ବୌଦ୍ଧ – ଐତିହାସିକ ଜଗନ୍ନାଥ ସଡ଼କ ଅବହେଳିତ – ବୌଦ୍ଧ ଠାରୁ ହରଭଙ୍ଗା ୪୦ କିମି ରାସ୍ତା ଶୋଚନୀୟ

ବୌଦ୍ଧ,୨୬/ ୪ (ଓଡ଼ିଆ ପୁଅ/ସଜ୍ଜନ କୁମାର ଅଗ୍ରୱାଲା) : ରାଜ ରାଜୁଡା ସମୟରୁ ନିଳାଚଳ ଧାମ ପୁରୀକୁ ଯିବାପାଇଁ ଏକଦା ଅବିଭକ୍ତ ମଧ୍ୟପ୍ରଦେଶ ରାଜ୍ୟଠାରୁ ଆରମ୍ଭ କରି ପଶ୍ଚିମ ଓଡିଶାର ଭକ୍ତଙ୍କ ପାଇଁ ଯାତାୟାତ କରିବାକୁ ନିର୍ଭର କରୁଥିବା ଏକମାତ୍ର ଐତିହାସିକ ଜଗନ୍ନାଥ ସଡକ ସଂପ୍ରତ୍ତି ଅବହେଳିତ ହୋଇପଡିଛି। ବୌଦ୍ଧ ଜିଲ୍ଲା ହରଭଙ୍ଗାବ୍ଲକ ଦେଇ ଯାଇଥିବାଏହି ରାସ୍ତାରେ ମାନସିକଧାରି ଭକ୍ତଙ୍କ ସମେତ ଦର୍ଶନାଭିଳାଷୀ ଜଗନ୍ନାଥ ପ୍ରେମିମାନେ ପାଦରେ ଚାଲିଚାଲି ଯିବା ଆସିବା କରୁଥିବାରୁଏହିରାସ୍ତା ଅତ୍ୟନ୍ତ ଗୁରୁତ୍ୱପୁର୍ଣ୍ଣଭାବେ ପରିଗଣିତ ହୋଇ ଆସୁଥିଲା। ହେଲେ ସରକାରଙ୍କ ଦୂରଦୃଷ୍ଟି ଅଭାବରୁ ଦିନକୁ ଦିନ ଏହି ରାସ୍ତା ଶୋଚନୀୟ ହୋଇପଡିଛି। ଉଲେଖ୍ୟ ଯୋଗ୍ୟ ଯେ, ନଦୀ କୂଳେକୂଳେ ଯାଇଥିବାଜଗନ୍ନାଥ ସଡକର ପରଗଳପୁରଗ୍ରାମ…

"ବୌଦ୍ଧ – ଐତିହାସିକ ଜଗନ୍ନାଥ ସଡ଼କ ଅବହେଳିତ – ବୌଦ୍ଧ ଠାରୁ ହରଭଙ୍ଗା ୪୦ କିମି ରାସ୍ତା ଶୋଚନୀୟ"

ବୌଦ୍ଧ ରଥଯାତ୍ରା ପ୍ରସ୍ତୁତି ବୈଠକ

ବୌଦ୍ଧ,୨୬/ ୪ (ଓଡ଼ିଆ ପୁଅ/ସଜ୍ଜନ କୁମାର ଅଗ୍ରୱାଲା) : ବୌଦ୍ଧର ପ୍ରସିଦ୍ଧ ରଥଯାତ୍ରା ପାଇଁ ପ୍ରସ୍ତୁତି ବୈଠକ ଜିଲାପାଳ ମଧୁସୂଦନ ମିଶ୍ରଙ୍କ ଅଧ୍ୟକ୍ଷତାରେ ସଦଭାବନା ସଭାଗୃହ ଠାରେ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଉପଜିଲ୍ଲାପାଳ ତଥା ଦେବୋତ୍ତର ଅଧିକାରୀ ନିମାଇଁ ଚରଣ ସୂତାର ଗତବର୍ଷର ଆୟବ୍ୟୟ ସଂପର୍କରେ ତଥ୍ୟ ପ୍ରଦାନ କରିବା ସହିତ ଚଳିତବର୍ଷ ଶାନ୍ତି ଶୃଙ୍ଖଳାର ସହିତ ଏହି ଯାତ୍ରା ସଂପର୍ଣ୍ଣ ପାଇଁ ଜନସାଧାରଣଙ୍କ ସହଯୋଗ କାମନା କରିଥିଲେ। ଚଳିତବର୍ଷ ଠାରୁ ରଥଯାତ୍ରାର ସମସ୍ତ ପ୍ରସ୍ତୁତି କାର୍ଯ୍ୟ ତଦାରଖ କରିବା ପାଇଁ ଓ ଆର୍ଥିକ ଦେଣନେଣକୁ ନିୟନ୍ତ୍ରଣ କରିବା ପାଇଁ କିଛି ସରକାରୀ ଅଧିକାରୀ ଓ କର୍ମଚାରୀଙ୍କୁ ବିଭିନ୍ନ କମିଟିରେ ନିଆଯାଇଥିବାବେଳେ ବିଭିନ୍ନ ସବକମିଟି ଜରିଆରେ…

"ବୌଦ୍ଧ ରଥଯାତ୍ରା ପ୍ରସ୍ତୁତି ବୈଠକ"

ବୈାଦ୍ଧଜିଲ୍ଲାର ଗଣପର୍ବ ଶ୍ରୀରାମଲୀଳା ଯାତ୍ରାରେ ୫୦ହଜାର ଦର୍ଶକ ସମାବେଶ ରାମ ରାବଣ ସମର ଶୋଭାଯାତ୍ରାରେ ମହାପ୍ରତାପୀ ରାବଣର ମୋକ୍ଷପ୍ରାପ୍ତି ଲାଭ

ବୈାଦ୍ଧ ୨୩/୪ (ଓଡିଆ ପୁଅ/ଦେବାଶିଷ ପୁରୋହିତ)– ବୈାଦ୍ଧଜିଲ୍ଲାରେ ଚୈତ୍ରମାସ ଶୁକ୍ଳପକ୍ଷ ନବମୀ ତିଥି ଶ୍ରୀରାମ ନବମୀ ଠାରୁ ଅଠର ଦିନ ବ୍ୟାପୀ ଶ୍ରୀରାମଲୀଳା ଯାତ୍ରା ବୈାଦ୍ଧ ସହରର ଶ୍ରୀ ରଘୁନାଥଜୀଉ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଥାଏ। ରାଜୁଡା ଶାସନ ସମୟରୁ ଦୀର୍ଘ ୧୦୦ବର୍ଷରୁ ଉଦ୍ଧ୍ୱର୍ଧରି ଅନୁଷ୍ଠିତ ହୋଇ ଆସୁଥିବା ଯାତ୍ରା ପ୍ରବଳ ଜନସମାଗମ ହେଉଥିବାରୁ ଗଣପର୍ବର ମାନ୍ୟତା ପାଇଥିବା ଜଣାପଡିଛି। ପ୍ରଥମରେ ଗୀତ ମାଧ୍ୟମରେ ମୁକ ଅଭିନୟ ଆରମ୍ଭ ହୋଇଥିବା ଯାତ୍ରା ବର୍ତମାନ ଲେଖକ ହୃଦାନନ୍ଦ ମେହେରଙ୍କ ଦ୍ୱାରା ବଳିଷ୍ଠ ଲେଖନୀ ଦ୍ୱାରା ମଂଚସ୍ଥ ନାଟକ ଦର୍ଶକମାନଙ୍କ ଦ୍ୱାରା ଆଦୃତ ହୋଇ ଦିଲ୍ଲୀ ଦରବାରରେ ପହଂଚିବା ସହିତ ଆଦୃତ ହୋଇପାରିଛି। ମର୍ଯ୍ୟାଦା ପୁରୁଷୋତମ ରାମଚନ୍ଦ୍ରଙ୍କ ଆଦର୍ଶରେ…

"ବୈାଦ୍ଧଜିଲ୍ଲାର ଗଣପର୍ବ ଶ୍ରୀରାମଲୀଳା ଯାତ୍ରାରେ ୫୦ହଜାର ଦର୍ଶକ ସମାବେଶ ରାମ ରାବଣ ସମର ଶୋଭାଯାତ୍ରାରେ ମହାପ୍ରତାପୀ ରାବଣର ମୋକ୍ଷପ୍ରାପ୍ତି ଲାଭ"

ବୈାଦ୍ଧ ମହୋତ୍ସବ ସ୍ମରଣିକା ୨୦୧୭ ଅର୍ଥମନ୍ତ୍ରୀଙ୍କ ଦ୍ୱାରା ଉନ୍ମୋଚିତ

ବୈାଦ୍ଧ ୨୩/୪  (ଓଡିଆ ପୁଅ/ଦେବାଶିଷ ପୁରୋହିତ)– ପ୍ରତିବର୍ଷ ଜିଲ୍ଲା ପ୍ରଶାସନ, ସଂସ୍କୃତି ପରିଷଦ, ଓର୍ମାସ୍ ଓ କୃଷିବିଭାଗର ମିଳିତ ସହଯୋଗରେ ବୈାଦ୍ଧ ମହୋତ୍ସବ ଓ ପଲ୍ଲିଶ୍ରୀମେଳା ଆୟୋଜନ ସମୟରେ ମୁଖପତ୍ରଭାବେ ସ୍ମରଣିକା ପ୍ରକାଶ ପାଇଥାଏ। ଚଳିତ ବର୍ଷ ପଂଚାୟତ ନିର୍ବାଚନ ହୋଇଥିବାରୁ ମହୋତ୍ସବ ଜାନୁଆରୀ ମାସରେ ଅନୁଷ୍ଠିତ ହୋଇଥିବା ବେଳେ ଗତକାଲି ଷ୍ଟାଡିୟମ ପରିସରରେ ଆୟୋଜିତ ଏକ ଉତ୍ସବରେ ବୈାଦ୍ଧର ବିଧାୟକ ରାଜ୍ୟ ଅର୍ଥ ଓ ସାଧାରଣ ଏବଂ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ପ୍ରଦିପ କୁମାର ଆମାତ୍ ସ୍ମରଣିକା ଉନ୍ମୋଚନ କରାଯାଇଥିଲା। ସ୍ମରଣିକାରେ ଜିଲ୍ଲା ପ୍ରଶାସନ ଅଧିନରେ ଥିବା ବିଭିନ୍ନ ବିଭାଗର ଯୋଜନା ସମ୍ପର୍କରେ ସ୍ଥାନ ପାଇଥିବା ବେଳେ ବୈାଦ୍ଧଜିଲ୍ଲାର ପର୍ଯ୍ୟଟନ ସ୍ଥଳୀ…

"ବୈାଦ୍ଧ ମହୋତ୍ସବ ସ୍ମରଣିକା ୨୦୧୭ ଅର୍ଥମନ୍ତ୍ରୀଙ୍କ ଦ୍ୱାରା ଉନ୍ମୋଚିତ"

ବୌଦ୍ଧ ଓକିଲ ସଂଘର କାର୍ଯ୍ୟବନ୍ଦ ଆନ୍ଦୋଳନ – ଲ କମିଶନ ପ୍ରସ୍ତାବକୁ କୋର୍ଟ ପରିସରରେ ପୋଡିଲେ

ବୌଦ୍ଧ,୨୪/୪ (ଓଡ଼ିଆ ପୁଅ/ସଜ୍ଜନ କୁମାର ଅଗ୍ରୱାଲ): ବୌଦ୍ଧ ଜିଲା ଓକିଲ ସଂଘ ପକ୍ଷରୁ ଶୁକ୍ରବାର ଦିନ ରାଜ୍ୟ ବାର କାଉନସିଲ ଡାକରାରେ ଦିନିକିଆ କାର୍ଯ୍ୟବନ୍ଦ ଆନ୍ଦେଳନ କରିଛନ୍ତି । ଲ କମିଶନ କେନ୍ଦ୍ର ସରାକରଙ୍କୁ ଦେଇଥିବା ଆଇନଜୀବୀ ଆଇନ ୧୯୬୧ରେ ପରିବର୍ତ୍ତନ ପ୍ରସ୍ତାବକୁ ବିରୋଧ କରି ବୌଦ୍ଧ ଓକିଲ ସଂଘ ପକ୍ଷରୁ ଓକିଲ ସଂଘ ସଭାପତି ନବ କୁମାର ମିଶ୍ରଙ୍କ ନେତୃତ୍ୱରେ ଆଇନଜୀବୀ ମାନେ ଜିଲାପାଳଙ୍କ କାର୍ଯ୍ୟାଳୟକୁ ଯାଇ ଲ କମିଶନ ଦେଇଥିବା ପ୍ରସ୍ତାବକୁ ବିରୋଧ କରି ଏକ ଦାବି ପତ୍ର ଜିଲାପାଳ ମଧୁସୁଦନ ମିଶ୍ରଙ୍କ ଜରିଆରେ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରିଥିଲେ। ଏହା ପରେ ଆଇନଜୀବୀ ମାନେ ଜିଲା ଦୌରାଜଜଙ୍କ କୋର୍ଟ ସମ୍ମୁଖରେ ବିଭିନ୍ନ…

"ବୌଦ୍ଧ ଓକିଲ ସଂଘର କାର୍ଯ୍ୟବନ୍ଦ ଆନ୍ଦୋଳନ – ଲ କମିଶନ ପ୍ରସ୍ତାବକୁ କୋର୍ଟ ପରିସରରେ ପୋଡିଲେ"

ବୌଦ୍ଧ ଜିଲ୍ଲା ହରଭଙ୍ଗା ଅଞ୍ଚଳରେ ବଢୁଛି କୀଡନି ଆକ୍ରାନ୍ତଙ୍କ ମୃତ୍ୟୁ ସଂଖ୍ୟା – ପୀଡିତ ତାଲିକାରେ ଏକ ବର୍ଷର ଶିଶୁ

ବୌଦ୍ଧ,୨୪/୪ (ଓଡ଼ିଆ ପୁଅ/ସଜ୍ଜନ କୁମାର ଅଗ୍ରୱାଲ)ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକର ଧଳପୁର, ବାଣିଭୂଷଣପୁର, ସଂକୁଲେଇ, କୁଶଙ୍ଗ, ଛତ୍ରଙ୍ଗ ଓ ହରଭଙ୍ଗା ଆଦି ପଞ୍ଚାୟତର ବିଭିନ୍ନ ଗ୍ରାମଗୁଡିକରେ ଦିନକୁ ଦିନ କିଡିନୀ ରୋଗୀ ଙ୍କ ସଂଖ୍ୟା କ୍ରମାଗତ ଭାବେ ବୃଦ୍ଧି ପାଇବାରେ ଲାଗିଛି। ଗତ ଦୁଇ ବର୍ଷ ମଧ୍ୟରେ ଏହି ପଚାଂୟତ ର ହରଭଙ୍ଗା, ବାଲିପଟ, ଖରସଙ୍କୁଲେଇ, ଧଳପୁର, ଖଣ୍ଡିସାହି, ଦୁର୍ଗାପୁର, ତେନ୍ତୁଳିପଦର, ଭେଜିଗୋରା, ସୁରୁଣ୍ଡି, ଧର୍ମନଗର, କୁବେଶିଙ୍ଗା, ଭାଲିଆଗୋରା, ଛତ୍ରଙ୍ଗ, , ଜାବର, ମହାଲିକପଡା, କୁଶଙ୍ଗ, ଭଗାମୁଣ୍ଡା, ତିରଡ, ଚାରିଛକ ଆଦି ଗ୍ରାମ ଗୁଡିକରେ ଏହି ରୋଗରେ ଆକ୍ରାନ୍ତ ହୋଇ ପ୍ରାୟ ୯୦ ରୁ ଉର୍ଦ୍ଧ ଲୋକଙ୍କର ମୃତ୍ୟୁ ହୋଇଥିବା ବେଳେ ଶତାଧିକ ଚିକିତ୍ସାଧିନ ଅବସ୍ଥାରେ…

"ବୌଦ୍ଧ ଜିଲ୍ଲା ହରଭଙ୍ଗା ଅଞ୍ଚଳରେ ବଢୁଛି କୀଡନି ଆକ୍ରାନ୍ତଙ୍କ ମୃତ୍ୟୁ ସଂଖ୍ୟା – ପୀଡିତ ତାଲିକାରେ ଏକ ବର୍ଷର ଶିଶୁ"

ସ୍ୱାମୀକୁ ସାତ ବର୍ଷ କାରାଦଣ୍ଡାଦେଶ, ନଣନ୍ଦ, ଶାଶୁ, ଆଈଶାଶୁ ନିର୍ଦ୍ଦୋଷରେ ଖଲାସ

ବୌଦ୍ଧ,୨୪/୪ (ଓଡ଼ିଆ ପୁଅ/ସଜ୍ଜନ କୁମାର ଅଗ୍ରୱାଲ) ବୌଦ୍ଧ ଜିଲା ଅତିରିକ୍ତ ଜିଲା ଦୌରାଜଜ ରୁପଶ୍ରୀ ଚୌଧୁରୀ ଏକ ଯୌତୁକ ଜନିତ ହତ୍ୟା ମାମାଲାକୁ ବିଚାର କରି ଅଭିଯୁକ୍ତ ସ୍ୱାମୀକୁ ୭ ବର୍ଷ କାରାଦଣ୍ଡାଦେଶ ଆଦେଶ ଦେବା ସହ ନଣନ୍ଦ, ଶାଶୁ ଓ ଆଈଶାଶୁଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି। ମାମଲାରୁ ପ୍ରକାଶ ଯେ କଣ୍ଟାମାଳ ଥାନାର କଣ୍ଟାମାଳ ଗ୍ରାମର ପୁରନ୍ଦର ବାଘଙ୍କ ଝିଅ ରେବତୀ ସେଲମା(୨୫)ଙ୍କୁ ଉକ୍ତ ଥାନାର ବଡଛପାପାଲି ଗ୍ରାମର ତ୍ରିଲୋଚନ ସେଲମା (୨୭) ଏହି ଘଟଣାର ୭ ବର୍ଷ ଆଗରୁ ଜାତି କୁଳଚାର ମତେ ବିବାହ କରିଥିଲେ ଏବଂ ବିବାହ ସମୟରେ ତ୍ରିଲୋଚନର ଶଶୁର ନିଜ ସାଧ୍ୟ ମତେ ସମସ୍ତ ଜିନିଷ ଦେଇ ବିବାହ…

"ସ୍ୱାମୀକୁ ସାତ ବର୍ଷ କାରାଦଣ୍ଡାଦେଶ, ନଣନ୍ଦ, ଶାଶୁ, ଆଈଶାଶୁ ନିର୍ଦ୍ଦୋଷରେ ଖଲାସ"

ଗଞ୍ଜେଇ ଚୋରା ଚାଲାଣ ମାମଲା, ଅଭିଯୁକ୍ତକୁ ୧୦ ବର୍ଷ କାରାଦଣ୍ଡାଦେଶ

ବୌଦ୍ଧ, ୨୪/୪ (ଓଡ଼ିଆ ପୁଅ/ସଜ୍ଜନ କୁମାର ଅଗ୍ରୱାଲ) ବୌଦ୍ଧ ଜିଲା ଦୌରାଜଜ ଶୁଚିସ୍ମିତା ମିଶ୍ର ଏକ ଗଞ୍ଜେଇ ଚୋରା ଚାଲାଣ ମାମଲାକୁ ବିଚାର କରି ଅଭିଯୁକ୍ତକୁ ୧୦ ବର୍ଷ କାରାଦଣ୍ଡାଦେଶ ଦେଇଛନ୍ତି। ମାମଲାରୁ ପ୍ରକାଶ ଯେ ଗତ ତା୭.୧୧.୧୫ ରିଖରେ ବୌଦ୍ଧ ଅବକାରୀ କର୍ମଚାରୀ ମାନେ କଣ୍ଟମାଳ ଥାନାର ମଲିକପଦର ଠାରୁ ଶୁଳିଆ ରାସ୍ତାରେ ପେଟ୍ରୋଲିଂ କରୁଥିବାବେଳେ ଶୁଳିଆ ଆଡକୁ ମଟର ସାଇକେଲେରେ ଏକ ଜରି ବସ୍ତା ବନ୍ଧା ଥାଇ ଜଣେ ଲୋକ ଆସୁଥିବା ଦେଖି ତାକୁ ଅଟକ ରଖିଥିଲେ। ତା ପାଖରୁ ୨୨ କେଜି ଗଞ୍ଜେଇ ଜବତ କରାଯାଇଥିଲା। ପେଟ୍ରୋଲିଂ କରୁଥିବା ଅବକାରୀ କର୍ମଚାରୀ ମାନେ ଅଭିଯୁକ୍ତ ଘଣ ଶୁଳିଆ ଗ୍ରାମର ସୁବୋଧ ପ୍ରଧାନ…

"ଗଞ୍ଜେଇ ଚୋରା ଚାଲାଣ ମାମଲା, ଅଭିଯୁକ୍ତକୁ ୧୦ ବର୍ଷ କାରାଦଣ୍ଡାଦେଶ"

ଗଞ୍ଜେଇ ବିକ୍ରି ମାମଲା, ଅଭିଯୁକ୍ତ ନିର୍ଦ୍ଦୋଷରେ ଖଲାସ

ବୌଦ୍ଧ, ୨୪/୪ (ଓଡ଼ିଆ ପୁଅ/ସଜ୍ଜନ କୁମାର ଅଗ୍ରୱାଲ)ବୌଦ୍ଧ ଜିଲା ଅତିରିକ୍ତ ଜିଲା ଦୌରାଜଜ ରୁପଶ୍ରୀ ଚୌଧୁରୀ ଏକ ଗଞ୍ଜେଇ ବିକ୍ରି ମାମଲାକୁ ବିଚାର କରି ଅଭିଯୁକ୍ତକୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି। ମାମଲାରୁ ପ୍ରକାଶ ଯେ ବାଉଁଶୁଣୀ ଥାନାର ପଲସପାଟ ଗ୍ରାମର ଶ୍ରୀନିବାସ ପଣ୍ଡା (୮୧) ବର୍ଷ ନିଜ ଗାଁର ଦୋକାନରେ ଚୋରାରେ ଗଞ୍ଜେଇ ବିକ୍ରି କରୁଥିବା ଖବରପାଇ ଗତ ତା୨୨.୬.୧୨ ରିଖରେ ବୌଦ୍ଧ ଅବକାରୀ ବିଭାଗର କର୍ମଚାରୀ ମାନେ ଚଢାଉ କରି ଅଭିଯୁକ୍ତ ଶ୍ରୀନିବାସ ପଣ୍ଡାଙ୍କ ଦୋକାନ ଘରୁ ୧ କେଜି ୮୨୫ ଗ୍ରାମ ଗଞ୍ଜେଇ ଜବତ କରି ତାକୁ ଗିରଫ କରି ବିଚାର ପାଇଁ ବୌଦ୍ଧ କୋର୍ଟକୁ ପଠାଇଥିଲେ। ପରବର୍ତ୍ତି ସମୟରେ ଏହି ମାମଲାଟି…

"ଗଞ୍ଜେଇ ବିକ୍ରି ମାମଲା, ଅଭିଯୁକ୍ତ ନିର୍ଦ୍ଦୋଷରେ ଖଲାସ"

ବୌଦ୍ଧରେ ବଢିବ ବେଞ୍ଚମାର୍କ ଭେଲ୍ୟୁ, ଜମି ମାଫିଆ ମାଲେମାଲ, ଗରୀବଙ୍କ ପାଇଁ ଘର ତିଆରି ହେବା ସ୍ୱପ୍ନ !

ବୌଦ୍ଧ, ୨୪/୪ (ଓଡ଼ିଆ ପୁଅ/ସଜ୍ଜନ କୁମାର ଅଗ୍ରୱାଲ)ବୌଦ୍ଧ ଏକ କୃଷି ଭିତିକ ଜିଲ୍ଲା ଅଟେ। ଏହି ଜିଲ୍ଲାର ୪ ଲକ୍ଷରୁ ଉର୍ଦ୍ଧ ଜନସଂଖ୍ୟା ହୋଇଥିଲେ ମଧ୍ୟ ମାତ୍ର ୨୦ ହଜାର ଲୋକ ସହରାଞ୍ଚଳ ତଥା ଜିଲ୍ଲା ସଦରମହକୁମାରେ ବସବାସ କରନ୍ତି। ଏକମାତ୍ର ଏନଏସି ବିଶିଷ୍ଟ ଏହି ଜିଲ୍ଲାର ସହରାଞ୍ଚଳରେ ଘରଟିଏ ନିର୍ମାଣ କରିବା ଯେକୌଣସି ପରିବାର ପାଇଁ କଷ୍ଟସାଧ୍ୟ ତଥା ସ୍ୱପ୍ନ ହୋଇଥାଏ। ବୌଦ୍ଧ ଏନଏସିରେ ଏବେ ମଧ୍ୟ ୫ ହଜାରରୁ ଉର୍ଦ୍ଧ ଲୋକ ସରକାରୀ ଜମିକୁ ଜବରଦଖଲ କରି ଅସ୍ଥାୟୀ ବସ୍ତିରେ ରହୁଥିବାବେଳେ ସେମାନଙ୍କୁ ଥଇଥାନ ପାଇଁ କୌଣସି ପଦକ୍ଷେପ ଗ୍ରହଣ କରାଯାଇପାରିନାହିଁ। ସରକାରଙ୍କ ପକ୍ଷରୁ ୩୩୦ ଟି ପରିବାର ନାମରେ ଜବରଦଖଲ ମାମଲା…

"ବୌଦ୍ଧରେ ବଢିବ ବେଞ୍ଚମାର୍କ ଭେଲ୍ୟୁ, ଜମି ମାଫିଆ ମାଲେମାଲ, ଗରୀବଙ୍କ ପାଇଁ ଘର ତିଆରି ହେବା ସ୍ୱପ୍ନ !"