ଜମି ଜବରଦଖଲ କରି ପାଚେରି ନିର୍ମାଣ ଅଭିଯୋଗ

କଟକ, ୪/୫ (ଓଡ଼ିଆ ପୁଅ/ପ୍ରତାପକେଶରୀ ପାତ୍ର)-ଜନୈକା ମହିଳାଙ୍କ ଜମିକୁ ଜବରଦଖଲ କରି ପାଚେରି ନିର୍ମାଣ କରିଥିବା ଅଭିଯୋଗ ହୋଇଛି। ଏ ନେଇ ସମ୍ପୃକ୍ତ ମହିଳା ଥାନାର ଦ୍ୱାରସ୍ଥ ହୋଇଥିଲେ ମଧ୍ୟ ନିର୍ମାଣକାରୀ ପୁଲିସ ତାଗିଦାକୁ ଖାତିର ନକରି କାର୍ଯ୍ୟ ଚାଲୁ ରଖିଥିବା ଜଣାଯାଇଛି। ସଦର ଥାନାରେ ହୋଇଥିବା ଲିଖିତ ଅଭିଯୋଗରୁ ପ୍ରକାଶ ଯେ, ବାରଙ୍ଗ ତହସିଲ କୁରାଙ୍ଗଶାସନ ଅନ୍ତର୍ଗତ ଉତ୍ତମାପୁରଠାରେ ଥିବା ବନ୍ଦିତା ଦାସ (୫୭)ଙ୍କ ଏକ ସ୍ଥିତିବାନ ଜମିର କିଛି ଅଂଶକୁ ଜନୈକ ବ୍ୟକ୍ତି ଜବରଦଖଲ କରି ପାଚେରି ନିର୍ମାଣ ଆରମ୍ଭ କଲେ; ଏହାର ପ୍ରତିବାଦ କରିବା ସହ ମହିଳା ଜଣକ ପ୍ରଥମେ ମାପ କରି କାର୍ଯ୍ୟ କରିବାକୁ କହିବାରୁ ଅଭିଯୁକ୍ତ ନିର୍ମାଣକାରୀ ଏହାକୁ…

"ଜମି ଜବରଦଖଲ କରି ପାଚେରି ନିର୍ମାଣ ଅଭିଯୋଗ"

ଟ୍ରକ ପଛପରେ ପିଟିଲା କାର; ଜଣେ ମୃତ

କଟକ, ୪/୫ (ଓଡ଼ିଆ ପୁଅ/ପ୍ରତାପକେଶରୀ ପାତ୍ର)-କଟକ-ଭୁବନେଶ୍ୱର ୧୬ନମ୍ବର ଜାତୀୟ ରାଜପଥର ଫୁଲନଖରା ଫ୍ଲାଇ ଓଭର ବ୍ରିଜ ଉପରେ ଏକ ଟ୍ରକ ପଛରେ କାର ପିଟି ହେବାରୁ ଜଣକର ମୃତ୍ୟୁ ହେବା ସହିତ ଅନ୍ୟ ଜଣେ ଗୁରୁତର ହୋଇଛନ୍ତି। ଆଜି ଅପରାହ୍ନରେ ଏକ ମିନି ଟ୍ରକ ଚକ ଖରାପ ହେବାରୁ ଏହାର କର୍ମଚାରୀ ଢ଼େଙ୍କାନାଳ ଅଞ୍ଚଳର ଗୋକୁଳି ମହାଳିକ (୩୨) ଗାଡ଼ିରୁ ଓହ୍ଲାଇ ମରାମତି କରୁଥିଲେ। ଏହି ସମୟରେ କଟକରୁ ଭୁବନେଶ୍ୱର ଯାଉଥିବା ଏକ ଦ୍ରୁତଗାମୀ କାର ତାଙ୍କୁ ଧକ୍କା ଦେଇଥିଲା; ଏଥିରେ ଗୋକୁଳିଙ୍କ ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଛି। ଅନ୍ୟପକ୍ଷରେ କାରର ଆଗ ପଟରେ ବସିଥିବା ଜନୈକା ମହିଳା ଗୁରୁତର ଆହତ ହୋଇଛନ୍ତି। ତାଙ୍କୁ କଟକ…

"ଟ୍ରକ ପଛପରେ ପିଟିଲା କାର; ଜଣେ ମୃତ"

ଥଣ୍ଡା ପାନୀୟ ଜଳ ବିତରଣ କେନ୍ଦ୍ର

କଟକ, ୨୦ା୪ (ଓଡ଼ିଆ ପୁଅ/ପ୍ରତାପକେଶରୀ ପାତ୍ର)-ଫୁଲନଖରା-ନିଆଳି ୬୦ ନମ୍ବର ରାଜ୍ୟ ରାଜପଥର ତ୍ରିନାଥବଜାରଠାରେ ଶୀତଳ ପାନୀୟ ଜଳ ବିତରଣ କେନ୍ଦ୍ର ଆରମ୍ଭ ହୋଇଛି। ସମାଜସେବୀ ସ୍ୱର୍ଗତ ମହେନ୍ଦ୍ରନାଥ ଦାସଙ୍କ ସ୍ମୃତିରେ ସ୍ଥାପିତ ଏହି କେନ୍ଦ୍ରକୁ ନିଆଳି ବିଧାୟକ ଡା.ପ୍ରମୋଦକୁମାର ମଲିକ ଓ ଜୟଦେବ ବିଧାୟକ ଶଶିଭୂଷଣ ବେହେରା ମିଳିତଭାବେ ଉଦଘାଟନ କରିଥିଲେ। ଏହି ଅବସରରେ ବାରଙ୍ଗ ବ୍ଲକ ଅଧ୍ୟକ୍ଷ ସରୋଜକୁମାର ସାହୁ, ଜଗନ୍ନାଥପୁର ପଞ୍ଚାୟତ ସରପଞ୍ଚ ରଶ୍ମିତା ସାହୁ, ନଗରୀ ସରପଞ୍ଚ ରଞ୍ଜନା ପାତ୍ର, ଆଇନଜୀବୀ କବିନାରାୟଣ ଜେନାଙ୍କ ସମେତ ଲିଙ୍ଗରାଜ ମହାନ୍ତି, ଅଦ୍ୱୈତ ମହାନ୍ତି, ଘନଶ୍ୟାମ ପାତ୍ର, ନୁର ମହମ୍ମଦ, ପ୍ରଶାନ୍ତ ଦାସ, ଗଣେଶଚନ୍ଦ୍ର ସାହୁ, ବଙ୍ଗାଳି ପରିଜା ପ୍ରମୁଖ ଉପସ୍ଥିତ ଥିଲେ। ସୁନ୍ଦରପ୍ରକାଶ…

"ଥଣ୍ଡା ପାନୀୟ ଜଳ ବିତରଣ କେନ୍ଦ୍ର"