ସି-ସୋର ଚିଟ ଫଣ୍ଡ ଲିଙ୍କ ଅଭିଯୋଗରେ ଗିରଫ ପ୍ରଭାତ ବିଶ୍ୱାଳଙ୍କୁ ୫ ଦିନ ରିମାଣ୍ଡ

ଭୁବନେଶ୍ୱର ୧୯-୯ (ଓଡ଼ିଆ ପୁଅ): ବିଜେଡି ବିଧାୟକ ପ୍ରଭାତ ବିଶ୍ୱାଳଙ୍କୁ ସି-ସୋର ଚିଟ ଫଣ୍ଡ ଲିଙ୍କ ଅଭିଯୋଗରେ ସିବିଆଇ ମଙ୍ଗଳବାରଦିନ ଗିରଫ କରିଥିଲା। ଆଜି କଡା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ପ୍ରଭାତଙ୍କୁ ଅପରାହ୍ନରେ ଭୁବନେଶ୍ୱର ସ୍ୱତନ୍ତ୍ର ସିବିଆଇ ଅଦାଲତରେ ପ୍ରଭାତଙ୍କୁ ସିବିଆଇ ପକ୍ଷରୁ ହାଜର କରାଯାଇଥିଲା। ପ୍ରଭାତଙ୍କ ସ୍ୱାସ୍ଥ୍ୟବସ୍ଥା ଠିକ ନଥିବା ଦର୍ଶାଇ ତାଙ୍କର ଓକିଲ ଜାମିନ ଆବେଦନ କରିଥିଲେ କିନ୍ତୁ ଦୁଇ ପକ୍ଷଙ୍କୁ ଶୁଣିବାପରେ ପ୍ରଭାତଙ୍କୁ ୫ ଦିନ ରିମାଣ୍ଡରେ ନେବାପାଇଁ ଅନୁମତି ଦେଇଛନ୍ତି। ଅପର ପକ୍ଷରେ ରାଜନୈତିକ ଆକ୍ରୋଶଯୋଗୁଁ ନେଇ ପ୍ରଭାତଙ୍କୁ ଗିରଫ କରାଯାଇଥିବା ତାଙ୍କର ସମର୍ଥକମାନେ ଅଭିଯୋଗ କରିଛନ୍ତି। ଗତ କିଛି ବର୍ଷ ଧରି ସିବିଆଇ ତାଙ୍କୁ ଜେରା କରିଥିଲେ ମଧ୍ୟ …

"ସି-ସୋର ଚିଟ ଫଣ୍ଡ ଲିଙ୍କ ଅଭିଯୋଗରେ ଗିରଫ ପ୍ରଭାତ ବିଶ୍ୱାଳଙ୍କୁ ୫ ଦିନ ରିମାଣ୍ଡ"

ଆରମ୍ଭ ହେଲା ସିବିଆଇ ତାଣ୍ଡବ

ଭୁବନେଶ୍ୱର ୧୯-୯ (ଓଡିଆ ପୁଅ- ପ୍ରିୟରଂଜନ ସାହୁ) ଓଡିଶାରେ ଚିଟଫଣ୍ଡ କେସ ତଦନ୍ତ କରୁଥିବା ସିବିଆଇ ଦୀର୍ଘ ତିନି ବର୍ଷ ପରେ ପୁଣି କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛି। ଗତ କାଲି ବିଜେଡି ନେତା ତଥା ଚୌଦ୍ୱାର ବିଧାୟକ ପ୍ରଭାତ ରଂଜନ ବିଶ୍ୱାଳଙ୍କୁ ଗିରଫ କରିଛି ସିବିଆଇ। ସିସୋର ଘଟଣାରେ ତାଙ୍କୁ ଗିରଫ କରାଯାଇଛି ବୋଲି ପ୍ରାଥମିକ ଅନୁସନ୍ଧାନରୁ ଜଣା ପଡିଛି। ସିସୋର ଚିଟ୍ଫଣ୍ଡ କଂପାନୀ ଠାରୁ ଏକ ଜମି କିଣିଥିଲେ ପ୍ରଭାତ ଓ ତାଙ୍କ ପତ୍ନୀ ଲଷ୍ମୀବିଳାସିନୀ ବିଶ୍ୱାଳ। ଏ ବାବଦକୁ ସମସ୍ତ ପ୍ରାପ୍ୟ ସେ ସିସୋର କଂପାନୀକୁ ଦେଇ ନଥିଲେ। ସିସୋର କଂପାନୀ ମୁଖ୍ୟ ପ୍ରଭାତ ଦାଶ ସିବିଆଇ ଦ୍ୱାରା ଗିରଫ ହେବା ପରେ…

"ଆରମ୍ଭ ହେଲା ସିବିଆଇ ତାଣ୍ଡବ"

ଓଡିଶା ଚିଟଫଣ୍ଡ ଠକେଇ: ବିଜେଡ଼ିର ବିଧାୟକ ପ୍ରଭାତ ରଞ୍ଜନ ବିଶ୍ୱାଳଙ୍କୁ ଗିରଫ କଲା ସିବିଆଇ

ଭୁବନେଶ୍ୱର ୧୯-୯ (ଓଡ଼ିଆ ପୁଅ): ଓଡ଼ିଶାରେ ବିଜେଡ଼ି ସରକାରର ନବୀନ ପଟ୍ଟନାୟକଙ୍କୁ ଲାଗିଛି ଏବେ ଶକ୍ତ ଝଟକ୍କା। ସିବିଆଇ ମଙ୍ଗଲବାରଦିନ ଚୌଦ୍ୱାର-କଟକ ବିଧାୟକ ପ୍ରଭାତ ରଞ୍ଜନ ବିଶ୍ୱାଳଙ୍କୁ ଜମି ସଉଦାକୁ ନେଇ ଗିରଫ କରିଛି। ଗତକାଲି ବିଳମ୍ବିତ ରାତିରେ କଟକ ସ୍ଥିତ ବାସଭବନରୁ ପ୍ରଭାତଙ୍କୁ ଗିରଫ କରାଯାଇଥିଲା। ଔପଚାରିକ ଭାବେ ତାଙ୍କୁ ଆଜି ଗିରଫ କରାଯାଇଛି। ତାଙ୍କର ପତ୍ନୀ ସିସୋର ଗୃପର ପ୍ରମୁଖ ପ୍ରଶାନ୍ତ ଦାଶଙ୍କ ସହିତ ଏହି ସଉଦା କରିଥିଲେ।   ଘଟଣା ଏପରିକି ଯାଜପୁର ଜିଲ୍ଲା ବେଣାପୁର ଗାଁରେ ଲକ୍ଷ୍ମୀ ବିଳାସିନୀଙ୍କ ନାଁରେ ଏକ ଜମି ଥିଲା। ସେହି ଜମି ସିସୋର ଗ୍ରୁପକୁ ବିକ୍ରି କରାଯାଇଥିଲା। ୨୦୧୧ରେ ବିଳାସିନୀ ସେହି ଜମି ବିକିଥିଲେ।…

"ଓଡିଶା ଚିଟଫଣ୍ଡ ଠକେଇ: ବିଜେଡ଼ିର ବିଧାୟକ ପ୍ରଭାତ ରଞ୍ଜନ ବିଶ୍ୱାଳଙ୍କୁ ଗିରଫ କଲା ସିବିଆଇ"

ବିଜେଡ଼ି ତରଫରୁ ତେଲ ଦର ବୃଦ୍ଧି ବିରୋଧରେ ହରତାଲକୁ ସମର୍ଥନ କଲା ଓଡ଼ିଶା ସୁରକ୍ଷା ସେନା – ରାଜ୍ୟ ସଭାପତିଙ୍କ ସହିତ ବହୁ କର୍ମୀ ଗିରଫ

କଟକ, ୧୮/୦୯ (ଓଡ଼ିଆ ପୁଅ) : ଆଜି ତେଲ ଦର ବୃଦ୍ଧି ବିରୋଧରେ ହୋଇଥିବା ହରତାଳକୁ ଓଡ଼ିଶା ସୁରକ୍ଷା ସେନା ପୂର୍ଣ୍ଣ ସମର୍ଥନ ଜଣାଇ ରାଜରାସ୍ତାକୁ ଓହ୍ଲାଇ ବିଭିନ୍ନ ଜାତୀୟ ବ୍ୟାଙ୍କ ଗୁଡ଼ିକୁ ବନ୍ଦ କରାଇଥିଲେ। ଏହି କାର୍ଯ୍ୟକ୍ରମ ଓଡ଼ିଶା ସୁରକ୍ଷା ସେନା ରାଜ୍ୟ ସଭାପତି ଶ୍ରୀ ଅଭିଷେକ ଯୋଶୀଙ୍କ ନେତୃତ୍ୱରେ ଅନ୍ୟାନ୍ୟ ରାଜ୍ୟସ୍ତରୀୟ କର୍ମୀ ଓ କଟକ ସହରର ସଦସ୍ୟମାନେ ଉପସ୍ଥିତ ଥିଲେ। ନୟାସଡ଼କଠାରେ ଥିବା ଏସ୍ .ବି.ଆଇ. ବ୍ୟାଙ୍କ ବନ୍ଦ କରୁଥିବା ସମୟରେ କଟକ ପୋଲିସ ଦ୍ୱାରା ରାଜ୍ୟ ସଭାପତିଙ୍କ ସହ ୨୦ରୁ ଊର୍ଦ୍ଧ୍ୱ କର୍ମୀଙ୍କୁ ଗିରଫ କରାଯାଇ ପୁରୀଘାଟ ଥାନାକୁ ନିଆଯାଇଥିଲା ଏବଂ କିଛି ସମୟ ପରେ ବ୍ୟକ୍ତିଗତ ମୁଚାଳିକାରେ ସେମାନଙ୍କୁ…

"ବିଜେଡ଼ି ତରଫରୁ ତେଲ ଦର ବୃଦ୍ଧି ବିରୋଧରେ ହରତାଲକୁ ସମର୍ଥନ କଲା ଓଡ଼ିଶା ସୁରକ୍ଷା ସେନା – ରାଜ୍ୟ ସଭାପତିଙ୍କ ସହିତ ବହୁ କର୍ମୀ ଗିରଫ"

ବିଜେଡ଼ି ପକ୍ଷରୁ ଜାତୀୟ ରାଜପଥ ଅବରୋଧ

କଟକ, ୧୮ା୯ (ଓଡ଼ିଆ ପୁଅ/ପ୍ରତାପ କେଶରୀ ପାତ୍ର)-ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧିର ପ୍ରତିବାଦରେ ବିଜୁ ଜନତା ଦଳ ପକ୍ଷରୁ ଆଜି ୫ଘଣ୍ଟିଆ ଜାତୀୟ ରାଜପଥ ଅବରୋଧ ହୋଇଥିଲା। ନେତା ଓ କର୍ମୀମାନେ ପୂର୍ବାହ୍ନ ୮ଟା ସମୟରେ ୧୬ନମ୍ବର ଜାତୀୟ ରାଜପଥକୁ ପ୍ରତାପନଗରୀଠାରେ ଟାୟାର ଜାଳି ଅବରୋଧ କରିବା ସହ କେନ୍ଦ୍ର ସରକାରଙ୍କ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଏଥିରେ ବିପ୍ରଚରଣ ଭୋଳ, ପ୍ରମୋଦ ମହାପାତ୍ର, ସରକାରୀ ଆଇନଜୀବୀ କବିନାରାୟଣ ଜେନା, ପୂର୍ବତନ କର୍ପୋରେଟର ପ୍ରଦୀପ ବେହେରା, କବିତା ଦାସ, ସଞ୍ଜୟ ବରାଳ, କୌଶିକ ଜେନା, ଲିଙ୍ଗରାଜ ରାଉତ, ସୁଶାନ୍ତ ମହାନ୍ତି, ନିହାରରଞ୍ଜନ ନନ୍ଦ ପ୍ରମୁଖ ସାମିଲ ଥିଲେ। ସେହିପରି ଫୁଲନଖରା-ନିଆଳି ୬୦ନମ୍ବର ରାଜ୍ୟ ରାଜପଥର…

"ବିଜେଡ଼ି ପକ୍ଷରୁ ଜାତୀୟ ରାଜପଥ ଅବରୋଧ"

ଆଇଏଏସ୍‌ ସ୍ତରରେ ଅଦଳ ବଦଳ

ଭୁବନେଶ୍ୱର ୧୬-୯ (ଓଡ଼ିଆ ପୁଅ): ଶନିବାର ଦିନ ଏଡ଼ିଶା ସରକାର ଆଇଏଏସ୍‌ ସ୍ତରରେ ସାମାନ୍ୟ ଅଦଳବଦଳ କରିଛନ୍ତି। ଆଇଏଏସ୍‌ ଅଫିସର ନିର୍ମଳଚନ୍ଦ୍ର ମିଶ୍ର ଖୋର୍ଦ୍ଧା ଜିଲ୍ଲାପାଳ ହୋଇଛନ୍ତି। କଟକ କଲେକ୍ଟରଭାବେ ନିର୍ମଳଚନ୍ଦ୍ରଙ୍କ ସ୍ଥାନରେ ସୁଶାନ୍ତ ମହାପାତ୍ର ନିଯୁକ୍ତି ପାଇଛନ୍ତି। ଧୀରେନ ପଟ୍ଟନାୟକଙ୍କୁ ଉଚ୍ଚ ଶିକ୍ଷା ନିର୍ଦ୍ଦେଶକ ନିଯୁକ୍ତ କରାଯାଇଥିବା ବେଳେ, ଏମ୍‌ଏସ୍‌ଏମ୍‌ଇ ଅତିରିକ୍ତ ସଚିବ ଭାବରେ ମାଧବ ଚନ୍ଦ୍ର ବରିହାଙ୍କୁ ନିଯୁକ୍ତି ମିଳିଛି। ସେହିଭଳି ବିଭୂତି ଭୂଷଣ ବେହେରା ଉତ୍ତରାଞ୍ଚଳ ଆରଡିସିଙ୍କ ସଚିବ ହୋଇଛନ୍ତି।

"ଆଇଏଏସ୍‌ ସ୍ତରରେ ଅଦଳ ବଦଳ"

୬୫ ତମ ରାଜ୍ୟ ପୋଲିସ ବୃତ୍ତିଗତ ପ୍ରତିଯୋଗିତା ଉଦ୍‌ଘାଟିତ

କଟକ ୧୬-୯ (ଓଡ଼ିଆ ପୁଅ) – ଓଡିଶା ପୋଲିସର ୬୫ ତମ ପୋଲିସ ବୃତ୍ତିଗତ ପ୍ରତିଯୋଗିତା ଆଜି ପୂର୍ବାହ୍ନରେ ସ୍ଥାନୀୟ ରିଜର୍ଭ ପଡିଆଠାରେ ଆରକ୍ଷୀ ମହାନିର୍ଦେଶକ ଡା. ଆର. ପି. ଶର୍ମାଙ୍କ ଦ୍ବାରା ଆନୁଷ୍ଠାନିକ ଭାବେ ଉଦ୍‌ଘାଟିତ ହୋଇଯାଇଅଛି। ଏହି ଅବସରରେ ଏକ ମନୋଜ୍ଞ ପ୍ୟାରେଡରେ ଡ. ଶର୍ମା ଅଭିବାଦନ ଗ୍ରହଣ କରି ଉପସ୍ଥିତ ଅଧିକାରୀ ଓ ପ୍ରତିଯୋଗୀ ମାନଙ୍କୁ ଉଦ୍ବୋଧନ ଦେଇ କହିଲେ ପୋଲିସ ବୃତ୍ତିଗତ ପ୍ରତିଯୋଗିତା ପୋଲିସର ବ୍ୟବହାରିକ ଜ୍ଞାନ କୌଶଳ ଓ ଦକ୍ଷତା ବୃଦ୍ଧିରେ ସହାୟକ ହେବା ସଙ୍ଗେ ସଙ୍ଗେ ସେମାନଙ୍କ ବୃତ୍ତିଗତ ଜ୍ଞାନ କୌଶଳ ପ୍ରଦର୍ଶନ ପାଇଁ ଏକ ସୁଯୋଗ ସୃଷ୍ଟି କରିଥାଏ। ଅପରାଧ ଅନୁସନ୍ଧାନ ପୋଲିସର ଏକ ଗୁରୁତ୍ବପୂର୍ଣ୍ଣ…

"୬୫ ତମ ରାଜ୍ୟ ପୋଲିସ ବୃତ୍ତିଗତ ପ୍ରତିଯୋଗିତା ଉଦ୍‌ଘାଟିତ"

ଓଟିଏମ୍ ର ପୁନରୁଦ୍ଧାର ହେବନାହିଁ : ୧୭ ବର୍ଷ ଧରି ଶ୍ରମିକଙ୍କ ୩୦ କୋଟି ଟଙ୍କାର ପ୍ରାପ୍ୟ ବାକି

ଭୁବନେଶ୍ୱର, ୧୬ା୯ (ଓଡ଼ିଆ ପୁଅ): ବିଜୁ ପଟ୍ଟନାୟକଙ୍କ ଉଦ୍ୟମ କ୍ରମେ ଚୌଦ୍ୱାର ଠାରେ ସ୍ଥାପିତ ହୋଇଥିବା ଓଡ଼ିଶା ଟେକ୍ସଟାଇଲ୍ ମିଲ୍ସ (ଓଟିଏମ୍ )ର ପୁନରୁଦ୍ଧାର ପାଇଁ ବର୍ତ୍ତମାନ କୌଣସି ପ୍ରସ୍ତାବ ନାହିଁ। ବିଜେପି ବିଧାୟକ ଦିଲିପ ରାୟ ବିଧାନସଭାରେ ପଚାରିଥିବା ଏକ ପ୍ରଶ୍ନର ଉତ୍ତରରେ ରୋକ୍ ଠୋକ୍ ଭାବରେ ଏହି ଉତ୍ତର ଦେଇଛନ୍ତି ବିଭାଗୀୟ ମନ୍ତ୍ରୀ ସ୍ନେହାଙ୍ଗିନୀ ଛୁରିଆ। ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଉଦ୍ୟମ କ୍ରମେ ଚୌଦ୍ୱାରରେ କେବେ ଓଟିଏମ୍ ପ୍ରତିଷ୍ଠା କରାଯାଇଥିଲା, ଏହା କେବେ ସରକାର ହାତକୁ ନେଲେ ଏବଂ କେବେଠାରୁ ଏହାକୁ ସରକାର ବନ୍ଦ କରିଛନ୍ତି, ଏହି କାରଖାନାରେ କେତେ କର୍ମଚାରୀ ଓ ଶ୍ରମିକ କାମ କରୁଥିଲେ ଏବଂ ଏଯାବତ୍ ଏମାନଙ୍କର…

"ଓଟିଏମ୍ ର ପୁନରୁଦ୍ଧାର ହେବନାହିଁ : ୧୭ ବର୍ଷ ଧରି ଶ୍ରମିକଙ୍କ ୩୦ କୋଟି ଟଙ୍କାର ପ୍ରାପ୍ୟ ବାକି"

କାଠଯୋଡ଼ି ନଦୀ କୂଳରେ ଜଣେ ଅଜ୍ଞାତ ମହିଳାଙ୍କ ଶବ

କଟକ ୧୨-୯ (ଓଡ଼ିଆ ପୁଅ/ସରୋଜ ମଲ୍ଲିକ) କଟକରେ ଦେବିଗଦା ନିକଟରେ କାଠଯୋଡ଼ି ନଦୀ କୂଳରେ ଜଣେ ଅଜ୍ଞାତ ମହିଳାଙ୍କ ଶବ ମିଲିଛି। ଖବରପାଇ ଘଟଣାସ୍ଥଳରେ ପୋଲିସ ପହଁଚି ମହିଳାର ଶବ ଉଦ୍ଧାର କରି ପୋଷ୍ଟମୋର୍ଟମ ପାଇଁ ପଠାଇଛି। ମହିଳାଟି କୋଠଯୋଡ଼ିର ଉପର ମୁଣ୍ଡରୁ ଭାସି ଆସିଥିବା ସନ୍ଦେହ କରାଯାଉଛି। ବର୍ତ୍ତମାନ ପର୍ଯ୍ୟନ୍ତ ମହିଳା ଜଣଙ୍କର ପରିଚୟ ମିଳିପାରି ନାହିଁ। ପୋଲିସର ଅନୁସନ୍ଧାନ ଜାରି ରହିଛି।

"କାଠଯୋଡ଼ି ନଦୀ କୂଳରେ ଜଣେ ଅଜ୍ଞାତ ମହିଳାଙ୍କ ଶବ"

ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ମୁସ୍ତାଫିକ ଅହମ୍ମଦଙ୍କ ପରଲୋକ

କଟକ,  ୧୧-୯ (ଓଡ଼ିଆ ପୁଅ):ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ମୁସ୍ତାଫିକ୍‌ ଅହମ୍ମଦ  ଆଜି ପରଲୋକ ଗମନ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୭୫ ବର୍ଷ ବୟସ ହୋଇଥିଲା। ବହୁଦିନରୁ ସେ ଅସୁସ୍ଥ ଥିଲେ, ଅସୁସ୍ଥତା କାରଣରୁ କଟକରେ ସେ ଚିକିତ୍ସିତ ହେଉଥିଲେ। ଚିକିତ୍ସାଧୀନ ଅବସ୍ଥାରେ ଆଜି ସକାଳେ  ମୁସ୍ତାଫିକଙ୍କ ମୃତ୍ୟୁ ହୋଇଛି। ବିଜୁ ପଟ୍ଟନାୟକଙ୍କ ଶାସନ କାଳରେ ମୁସ୍ତାଫିକ ସ୍ୱାସ୍ଥ୍ୟମନ୍ତ୍ରୀ ଥିଲେ। ମୁସ୍ତାଫିକଙ୍କ ମୃତ୍ୟୁରେ ରାଜ୍ୟ ରାଜନୀତିରେ ଶୋକର ଛାୟା ଖେଳିଯାଇଛି। ସୂର୍ଯ୍ୟ ନାରାୟଣ ପାତ୍ର, ଦାମୋଦର ରାଉତ, ପ୍ରତାପ ଜେନା, ସାଂସଦ ବୈଜୟନ୍ତ ପଣ୍ଡାଙ୍କ ସହିତ ଅନେକ ନେତା ଓ ମନ୍ତ୍ରୀମାନେ ମୁସ୍ତାଫିକଙ୍କ କଟକ ସ୍ଥିତ ତାଙ୍କ ବାସଭବନରେ  ଶେଷଦର୍ଶନ ପାଇଁ ପହଁଚିଛନ୍ତି। ମୁସ୍ତାଫିଜ ଅହମ୍ମଦଙ୍କ ବିୟୋଗରେ…

"ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ମୁସ୍ତାଫିକ ଅହମ୍ମଦଙ୍କ ପରଲୋକ"