁମାର ନାୟକ)- ଗଜପତି ଜିଲ୍ଲା ଗୋଷାଣୀ ପଞ୍ଚାୟତ ସମିତି ପକ୍ଷରୁ ଏକ ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ପାରଳାଖେମୁଣ୍ଡି ବିଧାୟକ କେ.ସୁରିୟା ରାଓ ଯୋଗ ଦେଇ ବିଭିନ୍ନ ପଞ୍ଚାୟତଗୁଡିକରେ ରହିଥିବା ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରିଥିଲେ। ମୁଖ୍ୟତଃ ବିଭିନ୍ନ ଚାଷଜମିରେ ଜଳ ସେଚନ ଜନିତ ସମସ୍ୟା ଗୁଡିକ ଉପସ୍ଥାପିତ ହୋଇଥିଲା। ସେହିପରି ବିଭିନ୍ନ ଗ୍ରାମାଞ୍ଚଳରେ ରାସନ କାର୍ଡକୁ ନେଇ ହୋଇଥିବା ଅନିୟମିତତା ବିଷୟରେ ବିଭିନ୍ନ ପ୍ରତିନିଧିମାନେ ଆଲୋଚନା କରିଥିଲେ। ତେବେ ଏହି ବୈଠକରେ ମୋଟ ୧୮ଗୋଟି ବିଭାଗକୁ ନିମନ୍ତ୍ରଣ କରାଯାଇଥିବା ବେଳେ ଏଥିରେ ମାତ୍ର ୬ଗୋଟି ବିଭାଗର ଅଧିକାରୀ ବା ପ୍ରତିନିଧିମାନେ ଯୋଗ ଦେଇଥିବାର ଦେଖିବାକୁ ମିଳିଥିଲା। ଏହାକୁ…

"ଗୋଷାଣୀ ପଞ୍ଚାୟତ ସମିତିର ସାଧାରଣ ବୈଠକ"

ବ୍ରହ୍ମ କୁମାରୀ ଇଶ୍ୱରିୟ ବିଶ୍ୱବିଦ୍ୟାଳୟର ରୋପ୍ୟ ଜୟନ୍ତୀ

ପାରଳାଖେମୁଣ୍ଡି, ୧ା୨(ଓଡିଆ ପୁଅ/ପ୍ରଶାନ୍ତ କୁମାର ନାୟକ)- ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସ୍ଥିତ ଓମଶାନ୍ତି କଲୋନୀ ଠାରେ ଅବସ୍ଥିତ ପ୍ରଜାପିତା ବ୍ରହ୍ମ କୁମାରୀ ଇଶ୍ୱରିୟ ବିଶ୍ୱବିଦ୍ୟାଳୟ ଶାନ୍ତି ସନ୍ଦେଶ ଭବନର ରୋପ୍ୟ ଜୟନ୍ତି କାର୍ଯ୍ୟକ୍ରମ ପାଳିତ ହୋଇଯାଇଛି। ଏହି ଅବସରରେ ବ୍ରହ୍ମ କୁମାରୀ ଇଶ୍ୱରିୟ ବିଶ୍ୱ ବିଦ୍ୟାଳୟ ପକ୍ଷରୁ ଏକ ବିରାଟ ଶାନ୍ତି ଶୋଭାଯାତ୍ରା ବାହାରି ସହର ପରିକ୍ରମା କରିଥିଲା। ପରେ ଏହି ଶୋଭାଯାତ୍ରା ସହରର ବିଜୁ କଲ୍ୟାଣ ମଣ୍ଡପ ଠାରେ ପହଞ୍ଚିବା ପରେ ସେଠାରେ ଏକ ସଭାର ଆୟୋଜନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ମାଉଣ୍ଟ ଆବୁ ପର୍ବତରୁ ଆସିଥିବା ବ୍ରହ୍ମ କୁମାର ସୁରଜ ଭାଇ, ବ୍ରହ୍ମ କୁମାର ରୁପେଶ ଭାଇ, ବ୍ରହ୍ମ…

"ବ୍ରହ୍ମ କୁମାରୀ ଇଶ୍ୱରିୟ ବିଶ୍ୱବିଦ୍ୟାଳୟର ରୋପ୍ୟ ଜୟନ୍ତୀ"

ପିପୁଲ ଟାସ୍କ ଫୋର୍ସର ବ୍ଳକ ସ୍ତରୀୟ ସମ୍ମିଳନୀ

ପାରଳାଖେମୁଣ୍ଡି,୩୧ା୧(ଓଡିଆ ପୁଅ/ପ୍ରଶାନ୍ତ କୁମାର ନାୟକ)- ଗଜପତି ଜିଲ୍ଲା ଗୋଷାଣୀ ଠାରେ ଓଡିଶା ପିପୁଲ ଟାସ୍କ ଫୋର୍ସ ଗଜପତି ଶାଖାର ଏକ ବ୍ଳକ ସ୍ତରୀୟ ଦିନିକିଆ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଗୋଷାଣୀ ବ୍ଳକର ସମସ୍ତ ପଞ୍ଚାୟତରୁ ୫୩ଜଣ ସ୍ୱେଚ୍ଛାସେବୀ ଏଥିରେ ଯୋଗ ଦେଇଥିଲେ । ଏହି ସମ୍ମିଳନୀରେ ସମସ୍ତ ସରକାରୀ ଯୋଜନା ଠିକ ଭାବେ ଗ୍ରାମାଞ୍ଚଳରେ ପହଞ୍ଚାଇବା ଏବଂ ଯୋଗ୍ୟ ହିତାଧିକାରୀ କିପରି ବିଭିନ୍ନ ସାମାଜିକ ସୁରକ୍ଷା ଯୋଜନାରେ ସାମିଲ ହୋଇପାରିବେ ସେବିଷୟରେ ବିସ୍ତୃତ ଭାବେ ଆଲୋଚନା କରାଯାଇଥିଲା । ପିପୁଲ ଟାସ୍କ ଫୋର୍ସର ଏହି ବ୍ଳକ ସ୍ତରୀୟ ସମ୍ମିଳନୀକୁ ଜିଲା ଆବାହକ ଏ.ଜଗନାଥ ରାଜୁ ପରିଚାଳନା କରିଥିଲେ । ଏହି କାର୍ଯ୍ୟକ୍ରମରେ ଗୋଷାଣୀ ଅତିରିକ୍ତ…

"ପିପୁଲ ଟାସ୍କ ଫୋର୍ସର ବ୍ଳକ ସ୍ତରୀୟ ସମ୍ମିଳନୀ"