ମଦଦୋକାନ ଖୋଲିବାକୁ ନେଇ ଅସନ୍ତୋଷ

ପାରଳାଖେମୁଣ୍ଡି, ୧୩/୫ (ଓଡ଼ିଆ ପୁଅ/ପ୍ରଶାନ୍ତ କୁମାର ନାୟକ)- ଗଜପତି ଜିଲା ଗୋଷାଣି ବ୍ଲକ ଅନ୍ତର୍ଗତ ଗାରାବନ୍ଧ ଗ୍ରାମ ଠାରୁ ସୋବରା ଗ୍ରାମ ଅଭିମୁଖେ ଯାଉଥିବା ମୁଖ୍ୟ ରାସ୍ତା ପାର୍ଶ୍ୱରେ ଏକ ଠିପିବନ୍ଦ ମଦ ଦୋକାନ ଖୋଲାଯାଇଥିବାରୁ ଅଞ୍ଚଳବାସୀଙ୍କ ମଧ୍ୟରେ ପ୍ରବଳ ଅସନ୍ତୋଷ ଦେଖାଯାଇଛି। ଘଟଣାରୁ ପ୍ରକାଶ ଏହି ଠିପି ବନ୍ଦ ମଦ ଦୋକାନର ୧୦୦ ମିଟିର ଦୂରତା ମଧ୍ୟରେ ଶିକ୍ଷାନୁଷ୍ଠାନ ଏବଂ ଧର୍ମାନୁଷ୍ଠାନ ରହିଛି। ତେବେ ସରକାରଙ୍କ ପକ୍ଷରୁ ଏଠାରେ କିପରି ମଦ ଦୋକାନ ଖୋଲିବାକୁ ଅନୁମତି ଦିଆଗଲା, ସେ ନେଇ ଅଞ୍ଚଳବାସି ଅସନ୍ତୋଷ ପ୍ରକାଶ କରିଛନ୍ତି। ସେହିପରି ଠିପିବନ୍ଦ ମଦ ଦୋକାନ ହୋଇଥିଲେ ମଧ୍ୟ ଏହି ଦୋକାନ ସାମ୍ନାରେ ଖୁଲମଖୁଲା ମଦ୍ୟପାନ କରାଯାଉଥିବାରୁ ସେହି…

"ମଦଦୋକାନ ଖୋଲିବାକୁ ନେଇ ଅସନ୍ତୋଷ"

ପବନବର୍ଷା ସହ କୁଆ ପଥର ବୃଷ୍ଟି

ପାରଳାଖେମୁଣ୍ଡି, ୧/୫ -(ଓଡ଼ିଆ ପୁଅ/ପ୍ରଶାନ୍ତ କୁମାର ନାୟକ) – ଗଜପତି ଜିଲା ପାରଳାଖେମୁଣ୍ଡି ସହରରେ ଗତକିଛି ଦିନ ହେବ ଅସହୟ ଗ୍ରୀଷ୍ମ ପ୍ରଭାବ ଜାରୀ ରହିଥିବା ବେଳେ ଆଜି ପବନବର୍ଷା ସହ କୁଆ ପଥର ବୃଷ୍ଟି ଯୋଗୁଁ ପରିବେଷ ସାମାନ୍ୟ ଥଣ୍ଡା ପଡିଛି। ଆଜି ଅପରାହ୍ନ ୪ଘଣ୍ଟା ସମୟରେ ଖୁପ ଦ୍ରୁତ ବେଗରେ ପବନ ବର୍ଷା ହେବା ସହ ୫ରୁ ୧୦ମି ପର୍ଯ୍ୟନ୍ତ କୁଆ ପଥର ବୃଷ୍ଟି ହୋଇଥିବାର ଦେଖିବାକୁ ମିଳିଥିଲା। ତେବେ କୁଆ ପଥର ଆକାର ବହୁତ କ୍ଷୁଦ୍ର ହୋଇଥିବାର କୁଆ ପଥର ପାଇଁ କୌଣସି କ୍ଷତି ଘଟିନଥିବାର ଜଣାପଡିଛି। ଦୁତ୍ର ଗତିରେ ପବନ ବହିବା ଯୋଗୁଁ ସହରର ବିଭିନ୍ନ ସ୍ଥାନରେ ଗଛ ଗୁଡିକ…

"ପବନବର୍ଷା ସହ କୁଆ ପଥର ବୃଷ୍ଟି"

ଚାଇଲ୍ଡ ଲାଇନ ଦ୍ୱାରା ବାଲ୍ୟ ବିବାହ ବନ୍ଦ କରାଗଲା

ପାରଳାଖେମୁଣ୍ଡି, ୧/୫ -(ଓଡ଼ିଆ ପୁଅ/ପ୍ରଶାନ୍ତ କୁମାର ନାୟକ) – ଗଜପତି ଜିଲା ଗୋଷାଣି ବ୍ଲକର ମାଛମରା ଗ୍ରାମରେ ଏକ ବାଲ୍ୟ ବିବାହକୁ ପାରଳାଖେମୁଣ୍ଡି ଚାଇଲ୍ଡ ଲାଇନ ପକ୍ଷରୁ ବନ୍ଦ କରାଯାଇଛି। ସୂଚନା ଯୋଗ୍ୟ ଯେ, ଗଜପତି ଜିଲା ଗୋଷାଣି ବ୍ଲକ ଅନ୍ତର୍ଗତ ମାଛମରା ଗ୍ରାମ ଠାରେ ସ୍ୱର୍ଗତ ଜି.ଲକ୍ଷ୍ମଣ ରାଓଙ୍କ ପୂତ୍ର ଜି.ରବି କୁମାର(୨୭)ଙ୍କ ସହ ସେହି ଗ୍ରାମର ଭି.ନାରାୟଣ ରାଓଙ୍କ ଝିଅ ସହ ବିବାହ କାର୍ଯ୍ୟ ଆଜି ସ୍ଥିର ହୋଇଥିଲା। ତେବେ ଝିଅର ଜନ୍ମତାରିଖ ୨.୪.୨୦୦୦ ହୋଇଥିବା ଯୋଗଁ ତାଙ୍କର ବିବାହ ପାଇଁ ଉଚିତ୍ ବୟସ ହୋଇନଥିଲା। ଏହି ବିବାହ ପୁର୍ବରୁ ପାରଳାଖେମୁଣ୍ଡି ଚାଇଲ୍ଡ ଲାଇନ କୌଣସି ସୂତ୍ରରୁ ଖବର ପାଇ ସେଠାରେ ପହଞ୍ଚି…

"ଚାଇଲ୍ଡ ଲାଇନ ଦ୍ୱାରା ବାଲ୍ୟ ବିବାହ ବନ୍ଦ କରାଗଲା"

ଦିବ୍ୟାଙ୍ଗଙ୍କ ଝୋଟ ବ୍ୟାଗ୍ ସିଲେଇ ତାଲିମ ଉଦଯାପିତ

ପାରଳାଖେମୁଣ୍ଡି, ୧/୫ -(ଓଡ଼ିଆ ପୁଅ/ପ୍ରଶାନ୍ତ କୁମାର ନାୟକ) – ଗଜପତି ଜିଲାର ଏକ ସ୍ୱେଚ୍ଛାସେବୀ ସଂସ୍ଥା ସିସିଡି ଆନୁକୂଲ୍ୟରେ ନାବାର୍ଡ, ସାଇଟ୍ ସେଭର୍ସ ଓ ରିହାସ୍ୱୀସ୍ ସହାୟତାରେ ଦୀର୍ଘ ଏକ ମାସ ଧରି ଚାଲିଥିବା ଝୋଟବ୍ୟାଗ ସିଲେଇ ତାଲିମ ଶିବିର ଉଦ୍ୟାପିତ ହୋଇଛି। ଏହି ତାଲିମ ଶିବିରରେ ଗୁମ୍ମା, କାଶୀନଗର, ଗୋଷାଣୀ, ରାୟଗଡ ଓ ଆର୍.ଉଦୟଗିରି ବ୍ଲକରୁ ୧୬ ଜଣ ପୁରୁଷ ଓ ମହିଳା ଦିବ୍ୟାଙ୍ଗ ମାନେ ଯୋଗଦେଇ ଝୋଟରେ ତିଆରି ୨୯ ପ୍ରକାରର ଜିନିଷ ତଥା ସ୍କୁଲ ବ୍ୟାଗ୍, ବଜାର ବ୍ୟାଗ, ପାଣି ବ୍ୟାଗ, ମନିପର୍ସ, ପେନସିଲ ପାଉଡ ଓ ଅନ୍ୟାନ୍ୟ ବ୍ୟାଗ ତିଆରି ଉପରେ ତାଲିମ ହାସଲ କରିଥିଲେ। ତାଲିମଦାତା ଭାବେ ସୂର୍ଯ୍ୟନାରାୟଣ…

"ଦିବ୍ୟାଙ୍ଗଙ୍କ ଝୋଟ ବ୍ୟାଗ୍ ସିଲେଇ ତାଲିମ ଉଦଯାପିତ"

ଅଟଳ ଶିଶୁ ଉଦ୍ୟାନ ପାର୍କ ଉଦ୍ଘାଟିତ

ପାରଳାଖେମୁଣ୍ଡି, ୧/୫ -(ଓଡ଼ିଆ ପୁଅ/ପ୍ରଶାନ୍ତ କୁମାର ନାୟକ) – ଗଜପତି ଜିଲା ପାରଳାଖେମୁଣ୍ଡି ସହର ପଟ୍ଟନାୟକ ପଖୋରୀ ନିକଟରେ ଥିବା ଅଟଳ ଶିଶୁ ଉଦ୍ୟାନ ଆଜି ଉଦ୍ଘାଟିତ ହୋଇଯାଇଛି। ଉକ୍ତ ଉଦ୍ଘାଟିତ ଉତ୍ସବ ମ୍ୟୁନିସିପାଲଟି ତରଫରୁ ୪୦ ଲକ୍ଷ ଟଙ୍କା ବ୍ୟୟରେ ପୂନଃ ଉଦ୍ଧାର ହୋଇଥିବା ଅଟଳ ଶିଶୁ ଉଦ୍ୟାନ ଆଜି ସନ୍ଧ୍ୟାରେ ପାରଳାଖେମୁଣ୍ଡି ବିଧାୟକ କେ.ସୁରିଆ ରାଓଙ୍କ ଦ୍ୱାରା ଉଦ୍ଘାଟିତ ହୋଇଯାଇଛି। ବିଆରଜିଏଫର ୩୦ଲକ୍ଷ ଟଙ୍କା ଆର୍ଥିକ ଅନୁଦାନ ଏବଂ ପାରଳାଖେମୁଣ୍ଡି ବିଧାୟକଙ୍କ ନିଜସ୍ୱ ପାଣ୍ଠିରୁ ୧୦ଲକ୍ଷ ଟଙ୍କା ମୋଟ ୪୦ଲକ୍ଷ ଟଙ୍କା ବ୍ୟୟରେ ଏହି ଶିଶୁ ଉଦ୍ୟାନଟିକୁ ଅତ୍ୟନ୍ତ ଆକର୍ଷଣୀୟ ଭାବେ ପୁନଃଉଦ୍ଧାର କରାଯାଇ ଆଜି ଉଦ୍ଘାଟିତ ହୋଇଯାଇଛି। ଆଜିର ଏହି ଉଦ୍ଘାଟିତ…

"ଅଟଳ ଶିଶୁ ଉଦ୍ୟାନ ପାର୍କ ଉଦ୍ଘାଟିତ"

ଆମ ପୋଲିସ ସମିତି ବୈଠକ

ପାରଳାଖେମୁଣ୍ଡି, ୧/୫ -(ଓଡ଼ିଆ ପୁଅ/ପ୍ରଶାନ୍ତ କୁମାର ନାୟକ) – ଗଜପତି ଜିଲା ପାରଳାଖେମୁଣ୍ଡି ସ୍ଥିତ ମୁଖ୍ୟ ଥାନା ପରିସରରେ ଆଜି ଗଜପତି ଜିଲା ପୋଲିସ ପକ୍ଷରୁ ଆମ ପୋଲିସ ସମିତି ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ପାରଳାଖେମୁଣ୍ଡି ଥାନାଧିକାରୀ ବାବୁଲି ନାୟକଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ମୁଖ୍ୟତଃ ସହରର ବରିଷ୍ଠ ନାଗରିକ ମାନଙ୍କୁ କିପରି ସୁରକ୍ଷା ଦିଆଯାଇ ପାରିବ ସେ ଉପରେ ଆଲୋଚନା ହୋଇଥିଲା। ସେହିପରି ସେହିପରି ଗ୍ରୀଷ୍ମ ଋତୁ ହୋଇଥିବାରୁ ଲୋକ ମାନେ ବାହାରେ କିମ୍ବା ଖୋଲାଯାଗାରେ ଶୋଇବା ସମୟରେ ନିଜର ସୁନା ଗହଣା ତଥା ମୋବାଇଲ ଫୋନ୍ ସୁରକ୍ଷୀତ ଜାଗାରେ ରଖିବା ପାଇଁ କୁହାଯାଇଥିଲା। ସେହିପରି…

"ଆମ ପୋଲିସ ସମିତି ବୈଠକ"