ବୌଦ୍ଧ ବାଇପାସ ନିର୍ମାଣ ପାଇଁ ଭିତି ପ୍ରସ୍ତର ସ୍ଥାପନ, ଜମି ହରାଉଥିବା ଲୋକଙ୍କୁ ଉପଯୁକ୍ତ କ୍ଷତିପୂରଣ ପ୍ରଦାନ କରାଯିବ – ବାଚସ୍ପତି

ବୌଦ୍ଧ,୦୪ା୦୧(ଓଡ଼ିଆ ପୁଅ ସଜ୍ଜନ କୁମାର ଅଗ୍ରୱାଲା) : ବୌଦ୍ଧଠାରେ ବହୁ ପ୍ରତୀକ୍ଷିତି ବାଇପାସ ନିର୍ମାଣକୁ ବାଚସ୍ପତି ପ୍ରଦିପ କୁମାର ଅମାତଙ୍କ ଦ୍ୱାରା ଭିତି ପ୍ରସ୍ତର ସ୍ଥାପନ କରାଯାଇଛି । ଖୋର୍ଦ୍ଧା ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥରେ ବୌଦ୍ଧଜିଲାରେ ପୁରୁଣାକଟକ,ବୌଦ୍ଧ ଓ ମନମୁଣ୍ଡା ଠାରେ ତିନୋଟି ସ୍ଥାନରେ ବାଇପାସ ନିର୍ମାଣ ସହିତ ଛୋଟ ଛୋଟ ପୋଲ ଗୁଡିକ ଓ ଜାତୀୟ ରାଜପଥର ପ୍ରସସ୍ତିକରଣ(ଫୋର ଲେନ) କରାଯିବାକୁ ବାଚସ୍ପତି ଶ୍ରୀଅମାତଙ୍କ ଉଦ୍ୟମକ୍ରମେ ୨୬୨ କୋଟି ଟଙ୍କା ମଂଜୁର ହୋଇଥିଲା । ମନମୁଣ୍ଡା ଠାରେ ଜମି ଅଧିଗ୍ରହଣ ପ୍ରକି୍ରୟା ସମାପ୍ତ ହୋଇ ବାଇପାସ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇସାରିଥିବାବେଳେ ବୌଦ୍ଧଠାରେ ବହୁ ପ୍ରତୀକ୍ଷିତ ବାଇପାସ ନିର୍ମାଣ ପାଇଁ ବାଚସ୍ପତି…

"ବୌଦ୍ଧ ବାଇପାସ ନିର୍ମାଣ ପାଇଁ ଭିତି ପ୍ରସ୍ତର ସ୍ଥାପନ, ଜମି ହରାଉଥିବା ଲୋକଙ୍କୁ ଉପଯୁକ୍ତ କ୍ଷତିପୂରଣ ପ୍ରଦାନ କରାଯିବ – ବାଚସ୍ପତି"

ମା ମାହେଶ୍ୱରୀ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଉଦ୍ୟାପିତ, ସୁବର୍ଣ୍ଣପୁର ଚାମ୍ପିଆନ

ବୌଦ୍ଧ, ୦୩ା୦୧(ଓଡ଼ିଆ ପୁଅ ସଜ୍ଜନ କୁମାର ଅଗ୍ରୱାଲା): ବୌଦ୍ଧବ୍ଳକ ଅନ୍ତର୍ଗତ ଯୁରାମୁଣ୍ଡା ଠାରେ ୮ ଦିନ ଧରି ଚାଲିଥିବା ମା ମାହେଶ୍ୱରୀ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ୍ ଉଦ୍ୟାପିତ ହୋଇଯାଇଛି। ୧୨ ଓଭର ବିଶିଷ୍ଟ ଟୁର୍ଣ୍ଣାମେଣ୍ଟ୍ ର ଫାଇନାଲ ଖେଳ ବେଙ୍ଗଲ ଟାଇଗର ବୌଦ୍ଧ ଓ ଚେଲେଂଜିଙ୍ଗ୍ ହିଟର ସୁବର୍ଣ୍ଣପୁର ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ସୁବର୍ଣ୍ଣପୁର ଦଳ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାର ନିଷ୍ପତି ନେଇ ନିର୍ଦ୍ଧାରିତ ୧୨ ଓଭରରେ ୬ ଉଇକେଟ ହରାଇ ୧୪୩ ରନ କରିଥିବାବେଳେ ଜବାବରେ ବୌଦ୍ଧ ଦଳ ୧୦୭ ରନ ରେ ସମସ୍ତ ଉବକେଟ୍ ହରାଇ ୩୬ ରନରେ ପରାଜିତ ହୋଇଥିଲା। ଫାଇନାଲ ଖେଳର ମେନ ଅଫ ଦି ମେଚ୍ ଭାବରେ…

"ମା ମାହେଶ୍ୱରୀ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଉଦ୍ୟାପିତ, ସୁବର୍ଣ୍ଣପୁର ଚାମ୍ପିଆନ"

ଦହ୍ୟା ଜେସିସି କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ୍ ଉଦ୍ୟାପିତ

ବୌଦ୍ଧ, ୦୩ା୦୧(ଓଡ଼ିଆ ପୁଅ ସଜ୍ଜନ କୁମାର ଅଗ୍ରୱାଲା): ବୌଦ୍ଧବ୍ଲକ ଅନ୍ତର୍ଗତ ଦହ୍ୟା ଜୀବନ ବିକାଶ କଲେଜ ପଡିଆଠାରେ ଚାଲିଥିବା ଜେସିସି କ୍ରିକେଟ୍ ଟୁର୍ଣ୍ଣାମେଂଟ୍ ଉଦଯାପିତ ହୋଇଯାଇଛି। ଟୁର୍ଣ୍ଣାମେଂଟ୍ ର ଫାଇନାଲ ଖେଳ ଆୟୋଜକ ଜେସିସି ଓ ଏଲ ଏସ ସିସି ବାଉଁଶୁଣୀ ମଧ୍ୟରେ ଅନୁଷ୍ଠିତ ହୋଇଥିବାବେଳେ ଏହି ଖେଳରେ ଦହ୍ୟାର ଜେସିସି ଦଳ ବିଜୟୀ ହୋଇ ଚଂମ୍ପିଆର ହୋଇଥିଲା। ଉଦଯାପନୀ ଉତ୍ସବରେ ମୁଖ୍ୟଅତିଥି ଭାବରେ ଶିବଶଙ୍କର କର୍ଣ୍ଣ ଓ ସମ୍ମାନିତ ଅତିଥି ଭାବରେ ବାବୁଲା ମଲିକ ଯୋଗଦେଇ ବିଜେତା ଓ ଉପବିଜେତା ଦଳକୁ ପୁରସ୍କୃତ କରିଥିଲେ। ଫାଇନାଲ ଖେଳକୁ ଅମ୍ପାୟାର ଭାବରେ ମହେନ୍ଦ୍ର ମେହେର ଓ ବିଭୁଦତ ସାହୁ ପରିଚାଳନା କରିଥିବାବେଳେ ସ୍କୋରର ଭାବରେ ଟିକେଶ୍ୱର…

"ଦହ୍ୟା ଜେସିସି କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ୍ ଉଦ୍ୟାପିତ"

ଜାତୀୟ ସେବା ଯୋଜାନା ପକ୍ଷରୁ ଶୀତକାଳିନ ସ୍ୱତନ୍ତ୍ର ଶିବିର

ବୌଦ୍ଧ, ୦୩ା୦୧(ଓଡ଼ିଆ ପୁଅ ସଜ୍ଜନ କୁମାର ଅଗ୍ରୱାଲା) ବୌଦ୍ଧ ପଞ୍ଚାୟତ ମହାବିଦ୍ୟାଳୟର ଜାତୀୟ ସେବା ଯୋଜନା ପକ୍ଷରୁ ଶୀତକାଳିନ ସ୍ୱତନ୍ତ୍ର ଶିବର ସାନବଙ୍କାପଡା ଗ୍ରାମରେ ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରକୁ ଅଧ୍ୟାପକ ପ୍ରଭାତ ଚନ୍ଦ୍ର ମିଶ୍ର ଯୋଗ ଦେଇ ଉଦଘାଟନ କରିଥିଲେ। ଏଥିରେ ୨୫ ଜଣ ସ୍ୱେଚ୍ଛାସେବୀ ଯୋଗ ଦେଇ ସାନବଙ୍କାପଡା ଗ୍ରାମକୁ ସଫେଇ କରିବା ସହ ଗ୍ରାମର ଅନେକ ଉନ୍ନତିମୂଳକ କାର୍ଯ୍ୟ ପାଇଁ ସଚେତନତା ସୃଷ୍ଟି କରିବାସହ ଯୋଗ ଶିକ୍ଷା ପ୍ରଦାନ କରାଯାଇଥିଲା। ଏହି ଅବସରରେ ମହାବିଦ୍ୟାଳୟର ଅଧକ୍ଷ ଡମ୍ବରୁଧର ଭୋଇ ଉପସ୍ଥିତ ରହି ଶିବିରାର୍ଥୀ ମାନଙ୍କୁ ଉତ୍ସାହିତ କରିଥିଲେ।

"ଜାତୀୟ ସେବା ଯୋଜାନା ପକ୍ଷରୁ ଶୀତକାଳିନ ସ୍ୱତନ୍ତ୍ର ଶିବିର"

ବୌଦ୍ଧ ମେହାତ୍ସବ ୨୦୧୭ ଉଦ୍ଘାଟିତ, ୨୪ ବର୍ଷର ଜିଲା ଯୁବକତ୍ୱ ଲାଭ କରିଥିଲେ ବି ବିକାଶ କ୍ଷେତ୍ରରେ ଆହୁରି ଆଗକୁ ଯିବାର ଅଛି, ବାଚସ୍ପତି

ବୌଦ୍ଧ, ୦୩ା୦୧ (ଓଡ଼ିଆ ପୁଅ ସଜ୍ଜନ କୁମାର ଅଗ୍ରୱାଲା) : ଶାନ୍ତି, ପ୍ରିତି ଓ ମୈତ୍ରିର ପବିତ୍ର ମାଟି ଐତିହାସିକ ବୌଦ୍ଧ। ପୁଣ୍ୟତୋୟା ହୀରାପ୍ରସୂ ମହାନଦୀ ଯାହାର ପାଦ ଧୋଇଦିଏ, ଭଗବାନ ବୁଦ୍ଧ ଯାହାର ପରିଚୟ ଏବଂ ୪କୋଟି ଓଡ଼ିଆଙ୍କ ଦେବତା ପ୍ରଭୁ ଶ୍ରୀଜଗନ୍ନାଥଙ୍କ ଲୀଳାଭୂମି ଭାବରେ ଯେଉଁ ମାଟିର ପବିତ୍ରତା ରହିଛି ସେହି ଐତିହ ତଥା ଗୌରବମୟ ବୌଦ୍ଧଜିଲ୍ଲାର ବଳିଷ୍ଠ ପରାମ୍ପରା ଓ ସଂସ୍କୃତିର ବାର୍ତ୍ତା ନେଇ ଉଦଘାଟିତ ହୋଇଛି ବୌଦ୍ଧ ମହୋତ୍ସବ ୨୦୧୭। ସ୍ୱତନ୍ତ୍ର ଜିଲ୍ଲା ଗଠନର ସ୍ୱନକ୍ଷତ୍ର ଦିବସ ଅବସରରେ ସ୍ଥାନୀୟ କଚେରୀ ପଡିଆଠାରେ ଆୟୋଜିତ ଏହି ମହାନ ସାଂସ୍କୃତିକ ଉତ୍ସବକୁ ମୁଖ୍ୟଅତିଥି ଭାବରେ ଓଡ଼ିଶା ବିଧାନସଭାର ବାଚସ୍ପତି ପ୍ରଦିପ କୁମାର…

"ବୌଦ୍ଧ ମେହାତ୍ସବ ୨୦୧୭ ଉଦ୍ଘାଟିତ, ୨୪ ବର୍ଷର ଜିଲା ଯୁବକତ୍ୱ ଲାଭ କରିଥିଲେ ବି ବିକାଶ କ୍ଷେତ୍ରରେ ଆହୁରି ଆଗକୁ ଯିବାର ଅଛି, ବାଚସ୍ପତି"

ବୌଦ୍ଧ ଜିଲା କଲଚରାଲ ଏକାଡେମୀର ତ୍ରୟୋବିଂଶତମ ବାର୍ଷିକ ଉତ୍ସବ

ବୌଦ୍ଧ, ୦୧.୦୧(ଓଡ଼ିଆ ପୁଅ ସଜ୍ଜନ କୁମାର ଅଗ୍ରୱାଲା): ବୌଦ୍ଧ ଜିଲା କଲଚରାଲ ଏକାଡେମୀର ତ୍ରୟୋବିଂଶତମ ବାର୍ଷିକ ଉତ୍ସବ ବୌଦ୍ଧ ଯୋଗିନ୍ଦ୍ର ଦେବ ଶତବାର୍ଷିକୀ ହଲ ଠାରେ ଅନୁଷ୍ଠିତ ହୋଇଯାଇଛି। କଲଚରାଲ ଏକାଡେମୀର ସଭାପତି ହରିହର ପ୍ରଧାନଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ଜିଲାପାଳ ମଧୁସୁଦନ ମିଶ୍ର, ସମ୍ମାନୀତ ଅତିଥି ଭାବେ ଗଣେଶରାମ ନାଏକ, କିଶୋର ମିଶ୍ର, ଧୁବ୍ରଚରଣ ଘିବେଲା, ମଦନ ସୁନ୍ଦର କ୍ଷେତୀ ଓ ମୁଖ୍ୟ ବକ୍ତା ଭାବେ ପ୍ରତାପ ଚନ୍ଦ୍ର ରଥ ଯୋଗ ଦେଇଥିଲେ। ଏକାଡେମୀର ସଂପାଦକ ସୁଶାନ୍ତ କୁମାର ମହାପାତ୍ର ବିବରଣୀ ପାଠ କରିଥିଲେ। ମୁଖ୍ୟ ଅତିଥି ଜିଲାପାଳ ଶ୍ରୀ ମିଶ୍ର କେତେଜଣ କାଳଜାୟୀ ପୁରୁଷ ମାନଙ୍କ ପାଇଁ ଓଡିଆଭାଷା…

"ବୌଦ୍ଧ ଜିଲା କଲଚରାଲ ଏକାଡେମୀର ତ୍ରୟୋବିଂଶତମ ବାର୍ଷିକ ଉତ୍ସବ"

କୃଷି ବିଜ୍ଞାନ କେନ୍ଦ୍ରର ୧୪ ତମ ବୈଜ୍ଞାନିକ ଉପଦେଷ୍ଟା ମଣ୍ଡଳି ବୈଠକ

ବୌଦ୍ଧ, ୦୧.୦୧(ଓଡ଼ିଆ ପୁଅ ସଜ୍ଜନ କୁମାର ଅଗ୍ରୱାଲା): ବୌଦ୍ଧ ଜିଲା କୃଷିବିଜ୍ଞାନ କେନ୍ଦ୍ରର ୧୪ ତମ ବୈଜ୍ଞାନିକ ଉପଦେଷ୍ଟା ମଣ୍ଡଳି ବୈଠକ କୃଷିବିଜ୍ଞାନ କେନ୍ଦ୍ର ପରିସରରେ ଅନୁଷ୍ଠିତ ହୋଇଯାଇଛି। କୃଷିବିଜ୍ଞାନ କେନ୍ଦ୍ରର ଟ୍ରେନିଂ ଗୃହ ଠାରେ ଅନୁଷ୍ଠିତ ଏହି ଉପଦେଷ୍ଟା ମଣ୍ଡଳି ବୈଠକରେ ମୁଖ୍ୟ ଅତିଥି ଭାବେ ଜିଲାପାଳ ମଧୁସୁଦନ ମିଶ୍ର ଯୋଗ ଦେଇଥିଲେ। ବୈଠକରେ ଅନ୍ୟତମ ଅତିଥି ଭାବେ କଲିକତା ଜୋନର ଅଧକ୍ଷ୍ୟ ତଥା ପ୍ରମୁଖ ବୈଜ୍ଞାନିକ ଡ.କଲ୍ୟାଣ ସୁନ୍ଦର ଦାସ, ଓୟୁଓଟିର ସଂପ୍ରସାରଣ ଅଧିକାରୀ ଡ. ପ୍ରଭାତ କୁମାର ରାଉଳ, ଜିଲାକୃଷି ଉପ ନିର୍ଦ୍ଦେଶକ ମନରଞନ ମଲିକ, ଜିଲା ଉଦ୍ୟାନବିଭାଗ ଅଧିକାରୀ ସୁର୍ଯ୍ୟମଣୀ ମହାରଣା ଯୋଗ ଦେଇଥିଲେ। କୃଷି ବିଜ୍ଞାନ କେନ୍ଦ୍ରର ବରିଷ୍ଠ…

"କୃଷି ବିଜ୍ଞାନ କେନ୍ଦ୍ରର ୧୪ ତମ ବୈଜ୍ଞାନିକ ଉପଦେଷ୍ଟା ମଣ୍ଡଳି ବୈଠକ"

ଆହାର କେନ୍ଦ୍ରରେ ନିମ୍ନମାନର ଖାଦ୍ୟ

ବୌଦ୍ଧ, ୦୧.୦୧(ଓଡ଼ିଆ ପୁଅ ସଜ୍ଜନ କୁମାର ଅଗ୍ରୱାଲା): ରାଜ୍ୟ ସରକାର ଘର ବାହାରକୁ ଯାତ୍ରା କରୁଥିବା ଗରୀବ ଲୋକଙ୍କୁ ସୁବିଧାରେ ତଥା ସୁଲଭ ମୁଲ୍ୟରେ ପେଟକୁ ଖାଦ୍ୟ ଯୋଗାଇ ଦେବା ପାଇଁ ରାଜ୍ୟର କିଛି ସହରରେ ଆହାର ଯୋଜନା କାର୍ଯ୍ୟକାରୀ କରିଛନ୍ତି। ଏହି ଯୋଜନା ପାଇଁ ସରକାର ଖାଦ୍ୟ ଖାଉଥିବା ଲୋକଙ୍କ ଠାରୁ ୫ ଟଙ୍କା ନେଉଥିବା ବେଳେ ଏଥି ପାଇଁ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। କିନ୍ତୁ ବୌଦ୍ଧରେ ଏହି ଯୋଜନା ଦାଇତ୍ୱରେ ଥିବା କର୍ମଚାରୀମାନେ ଅର୍ଥ ବାଟମାରଣ ନୀତିରେ ଲୋକଙ୍କୁ ନିମ୍ନମାନର ଖାଦ୍ୟ ପ୍ରଦାନ କରାଯାଉଥିବା ଅଭିଯୋଗ ହୋଇଛି। ବୌଦ୍ଧ ଜିଲା ମେଡିକାଲ ନିକଟରେ ଚାଲିଥିବା ଏକ ମାତ୍ର ଆହାର…

"ଆହାର କେନ୍ଦ୍ରରେ ନିମ୍ନମାନର ଖାଦ୍ୟ"

କ୍ୟାନସର ରୋଗୀଙ୍କୁ ବୌଦ୍ଧରେ ମିଳିବ କେମୋଥେରାପି ଚିକିତ୍ସା

ବୌଦ୍ଧ, ୦୧.୦୧(ଓଡ଼ିଆ ପୁଅ ସଜ୍ଜନ କୁମାର ଅଗ୍ରୱାଲା): ସଂପ୍ରତି ଓଡ଼ିଶା ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତରଫରୁ ବୌଦ୍ଧ ଜିଲାରେ ଏକ କ୍ୟାନସର ପରାମର୍ଶ ଓ କେମୋଥେରାପି ଚିକିତ୍ସା କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଛି। ଜିଲାପାଳ ମଧୁସୁଦନ ମିଶ୍ର ଏହି ମାଗଣା କ୍ୟାନସର ପରାମର୍ଶ ଶିବିରକୁ ଉଦଘାଟନ କରିଥିଲେ। ଏହି ଶିବିରରେ ୧୮ ଜଣ କର୍କଟ ରୋଗୀଙ୍କ ସମେତ ତାଲିମ ପ୍ରାପ୍ତ ଡାକ୍ତର, ନର୍ସ ଓ କର୍ମଚାରୀମାନଙ୍କୁ ପରାମର୍ଶ ଦିଆଯାଇଛି। ଶିବିରରେ ମୁମ୍ବାଇର ସୁନାମଧନ୍ୟ କର୍କଟ ରୋଗ ବିଶେଷଜ୍ଞ ଡା. ଦିନେଶ ପାଣ୍ଡେରକର ଓ ବୁର୍ଲା ମେଡିକାଲ କଲେଜର କର୍କଟ ରୋଗ ବିଶେଷଜ୍ଞ ଡା. ଦୀପକ କୁମାର ପାଣିଗ୍ରାହୀ ଓ ବୌଦ୍ଧର ତାଲିମ ପ୍ରାପ୍ତ…

"କ୍ୟାନସର ରୋଗୀଙ୍କୁ ବୌଦ୍ଧରେ ମିଳିବ କେମୋଥେରାପି ଚିକିତ୍ସା"

ବାଉଁଶୁଣୀ ହାଇସ୍କୁଲର ସୁବର୍ଣ୍ଣ ଜୟନ୍ତୀ ମହୋତ୍ସବ ଉଦ୍ୟାପିତ

ବୌଦ୍ଧ, ୦୧.୦୧(ଓଡ଼ିଆ ପୁଅ ସଜ୍ଜନ କୁମାର ଅଗ୍ରୱାଲା): ବାଉଁଶୁଣୀ ହାଇସ୍କୁଲର ସୁବର୍ଣ୍ଣ ଜୟନ୍ତୀ ମହୋତ୍ସବ ଦୁଇଦିନ ଧରି ପାଳିତ ହୋଇଯାଇଛି। ଉଦ୍ଘାଟନି ଉତ୍ସବରେ ମୁଖ୍ୟଅତିଥି ରୂପେ ଓଡ଼ିଶା ବିଧାନସଭାର ବାଚସ୍ପତି ପ୍ରଦିପ କୁମାର ଅମାତ ଯୋଗଦେଇ ମାଁ ମାହେଁଶ୍ୱରୀଙ୍କ ଫଟୋଚିତ୍ରରେ ପ୍ରଦ୍ୱିପ ପ୍ରଜ୍ଜ୍ୱଳନ ପୂର୍ବକ ମହୋତ୍ସବକୁ ଉଦ୍ଘାଟନ କରିଥିଲେ। ମୁଖ୍ୟବକ୍ତା ଭାବେ ଓଡ଼ିଶା ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଯୁଗ୍ମ ନିର୍ଦ୍ଦେଶିକା ପ୍ରିତୀ ପ୍ରତିମା ଭୋଳ, ସମ୍ମାନୀତ ଅତିଥି ରୂପେ କଂଟାମାଳ ବିଧାୟକ ମହିଧର ରଣା, ଜିଲ୍ଲାପାଳ ମଧୁସୂଦନ ମିଶ୍ର, ରାଜ୍ୟପାଳ ପୁରସ୍କାର ତଥା ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ଗଣ୍ଡେଶ୍ୱର ତ୍ରିପାଠୀ, ହାଇସ୍କୁଲର ପ୍ରଧାନ ଶିକ୍ଷକ ଧନେଶ୍ୱର ମଣ୍ଡଳ, ବ୍ରହ୍ମପୁର ସମ୍ରାଟ କଲେଜର ଅଧ୍ୟକ୍ଷ…

"ବାଉଁଶୁଣୀ ହାଇସ୍କୁଲର ସୁବର୍ଣ୍ଣ ଜୟନ୍ତୀ ମହୋତ୍ସବ ଉଦ୍ୟାପିତ"