ଆହାର କେନ୍ଦ୍ରରେ ନିମ୍ନମାନର ଖାଦ୍ୟ

ବୌଦ୍ଧ, ୦୧.୦୧(ଓଡ଼ିଆ ପୁଅ ସଜ୍ଜନ କୁମାର ଅଗ୍ରୱାଲା): ରାଜ୍ୟ ସରକାର ଘର ବାହାରକୁ ଯାତ୍ରା କରୁଥିବା ଗରୀବ ଲୋକଙ୍କୁ ସୁବିଧାରେ ତଥା ସୁଲଭ ମୁଲ୍ୟରେ ପେଟକୁ ଖାଦ୍ୟ ଯୋଗାଇ ଦେବା ପାଇଁ ରାଜ୍ୟର କିଛି ସହରରେ ଆହାର ଯୋଜନା କାର୍ଯ୍ୟକାରୀ କରିଛନ୍ତି। ଏହି ଯୋଜନା ପାଇଁ ସରକାର ଖାଦ୍ୟ ଖାଉଥିବା ଲୋକଙ୍କ ଠାରୁ ୫ ଟଙ୍କା ନେଉଥିବା ବେଳେ ଏଥି ପାଇଁ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। କିନ୍ତୁ ବୌଦ୍ଧରେ ଏହି ଯୋଜନା ଦାଇତ୍ୱରେ ଥିବା କର୍ମଚାରୀମାନେ ଅର୍ଥ ବାଟମାରଣ ନୀତିରେ ଲୋକଙ୍କୁ ନିମ୍ନମାନର ଖାଦ୍ୟ ପ୍ରଦାନ କରାଯାଉଥିବା ଅଭିଯୋଗ ହୋଇଛି। ବୌଦ୍ଧ ଜିଲା ମେଡିକାଲ ନିକଟରେ ଚାଲିଥିବା ଏକ ମାତ୍ର ଆହାର…

"ଆହାର କେନ୍ଦ୍ରରେ ନିମ୍ନମାନର ଖାଦ୍ୟ"

କ୍ୟାନସର ରୋଗୀଙ୍କୁ ବୌଦ୍ଧରେ ମିଳିବ କେମୋଥେରାପି ଚିକିତ୍ସା

ବୌଦ୍ଧ, ୦୧.୦୧(ଓଡ଼ିଆ ପୁଅ ସଜ୍ଜନ କୁମାର ଅଗ୍ରୱାଲା): ସଂପ୍ରତି ଓଡ଼ିଶା ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତରଫରୁ ବୌଦ୍ଧ ଜିଲାରେ ଏକ କ୍ୟାନସର ପରାମର୍ଶ ଓ କେମୋଥେରାପି ଚିକିତ୍ସା କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଛି। ଜିଲାପାଳ ମଧୁସୁଦନ ମିଶ୍ର ଏହି ମାଗଣା କ୍ୟାନସର ପରାମର୍ଶ ଶିବିରକୁ ଉଦଘାଟନ କରିଥିଲେ। ଏହି ଶିବିରରେ ୧୮ ଜଣ କର୍କଟ ରୋଗୀଙ୍କ ସମେତ ତାଲିମ ପ୍ରାପ୍ତ ଡାକ୍ତର, ନର୍ସ ଓ କର୍ମଚାରୀମାନଙ୍କୁ ପରାମର୍ଶ ଦିଆଯାଇଛି। ଶିବିରରେ ମୁମ୍ବାଇର ସୁନାମଧନ୍ୟ କର୍କଟ ରୋଗ ବିଶେଷଜ୍ଞ ଡା. ଦିନେଶ ପାଣ୍ଡେରକର ଓ ବୁର୍ଲା ମେଡିକାଲ କଲେଜର କର୍କଟ ରୋଗ ବିଶେଷଜ୍ଞ ଡା. ଦୀପକ କୁମାର ପାଣିଗ୍ରାହୀ ଓ ବୌଦ୍ଧର ତାଲିମ ପ୍ରାପ୍ତ…

"କ୍ୟାନସର ରୋଗୀଙ୍କୁ ବୌଦ୍ଧରେ ମିଳିବ କେମୋଥେରାପି ଚିକିତ୍ସା"

ବାଉଁଶୁଣୀ ହାଇସ୍କୁଲର ସୁବର୍ଣ୍ଣ ଜୟନ୍ତୀ ମହୋତ୍ସବ ଉଦ୍ୟାପିତ

ବୌଦ୍ଧ, ୦୧.୦୧(ଓଡ଼ିଆ ପୁଅ ସଜ୍ଜନ କୁମାର ଅଗ୍ରୱାଲା): ବାଉଁଶୁଣୀ ହାଇସ୍କୁଲର ସୁବର୍ଣ୍ଣ ଜୟନ୍ତୀ ମହୋତ୍ସବ ଦୁଇଦିନ ଧରି ପାଳିତ ହୋଇଯାଇଛି। ଉଦ୍ଘାଟନି ଉତ୍ସବରେ ମୁଖ୍ୟଅତିଥି ରୂପେ ଓଡ଼ିଶା ବିଧାନସଭାର ବାଚସ୍ପତି ପ୍ରଦିପ କୁମାର ଅମାତ ଯୋଗଦେଇ ମାଁ ମାହେଁଶ୍ୱରୀଙ୍କ ଫଟୋଚିତ୍ରରେ ପ୍ରଦ୍ୱିପ ପ୍ରଜ୍ଜ୍ୱଳନ ପୂର୍ବକ ମହୋତ୍ସବକୁ ଉଦ୍ଘାଟନ କରିଥିଲେ। ମୁଖ୍ୟବକ୍ତା ଭାବେ ଓଡ଼ିଶା ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଯୁଗ୍ମ ନିର୍ଦ୍ଦେଶିକା ପ୍ରିତୀ ପ୍ରତିମା ଭୋଳ, ସମ୍ମାନୀତ ଅତିଥି ରୂପେ କଂଟାମାଳ ବିଧାୟକ ମହିଧର ରଣା, ଜିଲ୍ଲାପାଳ ମଧୁସୂଦନ ମିଶ୍ର, ରାଜ୍ୟପାଳ ପୁରସ୍କାର ତଥା ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ଗଣ୍ଡେଶ୍ୱର ତ୍ରିପାଠୀ, ହାଇସ୍କୁଲର ପ୍ରଧାନ ଶିକ୍ଷକ ଧନେଶ୍ୱର ମଣ୍ଡଳ, ବ୍ରହ୍ମପୁର ସମ୍ରାଟ କଲେଜର ଅଧ୍ୟକ୍ଷ…

"ବାଉଁଶୁଣୀ ହାଇସ୍କୁଲର ସୁବର୍ଣ୍ଣ ଜୟନ୍ତୀ ମହୋତ୍ସବ ଉଦ୍ୟାପିତ"