ଧୁମଧାମରେ ଚାଲିଛି ଦୋଳ ଉତ୍ସବ

ପାରଳାଖେମୁଣ୍ଡି,୨୮ା୨(ଓଡିଆ ପୁଅ/ପ୍ରଶାନ୍ତ କୁମାର ନାୟକ)- ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସ୍ଥିତ ଦୋଳବନ୍ଧ ନିକଟରେ ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଦୋଳ ଉତ୍ସବ ଓ ଦୋଳବନ୍ଧ ଉନ୍ନୟନ କମିଟି ପକ୍ଷରୁ  ଧୁମଧାମରେ ଦୋଳ ଉତ୍ସବ ଚାଲୁଥିବାର ଦୃଶ୍ୟକୁ ଆସୁଛି । ପ୍ରତିଦିନ ସନ୍ଧ୍ୟା ସମୟରେ ରାମସ୍ୱାମୀ ଠାକୁରଙ୍କୁ ନଗର ପରିକ୍ରମା କରାଯାଇ ସ୍ଥାନୀୟ ଦୋଳବନ୍ଧ ନିକଟରେ ଶୋଭାଯାତ୍ରା ପହଞ୍ଚୁଛି । ଏହି ଶୋଭାଯାତ୍ରା ସମୟରେ ଠାକୁରଙ୍କ ସହ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ ତଥା ଭକ୍ତ ମଣ୍ଡଳି ଶଙ୍ଖ ବାଦ୍ୟର ତାଳେ ତାଳେ ଠାକୁରଙ୍କୁ ଅନୁସରଣ କରି ଯାଉଥିବାର ଦୃଶ୍ୟ ସହରବାସୀଙ୍କୁ ବେଶ ଆକର୍ଷିକ କରୁଛି । ଦୋଳବନ୍ଧ ନିକଟରେ ଏହି ଶୋଭାଯାତ୍ରା ପହଞ୍ଚିବା ପରେ ସେଠାରୁ…

"ଧୁମଧାମରେ ଚାଲିଛି ଦୋଳ ଉତ୍ସବ"

ଆତ୍ମ ସୁରକ୍ଷା ତାଲିମ ଶିବିର ଉଦ୍ୟାପିତ

ପାରଳାଖେମୁଣ୍ଡି, ୨୭ା୨(ଓଡିଆ ପୁଅ/ପ୍ରଶାନ୍ତ କୁମାର ନାୟକ)- ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସ୍ଥିତ ଯୁକ୍ତ୨ ମହିଳା ମହାବିଦ୍ୟାଳୟ ପରିସରରେ ଚାଲୁରହିଥିବା ଆତ୍ମ ସୁରକ୍ଷା ତାଲିମ ଶିବିର ଉଦ୍ୟାପିତ ହୋଇଯାଇଛି। ଏହି ତାଲିମ ଶିବିର ଗତ ଜାନୁଆରୀ ୨୯ତାରିଖ ଠାରୁ ଆରମ୍ଭ ହୋଇ ୩ଟି ପର୍ଯ୍ୟାୟରେ ଉଦ୍ୟାପିତ ହୋଇଛି। ପ୍ରତି ପର୍ଯ୍ୟାୟରେ ମହାବିଦ୍ୟାଳୟର ୧୦୦ଜଣ ଛାତ୍ରୀ ଆତ୍ମ ସୁରକ୍ଷା ପାଇଁ ତାଲିମ ହାସଲ କରିଛନ୍ତି। ଉଦ୍ୟାପନି ଉତ୍ସବରେ ଡିଏଲସି ଡ.ଶଙ୍କର ପ୍ରସାଦ ବକ୍ସି ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପରିବର୍ତ୍ତିତ ସମୟରେ ଛାତ୍ରୀମାନଙ୍କ ପାଇଁ ନିଜର ଆତ୍ମ ସୁରକ୍ଷା କୌଶଳ ଶିଖିବା ନିହାତି ଜରୁରୀ ହୋଇପଡିଛି ବୋଲି କହିଥିଲେ। ଏହି କୌଶଳ ଶିଖିବା ଦ୍ୱାରା ଯେକୌଣସି ଛାତ୍ରୀ…

"ଆତ୍ମ ସୁରକ୍ଷା ତାଲିମ ଶିବିର ଉଦ୍ୟାପିତ"

ସାଂସଦଙ୍କ ଦ୍ୱାରା ଲୋକାର୍ପିତ ହେଲା ୩ଗୋଟି ଆମ୍ବୁଲାନ୍ସ

ପାରଳାଖେମୁଣ୍ଡି, ୨୭ା୨(ଓଡିଆ ପୁଅ/ପ୍ରଶାନ୍ତ କୁମାର ନାୟକ)- ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସ୍ଥିତ ଜିଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ୩ଗୋଟି ନୁତନ ଆମ୍ବୁଲାନ୍ସ ସେବା ଉଦ୍ଘାଟିତ ହୋଇଯାଇଛି। ଏହି ୩ଗୋଟି ଆମ୍ବୁଲାନ୍ସ ଗଜପତି ଜିଲାର ଗୋଷାଣୀ, ନୁଆଗଡ, ମୋହନା ବ୍ଳକ ପାଇଁ ସ୍ୱାସ୍ଥ୍ୟସେବା ଯୋଗାଇବାକୁ କାର୍ଯ୍ୟକ୍ଷମ ହୋଇଥିବାର ସୂଚନା ଦିଆଯାଇଛି। ପ୍ରତି ଆମ୍ବୁଲାନ୍ସ ପାଇଁ ୭ଲକ୍ଷ ୫୦ହଜାର ଟଙ୍କା ହିିସାବରେ ମୋଟ ୨୨ଲକ୍ଷ୫୦ହଜାର ଟଙ୍କା ଏହି ୩ଗୋଟି ଆମ୍ବୁଲାନ୍ସ ପାଇଁ ସାଂସଦ ପାଣ୍ଠିରୁ ମଞ୍ଜୁରି ହୋଇଥିବାର ସୂଚନା ମିଳିଛି। ମୁଖ୍ୟ ଅତିଥିଭାବେ ବ୍ରହ୍ମପୁର ସାଂସଦ ଡ.ସିଦ୍ଧାନ୍ତ ମହାପାତ୍ର ଯୋଗ ଦେଇ ଏହି ଆମ୍ବୁଲାନ୍ସ ସେବାକୁ ରିବନ କାଟି ଉଦ୍ଘାଟନ କରିବା ସହ ଜିଲାର ଅଧ୍ୟୁଷିତ ଅଞ୍ଚଳଗୁଡିକରେ ଉତ୍ତମ…

"ସାଂସଦଙ୍କ ଦ୍ୱାରା ଲୋକାର୍ପିତ ହେଲା ୩ଗୋଟି ଆମ୍ବୁଲାନ୍ସ"

ନୁତନ ଜଗନ୍ନାଥ ମନ୍ଦିର ନିର୍ମାଣ ପାଇଁ ଖୋଦେଇ କାର୍ଯ୍ୟ ଜୋର ଧରିଛି

ପାରଳାଖେମୁଣ୍ଡି,୨୫ା୨(ଓଡିଆ ପୁଅ/ପ୍ରଶାନ୍ତ କୁମାର ନାୟକ)- ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସ୍ଥିତ ଶ୍ରୀଜଗନ୍ନାଥ ମନ୍ଦିର ପରିସରରେ ନୁତନ ଜଗନ୍ନାଥ ମନ୍ଦିର ନିର୍ମାଣ କାର୍ଯ୍ୟ ଆରମ୍ଭ ହେବା ପରେ ଏହାର ମୁଳଦୁଆ ପାଇଁ ମେସିନ ସାହାଯ୍ୟରେ ପ୍ରାୟ ୨୨ଫୁଟ ଗଭିର ପର୍ଯ୍ୟନ୍ତ ଖୋଳାଯାଇଥିବା ଦେଖିବାକୁ ମିଳିଛି । ଏହି ଗଭିର ଏତେ ଅଧିକ ଯେ ଏହା ଭୁତଳ ଜଳ ପତନକୁ ସ୍ପର୍ଶ କରି ଏହି ଗର୍ତରେ ଜଳ ଜମାଟ ହୋଇଥିବାର ଦୃଷ୍ଟିକୁ ଆସିଛି । ପୁରାତନ ଜଗନ୍ନାଥ ମନ୍ଦିର ଭଙ୍ଗାଯିବା ପରେ ୩ ଠାକୁର ଏକ ଅସ୍ଥାୟୀ ମନ୍ଦିରରେ ପୁଜା ପାଉଛନ୍ତି । ଗତ ନଭେମ୍ବର ୬ତାରିଖଦିନ ରାଜକୁମାରୀ କଲା୍ୟାଣି ଦେବିଙ୍କୁ ଉପସ୍ଥିତିରେ ନୁତନ ଜଗନ୍ନାଥ ମନ୍ଦିର ତିଆରି…

"ନୁତନ ଜଗନ୍ନାଥ ମନ୍ଦିର ନିର୍ମାଣ ପାଇଁ ଖୋଦେଇ କାର୍ଯ୍ୟ ଜୋର ଧରିଛି"

ଏସକେସିଜି କଲେଜର ଅର୍ଥନୀତି ବିଭାଗର ଆଲୋଚନାଚକ୍ର

ପାରଳାଖେମୁଣ୍ଡି,୨୫ା୨(ଓଡିଆ ପୁଅ/ପ୍ରଶାନ୍ତ କୁମାର ନାୟକ)- ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସ୍ଥିତ ଶ୍ରୀକୃଷ୍ଣଚନ୍ଦ୍ର ଗଜପତି ସ୍ୱୟଂ ଶାସିତ ମହାବିଦ୍ୟାଳୟ ପରିସରରେ ଅର୍ଥନୀତି ବିଭାଗ ପକ୍ଷରୁ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି । ଏହି ଆଲୋଚନାଚକ୍ରରେ “ପୋଭଟି ଇନ ଇଣ୍ଡିଆ: ଟ୍ରେଣ୍ଡ ଆଣ୍ଡ ପଲିସିସ” ଶୀର୍ଷକ ବିଷୟରେ ଆଲୋଚନା ଅନୁଷ୍ଠିତ ହୋଇଥିଲା । ଏଥିରେ ପ୍ରଥମେ ଅର୍ଥନୀତି ବିଭାଗର ମୁଖ୍ୟ ଡ.ସୁନନ୍ଦା ପଟ୍ଟନାୟକ ସ୍ୱାଗତ ଭାଷଣ ଦେଇ ଅର୍ଥନୈତିକ ଦୃଷ୍ଟିକୋଣରୁ ଭାରତର ଗରିବିକୁ ନେଇ ବିଭିନ୍ନ ଦିଗ ଉପରେ ଆଲୋଚନା କରିଥିଲେ । କଲେଜର ଅଧ୍ୟକ୍ଷ ପ୍ରଧ୍ୟାପକ ସଞ୍ଜୟ କୁମାର ମଲ୍ଲିକ ଅର୍ଥନୈତିକ ବ୍ୟବସ୍ଥାରେ ରହିଥିବା ବିଭିନ୍ନ ନିତିନିୟମକୁ ସଠିକ ଭାବେ ଅନୁକରଣ କରାଗଲେ ଏବଂ ଭାରତରେ ରହିଥିବା…

"ଏସକେସିଜି କଲେଜର ଅର୍ଥନୀତି ବିଭାଗର ଆଲୋଚନାଚକ୍ର"

ଆଦିବାସୀ ଉନ୍ନୟନ ପରିଷଦର ଉପାଧ୍ୟକ୍ଷ ମନୋନିତ

ପାରଳାଖେମୁଣ୍ଡି,୨୪ା୨(ଓଡିଆ ପୁଅ/ପ୍ରଶାନ୍ତ କୁମାର ନାୟକ)- ଗଜପତି ଜିଲ୍ଲା ସ୍ୱତନ୍ତ୍ର ଜନଜାତି ଉନ୍ନୟନ ପରିଷଦର ଉପାଧ୍ୟକ୍ଷ ଭାବେ ମରିୟମ ରଇତଙ୍କୁ ମନୋନିତ କରାଯାଇଛି । ଏହି ଅବସରରେ ଜିଲା ବିଜେଡି କାର୍ଯ୍ୟାଳୟ ଠାରେ ମରିୟମ ରଇତଙ୍କୁ ଜିଲା ବିଜେଡି ପକ୍ଷରୁ ଶୁଭେଚ୍ଛା ଦିଆଯାଇଥିଲା । ଅନ୍ୟପକ୍ଷରେ ଏହି ପଦବୀ ମିଳିଥିବାରୁ ମରିୟମ ରଇତ ରାଜ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଯୋଜନାମନ୍ତ୍ରୀ ସୁର୍ଯ୍ୟନାରାୟଣ ପାତ୍ର, ଗଜପତି ଜିଲା ପର୍ଯ୍ୟବେକ୍ଷକ ତଥା ଯୋଗାଣମନ୍ତ୍ରୀ ପ୍ରଦିପ କୁମାର ପାଣିଗ୍ରାହୀଙ୍କୁ କୃତଜ୍ଞତା ଜଣାଇଛନ୍ତି । ଏହା ସହ ପଦବୀର ଉଚିତ ବ୍ୟବହାର କରି ଜିଲାର ଅଧ୍ୟୁଷିତ ଅଞ୍ଚଳମାନଙ୍କରେ ଜନଜାତିମାନଙ୍କର ଉନ୍ନତି ପାଇଁ ଆଗକୁ କାର୍ଯ୍ୟ କରାଯିବ ବୋଲି ସେ କହିଛନ୍ତି । ସେ…

"ଆଦିବାସୀ ଉନ୍ନୟନ ପରିଷଦର ଉପାଧ୍ୟକ୍ଷ ମନୋନିତ"

କାର୍ଯ୍ୟକାରୀ ହେବ ନୋ-ହେଲମେଟ ନୋ- ପେଟ୍ରୋଲ

ପାରଳାଖେମୁଣ୍ଡି,୨୪ା୨(ଓଡିଆ ପୁଅ/ପ୍ରଶାନ୍ତ କୁମାର ନାୟକ)- ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସ୍ଥିତ ଜିଲାପାଳଙ୍କ ସମ୍ମିଳନୀ କକ୍ଷଠାରେ ଜିଲା ସଡକ ସୁରକ୍ଷା କମିଟିର ଏକ ବୈଠକରେ ଏଣିକି ନୋ-ହେଲମେଟ ନୋ-ପେଟ୍ରୋଲ କାର୍ଯ୍ୟକାରୀ ହେବ ବୋଲି ନିଷ୍ପତି ହୋଇଛି । ପାରଳାଖେମୁଣ୍ଡି ସହରରେ ଜନସଂଖ୍ୟା ବୃଦ୍ଧି ସହ ୨ଚକିଆ ଯାନର ବୃଦ୍ଧିକୁ ଦୃଷ୍ଟି ରଖି ଚାଳକମାନଙ୍କ ହେଲମେଟ ପିନ୍ଧିବା ବାଧ୍ୟତାମୁଳକ ପ୍ରତି ଅଧିକ ଗୁରୁତ୍ୱ ଦିଆଯାଇଛି । ସଡକ ସୁରକ୍ଷାକୁ ନେଇ ଦେଶର ସର୍ବୋଚ୍ଚ ନ୍ୟାୟାଳୟର ରହିଥିବା କଡା ନିଦେ୍ର୍ଦଶକୁ ପାଳନ କରିବାପାଇଁ ଗଜପତି ଜିଲା ପ୍ରଶାସନ ପକ୍ଷରୁ ଏ ସମନ୍ଧିୟ କେତେକ ଆଇନକୁ କଡାକଡି ଭାବେ କାର୍ଯ୍ୟକାରୀ କରିବା ପାଇଁ ଜିଲାପାଳଙ୍କ ସମ୍ମିଳନୀ କକ୍ଷଠାରେ ଅନୁଷ୍ଠିତ ଜିଲା ସଡକ…

"କାର୍ଯ୍ୟକାରୀ ହେବ ନୋ-ହେଲମେଟ ନୋ- ପେଟ୍ରୋଲ"

ଗୌରଚନ୍ଦ୍ର ଗଜପତି ପ୍ରକଳ୍ପ ଉପ୍ରା ବିଦ୍ୟାଳୟର ବାର୍ଷିକ ଉତ୍ସବ

ପାରଳାଖେମୁଣ୍ଡି, ୨୨ା୨(ଓଡିଆ ପୁଅ/ପ୍ରଶାନ୍ତ କୁମାର ନାୟକ)- ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସ୍ଥିତ ଗୌରଚନ୍ଦ୍ର ଗଜପତି ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ଗୋଷାଣୀ ବ୍ଳକ ଶିକ୍ଷା ଅଧିକାରୀ ଠାକୁର ପ୍ରସାଦ ସିଂ ଯୋଗ ଦେଇ କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରିଥିଲେ। ପ୍ରଥମେ ବିଦ୍ୟାଳୟର ଛାତ୍ର/ଛାତ୍ରୀମାନଙ୍କ ଦ୍ୱାରା ସ୍ୱାଗତ ସଂଗିତ ପରିବେଷଣ କରାଯାଇଥିଲା। ବିଦ୍ୟାଳୟ ପ୍ରଧାନ ଶିକ୍ଷୟତ୍ରୀ ଆର.ଲକ୍ଷ୍ମୀ ପଟ୍ଟନାୟକ ନିଜ ବକ୍ତବ୍ୟରେ ଛାତ୍ର/ଛାତ୍ରୀମାନେ କିପରି ନିଜର ଉଜ୍ଜ୍ୱଳ ଭବିଷ୍ୟତ ତିଆରି କରିପାରିବେ ସେବିଷୟରେ ବୁଝାଇଥିଲେ। ଅନ୍ୟପକ୍ଷରେ ବିଦ୍ୟାଳୟର ବିଭିନ୍ନ ସଫଳତା ଏବଂ ସଫଳ କାର୍ଯ୍ୟକ୍ରମମାନ କିପରି ସମ୍ପାଦନ ହୋଇପାରିଛି ସେବିଷୟରେ ମଧ୍ୟ ଆଲୋଚନା କରିଥିଲେ। ଶେଷରେ…

"ଗୌରଚନ୍ଦ୍ର ଗଜପତି ପ୍ରକଳ୍ପ ଉପ୍ରା ବିଦ୍ୟାଳୟର ବାର୍ଷିକ ଉତ୍ସବ"

ସହୀଦ ସ୍ମାରକୀ କ୍ରିକେଟରେ ରେଳବାଇ ଦଳ ଚମ୍ପିୟାନ

ପାରଳାଖେମୁଣ୍ଡି, ୨୨ା୨(ଓଡିଆ ପୁଅ/ପ୍ରଶାନ୍ତ କୁମାର ନାୟକ)- ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସ୍ଥିତ ଗଜପତି ଷ୍ଟାଡିୟମ ଠାରେ ଅନୁଷ୍ଠିତ ହୋଇଥିବା ସହୀଦ ସ୍ମାରକୀ କ୍ରିକେଟ ପ୍ରତିଯୋଗିତାର ଫାଇନାଲ ମ୍ୟାଚରେ ଦକ୍ଷିଣ ପୁର୍ବ ରେଳବାଇ କେ.ସିତାପୁର ଦଳ ଚମ୍ପିୟାନ ହୋଇଛନ୍ତି। ଫାଇନାଲ ମ୍ୟାଚରେ ରେଳବାଇ ଦଳ ଜୁନିଅର କ୍ରାନ୍ତି ଦଳକୁ ଭେଟିଥିବା ବେଳେ ଟସରେ ଜିତି ଜୁନିଅର କ୍ରାନ୍ତିଦଳ ପ୍ରଥମେ ବ୍ୟାଟିଂ କରି ସମସ୍ତ ୱିକେଟ ହରାଇ ୯୯ରନ ସଂଗ୍ରହ କରିଥିଲା। ଜବାବରେ ରେଳବାଇ କେ.ସିତାପୁର ଦଳ ଏହାର ପିଛା କରି ୪ଗୋଟି ୱିକେଟ ହରାଇ ଆବଶ୍ୟକ ୧୦୦ରନ ସଂଗ୍ରହ କରିବା ସହ ପ୍ରତିଯୋଗିତାରେ ଚମ୍ପିୟନ ହୋଇଥିଲା। ଚମ୍ପିୟନ ଦଳର ହରିକିଷ୍ଣାଙ୍କୁ ୮୪ରନ ସଂଗ୍ରହ କରିଥିବାରୁ ମ୍ୟାନ ଅଫଦି…

"ସହୀଦ ସ୍ମାରକୀ କ୍ରିକେଟରେ ରେଳବାଇ ଦଳ ଚମ୍ପିୟାନ"

ବାର ସଂଘର ଦିନିକିଆ କାର୍ଯ୍ୟ ବନ୍ଦ

ପାରଳାଖେମୁଣ୍ଡି,୨୩ା୨(ଓଡିଆ ପୁଅ/ପ୍ରଶାନ୍ତ କୁମାର ନାୟକ)- ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସ୍ଥିତ ଜିଲା କୋର୍ଟ ପରିସରରେ ବିରଷ୍ଠ ଆଇନଜୀବି ବି.ଆପ୍ପା ରାଓଙ୍କ ମୃତୁ୍ୟକୁ ନେଇ ଏକ ଶ୍ଲୋକ ସଭା ଅନୁଷ୍ଠିତ ହେବା ସହ ବାର ସଂଘ ପକ୍ଷରୁ ତାଙ୍କ ସ୍ମୃୁତି ଉଦେଶ୍ୟରେ ଦିନିକିଆ କାର୍ଯ୍ୟ ବନ୍ଦ କରାଯାଇଥିଲା । ସ୍ୱ.ଆପ୍ପା ରାଓ ଗଜପତି ଜିଲା ତଥା ପାରଳାଖେମୁଣ୍ଡିର ଜଣେ ଜଣାଶୁଣା ଆଇନଜୀବି ଭାବେ ବେଶ ଖ୍ୟାତି ଅର୍ଜନ କରିଥିଲେ । ଆଇନଜୀବି ସ୍ୱ.ଆପ୍ପା ରାଓଙ୍କ ସ୍ମୃତି ଉଦେଶ୍ୟରେ କୋର୍ଟ ପରିସରରେ ଅନୁଷ୍ଠିତ ସ୍ମୃତି ସଭାକୁ ଜିଲା ଦୌରା ଜର୍ଜ ଦୁର୍ଗା ଶଙ୍କର ମିଶ୍ର ଓ ଅନ୍ୟାନ୍ୟ ସମସ୍ତ ଜର୍ଜ ଉପସ୍ଥିତ ରହି ପ୍ରଥମେ ୨ମି. ନିରବ ପ୍ରାର୍ଥନା…

"ବାର ସଂଘର ଦିନିକିଆ କାର୍ଯ୍ୟ ବନ୍ଦ"